ଭୁବନେଶ୍ବର: ଆଜି ପୁଣି ଥରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ନୂଆ ବର୍ଷର ଏହା ହେଉଛି ପ୍ରଥମ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଦିନ 11ଟା 45 ରେ ବସିବ। କରୋନା ପାଇଁ ଏହି ବୈଠକ ଭର୍ଚ୍ୟୁୟାଲ ମୋଡରେ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବସି ଏହାର ଅଧ୍ୟକ୍ଷତା କରିବେ। ତେବେ ଏହି କ୍ୟାବିନେଟ ବୈଠକରେ କଣ ପ୍ରସ୍ତାବ ରହିଛି ତାହା ଜଣାପଡି ନାହିଁ। ହେଲେ ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ଏଥର କ୍ୟାବିନେଟରେ ଏକ ବଡ ନିଷ୍ପତି ହେବ ବୋଲି ଅନୁମାନ କରାଯାଉଛି। କାରଣ ଏହି ବୈଠକରେ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର କେତେକ ପ୍ରସ୍ତାବ ପାରିତ ହେବାର ଅଛି। ବର୍ତ୍ତମାନ ରାଜ୍ୟ ସରକାର ଲଗାତର ଭାବେ ତିନୋଟି କ୍ୟାବିନେଟ ବୈଠକ କରିସାରିଲେଣି।
Author: Samikhsya Bureau
ନୂଆଦିଲ୍ଲୀ: ବୟସ ବଢିବା ସହିତ ପିଠି ଯନ୍ତ୍ରଣା ପ୍ରାୟତଃ ଏକ ସାଧାରଣ ସମସ୍ୟା ହୋଇଥାଏ। କିନ୍ତୁ ଏହି ସମସ୍ୟା ବର୍ତ୍ତମାନ ଯୁବକମାନଙ୍କଠାରେ ଅଧିକ ଦେଖାଯାଉଛି। ଏହାର କାରଣ ହେଉଛି ଆଜିକାଲି ଅଧିକାଂଶ ଲୋକ ଚାକିରି କରନ୍ତି ଏବଂ ଅଧିକ ସମୟ ଚେୟାରରେ ବସିଥା’ନ୍ତି। ଯେଉଁଥିପାଇଁ ସେମାନଙ୍କୁ ପିଠି ଯନ୍ତ୍ରଣା ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତଥାପି, ପିଠି ଯନ୍ତ୍ରଣା ପାଇଁ ଅନେକ କାରଣ ଥାଇପାରେ। କିନ୍ତୁ ଅଧିକାଂଶ ପିଠି ଯନ୍ତ୍ରଣା ଚେୟାରରେ ବସିବା ହେତୁ ହୋଇଥାଏ। ଏହାର କାରଣ ହେଉଛି, କ୍ରମାଗତ ବସିବା କାରଣରୁ ଶରୀରର ଗତି କମିଯାଏ। ଯଦି ଆପଣ ମଧ୍ୟ ଦୀର୍ଘ ସମୟ ଧରି ଚେୟାରରେ ବସିଥା’ନ୍ତି, ତେବେ ଆପଣ କିଛି ଉପକରଣ ବ୍ୟବହାର କରିପାରିବେ। ଏଠାରେ ଆମେ ଆପଣଙ୍କୁ କିଛି ଆନୁଷଙ୍ଗିକ ବିଷୟରେ କହିବୁ, ଯାହାକୁ ବ୍ୟବହାର କରି ଆପଣ ପିଠି ଯନ୍ତ୍ରଣାକୁ ଏଡାଇ ପାରିବେ। ଚେୟାର ତକିଆ ବ୍ୟବହାର କରନ୍ତୁ: ଯଦି ଆପଣ ଘଣ୍ଟା ଘଣ୍ଟା…
ଚାଣକ୍ୟ ନୀତି: ଯଦି ଜଣେ ବ୍ୟକ୍ତି ଜୀବନରେ ସଫଳ ହେବାକୁ ଚାହାଁନ୍ତି, ତେବେ ସେ ସର୍ବୋତ୍ତମ ଗୁଣ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେବା ଉଚିତ୍। ଭୁଲ୍ କାର୍ଯ୍ୟରୁ ଯଦି ଆପଣ ସଫଳତା ପାଆନ୍ତି, ତେବେ ଏହା ଅଧିକ ସମୟ ତିଷ୍ଠି ନଥାଏ। କାରଣ ପ୍ରତାରଣା, ମିଥ୍ୟା ଏବଂ ଭ୍ରାନ୍ତି ଦିନେ ସାମ୍ନାକୁ ଆସେ। ଚାଣକ୍ୟ ନୀତି ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିବାକୁ ଚାହାଁନ୍ତି। ଏଥିପାଇଁ ସେ କଠିନ ପରିଶ୍ରମ କରନ୍ତି, କିନ୍ତୁ ଅନେକ ଥର ସେ ସଫଳତା ପାଆନ୍ତି ନାହିଁ। ଜୀବନରେ ସଫଳତା କେବଳ ସେହି ଲୋକଙ୍କ ପାଇଁ ଆସିଥାଏ ଯେଉଁମାନେ ଏହି ଜିନିଷଗୁଡ଼ିକର ଯତ୍ନ ନିଅନ୍ତି ସମର୍ପଣ: କୌଣସି କାର୍ଯ୍ୟ କିମ୍ବା ଲକ୍ଷ୍ୟ ପ୍ରତି ବ୍ୟକ୍ତିର ସମର୍ପଣ ଭାବନା ରହିଲେ ଯେକୌଣସି କାର୍ଯ୍ୟ କିମ୍ବା ଲକ୍ଷ୍ୟ ପୂରଣ ହୋଇପାରିବ। କେବଳ ସମର୍ପିତ ଆତ୍ମା ଜଣେ ବ୍ୟକ୍ତିଙ୍କୁ ସଫଳତା ଦେଇଥାଏ। ଅନୁଶାସନ: ସଫଳତା ପାଇଁ ଅନୁଶାସନର…
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ (ବି.ଡି.ଏ)ର ବିଭିନ୍ନ ଅଂଚଳରେ ଟାଉନ୍ ପ୍ଲାନିଂ ସ୍କିମ୍ର ଲୋକପ୍ରିୟତା ଯୋଗୁ ଏଥିରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହା ଜଣାପଡିଛି। ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ବି.ଡି.ଏର ଉପାଧ୍ୟକ୍ଷ ସଂଜୟ କୁମାର ସିଂ ଟାଉନ୍ ପ୍ଲାନିଂ ସ୍କିମ୍ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଏବଂ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ସ୍କିମର ଅଗ୍ରଗତି ସମୀକ୍ଷାକରି ପ୍ରତି ଟାଉନ୍ ପ୍ଲାନିଂ ଅଂଚଳରେ ଗମନାଗମନ, ପାନୀୟଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ ଆଦି ନିମନ୍ତେ ଉତ୍ତମ ଭିତ୍ତିଭୂମି ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ସଂପୃକ୍ତ ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ସ୍କିମ୍ ଅଂଚଳରେ ମୁଖ୍ୟ ରାସ୍ତା ଗୁଡ଼ିକୁ ପୁର୍ତ୍ତ ବିଭାଗ ଏବଂ ଭିତର ରାସ୍ତାଗୁଡ଼ିକୁ ବି.ଡି.ଏ ନିର୍ମାଣ କରିବେ…
ମେଷ- ଆଜି ଆପଣଙ୍କ ପାଇଁ ଅନୁକୂଳ ହେବାକୁ ଯାଉଛି। ବ୍ୟବସାୟରେ ଆପଣ ଭଲ ସଫଳତା ପାଇବ ଏବଂ ତୁମେ କଠିନ ପରିଶ୍ରମ କରିବେ। ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ଆଜି କୈଣସି ନୂଆ ଘରୋଇ ଜିନିଷ କିଣିବେ। ବୃଷ– ଆଜି ଆପଣଙ୍କ ପାଇଁ ମଧ୍ୟମ ଫଳପ୍ରଦ ହେବ। ମାନସିକ ସମସ୍ୟା ହେତୁ ସବୁଠାରୁ ଅସୁବିଧାଜନକ ହେବ।…
ଭୁବନେଶ୍ବର: ଆଜି ବରିଷ୍ଠ ଆଇଏଏସ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଇଡିକୋର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ସେ ଇଡିକୋ ଅଫିସ ଯାଇ ଏହି ଦାୟିତ୍ବ ଗ୍ରହଣ କରିଥିଲେ। ହେମନ୍ତଙ୍କୁ ନିକଟରେ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ବର୍ତ୍ତମାନ ସେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି। ଏଥିସହିତ ସେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦାୟିତ୍ବରେ ମଧ୍ୟ ଅଛନ୍ତି। ସେହିପରି ସେ ଇପିକଲର ମଧ୍ୟ ଅଧ୍ୟକ୍ଷ ଅଛନ୍ତି। ତାଙ୍କର ଦକ୍ଷତା ପାଇଁ ସରକାର ତାଙ୍କୁ ବହୁ ବିଭାଗର ମୁଖିଆ ଭାବେ ଅବସ୍ଥାପିତ କରିଛନ୍ତି। ଆଜି ଇଡିକୋର କର୍ମଚାରୀଙ୍କ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା।
ଭୁବନେଶ୍ବର: ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ବିହାର ନିକଟ ବିଜୁ ପଟ୍ଟନାୟକ ବିଜ୍ଞାନ ଓ ଶିକ୍ଷା ମହାବିଦ୍ୟାଳୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀମାନେ କଲେଜ ଫାଟକ ତାଲା ପକାଇ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। କଲେଜର ଦୁଇଜଣ ଅଧ୍ୟାପକ ଛାତ୍ରୀମାନଙ୍କୁ ରାତିରେ ଫୋନ କରି ଅଶ୍ଳିଳ କଥାବାର୍ତ୍ତା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏପରି ଏହି ଦୁଇ ଶିକ୍ଷକ କ୍ଲାସରେ ପାଠପଢ଼ାଇବା ସମୟରେ ସମ୍ବେଦନଶୀଳ ସ୍ଥାନରେ ହାତ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜଙ୍କ ନିଷ୍ପତ୍ତି କ୍ରମେ ମୁଖ୍ୟ ମୁଖପାତ୍ର ବିଶ୍ଵ ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏହାର ପ୍ରତିବାଦ ସ୍ବରୂପ ଟାୟାର ଜାଳିବା, କଲେଜ ଫାଟକ ତାଲା ପକାଇବା, ରାସ୍ତାରୋକ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଛାତ୍ରଙ୍କ ଦାବୀ ମୁତାବିକ ସେହି ଦୁଇ ଅଧ୍ୟାପକ ଭୁଲ ମାଗିଥିଲେ। ପରବର୍ତ୍ତୀ ସମୟରେ ଏହିପରି…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଚିଲିକା ହ୍ରଦରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ କମିଥିବାର ଜଣାପଡିଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଜ୍ୟୋତି କାଟାଲଙ୍କ ସୂଚନା ମୁତାବକ ଚଳିତ ବର୍ଷ ଚିଲିକାରେ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ପକ୍ଷୀ ଆସିଛନ୍ତି। ଯାହାକି ଗତ ବର୍ଷ ୧୨ ଲକ୍ଷ ୪୨ ହଜାର ୮୨୬ ରୁ ବହୁତ କମ। ସୂଚନା ମୁତାବକ ଆଜି ସକାଳ ୬ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲୁରହିଥିଲା। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ୨୧ ଟି ଟିମ ନିୟୋଜିତ ହୋଇଥିଲେ। ଏବଂ ପ୍ରତି ଟିମରେ ୫ ଜଣ ସଦସ୍ୟ ରହିଥିଲେ। ଟାଙ୍ଗୀ ଜୋନରେ ୮ଟି ଟିମ, ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି,…
ଇମ୍ଫାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୮୫୦ କୋଟି ଟଙ୍କାର ୧୩ଟି ପ୍ରକଳ୍ପ ଉଦ୍ଘାଟନ କରିଥିବାବେଳେ, ୨ହଜାର ୯୫୦କୋଟି ଟଙ୍କାର ନଅଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଉନ୍ନୟନ ପ୍ରକଳ୍ପଗୁଡିକ ମଧ୍ୟରେ ସଡକ ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ, ସହରାଂଚଳ ଉନ୍ନୟନ, ପୂୂର୍ତ୍ତ, ସୂଚନା ପ୍ରଯୁକ୍ତି ବିଦ୍ୟା, କୌଶଳ ବିକାଶ, କଳା ଓ ସଂସ୍କୃତି ଅନ୍ତର୍ଭୁକ୍ତ। ୧୭୦୦ କୋଟିରୁ ଅଧିକ ବ୍ୟୟରେ ନିର୍ମିତ ହେବାକୁ ଥିବା ପାଞ୍ଚଟି ଜାତୀୟ ରାଜପଥ ନିର୍ମାଣର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୩୭ନମ୍ବର ଜାତୀୟ ରାଜପଥରେ ବାରାକ୍ ନଦୀ ଉପରେ ୭୫କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଇସ୍ପାତ ପୋଲକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ଏହାଫଳରେ ସିଲଚରୁ ଇମ୍ଫାଲ ମଧ୍ୟରେ ଯାତ୍ରୀ ଭିଡରୁ ରକ୍ଷା ମିଳିବ। ଏହାଛଡା ପ୍ରାୟ ଏଗାର ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨ହଜାର ୩୮୭ଟି ମୋବାଇଲ ଟାୱାର ସେ ମଣିପୁରବାସୀଙ୍କୁ ଭେଟି ହୋଇଥିଲା। ପ୍ରଧାନମନ୍ତ୍ରୀ୨୮୦କୋଟି ଟଙ୍କାର ଥୋଉବାଲ ବହୁମୁଖୀ ପ୍ରକଳ୍ପର…
ନୂଆଦିଲ୍ଲୀ: ଦ୍ରୁତ ଗତିରେ ବଦଳୁଥିବା ପ୍ରକୃତି ମଧ୍ୟରେ କରୋନାର ଆଉ ଏକ ବିପଜ୍ଜନକ ଭାରିଆଣ୍ଟ ସାମ୍ନାକୁ ଆସିଛି। ଆଇଏଚୟୁ ନାମକ ଆଉ ଏକ ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଜଣ ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଫ୍ରାନ୍ସରେ ଏହି ନୂତନ ଭାରିଆଣ୍ଟକୁ ଚିହ୍ନଟ କରାଯାଇଛି। ଆଫ୍ରିକୀୟ ଦେଶ କାମେରୁନରୁ ଏହି ଭାରିଆଣ୍ଟ ଆସିଥିବା କୁହାଯାଉଛି। ଏହି ଭାରିଆଣ୍ଟ କେତେ ବିପଦ ଏବଂ ଏହା ବିରୋଧରେ ଟୀକା କେତେ ପ୍ରଭାବୀ ତାହା ଉପରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରି କୋଭିଡ ପ୍ରସ୍ତୁତିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ସରକାରୀ ତଥା ବେସରକାରୀ ସମସ୍ତ କୋଭିଡ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ କରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦ୍ବିତୀୟ ଲହରୀର ସର୍ବୋଚ୍ଚ ସ୍ତରରେ ଯେତିକି ଶଯ୍ୟା ଓ ଆଇସିୟୁର ଆବଶ୍ୟକତା ହୋଇଥିଲା, ଅତି କମ୍ରେ ସେତିକି ପରିମାଣର ଶଯ୍ୟା ଓ ଆଇସିୟୁ ପ୍ରସ୍ତୁତ କରି ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜନସାଧାରଣଙ୍କ ଟୀକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାମ୍ପେନ ମୋଡ୍ରେ କାମ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ୧୫ ରୁ ୧୮ ବର୍ଷ ବର୍ଗର ପିଲାମାନଙ୍କ ଟୀକାକରଣ ଉପରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଭୂତାଣୁ ସଂକ୍ରମଣକୁ କମ୍ କରିବା ପାଇଁ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରିକ୍ଷା ପାଇଁ ଦେୟ ମୁକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ୍ୟବର ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପୃଷ୍ଠପୋଷକତାରେ ଗତ ଡିସେମ୍ବର ୧୬ ତାରିଖରେ ଆରମ୍ଭ ହୋଇଥିଲା। ଦିର୍ଘ ୨୦ ଦିନ ଧରି ଭବାନୀପାଟଣା ଏକ୍ସଟେନସନ ଟ୍ରେନିଂ ସେଣ୍ଟରରେ ଚାଲିଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଜି ଉଦଯାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉତ୍ସାହିତ କରିବା ସହ ସମସ୍ତ ଶିକ୍ଷକଙ୍କୁ ତାଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ସମସ୍ତ ଛାତ୍ର ନିଜ ନିଜର ଅନୁଭୂତି ପରିପ୍ରକାଶ କରି ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନକୁ ପ୍ରଶିକ୍ଷଣ ପାଇଁ ସମସ୍ତ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ୨୦ଦିନ ଧରି ପ୍ରଶିକ୍ଷଣ ପ୍ରଦାନ କରୁଥିବା ଶିକ୍ଷକ ରବି କାନୁନଗୋ, ରବିନ୍ଦ୍ର…
ନୂଆଦିଲ୍ଲୀ: ଖୁବ ଶିଘ୍ର ଦେଶରେ ମୋବାଇଲ ପେମେଣ୍ଟର ଆସୁଛି ଏକ ନୂଆ ନିୟମ। ସେହି ନିୟମ ଅନୁସାରେ ଆପଣଙ୍କର ଇଣ୍ଟରନେଟ ନ ଥିଲେ ମଧ୍ୟ ଆପଣ ଟଙ୍କା ପେମେଣ୍ଟ କରିପାରିବେ। ତେବେ ଏହାର ପରିମାଣ ମାତ୍ର 200 ଟଙ୍କାରେ ସୀମିତ ରଖାଯାଇଛି। ତାହା ପୁଣି ଦୋକାନି ପାଖରେ ପେମେଣ୍ଟ କରିପାରିବେ। ଦୂରରେ ଥିବା କୌଣସି ବ୍ୟକ୍ତିଙ୍କୁ ଏହି ପେମେଣ୍ଟ କରିପାରିବେ ନାହିଁ। ମୁଖ୍ୟତଃ ଡିଜିଟାଲ ପେମେଣ୍ଟର ପ୍ରସାର ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପରୀକ୍ଷା ମୂଳକ ଭାବେ ଏହି ସେବା ଆରମ୍ଭ କରିଛି। ଗତ 2020 ମସିହାରୁ ଏହି ସେବା ନିର୍ଦ୍ଧିଷ୍ଠ କେତେକ ଅଞ୍ଚଳ ତଥା ଗ୍ରାହକଙ୍କୁ ନେଇ ଆରମ୍ଭ କରାଯାଇଛି। ଏଥିରେ ଯେଉଁ ଅସୁବିଧା ବାହାରିଲା ତାହାକୁ ସମାଧାନ କରି ଆରବିଆଇ ଏହା ଲାଗୁ କରିବାକୁ ଯାଉଛି। ମୁଖ୍ୟତଃ ଯେଉଁମାନେ ଦୁର୍ଗମ ଅଞ୍ଚଳରେ ରହନ୍ତି, ସେମାନଙ୍କ ପାଖରେ ଇଣ୍ଟରନେଟର ସୁବିଧା ନ ଥାଏ।…
ଭୁବନେଶ୍ୱର: ଓମିକ୍ରନର ଭୟାବହତାକୁ ଦୃଷ୍ଟିରେ ଆଜି ମାଉସୀମା’ ଛକରେ ମା’ ଗଜଲକ୍ଷ୍ମୀ ପୂଜା କମିଟି ଏବଂ ଟ୍ରଷ୍ଟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶୋଧନ ସହିତ ତୁଣ୍ଡି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ, କାର୍ଯ୍ୟକାରୀ ସଭାପତି ରୋଟାରୀଆନ୍ ପ୍ରସନ୍ନ ଚୈଧୁରୀ, ଅତିରିକ୍ତ ସଂପାଦକ ଶଶୀଭୂଷଣ ଦାସ, ଅନୁଷ୍ଠାନର ସମ୍ପାଦକ ପ୍ରଭାତ ସାହୁ, ଉପ-ସଭାପତି ରୋଟାରିଆନ ଗଦାଧର ଦାସ, କୋଷାଧ୍ୟକ୍ଷ ବ୍ରଜ ନାୟକ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କମିଟି ସଦସ୍ୟ ପ୍ରଣୟ ଜେଠୀ, ଲୋକନାଥ ଓଝା, ଶ୍ରୀକାନ୍ତ ନାୟକ, ଆଲୋକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତେ ସରକାରୀ ନିୟମ ମାନି କାର୍ଯ୍ୟ କରିବାକୁ ଶପଥ ନେଇଥିଲେ।
ନୂଆଦିଲ୍ଲୀ: ବିଟ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏଥିରେ ବିଭିନ୍ନ ପ୍ରକାରର ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ। ଯାହା ଅନେକାଂଶରେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ। ଯଦି ଆପଣ ଏହାକୁ ଖାଆନ୍ତି, ତେବେ ଆପଣ ପ୍ରୋଟିନ୍, ଫାଇବର, ଭିଟାମିନ୍ ସି, ଫୋଲେଟ୍ ଏବଂ ଆଇରନ୍ ପାଇବେ। ଅନ୍ୟ ପଟେ ବିଟରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ଥାଏ। ତେଣୁ ଏହାକୁ ସମସ୍ତଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଯେପରି ପ୍ରତ୍ୟେକ ବ୍ୟକ୍ତି ଅଲଗା, ସେହିଭଳି ତାଙ୍କ ଶରୀର ମଧ୍ୟ ଅଲଗା ଅଟେ। ଏହାର ବ୍ୟବହାର ଶରୀରରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥାଏ। କିନ୍ତୁ ତଥାପି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ ବିଟ୍ ନ ଖାଇବାକୁ ପରାମର୍ଶ ଦିଆଯାଏ। ଆସନ୍ତୁ ଆପଣଙ୍କୁ ଏଠାରେ କହିବା, କେଉଁ ଲୋକମାନେ ବିଟ୍ ଭୋଜନ କରିବା ଉଚିତ୍ ନୁହେଁ। କିଡନୀ ଷ୍ଟୋନ ସମସ୍ୟା- ଦୁଇ ପ୍ରକାରର…
ଭୁବନେଶ୍ୱର : ପୂର୍ବତନ ନୌସେନା ଅଧିକାରୀଭାଇସ୍ ଆଡମିରାଲ୍ ୧୦୨ ବର୍ଷୀୟ ହରିଲାଲ୍ ଶର୍ମାଙ୍କ ଗତ କାଲି ଭୁବନେଶ୍ୱରସ୍ଥିତ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି।୧୯୨୦ ମସିହାରେ ଜନ୍ମିତ ଭାଇସ୍ ଆଡମିରାଲ୍ ସ୍ୱର୍ଗତଃ ହରିଲାଲ୍ ଶର୍ମା ଭାରତ ପାକିସ୍ତାନ ଯୁଦ୍ଧରେ ଫ୍ଲାଗ୍ ଅଫିସର କମାଣ୍ଡିଂ ଇଷ୍ଟର୍ନ ଫ୍ଲାଇଟ୍ ((FOCEF) ଭାବରେ କାର୍ଯ୍ୟ କରିଥିବା ସ୍ୱର୍ଗତଃ ଶର୍ମା ୧ମାର୍ଚ୍ଚ ୧୯୭୭ ରୁ ୨ ଫେବୃଆରୀ ୧୯୭୮ ପର୍ଯ୍ୟନ୍ତ ଇଷ୍ଟର୍ଣ୍ଣ ନୌସେନା କମାଣ୍ଡ୍ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେହିପରି ରାଜ୍ୟ ବିଜେପି ତରଫରୁ ସ୍ୱର୍ଗତଃ ଶର୍ମାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ୍ କୁମାର ଦାସ ପ୍ରମୁଖ ଶେଷ…
ନୂଆଦିଲ୍ଲୀ: ଆଜି ମଣିପୁର ଓ ଅରୁଣାଚଳ ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ସେ 22 ଟି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ଯାହାର ମୁଲ୍ୟ ହେବ ପ୍ରାୟ 4800 କୋଟି ଟଙ୍କା। ତେବେ ମୋଦୀଙ୍କ ଗସ୍ତକୁ ନଜଜରେ ରଖ ମଣିପୁରରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସ୍ବାଗତ ସମ୍ବର୍ଦ୍ଧନା ପୁରା ମଣିପୁର ସଂସ୍କୃତି ଓ ନୃତ୍ୟ ମାଧ୍ୟମରେ କରାଯାଇଥିଲା। ତେବେ ଏ ସବୁ ଦେଖି ପ୍ରଧାନମନ୍ତ୍ରୀ ଖୁସି ହୋଇଯାଇଥିଲେ। ସେଠାରେ ଯନ୍ତ୍ର ସଂଗୀତ ଉପସ୍ଥାପନା କରୁଥିବା କଳାକାରଙ୍କଠାରୁ ବାଦ୍ୟ ଯନ୍ତ୍ର ଆଣି ବଜାଇଥିଲେ। ସମସ୍ତ କଳାକାରଙ୍କ ଏପରି କଳା ନୌପୁଣ୍ୟତାକୁ ସେ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ।
ନୂଆଦିଲ୍ଲୀ: ଶୀତଦିନେ ଅନେକ ପ୍ରକାରର ଆଚାର ତିଆରି କରାଯାଏ। ଅଦା-ରସୁଣ ଏବଂ କଞ୍ଚା ଲଙ୍କା ଆଚାର ଖାଇବା ଅତ୍ୟଧିକ ସ୍ୱାଦିଷ୍ଟ। ଶୀତଦିନେ ଏହି ଆଚାର ଖାଇବା ଶରୀରକୁ ଗରମ କରିଥାଏ ଏବଂ ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ। ରସୁଣ ଅଦାର ଏହି ଆଚାର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଯାଏ। ଛୋଟ ଛୋଟ ରୋଗ ମଧ୍ୟ ଦୂରଇଯାଏ। ରସୁଣ-ଅଦା ଏବଂ କଞ୍ଚା ଲଙ୍କା ଆଚାର ତିଆରି କରିବାର ରେସିପି ଜାଣନ୍ତୁ… ରସୁଣ-ଅଦା ଏବଂ କଞ୍ଚା ଲଙ୍କା ଆଚାର ପାଇଁ ଉପାଦାନ: – କଞ୍ଚା ଲଙ୍କା ୧୦୦ ଗ୍ରାମ – ଚୋପା ଛଡା ରସୁଣ ୧୦୦ ଗ୍ରାମ – ଅଦା ର ଲମ୍ବା ଖଣ୍ଡ ୧୦୦ ଗ୍ରାମ – ପେଶା ସୋରିଷ ୪ ଚାମଚ – ପାନମଧୁରୀ ୧/୨ ଛୋଟ ଚାମଚ – ହଳଦୀ ୧/୨ ଛୋଟ ଚାମଚ – ମେଥି ୧/୨ ଚାମଚ – ଜୁଆଣୀ ମଞ୍ଜି ୧/୨ ଛୋଟ…
ନୂଆଦିଲ୍ଲୀ: ଅଧିକାଂଶ ଲୋକ ମୂଳା ଖାଇବା ଠାରୁ ଦୂରେଇ ରୁହନ୍ତି। କାରଣ ଏହାକୁ ଖାଇବା ପରେ ପେଟରେ ଅଧିକ ଗ୍ୟାସ୍ ସୃଷ୍ଟି ହୁଏ। ଯାହା ଲଜ୍ଜାଜନକ କାରଣ ହୋଇଯାଏ କିମ୍ବା ଆପଣଙ୍କୁ ପେଟ ଯନ୍ତ୍ରଣାକୁ ସାମ୍ନା କରିବାକୁ ପଡିବ। ଯଦି ଆପଣ ମୂଳା ଖାଇବା ପରେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହା ମୂଳା ନୁହେଁ ବରଂ ମୂଳା ଖାଇବାର ଉପାୟ ହିଁ ଦାୟୀ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆୟୁର୍ବେଦିକ ନିୟମ ଗ୍ରହଣ କରି ମୂଳା ଖାଆନ୍ତୁ। ମୂଳା ଖାଇବା ପାଇଁ ଉପଯୁକ୍ତ ସମୟ: ପେଟ ଯନ୍ତ୍ରଣା ଏବଂ ଗ୍ୟାସକୁ ଏଡାଇବା ପାଇଁ ଆପଣ ଖାଲି ପେଟରେ କିମ୍ବା ରାତ୍ରୀ ଭୋଜନରେ ମୂଳା ଖାଇବା ଉଚିତ୍ ନୁହେଁ। ସଠିକ୍ କଥା ହେଉଛି ଆପଣ ଖାଦ୍ୟ ସହିତ ମୂଳା ଖାଇବା ଉଚିତ୍ ନୁହେଁ। ରନ୍ଧା ଖାଦ୍ୟ ସହିତ ସାଲାଡ ଆକାରରେ କଞ୍ଚା ପନିପରିବା ଖାଇବା ଠିକ୍ ନୁହେଁ। ଏହା…
ଭୁବନେଶ୍ଵର: ଆସନ୍ତାକାଲି ଠାରୁ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ଆସନ୍ତାକାଲି ଠାରୁ ୮ ତାରିଖ ପର୍ଯ୍ୟନ୍ତ ୪ ଦିନ ହେବ। ପ୍ରତ୍ୟେକ ଦିନ ୨ ଟି ସିଟିଙ୍ଗରେ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ପରୀକ୍ଷା ପ୍ରଶ୍ନ ପତ୍ର ନୋଡାଲ ସେଣ୍ଟରକୁ ଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ ୩୦୯୩ କେନ୍ଦ୍ରରେ ମୋଟ ୫ ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କିନ୍ତୁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଅନୁମତି ନାହିଁ। କେବଳ ପରୀକ୍ଷା କେନ୍ଦ୍ର ଅଧିକ୍ଷକ ସର୍ତ୍ତମୂଳକ ଭାବେ ମୋବାଇଲ ରଖିପାରିବେ।
ନୂଆଦିଲ୍ଲୀ: ବଢୁଥିବା କରୋନା ଭାଇରସ ସମ୍ପର୍କରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ସହିତ ଏକ ବୈଠକରେ ଦିଲ୍ଲୀ ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ଏକ ବଡ ଘୋଷଣା କରି ସରକାର କହିଛନ୍ତି ଯେ, ଦିଲ୍ଲୀରେ ବସ୍ ଏବଂ ମେଟ୍ରୋ ସମ୍ପୂର୍ଣ୍ଣ କ୍ଷମତା ସହିତ ଚାଲିବ କିନ୍ତୁ ମାସ୍କ ବିନା ଏହା ଭିତରେ ଯାତ୍ରା କରାଯାଇପାରିବ ନାହିଁ। ଏହି ପ୍ରସଙ୍ଗରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀ କରିବାବେଳେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ସହିତ ଅନେକ ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମନୀଷ ସିସୋଡିଆ କହିଛନ୍ତି ଯେ, ରାଜଧାନୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ଦୋକାନ ବଜାର ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।…

