କନ୍ଦର୍ପ ବେହେରା ରେଢାଖୋଲ: ପ୍ରେମ ଚିରନ୍ତନ ଓ ଶାଶ୍ୱତ। ପ୍ରେମ ବିନା ମଣିଷ ବଂଚି ପାରେନା। ଆଜିକାଲି ମୋବାଇଲ ଦୁନିଆରେ ଇଣ୍ଟରନେଟ ଯୋଗେ ଯୁବକ ଯୁବତୀ ପ୍ରେମ କରୁଥିବା ବହୁତ ନଜିର ଅଛି। ପରସ୍ପରକୁ ଭଲଭାବେ ଚିହ୍ନିବା ପୂର୍ବରୁ ଯୁବକ ଯୁବତୀଙ୍କ ପ୍ରେମ ସାପରକା ଗଢିଉଠିଥାଏ। ଏଭଳି ପ୍ରେମ ଫେସବୁକରେ ଅନେକ ଘଟଣା ସାମ୍ନାକୁ ଆସୁଛି। କେତେକ କ୍ଷେତ୍ରରେ ଏହା ସଫଳ ହେଉଛି ତ ଅଧିକାଂଶ ସମୟରେ ଧୋକ୍କା ମଧ୍ୟ ଖାଇବାକୁ ପଡୁଛି। ଏଭଳି ଏକ ଘଟଣା ସମ୍ବଲୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅଂଚଳରେ ଘଟିଛି। ପ୍ରଥମେ ଫେସ୍ ବୁକ୍ ରୁ ଚିହ୍ନା ପରିଚୟ। ପରେ ବିବାହ ଆଉ ପ୍ରତାରଣା। ଶେଷରେ ଥାନାରେ ଅଭିଯୋଗ। ଯୁବକର ଦାରିଦ୍ରତା ହିଁ ପ୍ରେମ ସଂର୍କକୁ ଭାଙ୍ଗି ଚୁର୍ ମାର୍ କରିଦେଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଅଂଚଳର ଜନୈକା ଯୁବତୀ ବୟସ ପାଖ।।ଖି (୨୫) କଟକ ଜିଲ୍ଲା ମଙ୍ଗଳାବାଗ ଥାନା ରାଣିହାଟ…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ତଥା ଲାଭଜନକ ସଂସ୍ଥା ଓଡିଶା ଖଣି ନିଗମରେ ବିଭିନ୍ନ ପଦବୀ ପାଇଁ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହେବ। ଏହି ନିଗମରେ ଫୋର ମ୍ୟାନ, ସର୍ଭେୟର ଏବଂ ମାଇନିଂମେଟ ପଦବୀ ଖାଲି ରହିଛି। ଏଥିରେ ମୋଟ 74ଟି ପଦବୀ ଖାଲି ରହିଛି। ଏଥିପାଇଁ ପ୍ରାର୍ଥୀମାନେ ନିର୍ଦ୍ଧାରିତ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ରହିଛି। ସେହିପରି ବୟସ ସୀମା 18ରୁ 32 ବର୍ଷ ହୋଇଥିବା ଆବଶ୍ୟକ। ଏହି ପଦବୀ ମଧ୍ୟରୁ ଫୋରମ୍ୟାନ ପାଇଁ 10ଟି, ସର୍ଭେୟର ପାଇଁ 14ଟି ଏବଂ ମାଇନିଂମେଟ ପାଇଁ 50ଟି ପଦବୀ ଖାଲିରହିଛି। ଏହିସବୁ ପଦବୀ ପାଇଁ ସିଧା ପରୀକ୍ଷା କରାଯିବ। ବିସ୍ତୁତ ବିବରଣୀ ପାଇଁ www.omcltd.in ରେ ଲଗଇନ କରିପାରିବେ। କିମ୍ବା ସିଧା https://omcltd.in/Recruitment କୁ ମଧ୍ୟ କ୍ଲିକ କରି ସମସ୍ତ ତଥ୍ୟ ଜାଣିପାରିବେ। ଏହି ପରୀକ୍ଷା ପାଇଁ ନିଗମ ତରଫରୁ ତାରିଖ ଏବଂ ସ୍ଥାନ ଧାର୍ଯ୍ୟ କରାଯାଇଛି। ସେହି ଅନୁସାରେ କେଉଁଝରର ବରବିଲରେ ଥିବା କମ୍ୟୁନିଟ…
ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଜୋହାନ୍ସବର୍ଗର ୱାନଡର୍ସ ୱିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ଭାରତ ୨୪୦ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ଟାର୍ଗେଟ୍ ବହୁତ ଛୋଟ ଦେଖାଯାଏ, କିନ୍ତୁ ଏହା ୱାନଡର୍ସ ୱିକେଟ୍ ଉପରେ ଏକ ପର୍ବତ ପରି। ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଦଳ ଏହି ୱିକେଟ୍ ଉପରେ ୨୨୦ ରୁ ଅଧିକ ରନ୍ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇ ନାହିଁ। ଏଠାରେ ଦକ୍ଷିଣ ଆଫ୍ରିକା ମେ ୨୦୦୬ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୨୦ ରନ୍ ଲକ୍ଷ୍ୟ ହାସଲ କରିଥିଲା। ଦକ୍ଷିଣ ଆଫ୍ରିକା ଏହି ଟେଷ୍ଟରେ ୪ ୱିକେଟ୍ ଜିତିଥିଲା। ଏହି ୱିକେଟ୍ ଉପରେ ଦକ୍ଷିଣ ଆଫ୍ରିକାର ସବୁଠାରୁ ବଡ ସଫଳତା ହାସଲ କରିଛି। – ନଭେମ୍ବର ୨୦୧୧ ରେ ଏଠାରେ 8 ୱିକେଟ୍ ହରାଇବା ପାଇଁ ଅଷ୍ଟ୍ରେଲିଆ ୩୧୦…
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଗତି ଅନିୟନ୍ତ୍ରିତ ହେବାରେ ଲାଗିଛି। ଏହା ସହିତ, ଓମିକ୍ରନ୍, କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନାରେ 90 ହଜାର 928 ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ସମୟରେ 325 ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନାର ଓମିକ୍ରନ୍ ର 2630 ମାମଲା ରିପୋର୍ଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଦୁଇ ଲକ୍ଷ 85 ହଜାର 401 କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 4 ଲକ୍ଷ 82 ହଜାର 876 କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି 19 ହଜାର 206 ଜଣ ଲୋକ ଆରୋଗ୍ୟ ଲାଭ କରିଥିଲେ, ଯାହା…
ଖୋର୍ଦ୍ଧା/ଭୁବନେଶ୍ଵର: ଖୋର୍ଦ୍ଧା ଜିଲ୍ଲାର ଲଘୁ ଖଣିଜର ସୁରକ୍ଷା ସମ୍ପର୍କରେ ଗତ ଡିସେମ୍ବର ମାସ ୨୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ରାଜସ୍ୱ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁ ସଭାରେ କି ଜିଲ୍ଲାର ଲଘୁ ଖଣିଜର ସୁରକ୍ଷା ଉପରେ ବିଶଦ ଆଲୋଚନା କରାଯାଇ ଏହାର ସୁରକ୍ଷା ଦିଗରେ ନିରାକରଣ ସ୍ୱରୂପ ବିଭିନ୍ନ ପ୍ରସ୍ତାବମାନ ଗୃହୀତ ହୋଇଥିଲା। ପ୍ରସ୍ତାବ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାର କୌଣସି ସ୍ଥାନରେ ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ପ୍ରଶାସନର ଦୃଷ୍ଟିକୁ ଆସିଲେ ସରକାରଙ୍କ ଦ୍ଵାରା ପ୍ରଣୀତ ଆଇନ ଅନୁସାରେ ଚୋରା ଚାଲାଣରେ ଜଡିତ ଥିବା ଯାନ,ବାହନ ଉପରେ ତହସିଲଦାର ଟାଙ୍ଗୀ ଓ ତହସିଲଦାର, ଖୋର୍ଦ୍ଧାଙ୍କ ନେତୃତ୍ଵରେ ଗଠିତ ହୋଇଥିବା ସ୍ଵତନ୍ତ୍ର ଦୁଇ ଗୋଟି ଟିମ ଦ୍ଵାରା ଚଢାଉ କରାଯାଇ ଉକ୍ତ ଯାନ, ବାହନ ଜବତ କରାଯିବା ସଙ୍ଗେ ସଙ୍ଗେ ଜବତ ହୋଇଥିବା ଯାନ, ବାହନର ମାଲିକଙ୍କ…
ଭୁବନେଶ୍ବର: ଆଜି ରାଜ୍ୟରେ ୧୮୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୫୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୦୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୯୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୩ ବାଲେଶ୍ଵର ଜିଲ୍ଲାରୁ- ୧୦୦ ବରଗଡ ଜିଲ୍ଲାରୁ- ୧୬ ଭଦ୍ରକ ଜିଲ୍ଲାରୁ- ୭ ବଲାଙ୍ଗୀରି ଜିଲ୍ଲାରୁ- ୬ ବୌଦ୍ଧ ଜିଲ୍ଲାରୁ- ୩ କଟକ ଜିଲ୍ଲାରୁ – ୧୪୮ ଦେବଗଡ ଜିଲ୍ଲାରୁ- ୧୬ ଢେଙ୍କାନାଳ ଜିଲ୍ଲାରୁ- ୪ ଗଜପତି ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୩୪ ଜଗତସିଂହପୁର ଜିଲ୍ଲାରୁ- ୧୯ ଯାଜପୁର ଜିଲ୍ଲାରୁ- ୧୩ ଝାରସୁଗୁଡା ଜିଲ୍ଲାରୁ- ୬୬ କଳାହାଣ୍ଡି ଜିଲ୍ଲାରୁ- ୧୪ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦ୍ରାପଡା ଜିଲ୍ଲାରୁ- ୨ କେନ୍ଦୁଝର ଜିଲ୍ଲାରୁ- ୩୧ ଖୋର୍ଦ୍ଧା ଜିଲ୍ଲାରୁ- ୬୬୯ କୋରାପୁଟ ଜିଲ୍ଲାରୁ- ୧୫ ମାଲକାନଗିରି ଜିଲ୍ଲାରୁ-…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଯାତ୍ରୀ ବାହି ଅଟୋ ଲେଉଟି ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ଖବର ମୁତାବକ ଆଜି ମଧ୍ୟାହ୍ନରେ ବାଣପୁର ଥାନା ଅନ୍ତର୍ଗତ ଆୟତପୁର ଅଞ୍ଚଳରୁ ପାଞ୍ଚ ଜଣ ଯାତ୍ରୀଙ୍କୁ ନେଇ ଏକ ଯାତ୍ରୀ ବାହି ଅଟୋ ବାଲୁଗାଁ ଅଭିମୁଖେ ଯାଉଥିଲା। ତେବେ ମେଘାମ୍ବରୀ ମନ୍ଦିର ପଛ ଭାଗ କେନାଲ ରୋଡ଼ରେ କୌଣସି କାରଣ ବଶତଃ ଅଟୋଟି ଲେଉଟିପଡିଥିଲା। ଫଳରେ ଡ୍ରାଇଭର ସମେତ ଅଟୋରେ ଥିବା ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତନ୍ମଧରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଅଛି ଏବଂ ଜଣେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଛନ୍ତି। ଗୁରୁତର ଆହତ ଦ୍ୱୟ ହେଲେ ବେଲେଡିହ ଗ୍ରାମର ସୁକାନ୍ତି ନାୟକ ଏବଂ ବୁଟୁ ପ୍ରଧାନ। ବୁଟୁ ପ୍ରଧାନଙ୍କ ମୁଣ୍ଡ ଏବଂ ନାକରୁ ରକ୍ତସ୍ରାବ ଜାରି ରହିଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଦେଇଛନ୍ତି।
ଚାଣକ୍ୟ ନୀତି: ଯେଉଁ ପିତାମାତାଙ୍କ ସନ୍ତାନ ଯୋଗ୍ୟ, ସେମାନଙ୍କ ପାଇଁ ଏହି ପୃଥିବୀ ସେମାନଙ୍କ ପାଇଁ ସ୍ୱର୍ଗ ହୋଇଯାଏ। ପିଲାକୁ ଯୋଗ୍ୟ କରିବା ପାଇଁ ପିତାମାତାଙ୍କୁ ମଧ୍ୟ କଠିନ ପରିଶ୍ରମ କରିବାକୁ ପଡିବ। ଯେତେବେଳେ ସମୟ ଆସେ, ପିତାମାତାଙ୍କୁ ବଳିଦାନ ଦେବାକୁ ପଡିବ। ଜଣେ କୃଷକ ଯେପରି ତାଙ୍କ କୃଷିର ଯତ୍ନ ନିଅନ୍ତି ଏବଂ ଫସଲକୁ ଶୀତ, ଉତ୍ତାପ ଏବଂ ବର୍ଷା ଠାରୁ ରକ୍ଷା କରନ୍ତି, ସେହିପରି ଶିଶୁର ଦାୟିତ୍ଵ ନେବାକୁ ପଡିବ। ଯଦି ପିଲାଟି ଯୋଗ୍ୟ ହେବାକୁ ଯାଉଛି, ତେବେ ପିତାମାତା ଗମ୍ଭୀର ହେବା ଉଚିତ୍। ଯେଉଁ ପିତାମାତା ଶିଶୁର ଶିକ୍ଷା, ରୀତିନୀତି ଏବଂ ଭବିଷ୍ୟତ ବିଷୟରେ ଗମ୍ଭୀର ଏବଂ ସଚେତନ ନୁହଁନ୍ତି, ସେମାନଙ୍କୁ ଯନ୍ତ୍ରଣା ଭୋଗିବାକୁ ପଡିବ। ତେଣୁ, ଯଦି ଆପଣ ପିଲାମାନଙ୍କୁ ଯୋଗ୍ୟ କରିବାକୁ ଚାହୁଁଛନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଜିନିଷଗୁଡିକୁ ଅନୁସରଣ କରନ୍ତୁ। ସଂସ୍କାର: ପିଲାମାନଙ୍କୁ ସଂସ୍କାର ଦିଆଯିବା ଉଚିତ୍।…
ମେଷ ରାଶି: ଏହି ବ୍ୟକ୍ତିମାନେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିପାରିବେ। ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବେ। ହଠାତ୍ ଟେଲି ଯୋଗାଯୋଗ ମାଧ୍ୟମରେ କିଛି ଭଲ ଖବର ପାଇବାର ସମ୍ଭାବନା ଅଛି। ଆୟ ରହିବ। ଶତ୍ରୁମାନେ ସକ୍ରିୟ ରହିବେ, ତେଣୁ ସତର୍କ ରୁହନ୍ତୁ। ଆଜି କୈଣସି ପ୍ରକାରର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ। ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି। ବୃଷ ରାଶି- ଏହି ରାଶି ଥିବା ଲୋକମାନେ ଭାଗ୍ୟ ଦ୍ୱାରା କରାଯାଇଥିବା ପ୍ରୟାସର ଉପଯୁକ୍ତ ଫଳାଫଳ ପାଇବେ। ଆପଣ ଏକ ଲାଭଜନକ ଯାତ୍ରାକୁ ଯାଇପାରିବେ। ଯଦି ଆପଣ କୈଣସି ସ୍ଥାନରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ଭଲ ଭାବରେ ଚିନ୍ତା କରନ୍ତୁ। ଚାକିରୀ କ୍ଷେତ୍ରରେ କାର୍ଯ୍ୟଭାର ଅଧିକ ହେବ। ବ୍ୟବସାୟ ଭଲ କରିବ। ସହଭାଗୀମାନେ ପୂର୍ଣ୍ଣ ସମର୍ଥନ ଦେବେ। ଘରର ଆବଶ୍ୟକତା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରିବ। ଛାତ୍ରମାନଙ୍କୁ କୈଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ…
ଭୁବନେଶ୍ବର: ସମଗ୍ର ରାଜ୍ୟରେ ୨୦୨୨ ମସିହା ପାଇଁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପରେ ଗତ ନଭେମ୍ବର ୧ ତାରିଖ ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା ଓ ଭୋଟର ମାନଙ୍କର ଦାବୀ ଆପତ୍ତି ଶୁଣିବା ନିମନ୍ତେ ଗତ ନଭେମ୍ବର ୧ ତାରିଖ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଥିଲା । ଏହି ସମୟ ମଧ୍ୟରେ ଦାବି ଆପତ୍ତି ନିମନ୍ତେ ସମୁଦାୟ ୧୮ ଲକ୍ଷ ୬୫ ହଜାର ୫୭୦ ଗୋଟି ଦାବି-ଆପତ୍ତି ଫର୍ମ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୧୨ ଲକ୍ଷ ୦୨ ହଜାର ୧୦୧ ଅର୍ଥାତ୍ ୬୪.୪୪ ପ୍ରତିଶତ ଦାବୀ ଓ ଆପତ୍ତି ଅନଲାଇନ୍ ମାଧ୍ୟମରେ ଆସିଥିବା ବେଳେ 6,63,469 ଅର୍ଥାତ୍ 35.56 ପ୍ରତିଶତ ଦାବୀ ଓ ଆପତ୍ତି ଅଫଲାଇନ୍ ମାଧ୍ୟମରେ ଗ୍ରହଣ କରାଯାଇଥିଲା । ଆଜି ଅର୍ଥାତ ୦୫ ଜାନୁୟାରୀରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ୫୮ ଗୋଟି ଭୋଟର ପଞ୍ଜୀକରଣ…
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସ ଆଜି ୬ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି। ଏହାସହ ଦୁଇ ଜଣ ଗଞ୍ଜେଇ ବେପାରୀଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଆଜି ଅପରାହ୍ନରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଭାଲିଆବାଡ଼ି ଟିଏଲସି ରୋଡ଼ରେ ଗଞ୍ଜେଇ ବେପାର ଚାଲିଥିବାର ପୋଲିସ ଖବର ପାଇଥିଲା। ଏସପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଓ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଡ଼ିଏସପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ତୁରନ୍ତ ଏସଆଇ ସୁକାନ୍ତ ଦଳେଇଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬.୫୦୫ କେଜି ଗଞ୍ଜେଇ, ୧ ଟି ବାଜାଜ ପଲସର ବାଇକ ଏବଂ ଦୁଇ ଗୋଟି ମୋବାଇଲ ଫୋନ ଜବତ କରିଛି। ତେବେ ଜବତ ଗଞ୍ଜେଇର ମୂଲ୍ୟ…
ଭୁବନେଶ୍ବର: ମାନ୍ୟବର କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଜାନୁୟାରୀ ମାସ ୬ ତାରିଖ ଦିନ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ରାଜଧାନୀ କୋଚ ସହିତ ଚଳାଚଳକୁ ଆଭାସୀ (ଭିଡିଓ କାନଫରେନସି) ମାଧ୍ୟମରେ ଶୁଭାରମ୍ଭ କରିବେ। ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ ୧୮୪୫୨/୧୮୪୫୧ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB) କୋଚ ସହିତ ଚଳାଇବାକୁ ସ୍ଥିର ହୋଇଛି। ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ। ଶ୍ରୀ ବୈଷ୍ଣବ ମଧ୍ୟ ଜାନୁୟାରୀ ୭ ତାରିଖ ଦିନ କଟକ ରେଳ ଷ୍ଟେସନ ଠାରେ ଦ୍ୱିତୀୟ ପ୍ରବେଶ ପଥର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କଟକ ଷ୍ଟେସନ ନିରୀକ୍ଷଣ କରିବେ ଏବଂ…
ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ଉଜାଲା କାର୍ଯ୍ୟକ୍ରମ ସଫଳତାପୂର୍ବକ ୭ ବର୍ଷ ପୂରଣ କରିଛି। ଏହି ଫ୍ଲାଗସିପ କାର୍ଯ୍ୟକ୍ରମ ଅଧୀନରେ ସାରା ଦେଶରେ ଏଲଇଡି ଲାଇଟ୍ ବିତରଣ ଓ ବିକ୍ରୟ କରାଯାଇଥାଏ। ୨୦୧୫ ମସିହା ଜାନୁଆରୀ ୫ ତାରିଖରେ ମାନନୀୟ ପ୍ରଧାନମନ୍ତ୍ରୀ ‘‘ଉନ୍ନତ ଜ୍ୟୋତି ବାଏ ଆଫର୍ଡେବଲ ଏଲଇଡିଜ୍ ଫର ଅଲ୍’’ ବା ସମସ୍ତଙ୍କ ପାଇଁ ଶସ୍ତା ଏଲଇଡି ମାଧ୍ୟମରେ ଉନ୍ନତ ଆଲୋକ ବ୍ୟବସ୍ଥା-ଉଜାଲା ଯୋଜନାର ଶୁଭାରମ୍ଭ କରିଥିଲେ। ଅତି କମ ସମୟ ମଧ୍ୟରେ, ଏହି କାର୍ଯ୍ୟକ୍ରମ ବିଶ୍ବର ସର୍ବବୃହତ ଶୂନ୍ୟ ସବସିଡି ଘରୋଇ ଲାଇଟ୍ ବିତରଣ କାର୍ଯ୍ୟକ୍ରମ ଭାବେ ଉଭା ହୋଇଥିଲା ଯାହାକି ଶକ୍ତି ଦକ୍ଷତାବିହୀନ ଆଲୋକୀକରଣ କାରଣରୁ ଦେଖାଦେଉଥିବା ଉଚ୍ଚ ବିଦ୍ୟୁତିକରଣ ଖର୍ଚ୍ଚ ଏବଂ ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ଭଳି ସମସ୍ୟା ଦୂର କରିବାରେ ସହାୟକ ହୋଇଥିଲା। ବର୍ତ୍ତମାନ ସୁଦ୍ଧା, ସାରା ଦେଶରେ ୩୬.୭୮ କୋଟି ଏଲଇଡି ବିତରଣ କରାଯାଇସାରିଛି। ଏହି କାର୍ଯ୍ୟକ୍ରମର ସଫଳତାରେ ଶକ୍ତି…
ଭୁବନେଶ୍ବର: ଆଜି ରାଜ୍ୟସରକାର କରୋନାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନ ବାବଦରେ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟ ଉନ୍ନୟନ କମିଶନରଙ୍କ ଅନୁଯାୟୀ ରାଜ୍ୟରେ ତୃତୀୟ ଲହରୀ ଏକ ପ୍ରକାର ଆରମ୍ଭ ହୋଇଯାଇଛି। ତେଣୁ ସମସ୍ତେ କରୋନା କଟକଣାକୁ ମାନିବାକୁ ଜନସାଧାରଣଙ୍କୁ ଶ୍ରୀ ଜେନା ଘୋଷଣା କରିଛନ୍ତି। ନିୟମିତ ମାସ୍କ ପରିଧାନ, ସାମାଜିକ ଦୁରତ୍ଵ ବଜାୟ ରଖିବା, ହାତ ଧୋଇବା ଉପରେ ଗୁରୁତ୍ଵ ଦେବାକୁ ଏସଆରସି କହିଛନ୍ତି। ବର୍ତ୍ତମାନ ରାଜ୍ୟରେ କରୋନା ଦ୍ରୁତ ଗତିରେ ବଢିଚାଲିଛି। ଟୀକା ନେଇଥିବା ଲୋକ ଏଥିରେ ସଂକ୍ରମଣ ହେଉଥିବା ସୂଚନା ରହିଥିବା ବେଳେ ସେମାନେ ଗୁରୁତର ହେଉନଥିବା ବିଶେଷଜ୍ଞମାନେ କହିଛନ୍ତି। ତେଣୁ ସମସ୍ତଙ୍କୁ ଟୀକା ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ନୂତନ ଗାଇଡଲାଇନକୁ ମାନିବାକୁ ନିବେଦନ କରିଛନ୍ତି ନୂତନ ଗାଇଡଲାଇନ: ୧- ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁକୁ ୧୦ ପରିବର୍ତ୍ତେ ରାତି ୯ ଟା ରୁ ଲାଗୁ ହେବ।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବର ଫେରୋଜପୁର ଗସ୍ତକୁ ବାତିଲ କରିଛନ୍ତି। ସେ ସେଠାରେ 42,750 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ପକାଇ ଥାଆନ୍ତେ। ସେଠାରେ ପ୍ରଧାନମନ୍ତ୍ରୀ ଉଦବୋଧନ ମଧ୍ୟ ଦେଇଥାଆନ୍ତେ। ସେଥିପାଇଁ ବେଶ୍ ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ସେଠାରେ ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି କାରଣରୁ ଏହି ସମାବେଶକୁ ସମ୍ବୋଧିତ କରିପାରିବେ ନାହିଁ। 490 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଫେରୋଜପୁରର 100 ଶଯ୍ୟା ବିଶିଷ୍ଟ PGI ସାଟେଲାଇଟ୍ ସେଣ୍ଟର ସମେତ ତିନୋଟି ଚିକିତ୍ସା ଭିତ୍ତିଭୂମିର ମୂଳଦୁଆ ପକାଇବାକୁ ମାଣ୍ଡଭିଆ ସେଠାରେ ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପଂଜାବ ଗସ୍ତରେ ଗୃହ ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, “ଆଜି ସକାଳେ ପ୍ରଧାନମନ୍ତ୍ରୀ ବାଥୀଣ୍ଡା ପହଁଚିଥିଲେ। ସେଠାରୁ ସେ ହୁସେନାୱାଲାସ୍ଥିତ ଜାତୀୟ ଶହୀଦ ସ୍ମାରକୀକୁ ହେଲିକାପ୍ଟରରେ ଯାଇଥାଆନ୍ତେ। ହେଲେ ପାଗ ଖରାପ ଯୋଗୁଁ ପ୍ରଧାନମନ୍ତ୍ରୀ ସେଠାରେ…
ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା, ଏଣିକ ଜଗନ୍ନାଥଙ୍କ ଜମିକୁ ଦଖଲଦାରମାନେ କିଣିବିକା କରିପାରିବେ। ପୂର୍ବରୁ ଯେଉଁମାନେ ଜଗନ୍ନାଥଙ୍କ ଜମି ରଖିଥିଲେ ସେମାନେ ସରକାରୀ କଟକଣା ଭିତରେ ସେହି ଜମିର ସଂପୂର୍ଣ୍ଣ ମାଲିକ ହୋଇପାରୁ ନ ଥିଲେ। ହେଲେ ସେହି ନିୟମକୁ ସଂଶୋଧନ କରାଯାଇଛି। ବର୍ତ୍ତମାନର ସଂଶୋଧିତ ନିୟମ ଅନୁସାରେ ଯେଉଁମାନେ ଜଗନ୍ନାଥଙ୍କ ଜମି ଭୋଗ କରୁଛନ୍ତି ସେମାନେ ତାହାକୁ ନିଜ ନାମରେ କରିବା ପାଇଁ ଆବେଦନ କରିବେ। ତେବେ ସେହି ଆବେଦନ ପୂର୍ବ ପରି ଆଉ ରାଜ୍ୟ ସରକାରଙ୍କୁ କରିବାକୁ ଆବଶ୍ୟକ ନାହିଁ। ସେମାନେ ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିବେ। ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ସାମୁହିକ ଭାବେ ଏହାର ଅନୁମତି ପ୍ରଦାନ କରିବେ। 2003 ମସିହାରେ ଜଗନ୍ନାଥ ଜମିକୁ ନେଇ ଏକ ୟୁନିଫର୍ମ ନୀତି ପ୍ରଣୟନ କରାଯାଇଥିଲା। ଏଥିରେ ଯେଉଁମାନେ ଜଗନ୍ନାଥ ଜମି ଦଖଲ କରିଛନ୍ତି ସେମାନଙ୍କ ନାମରେ…
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ସଂକ୍ରାମଣ ବଢିବାକୁ ଲାଗିଲାଣି। ଫଳରେ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହେଲାଣି। ବର୍ତ୍ତମାନ ସଂକ୍ରାଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ସେହି ପୂର୍ବ ପରି ନାଇଟ କର୍ଫ୍ୟୁ ଏବଂ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କଲେଣି। କାରଣ ଏବେଠାରୁ ସଜାଗ ନ ହେଲେ ପରବର୍ତ୍ତି ସମୟରେ ପରିସ୍ଥିତି ଅସମ୍ଭାଳ ହୋଇପଡିବ। ଦିଲ୍ଲୀରେ ବଢୁଥିବା କୋଭିଡ ରୋଗୀଙ୍କୁ ଦୃଷ୍ଟିରେ ରଖି ସପ୍ତାହନ୍ତ ଶନିବାର ଏବଂ ରବିବାର ପାଇଁ କର୍ଫ୍ୟୁ ଲାଗୁ କରିବା ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ବେସରକାରୀ କାର୍ଯ୍ୟାଳୟରେ 50 ପ୍ରତିଶତ କ୍ଷମତା ସହିତ କାର୍ଯ୍ୟ କରୁଥିବା ବେଳେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଦିଲ୍ଲୀର ସରକାରୀ କର୍ମଚାରୀମାନେ ଘରୁ କାମ କରିବେ ବୋଲି କୁହାଯାଇଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ ଭିଡ଼କୁ ଏଡାଇବା ପାଇଁ ମେଟ୍ରୋ ଏବଂ ବସ୍ ପୁନର୍ବାର ପୂର୍ଣ୍ଣ କ୍ଷମତାରେ ଚାଲିବ। ସେହିପରି ନାଇଟ କର୍ଫ୍ୟୁ…
ରିପୋର୍ଟ- ସୀତାରାମ ଅଗ୍ରୱାଲା ବାଣପୁର: ରାଜ୍ୟ ସରକାର ଓଡିଶାର ଥିବା ବିଭିନ୍ନ ଧର୍ମପିଠଗୁଡିକର ନବୀକରଣ କାର୍ଯ୍ୟ ହାତକୁ ନେଉଛନ୍ତି। ସେହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଥିବା ପ୍ରସିଦ୍ଧ ଶକ୍ତିପିଠ ମା ଭଗବତୀ ମନ୍ଦିରର ସୌନ୍ଦର୍ଯ୍ୟ କରଣ ହେବ। ସେଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ମନ୍ଦିରକୁ ଜବରଦଖଲ ମୁକ୍ତ କାର୍ଯ୍ୟ ଆରମ୍ଭ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗତକାଲି ଅପରାହ୍ନରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ମା’ ଭଗବତୀ ମନ୍ଦିର ସମ୍ମୁଖରେ ପହଞ୍ଚି ଏନଏସି ପ୍ରଶାସନ ଏବଂ ଏଣ୍ଡାଓମେଣ୍ଟର ଉପସ୍ଥିତିରେ ଆରଆଇ ଏବଂ ଅମିନଙ୍କ ସହଯୋଗରେ ସରକାରୀ ଜାଗା ଚିହ୍ନଟ କରିଥିଲେ। ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ସମ୍ମୁଖରେ ଥିବା ପତିତପାବନ ଦେବଙ୍କ ମଣ୍ଡପକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି। ସେହିପରି ଭାବେ ମନ୍ଦିର ପାର୍ଶ୍ୱ ଏବଂ ସମ୍ମୁଖରେ ଥିବା କିଛି ଦୋକାନ ମଧ୍ୟ ଉଛେଦ ହୋଇପାରେ ବୋଲି ତହସିଲଦାର କହିଛନ୍ତି। ଭଗବତୀ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବରୁ…
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮,୦୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣ ହାର୧୫.୫୪ ପ୍ରତିଶତ ବୃଦ୍ଧି ପାଇଛି। ତଥ୍ୟ ଅନୁସାରେ ବର୍ତ୍ତମାନ ଭାରତର ଆକ୍ଟିଭ୍ କେସ୍ ୨,୧୪,୦୦୪ କୁ ହ୍ରାସ ପାଇଛି। ସେହିପରି ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୬୧ ପ୍ରତିଶତ ଅଟେ। ସମଗ୍ର ଦେଶରେ ସମୁଦାୟ ୩,୪୩,୨୧,୮୦୩ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୫,୩୮୯ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୦୧ ପ୍ରତିଶତ କୁ ହ୍ରାସ ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୦,୧୮,୩୫୮ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪୨୧୭୪ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୩୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୨,୫୫୧ କୁ ବୃଦ୍ଧି ପାଇଛି। ସକ୍ରୀୟ ଆକ୍ରାନ୍ତ ୦.୬୧ ପ୍ରତିଶତ, ଆରୋଗ୍ୟ ହୋଇଛନ୍ତି ୯୮.୦୧…
ଭୁବନେଶ୍ୱର: ବର୍ତ୍ତମାନ ଓଡିଶା କରୋନାର ତୃତୀୟ ଲହର ଆଡକୁ ମୁହାଁଇବାରେ ଲାଗିଛି। ସେ ନେଇ ଆଜି ବାଜିଛି ସତର୍କ ଘଣ୍ଟି। କାରଣ ଆଜି ରାଜ୍ୟରେ ଯେତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହା ପ୍ରଶାସକଙ୍କର ଚିନ୍ତା ବଢାଇଛି। କାରଣ ଆଜି ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ହଜାରେ ଟପିଲା। ଅର୍ଥାତ ଆଜି ମୋଟ ୧୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୧୮୭ ଜଣ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୭୧୦ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୫୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ପୂର୍ବପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଏହି ଜିଲ୍ଲାରୁ ୪୫୬ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଜିଲ୍ଲାୱାରୀ ଆକ୍ରାନ୍ତଙ୍କ ସଂଖ୍ୟା ହେଲା.. ୧- ଅନୁଗୁଳ ଜିଲ୍ଲାରୁ – ୬ ୨- ବାଲେଶ୍ୱର ଜିଲ୍ଲାରୁ – ୨ ୩- ବରଗଡ଼…
ନୂଆଦିଲ୍ଲୀ : ଆଜି ମଧ୍ୟାହ୍ନ 12 ଟାରେ ଭାରତରେ ଲଞ୍ଚ ହେବ ଭିଭୋ V23 ସିରିଜ୍। କମ୍ପାନୀ ଦାବି କରିଛି ଯେ ଏହା ଭାରତର ପ୍ରଥମ ସ୍ମାର୍ଟଫୋନ୍ ହେବ, ଯାହା ରଙ୍ଗ ବଦଳାଇବ। ଅର୍ଥାତ୍ ସ୍ମାର୍ଟଫୋନର ରଙ୍ଗ ବିଭିନ୍ନ ଆଲୋକ ପରିସ୍ଥିତିରେ ଭିନ୍ନ ହେବ। ଏହାସହ ଏହା ଭାରତର ପ୍ରଥମ 50 ମେଗାପିକ୍ସେଲ ଆଇ ଏଫ୍ ଡୁଆଲ୍ ସେଲଫି କ୍ୟାମେରା ଫୋନ୍ ହେବ। ବର୍ତ୍ତମାନ ବଜାରରେ ଦୁଇଟି ମଡେଲ ପ୍ରବେଶ କରିବ। ତାହା ହେଲା ସ୍ମାର୍ଟଫୋନ୍ ଭିଭୋ V23 5G ଏବଂ ଭିଭୋ V23 ପ୍ରୋ 5G । ଏହି ଦୁଇଟି ଭିଭୋ V23 ସିରିଜ୍ ଅଧୀନରେ ବଜାର ପ୍ରବେଶ କରିବ। ରଙ୍ଗ ପରିବର୍ତ୍ତନ ଟେକ୍ନୋଲୋଜି କେବଳ ସନ ସାଇନ୍ ଗୋଲ୍ଡ ରଙ୍ଗ ସ୍ମାର୍ଟଫୋନରେ ଉପଲବ୍ଧ ହେବ। ଭିଭୋ V23 ସ୍ମାର୍ଟଫୋନ୍ 3D ବକ୍ର ପରଦା ରହିଛି। ଏହି ସ୍ମାର୍ଟଫୋନର ମୋଟା 7.36 ମିମିରୁ କମ୍ ହେବ। ଏହି ସ୍ମାର୍ଟଫୋନ୍ ସାମ୍ନାରେ…

