ଭୁବନେଶ୍ୱର: ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟର ଏକ ଜରୁରୀକାଳୀନ ବୈଠକ ଉପଦେଷ୍ଟା ତଥା ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ସାଂସଦ ସୁବାସ ସିଂ କହିଲେ ଯେ, ଉଠାଦୋକାନୀମାନେ ହେଉଛନ୍ତି ସହରର ଏକ ଅଙ୍ଗ। ଆଇନ୍ ଅନୁଯାୟୀ ସେମାନଙ୍କୁ କେହି ଉଚ୍ଛେଦ କରିପାରିବେ ନାହିଁ। ଯଦି ଦରକାର ପଡ଼େ ପ୍ରଥମେ ଦୋକାନୀ ବା ସଂଘ ସହିତ ଆଲୋଚନା କରି ସର୍ଭେ କରାଯାଇ ଥଇଥାନ କରିବା ପରେ ଉଚ୍ଛେଦ କରାଯାଇପାରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ବାବୁ ସଦାସର୍ବଦା ଦୋକାନୀମାନଙ୍କ ସହିତ ଅଛନ୍ତି ଏବଂ ଭବିଷ୍ୟତରେ ରହିବେ ମଧ୍ୟ। ଏବେ ମୁଖ୍ୟମନ୍ତ୍ରୀ କରୋନାର ତୃତୀୟ ସହାୟତା ପ୍ରଦାନ ସହ ନୂତନ ଭେଣ୍ଡିଂଜୋନ ପ୍ରତିଷ୍ଠା ପାଇଁ ୬୦କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହି ଅର୍ଥକୁ ସରକାରୀ କର୍ମଚାରୀମାନେ ଠିକ୍ ଭାବରେ…
Author: Samikhsya Bureau
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟର ସମୁଦାୟ ୩୧ ଲକ୍ଷ ପରିବାରକୁ ୧୪୪୪ କୋଟି ଟଙ୍କାର ସହାୟତା ଦିଆଯାଇଛି। ଏହି ସହାୟତା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି। ସୂଚନାଯୋଗ୍ୟ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ଗୃହ ନିର୍ମାଣ ଯୋଜନାର ହିତାଧିକାରୀମାନଙ୍କୁ ଘର ମରାମତି ପାଇଁ ଆର୍ଥିକ ସହାୟତା ଦିଆଯାଉଛି । ଗତ ଡିସେମ୍ବର ୨୧ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ରେ ଘର ମରାମତି ସହାୟତା ବିଷୟରେ ନିଷ୍ପତ୍ତି କରାଯାଇଥିଲା। ନିଷ୍ପତ୍ତିର ୧୫ ଦିନ ମଧ୍ୟରେ ଆଜି ହିତାଧିକାରୀ ମାନଙ୍କୁ ସହାୟତା ଦିଆଯାଇଛି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଲୋକଙ୍କୁ ଦେଇଥିବା କଥା ଆମେ ରଖିଛୁ। ୨୦୧୪ରେ ରାଜ୍ୟ କ୍ୟାବିନେଟ୍ର ପ୍ରଥମ ବୈଠକରେ ରାଜ୍ୟର…
ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢିବାରେ ଲାଗିଛି। ଧୀରେ ଧୀରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଦେଶରେ ଏବେ ତୃତୀୟ ଲହରୀ ଆରମ୍ଭ ହୋଇଯାଇଥିବା କହୁଥିବା ବେଳେ ଓଡିଶାରେ ମଧ୍ୟ ସ୍ଥିତି ଭୟଙ୍କର ହେବାରେ ଲାଗିଛି। ଶୀତ ଦିନେ ରାଜ୍ୟକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସୁଥିବାରୁ କରୋନା ସଂକ୍ରମଣ ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। ତେଣୁ ରାଜ୍ୟସରକାର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଆଜିଠାରୁ ରାଜ୍ୟର ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଉଛି। ରାତି ୯ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। କିନ୍ତୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀକୁ ବହୁ ପର୍ଯ୍ୟଟକ ଆସୁଥିବାରୁ ସେଠାରେ କରୋନା ସଂକ୍ରମଣ ଭୟ ଦେଖାଯାଉଛି। ସେଥିପାଇଁ ଆସନ୍ତା ୧୦ ତାରିଖ ଠାରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି। ଛତିଶା…
କଟକ: କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ କଟକ ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ଏବଂ ପରୀକ୍ଷେତ୍ରର ବିକାଶ ପାଇଁ ଶିଳାନ୍ୟାଶ କରିଛନ୍ତି। କଟକ ଷ୍ଟେସନ ଦ୍ଵିତୀୟ ପ୍ରବେଶ ଓ ପରୀକ୍ଷେତ୍ରର ବିକାଶ କାର୍ଯ୍ୟ ମଧ୍ୟରେ ଦୁଇ/ ତିନି / ଚାରି ଚକିଆ ଯାନ ପାଇଁ ପାର୍କିଂ, ପିକଅପ୍ ଏବଂ ଡ୍ରପ୍ ପଏଣ୍ଟ, ଆମ୍ବୁଲାନ୍ସ ପାଇଁ ପାର୍କିଂ, ଭିଆଇପି ଯାନ ଇତ୍ୟାଦି ସୁବିଧା ଥିବାବେଳେ ଚୌଡା ଆପ୍ରୋଚ୍ ରୋଡ୍ ଅନ୍ତର୍ଭୁକ୍ତ। କଟକ ରେଳ ଷ୍ଟେସନ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମାନ୍ୟବର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବାବେଳେ ମାନ୍ୟବର ବିଧାୟକ ସୌଭିକ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କଟକ ରେଳ ଷ୍ଟେସନ ଉନ୍ନତି ପାଇଁ ବକ୍ତବ୍ଯରେ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଉପସ୍ଥିତ କଟକର ଜନସାଧାରଣଙ୍କୁ…
ଚାନ୍ଦପୁର: ନୟାଗଡ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଆନ୍ତର୍ଗତ ଚାନ୍ଦପୁର ବାଇପାସରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯେଉଁଥିରେ ଜଣେ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ ଚାନ୍ଦପୁର ଥାନା ଗୌରଚନ୍ଦ୍ରପୁର ଗ୍ରାମର ଅରୁଣ କୁମାର ସାହୁ (୪୦) ଆଜି ଅପରାହ୍ନରେ ଚାନ୍ଦପୁର ବଜାରରୁ ନିଜ ଗ୍ରାମକୁ ଫେରୁଥିଲେ। ତେବେ ଚାନ୍ଦପୁର ବାଇପାସରେ ତାଙ୍କୁ ଭୁବନେଶ୍ୱର ଆଡୁ କ୍ଷିପ୍ର ଗତିରେ ଆନ୍ଧ୍ର ଯାଉଥିବା ଏକ ମାଲ ବୋଝେଇ ଟ୍ରକଟି ଅରୁଣଙ୍କୁ ଧକ୍କା ଦେଇଥିଲା। ଏବଂ ଅରୁଣଙ୍କୁ ଟ୍ରକଟି କିଛି ବାଟ ଘୋଷାରି ନେଇଥିଲା। ଫଳରେ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ହୋଇଯାଇଥିଲା। ହେଲେ ବର୍ତ୍ତମାନ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଅନ୍ୟପକ୍ଷେ ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି।
ସ୍ୱାସ୍ଥ୍ୟ ଟିପ୍ସ: ଆମ ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି ଯାହାକୁ ଆମେ ଦୈନନ୍ଦିନ ବ୍ୟବହାର କରିବାରେ ଅଭ୍ୟସ୍ତ ହୋଇଛୁ। ଯେପରିକି ପ୍ଲାଷ୍ଟିକ ବୋତଲରେ ପାଣି ପିଇବା, ଆଲୁମିନିୟମ ପ୍ୟାନରେ ଖାଦ୍ୟ ରାନ୍ଧିବା ଇତ୍ୟାଦି ସବୁ ଆମ ପାଇଁ ସ୍ୱାଭାବିକ ମନେହୁଏ। କିନ୍ତୁ ଏହି ଅଭ୍ୟାସଗୁଡ଼ିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିପାରେ। ଆପଣ ବୋଧହୁଏ ବୁଝିପାରିବେ ନାହିଁ ଯେ ଦୈନିକ ବ୍ୟବହୃତ ଏହି ଜିନିଷଗୁଡ଼ିକ ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରୁଛି। ଏପରି ପରିସ୍ଥିତିରେ, ଏଠାରେ ଆମେ ଆପଣଙ୍କୁ ସେହି ଜିନିଷଗୁଡ଼ିକ ବିଷୟରେ କହିବୁ ଯାହାକୁ ଆପଣ ବ୍ୟବହାର କରିବା ଠାରୁ ଦୂରେଇ ରଖିବା ଉଚିତ ଏବଂ ଆପଣ ସେହି ଜିନିଷଗୁଡ଼ିକୁ ରୋଷେଇ ଘରରୁ ବାହାର କରିବା ଉଚିତ୍। ଆସନ୍ତୁ ଜାଣିବା… ରୋଷେଇ ଘରରୁ ପ୍ଲାଷ୍ଟିକ୍ ହ୍ରାସ କରନ୍ତୁ: ସର୍ବପ୍ରଥମେ, ଆପଣ ନିଜ ରୋଷେଇ ଘରରୁ ପ୍ଲାଷ୍ଟିକ୍ ଜିନିଷ ହ୍ରାସ କରିବା ଉଚିତ୍। ପ୍ଲାଷ୍ଟିକ୍ ପାଣି ବୋତଲ, ପ୍ଲେଟ୍,…
ନୂଆଦିଲ୍ଲୀ: ଜଣେ ନିଜ ନିତ୍ୟକର୍ମ ପ୍ରତି ଗମ୍ଭୀର ହେବା ଉଚିତ୍। ଯେଉଁମାନେ ଏକ ଶୃଙ୍ଖଳିତ ରୁଟିନ୍ ଅନୁସରଣ କରନ୍ତି, ସେମାନେ ଆସନ୍ତାକାଲି ପାଇଁ କୌଣସି କାର୍ଯ୍ୟକୁ ସ୍ଥଗିତ ରଖନ୍ତି ନାହିଁ। ଏହିପରି ଲୋକମାନେ ପ୍ରତିଦିନ ସେମାନଙ୍କର ଲକ୍ଷ୍ୟ ହାସଲ କରିବାରେ ସଫଳତା ହାସଲ କରନ୍ତି। ସେମାନଙ୍କୁ ମାତା ଲକ୍ଷ୍ମୀଙ୍କର ଅନୁଗ୍ରହ ମଧ୍ୟ ମିଳିଥାଏ। ସକାଳେ ଉଠିବା ପରେ କିଛି ଜିନିଷକୁ ମୁଖ୍ଯତଃ କାର୍ଯ୍ୟକାରୀ କରାଯିବା ଉଚିତ୍। ଏହି ଜିନିଷଗୁଡ଼ିକରେ ପୁରା ଦିନର ସଫଳତାର ରହସ୍ୟ ରହିଥାଏ। ଆପଣ ମଧ୍ୟ ଏହି ଜିନିଷଗୁଡିକ ଅନୁସରଣ କରିବା ଉଚିତ୍- ୧- ସକାଳୁ ଶୀଘ୍ର ଉଠିବା: ଜଣେ ସକାଳୁ ଶୀଘ୍ର ଉଠିବା ଉଚିତ୍। ଦୀର୍ଘ ସମୟ ଶୋଇବା ହେତୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୁଏ। ଯାହା ବ୍ୟକ୍ତିର କାର୍ଯ୍ୟ ଦକ୍ଷତା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ସକାଳୁ ଶୀଘ୍ର ଉଠିଲେ କାମ କରିବା ପାଇଁ ଆଗ୍ରହ ବଢେ। ୨- ସକାଳେ ଯୋଗ କରନ୍ତୁ:…
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଘରୋଇ ଦଳ ୭ ୱିକେଟ୍ ରେ ଜିତିନେଇଛି। ଏହା ସହ ସିରିଜ୍ ୧-୧ ଡ୍ରରେ ରହିଛି। ଯଦି ଭାରତୀୟ ଦଳକୁ ସିରିଜ୍ ଜିତିବାକୁ ପଡିବ, ତେବେ ଶେଷ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବାକୁ ପଡିବ। ଦ୍ୱିତୀୟ ମ୍ୟାଚ୍ରେ ଉଭୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଏବଂ ବୋଲର ସଂପୂର୍ଣ୍ଣ ଫ୍ଲପ୍ ହୋଇଥିଲେ, ଯେଉଁଥିପାଇଁ ଦଳକୁ କଷ୍ଟ ସହିବାକୁ ପଡିଥିଲା। ଦଳର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପୂର୍ବତନ ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୋଲରଙ୍କ ଅଭାବରୁ ଭାରତୀୟ ଦଳ ମ୍ୟାଚ୍ ହାରିଛି ବୋଲି ସେମାନେ କହିଛନ୍ତି। ପୂର୍ବତନ କ୍ରିକେଟର ସଞ୍ଜୟ ମଞ୍ଜରେକର ଦ୍ୱିତୀୟ ମ୍ୟାଚରେ ପରାଜୟ ପାଇଁ ଭାରତୀୟ ବୋଲରଙ୍କୁ ଦାୟୀ କରିଛନ୍ତି। ସେ ବିଶ୍ବାସ କରନ୍ତି ଯେ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କ ବିରୋଧରେ ସିଧା ବୋଲିଂ କରିଥିଲେ, ଯେଉଁଥିପାଇଁ ସେମାନେ ୱିକେଟ୍…
ଭୁବନେଶ୍ବର: କରୋନାର ଦ୍ରୁତ ସଂକ୍ରମଣକୁ ଦେଖି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ବିମାନ ବନ୍ଦରରେ ଆସୁଥିବା ଯାତ୍ରୀଙ୍କୁ କରୋନା ପରୀକ୍ଷା ବାଧ୍ୟତାମୂଳକ କରିଥିବା ବେଳେ ଏଣିକି ରେଲୱେ ଷ୍ଟେସନରେ ମଧ୍ୟ କରୋନା ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଛି। ରେଲୱେ ଷ୍ଟେସନରେ କରୋନା ପରୀକ୍ଷା କରିବା ପାଇଁ ଭୁବନେଶ୍ଵର ମହାନଗର ନିଗମ ନିଷ୍ପତ୍ତି ନେଇଛି। ଭୁବନେଶ୍ଵର ରେଲୱେ ଷ୍ଟେସନକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ କରୋନା ପରୀକ୍ଷା କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ସେଥିପାଇଁ ଭୁବନେଶ୍ଵର ରେଲୱେ ଷ୍ଟେସନରେ ସ୍ଵତନ୍ତ୍ର ଟିମକୁ ନିଯୋଜିତ କରାଯିବ। ପ୍ରାୟ ୧୦ ହଜାର ଆରଟି-ପିସିଆର ଟେଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।
ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ କରୋନା ବୃଦ୍ଧି ପାଉଛି। ଗତକାଲି ରାଜ୍ୟରେ ୧୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨ ହଜାର ୭୦୩ ମାମଲା ରେକର୍ଡ କରାଯାଇଛି। ତେଣୁ ରାଜ୍ୟରେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ତେବେ ଏଭଳି ସମସ୍ୟା ମଧ୍ୟରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ପଜିଟିଭ ଚିହ୍ନଟ ପରେ ସ୍ବାସ୍ଥ୍ୟମନ୍ତ୍ରୀ ଏବେ ପୃଥକବାସରେ ରହୁଛନ୍ତି। କିନ୍ତୁ ଗତ ୩ ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି, ସେମାନେ ନିଜର କୋଭିଡ ଟେଷ୍ଟ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିବେଦନ କରିଛନ୍ତି।
ପାଟନା: ବିହାରରେ ଜାତିଗତ ଜନଗଣନା ପ୍ରସଙ୍ଗ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ମୁଖ୍ୟ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏହି ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଏକ ପ୍ରସ୍ତାବ ଦେଇଛି। ଯଦି ନୀତୀଶ କୁମାର ନିଷ୍ପତ୍ତି ନିଅନ୍ତି, ତେବେ ଆରଜେଡି ତାଙ୍କୁ ଆସୁଥିବା ପ୍ରତ୍ୟେକ ସଙ୍କଟର ମୁକାବିଲା ପାଇଁ ସମର୍ଥନ କରିବ। ବିହାର ଆରଜେଡି ସଭାପତି ଜଗଦାନନ୍ଦ ସିଂ ଗୁରୁବାର ଦିନ ପାଟନାରେ ଏହି ଘୋଷଣା କରି କହିଛନ୍ତି ଯେ, ଜାତିଗତ ଜନଗଣନା ପ୍ରସଙ୍ଗରେ ଯଦି ବିଜେପି ନୀତୀଶ କୁମାରଙ୍କୁ ଛାଡିଦିଏ, ତେବେ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମର୍ଥନ କରିବ। ଜଗଦାନନ୍ଦ ସିଂଙ୍କ ଏହି ଅଫର ପରେ ବିହାରରେ ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଯେତେବେଳେ ଜନତା ଦାର୍ବାରରେ ନୀତୀଶ କୁମାରଙ୍କୁ ପଚରାଯାଇଥିଲା, ସେତେବେଳେ ସେ ଏପରି ଭାବରେ ସ୍ୱୀକାର କରିଛନ୍ତି ଯେ, ବିଜେପି କାରଣରୁ ଏକ ସର୍ବଦଳୀୟ ବୈଠକ ଡାକିବାରେ ବିଳମ୍ବ…
ନୂଆଦିଲ୍ଲୀ: ନିଟ ପିଜି କାଉନସେଲିଂ ଉପରେ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ତୁରନ୍ତ କାଉନସେଲିଂ ଆରମ୍ଭ ହେବା ସହିତ ସୁପ୍ରିମକୋର୍ଟ ୨୭% ଓବିସି ଏବଂ ୧୦% ଅର୍ଥନୈତିକ ଦୁର୍ବଳ ବର୍ଗର ସଂରକ୍ଷଣକୁ ଅନୁମୋଦନ କରିଛନ୍ତି। ୨୭% ଓବିସି ଏବଂ ୧୦% ଅର୍ଥନୈତିକ ଦୁର୍ବଳ ବର୍ଗର ସଂରକ୍ଷଣକୁ ଯଥାର୍ଥ ମାନି କାଉନସେଲିଂ ଦେବା ପାଇଁ କେନ୍ଦ୍ର ଅନୁମତି ମାଗିଥିଲା। ଏଥିସହିତ ନୂତନ ସଂରକ୍ଷଣ ନୀତିକୁ ରୋକ ଲଗାଇବା ପାଇଁ ଆବେଦନକାରୀମାନେ ଦାବି କରିଥିଲେ।
ନୂଆଦିଲ୍ଲୀ: ଦେଶରେ ସାଂଘାତିକ କରୋନାଭାଇରସ୍ ମହାମାରୀର ଗତି ଅନିୟନ୍ତ୍ରିତ ହେବାରେ ଲାଗିଛି। ଏହା ସହିତ, ଓମିକ୍ରନ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଏକ ଲକ୍ଷ 17 ହଜାର 100 ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ସମୟରେ 302 ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ର ଓମିକ୍ରନ୍ ଭାରିଆଣ୍ଟର 3007 ମାମଲା ରିପୋର୍ଟ ହୋଇଛି। ଆଜି ଦେଶର କରୋନା ସ୍ଥିତ ପରିସ୍ଥିତି କ’ଣ ଜାଣନ୍ତୁ… କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା 3 ଲକ୍ଷ 71 ହଜାର 63 କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 4 ଲକ୍ଷ 83 ହଜାର 178 କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି 30 ହଜାର 836…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୮୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨ ହଜାର ୭୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୦୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୭୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୨୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୭ ବାଲେଶ୍ଵର ଜିଲ୍ଲାରୁ- ୭୩ ବରଗଡ ଜିଲ୍ଲାରୁ- ୭୫ ଭଦ୍ରକ ଜିଲ୍ଲାରୁ- ୫ ବଲାଙ୍ଗୀରି ଜିଲ୍ଲାରୁ- ୫୪ ବୌଦ୍ଧ ଜିଲ୍ଲାରୁ- ୭ କଟକ ଜିଲ୍ଲାରୁ – ୧୯୧ ଦେବଗଡ ଜିଲ୍ଲାରୁ- ୩୭ ଢେଙ୍କାନାଳ ଜିଲ୍ଲାରୁ- ୩ ଗଜପତି ଜିଲ୍ଲାରୁ- ୯ ଗଞ୍ଜାମ ଜିଲ୍ଲାରୁ- ୨୭ ଜଗତସିଂହପୁର ଜିଲ୍ଲାରୁ- ୧୩ ଯାଜପୁର ଜିଲ୍ଲାରୁ- ୭୮ ଝାରସୁଗୁଡା ଜିଲ୍ଲାରୁ- ୧୦୬ କଳାହାଣ୍ଡି ଜିଲ୍ଲାରୁ- ୧୩ କନ୍ଧମାଳ ଜିଲ୍ଲାରୁ- ୩ କେନ୍ଦ୍ରାପଡା ଜିଲ୍ଲାରୁ- ୬ କେନ୍ଦୁଝର ଜିଲ୍ଲାରୁ-…
ଭୁବନେଶ୍ୱର: ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ୨୩ତମ ଗୁରୁ ପ୍ରଣାମ ମହୋତ୍ସବ ଗତକାଲି ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠାନର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍ଘାଟନ କରି କହିଲେ ଯେ, ଗୁରୁ ପରମ୍ପରା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ନୂତନ ଯୁବପିଢୀଙ୍କୁ ଭାରତୀୟ ସଂସ୍କୃତିରେ ଅନୁପ୍ରାଣିତ କରିବା ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବାନନ୍ଦ ସନ୍ଥ ପରମ୍ପରାରର ସନ୍ଥ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ କହିଲେ ଯେ, ଆମ ସଂସ୍କୃତିରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସ୍ଥାନ ଦିଆଯାଇଛି। କିନ୍ତୁ ଆମେ ଆଜି ପାଶ୍ଚାତ୍ୟ ସଭ୍ୟତା ପଛରେ ଗୋଡ଼ାଉଛୁ। ଯାହା ଆମ ସମାଜ ପାଇଁ କ୍ଷତିକାରକ। ପରିବାରରେ ସଂସ୍କାର ହେଲେ ସମାଜର…
ଭୁବନେଶ୍ବର: ନୂଆ ବର୍ଷରେ ଓଡିଶାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଉପହାର ଦେବାକୁ ଯାଉଛନ୍ତି। ଆଜି ସେ ଲୋକଙ୍କୁ ଘର ମରାମତି ପାଇଁ ପ୍ରତ୍ୟେକଙ୍କୁ 3 ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବେ। ଏଥିରେ ଯେଉଁମାନେ ପକ୍କାଘର ପାଇଥିବେ ଏବଂ ଯେଉଁମାନେ ପକ୍କାଘର ପାଇ ନ ଥିବେ ସେମାନେ ମଧ୍ୟ ଏହି ଟଙ୍କା ପାଇପାରିବେ। ଆଜି ହିତାଧିକାରୀଙ୍କ ଆକାଉଣ୍ଟରେ ଏହି ସହାୟତା ରାଶି ସିଧାସଳଖ ଜମା ହେବ। ଯେଉଁଥିରେ ୩୦ ଲକ୍ଷ ପରିବାର ଉପକୃତ ହେବେ। ଏଥିପାଇଁ ୧୪ ଶହ ୪୪ କୋଟି ଟଙ୍କା ଖର୍ଚ୍ଚ ହେବ। ବିଜୁ ପକ୍କାଘର ଯୋଜନାରୁ ଏହି ଟଙ୍କା ଖର୍ଚ୍ଚ କରାଯିବ ବୋଲି ନିଷ୍ପତି ହୋଇଛି। ଏ ନେଇ ଗତ ଡିସେମ୍ବର ମାସରେ ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତି କରାଯାଇଛି। ସେହି ଅନୁସାରେ ବିଜୁ ପକ୍କାଘର ଯୋଜନା ଅନ୍ତର୍ଗତ ଘର ମରାମତି ପାଇଁ ରାଜ୍ୟ ସରକାର ଏହି ସହାୟତା ଦେବେ। ବିଜୁ ପକ୍କାଘର,…
ନୂଆଦିଲ୍ଲୀ: ଭାରତ ନିର୍ବାଚନ କମିଶନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଲଢିବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି। ତାହା ହେଲା, ଏଣିକି ସେମାନେ ନିର୍ବାଚନ ପ୍ରଚାର ଖର୍ଚ୍ଚକୁ ବୃଦ୍ଧି କରିପାରିବେ। ପୂର୍ବରୁ ଯେତିକି ଖର୍ଚ୍ଚ କରୁଥିଲେ ନିର୍ବାଚନ କମିଶନ ସେଥିରେ ପ୍ରାୟ 20 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ନୂଆ ନିୟମ ଅନୁସାରେ ଏଣିକି ବିଧାୟକ ପ୍ରାର୍ଥୀମାନେ ପ୍ରଚାର ପାଇଁ 40 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହି ପରିମାଣ 28 ଲକ୍ଷ ଥିଲା। ସେହିପରି ସାଂସଦ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ପାଇଁ 95 ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହି ପରିମାଣ 54 ଲକ୍ଷ ଟଙ୍କା ଥିଲା। ବର୍ତ୍ତମାନ ପରିସ୍ଥିତିକୁ ଦେଖି ନିର୍ବାଚନ କମିଶନର ଏପରି ନିଷ୍ପତି ନେଇଛନ୍ତି। ଏହି ଖର୍ଚ୍ଚ ମୂଲ୍ୟ ନିର୍ଦ୍ଧାରଣ ପାଇଁ କମିଶନର ଏକ କମିଟ ଗଠନ କରିଥିଲେ। ଏହି କମିଟ ବିଭିନ୍ନ ବର୍ଗର ଲୋକ ତଥା…
ଚାଣକ୍ୟ ନୀତି: ସମସ୍ତଙ୍କୁ ଟଙ୍କା ଆବଶ୍ୟକ ହୁଏ। ବାସ୍ତୁ ଯୁଗରେ ଅର୍ଥ ଏକ ପ୍ରମୁଖ ଉତ୍ସ ଭାବରେ ବିବେଚନା କରାଯାଏ। ଯେତେବେଳେ ଅର୍ଥର ଅଭାବ ଥାଏ, ଜୀବନ ଅସୁବିଧାରେ ପରିପୂର୍ଣ୍ଣ ହୁଏ। ଏହା ସହିତ ଅର୍ଥର ଅଭାବ ହେତୁ ଅନେକ ସମସ୍ୟା ଘେରି ରହିଥାଏ। ଯଦି ଆପଣ ଆୟ କମ ଏବଂ ଖର୍ଚ୍ଚ ଅଧିକ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି, ତେବେ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଜିନିଷଗୁଡ଼ିକ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହୋଇପାରେ। ଆଚାର୍ଯ୍ୟ ଚାଣକ୍ୟଙ୍କ ସବୁବେଳେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍ ଯାହାଦ୍ୱାରା ଜୀବନରେ ଅର୍ଥର ଅଭାବ ରହିବ ନାହିଁ। ଟଙ୍କା ସଞ୍ଚୟ: ଜଣେ ବ୍ୟକ୍ତି ବୁଝିସୁଝି ଟଙ୍କା ଖର୍ଚ୍ଚ କରିବା ଉଚିତ୍। ଯେଉଁମାନେ ଏହାର ଯତ୍ନ ନିଅନ୍ତି ନାହିଁ, ସେମାନେ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଛୋଟ ପଦକ୍ଷେପ ଅର୍ଥ ସଞ୍ଚୟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୁଏ। କେବଳ ଛୋଟ ପଦକ୍ଷେପ…
ଭୁବନେଶ୍ବର: ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଟକ ରେଳ ଷ୍ଟେସନ ଠାରେ ଦ୍ୱିତୀୟ ପ୍ରବେଶ ପଥର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହିତ କଟକ ଷ୍ଟେସନ ନିରୀକ୍ଷଣ କରିବେ ଏବଂ ଯାତ୍ରୀ ସୁବିଧା ସମ୍ବନ୍ଧରେ ସମୀକ୍ଷା କରିବେ । ରେଳମନ୍ତ୍ରୀ ମଧ୍ୟାହ୍ନ ସମୟରେ ବାଲେଶ୍ୱର ରେଳ ଷ୍ଟେସନ ଠାରେ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଯାତ୍ରୀବାହୀ ଟ୍ରେନ କୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଅପରାହ୍ନରେ ନୀଳଗିରି, ବସ୍ତା ଏବଂ ଜଳେଶ୍ୱର ରେଳ ଷ୍ଟେସନ ଠାରେ ବିଭିନ୍ନ ପ୍ରକଳ୍ପ ଓ ଯାତ୍ରୀ ପରିଷେବାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ବର: ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ ଟାରେ ଦୋକାନ ବଜାର ବନ୍ଦ ରହିବ। ବର୍ତ୍ତମାନର କରୋନା ସଂକ୍ରାମଣକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ନାଇଟ କର୍ଫ୍ୟୁର ସମୟ ବଢାଇ ଦିଆଯାଇଛି। ପୂର୍ବରୁ ରାତି ୧୦ ଟାରେ ଦୋକାନବଜାର ବନ୍ଦ କରିବାକୁ କୁହାଯାଇଥିଲା। ଏବେ ତାହା ରାତି ୯ ଟାରୁ ତା ପରଦିନ ସକାଳ ୫ ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁରହିବ। ରାଜ୍ୟ ସରକାର ଜାରୀ କରିଥିବା ନୂଆ କରୋନା କଟକଣା ଅନୁସାରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଭିଡକୁ ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ପ୍ରେକ୍ଷାଳୟ, ସିନେମା ହଲ ପ୍ରଭୃତିରେ ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟ କରିବା ପାଇଁ କୁହାଯାଇଛି। ଏହି କଟକଣା ଆସନ୍ତା ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ମେଷ:– ଆଜି ଟଙ୍କା ମିଳିବାର ସମ୍ଭାବନା ରହିଛି। ହଠାତ୍ କିଛି ଭଲ ଖବର ପାଇବେ। ଶତ୍ରୁ ଏବଂ ବିରୋଧୀମାନେ ଆପଣଙ୍କଠାରୁ ପଳାୟନ କରିବେ। ଘରର ପରିବେଶରେ ଯତ୍ନ ନିଅନ୍ତୁ। ପୁରୁଣା ସମସ୍ୟା ସମାପ୍ତ ହେବ। ଚାକିରିରେ ଥିବା ଅଧିକାରୀଙ୍କ ସହ ସହଯୋଗ ଏବଂ କାର୍ଯ୍ୟ କରିବାକୁ ଉତ୍ସାହ ରହିବ। ବୃଷ:– ଆଜି ଭ୍ରମଣରୁ ଦୂରେଇ ରୁହନ୍ତୁ। କାହା ସହିତ ଅନାବଶ୍ୟକ ବିତର୍କରେ ପ୍ରବେଶ କରନ୍ତୁ ନାହିଁ। କୌଣସି ସ୍ଥାନରେ ବିତର୍କ ପରିସ୍ଥିତି ହେତୁ ଦିନସାରା ଦ୍ୱନ୍ଦ୍ୱ ସୃଷ୍ଟି ହେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ହେବ। ଧାର୍ମିକ କାର୍ଯ୍ୟକଳାପ କିମ୍ବା ଯାତ୍ରା ପଛରେ ଟଙ୍କା ଖର୍ଚ୍ଚ ହୋଇପାରେ। ମିଥୁନ:– ଆଜି ଶତ୍ରୁମାନଙ୍କ ଉପରେ ଆପଣଙ୍କର ବିଜୟ ନିଶ୍ଚିତ। ଆପଣ କୋର୍ଟ ମାମଲାରେ ସଫଳତା ପାଇବେ। ଆର୍ଥିକ ଲାଭ କରାଯାଉଛି। ଯାନ ଗ୍ରହଣ କରାଯିବ। ଦିନଟି ଛାତ୍ରମାନଙ୍କ ପାଇଁ ଅନୁକୂଳ ହେବ। ଆପଣ ବିବାହିତ ଜୀବନରେ ସର୍ବୋତ୍ତମ ସୁଖ ପାଇବାକୁ ସକ୍ଷମ ହେବେ।…

