ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ର୍ନିମଳା ସୀତାରମଣ ଆଜି ୨୦୨୨-୨୩ କେନ୍ଦ୍ର ବଜେଟ୍ ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ମନ୍ତ୍ରୀ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ) ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଛନ୍ତି। କେନ୍ଦ୍ର ଅର୍ଥ ସଚିବ ଆଲୋଚନାରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି ର୍ନିଦ୍ଦିଷ୍ଟ ପରାମର୍ଶ ବୈଠକର ଗୁରୁତ୍ୱ ବିଷୟରେ ସୂଚନା ଦେଇଥିଲେ। ଅଧିକାଂଶ ଅଂଶଗ୍ରହଣକାରୀ ମହାମାରୀର ପ୍ରକୋପ ସମୟରେ ସେମାନଙ୍କ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ଆର୍ଥିକ ସହାୟତା କରିଥିବାରୁ, ଋଣ ସୀମା ବୃଦ୍ଧି, ରାଜ୍ୟମାନଙ୍କୁ ୠଣ ଯୋଗାଣ ଏବଂ ପୁଞ୍ଜି ବ୍ୟୟ ପାଇଁ ସ୍ୱତନ୍ତ୍ର ସହାୟତା ଦେଇଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ବଜେଟ୍ ଭାଷଣରେ…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ ଜାନୁୟାରୀ ମାସ ପାଇଁ ନୂଆ ଗାଇଡ ଲାଇନ ଜାରି କରାଯାଇଛି। ଜାନୁୟାରୀ ୧ ତାରିଖ ଠାରୁ ଫେବୃୟାରି ୧ ତାରିଖ ପର୍ଯ୍ୟନ୍ତ ଏହି ଗାଇଡଲାଇନ ଜାରି ରହିବ। ଏହିପ୍ରରିପ୍ରେକ୍ଷୀରେ ରାଜ୍ୟର ସବୁ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବ। ରାତି ୧୦ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସେହିଭଳି ଭିଡ ଜନଗହଳି ଅଞ୍ଚଳକୁ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଛି। ଜନଗହଳି ଅଞ୍ଚଳରେ କରୋନା କଟକଣାକୁ ବାଧ୍ୟତାମୂଳକ କରାଯାଇଛି। ପାର୍କ, ବେଳାଭୂମି ଉପରେ ବଣଭୋଜିକୁ ବାରଣ କରାଯାଇଛି। ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ କରାଯାଇଛି। ରାଜନୈତିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି। ପ୍ରଦର୍ଶନୀ, ବାଣିଜ୍ୟ ମେଳା, ମେଳା ଆଦିକୁ ବାରଣ କରାଯାଇଛି। ହୋଟେଲ, ପାର୍କ, ମଲରେ ସାଂସ୍କୃତିକ ଏବଂ ନୃତ୍ୟ ଆଦି ଉପରେ କଟକଣା ଲାଗିଛି। ଜାନୁୟାରୀ ମାସରେ ଶିକ୍ଷାନୁଷ୍ଠାନକୁ ବଣଭୋଜିକୁ ବାରଣ କରାଯାଇଛି। କୋଭିଡ…
ଦୁବାଇ: ଶାରଜାଠାରେ ଖେଳାଯାଉଥିବା ଅଣ୍ଡର-୧୯ ଏସିଆ କପ୍ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶକୁ ୧୦୩ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଡିସେମ୍ବର ୩୧ ତାରିଖରେ ଟାଇଟଲ ମ୍ୟାଚରେ ଶ୍ରୀଲଙ୍କା ସହିତ ମୁହାଁମୁହିଁ ହେବ ଟିମ ଇଣ୍ଡିଆ। ଦ୍ୱିତୀୟ ସେମିଫାଇନାଲରେ ଭାରତ ପ୍ରଥମ ବ୍ୟାଟିଂ କରି ୫୦ ଓଭରରେ ଆଠଟି ୱିକେଟ ହରାଇ ୨୪୩ ସ୍କୋର କରିଥିଲା। ଏହାର ଜବାବରେ ବାଂଲାଦେଶର ଦଳ ୧୪୦ ରନ୍ ରେ ସମସ୍ତ ୱିକେଟ ହରାଇଥିଲା। ଏହିପରି, ଇଣ୍ଡିଆ ୧୦୩ ରନରେ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଥିଲା। ଓପନର୍ ବ୍ୟାଟ୍ସମ୍ୟାନ୍ ଅଙ୍ଗକ୍ରିଶ୍ ରଘୁବଂଶୀ ଏବଂ ହାର୍ନୁର ସିଂଙ୍କ ୱିକେଟ ଶୀଘ୍ର ପତନ ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶେଖ ରସିଦ ୯୦ ରନ କରି ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ତିନୋଟି ଚୌକା ଓ ଗୋଟିଏ ଛକା ମାରିଥିଲେ।…
ଭୁବନେଶ୍ବର: ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ନିଜ ଅଫିସରେ ବସିଥିବା ବେଳେ ସେ ହୃଦଘାତରେ ଶିକାର ହୋଇଥିଲେ। କିଶୋରଙ୍କୁ ଝାରସୁଗୁଡା ଏକ ଘରୋଇ ନର୍ସିଙ୍ଗ ହୋମରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ୬୩ ବର୍ଷ ବୟସରେ ବିଧାୟକ କିଶୋର ମହାନ୍ତିଙ୍କ ନିଧନ ହୋଇଛି। ସେ ତିନି ଥର ଝାରସୁଗୁଡାର ବିଜେଡ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ବ୍ରଜରାଜନଗର ବିଧାୟକ ଭାବେ ୨୦୧୯ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ସେ ୨୦୦୪ ରେ ସରକାରୀ ଦଳର ମୁଖ୍ୟ ସଚେତକ ଥିଲେ। ୨୦୦୭ ରୁ ୨୦୦୯ ମସିହା ପର୍ଯ୍ୟନ୍ତ କିଶୋର ମହାନ୍ତି ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଥିଲେ। ସେ ଥରେ ରାଜ୍ୟସଭାକୁ ମଧ୍ୟ ମନୋନୀତ ହୋଇଥିଲେ।
ମୁମ୍ବାଇ: ଓମିକ୍ରନ୍ ଏବଂ କରୋନାର ନୂଆ ଭାରିଆଣ୍ଟ ସମ୍ବନ୍ଧୀୟ ବିପଦ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସଂକ୍ରମଣକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ମୁମ୍ବାଇ ସହରରେ ଭିଡ଼ ନହେବା ପାଇଁ ସରକାର ପ୍ରତି ୨୪ ଘଣ୍ଟାରେ ଟାସ୍କ ଫୋର୍ସ ସହିତ ଏକ ବୈଠକ କରୁଛନ୍ତି। ମୁମ୍ବାଇରେ ଦୈନିକ ୫୦ ହଜାରରୁ ୧ ଲକ୍ଷ ଲୋକ ସଂକ୍ରମଣ ହେବେ ବୋଲି ଆଶା କରାଯାଉଛି। ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ଅସଲାମ ଶେଖ କହିଛନ୍ତି ଯେ, ସମଗ୍ର ଦେଶରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ବ୍ୟତୀତ ବିଦେଶରେ ମଧ୍ୟ କରୋନା ଭାଇରସ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି। ୟୁରୋପରେ ପ୍ରତିଦିନ ୧.୫ ଲକ୍ଷରୁ ଅଧିକ କରୋନା ରୋଗୀ ମିଳୁଛନ୍ତି। ଯଦି ଏହା ଜାରି ରହେ, ତେବେ ମୁମ୍ବାଇରେ ଦୈନିକ ୫୦ ହଜାରରୁ ୧ ଲକ୍ଷ କରୋନାରେ ଆକ୍ରାନ୍ତ ହୋଇପାରନ୍ତି। ଏହାକୁ…
ଭୁବନେଶ୍ୱର: କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ”। ଓଡ଼ିଆ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଡ. ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ)ର ମୁଖ୍ୟ ଡ. ପଣ୍ଡାଙ୍କ ନାମକୁ ଚୟନ କମିଟି ଏହି ସମ୍ମାନ ପ୍ରଦାନ ନିମନ୍ତେ ସୁପାରିଶ କରିବା ସହିତ ଆସନ୍ତା ଜାନୁଆରୀ-୨୦୨୨ରେ ମହୁରୀ ମହୋତ୍ସବ-୨୦୨୧ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ପତ୍ରିକାର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ୍ ଘୋଷଣା କରିଛନ୍ତି। ପ୍ରତିବର୍ଷ ସାହିତ୍ୟ କ୍ଷେତ୍ରରେ ପ୍ରତିଭାବାନ ସାହିତ୍ୟିକ ଓ କବିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷ ଡ. ପଣ୍ଡାଙ୍କୁ ଏହି ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି। ତାଙ୍କ କବିତାରେ ଥିବା ପ୍ରଖର ଓ ପ୍ରାସଙ୍ଗିକ ବାମାବାଦୀ…
ନୂଆଦିଲ୍ଲୀ: ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ବାସ୍ତବରେ ସେଞ୍ଚୁରିଅନରେ ଜିତିବାରେ ଭାରତ ଏସିଆର ପ୍ରଥମ ଦେଶ ହୋଇପାରିଛି। ସେଞ୍ଚୁରିଅନରେ ଟିମ୍ ଇଣ୍ଡିଆର ଏହା ହେଉଛି ପ୍ରଥମ ବିଜୟ। ଏହାପୂର୍ବରୁ କୌଣସି ଏସୀୟ ଦଳ ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିପାରନ୍ତି ନାହିଁ। ଏହି ଗ୍ରାଉଣ୍ଡରେ ଆୟୋଜକ ଦଳର ସର୍ବମୋଟ ତୃତୀୟ ପରାଜୟ। ଚତୁର୍ଥ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ଭାରତୀୟ ଦଳ ୩୦୫ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଆୟୋଜକ ଦଳ ୧୯୧ ରନ୍ ରେ ସମସ୍ତ ୱିକେଟ ହରାଇଥିଲା। ଭାରତ ପାଇଁ ଦ୍ୱିତୀୟ ଇନିଂସରେ ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମ୍ରା ତିନିଟି ୱିକେଟ୍ ଲେଖାଏଁ ନେଇଥିଲେ। ଅନ୍ୟପକ୍ଷରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ମହମ୍ମଦ ସିରାଜ ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଛି। ଏହି ବିଜୟ ସହିତ ଭାରତ ତିନି…
ନୂଆଦିଲ୍ଲୀ: ଆସନ୍ତାକାଲି ଚଳିତ ବର୍ଷର ଶେଷ ଦିନ ଏବଂ ବର୍ଷର ଶେଷ ଦିନରେ ଆପଣ ମଧ୍ୟ ଆନନ୍ଦ ଉତ୍ସବରେ ସମୟ ବିତାଇବେ। ଏହି ଆନନ୍ଦ ଉତ୍ସବକୁ ବଜାୟ ରଖିବା ଏବଂ ଖୁସିରେ ନୂତନ ବର୍ଷ ଆରମ୍ଭ କରିବା ଆପଣଙ୍କ ପାଇଁ ଜରୁରୀ। କରୋନା ସମୟରେ ଆପଣଙ୍କୁ ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବାକୁ ପଡିବ। କିନ୍ତୁ ସ୍ୱାସ୍ଥ୍ୟ ସହିତ ଆର୍ଥିକ ପରିବର୍ତ୍ତନ ପାଇଁ ଆପଣଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ଏହି ବିଶେଷ ପରିବର୍ତ୍ତନଗୁଡ଼ିକ ଆପଣଙ୍କ ଜୀବନରେ ଜାନୁଆରୀ ୧ ତାରିଖରୁ ଆସିବାକୁ ଯାଉଛି, ତେଣୁ ଏହା ପାଇଁ ପ୍ରସ୍ତୁତ ହୁଅନ୍ତୁ ଏବଂ ସମସ୍ତ ସୂଚନା ପୂର୍ବରୁ ନିଅନ୍ତୁ। ଏଟିଏମରୁ ନଗଦ ଟଙ୍କା ନେବା ମହଙ୍ଗା ହେବ: ଏହି ନିୟମ ଅନୁଯାୟୀ, ନୂଆ ବର୍ଷର ପ୍ରଥମ ସକାଳରୁ କାର୍ଯ୍ୟକାରୀ ହେବ। ଏଟିଏମରେ ମାଗଣା ସୀମା ଉପରେ ଆର୍ଥିକ କାରବାର ଶୁଳ୍କ ୨୧ ଟଙ୍କା ହେବ, ଯେଉଁଥିରେ ଟିକସ ଅନ୍ତର୍ଭୂକ୍ତ ହେବ ନାହିଁ। ଡିସେମ୍ବର ୩୧…
ଭୁବନେଶ୍ବର: ଓମିକ୍ରନ ଭୟରେ ରାଜଧାନୀର ସମସ୍ତ ଧର୍ମ ଅନୁଷ୍ଠାନ ତିନିଦିନ ପାଇଁ ବନ୍ଦ ରହିବ। ଏହା କେବଳ ସର୍ବ ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏ ନେଇ ଆଜି ବିଏମସି ତରଫରୁ ଏକ ନିର୍ଦ୍ଦେଶାନାମା ଜାରୀ କରାଯାଇଛି। ସେହି ଅନୁସାରେ ରାଜଧାନୀରେ ଥିବା ସମସ୍ତ ମନ୍ଦିର, ଚର୍ଚ୍ଚ, ମସଜିଦ, ଗୁରୁଦ୍ବାର ସର୍ବସାଧାରଣ ଦର୍ଶନ ହୋଇପାରିବ ନାହିଁ। ବିଏମସି ନିର୍ଦ୍ଦେଶନାମା ଅନୁସାରେ ଆସନ୍ତାକାଲିଠାରୁ ତିନିଦିନ ପାଇଁ ଏହି ବନ୍ଦ ଲାଗୁ ହେବ। ଡିସେମ୍ବର 31 ତାରିଖରୁ ଏହା ଲାଗୁ ହୋଇ ଜାନୁୟାରୀ 2 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଫଳରେ ନୂଆ ବର୍ଷରେ ଭକ୍ତମାନେ 3 ତାରିଖରେ ଠାକୁର ଦର୍ଶନ କରିବେ। ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତ ବିଶେଷ କରି ଓମିକ୍ରମ ସଂକ୍ରାମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ଚଣ୍ଡିଗଡ: ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଚାନ୍ନି ସରକାର କ୍ରମାଗତ ଭାବରେ ଜନସାଧାରଣଙ୍କୁ ଉପହାର ଦେଉଛନ୍ତି। ଏଥର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଅଙ୍ଗନୱାଡି କର୍ମୀଙ୍କୁ ନୂତନ ବର୍ଷର ଉପହାର ସ୍ୱରୂପ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚାନ୍ନି ଆଜି ଘୋଷଣା କରିଛନ୍ତି ଯେ, ପଞ୍ଜାବର ଅଙ୍ଗନୱାଡି କର୍ମୀ ମାସକୁ ୨ ହଜାର ୫୦୦ ଟଙ୍କା ପାଇବେ। ଏହା ସହିତ ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ୫ ଲକ୍ଷ ସ୍ୱାସ୍ଥ୍ୟ ବୀମା ମଧ୍ୟ ସରକାର କରିବେ। ଏହା ପୂର୍ବରୁ ଚାନ୍ନି ସରକାର ମଧ୍ୟ ଚାଷୀଙ୍କୁ ଋଣ ଛାଡ କରିବାକୁ ଘୋଷଣା କରିଥିଲେ। ବାସ୍ତବରେ ଚାନ୍ନି ସରକାର ଦୁଇ ଲକ୍ଷ ପର୍ଯ୍ୟନ୍ତ କୃଷକଙ୍କ ଋଣ ଛାଡ କରିବାକୁ ଘୋଷଣା କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତିରୁ ପ୍ରାୟ ଦୁଇ ଲକ୍ଷ ପରିବାର ଆଶ୍ଵସ୍ତି ପାଇଛନ୍ତି। ଚାଷୀଙ୍କ ଋଣ ଛାଡ ବାବଦକୁ ସରକାର ୧୨ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଦେଶ ଗସ୍ତରେ ଯାଇଥାଆନ୍ତେ। ଏଥର ସେ ଜାନୁୟାରୀ 6 ତାରିଖରୁ ୟୁଏଇ ଏବଂ କୁଏତ ଗସ୍ତ କରିଥାଆନ୍ତେ। ଏହି ଗସ୍ତ କାଳରେ ସେ ଅନେକ ବୈଠକ କରି ଦେଶକୁ ପୁଂଜି ବିନିଯୋଗ ଉପରେ ଆଲୋଚନା କରିଥାଆନ୍ତେ। ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତକୁ ତୁରନ୍ତ ବାତିଲ କରାଯାଇଛି। ଏହାର କାରଣ ହେଲା ବିଦେଶରେ ଓମିକ୍ରମ ଭ୍ୟାରିଆଣ୍ଟ ବୃଦ୍ଧି। ତଥ୍ୟ ଅନୁସାରେ ବିଦେଶରେ ବର୍ତ୍ତମାନ ଏହି ନୂଆ ପ୍ରଜାତିର କରୋନାକୁ ନେଇ ଆତଙ୍କ ଖେଳିବାରେ ଲାଗିଛି। ଏପରି ପରିସ୍ଥିତିରେ ମୋଦି ବିଦେଶ ଯିବା ଉଚିତ ନୁହେଁ ବୋଲି ବିବେଚନା କରି ତାଙ୍କ ଗସ୍ତକୁ ବାତିଲ କରାଯାଇଛି।
ଭୁବନେଶ୍ଵର: ଆଜି ରାଜ୍ୟରେ ଆଉ ୫ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଦ୍ଵାରା ଧୀରେ ଧୀରେ ରାଜ୍ୟ ପାଇଁ ଚିନ୍ତା ବଢୁଛି। ଆଜି ସକାଳେ ଆଉ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ହୋଇଛି। ଏନେଇ ଆଇଏଲଏସ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଜଣାପଡିନଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି। ବର୍ତ୍ତମାନ ଏହି ଆକ୍ରାନ୍ତମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଏବଂ ସେମାନେ କେଉଁ ଜିଲ୍ଲାର ବାସିନ୍ଦା, ଏହା ବିଷୟରେ ସ୍ୱାସ୍ଥ୍ୟ ବିଭାଗ ତର୍ଜମା ଜାରି ରଖିଛି।
ଭୁବନେଶ୍ବର: ଆଜି ଓଡିଶା ରାଜ୍ୟ ନିର୍ବାଚନ କମିଶନର ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନ ଜାରୀ କରିଛନ୍ତି। ଖୁବ୍ ଶିଘ୍ର ନିର୍ବାଚନ ତାରିଖ ଘୋଷଣା ହେବାକୁ ଥିବାରୁ ପ୍ରଥମେ ଏହି ଚିହ୍ନ ଜାରୀ କରାଯାଇଛି। ପୂର୍ବରୁ ନିର୍ବାଚନ କମିଶନର ନିର୍ବଚନ ଆଚରଣ ବିଧି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ ଦ୍ବିତୀୟ ପଦକ୍ଷେପ ସ୍ବରୂପ ଏହି ନିର୍ବାଚନ ସଙ୍କେତ ଜାରୀ କରିଛନ୍ତି। କମିଶନରଙ୍କ ବିଜ୍ଞପ୍ତି ଅନୁସାରେ ୱାର୍ଡ ମେମ୍ବରଙ୍କ ପାଇଁ 15ଟି, ସରପଞ୍ଚଙ୍କ ପାଇଁ 32 ଟି ଏବଂ ସମିତି ସଭ୍ୟଙ୍କ ପାଇଁ 19ଟି ଚିହ୍ନ ଜାରୀ କରାଯାଇଛି। ଏହି ଚିହ୍ନଗୁଡିକ କେଉଁ ପ୍ରାର୍ଥୀଙ୍କୁ କଣ ଦିଆଯିବ ତାହା ସ୍ଥାନୀୟ ନିର୍ବାଚନ ଅଧିକାରୀ ସ୍ବୀକୃତୀ ଦେବେ।ୱାର୍ଡ ମେମ୍ବରଙ୍କ ପାଇଁ ଶଗଡଗାଡି, ନିକିତି, କଲମ, ନଡିଆଗଛ ପରି ବିଭିନ୍ନ ଚିହ୍ନ ଜାରୀ କରାଯାଇଛି। ସେହିପରି ସରପଞ୍ଚଙ୍କ ପାଇଁ ଲଣ୍ଠନ, ମହମବତୀ, ନିଶୁଣି, କ୍ୟାମେରା, ପାନିଆଁ ପ୍ରଭଡି ଚିହ୍ନ ପ୍ରଦାନ କରାଯାଇଛି। ସମିତି…
ବ୍ରହ୍ମପୁର: ଆଜି ସକାଳୁ ବ୍ରହ୍ମପୁର ଭିଜିଲାନ୍ସ ଏକ ଚଢାଉ କରି କିଛି ଆୟ ବହିଃଭୂତ ସଂପତ୍ତି ଠାବ କରିବାରେ ସଫଳ ହୋଇଛି। ଏହି ଚଢାଉ ଆର ଆଣ୍ଡ ବି ଡିଭିଜନର ଜୁନିୟର କ୍ଲର୍କ କାମରାଜୁ ଦାସଙ୍କ ଘରେ କରାଯାଇଛି। ଏଥିରେ ଦୁଇଜଣ ଡିଏସପି, 5 ଜଣ ଇନସ୍ପିକ୍ଟର ସହ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ଘରେ ଚଢାଉ ଜାରି ରହିଥିବାରୁ ସଂପୂର୍ଣ୍ଣ ସଂପତ୍ତି ଆକଳନ କରାଯାଇ ପାରି ନାହିଁ। ତେବେ ତାଙ୍କର ଦୁଇଟି ଦୁଇ ମହଲା କୋଠା ଉପରେ ଏକ କାଳୀନ ଚଢାଉ କରାଯାଇଛି। ସେହିପରି ତାଙ୍କର ବ୍ରହ୍ମପୁର ଆଙ୍କୁଲି ସହିତ ଆର ଆଣ୍ଡ ବି ଅଫିସରେ ମଧ୍ୟ ଏହି ଚଢାଉ ଜାରି ରହିଛି। ଆଜି ସଂଧ୍ୟାରେ ସଂପତ୍ତି ବିବରଣୀ ଆସିବ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ଛତିଶଗଡରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନଜନକ ଶବ୍ଦ କହିଥିବା କାଲିଚରନ୍ ମହାରାଜଙ୍କୁ ରାୟପୁର ପୋଲିସ ଗିରଫ କରିଛି। କାଲିଚରନ୍ କୁ ଧରିବା ପାଇଁ ରାୟପୁର ପୋଲିସର ତିନୋଟି ଟିମ୍ ପଠାଯାଇଥିଲା। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ଦଳ ପଠାଯାଇଥିଲା। ଆଜି ଭୋର ୪ ଟାରେ ରାୟପୁରର ବାଗେଶ୍ୱର ଧାମ ନିକଟରେ ଏକ ୭ ଜଣିଆ ପୋଲିସ ଟିମ୍ କାଲିଚରନଙ୍କୁ ଗିରଫ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଡିସେମ୍ବର ୨୬ ତାରିଖ ସନ୍ଧ୍ୟାରେ ରାୟପୁରର ଧର୍ମ ସଂସଦରେ କାଲିଚରନ୍ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରିଥିଲେ। ଏହା ପରେ କାଲିଚରନ୍ ନିଜେ ଟ୍ରେନ୍ ଯୋଗେ ଛତିଶଗଡରୁ ପଳାଇ ଯାଇଥିଲେ। ପରଦିନ କାଲିଚରନ୍ ଏକ ଭିଡିଓ ରିଲିଜ୍ କରି ସେ ଏଥିପାଇଁ ଅନୁତପ୍ତ ନୁହନ୍ତି ବୋଲି କହିଥିଲେ। ଏହି ଭିଡିଓ ପରେ ପୋଲିସର ସାଇବର ସେଲ୍ ଟିମ୍ ଏହି ଭିଡିଓର ଅନୁସନ୍ଧାନ କରିଥିଲା। କାଲିଚରନର ଏହି ଭୁଲ ତାଙ୍କ ବ୍ୟକ୍ତିଗତ…
ଗୋପ: କୋଣାର୍କରେ ୧୪୪ ଧାରା ଜାରି କରାଯାଇଛି। ଆଜିଠାରୁ ୨ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ୧୪୪ ଧାରା ଜାରି କରାଯାଇଛି। ସୂର୍ଯ୍ୟମନ୍ଦିର, ଚନ୍ଦ୍ରଭାଗା ଏବଂ ରାମଚଣ୍ଡୀ ପିଠାରେ ୧୪୪ ଧରା ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦେଖି ସେଠାରେ କଟକଣା ଲାଗୁ କରାଯାଇଛି। ଏହିସବୁ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କୁ ବୁଲିବା ପାଇଁ ଅନୁମତି ନାହିଁ। ଏନେଇ ଗୋପ ତହସିଲଦାର ସୂଚନା ଦେଇଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଗତକାଲି ଏସଟିଏଫ ଚଢ଼ାଉ କରି ବେଆଇନ ଚିତ୍ତାବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପଦ୍ମପୁର ଗ୍ରାମର ରତ୍ନାକର ସାହୁ। ରତ୍ନାକରଙ୍କ ଘରେ ଏସଟିଏଫ ଚଢ଼ାଉ କରି ତାଙ୍କ ପାଖରୁ ଏକ ଚିତ୍ତା ବାଘ ଛାଲ ଜବତ କରିଛି। ତେବେ ରତ୍ନାକର ବେଆଇନ ଭାବେ ବନ୍ୟଜନ୍ତୁ ଶିକାରୀଙ୍କ ଠାରୁ ଉକ୍ତ ଛାଲ କିଣି ବେପାର ଉଦ୍ଦେଶ୍ୟରେ ରଖିଥିବା ଜଣାପଡିଛି। ଏସଂକ୍ରାନ୍ତରେ ଏସଟିଏଫ ଥାନା କେସ ନମ୍ବର ୩୮/୨୧ ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି। ତେବେ ଜବତ ଚିତ୍ତାବାଘ ଚମଡାକୁ ଦେହରାଦୁନ ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନକୁ ରାସାୟନିକ ପରୀକ୍ଷା ନିମନ୍ତେ ଏସଟିଏଫ ପଠାଇବ ବୋଲି ଜଣାପଡିଛି। ଉକ୍ତ ଚଢ଼ାଉରେ ଏସଟିଏଫ ଇନ୍ସପେକ୍ଟର ଜିତୁ ମୋହନ ବେସ୍ରା, ଏଏସଆଇ ଶରତ ବେହେରା, ଦୁଷ୍ମନ୍ତ…
ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଦୁଇଟି ପୃଥକ ମୁକାବିଲାରେ ଜଣେ ପୋଲିସ୍ ଆହତ ହୋଇଥିବାବେଳେ ଦୁଇ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ୬ ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସେନା, ସିଆରପିଏଫ ଏବଂ କାଶ୍ମୀର ପୋଲିସ ଗତ ୧୨ ଘଣ୍ଟା ମଧ୍ୟରେ କାଶ୍ମୀରରୁ ୬ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ସଫା କରିଛି। ଅନନ୍ତନାଗ ଏବଂ କୁଲଗାମରେ ଦୁଇଟି ପୃଥକ ମୁକାବିଲାରେ ଏହି ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ପାକିସ୍ତାନୀ ବୋଲି ନିଶ୍ଚିତ ହୋଇଛି। ସୂଚନା ଦେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ମିଳିଥିବା ଗୁପ୍ତଚର ଆଧାରରେ କୁଲଗାମ ଜିଲ୍ଲାର ମିରହାମା ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ହଠାତ୍ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ…
ନୂଆଦିଲ୍ଲୀ: ଆଜି ଦେଶରୁ ୧୩ ହଜାର ୧୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୨୬୮ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୮ ଲକ୍ଷ ୨୨ ହଜାରରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୦ ହଜାର ୮୬୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୫୮ ହଜାର ୭୭୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୮୦ ହଜାର ୮୬୦ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବା ପାଇଁ ଏବେ ସ୍ପଷ୍ଟ ହୋଇଛି। ସ୍କୁଲ ଖୋଲିବା ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆସନ୍ତା ୩ ତାରିଖରେ ହିଁ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଧାରଣ କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ସ୍ପଷ୍ଟ କରିଛନ୍ତି। ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି ଗତକାଲି ଡିଏମଇଟି ରମାରମଣ ମହାନ୍ତି କହିଥିଲେ। ତେବେ ଏହାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ଏହା ଉପରେ ଥିବା ସମସ୍ତ ଆଶଙ୍କାକୁ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଦୂର କରିଛନ୍ତି। ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲର ପରିସରକୁ ବିଶୋଧନ କରାଯିବ। ମାସ୍କ ଏବଂ ସାମାଜିକ ଦୁରତ୍ଵ ଉପରେ ଅଧିକ ଗୁରତ୍ଵ ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଡିଇଓ, ବିଇଓ ଓ ସିଆରସିସି ମାନେ ନିୟମିତ ବ୍ୟବଧାନରେ ସ୍କୁଲ ଗସ୍ତ କରି ଯାଞ୍ଚ କରିବାକୁ କୁହାଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୨୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୨ ବରଗଡ ଜିଲ୍ଲାରୁ- ୨ ଭଦ୍ରକ ଜିଲ୍ଲାରୁ- ୨ ବଲାଙ୍ଗୀରି ଜିଲ୍ଲାରୁ- ୩ କଟକ ଜିଲ୍ଲାରୁ – ୧୧ ଦେବଗଡ ଜିଲ୍ଲାରୁ- ୫ ଢେଙ୍କାନାଳ ଜିଲ୍ଲାରୁ- ୧ ଗଞ୍ଜାମ ଜିଲ୍ଲାରୁ- ୧ ଯାଜପୁର ଜିଲ୍ଲାରୁ- ୪ ଝାରସୁଗୁଡା ଜିଲ୍ଲାରୁ- ୯ କେନ୍ଦ୍ରାପଡା ଜିଲ୍ଲାରୁ- ୪ କେନ୍ଦୁଝର ଜିଲ୍ଲାରୁ- ୬ ଖୋର୍ଦ୍ଧା ଜିଲ୍ଲାରୁ- ୮୭ ମୟୂରଭଞ୍ଜ ଜିଲ୍ଲାରୁ- ୧୦ ନବରଙ୍ଗପୁର ଜିଲ୍ଲାରୁ- ୨ ନୂଆପଡା ଜିଲ୍ଲାରୁ- ୪ ପୁରୀ ଜିଲ୍ଲାରୁ- ୩ ରାୟଗଡା ଜିଲ୍ଲାରୁ- ୨ ସମ୍ବଲପୁର ଜିଲ୍ଲାରୁ- ୨୩ ସୋନପୁର ଜିଲ୍ଲାରୁ- ୧ ସୁନ୍ଦରଗଡ ଜିଲ୍ଲାରୁ-…

