ସ୍ୱାସ୍ଥ୍ୟ ଟିପ୍ସ: ଆପଣଙ୍କ ଦାନ୍ତ ପୋକ ଖାଉଛି କି !! ଯଦି ହଁ ତେବେ ଚୁଇଁଗମ ଖାଇଲେ ଦାନ୍ତ ପୋକ ଖାଇବାରୁ ରକ୍ଷା ମିଳିଥାଏ। ଏହିପରି କିଛି ତଥ୍ୟ ଆବିଷ୍କାର କରିଛନ୍ତି ବୈଜ୍ଞାନିକମାନେ। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ମଧ୍ୟ ରହିଛନ୍ତି। ସେମାନେ ପରୀକ୍ଷା ନିରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ମିଠାମୁକ୍ତ ବା ସୁଗାର ଫ୍ରି ଚୁଇଁଗମ ଖାଇଲେ ବଡ ଲୋକ ଏବଂ ଛୁଆମାନଙ୍କଠାରେ ଦାନ୍ତ ମୂଳରେ ମାଂସ ବଢିବା ତଥା ଅନ୍ୟାନ୍ୟ ଦନ୍ତ କ୍ଷୟ ଭଳି ରୋଗ ଦେଖାଯାଏ ନାହିଁ। କିଙ୍ଗସ୍ କଲେଜ ଲଣ୍ଡନରୁ ପ୍ରକାଶିତ ହେଉଥିବା ଜର୍ନାଲ ଅଫ ଡେନ୍ଟାଲ ରିସର୍ଚ୍ଚରେ କୁହାଯାଇଛି ଯେ ଚୁଇଁଗମ ଚୋବାଇଲେ ଦାନ୍ତ ମୂଳରେ ମାଂସ ବୃଦ୍ଧି ହୁଏ ନାହିଁ ଏବଂ ତା’ସହିତ ଅନ୍ୟାନ୍ୟ ମୁଖରୋଗରୁ ମଧ୍ୟ ରକ୍ଷା କରିଥାଏ। ବେଳେବେଳେ ନିୟମିତ ବ୍ରସ କରିବାଠାରୁ ମଧ୍ୟ ଉପକାରୀ ହୋଇଥାଏ ଚୁଇଁଗମ। ଲଣ୍ଡନ କିଙ୍ଗସ୍ କଲେଜର ପ୍ରାଧ୍ୟାପକ…
Author: Samikhsya Bureau
ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ୨୦୨୨ ବର୍ଷକୁ ନେଇ ସମସ୍ତେ ଉତ୍ସାହିତ ରହିଛନ୍ତି। ନୂଆବର୍ଷ ସମସ୍ତଙ୍କୁ ପାଇଁ ଖୁସି ଓ ସୌହାଦ୍ଦ୍ୟର ବର୍ଷ ହେଉ ବୋଲି କାମନା। ତେବେ ବାସ୍ତୁଶାସ୍ତ୍ର ଅନୁସାରେ କିଛି ଉପାୟ କରିବା ଦ୍ବାରା ବର୍ଷ ସାରା ଘରେ ଧନ ଧାନ୍ୟ ପୂର୍ଣ୍ଣ ହେବା ସହିତ ସୁଖ ଶାନ୍ତିମଧ୍ୟ ବିରାଜମାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟଗୁଡିକସମ୍ପର୍କରେ। -ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅଯଥା ଜଳ ନଷ୍ଟ ଅତ୍ୟନ୍ତ ଅଶୁଭ ହୋଇଥାଏ। ସେଥିପାଇଁ ଅଯଥା ଜଳ ନଷ୍ଟ କରନ୍ତୁ ନାହିଁ। ଏହାଦ୍ବାରା ଘରେ ଅଯଥା ଧନ ଖର୍ଚ୍ଚ ହୋଇଥାଏ। -ସେହିପରି ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶାନ୍ତି ଓ ଖୁସି ପାଇଁ ଜଳର ପ୍ରବାହ ଉତ୍ତର ପୂର୍ବ ଦିଗରେ ରହିବା ଆବଶ୍ୟକ। -ଚାରା ବା ଛୋଟଗଛରେ ପ୍ରତ୍ୟକ ଦିନ ଜଳ ଦେବା ଦ୍ବାରା ଧନ ପ୍ରାପ୍ତିର ଯୋଗ ହୋଇଥାଏ। ଏହାଦ୍ବାରା ପରିବାର…
ମେଷ: ପ୍ରେମୀ ଏବଂ ଗାର୍ଲଫ୍ରେଣ୍ଡମାନେ ଏକତ୍ର ଯାତ୍ରା କରିବେ। ସମ୍ପତ୍ତି କିଣିବାର ମଧ୍ୟ ସମ୍ଭାବନା ଅଛି। ଚାକିରି ଏବଂ ବ୍ୟବସାୟରେ ଲାଭ ହେବ। କାର୍ଯ୍ୟ ବିସ୍ତାରର ସମ୍ଭାବନା ଅଛି। ସାଙ୍ଗମାନଙ୍କ ସହିତ ସମୟ ବିତାଇବେ। ବ୍ୟବସାୟର ସମୃଦ୍ଧି ହେବ। ବୃଷ: ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ହେବ, ଆର୍ଥିକ ସ୍ଥିତିରେ ଉନ୍ନତି ହେବ। କର୍ମଚାରୀ ଏବଂ ବ୍ୟବସାୟୀମାନେ ମଧ୍ୟ ଉପକୃତ ହେବେ। କୈଣସି ପୁରୁଣା ବିବାଦର ସମାଧାନ ହେବ। ଭାଇଭଉଣୀଙ୍କ ସହ ସମ୍ପର୍କ ସୁଦୃଢ ହେବ। ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ହେବ। ମିଥୁନ: ସରକାରୀ ସେବା କ୍ଷେତ୍ର ସହିତ ଜଡିତ ଲୋକମାନେ ସାଙ୍ଗମାନଙ୍କ ସହିତ ଏକ ଚିତ୍ତାକର୍ଷକ ଯାତ୍ରା କରିପାରିବେ। ବ୍ୟବସାୟ ବିସ୍ତାର ହେବ ଏବଂ ଲାଭ ହେବ। ଯଦି ନୂତନ ବ୍ୟବସାୟ କିମ୍ବା କିଛି କରିବାକୁ ଚିନ୍ତା କିରଛନ୍ତି ଆରମ୍ଭ କରନ୍ତୁ। ସ୍ୱାସ୍ଥ୍ୟ ଭଲ ହେବ। କର୍କଟ: ପ୍ରେମ ସମ୍ପର୍କ ମଜବୁତ ହେବ, ସମ୍ମାନ ପାଇବେ। ପରିବାର ଏବଂ ସମାଜରେ ପ୍ରତିଷ୍ଠା…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଝାଂଶୀ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହି ରେଳ ଷ୍ଟେସନକୁ ବୀରାଙ୍ଗନା ଲକ୍ଷ୍ମୀବାଇ ରେଳ ଷ୍ଟେସନ ଭାବରେ ନାମିତ କରାଯାଇଛି। ବ୍ରିଟିଶମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ଝାଂଶୀର ରାଣୀ ଲକ୍ଷ୍ମୀବାଇ, ଜୁନ୍ ୧୮ ତାରିଖ ୧୮୫୮ ରେ ଗ୍ୱାଲିଅରରେ ବ୍ରିଟିଶ ସୈନ୍ୟ ସହିତ ଯୁଦ୍ଧରେ ଶହୀଦ ହୋଇଥିଲେ। ଏବେ ତାଙ୍କ ସ୍ମୃତିରେ ଯୋଗୀ ତାଙ୍କ ନାମରେ ଷ୍ଟେସନର ନାମକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କନ୍ଦର୍ପ ବେହେରା ରେଢ଼ାଖୋଲ: ଆଜି ଭୋର ୩ ଟା ସମୟରେ ରେଢ଼ାଖୋଲ ଏଚ୍ ପି ପେଟ୍ରୋଲ ପମ୍ପ ପାଖରେ ୩ଟି ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଟ୍ରକ୍ ଚାଳକ ଗୁରୁତର ଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥର ରେଢ଼ାଖୋଲ ସହର ନିକଟ ଏଚପି ପେଟ୍ରୋଲ ପମ୍ପ ସମ୍ମୁଖରେ ଭୋର ପାଖାପାଖି ୩ ଟା ସମୟରେ ତିନୋଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଏକ କୋଇଲା ବୋଝେଇ ଟ୍ରକର ଚାଳକ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ତାଙ୍କୁ ବୁର୍ଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମଳିଛି। କୋଇଲା ବୋଝେଇ ଟ୍ରକ ସହ ବିପରୀତ ଦିଗରୁ ଏକ ଟ୍ୟାଙ୍କର ଗାଡି ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଚପି ପେଟ୍ରୋଲ ପମ୍ପରୁ ଆସୁଥିବା ଏକ କ୍ଷୀର ବୋଝେଇ ଗାଡ଼ି ମଧ୍ୟ ଉକ୍ତ ଟ୍ରକ ମାନଙ୍କ ସହ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସକାଳ ୧୧.୦୦ଘଣ୍ଟା ସମୟରେ ଜିଲ୍ଲାପାଳ ଡ଼. ଗାଭାଳି ପରାଗ ହର୍ଷଦ୍, ଆରକ୍ଷୀ ଅଧିକ୍ଷକ ଡ. ଶ୍ରବଣା ବିବେକ ଏମ୍ ଓ ସିଡିଏମଓ ଡ. ରଞ୍ଜନ କୁମାର ମିତ୍ରଙ୍କ ଗ୍ରହଣରେ ଭବାନୀପାଟଣା ସହର ସ୍ଥିତ ମା’ ମାଣିକେଶ୍ଵରୀ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ, ଶ୍ରୀ ବାଲାଜୀ ନର୍ସିଂ ହୋମ୍ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟକୁ ପରିଦର୍ଶନ କରିଥଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିବା ବି ଏସ୍ କେ ୱାଇ ସ୍ମାର୍ଟ କାର୍ଡ ପାଇଥିବା ହିତାଧିକାରୀମାନେ କିଭଳି ଚିକିତ୍ସା ସେବା ପାଉଛନ୍ତି ଓ ଉପକୃତ ହେଉଛନ୍ତି ତାହା ଅନୁଧ୍ୟାନ ପାଇଁ ଏହି ହସ୍ପିଟାଲ ରେ ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଶ୍ରୀ ବାଲାଜୀ ନର୍ସିଂ ହୋମ୍ ରେ ବି ଏସ୍ କେ ୱାଇ କାର୍ଡ ଧାରୀ ୬ ଜଣ ରୋଗୀ ଓ ଶ୍ରୀ ଜଗନ୍ନାଥ ନେତ୍ରାଳୟରେ ଚକ୍ଷୁ ଅସ୍ତ୍ରୋପଚାର ହୋଇଥିବା ୩ ଜଣ ରୋଗୀ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କମିଶନରେଟ୍ ପୋଲିସ୍ର ମିଳିତ ସହଭାଗିତାରେ ବୁଧବାର ଦିନ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆଇଟିଇଆର୍) ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ସମୟରେ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆର୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଯୁବପୀଢ଼ି ରକ୍ତଦାନ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ପୋଲିସ୍ କମିଶନର ଆହ୍ୱାନ ଦେଇଥିଲେ। ସେହିପରି ରକ୍ତଦାନ ମହତଦାନ ତେଣୁ ଏହି ପୂଣ୍ୟ କାର୍ଯ୍ୟରେ ଛାତ୍ରଛାତ୍ରୀମାନେ ଅଧିକ ମାତ୍ରାରେ ସାମିଲ ହୁଅନ୍ତୁ ବୋଲି କହିଥିଲେ ସୋଆ କୁଳପତି ପ୍ରଫେସର ମହାପାତ୍ର। ଏହି ଶିବିରରେ ସୋଆର ଛାତ୍ରଛାତ୍ରୀମାନେ…
ଭୁବନେଶ୍ଵର: ଆସନ୍ତାକାଲି ଠାରୁ ୩ ତାରିଖ ଯାଏଁ ନନ୍ଦନ କାନନ ଅସ୍ଥାୟୀ ଭାବେ ବନ୍ଦ ରହିବ। ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ନନ୍ଦନକାନନ ସହ ବଟାନିକାଲ ଗାର୍ଡେନକୁ ମଧ୍ୟ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ଆଶଙ୍କା ଥିବାରୁ ନନ୍ଦନ କାନନକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯିବ। ଏନେଇ ନନ୍ଦନ କାନନର ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ବର୍ଷରେ ଚାଷୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀଙ୍କୁ ଦଶମ କିସ୍ତି ପ୍ରଦାନ କରିବେ। ଜାନୁଆରୀ ୧ ତାରିଖ ୨୦୨୨ରେ ପ୍ରଧାନମନ୍ତ୍ରୀ ୧୦ କୋଟି କୃଷକ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ସ୍ଥାନାନ୍ତର କରିବେ। ତେବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧.୬ ଲକ୍ଷ କୋଟି ଟଙ୍କା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ଵାରା ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଜାନୁୟାରୀ ୧ ତାରିଖ ଅପରାହ୍ନ ୧୨.୩୦ ମିନିଟ ସମୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିବେ। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ୩୫୧ କୃଷକ ଉତ୍ପାଦକ ସଂଗଠନ (FPO) କୁ ୧୪ କୋଟି ଟଙ୍କା ଇକ୍ୱିଟି ଅନୁଦାନ ମଧ୍ୟ ପ୍ରଦାନ…
ରାଞ୍ଚି: ଝାଡଖଣ୍ଡର ହେମନ୍ତ ସୋରେନ୍ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ସରକାରର କାର୍ଯ୍ୟକାଳ ଦୁଇ ବର୍ଷ ପୂରଣ ହେବା ପରେ ପେଟ୍ରୋଲ ମୂଲ୍ୟରେ ବଡ ହ୍ରାସ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଯେଉଁଥିପାଇଁ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଅଧିକ ପ୍ରଭାବିତ ହେଉଛନ୍ତି। ଯଦି ରାସନ କାର୍ଡଧାରୀମାନେ ସେମାନଙ୍କ ମୋଟରସାଇକେଲ କିମ୍ବା ସ୍କୁଟରରେ ପେଟ୍ରୋଲ ଭରନ୍ତି। ତେବେ ଆମେ ଲିଟର ପିଛା ୨୫ ଟଙ୍କା ହାରରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବୁ। ଜାନୁଆରୀ ୨୬ ତାରିଖରୁ ଆମେ ଏହି ସିଷ୍ଟମ୍ ଲାଗୁ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏକ ଗରିବ ପରିବାର ଏହି ମୂଲ୍ୟରେ ପ୍ରତି ମାସରେ ୧୦ ଲିଟର ପେଟ୍ରୋଲ ପେଟ୍ରୋଲ ପାଇପାରିବ। ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ରାଞ୍ଚିରେ ଏକ ଲିଟର ପେଟ୍ରୋଲ…
ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ବିଭିନ୍ନ ଉପାୟରେ ଲେମ୍ବୁ ଖାଇବାକୁ ପସନ୍ଦ କରୁ। ବହୁତ ଲୋକଙ୍କ ପାଇଁ ଲେମ୍ବୁ ପ୍ରିୟ ଅଟେ। ଏହା ସହିତ ସାଲାଡ, ସାମ୍ବର, ଖିଚିଡି ସ୍ୱାଦ ମଧ୍ୟ ଲେମ୍ବୁ ବିନା ଅସମ୍ପୂର୍ଣ୍ଣ ମନେହୁଏ। ଏଭଳି ପରିସ୍ଥିତିରେ, ଆମେ ଆପଣଙ୍କୁ କହିବୁ ଲେମ୍ବୁ କେଉଁ ରୋଗରୁ ଆପଣଙ୍କୁ ରକ୍ଷା କରିପାରିବ। ଆସନ୍ତୁ ଜାଣିବା… ଭଲ ହଜମ: – ହଜମ ସମ୍ବନ୍ଧୀୟ ସମସ୍ୟା ପ୍ରାୟତଃ ଘଟେ। କିନ୍ତୁ ଯେଉଁମାନେ ଉଷୁମ ପାଣିରେ ଲେମ୍ବୁ ରସ ପିଅନ୍ତି, ସେମାନଙ୍କୁ ଏହିପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ତେଣୁ ପ୍ରତିଦିନ ସକାଳେ ଏହି ପାଣି ସହିତ ଦିନ ଆରମ୍ଭ କରନ୍ତୁ। – ଲେମ୍ବୁ ଏବଂ ଉଷୁମ ପାଣି ପିଇବା ଆପଣଙ୍କ ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଯଦି ଆପଣଙ୍କୁ କେବଳ ପାଣି ଏବଂ ଲେମ୍ବୁ ପିଇବାରେ ଅସୁବିଧା ହେଉଛି, ତେବେ ଆପଣ ସ୍ୱାଦ ଅନୁଯାୟୀ କଳା…
ଭୁବନେଶ୍ବର: ୨୦୨୦ ମସିହାରେ କରୋନା ବିପତ୍ତିକୁ ଆମେ ସାମ୍ନା କରିଛୁ। ନୂତନ ବର୍ଷରେ ନୂତନ ସମ୍ଭାବନାକୁ ନେଇ ଆମେ ଆଗକୁ ବଢୁଛେ। ଆସନ୍ତା ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ଏହା ହିଁ ଆମେ କାମନା କରୁଛୁ। ଆସନ୍ତା ବର୍ଷ ଉତ୍ତମ ସ୍ବାସ୍ଥ୍ୟ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି, ପରିବାରରେ ସୁଖ-ଶାନ୍ତି ରହୁ ଏହାର କାମନା କରୁଛେ। ତେବେ ଆମେ ବାସ୍ତୁର କିଛି ସହଜ ଉପାୟ କରିବା ଦ୍ବାରା ଆସନ୍ତା ବର୍ଷ ଆମର ସୁଖ ଓ ସମୃଦ୍ଧିର ବର୍ଷ ହୋଇପାରିବ। ଏନେଇ କେତୋଟି ଛୋଟ ଉପାୟ। ନୂତନ ବର୍ଷର ପ୍ରାରମ୍ଭରେ ନିଜ ଘରର ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। ଘରର ମୁଖ୍ୟ ଦ୍ବାରରେ ସ୍ବାତ୍ତ୍ବିକ ଚିହ୍ନ ବନାନ୍ତୁ। ନୂତନ ବର୍ଷ ପ୍ରାରମ୍ଭରେ ଘରର ଅଗଣାରେ କିଛି ଗଛ ଲଗାନ୍ତୁ। ଘରେ ତୁଳସୀ ଗଛ ବା ମନି ପ୍ଲାଣ୍ଟ ଲଗାନ୍ତୁ। ଯାହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ। ବର୍ଷ ପ୍ରାରମ୍ଭରେ ନିଜ…
ନୂଆଦିଲ୍ଲୀ: ଅମୃତଭଣ୍ଡା ଏପରି ଏକ ଫଳ ଯାହା ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଅମୃତଭଣ୍ଡାରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ। ଏଥିରେ ଭିଟାମିନ୍, ଫାଇବର ଏବଂ ମିନେରାଲ୍ସ ଅଛି। ବିଶେଷ କଥା ହେଉଛି ସମସ୍ତ ଋତୁରେ ଏହା ଆପଣଙ୍କ ପାଇଁ ସହଜରେ ଉପଲବ୍ଧ। ଅମୃତଭଣ୍ଡାରେ ବହୁତ ଫାଇବର ଅଛି, ଏହାକୁ ଖାଇବା ଦ୍ୱାରା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ। ଏହାର ବ୍ୟବହାର ଓଜନ ନିୟନ୍ତ୍ରଣ ଏବଂ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ। ଆପଣ ଏହାକୁ ସାଲାଡରେ କିମ୍ବା ଯେକୌଣସି ରୂପରେ ଖାଇପାରିବେ। ମଧୁମେହ, ହୃଦୟ ଏବଂ କର୍କଟ ରୋଗୀଙ୍କ ପାଇଁ ଅମୃତଭଣ୍ଡା ଅତ୍ୟନ୍ତ ଲାଭଦାୟକ ଅଟେ। କିନ୍ତୁ ଏହା କେବଳ ଲାଭ ନୁହେଁ ବରଂ କିଛି ସମସ୍ୟା ମଧ୍ୟ ଅଛି। ଅନେକ ରୋଗ ଅଛି ଯେଉଁଥିରେ ଅମୃତଭଣ୍ଡା ଖାଇବା ନିଷେଧ। ଅମୃତଭଣ୍ଡା ଖାଇବା କାହା ପାଇଁ ସମସ୍ୟା ହୋଇପାରେ ଜାଣନ୍ତୁ…. ୧- ଅନିୟନ୍ତ୍ରିତ ହୃଦସ୍ପନ୍ଦନ…
ଭୁବନେଶ୍ୱର: ବର୍ଷ ଶେଷ ହେବାକୁ ଯାଉଥିବା ଏବଂ ଉତ୍ସବ ପାଳନର ଆଗ୍ରହ ସର୍ବତ୍ର ପରିଲକ୍ଷିତ ହେଉଥିବାବେଳେ ରିଲାଏନ୍ସ ଫାଉଣ୍ଡେସନ ସମଗ୍ର ଭାରତରେ ପିଲାଙ୍କ ସହିତ ଏହି ଉତ୍ସବର ଆନନ୍ଦ ବାଣ୍ଟିବାର ପରମ୍ପରାକୁ ବଜାୟ ରଖିଛି। ଭୁବନେଶ୍ୱର ସମେତ ଦେଶର ୧୧ଟି ସହରରେ ୨୬ଟି ଏନଜିଓ ସହଭାଗିତାରେ ଅବହେଳିତ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୫୦୦୦ ପିଲାଙ୍କୁ ଏହା ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଗୁଡିଜ୍ ବ୍ୟାଗ୍ ଏବଂ ଉପହାର ବଣ୍ଟନ କରିଛି। ଏହି ଶିକ୍ଷଣୀୟ ଗୁଡିଜ୍ ବ୍ୟାଗରେ ପାଠ୍ୟ ଉପକରଣ, ମାନସ ମନ୍ଥନକାରୀ ଖେଳ, ମଡୁଲାର ହୁଲା ହୁପ୍, ଖେଳନା ଡୋ ଏବଂ କିଛି ଚକୋଲେଟ ରହିଛି। ଉକ୍ତ ଉପହାର ବ୍ୟାଗରେ ମଧ୍ୟ ପିଲାଙ୍କ ପାଇଁ କୋଭିଡରୁ ସୁରକ୍ଷା ପ୍ରଦାନ କରୁଥିବା ସାନିଟାଇଜର ଏବଂ ମାସ୍କ ରହିଛି। ଏହି ପ୍ରୟାସର ଅଂଶସ୍ୱରୂପ ଭୁବନେଶ୍ୱରରେ ଅବହେଳିତ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୬୦୦ ପିଲାଙ୍କୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଗୁଡିଜ୍ ବ୍ୟାଗ ଏବଂ ଉପହାର ତିନିଟି…
ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ ଅଂଶୁଳା କପୁରଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଏଭଳି ପରିସ୍ଥିତିରେ ଖୁବ୍ ଶୀଘ୍ର ଅର୍ଜୁନ କପୁରଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଆରୋରାଙ୍କ କରୋନା ପରୀକ୍ଷା ମଧ୍ୟ କରାଯିବ। ଅର୍ଜୁନ ଏବଂ ଅଂଶୁଳାଙ୍କ ସହ ଅନିଲ କପୁରଙ୍କ ଝିଅ ରିୟା କପୁର ଏବଂ ସ୍ୱାମୀ କରଣ ବୁବଲାନି କରୋନା ସଂକ୍ରମିତ ହୋଇଛନ୍ତି। ଉଭୟ ନିଜକୁ ଅଲଗା କରିଛନ୍ତି। ଦୁହେଁ ଚଳିତ ବର୍ଷ ଅଗଷ୍ଟ ୧୪ ତାରିଖରେ ଜୁହୁର ଅନିଲ କପୁରଙ୍କ ବଙ୍ଗଳା ଠାରେ ବିବାହ କରିଥିଲେ। ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେବା ପାଇଁ ଅର୍ଜୁନ କପୁର ରିୟା କପୁରଙ୍କ ଘରେ ପହଞ୍ଚିଥିଲେ। ନିକଟରେ କପୁର ପରିବାର ଖ୍ରୀଷ୍ଟମାସ ଅବସରରେ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା। ତେବେ ଅର୍ଜୁନ କପୁର କରୋନା ପଜିଟିଭ ହେବା ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଗତ ବର୍ଷ ସେପ୍ଟେମ୍ବର ମାସରେ ଅର୍ଜୁନ ମଲାଇକା କରୋନା ପଜିଟିଭ ହୋଇଥିଲେ।…
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ହେବାକୁ ଥିବା ୨୦୨୪ ବିଧାନସଭା ନିର୍ବାଚନରେ ଜିତିଲେ ରାଜ୍ୟବାସୀଙ୍କୁ ୭୦ ଟଙ୍କାରେ ମଦ ଦେବାକୁ ଭାରତୀୟ ଜନତା ପାର୍ଟି ପ୍ରତିଶୃତି ଦେଇଛି। ମଙ୍ଗଳବାର ଦିନ ଏକ ସାଧାରଣ ସଭାରେ ଦଳର ରାଜ୍ୟ ୟୁନିଟ୍ ମୁଖ୍ୟ ସୋମୁ ଭୀରରାଜୁ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ୱାଇଏସଆର କଂଗ୍ରେସ ସରକାର ଏବଂ ବିରୋଧୀ ତେଲୁଗୁ ଦେଶମ ପାର୍ଟିକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ବିପୁଳ ସମ୍ବଳ ଏବଂ ଦୀର୍ଘ ଉପକୂଳବର୍ତ୍ତୀ ସତ୍ତ୍ୱେ ରାଜନୈତିକ ଶକ୍ତିଗୁଡିକ ରାଜ୍ୟ ବିକାଶ କରିବାରେ ବିଫଳ ହୋଇଛନ୍ତି। ରାଜ୍ୟରେ ମହଙ୍ଗା ମଦ ଦରକୁ ନେଇ ପରୋକ୍ଷରେ ଭୀରରାଜୁ କହିଛନ୍ତି ଯେ, ରାଜ୍ୟରେ ଏକ କୋଟି ଲୋକ ମଦ ପାନ କରନ୍ତି। ଆପଣ ବିଜେପିକୁ ଏକ କୋଟି ଭୋଟ ଦିଅନ୍ତୁ ଆମେ ଆପଣଙ୍କୁ ୭୦ ଟଙ୍କାରେ ମଦ ଦେବୁ। ଯଦି ଭଲ ରାଜସ୍ୱ ରହିବ, ଆମେ ଏହାକୁ ମାତ୍ର ୫୦ ଟଙ୍କାରେ ଦେବୁ। ରାଜ୍ୟ ସରକାରଙ୍କ…
କାନପୁର: ‘ନିଜ ଝିଅମାନଙ୍କୁ ଶିକ୍ଷିତ କରାନ୍ତୁ, ସେମାନଙ୍କର ଆତ୍ମବିଶ୍ୱାସ ବଢିବ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି କାନପୁରରେ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାର ହିତାଧିକାରୀ ଫରଜାନାଙ୍କୁ କହିଛନ୍ତି। ଫରଜାନା କାନପୁରର କିଦବଇନଗରର ଅଧିବାସୀ। ସେ ପିଏମ ମୋଦୀଙ୍କୁ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଚାରି ବର୍ଷ ପୂର୍ବେ ତାଙ୍କୁ ଟ୍ରିପଲ ତଲାକ ଦେଇଛନ୍ତି। ବର୍ତ୍ତମାନ ସେ ଏକ ଛୋଟ ଫାଷ୍ଟଫୁଡ୍ ସେଣ୍ଟର ଚଲାଉଛନ୍ତି। ଲକଡାଉନ ସମୟରେ ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାରୁ ଋଣ ନେଇ ଦୋସା-ଇଡଲି ବିକ୍ରି କରନ୍ତି। ଯେତେବେଳେ ଫରଜାନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଫଟୋ ମାଗିଥିଲେ। ସେ ତାଙ୍କ ଦୋକାନରେ ଏହି ଫଟୋ ରଖିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ। ଯାହା ପ୍ରଧାନମନ୍ତ୍ରୀ ମନା କରି ନଥିଲେ। ଏବଂ ତାଙ୍କ ମୁଣ୍ଡ ଉପରେ ହାତ ରଖି ଫଟୋ ନେଇଥିଲେ। ବିଭିନ୍ନ ସରକାରୀ ଯୋଜନାର ୨୫ ହିତାଧିକାରୀଙ୍କ ମଧ୍ୟରୁ ଫରଜାନା ଅନ୍ୟତମ।…
ଭୁବନେଶ୍ବର: ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବାକୁ ନେଇ ରାଜ୍ୟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କରୋନା ସଂକ୍ରମଣ ବଢୁଥିବାରୁ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇପାରେ। ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଠାରୁ ପରାମର୍ଶ ନିଆଯିବ। ସ୍ୱାସ୍ଥ୍ୟ ବିଭାଗର ପରାମର୍ଶକ୍ରମେ ଏହା ଉପରେ ନିଷ୍ପତ୍ତି ନିଆଯିବ। ପୂର୍ବ ସ୍ଥିତି ଦେଖି ସରକାର ସ୍କୁଲ୍ ଖୋଲିବା ନିଷ୍ପତ୍ତି ନେଇଥିଲେ। ଏନେଇ ଡିଏମଇଟି ରମାରମଣ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତା ୩ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା।
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ବିମାନବନ୍ଦରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଉଡ଼ାଣ ସମୟରେ ବିମାନରେ ଭାରତୀୟ ସଙ୍ଗୀତ ବଜାଇବାକୁ ଅନୁମତି ମିଳିପାରେ। ଏନେଇ ଇଣ୍ଡିଆନ ଏୟାର ଲାଇନ୍ସକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢୀ ଏକ ଚିଠି ଲେଖିଛନ୍ତି। ଚିଠିରେ ଦର୍ଶାଯାଇଛି ଯେ, ଭାରତୀୟ ପାରମ୍ପାରିକ ସଂଗୀତ ବିଭିଦତାରେ ପରିପୂର୍ଣ୍ଣ। ବିଶ୍ଵର ଏୟାରଲାଇନ୍ସ ମଧ୍ୟ ସେମାନଙ୍କର ସଂସ୍କୃତି ଅନୁଯାୟୀ ସେମାନଙ୍କର ସଙ୍ଗୀତକୁ ପ୍ରୋତ୍ସାହିତ କରନ୍ତି। ଏଭଳି ପରିସ୍ଥିତିରେ ଦେଶରେ କାର୍ଯ୍ୟ କରୁଥିବା ବିମାନ ଏବଂ ବିମାନ ବନ୍ଦରରେ ଭାରତୀୟ ସଙ୍ଗୀତ ବଜାଇବା ଭାରତ ପାଇଁ ଗର୍ବର ବିଷୟ ହେବ। ଦେଶର ପ୍ରସିଦ୍ଧ ସଂଗୀତଜ୍ଞଙ୍କ ସହ ଇଣ୍ଡିଆନ୍ କାଉନସିଲ୍ ଅଫ୍ କଲଚର ରିଲେସନ୍ସ (ଆଇସିସିଆର) ଏକ ବୈଠକ କରିଥିଲା ଏବଂ ଏହି ପ୍ରସଙ୍ଗରେ ପରାମର୍ଶ ଲୋଡିଥିଲା। ଏଥି ସହିତ, ଡିସେମ୍ବର ୨୩ ତାରିଖରେ ଆଇସିଆରସି ଦ୍ୱାରା ଆୟୋଜିତ ବୈଠକରେ ସଂଗୀତଜ୍ଞ ଅନୁ ମଲିକ୍, ମଲିନୀ ଅବସ୍ତି,…
ନୂଆଦିଲ୍ଲୀ: ଦେଶରେ ଓମିକ୍ରୋନର ବିପଦ କ୍ରମାଗତ ଭାବେ ବୃଦ୍ଧି ପାଉଛି। କରୋନାର ଏହି ନୂତନ ଭାରିଆଣ୍ଟ ଦେଶର ୨୧ ଟି ରାଜ୍ୟରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ୍ ର ୧୨୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ଦେଶରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୭୮୧ କୁ ବୃଦ୍ଧି ପାଇଛି। ତେବେ ଓମିକ୍ରନର ୨୪୧ ରୋଗୀ ମଧ୍ୟ ଚିକିତ୍ସା ପରେ ସୁସ୍ଥ ହୋଇଯାଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ମାମଲା ସର୍ବାଧିକ ଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି। ଓମିକ୍ରନ୍ ମାମଲା ଦିଲ୍ଲୀରେ ୨୩୮, ମହାରାଷ୍ଟ୍ରରେ ୧୬୭, ଗୁଜୁରାଟରେ ୭୩ ଏବଂ କେରଳରେ ୬୫ କୁ ବୃଦ୍ଧି ପାଇଛି। ଏହି ସମୟରେ, କରୋନା ଦେଶବ୍ୟାପୀ ଟୀକାକରଣ ଅଧୀନରେ ଏପର୍ଯ୍ୟନ୍ତ ୧୪୩.୧୫ କୋଟି ଲୋକଙ୍କୁ ଟିକା ଦିଆଯାଉଛି। ଦେଶରେ କରୋନା ର ସକ୍ରିୟ ମାମଲା ବର୍ତ୍ତମାନ ୭୭ ହଜାର ୨ ରହିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର…
ଭୁବନେଶ୍ବର: ଆଜି ରାଜ୍ୟରେ ୨୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୯୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୮ ବରଗଡ ଜିଲ୍ଲାରୁ- ୧ ଭଦ୍ରକ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ – ୧୫ ଢେଙ୍କାନାଳ ଜିଲ୍ଲାରୁ- ୩ ଗଜପତି ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୫ ଯାଜପୁର ଜିଲ୍ଲାରୁ – ୬ ଝାରସୁଗୁଡା ଜିଲ୍ଲାରୁ- ୫ କେନ୍ଦ୍ରାପଡା ଜିଲ୍ଲାରୁ- ୩ କେନ୍ଦୁଝର ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୯୮ କୋରାପୁଟ ଜିଲ୍ଲାରୁ- ୨ ମୟୂରଭଞ୍ଜ ଜିଲ୍ଲାରୁ- ୮ ନୟାଗଡ ଜିଲ୍ଲାରୁ- ୩ ନୂଆପଡା ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୬ ରାୟଗଡା ଜିଲ୍ଲାରୁ- ୧ ସମ୍ବଲପୁର ଜିଲ୍ଲାରୁ- ୨୧ ସୋନପୁର…

