Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଟ୍ ୩.୦ ଓ ଆଂଚଳିକ ଭାଷାରେ ଏଆଇସିଟିଇର ବୈଷୟିକ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ନିଟ୍ ୩.୦ ଓ ଆଂଚଳିକ ଭାଷାରେ ଏଆଇସିଟିଇର ବୈଷୟିକ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

January 3, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ଶୁଭାରମ୍ଭ ହୋଇଥିବା ନିଟ୍ ୩.୦(ନ୍ୟାସନାଲ ଏଜ୍ୟୁକେସିନାଲ ଏଲାଇନ୍ସ ଫର୍ ଟେକ୍ନୋଲୋଜି) ଅନ୍ତର୍ଗତ ୧୨ ଲକ୍ଷ ସାମାଜିକ-ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ୨୫୩ କୋଟି ମୂଲ୍ୟର ମାଗଣା ନିଟ୍ ଇଡ଼ି-ଟେକ୍ କୋର୍ସ ବଂଟନ ଛାତ୍ର ସମାଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦୨୨ର ସବୁଠୁ ବଡ଼ ଉପହାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀ ଠାରେ ସୋମବାର ନ୍ୟାସନାଲ ଏଜ୍ୟୁକେସିନାଲ ଏଲାଇନ୍ସ ଫର୍ ଟେକ୍ନୋଲୋଜି ବା ନିଟ୍ ୩.୦ ଏବଂ ଆଂଚଳିକ ଭାଷାରେ ଏଆଇସିଟିଇ ପ୍ରାପ୍ତ ବୈଷୟିକ ପୁସ୍ତକର ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟର ୧୨ ଲକ୍ଷ ସାମାଜିକ- ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ୨୫୩ କୋଟି ମୂଲ୍ୟର ମାଗଣା ନିଟ୍ ଇଡ଼ି-ଟେକ୍ କୋର୍ସ କୁପନ ବଂଟନ କରାଯାଇଛି। ସେଥିମଧ୍ୟରୁ ଓଡିଶାରେ ୩୩ ହଜାର ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ୧୦ କୋଟି ମୂଲ୍ୟର ମାଗଣା ନିଟ୍ ଏଡ଼ି-ଟେକ୍ କୋର୍ସ କୁପନ ବିତରଣ କରାଯାଇଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛାତ୍ର ସମାଜକୁ ୨୦୨୨ ବର୍ଷ ଆରମ୍ଭର ସର୍ବଶ୍ରେଷ୍ଠ ଉପହାର।

ଭାଷା ହେଉଛି ଭାରତର ମୂଳଶକ୍ତି। ଭାଷାକୁ ଜାତୀୟ ଶିକ୍ଷା ନୀତି(ଏନଇପି) ୨୦୨୦ରେ ମାତୃଭାଷା ଏବଂ ଆଂଚଳିକ ଭାଷାରେ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଆଜି ଶୁଭାରମ୍ଭ ହୋଇଥିବା ନିଟ୍ ୩.୦ ଭାରତୀୟ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ। ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଦ୍ୱାରା ଦେଶର ଛାତ୍ରଛାତ୍ରୀ ମାନଙ୍କୁ ସର୍ବୋତମ ବିକଶିତ ଶିକ୍ଷା ଏବଂ ବୈଷୟିକ ସମାଧାନ, ପାଠ୍ୟକ୍ରମ ତଥା ଆଂଚଳିକ ଭାଷାରେ ପ୍ରସ୍ତୁତ କରାଯାଇଥିବା ବୈଷୟିକ ପୁସ୍ତକ ପାଇଁ ଏକକ ପ୍ଲାଟଫର୍ମ ଯୋଗାଇବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ ରୂପାନ୍ତରୀକରଣ ଆଜି ‘ନ୍ୟୁ ନର୍ମାଲ୍‌’ ହୋଇଛି। ତେଣୁ ଆମକୁ ଶିକ୍ଷାର କ୍ଷତି(ଲଣ୍ଣିଂ ଲସ୍‌) କୁ ଭରଣ କରିବା ପାଇଁ ସାମୂହିକ ଉଦ୍ୟମ କରିବାକୁ ହେବ। ଶିକ୍ଷା କ୍ଷତିକୁ ହ୍ରାସ କରିବା ପାଇଁ ଇ-କଂଟେଟ୍ ଏବଂ ନିଟ୍ ଭଳି ଡ଼ିଜିଟାଲ ଫ୍ରେମୱାର୍କ ଭଳି ବଳିଷ୍ଠ ପଦକ୍ଷେପ ନିଆଯାଇଛି। ଭାରତ ଏବଂ ବିଶ୍ୱର ୫୮ଟି ଷ୍ଟାଟଅପ୍ ଏଡ୍‌-ଟେକ୍ କମ୍ପାନୀ ନିଟ୍ ସହ ସଂଶ୍ଲିଷ୍ଟ ଅଛନ୍ତି। ୧୦୦ଟି ପାଠ୍ୟକ୍ରମ, ଶିକ୍ଷାର ଗୁଣବତାକୁ ବଜାୟ ରଖିବା ପାଇଁ ଇ-ରିସୋର୍ସ, ରୋଜଗାର ପାଇଁ ଆବଶ୍ୟକୀୟ ଦକ୍ଷତାର ବିକାଶ ତଥା ଶିକ୍ଷାର କ୍ଷତିକୁ ଭରଣ କରିବା ଦିଗରେ ଏହି କମ୍ପାନୀ କାର୍ଯ୍ୟ କରୁଛନ୍ତି। ଛାତ୍ରଛାତ୍ରୀ ସମାଜ ବିଶେଷ ଭାବରେ ଆର୍ଥିକ
ଅନଗ୍ରସର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ଡ଼ିଭାଇଡକୁ ସମାଧାନ କରିବା ଦିଗରେ ନିଟ୍  ଏକ ଗେମ୍ ଚେଞ୍ଜର ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ “ମୋ ଜୀବନ ସେବେ ସାର୍ଥକ ହେବ ଯେବେ ମୋର ରାଜ୍ୟ ଓଡ଼ିଶାର ସନ୍ଥ କବି ଭୀମ ଭୋଇ ଏବଂ ଆଦିକବି ସାରଳା ଦାସଙ୍କ ରଚିତ ସାହିତ୍ୟ ମରାଠୀ ଓ ତାଲିମ ଭାଷା ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ କରି ପଢ଼ା ହେବ”।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକବଂଶ ଶତାବ୍ଦୀରେ ଭାରତ ବିଶ୍ୱର ଜ୍ଞାନ ଆଧାରିତ ଆବଶ୍ୟକତାକୁ ପୂରଣ କରିବ। ଏଆଇସିଟିକୁ ଦକ୍ଷତା କ୍ଷେତ୍ରରେ ଥିବା ସୁଯୋଗର ପୂର୍ଣ୍ଣ ବ୍ୟବହାର ପାଇଁ ନିଟକୁ ସ୍କିଲ ଇଣ୍ଡିଆ ସହ ମିଶି ପାଠ୍ୟକ୍ରମ ପ୍ରସ୍ତୁତ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ। ଏହି ପଦକ୍ଷେପ ନିଯୁକ୍ତିକୁ ଗତି ଦେବା ସହ ଯୁବପିଢ଼ିଙ୍କୁ ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ। ଏଆଇସିଟିଇ ଏବଂ ଏଡ୍‌-ଟେକ୍ କମ୍ପାନୀ ସ୍ୱଳ୍ପ
ମୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଇ-ରିସୋର୍ସ ପ୍ରଦାନ କରିବା ଦିଗରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି।

ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବ ଏବଂ ବାଣିଜ୍ୟ ଓ ଆର୍ôଥକ କାରବାର ପାଇଁ ସବୁଠୁ ଆକୃଷ୍ଟ ବଜାର ହେବ। ଆଂଚଳିକ ଭାଷାରେ ଶିକ୍ଷା ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ବଢ଼ାଇବା ସହ ସେମାନଙ୍କୁ ବୈଶ୍ୱିକ ନାଗରିକ ଭାବେ ପ୍ରସ୍ତୁତ କରିବ। ଶିକ୍ଷାର ଉପଲବ୍ଧି ଏବଂ ସୁଲଭ ମୂଲ୍ୟରେ ଶିକ୍ଷା ପ୍ରଦାନ କରିବା ପାଇଁ ସମସ୍ତ ଏଡ-ଟେକ୍ନିକାଲ ନେଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ।

ଏହି କାର୍ଯ୍ୟକ୍ରମରେ ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଅନିଲ ଡି ପ୍ରଫେସର ସହସ୍ର ବୁଦ୍ଧେ ଏବଂ ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏଆଇସିଟିଇ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026
Latest News

ମହଙ୍ଗା ମାଡ଼ : ସାଧାରଣ ଲୋକଙ୍କ ପକେଟ ଉପରେ ବଢ଼ିବ ବୋଝ !

May 16, 2026

ବଟି ଆଦାୟକୁ ନେଇ ଫାୟାରିଂ

May 15, 2026

New Odia Film Policy: ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଓଡିଆ ଚଳଚ୍ଚିତ୍ର ନୀତି, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

May 15, 2026

ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ପୁରୀ–ରାଉରକେଲା ଏକ୍ସପ୍ରେସ୍ ବାତିଲ 

May 15, 2026

ଷ୍ଟ୍ରୋକ୍ ସଚେତନତା ଅଭିଯାନ – ଆଇଏଫଆଇ ଫାଉଣ୍ଡେସନକୁ ଅନ୍ତର୍ଜାତୀୟ ସମ୍ମାନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.