Author: Samikhsya Bureau

ନୂଆଦିଲ୍ଲୀ: ୨୦୨୨ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି। ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୧ ତାରିଖରେ ସମଗ୍ର ବିଶ୍ୱରେ ଲୋକମାନେ ପାଳନ କରନ୍ତି ଏବଂ ଆଗାମୀ ବର୍ଷକୁ ସ୍ୱାଗତ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ସମୟରେ ନୂତନ ବର୍ଷକୁ ସ୍ୱାଗତ କରାଯାଏ। ବାସ୍ତବରେ ନିଜ ଦେଶର ସମୟ ଅନୁଯାୟୀ ଉତ୍ସବ ପାଳନ କରାଯିବ। ଆସନ୍ତୁ ଜାଣିବା ୨୦୨୨ ବର୍ଷ କେଉଁ ସମୟରେ ଭାରତୀୟ ସମୟ ଅନୁଯାୟୀ ପାଳନ କରାଯିବ: ଭାରତରେ, ନୂତନ ବର୍ଷର ଉତ୍ସବ ଡିସେମ୍ବର ୩୧ ରାତି ୧୨ ଟା ପରେ ଆରମ୍ଭ ହେବ। ଆୟରଲ୍ୟାଣ୍ଡ/ କିରିବେତୀରେ ନୂତନ ବର୍ଷକୁ ସ୍ୱାଗତ କରିବାରେ ଦୁନିଆରେ ପ୍ରଥମ। ଭାରତର ସମୟ ଅନୁଯାୟୀ, ଡିସେମ୍ବର ୩୧ ତାରିଖ ଅପରାହ୍ନ ୩.୩୦ ରେ ସେଠାରେ ନୂତନ ବର୍ଷ ଆରମ୍ଭ ହେବ। ନ୍ୟୁଜିଲ୍ୟାଣ୍ଡ, ଋଷ ଏବଂ ଅଷ୍ଟ୍ରେଲିଆର କିଛି ଅଂଶରେ ଭାରତୀୟ ସମୟ ଅପରାହ୍ନ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୯ ଟି ପ୍ରସ୍ତାବକୁ କ୍ୟାବିନେଟର ମୋହର ଲାଗିଛି। ଏହା ମଧ୍ୟରୁ ଜାଗା ମିଶନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ୫ ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମି ପ୍ରଦାନ କରାଯିବା ନେଇ କ୍ୟାବିନେଟର ମଞ୍ଜୁରୀ ମିଳିଛି। ସମ୍ବଲପୁର, ରାଉରକେଲା, କଟକ, ଭୁବନେଶ୍ବର ଏବଂ ବ୍ରହ୍ମପୁର ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମି ମିଳିବ। ମୋଟ ୯୩୮ ବସ୍ତିବାସିନ୍ଦାଙ୍କୁ ଜମି ମିଳିବ। ଏହା ଦ୍ଵାରା ୧ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ସବୁ ପରିବାରକୁ ୩୦ ବର୍ଗଫୁଟର ଜମି ଦେବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

Read More

ନୂଆଦିଲ୍ଲୀ: ପଂଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାରେ ଶାସକ କଂଗ୍ରେସ ମଧ୍ୟରେ ବିଦ୍ରୋହ ସେତିକି ବଢିବାରେ ଲାଗିଛି। ନିକଟରେ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପେଟନ ଅମରେନ୍ଦ୍ର ସିଂଙ୍କୁ ହଟାଇବା ପରେ ମଧ୍ୟ ବିବାଦ ଥମିପାରୁ ନାହିଁ। ବିଶେଷ କରି କଂଗ୍ରେସର ପ୍ରମୁଖ ନେତା ନବଜୋତ ସିଂ ସିଦ୍ଧୁ ସେଠାକାର ରାଜନୀତିକୁ ଗୋଳିଆ କରିବାରେ ଲାଗିଛନ୍ତି। ନିକଟରେ କଂଗ୍ରେସ ତରଫରୁ କୁହାଗଲା ଯେ, ପଂଜାବରେ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବ ନାହିଁ। ସମସ୍ତେ ଏକାଠି ହୋଇ ଲଢେଇ କରିବେ। ଏହାକୁ ନେଇ ବର୍ତ୍ତମାନ ସେଠାକାର ରାଜନୀତିରେ ତୁମ୍ବିତୋଫାନ ସୃଷ୍ଟି ହେବାରେ ଲାଗିଛି। ବିଶେଷ କରି ସିଦ୍ଧୁ ଏପରି ନିଷ୍ପତିକୁ ନେଇ ଉତକ୍ଷିପ୍ତ ହୋଇପଡିଛନ୍ତି। ପଂଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ସିଦ୍ଧୁ ପୁରା ଦମରେ ଲାଗିପଡିଛନ୍ତି। ସେ ଯେପରି କ୍ୟାପେଟନଙ୍କୁ ଆଉଟ କରିବା ପାଇଁ ଲାଗିପଡିଥିଲେ ଠିକ୍ ସେହି କାମ ଆରମ୍ଭ କରିଛନ୍ତି। କଂଗ୍ରେସର ନିଷ୍ପତିକୁ ବଦଳାଇ ତାଙ୍କ ନାମ…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ହଟାଇବା ପ୍ରକ୍ରିୟା ଜାରି ରହିଛି। ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଜେଏମର ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସୁହେଲ ଅହମ୍ମଦ ବୋଲି ଜଣା ପଡିଛି। ଦୁଇଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ଏନକାଉଣ୍ଟର ପରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଆଇ.ଜି. କାଶ୍ମୀର ବିଜୟ କୁମାରଙ୍କ ଅନୁଯାୟୀ, ଜେୱାନ ଆତଙ୍କବାଦୀ ଆକ୍ରମଣରେ ଜଡିତ ୩ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ପାଇଥିଲେ। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପରେ ଏନକାଉଣ୍ଟରରେ ୩ ଜଣ ପୋଲିସ କର୍ମଚାରୀ ଏବଂ ୨ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ତେବେ ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ମୁକାବିଲାରେ ୯ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।…

Read More

ଭୁବନେଶ୍ବର: ଆଜି ପୁଣି ଥରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ଗଣଶିକ୍ଷା ମନ୍ତି ସ୍ପଷ୍ଟ କରିଛନ୍ତି। ଆସନ୍ତା ୩ ତାରିଖରେ ହିଁ ଏହି ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ। କିନ୍ତୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ପାଠ ପଢା ବାଧ୍ୟତାମୂଳକ ନୁହେଁ। ଯେଉଁ ଅଭିଭାବକମାନେ ଚାହିଁବେ, ସେମାନେ ତାଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିପାରିବେ। ଯେଉଁ ଛାତ୍ରଛାତ୍ରୀ ସ୍କୁଲକୁ ଯିବା ପାଇଁ ଇଚ୍ଛାପ୍ରକାଶ କରିବେ ନାହିଁ, ସେମାନେ ପୂର୍ବପରି ଅନଲାଇନରେ ପାଠ ପଢିପାରିବେ। ଏହାପୂର୍ବରୁ ଗତକାଲି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ମଧ୍ୟ ଏନେଇ ସ୍ପଷ୍ଟ କରିଥିଲେ। ଗତ ୨୯ ତାରିଖରେ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଡିଏମଇଟି ରମାରମଣ ମହାନ୍ତି କହିଥିଲେ। ଯାହାକୁ ନେଇ ଗଣଶିକ୍ଷା ବିଭାଗ ସଚିବ ପ୍ରତିକ୍ରିୟା ରଖିବା ସହ ସ୍କୁଲ ଖୋଲିବା…

Read More

ଭୁବନେଶ୍ବର: ନୂଆବର୍ଷରେ ନୂଆ ସଂସ୍କାର ଆଣିବାକୁ ପରିବହନ ବିଭାଗ ଉଦ୍ୟମ କରୁଛି। ପରିବହନ ବିଭାଗର ସମସ୍ତ କାର୍ଯ୍ୟକୁ ଅଫଲାଇନ ପରିବର୍ତ୍ତେ ଅନଲାଇନରେ କରିବା ପାଇଁ ଉଦ୍ୟମ ଜାରି ରହିଛି। ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ କରି ଗାଡି ପରମିଟ୍ ପର୍ଯ୍ୟନ୍ତ ସବୁ କାର୍ଯ୍ୟକୁ ଅନଲାଇନରେ କରିବାକୁ ପ୍ରୟାସ କରାଯାଉଛି। ଯାହାଫଳରେ ମଧ୍ୟସ୍ଥିମାନଙ୍କ ସମ୍ପୃକ୍ତି ବନ୍ଦ ହୋଇପାରିବ। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: ସୀମିତ ଓଭର ଏବଂ ଟେଷ୍ଟ ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକଙ୍କୁ ନେଇ ଭାରତୀୟ କ୍ରିକେଟ୍ ଦଳ ମ୍ୟାଚ ଖେଳିବ। ସୀମିତ ଓଭର ଅଧିନାୟକତ୍ୱ ରୋହିତ ଶର୍ମାଙ୍କ ହାତରେ ଥିବାବେଳେ ଟେଷ୍ଟ ଦଳ ବିରାଟ କୋହଲିଙ୍କ ନେତୃତ୍ୱରେ ଅଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ରୋହିତ ଟି-୨୦ ଫର୍ମାଟର ଅଧିନାୟକତ୍ୱ ଗ୍ରହଣ କରିଛନ୍ତି। ଏଥି ସହିତ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ଦିନିକିଆ ର ଅଧିନାୟକତ୍ୱ ଗ୍ରହଣ କରିବେ। ଏହି ଦୁଇଟି କିମ୍ବଦନ୍ତୀ ହେଉଛନ୍ତି ଭାରତୀୟ କ୍ରିକେଟ୍ ର ଶକ୍ତି ଏବଂ ବିସିସିଆଇ ସହିତ ଆଇପିଏଲ୍ ଫ୍ରାଞ୍ଚାଇଜ୍ ମଧ୍ୟ ସେମାନଙ୍କ ପାଇଁ ବହୁ ପରିମାଣର ଅର୍ଥ ଖର୍ଚ୍ଚ କରିଥାଏ। କୋହଲି ଏବଂ ରୋହିତ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମା ତାଲିକାରେ ଗ୍ରେଡ୍ ଏ + ରେ ଆସିଛନ୍ତି। ଉଭୟ ବାର୍ଷିକ ୭ କୋଟି ଟଙ୍କା ପାଆନ୍ତି। ବିସିସିଆଇ ବ୍ୟତୀତ ସେମାନେ ଆଇପିଏଲରୁ ବିପୁଳ ପରିମାଣର ଅର୍ଥ ମଧ୍ୟ ପାଆନ୍ତି। ସେମାନଙ୍କର ଫ୍ରାଞ୍ଚାଇଜ୍…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଲୁଟେରାମାନଙ୍କ ପାଦୁର୍ଭାବ ବଢିଚାଲିଛି। ଜାତୀୟ ରାଜପଥରୁ ୩ ଟି ଗାଡିରୁ ଲୁଟେରାମାନେ ଟଙ୍କା ପଇସା ଲୁଟିନେଇଛନ୍ତି। ଲୁଟ ପରେ ମଧ୍ୟ ଡ୍ରାଇଭରକୁ ଅପହରଣ କରିନେଇଛନ୍ତି। ଅଧିକ ଟଙ୍କା ଲୋଭରେ ଟ୍ରକ୍ ଚାଳକଙ୍କୁ ଲୁଟେରାମାନେ ଅପହରଣ କରିନେଇଛନ୍ତି। ୧୬ ନଂ ଜାତୀୟ ରାଜପଥ ବଡ ପୋଖରିଆ ନିକଟରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ ପାରାଦ୍ୱୀପରୁ ହାଇଡ୍ରୋକ୍ଲୋରାଇଡ୍ ଏସିଡ୍ ଲୋଡ୍ କରି ଆନ୍ଧ୍ରପ୍ରଦେଶ ଅଭିମୁଖେ ୩ ଟି ଟ୍ୟାଙ୍କର ବାହାରି ଥିଲେ। ହେଲେ ବଡ ପୋଖରିଆ ନିକଟରେ ଏକ କାରରେ ୪ ଜଣ ଲୁଟେରା ଆସି ଟ୍ୟାଙ୍କର ସମ୍ମୁଖରେ କାରକୁ ରଖିଦେଇଥିଲେ। ଫଳରେ ୩ ଟି ଯାକ ଟ୍ୟାଙ୍କର ଅଟକିଯାଇଥିଲା। ଲୁଟେରାମାନେ ୩ ଚାଳକ ମାନଙ୍କୁ କାଠ ଫାଳିଆ ଓ ଲୁହା ରଡ୍ ରେ ଆକ୍ରମଣ କରି ପାଖା ପାଖି ୫୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଜଣା ପଡିଛି। ଏହା…

Read More

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ମିଳିଥିବା କରୋନାର ଏକ ନୂତନ ଭାରିଆଣ୍ଟ ଓମିକ୍ରନ୍‌ର ଅନେକ ମାମଲା ମଧ୍ୟ ଭାରତରେ ଦେଖିବାକୁ ମିଳିଛି। ବର୍ତ୍ତମାନ ଦେଶରେ ଓମିକ୍ରନ୍ ଭାରିଆଣ୍ଟର ମାମଲା ୧ ହଜାର ୨୭୦ କୁ ବୃଦ୍ଧି ପାଇଛି। ଏଥିସହିତ ୩୭୪ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ଓମିକ୍ରନ୍ ଭାରିଆଣ୍ଟ ଦେଶର ୨୩ ଟି ରାଜ୍ୟକୁ ସ୍ପର୍ଶ କରିଛି। ମହାରାଷ୍ଟ୍ରରେ କରୋନାର ଏହି ଭାରିଆଣ୍ଟର ସର୍ବାଧିକ ସଂଖ୍ୟକ ରୋଗୀଙ୍କୁ ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ଓମିକ୍ରନ୍ ଭାରିଆଣ୍ଟର ରୋଗୀଙ୍କ ସଂଖ୍ୟା ୪୫୦ କୁ ବୃଦ୍ଧି ପାଇଛି। ଏଥି ସହିତ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରେ ଓମିକ୍ରନର ୩୨୦ ଟି ମାମଲା ଦେଖିବାକୁ ମିଳିଛି।

Read More

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉପର ମୁହାଁ ହୋଇଛି। ଗତକାଲି ଦେଶରେ ୧୩ ହଜାର ୧୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସେହି ସଂଖ୍ୟାରେ ବୃଦ୍ଧି ପାଇ ୧୬ ହଜାର ୭୬୪ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟାରେ ୨୨୦ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୮ ଲକ୍ଷ ୩୮ ହଜାର ୭୬୪ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୧ ହଜାର ୮୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୬୬ ହଜାର ୩୬୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୧ ହଜାର ୩୬୧ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର:  ଆଜି ରାଜ୍ୟରେ ୨୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୭ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୨ ବାଲେଶ୍ଵର ଜିଲ୍ଲାରୁ- ୧ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୧ ବୌଦ୍ଧ ଜିଲ୍ଲାରୁ- ୨ କଟକ ଜିଲ୍ଲାରୁ – ୧୨ ଦେବଗଡ ଜିଲ୍ଲାରୁ- ୬ ଢେଙ୍କାନାଳ ଜିଲ୍ଲାରୁ- ୪ ଗଜପତି ଜିଲ୍ଲାରୁ- ୩ ଗଞ୍ଜାମ ଜିଲ୍ଲାରୁ- ୫ ଜଗତସିଂହପୁର ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୨ ଝାରସୁଗୁଡା ଜିଲ୍ଲାରୁ- ୯ କେନ୍ଦ୍ରାପଡା ଜିଲ୍ଲାରୁ- ୨ କେନ୍ଦୁଝର ଜିଲ୍ଲାରୁ- ୫ ଖୋର୍ଦ୍ଧା ଜିଲ୍ଲାରୁ- ୧୦୫ କୋରାପୁଟ ଜିଲ୍ଲାରୁ- ୨ ମୟୂରଭଞ୍ଜ ଜିଲ୍ଲାରୁ- ୩ ନବରଙ୍ଗପୁର ଜିଲ୍ଲାରୁ- ୩ ନୟାଗଡ ଜିଲ୍ଲାରୁ- ୫ ପୁରୀ ଜିଲ୍ଲାରୁ-…

Read More

ନୂଆଦିଲ୍ଲୀ: କୋଭାକ୍ସିନ BBV152 ଟିକା ନିରାପଦ ବୋଲି ପ୍ରମାଣିତ ହୋଇଛି। ଭରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ (ବିବିଏଲ) ଆଜି ଏହି ଘୋଷଣା କରିଛି। ପିଲାମାନଙ୍କଠାରେ ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ସୁରକ୍ଷିତ ଏବଂ ଉତ୍ତମ ପ୍ରତିରକ୍ଷା ପ୍ରଦାନ କରୁଥିବା ପ୍ରମାଣିତ ହୋଇଛି। ଭରତ ବାୟୋଟେକର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ କୃଷ୍ଣ ଏଲା କହିଛନ୍ତି, “ପିଲାମାନଙ୍କରେ କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ ଡାଟା ଅତ୍ୟନ୍ତ ଉତ୍ସାହଜନକ ଅଟେ। ପିଲାମାନଙ୍କ ପାଇଁ ଟିକା ସମ୍ବନ୍ଧୀୟ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଏବେ ଖୁସି ଅଛୁ ଯେ” ପିଲାମାନଙ୍କ ପାଇଁ ସୁରକ୍ଷା ଏବଂ ପ୍ରତିରକ୍ଷା ପ୍ରଣାଳୀ ପାଇଁ କୋଭାକ୍ସିନ ଭଲ ପ୍ରମାଣିତ ହୋଇଛି। ଆମେ ବର୍ତ୍ତମାନ ଏହି ଲକ୍ଷ୍ୟ ହାସଲ କରିଛୁ। ଉଭୟ ବୟସ୍କ ଏବଂ ପିଲାମାନଙ୍କ ପାଇଁ କୋଭାକ୍ସିନ ଟୀକା ନିରାପଦ ଏବଂ ପ୍ରଭାବଶାଳୀ। ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍-ସେପ୍ଟେମ୍ବର ମଧ୍ୟରେ ପିଲାମାନଙ୍କ ଉପରେ କରାଯାଇଥିବା ଟୀକାକରଣର କ୍ଲିନିକାଲ୍…

Read More

ସ୍ୱାସ୍ଥ୍ୟ ଟିପ୍ସ: ସମସ୍ତେ ଚାହାଁନ୍ତି ପତଳା ଏବଂ ଫିଟ୍ ଶରୀର। ଶରୀରକୁ ମଧ୍ୟ ନମନୀୟ ରଖିବାକୁ ସମସ୍ତେ ଚାହାନ୍ତି। ଯାହାଫଳରେ ନିତ୍ୟ ବ୍ୟବହାର୍ଯ୍ୟ ଜୀବନକୁ ସଠିକ୍ ଭାବରେ ବଞ୍ଚିବା ସହିତ, ଆପଣ ନୃତ୍ୟ ଏବଂ ଦୈନନ୍ଦିନ ଜୀବନକୁ ଖୁସିରେ ଉପଭୋଗ କରିପାରିବେ। ତେଣୁ ବର୍ତ୍ତମାନ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଦେଶୀ ଘିଅ ଆପଣଙ୍କର ଏହି ଇଚ୍ଛା ପୂରଣ କରିବାରେ ସାହାଯ୍ୟ କରିପାରିବ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏଠାରେ କହିବୁ ଯେ ଦେଶୀ ଘିଅ ଖାଇ ଆପଣ କ’ଣ ଲାଭ ପାଇପାରିବେ? ଶରୀରକୁ ଦୁଇ ପ୍ରକାରର ପୁଷ୍ଟିକର ଖାଦ୍ୟ ମିଳିଥାଏ: ଶରୀରରେ ନମନୀୟତା ବଜାୟ ରଖିବା ପାଇଁ, ଆପଣଙ୍କର ମାଂସପେଶୀଗୁଡ଼ିକ ଆବଶ୍ୟକ ପରିମାଣର ତେଲ ଆବଶ୍ୟକ। ସାଥିରେ ଆପଣଙ୍କର ହାଡ ଦୃଢ ରହିବା ଆବଶ୍ୟକ। ଏହି ଦୁଇଟି ଆବଶ୍ୟକତା ପୂରଣ କରିବାରେ ଦେଶୀ ଘିଅ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମନେରଖନ୍ତୁ ଯେ ଗାଈର…

Read More

ଭୁବନେଶ୍ବର: ଉତ୍ତର ପ୍ରଦେଶ ସରକାର ବିଭିନ୍ନ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ନିକଟରେ ଝାନସୀ ଷ୍ଟସନର ନାମ ପରିବର୍ତ୍ତନ କରାଯାଇ ବୀରଙ୍ଗନା ଲକ୍ଷ୍ମୀବାଇ ଷ୍ଟେସନ ନାମରେ ନାମିତ କରାଯାଇଛି। ସେହିପରି ରାଜ୍ୟର ପ୍ରତିଷ୍ଠିତ ରେଳ ଷ୍ଟେସନ ଓ ଜଙ୍କସନ୍ ଖୋର୍ଦ୍ଧାରୋଡର ନାମ ପରିବର୍ତ୍ତନ ପାଇଁ ଦାବୀ ଧରିଛି। ଏ ନେଇ ସମାଜବାଦୀ ପାର୍ଟି ଓଡିଶା ସଭାପତି ରବି ବେହେରା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଝାନସୀ ଷ୍ଟେସନ ଯେପରି ଜଣେ ବୀରାଙ୍କ ନାମରେ କରାଗଲା, ସେହିପରି ଖୋର୍ଦ୍ଧା ରୋଡକୁ ବକ୍ସି ଜଗବନ୍ଧୁଙ୍କ ନାମରେ ନାମିତ କରାଯାଉ। ଏହି ଷ୍ଟେସନର ନାମ ବକ୍ସି ଜଗବନ୍ଧୁ ଜଙ୍କସନ ନାମରେ ନାମିତ କରିବାକୁ ଦାବୀ କରାଯାଇଛି। ଏଥିସହିତ ସେଠାରେ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ କରାଯାଇଛି। ରେଳମନ୍ତ୍ରୀଙ୍କୁ ଏହି ଚିଠି ଲେଖିବା ସହିତ ଆଉ ଏତ ଚିଠି ମୁଖ୍ୟମନ୍ତ୍ରୀ ନବୀନ…

Read More

ଭୁବନେଶ୍ବର: ଜଣେ ଧନୀ ବ୍ୟକ୍ତି ଟ୍ରେନ ରେ ଯାଉଥିଲେ । ସେହି ଟ୍ରେନ ରେ ଭିକ ମାଗୁଥିବା ବ୍ୟକ୍ତି ଜଣକ, ଧନୀ ବ୍ୟକ୍ତିଙ୍କ ଭେସଭୁଷାକୁ ଦେଖି କହିଲା, “ବାବୁ କିଛି ମିଳିବ” ? ଧନୀ ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ କହିଲେ ତୁମେ କେବେ ଜୀବନରେ କାହାକୁ କିଛି ଦେଇଛ ? ଭିକାରୀ ଜଣକ କହିଲା ନା ବାବୁ ମୋ ପାଖରେ କଣ ବା ଅଛି ମୁ ଦେବି ! ଧନୀ ବ୍ୟକ୍ତି ଜଣକ କହିଲେ ତୁମେ ଯଦି କାହାକୁ କିଛି ଦେଇ ନାହଁ ତେବେ ମୁଁ କାହିଁକି ତୁମକୁ ଦେବି। ଭିକାରୀ ଏ କଥା ଶୁଣି ଦୁଖୀ ହୋଇଗଲା । ସନ୍ଧ୍ୟା ବେଳକୁ ସେ ଷ୍ଟେସନ ନିକଟ ଝୁମ୍ପୁଡି ଘରକୁ ଫେରିଗଲା, ସେ ରାତିରେ ଶୋଇବାକୁ ଚେଷ୍ଟା କଲା କିନ୍ତୁ ରାତିରେ ନିଦ ହେଲାନାହିଁ। ସକାଳୁ ଉଠି ଷ୍ଟେସନ ବାହାରକୁ ଗଲା ଦେଖିଲା ବଗିଚାରେ ସୁନ୍ଦର ଫୁଲ ଫୁଟିଛି ।…

Read More

ମେଷ:– ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି। ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ। ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ। ପାରିବାରିକ ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। କ୍ରୋଧକୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଏହା ବିତର୍କ ହୋଇପାରେ। ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଖାଇବା ଓ ପିଇବା ପାଇଁ ଧ୍ୟାନ ଦିଅନ୍ତୁ। ବୃଷ:– ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟ ସ୍ୱାଭାବିକ ହେବ। ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ। କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ ଏବଂ…

Read More

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖାଉଟି ସୁରକ୍ଷା ଆଇନ ୨୦୧୯ର ବିଭିନ୍ନ ଧାରା ଓ ଉପଧାରା ଅନୁସାରେ ୨୦୨୧ରେ ପ୍ରଣିତ ନିୟମର ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଜିଲ୍ଳା, ରାଜ୍ୟ ଓ ଜାତୀୟ ଖାଉଟି ଆୟୋଗ କେତେ ଟଙ୍କାର ମାମଲା ବିଚାର କରିପାରିବେ ତାହା ନିର୍ଦ୍ଧାରିତ ହୋଇ ପ୍ରକାଶ ପାଇଛି। ନୂଆ ନିୟମ ଅନୁସାରେ ଏଣିକି ଜିଲା ଖାଉଟି ଆୟୋଗରେ ସର୍ବାଧିକ ୫୦ଲକ୍ଷ ଟଙ୍କା ଯାଏ ମାମଲାର ଶୁଣାଣି ହୋଇପାରିବ। ରାଜ୍ୟ ଖାଉଟି ସୁରକ୍ଷା ଆୟୋଗ ନୂଆ ନିୟମ ଅନୁସାରେ ୫୦ଲକ୍ଷ ଟଙ୍କାରୁ ଅଧିକ ଏବଂ ସର୍ବାଧିକ ୨କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ମାମଲାଗୁଡିକର ବିଚାର କରିବେ। ଦୁଇକୋଟି ଟଙ୍କାରୁ ଊର୍ଦ୍ଧ୍ୱ ସମସ୍ତ ଖାଉଟି ମାମଲା ଜାତୀୟ ଖାଉଟି ଆୟୋଗରେ ବିଚାର କରାଯିବ। ୨୦୧୯ ଖାଉଟି ସୁରକ୍ଷା ଆଇନରେ ତ୍ରିସ୍ତରୀୟ ଅର୍ଦ୍ଧ ବିଚାରବିଭାଗୀୟ ବ୍ୟବସ୍ଥା କରାଯାଇଥିଲା ଏବଂ ତାହା କାର୍ଯ୍ୟକାରୀ ହୋଇଛି। ଖାଉଟି ମାନଙ୍କ ଆପତ୍ତି ଅଭିଯୋଗ ଶୁଣି ସେମାନଙ୍କୁ…

Read More

ଭୁବନେଶ୍ୱର: ଡ଼ାକ୍ତର କାଶୀନାଥ ନାୟକଙ୍କ ଆତ୍ମଜୀବନୀ “ମାଇଁସେଲ୍ଫ ଆଣ୍ଡ ଦ ୱାର୍ଲ୍ଡ ଲୋକାର୍ପିତ” ବୁଧବାର ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଡ଼. ଭଗବାନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ଼ାକ୍ତର କାଶୀନାଥ ନାୟକ ଜଣେ ସଫଳ ଡ଼ାକ୍ତର ହେବା ସହିତ ପୁଣି ଜଣେ ସୃଜନଶୀଳ ଲେଖକ ହୋଇପାରିଛନ୍ତି ବୋଲି ଖୁସିବ୍ୟକ୍ତ କରିଥିଲେ । ଡ଼ା ନାୟକ ଅତି ସୁନ୍ଦରଭାବରେ ଏହି ଆତ୍ମଜୀବନୀ ପୁସ୍ତକରେ ନିଜର ସମସ୍ତ ମୂହୁତ୍ତକୁ ଉପସ୍ଥାପନା କରିଛନ୍ତି ଯାହାକି ଅନ୍ୟ ଆତ୍ମଜୀବନୀ ପୁସ୍ତକରେ ଦେଖିବାକୁ ମିଳେ । ଏହି ପୁସ୍ତକଟି ଓଡ଼ିଆ ଭାଷାରେ ପ୍ରକାଶିତ ହେଲେ ସାରା ରାଜ୍ୟରେ ଜନାଦୃତ ହୋଇପାରବ ବୋଲି ସେ ମତ ରଖିଥିଲେ । ମୁଖ୍ୟ ବକ୍ତାଭାବେ ଯୋଗଦେଇ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପ୍ରାପ୍ତ ବିଶିଷ୍ଟ ଲେଖକ ଅସୀତ ମହାନ୍ତି କହିବା ସହିତ ଲେଖକ ଡ଼ା କାଶୀନାଥ ନାୟକ ଏହି ପୁସ୍ତକରେ ନିଜ…

Read More

ଭୁବନେଶ୍ବର: ଓଡିଶାରେ ମିଶନାରିଜ୍ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମମାନଙ୍କରେ ଥିବା ଅନ୍ତେବାସୀମାନେ ଯେପରି କୌଣସି ସମସ୍ୟା ବିଶେଷ କରି ଖାଦ୍ୟ ନିରାପତ୍ତା ତଥା ସ୍ବାସ୍ଥ୍ୟ ସଂପର୍କୀତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସଂସ୍ଥାଗୁଡିକୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଓଡ଼ିଶାରେ missionaries of charity ପକ୍ଷରୁ ପରିଚାଳିତ ଅନେକ କୁଷ୍ଠାଶ୍ରମ ଓ ଅନାଥାଶ୍ରମ ରହିଛି।

Read More

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଖବରରେ ସେ ଗଭୀର ଭାବରେ ମର୍ମାହତ ହୋଇଛନ୍ତି । ସେ ଜଣେ ଜନପ୍ରିୟ ନେତା ଭାବରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ। ବାଚସ୍ପତି ଭାବେ ଉଚ୍ଚ ସଂସଦୀୟ ପରମ୍ପରା ବଜାୟ ରଖିବା ସହିତ ସବୁ ଦଳର ବିଧାୟକ ମାନଙ୍କ ସମ୍ମାନର ଅଧିକାରୀ ହୋଇପାରିଥିଲେ । ମନ୍ତ୍ରୀ ତଥା ବିଧାୟକ ଭାବରେ ଓଡିଶାର ବିକାଶ ପାଇଁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ମଧ୍ୟ ସେ ଅନେକ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଶ୍ଚିମ ଓଡିଶାରେ ବିଜୁ ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଢ ନେତୃତ୍ବ ଦେଇଥିଲେ । ସେବା ଓ ପ୍ରତିବଦ୍ଧତା ତାଙ୍କ ବ୍ୟକ୍ତିତ୍ବର ଅନନ୍ୟ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ୧୭ହଜାର ୫୦୦ କୋଟିରୁ ଅଧିକ ଟଙ୍କାର ୨୩ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଥିଲେ। ଏହି ପ୍ରକଳ୍ପର ଅବଧାରଣା ପ୍ରଥମେ ୧୯୭୬ ମସିହାରେ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ପଡି ରହିଥିଲା। ସେ ୮୭୦୦ କୋଟି ଟଙ୍କାର ସଡକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ମଧ୍ୟ କରିଥିଲେ। ଦୁର୍ଗମ,ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳରେ ସଂଯୋଗୀକରଣ ଦିଗରେ ଏହି ପ୍ରକଳ୍ପଗୁଡିକ ସହାୟକ ହେବ। କୈଳାସ ମାନସରୋବର  ଯାତ୍ରାର ସଂଯୋଗୀକରଣ ମଧ୍ୟ ଉନ୍ନତ ହେବ। ସେ  ମଧ୍ୟ ଉଦ୍ଦମସିଂ ନଗରରେ ଏମ୍ସ, ଋଷିକେଶର ଉପଗ୍ରହ କେନ୍ଦ୍ର ଓ ପିଥୋରାଗଡରେ ଜଗଜ୍ଜୀବନ ରାମ ସରକାରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମଗ୍ର ଦେଶରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଦେବା ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରାରେ ଏହା ଏକ ଅଂଶବିଶେଷ। ସେ କାଶୀପୁରଠାରେ ସୁଗନ୍ଧିତ ଗୁଳ୍ମରାଜି ଉଦ୍ୟାନ ଓ ସିତାରଗଞ୍ଜଠାରେ ପ୍ଲାଷ୍ଟିକ ଶିଳ୍ପ ଉଦ୍ୟାନର ଶିଳାନ୍ୟାସ କରିଥିଲେ। ଏହାଛଡା…

Read More