ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଥମ ଦିନରେ ୧୦୦ ଜଣଙ୍କୁ ବୁଷ୍ଟର ଡୋଜ

Published: Jan 10, 2022, 6:51 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜିଠାରୁ ସାରା ଦେଶରେ ବୁଷ୍ଟର ଡୋଜ/ପ୍ରିକସନାରୀ ଡୋଜ ଟୀକାକରଣ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ୬୦ ବର୍ଷ ରୁ ଉର୍ଦ୍ଧ୍ବ ନାଗରିକଙ୍କୁ ବୁଷ୍ଟର ଡୋଜ ଦିଆଯିବା ନେଇ ସୂଚନା ଥିବାବେଳେ ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଏହି ବୁଷ୍ଟର ଡୋଜ ଦିଆଯିବ। ଯାହାକି ଯେଉଁମାନେ ଉଭୟ ଡୋଜ ଟୀକା ନେଇ ସାରିଥିବେ ଏବଂ ଯେଉଁ ବ୍ୟକ୍ତି ଯେଉଁ ଟୀକା ନେଇଥିବେ ସେମାନଙ୍କୁ ସେହି ଟୀକା ପାଇଁ ବୁଷ୍ଟର ଦିଆଯିବା ସହ ଦ୍ଵିତୀୟ ଡୋଜର ୯ ମାସ ଅର୍ଥାତ ୩୯ ସପ୍ତାହ ପରେ ଏହି ଡୋଜ ଦିଆଯିବ।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ଅନ୍ତର୍ଗତ ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀ, ପୋଲିସ ପ୍ରଶାସନ ଏବଂ ୬୦ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ୪୨ ବୁଷ୍ଟର ଡୋଜ ଦିଆଯାଇଛି। ସେହିପରି ନଇରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ସମେତ ବ୍ଲକ କର୍ମଚାରୀଙ୍କୁ ୨୨ ବୁଷ୍ଟର ଡୋଜ ଦିଆଯାଇଥିବାବେଳେ ଜରିପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ ଜଣଙ୍କୁ ବୁଷ୍ଟର ଡୋଜ ଦିଆଯାଇଥିବା ନେଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ସୌମ୍ୟକାନ୍ତ ଦାସ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଅନୁରୂପ ଭାବେ ବାଣପୁର ବ୍ଲକ ଓ ଏନଏସି ଅନ୍ତର୍ଗତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧୀନରେ ଥିବା ସମସ୍ତ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ସମୁଦାୟ ୨୨ ଗୋଟି ବୁଷ୍ଟର ଡୋଜ ଦିଆଯାଇଥିବାର ଜଣାପଡିଛି।

Related posts