Author: Samikhsya Bureau

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଏକ ଫଟୋ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ତାଙ୍କ ବାସଭବନ ବାହାରେ ଥିବା ଉଭୟ ଫାଟକରେ ଟ୍ରକ୍ ପାର୍କିଂ କରିଛି। ଯାହା ଦ୍ଵାରା ସେ ଘରୁ ବାହାରକୁ ଯାଇପାରିବେ ନାହିଁ। ଗୁପକର ମିଳିତ ମେଣ୍ଟ ଦ୍ୱାରା ଆୟୋଜିତ ବିରୋଧ ପ୍ରଦର୍ଶନରେ ସେ ସାମିଲ ହୋଇପାରିବେ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, “ମୋ ବାପା ଓ ମୋ ଭଉଣୀଙ୍କ ଘର ସହିତ ସଂଯୋଗ କରୁଥିବା ଭିତର ଫାଟକକୁ ପୋଲିସ ବନ୍ଦ କରିଦେଇଛି। https://twitter.com/OmarAbdullah/status/1477114303421374469?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1477114303421374469%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Findia-news%2Fjammu-kashmir-police-parked-truck-at-both-gate-of-omar-abdullahs-house-ahead-sit-in-protest-2682739 ବରିଷ୍ଠ ସିପିଆଇ (ଏମ୍) ନେତା ତଥା ମିଳିତ ମେଣ୍ଟର ମୁଖପାତ୍ର ମାଇ ଟାରିଗାମି କହିଛନ୍ତି ଯେ, ଜମ୍ମୁ କାଶ୍ମୀର ପ୍ରଶାସନ ଏତେ ଭୟଭୀତ ଯେ ଏହା ଶାନ୍ତିପୂର୍ଣ୍ଣ ବିରୋଧକୁ ଅନୁମତି ଦେଇ ପାରିବ ନାହିଁ। ସେ କହିଛନ୍ତି ଯେ, “ଯେତେବେଳେ ଲୋକମାନେ ଜନସାଧାରଣଙ୍କ ସମ୍ମୁଖରେ ନିଜର ମତ…

Read More

ନୂଆଦିଲ୍ଲୀ: କରୋନା ପୁଣିଥରେ କାୟା ବିସ୍ତାର କରିବାରେ ଲାଗିଛି। ଯାହା ଆଶା କରାଯାଉଥିଲା ଯେ, ଫେବୃୟାରୀରେ ତୃତୀୟ ଲହର ସାଂଘାତିକ ହେବ, ତାହା ସତ ହେବାକୁ ଯାଉଛି। ବର୍ତ୍ତମାନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ଭିତରେ ମହାରାଷ୍ଟ୍ରରୁ ଏକ ଚକିତ ଖବର ପଦାକୁ ଆସିଛି। ତାହା ହେଲା ସେହି ରାଜ୍ୟରେ 10 ଜଣ ମନ୍ତ୍ରୀ ଏବଂ 20ରୁ ଅଧିକା ବିଧାୟକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସୂଚନା ଅନୁସାରେ ରାଜ୍ୟରେ ବିଧାୟକଙ୍କ ଏପରି କରୋନା ସଂକ୍ରାମଣ ବୃଦ୍ଧି ପାଇଁ ବିଧାନସଭାକୁ କାଣ୍ଟଛାଣ୍ଟ କରାଗଲା। ଏଥିସହିତ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେଥିପାଇଁ କରୋନା କଟକଣାକୁ ପାଳନକୁ କଡାକଡି କରାଯିବ ବୋଲି ପାୱାର କହିଛନ୍ତି। ଗତକାଲି ଶୁକ୍ରବାରରେ ମହାରାଷ୍ଟ୍ରରେ 5631 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଯାହା ଗୁରୁବାରଠାରୁ ପ୍ରାୟ 2000 ରୁ ଅଧିକ ଥିଲା।

Read More

ନୂଆଦିଲ୍ଲୀ: ଭାରତରେ ଟୀକାକରଣ ଅଭିଯାନ ଦ୍ରୁତଗତିରେ ଚାଲିଛି। ଏହି ସମୟରେ ୧୫ ବର୍ଷରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦେବା ପାଇଁ ଘୋଷଣା କରାଯାଇଛି। ଏଥିପାଇଁ ଆଜିଠାରୁ ଟୀକାକରଣ ପାଇଁ କୋ-ୱିନ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ ହୋଇଛି। ଡିସେମ୍ବର ୨୫ ତାରିଖ ୨୦୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫-୧୮ ବର୍ଷ ବୟସ ବର୍ଗଙ୍କ ପାଇଁ ଟୀକାକରଣ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଜାନୁଆରୀ ୩ ତାରିଖରୁ ଟୀକାକରଣ ଆରମ୍ଭ ହେବ ବୋଲି ସେ କହିଥିଲେ। ଏଥିସହିତ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ମଧ୍ୟ ଏକ ବଡ ଘୋଷଣା କରାଯାଇଥିଲା। ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଟୀକାକରଣର ତୃତୀୟ ସତର୍କତା ଡୋଜ ଦିଆଯିବ ବୋଲୋ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହା ଜାନୁଆରୀ ୧୦ ତାରିଖ ସୋମବାର ଠାରୁ ଆରମ୍ଭ ହେବ। ୧୫-୧୮ ବର୍ଷ ବୟସ ବର୍ଗଙ୍କ ପାଇଁ ‘କୋଭାକ୍ସିନ୍’ ଟୀକା ଦିଆଯିବ ବୋଲି ରାଜ୍ୟ ଏବଂ କେନ୍ଦ୍ର ଶାସିତ…

Read More

ନୂଆଦିଲ୍ଲୀ: ଭାରତରେ ସଂକ୍ରମିତ କରୋନା ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇଛି। ଏହି ସମୟରେ, ଓମିକ୍ରନ୍ ଭାରିଆଣ୍ଟର ମାମଲା ମଧ୍ୟ ପ୍ରତିଦିନ ରେକର୍ଡ ସୃଷ୍ଟି କରୁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶରେ ମୋଟ ଓମିକ୍ରନ୍ ମାମଲା ୧ ହଜାର ୪୩୧ କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଏବଂ ଦିଲ୍ଲୀରେ ୩୫୧ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛନ୍ତି। ତେବେ ୧ ହଜାର ୪୩୧ ରୋଗୀଙ୍କ ମଧ୍ୟରୁ ୪୮୮ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି।

Read More

ଭୁବନେଶ୍ବର: ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ ‘ନୂଆ ବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ରାଜ୍ୟର ପ୍ରଗତି ସହ ପ୍ରତିଟି ଜୀବନ ମଙ୍ଗଳମୟ ହେଉ।’ ଆଜି ନୂଆବର୍ଷ ଉପଲକ୍ଷେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବହୁ ନେତା ଓ କର୍ମି ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ କରୋନା ପାଇଁ ତାହା ହୋଇପାରି ନାହିଁ। ତେବେ ଭଚ୍ୟୁୟାଲି ମୁଖ୍ୟମନ୍ତ୍ରୀ କିଛି ଲୋକଙ୍କ ସହିତ କଥା ହେବେ ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପର ମୁହାଁ ହୋଇଛି। ଗତକାଲି ଦେଶରେ ୧୬ ହଜାର ୭୬୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସେହି ସଂଖ୍ୟାରେ ବୃଦ୍ଧି ପାଇ ୨୨ ହଜାର ୭୭୫ ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟାରେ ୪୦୬ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୮ ଲକ୍ଷ ୬୧ ହଜାର ୫୩୯ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୧ ହଜାର ୪୮୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୭୫ ହଜାର ୩୧୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୪ ହଜାର ୭୮୧ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର:  ଆଜି ରାଜ୍ୟରେ ୨୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୨୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୮ ବରଗଡ ଜିଲ୍ଲାରୁ- ୪ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ – ୩୫ ଦେବଗଡ ଜିଲ୍ଲାରୁ- ୧ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୯ ଯାଜପୁର ଜିଲ୍ଲାରୁ- ୭ ଝାରସୁଗୁଡା ଜିଲ୍ଲାରୁ- ୮ କେନ୍ଦ୍ରାପଡା ଜିଲ୍ଲାରୁ- ୫ କେନ୍ଦୁଝର ଜିଲ୍ଲାରୁ- ୮ ଖୋର୍ଦ୍ଧା ଜିଲ୍ଲାରୁ- ୧୧୯ ମୟୂରଭଞ୍ଜ ଜିଲ୍ଲାରୁ- ୬ ନବରଙ୍ଗପୁର ଜିଲ୍ଲାରୁ- ୧ ନୟାଗଡ ଜିଲ୍ଲାରୁ- ୩ ପୁରୀ ଜିଲ୍ଲାରୁ- ୧୧ ରାୟଗଡା ଜିଲ୍ଲାରୁ- ୨ ସମ୍ବଲପୁର ଜିଲ୍ଲାରୁ- ୧୩ ସୋନପୁର ଜିଲ୍ଲାରୁ- ୨ ସୁନ୍ଦରଗଡ ଜିଲ୍ଲାରୁ-…

Read More

ଭୁବନେଶ୍ବର: ନୂତନ ବର୍ଷ ସମସ୍ତଙ୍କ ପାଇଁ ସଫଳତାର ବର୍ଷ ହେଉ ବୋଲି ସମେସ୍ତ ଚାହାନ୍ତି। ନୂତନ ବର୍ଷରେ ଧନ ଓ ଉନ୍ନତି ପାଇଁ ବାସ୍ତୁର ଉପାୟ ମଧ୍ୟ କରନ୍ତି। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ନୂତନ ବର୍ଷ ପ୍ରାରମ୍ଭରେ ଘରୁ କିଛି ଜିନିଷ ବାହାର କରିଦେବା ଉଚିତ୍‌। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ନୂଆବର୍ଷରେ କେଉଁ କେଉଁ ଜିନିଷ ଘରୁ ବାହାର କରିବା ଶୁଭ ହୋଇଥାଏ ଜାଣନ୍ତୁ। ପୂଜାସ୍ଥଳରୁ ପୁରୁଣା ସାମଗ୍ରୀ ହଟାନ୍ତୁ: ଆମେ ପୂଜା କରିବା ସମୟରେ ଭଗବାନଙ୍କ ପ୍ରତିମା କିମ୍ବା ମୂର୍ତ୍ତିରେ ଫୁଲ ମାଳା ଚଢାଇଥଶଉ। ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦିରକୁ ସଫା ସୁତୁରା କରିବା ଓ ପୁରୁଣା ଫୁଲକୁ ହଟାଇବା ଶୁଭ ହୋଇଥାଏ। କୁହାଯାଏ ନୂତନ ବର୍ଷରେ ଘରେ ହେଉ ଅବା ଅଫିସ୍‌ରେ ଥିବା ଠାକୁରଙ୍କ ସ୍ଥାନକୁ ସଫା ସୁତୁରା ରଖନ୍ତୁ। କୁହାଯାଏ ଠାକୁରଙ୍କ ପାଖରେ ପୁରୁଣା ତଥା ଅବ୍ୟବହୃତ ଜିନିଷ ରଖିଲେ ବାସ୍ତୁ ଦୋଷ ହୋଇଥାଏ।…

Read More

ନୂଆଦିଲ୍ଲୀ: ବିଶ୍ବ ମହମାରୀ କୋଭିଡ୍‌ କାରଣରୁ ୨୦୨୧ ବର୍ଷଟି ଆମ ସମସ୍ତଙ୍କୁ ପାଇଁ ସବୁଠୁ ଖରାପ ବର୍ଷ ଭାବେ କଟିଛି। ଅନେକ ଧନଜୀବନ ହାନି କରିଛି ଏହି ବର୍ଷ। ଲୋକେ ଚାକିରି ନ ପାଇ ରାସ୍ତା ଉପରକୁ ଆସିଛନ୍ତି। କରୋନା କାଳରେ ଦଶନ୍ଧିବର ସବୁଠୁ ଭୟର ବାତାବରଣ ଦେଖିଛି ଏ ପୃଥିବୀ। ଆଜିଠୁ ନୂଆବର୍ଷ ଆରମ୍ଭ ହୋଇଛି। ଚଳିତ ବର୍ଷଟି ସାରା ପୃଥିବୀ ପାଇଁ ଆଶା ଓ ସମ୍ଭାବନାର ବର୍ଷ ହେଉ। ସମସ୍ତଙ୍କ ଜୀବନର ସୁଖର ଆନନ୍ଦ ଭରି ଦେଉ। ତେବେ ନୂଆବର୍ଷଟି ଆପଣଙ୍କ ପାଇଁ ବେଶ୍‌ ଶୁଭମୟ ହୋଇପାରିବ। ଆପଣ ଯଦି କିଛି ଉପାୟ ଅବଲମ୍ବନ କରିବେ। ତେବେ ଆସନ୍ତୁ ଜାଣିବା ନୂଆବର୍ଷର କେଉଁ କେଉଁ ଜିନିଷ ଘରକୁ ଆଣିବା ଦ୍ବାରା ବର୍ଷ ସାରା ଘରେ ସୁଖ ଓ ସମୃଦ୍ଧି ଭରି ରହିବ। ନୂତନ ବର୍ଷ ପ୍ରାରମ୍ଭରେ ନିଜ ଘରର ଉତ୍ତର ଦିଗରେ ଯଦି ଆମେ ଶୁଆର ଫଟୋ ବା…

Read More

ମେଷ- ଆର୍ଥିକ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି। ଏହା ହେଉଛି ଲାଭର ସମଷ୍ଟି। ଆପଣଙ୍କ ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ, କିନ୍ତୁ କିଛି ବିଳମ୍ବ ହୋଇପାରେ। ଆପଣ ଆଜି ପରିବାର ବିଷୟରେ ଖୁସି ହୋଇପାରିବେ। ନୂତନ ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ ପଦବୀ ପାଇବାକୁ ସକ୍ଷମ ହେବେ। ପଦୋନ୍ନତି ପାଇଁ ଯୋଗ ସୃଷ୍ଟି ରହିଛି। ଶାରୀରିକ ଦୁଃଖର ସମ୍ମୁଖୀନ ହୋଇପାରନ୍ତି। ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ପ୍ରସଙ୍ଗରେ ମଧ୍ୟ ସଚେତନ ରୁହନ୍ତୁ । ଖାଦ୍ୟପେୟରେ ଯତ୍ନବାନ ହୁଅନ୍ତୁ। ଆଜି ଆର୍ଥିକ ଦୃଷ୍ଟିକୋଣରୁ ଭଲ ଦିନ ନୁହେଁ। ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆଜି ଖୁସି ଅନୁଭବ କରିବ। ଯଦିଓ ସବୁକିଛି ଠିକ ଅଛି, ହେଲେ ଆପଣ କଥାବାର୍ତ୍ତାକୁ ନିୟନ୍ତ୍ରଣ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ। ପରୀକ୍ଷା ଦୃଷ୍ଟିକୋଣରୁ ବାଧା ଆସିପାରେ।…

Read More

ନୂଆଦିଲ୍ଲୀ: ଏଥର ନୂଆବର୍ଷ ଶନିବାରରେ ଆରମ୍ଭ ହେଉଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଶନିବାରରେ ମଧ୍ୟ ଶେଷ ହେଉଛି। ଅର୍ଥାତ ୨୦୨୨ ଜାନୁୟାରୀ ୧ ତାରିଖ ଶନିବାରରେ ପଡିଛି। ସେହିପରି ୨୦୨୨ ଡିସେମ୍ବର ୩୧ ତାରିଖ ମଧ୍ୟ ଶନିବାରରେ ପଡୁଛି। ଏହା ସୂଚାଇ ଦେଉଛି ଯେ, ଏଥର ଆଂଶିକ କାଳସର୍ପ ଯୋଗ ରହିଛି। ସେହିପରି ଏହି ବର୍ଷ କନ୍ୟାଲଗ୍ନ, ଗଣ୍ଡମୂଳ ନକ୍ଷତ୍ର ବା ଗଣ୍ଡ ଯୋଗ ରହିଛି। ଫଳରେ ଏହା ସମଗ୍ର ବିଶ୍ବରେ ଭିନ୍ନ ଭିନ୍ନ ଫଳ ପ୍ରଦାନ କରିବ। ଯଦି ୨୦୨୨ କୁ ସଂଖ୍ୟା ବିଜ୍ଞାନ ଅନୁସାରେ ଗଣନା କରାଯାଏ ତେବେ ୨+୦+୨+୨= ୬ ଫଳାଫଳ ବାହାରୁଛି। ଏହି ସଂଖ୍ୟା ଶୁକ୍ର ଗ୍ରହକୁ ସୂଚାଇ ଦେଉଛି। ୨୦୨୨ ରେ କଣ ସବୁ ଘଟଣା ଘଟିବାକୁ ଯାଉଛି ୨୦୨୨ ମସିହାରେ ୪ ଟି ଗ୍ରହଣ ପରିଲକ୍ଷିତ ହେବ। ୨୦୨୨ ରେ ପୃଥିବୀରେ ୪ ଟି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ପ୍ରଥମ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀ ଠାରେ ଜିଏସଟି ପରିଷଦର ୪୬ ତମ ବୈଠକ ଅନୁଷ୍ଠିତ ହୋଇଥିଲା। ୪୫ ତମ ଜିଏସଟି ପରିଷଦ ବୈଠକର ସୁପାରିଶ ଅନୁଯାୟୀ ପୋଷାକରେ ଜିଏସ୍‍ଟି ହାର ପରିବର୍ତ୍ତନ କରିବାକୁ ହୋଇଥିବା ନିଷ୍ପତ୍ତି ସ୍ଥଗିତ ରଖିବାକୁ ଜିଏସଟି ପରିଷଦ ପରାମର୍ଶ ଦେଇଛି। ଫଳସ୍ୱରୂପ, ଟେକ୍ସଟାଇଲ୍ କ୍ଷେତ୍ରରେ ବର୍ତ୍ତମାନ ଥିବା ଜିଏସଟି ହାର ୧ ଜାନୁୟାରୀ ୨୦୨୨ ପରେ ମଧ୍ୟ ଅପରିବର୍ତ୍ତିତ ରହିବ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ନିକଟରେ ଡ଼ିଏସପି ଭାବେ ପଦୋନ୍ନତି ହୋଇଛି। ଶ୍ରୀ ମାହାଲିକ ଅଢେଇ ବର୍ଷରୁ ଉର୍ଦ୍ଧ୍ଵ ସମୟ ହେଲା ବାଲୁଗାଁ ଥାନା ଦାଇତ୍ୱରେ ଥିବାବେଳେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାଲୁଗାଁ ଅଞ୍ଚଳରେ ଆଇନ ଶୃଙ୍ଖଳା ବଜାୟ ରହିଥିବାର ଦେଖାଯାଇଛି। ଜଣେ ସଚ୍ଚୋଟ, ସହୃଦୟ ତଥା କଠୋର ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ମାହାଲିକ। ବିଶେଷ କରି ଲକଡ଼ାଉନ ସମୟରେ ବାଲୁଗାଁ ଅଞ୍ଚଳରେ ଅତି ନିଷ୍ଠାର ସହ ଡ୍ୟୁଟି କରିବା ସହ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଶବ ସତ୍କାର କରି ଡ଼ିଜିପି ଡିସ୍କ ଆୱାର୍ଡ ମଧ୍ୟ ପାଇଛନ୍ତି ଉକ୍ତ ଅଧିକାରୀ। ତେବେ ଅସହାୟଙ୍କୁ ସାହାଯ୍ୟ କରିବା ଏବଂ ଅପରାଧୀଙ୍କୁ ଦୃଢ଼ହସ୍ତରେ ଦମନ କରିବାରେ ସିଦ୍ଧହସ୍ତ ଥିବା ଉକ୍ତ ଅଧିକାରୀ ଡ଼ିଏସପି ଭାବେ ପଦୋନ୍ନତି ହେବା ପରେ ଖୁବ ଶୀଘ୍ର ବାଲୁଗାଁ ଛାଡିବେ ବୋଲି ଜଣାପଡିଛି। ତାଙ୍କର…

Read More

ନୂଆଦିଲ୍ଲୀ: ଓଡିଶାରେ ଜଳଜୀବନ ମିଶନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଆଜି ୮୩୦କୋଟି ୮୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଆଗାମୀ ୨୦୨୪ ସୁଦ୍ଧା ଓଡିଶା ‘ହର ଘର ଜଲ’ ରାଜ୍ୟ ହେବା ପାଇଁ ଲକ୍ଷ୍ୟ ରଖିଛି । ରାଜ୍ୟରେ ୮୫.୬୭ଲକ୍ଷ ଗ୍ରାମଞ୍ଚଳ ଘର ମଧ୍ୟରୁ ୩୫. ୩୭ଲକ୍ଷ  (୪୧. ୨୮%)ଘରେ ଟ୍ୟାପ ଯୋଗେ ପାଣି ଯୋଗାଣ ହେଉଛି। ଗ୍ରାମାଞ୍ଚଳରେ ପାଇପ ପାଣି ଯୋଗାଇ ଦେବା ପାଇଁ ଜଳ ଯୋଗାଣ କାର୍ଯ୍ୟ ପୂର୍ଣ୍ଣମାତ୍ରାରେ ଚାଲୁଛି। ଶତପ୍ରତିଶତ ଗ୍ରାମାଞ୍ଚଳ ଘରେ ଜଳ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଜଳ ଜୀବନ ମିଶନ ଅଧୀନରେ ଗ୍ରାମାଞ୍ଚଳରେ ଘରେ ଘରେ ପାଇପ ଯୋଗେ ପାଣି ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଅଗ୍ରାଧିକାର ଦେଉଛନ୍ତି। ବଜେଟ୍‌ରେ ଏଥିପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ୩, ୩୨୩.୪୨କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ, ଗତବର୍ଷ ଓଡିଶା ପାଇଁ ଏହା ୮୧୨. ୧୫କୋଟି ଟଙ୍କା…

Read More

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମା ଫିଟ୍ ନୁହଁନ୍ତି, ସେଥିପାଇଁ କେ.ଏଲ୍ ରାହୁଲଙ୍କୁ ଅଧିନାୟକତ୍ୱ ଦାୟିତ୍ଵ ଦିଆଯାଇଛି। ଅନ୍ୟପକ୍ଷରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଉପ-ଅଧିନାୟକ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଶିଖର ଧାୱନ, ୱାଶିଂଟନ୍ ସୁନ୍ଦର ଏବଂ ଦୀପକ ଚହର ଭାରତୀୟ ଦଳକୁ ଫେରିଛନ୍ତି। ଆହୁରି ମଧ୍ୟ ଆଇପିଏଲ ୨୦୨୧ ଏବଂ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ରୁତୁରାଜ ଗାଇକ୍ଵାଡ ଏବଂ ଭେଙ୍କଟେଶ ଆୟରଙ୍କୁ ଦଳରେ ସାମିଲ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ବିରାଟ କୋହଲି ମଧ୍ୟ ୧୮ ଜଣିଆ ଦଳରେ ସ୍ଥାନ ପାଇଛନ୍ତି। ପ୍ରଥମ ଥର ପାଇଁ ସେ ଜଣେ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜ୍ ପୂର୍ବରୁ ମଧ୍ୟ ରୋହିତ ଶର୍ମାଙ୍କୁ ବିରାଟ କୋହଲିଙ୍କ…

Read More

ଭୁବନେଶ୍ବର: ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ କର୍ମଚାରୀଙ୍କୁ ଦେଇଛନ୍ତି ନୂଆ ଭେଟି। ରାଜ୍ୟ ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏ ନେଇ ସେ ଏକ ବଡ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୨୦୨୧ ଜୁଲାଇ ଏକ ତାରିଖରୁ ପିଚ୍ଛିଲା ଭାବରେ ଲାଗୁ ହେବ। ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଦ୍ବାରା ରାଜ୍ୟର ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ତଥା ପେନ୍‌ସନଭୋଗୀ ଉପକୃତ ହେବେ । ଏହା ସହିତ ସପ୍ତମ ବେତନ କମିଶନ ବାବଦ ୩୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ କର୍ମଚାରୀମାନେ ସପ୍ତମ ବେତନ କମିସନ…

Read More

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଧାୟକ, ଶ୍ରୀ ଜ୍ଞାନଦେବ ବେଉରା, ଅଧ୍ୟକ୍ଷ ପଛୁଆ ବର୍ଗ ବିଭାଗ ପ୍ରଦେଶ କଂଗ୍ରେସ କମିଟି ଓ ଶ୍ରୀ ଚିନ୍ମୟ ସୁନ୍ଦର ଦାସ ଆଜି ଲୋକସଭା ଭବନରେ ପଂଚାୟତରାଜ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଓଡ଼ିଶାରେ ଆଗାମୀ ପଂଚାୟତ ନିର୍ବାଚନରେ ପଛୁଆବର୍ଗମାନଙ୍କ ପାଇଁ ଉଚ୍ଛେଦ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ପୂନଃ କାଏମ କରିବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । କଂଗ୍ରେସ ଦଳ ତରଫରୁ ପ୍ରଥମେ ସଂରକ୍ଷଣ ଓ ପରେ ନିର୍ବାଚନ ଦାବିକୁ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । ଏହି ଦାବିପତ୍ର ଗ୍ରହଣ କରି ପ୍ରମୁଖ ଶାସନ ସଚିବ, ଏହାଉପରେ ସରକାର ତର୍ଜମା କରିବା ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଂଗ୍ରେସ ଦଳ ତରଫରୁ ପ୍ରଦାନ କରାଯାଇଥିବା ଦାବି ପତ୍ରକୁ ସରକାର ବିଚାରକୁ ନନେଲେ କଂଗ୍ରେସ ଦଳ ଖୁବଶୀଘ୍ର ନ୍ୟାୟଳୟକୁ ଯିବାପାଇଁ…

Read More

ଭୁବନେଶ୍ୱର: ଆଜି ବର୍ଷ ଶେଷରେ ରାଜ୍ୟ ସରକାର କ୍ୟାବିନେଟ ବୈଠକ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ନଅ ଟି ପ୍ରମୁଖ ବିଷୟରେ ନିଷ୍ପତି ଗ୍ରହଣ କରାଯାଇଛି। ଏଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା, ଗୃହ ଏବଂ ସହରାଞ୍ଚଳର ବିକାଶ ଏବଂ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର 9 ଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ ନିଷ୍ପତ୍ତି ବିଷୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ବିସ୍ତୁତ ତଥ୍ୟ ପ୍ରଦାନ କରିଛନ୍ତି। ସେହି ଅନୁସାରେ ନୂତନ ସହାୟତା ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଂସ୍କୃତ ଟୋଲ୍, ମାଦ୍ରାସା ଏବଂ ପୂର୍ବ ଜୁନିଅର କଲେଜଗୁଡିକ ସହିତ ଅଣ-ସରକାରୀ ମହାବିଦ୍ୟାଳୟର ଯୋଗ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ଏହି ଅନୁଷ୍ଠାନଗୁଡିକର ଯୋଗ୍ୟ କର୍ମଚାରୀମାନେ ନୂତନ ବର୍ଷର 2022 ଦିନ ଠାରୁ ଓଡ଼ିଶାର ସଂଶୋଧିତ ବେତନ…

Read More

କଟକ: ଆଜି ଓଡିଶା ଡିଜିପି ଅଭୟ ତାଙ୍କ ପଦରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନୂଆ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁନୀଲ ବଂଶଲ। ସୁନୀଲ ଓଡିଶା ଡିଜିପି ଭାବେ ଯୋଗ ଦେବେ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ସେହି ଅନୁସାରେ ସେ ଗତକାଲି ରାତିରେ ଭୁବନେଶ୍ବରରେ ପହଞ୍ଚି ସାରିଥିଲେ। ଗତକାଲି ବିମାନ ବନ୍ଦରରେ ତାଙ୍କୁ ଓଡିଶା ପୋଲିସର ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ। ଆଜି କଟକ ପୋଲିସ ମୁଖ୍ୟାଳୟରେ ସେ ବିଧିବଧ ଭାବେ ଅଭୟଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ଏଥିସହିତ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। 1987 ବ୍ୟାଚ୍ ଓଡିଶା କ୍ୟାଡରର ଆଇପିଏସ ହେଉଛନ୍ତି ସୁନୀଲ ବଂଶଲ। ସେ 1994 ମସିହାରେ ଓଡିଶା ଛାଡି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ କେନ୍ଦ୍ରରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବା ପରେ ଶେଷରେ କେନ୍ଦ୍ରୀୟ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଅଭୟ 2019…

Read More

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ, ତାରିଖ ନ ପାଇ କୌଣସି ଶୁଭ ଏବଂ ଶୁଭ କାର୍ଯ୍ୟ କରାଯାଏ ନାହିଁ। କୌଣସି ଶୁଭ କାମ କରିବା ପାଇଁ ଏକ ଶୁଭ ସମୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିବାହ ଇତ୍ୟାଦି କାର୍ଯ୍ୟରେ ଦିନ ଏବଂ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସନାତନ ଧର୍ମରେ ବିବାହ ଜନ୍ମଜନ୍ମର ସମ୍ପର୍କ ବୋଲି ବିବେଚନା କରାଯାଏ। ତେଣୁ ବିବାହ ପୂର୍ବରୁ ରାଶିଫଳ ମଧ୍ୟ ଜ୍ୟୋତିଷଙ୍କ ଦ୍ଵାରା ମେଳ ହୁଏ। ଏହା ସହିତ, ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ବିବାହର ଶୁଭ କାର୍ଯ୍ୟ ଏକ ଶୁଭ ଦିନରେ କରାଯିବା ଉଚିତ୍। ବର୍ଷସାରା ଆସୁଥିବା ଖଳମାସ, ମଳମାସ, ପିତୃପକ୍ଷ ଏବଂ ଚତୁର୍ମାସ ଇତ୍ୟାଦି ଦିନରେ ବିବାହ କରିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ। ବର୍ତ୍ତମାନ ପୌଷ ମାସରେ ଖଳମାସ ଚାଲିଛି। ଏପରି ପରିସ୍ଥିତିରେ ବିବାହ ଇତ୍ୟାଦି ଶୁଭ କାର୍ଯ୍ୟ କରାଯାଇ ନାହିଁ। ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି, ଏବଂ ନୂଆ…

Read More

ସ୍ୱାସ୍ଥ୍ୟ ଟିପ୍ସ: ତୃତୀୟ ତରଙ୍ଗ ସହିତ କରୋନା ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛି। ଓମିକ୍ରନ୍ ର ବିପଦ ସବୁଆଡେ ବଢିଚାଲିଛି। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚେଷ୍ଟା କରୁଛନ୍ତି। ଶରୀରର ଦୃଢ ଇମ୍ୟୁନିଟି ରହିବା ଆପଣଙ୍କ ପାଇଁ କୌଣସି ପ୍ରକାରର ଭାଇରାଲ୍ ସଂକ୍ରମଣରୁ ଦୂରେଇ ରହିବା ସହଜ କରିଥାଏ। ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ, ଲୋକମାନେ ଅନେକ ପ୍ରକାରର ଔଷଧ ଖାଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଘରର ରୋଷେଇ ଘରେ ମିଳୁଥିବା ଏପରି ଏକ ଜିନିଷ କହିବାକୁ ଯାଉଛୁ, ଯାହା ମାଧ୍ୟମରେ ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇ ପାରିବେ। ଟମାଟୋ ଦ୍ଵାରା ଆପଣ ରୋଗ ପ୍ରତିଶୋଧକ ବୃଦ୍ଧି କରିପାରିବେ। ଜାଣନ୍ତୁ କେମିତି… ଟମାଟୋରେ ଏହିପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଟମାଟୋରେ ଭିଟାମିନ୍ ସି, ଭିଟାମିନ୍ ଏ, ଫୋଲେଟ୍, କ୍ୟାଲସିୟମ୍ ଏବଂ…

Read More