ଭୁବନେଶ୍ବର: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆଜି ସନ୍ଧ୍ୟାରେ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ସହିତ ରାଜଧାନୀ କୋଚ ଚଳାଚଳକୁ ଭିଡିଓ କାନଫରେନସି ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ 18452/18451 ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଚଳାଚଳ କରାଇ ଅଛି | ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ ବୋଲି ରେଳ ମନ୍ତ୍ରୀ କହିଥିଲେ । ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ରେଳ ଷ୍ଟେସନରେ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡା, ରାଉରକେଲା ଏବଂ…
Author: Samikhsya Bureau
ଭୁବନେଶ୍ବର: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅନ୍ତର୍ଗତ ପିଏଫଏମ୍ଏସ ବିଭାଗ ପକ୍ଷରୁ ସାର୍ବଜନୀନ ଅର୍ଥ ପରିଚାଳନା ବ୍ୟବସ୍ଥା (ପିଏଫଏମ୍ଏସ) ଉପରେ ଆଜି ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଭୁବନେଶ୍ୱରର ଜୟଦେବ ଭବନଠାରେ ପିଏଫ ଏମଏସର ସଫଳତା ଓ କାର୍ଯ୍ୟକାରିତା ନେଇ କର୍ମଚାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତର ମହାଲେଖା ନିୟନ୍ତ୍ରକ ଦୀପକ ଦାସ କହିଥିଲେ ଯେ ପ୍ରଶାସନିକ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ପାଇଁ ଭାରତ ସରକାର ପିଏଫଏମ୍ଏସ୍ ପ୍ରବର୍ତ୍ତନ କରିଛନ୍ତି। “ପିଏଫଏମଏସ ଗତ କେତେ ବର୍ଷ ଧରି ସମ୍ପୂର୍ଣ୍ଣ ସରକାରୀ ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିପାରିଛି। ଏହା ସମ୍ପୂର୍ଣ୍ଣ ସେବା ପ୍ରଦାନ ସୁନିଶ୍ଚିତ କରିଛି ।” ବିଭିନ୍ନ ସରକାରୀ ଯୋଜନାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର(ଡିବିଟି) ଏକ ମହାନ୍ ପରିବର୍ତ୍ତନ ଆଣିଛି। ଏହା ଦଲାଲ କାରବାର ରୋକିବା ସହ ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରୁଛି। ଓଡିଶାକୁ ଏଥିପାଇଁ ଅଭିନନ୍ଦନ…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ କୋଭିଡ ନିୟମ ପାଳନ ଓ ପରିଚାଳନା ସମ୍ପର୍କିତ ଏକ ବୈଠକ ଆଜି ଅପରାହ୍ନରେ ଭର୍ଚ୍ୟୁଆଲ ମୋଡ଼ରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ଼ର ତୃତୀୟ ଲହର ଏବଂ ଓମ୍ରିକନ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ନିୟମ ଅନୁପାଳନ କରିବା ଏବଂ ଜନସଚେତନତା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରାଞ୍ଚଳରେ ରାତି ୯ ଘଟିକାରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ ସାନ୍ଧ୍ୟ ଆଇନ ଲାଗୁ ହେବ। ଅତ୍ୟାବଶ୍ୟକ ସେବାକୁ ଛାଡି ଦୋକାନ ବଜାର ସବୁ ଏହି ସମୟରେ ବନ୍ଦ ରହିବ। କରୋନା ସଂକ୍ରମଣ ବଢ଼ୁଥିବାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ, କଲେଜ ଶ୍ରେଣୀଗୃହ ପାଠପଢା ବନ୍ଦ ରହିବ। ସପିଙ୍ଗ ମଲ, ସପିଙ୍ଗ କମ୍ପ୍ଲେକ୍ସ, ହାଟ, ବଜାର ଆଦିରେ ଭିଡ଼, ଗହଳି କମ କରାଯିବ। ହୋଟେଲ, ଢ଼ାବା ଆଦି ଶତକଡା ପଚାଶ ପ୍ରତିଶତ ଗ୍ରାହକରେ ଚାଲିବ। ସାମାଜିକ ପ୍ରଦର୍ଶନୀ, ମେଳା…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆନ୍ତର୍ଜାତିକ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ତଥା ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ (ଏଆଇସିଟିଇ)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର (ଡ.) ଦାମୋଦର ଆଚାର୍ଯ୍ୟଙ୍କୁ ନିକଟରେ ତାଙ୍କ ନିଜର ପୂର୍ବତନ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି, ଖଡଗପୁର ପକ୍ଷରୁ ସମ୍ମାନ ଜନକ ପୁରାତନ ଛାତ୍ର ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା କ୍ଷେତ୍ରରେ ନିଜର ଉଚ୍ଚକୋଟୀର ସଫଳତା ଏବଂ ଅବଦାନ ନିମନ୍ତେ ପ୍ରଫେସର (ଡ.) ଆଚାର୍ଯ୍ୟଙ୍କୁ ଆଇଆଇଟି, ଖଡଗପୁର ପକ୍ଷରୁ ନିକଟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେ ହେଉଛନ୍ତି ଆଇଆଇଟି, ଖଡଗପୁରର ପ୍ରଥମ ପୁରାତନ ଛାତ୍ର ଯିଏ କି ପ୍ରଥମ ଥର ପାଇଁ ଓ ପ୍ରଥମ ଓଡ଼ିଆ ଭାବେ ସେହି ଅନୁଷ୍ଠାନର ସମ୍ମାନ ଜନକ ନିର୍ଦ୍ଦେଶକ ଦାୟିତ୍ୱ ସମ୍ପନ୍ନ କରିଥିଲେ। ତାଙ୍କ କାର୍ଯ୍ୟକାଳ (୨୦୦୭ ରୁ ୨୦୧୨) ମଧ୍ୟରେ ସେ ଅନୁଷ୍ଠାନର ଅନେକ ଉନ୍ନତି ମୂଳକ କାର୍ଯ୍ୟ ହାତକୁ…
ଜୋହାନ୍ସବର୍ଗ: ଜୋହାନ୍ସବର୍ଗର ୱାନଡର୍ସ ଠାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ସାତୋଟି ୱିକେଟ୍ ରେ ଭାରତକୁ ପରାସ୍ତ କରିଛି। ଏହା ସହ ଘରୋଇ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୧ରେ ବରାବର ରହିଛି। ଦକ୍ଷିଣ ଆଫ୍ରିକାର ଏହି ବିଜୟ ସହିତ ଭାରତକୁ ଏଠାରେ ପ୍ରଥମ ଟେଷ୍ଟ ସିରିଜ୍ ଜିତିବା ପାଇଁ ପରବର୍ତ୍ତୀ ଟେଷ୍ଟରେ ଏକ ବିଜୟ ପଞ୍ଜିକରଣ କରିବାକୁ ପଡିବ। ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୪୦ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଯାହାକୁ ସେମାନେ ମାତ୍ର ତିନି ୱିକେଟ୍ ହରାଇ ସହଜରେ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକାର ଏହି ଚମତ୍କାର ବିଜୟର କ୍ୟାପଟେନ ଡିନ ଏଲଗାର ହିରୋ ଥିଲେ। ୧୦ ଟି ଚୌକା ସହାୟତାରେ ୧୮୮ ଟି ବଲରେ ଏଲଗାର ୯୬ ରନର ଅପରାଜିତ ଇନିଂସ ଖେଳିଥିଲେ। ଏଥିସହିତ ଟେମ୍ବା ବାଭୁମା ମଧ୍ୟ ତାଙ୍କ ସହ ୨୩ ରନ୍ରେ ଅପରାଜିତ ଫେରିଥିଲେ।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ଆନ୍ତଃରାଜ୍ୟ ଟ୍ରାନ୍ସମିଶନ ପ୍ରଣାଳୀ ନିମନ୍ତେ ସବୁଜ ଇନ୍ଧନ କରିଡର ପର୍ଯ୍ୟାୟ-୨କୁ ମଞ୍ଜୁର କରାଯାଇଛି। ଏ ଯୋଜନାରେ ପାଖାପାଖି ୧୦,୭୫୦ ସର୍କିଟ୍ କିଲୋମିଟର ଟ୍ରାନ୍ସମିଶନ ଲାଇନ ଏବଂ ୨୭,୫୦୦ ମେଗା .ଭୋଲ୍ଟ-ଆମ୍ପିୟର (ଏମଭିଏ) କ୍ଷମତା ବିଶିଷ୍ଟ ସବଷ୍ଟେସନ ପ୍ରତିଷ୍ଠା କରାଯାଇ ଟ୍ରାନ୍ସଫର୍ମର କ୍ଷମତାରେ ଅତିରିକ୍ତ ବୃଦ୍ଧି କରାଯିବାକୁ ମଞ୍ଜୁରି ମିଳିଛି। ଏହି ଯୋଜନା ଫଳରେ ସାତଟି ରାଜ୍ୟ- ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ତାମିଲନାଡ଼ୁ ଓ ଉତ୍ତର ପ୍ରଦେଶରେ ଗ୍ରୀଡ ଏକୀକରଣ ସମ୍ଭବ ହୋଇପାରିବ। ଏଥିସହିତ ପାଖାପାଖି ୨୦ ଗିଗାୱାଟ ଅକ୍ଷୟ ଶକ୍ତି ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପକୁ ସହାୟତା ମିଳିପାରିବ। ଏହି ଯୋଜନା ପାଇଁ ଆନୁମାନିକ ମୋଟ ୧୨,୦୩୧.୩୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ କେନ୍ଦ୍ରୀୟ ଆର୍ଥିକ ସହାୟତା ବାବଦରେ ପ୍ରକଳ୍ପର ପାଖାପାଖି ୩୩ ପ୍ରତିଶତ ଅର୍ଥାତ୍ ୩୯୭୦.୩୪ କୋଟି…
ଭୁବନେଶ୍ୱର: ଜଣାଶୁଣା ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ରିଟେଲ୍ ପକ୍ଷରୁ ଭାରତର ପ୍ରମୁଖ କ୍ୱିକ୍ କମର୍ସ କଂପାନି ଡଞ୍ଜୋରେ ୨୦ କୋଟି ଡଲାର ନିବେଶ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଏହି ନିବେଶ ଦ୍ୱାରା ରିଟେଲ୍ କ୍ଷେତ୍ରରେ ରିଲାଏନ୍ସ ରିଟେଲ୍ର ସ୍ଥିତି ଆହୁରି ଦୃଢ଼ ହେବ। ଏହି ନିବେଶ ଜରିଆରେ ଡଞ୍ଜୋର ୨୫.୮ ପ୍ରତିଶତ ଅଂଶଧନର ମାଲିକାନା ହାସଲ କରିଛି ରିଲାଏନ୍ସ ରିଟେଲ୍। ଡଞ୍ଜୋକୁ ବିଭିନ୍ନ ସଂସ୍ଥାରୁ ମୋଟ ୨୪ କୋଟି ଡଲାରର ନିବେଶ ରାଶି ମିଳିଛି। ହାସଲ କରିଥିବା ପାଣ୍ଠିକୁ ବ୍ୟବହାର କରି ଡଞ୍ଜୋ ପକ୍ଷରୁ ଛୋଟ ଆକୃତିର ଗୋଦାମଗୁଡ଼ିକୁ ନେଇ ଏକ ନେଟୱର୍କ ବିକଶିତ କରାଯିବ ଯେଉଁଥିରେ ତତ୍କାଳ ଡେଲିଭରି ପାଇଁ ସାମଗ୍ରୀଗୁଡ଼ିକୁ ରଖାଯିବ। ଏହା ସହିତ ବିି୨ବି ନେଟୱର୍କର ସମ୍ପ୍ରସାରଣ କରିବା ଉପରେ ମଧ୍ୟ କଂପାନି ଗୁରୁତ୍ୱ ଦେବ। କଂପାନିର ସେବା ଏହବ ୭ଟି ମେଟ୍ରୋ ସହରରେ ଉପଲବ୍ଧ ହେଉଛି ଯାହା ଖୁବଶୀଘ୍ର ୧୫ଟି ସହରକୁ…
ଭୁବନେଶ୍ବର: ଆଜି ସକାଳ ୧୧ ଘଟିକା ସମୟରେ ଭୁବନେଶ୍ୱର ମଧ୍ୟମ ନିର୍ବାଚନ ମଣ୍ଡଳୀର ଲକ୍ଷ୍ମୀସାଗର ହାଇ ସ୍କୁଲ ପଡିଆରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦତ୍ତ ୧୩ କୋଟି ବ୍ୟୟ ଅଟକଳ ମୂଲ୍ୟରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ ଡୋର ଷ୍ଟାଡିୟମ୍ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମନ୍ତ୍ରୀ କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତୁଷାରକାନ୍ତି ବେହେରା ଏବଂ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହାର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସଂଗ୍ରାମଜିତ୍ ନାୟକ, ନିର୍ଦ୍ଦେଶକ ସହରାଞ୍ଚଳ ତଥା ନିର୍ଦ୍ଦେଶକ ପୌର ପ୍ରଶାସନ, ପୂର୍ବତନ କର୍ପୋରେଟର ରାଜଲକ୍ଷ୍ମୀ ନାୟକ, ଭୁବନେଶ୍ୱର ମଧ୍ୟ ବିଜୁ ଯୁବ ଜନତା ଦଳ ଯୁବ ସଭାପତି ଭରତ ଲେଙ୍କା, ଦୀପକ ପରିଡା, ଶାଶ୍ଵତୀ ଲେଙ୍କା, ଧେଡ଼ ଲେଙ୍କା, ବିଜୟ କେତନ ସାହୁ, କିଶୋର ନାୟକ,ମଧ୍ୟମ ନିର୍ବାଚନ ମଣ୍ଡଳୀର ସମସ୍ତ ପୂର୍ବତନ କର୍ପୋରେଟର, ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ, ଛାତ୍ର…
ଭୁବନେଶ୍ବର: ଜୀବନର ଛୋଟରୁ ଛୋଟ କାମ ବି ନିଏ ବିଶାଳ ରୂପ। ଯଦି ସେଥିରେ ଥାଏ, ହୃଦୟର ସ୍ପର୍ଶ। ଛୋଟରୁ ଛୋଟ ସ୍ଵପ୍ନ ଦିନେ ଛୁଏଁ, ସଫଳତାର ଶିଖର। ଯଦି ତାହା ଦେଖାହୁଏ ହୃଦୟରୁ। ଏକଥା ଅନୁଭବଙ୍କର ନୁହଁ… ତାଙ୍କ ମାଆଙ୍କର। ତେଣୁ ଆଜି ଯାଏଁ ଅନୁଭବ ଯାହା କିଛି କରିଛନ୍ତି ତାଙ୍କ ହୃଦୟରୁ। ଆଉ ଓଡ଼ିଶାର ପ୍ରତିଟି ପ୍ରାନ୍ତରେ ତାଙ୍କ ଭଳି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଦିନରାତି କାମ କରନ୍ତି ହୃଦୟରୁ। ଏଭଳି ବ୍ୟକ୍ତିତ୍ଵଙ୍କୁ ନେଇ ପ୍ରଥମ ଥର ଓଲିଉଡ ସୁପର୍ଷ୍ଟାର୍ ଅନୁଭବ ଆସୁଛନ୍ତି। ଓଡ଼ିଶା ଟେଲିଭିଜନ ଇତିହାସରେ ସବୁଠୁ ବଡ଼ ମନୋରଞ୍ଜନ ଭରା ରିୟାଲିଟି ଶୋ’ ‘ଦାଦାଗିରି’ରେ। ଯେଉଁଠି ଅନୁଭବଙ୍କ ସହିତ ଭାଗନେବେ ଓଡ଼ିଶାର ୩୦ଟି ଜିଲ୍ଲା ଏବଂ ତାଙ୍କ ସହିତ କରିବେ ଦାଦାଗିରି ହୃଦୟରୁ। ଜୀସାର୍ଥକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ଦର୍ଶକମାନଙ୍କୁ ସାଥୀରେ ସବୁବେଳେ ଥାଏ। ଦର୍ଶକମାନଙ୍କ ପାଇଁ ଦର୍ଶକମାନଙ୍କ ସହ ମିଶି ଏହିପରି…
ଭୁବନେଶ୍ବର: ରାଜ୍ୟରେ ଦ୍ରୁତଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତକାଲି ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୮୯୭ ଜଣ ସଂକ୍ରମିତ ହୋଇଛନ୍ତି। ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ସର୍ବାଧିକ ଅଛି। ତେଣୁ ଏହି ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ଵର ମହାନଗର ନିଗମ ତତ୍ପରତା ଦେଖାଇଛି। ଭୁବନେଶ୍ୱର ବିମାନବନ୍ଦର ପାଇଁ ବିଏମସି ନୂଆ ଗାଇଡଲାଇନ୍ ଜାରି କରିଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚୁଥିବା ସମସ୍ତ ଯାତ୍ରୀଙ୍କର କୋଭିଡ ପରୀକ୍ଷା ହେବ। ସମସ୍ତ ବିମାନ ଯାତ୍ରୀଙ୍କ ଆର୍ଟିପିଆର ଟେଷ୍ଟ ବାଧ୍ୟତାମୂଳକ ହୋଇଛି। ବିମାନ ଯାତ୍ରୀ ମାନଙ୍କୁ ଯେଉଁମାନେ ପୂର୍ବରୁ ଟୀକାକରଣ କରିସାରିଛନ୍ତି କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟରେ ଅଛନ୍ତି ସେମାନଙ୍କୁ ମଧ୍ୟ ଏହି କୋଭିଡ୍ ପରୀକ୍ଷା କରିବାକୁ ପଡିବ। ଆସନ୍ତାକାଲି ଠାରୁ ଏହି ନିୟମକୁ ଲାଗୁ କରାଯିବ। ବିଏମ୍ସି ପକ୍ଷରୁ ବିମାନବନ୍ଦରରେ ଯାତ୍ରୀଙ୍କ ଆର୍ଟିପିସିଆର୍ ଟେଷ୍ଟ୍ ପାଇଁ ବ୍ୟବସ୍ଥା କରାଯିବ। କିନ୍ତୁ ଯେଉଁମାନେ ଭାୟା ଭୁବନେଶ୍ବର ଦେଇ ଯିବେ, ସେମାନଙ୍କର…
ନୂଆଦିଲ୍ଲୀ: ଶେଷରେ ମୁଖ୍ୟମନ୍ତ୍ରୀ ନିବାସକୁ ପ୍ରବେଶ କରିଛ କରୋନା ଭାଇରସ। ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ଦେହରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବାରୁ ସେ ନମୂନା ପରୀକ୍ଷା କରାଇଥିଲେ। ପରୀକ୍ଷା ପରେ ତାହା ପଜେଟିଭ ବୋଲି ଜଣାପଡିଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ସାମାନ୍ୟ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଘରେ ବିଶ୍ରାମ କରୁଛନ୍ତି।
ଭୁବନେଶ୍ୱର: ଏକ ବିରଳ ସ୍କଲ୍ ବେସ୍ ରୋଗରେ ପୀଡ଼ିତ ଥିବା ଜଣେ ୩୮ ବର୍ଷୀୟ ଇରାକୀ ନାଗରିକଙ୍କର ସମ୍ ଅଲ୍ଟମେଟ୍ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ହୋଇପାରିଛି। ସମ୍ମମ୍ର ସଫଳ ଚିକିତ୍ସା ଯୋଗୁଁ ରାଜ୍ୟରେ ଚିକିତ୍ସା ପର୍ଯ୍ୟଟନର ସମ୍ଭାବନା ଉନ୍ମୁକ୍ତ ହେବାରେ ଲାଗିଛି। ଜସିମ କରିମ୍ ଫରାନ୍ ଚନାନି କୋଭିଡ-୧୯ରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ତାଙ୍କ କପାଳ ଏବଂ ବାମ ପଟ ଆଖି ଫୁଲିବା ସହ ଦୀର୍ଘ ଏକ ମାସ ଧରି ମୁଣ୍ଡ ବ୍ୟଥା ଲାଗି ରହିଥିଲା। ଇରାକରେ ପରୀକ୍ଷା ନିରୀକ୍ଷା ପରେ ସେ ପଟ୍ସ ପଫି ଟ୍ୟୁମର ସହିତ ଇନ୍ଭେସିଭ୍ ଫଙ୍ଗଲ ଫ୍ରନ୍ଟାଲ୍ ସାଇନୋସାଇଟିସ୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଜସିମ୍ଙ୍କ ପରିବାର ଏହି ରୋଗର ଉପଯୁକ୍ତ ଚିକିତ୍ସା ନିମନ୍ତେ ସନ୍ଧାନ କରିବା ପରେ ଇରାକରେ ଏହାର ଚିକିତ୍ସା ଉପଲବ୍ଧ ନୁହେଁ ବୋଲି ବୁଝିପାରିଥିଲେ। ଏହା ପରେ ସେମାନେ ଭାରତରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍ଟି ଆଣ୍ଡ ସ୍କଲବେସ୍…
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ଚଳିତ ବର୍ଷ ବହୁତ କ୍ରିକେଟ୍ ଖେଳିବାକୁ ପଡିବ। ଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆଇସିସି ଟି-୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି। ଏହା ବ୍ୟତୀତ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ମଧ୍ୟ ଆଇପିଏଲ୍ ୨୦୨୨ ରେ ଅଂଶଗ୍ରହଣ କରିବେ। ଏଥି ସହିତ ଭାରତକୁ ଚଳିତ ବର୍ଷ ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଏବଂ ବାଂଲାଦେଶ ମଧ୍ୟ ଭ୍ରମଣ କରିବାକୁ ପଡିବ। ଏହା ବ୍ୟତୀତ, ୨୦୨୨ ମସିହାରେ ଟିମ୍ ଇଣ୍ଡିଆକୁ ମଧ୍ୟ ଘରେ ଅନେକ କ୍ରିକେଟ୍ ଖେଳିବାକୁ ପଡିବ। ଆସନ୍ତୁ ଜାଣିବା ଟିମ୍ ଇଣ୍ଡିଆକୁ ଚଳିତ ବର୍ଷ ଘରୋଇ ମାଟିରେ କେବେ ଏବଂ କାହା ବିପକ୍ଷରେ ଖେଳିବାକୁ ପଡିବ। ଫେବୃଆରୀରେ ଶ୍ରୀଲଙ୍କା ଦଳ ଭାରତ ଆସିବ: ଟିମ୍ ଇଣ୍ଡିଆ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ଏହା ପରେ ତାଙ୍କୁ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳିବାକୁ ପଡିବ। ତେବେ ଏହି…
ଭୁବନେଶ୍ୱର: ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ (ପୋଖରୀପୁଟ ଶାଖା)ର ନବୀକରଣ କରାଯାଇଥିବା ଏଟିଏମ୍ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ସୋଆ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଥିବା ଏହି ଏଟିଏମ୍ର ନବୀକରଣ କରାଯାଇ ଗ୍ରାହକଙ୍କ ସୁବିଧା ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ନୂତନ ଏଟିଏମ୍ର ଉଦ୍ଘାଟନ ସମୟରେ ସୋଆର ପ୍ରତିଷ୍ଠାତା ସଦସ୍ୟା କୁମାରୀ ଉପାସନା ନାୟକ, ପିଏନ୍ବି ଭୁବନେଶ୍ୱର ସର୍କଲ୍ର ମୁଖ୍ୟ ପରେଶ କୁମାର ଦାସ, ପୋଖରୀପୁଟ ଶାଖାର ମୁଖ୍ୟ ସୌମିତ୍ରୀ ପତି, ପୂର୍ବତନ ବ୍ରାଂଚ ମୁଖ୍ୟ ହିମାଂଶୁ ଶେଖର ମହାପାତ୍ର ଓ ସୋଆର ଚିଫ୍ ଫାଇନାନ୍ସ ଅଫିସର ସରୋଜ କାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପିଏନ୍ବି ଶାଖା ଓ ଏଟିଏମ୍ ପୋଖରୀପୁଟ ସମେତ ଜାଗମରା, ଖଣ୍ଡଗିରି ଧର୍ମବିହାର ଅଂଚଳର ଅନେକ ଗ୍ରାହକଙ୍କର ସେବାରେ ଉପଲବ୍ଧ ଅଟେ।
ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ ଟାରେ ଦୋକାନ ବଜାର ବନ୍ଦ ରହିବ। ଜାନୁୟାରୀ ସାତ ତାରିଖରୁ ରାଜ୍ୟ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ସେହି ଅନୁସାରେ ସହରାଞ୍ଚଳରେ ନାଇଟ କର୍ଫ୍ୟୁର ସମୟ ବଢାଇ ଦିଆଯାଇଛି। ଫଳରେ ପୂର୍ବରୁ ରାତି ୧୦ ଟାରେ ଦୋକାନବଜାର ବନ୍ଦ କରିବାକୁ କୁହାଯାଇଥିଲା। ଏବେ ତାହା ରାତି ୯ ଟାରୁ ତା ପରଦିନ ସକାଳ ୫ ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁରହିବ। ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ନୂଆ କୋଭିଡ ଗାଇଡ ଲାଇନ ଜାରୀ କରାଯାଇଛି। ସେହି ଅନୁସାରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଭିଡକୁ ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ପ୍ରେକ୍ଷାଳୟ, ସିନେମା ହଲ ପ୍ରଭୃତି ସ୍ଥାନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟ କରିବା ପାଇଁ କୁହାଯାଇଛି। ଏହି କଟକଣା ଆସନ୍ତା ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ରହିବ।
ନୂଆଦିଲ୍ଲୀ: କରୋନା ଅବଧି ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ଶରୀରକୁ ଶକ୍ତିଶାଳୀ କରିବା ପାଇଁ ଭିଟାମିନ୍ ଏବଂ ମିନେରାଲରେ ଭରପୂର ଖାଦ୍ୟ ଖାଆନ୍ତୁ। ଆପଣଙ୍କୁ କାଶ ଏବଂ ଥଣ୍ଡା ଠାରୁ ରକ୍ଷା କରିବା ପାଇଁ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ ରଖିବା ଜରୁରୀ। ଏଥିପାଇଁ ପୁଷ୍ଟିକର ସମୃଦ୍ଧ ଫଳ ଏବଂ ପନିପରିବା ଆପଣଙ୍କ ଖାଦ୍ୟର ଏକ ଅଂଶ କରନ୍ତୁ। ଆପଣ ଏପରି ପନିପରିବା ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ୍, ଯାହାଦ୍ୱାରା ଆପଣ ଆବଶ୍ୟକୀୟ ଭିଟାମିନ୍ ଏବଂ ମିନେରାଲ୍ସ ପାଇପାରିବେ। ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ୱତନ୍ତ୍ର ପନିପରିବା କାଙ୍କଡ ବିଷୟରେ କହୁଛୁ, ଯାହା ଆପଣଙ୍କ ଶରୀରକୁ ସମସ୍ତ ଜରୁରୀ ଭିଟାମିନ୍ ଦେଇଥାଏ। ଏହା ଆପଣଙ୍କ ଶରୀରକୁ ଶକ୍ତିଶାଳୀ କରିଥାଏ। କାଙ୍କଡ କେବଳ ଏକ ପନିପରିବା ନୁହେଁ ବରଂ ଔଷଧ ଭଳି କାମ କରେ। ଏଥିରେ ଭିଟାମିନ୍ ବି ୧୨, ଭିଟାମିନ୍ ଡି, କ୍ୟାଲସିୟମ୍, ଜିଙ୍କ୍, କପର ଏବଂ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେସନ୍ସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ପାନୀୟ ଜଳ କାର୍ଯ୍ୟକ୍ରମ ଦ୍ବାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ପାଇପାରିଛନ୍ତି। ଏହାଦ୍ବାରା ସହରର ୧ ଲକ୍ଷ ୪୦ ହଜାର ପରିବାରର ୭ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏଥିପାଇଁ ୭୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରି କହିଲେ ଯେ କଟକ ସହିତ ରାଜ୍ୟର ୬୦ଟି ସହରର ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଦିଆଯାଇଛି। ଖୁବଶୀଘ୍ର ରାଜ୍ୟର ସମସ୍ତ ୧୧୪ଟି ସହରରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ଯୋଗାଇ ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକର ଦୁଇଟି ଜୋନ୍ରେ Drink from Tap କାର୍ଯ୍ୟକ୍ରମର…
ନୂଆଦିଲ୍ଲୀ: କୋଭିଡ-୧୯ ର ଆରମ୍ଭରେ ଘଟିଥିବା ସମସ୍ୟା, ସମାନ ସମସ୍ୟା ବର୍ତ୍ତମାନ ଓମିକ୍ରନ୍ ସମୟରେ ଦେଖାଯାଉଛି। ଯେତେବେଳେ କରୋନା ଆରମ୍ଭ ହେଲା ସାଧାରଣ ଥଣ୍ଡା ଏବଂ କୋଭିଡ୍ -୧୯ ମଧ୍ୟରେ ପାର୍ଥକ୍ୟ କରିବା ସମ୍ଭବ ହେଉନଥିଲା। କିନ୍ତୁ ଯେତେବେଳେ ଏହାର ମାମଲା ବଢିବାରେ ଲାଗିଲା ଏବଂ ପ୍ରଭାବ ସାମ୍ନାକୁ ଆସିବା ପରେ ସାମାନ୍ୟ ଥଣ୍ଡା ଏବଂ କାଶ ମଧ୍ୟ ଲୋକଙ୍କୁ ଭୟଭୀତ କରିବାକୁ ଲାଗିଲା। ବର୍ତ୍ତମାନ ଓମିକ୍ରନ୍ ସହିତ ମଧ୍ୟ ସମାନ ପରିସ୍ଥିତି ଘଟୁଛି। କିନ୍ତୁ ଆପଣ ଏହାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ଆମେ ଆପଣଙ୍କ ପାଇଁ ସେହି ପାର୍ଥକ୍ୟକୁ ଆଲୋଚନା କରିବୁ, ଯାହା ଜାଣିବା ପରେ ଆପଣ ସହଜରେ ଜାଣି ପାରିବ ଯେ, ଆପଣ ଓମିକ୍ରନ୍ ପଜିଟିଭ୍ କି ଥଣ୍ଡାର ଶିକାର ହୋଇଛନ୍ତି। ତଥାପି ସାମାନ୍ୟ ସନ୍ଦେହ ଥିଲେ ମଧ୍ୟ ଆପଣ କରୋନା ପରୀକ୍ଷା କରିଦେବା ଉଚିତ୍। କାରଣ ସଂକ୍ରମଣର ଆରମ୍ଭରେ ନିଆଯାଇଥିବା ଉଦାସୀନତା ଆପଣଙ୍କ ପରିବାରକୁ ଅତିଷ୍ଠ…
ନୂଆଦିଲ୍ଲୀ: ଗତକାଲି ପଂଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳା ପ୍ରସଂଗରେ ବର୍ତ୍ତମାନ ପଂଜୀବ ସରକାର ଅଡୁଆରେ ଅଛନ୍ତି। ଏ ପ୍ରସଂଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। ଏହି ଘଟଣା ନେଇ ରାଷ୍ଟ୍ରପତି ଉଦବେଗ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ରାଷ୍ଟ୍ରପତି ଭବନରେ ପହଁଚିବା ପରେ ସେ ଏହି ସୁରକ୍ଷା ବ୍ୟବସ୍ଥା ନେଇ ରାଷ୍ଟ୍ରପତିଙ୍କ ସହିତ ଦୀର୍ଘ ଆଲୋଚନା କରିଥିଲେ। କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହା ଆଲୋଚନା ହୋଇଥିଲା। ସେହିପରି ଏହି ଘଟଣାକୁ ନେଇ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ପ୍ରଧାମନ୍ତ୍ରୀଙ୍କ ସହିତ ଟେଲିଫୋନରେ ସେ କଥାବାର୍ତ୍ତା କରିଛନ୍ତି। ସେହିପରି ଏହି ଘଟଣା ନେଇ ଆଜି କ୍ୟାବିନେଟ ସୁରକ୍ଷା କମିଟର ଜରୁରୀ ବୈଠକ ମଧ୍ୟ ବସିଥିଲା। ଏଥିରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ସୁରକ୍ଷା ଭଙ୍ଗ ଉପରେ ଆଲୋଚନା କରାଯାଇ କଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ନିଷ୍ପତି…
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ତୃତୀୟ ଲହର ସାରା ଦେଶକୁ କଲବଲ କରୁଥିବା ବେଳେ ଏଥିରୁ ବାଦ ପଡ଼ିନାହିଁ ଓଡ଼ିଶା। ଆଜି ଓଡ଼ିଶାରେ ୧୮୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯେଉଁଥିରେ କେବଳ ଖୋର୍ଦ୍ଧାରୁ ୬୬୯ ଚିହ୍ନଟ ହୋଇଛନ୍ତି। ତେବେ କରୋନାର ତୃତୀୟ ଲହର ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ସୂଚନା ମୁତାବକ ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ପଞ୍ଚାୟତର ନୀଳାଦ୍ରିପ୍ରସାଦ ଆଶ୍ରମ ବିଦ୍ୟାଳୟରେ ଗତ ଦୁଇ ଦିନ ମଧ୍ୟରେ ୧୦ ଜଣ ଛାତ୍ର ଛାତ୍ରୀ ଏବଂ କର୍ମଚାରୀ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ୧୦ ଜଣଙ୍କ ମଧ୍ୟରେ ୫ ଜଣ ଛାତ୍ର, ୪ ଜଣ ଛାତ୍ରୀ ଏବଂ ଜଣେ ବିଦ୍ୟାଳୟ କର୍ମଚାରୀ ପଜିଟିଭ ଥିବା ଜଣାପଡିଛି। ତେବେ ପ୍ରଶାସନିକ ପଦକ୍ଷେପ ସ୍ୱରୂପ ଆଜି ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଉକ୍ତ ବିଦ୍ୟାଳୟକୁ ପହଞ୍ଚି ସ୍ଥିତି ପରଖିବା ସହ ବିଦ୍ୟାଳୟକୁ ସାମୟିକ ଭାବେ ବନ୍ଦ…
ଭୁବନେଶ୍ୱର: କୋଭିଡ ୧୯ର ନୂଅ ଭ୍ୟାରିଏଂଟ ଓମିକ୍ରନ ଏବଂ ତୃତୀୟ ଲହରର ଭୟ ସାରା ବିଶ୍ୱକୁ ଆଚ୍ଛାଦିତ କରି ରଖିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲରୁ ଆସିଛି ଭଲ ଖବର। ଓମିକ୍ରନରେ ଆକ୍ରାନ୍ତ ତିନି ଜଣ ସଂକ୍ରମିତ ହସ୍ପିଟାଲ୍ରୁ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି। ନାଇଜେରିଆରୁ ଫେରିଥିବା ଜଣେ ମହିଳା ଏବଂ ତାଙ୍କର ଦୁଇ ନାବାଳିକା ଓମିକ୍ରନରେ ସଂକ୍ରମିତ ହୋଇଥିବା ବେଳେ ହସ୍ପିଟାଲ୍ରେ ଉତ୍ତମ ଚିକିତ୍ସା ସେବା ଓ ଯତ୍ନ ଯୋଗୁଁ ସୁସ୍ଥ ହୋଇାରିଛନ୍ତି। ନାଇଜେରିଆରୁ ଫେରିବା ପରେ କୋଭିଡ୍ ପରୀକ୍ଷାରେ କରୋନା ସଂକ୍ରମିତ ଜଣାପଡ଼ିବା ପରେ ଗତ ଡ଼ିସେମ୍ବର ୨୧ ତାରିଖ ଦିନ ମା ଏବଂ ଦୁଇ ଝିଅଙ୍କୁ ସମ୍ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତୀ ସମୟରେ ଓମାଇକ୍ରନ ଚିହ୍ନଟ ନିମନ୍ତେ ତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ସ୍ୱାବକୁ ଜେନମ୍ ସିକୁଏନ୍ସିଂ ପାଇଁ ଠାଯାଇଥିଲା। ସେମାନଙ୍କର ଓମାଇକ୍ରନ ରିୋର୍ଟ ମଧ୍ୟ ପଜିଟିଭ୍ ଆସିଥିଲା। ତେବେ ଏହି ତିନି…

