Author: Samikhsya Bureau

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଓଡିଶାରେ ଶିଳ୍ପର ବିକାଶ ପାଇଁ ଜିନ୍ଦଲଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଆଗାମୀ ସଂପ୍ରସାରଣ ପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଏବେ କ୍ରୀଡା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ। ଆମ ଗ୍ରାମାଞ୍ଚଳରେ ବହୁ ପ୍ରତିଭାବାନ କ୍ରୀଡା ପ୍ରତିଭା ଅଛନ୍ତି। ସେମାନଙ୍କ ପ୍ରତିଭାର ଉନ୍ମେଷ ନିମନ୍ତେ କମ୍ପାନୀ ପକ୍ଷରୁ ଅନୁଗୋଳ ଜିଲ୍ଲାରେ ଗୋଟିଏ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଜିନ୍ଦଲଙ୍କୁ ପ୍ରସ୍ତାବ ଦେଇଥିଲେ।

Read More

ଭୁବନେଶ୍ବର: ଆଜି ବିଧାନସଭାରେ ରାଜସ୍ବ ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଥିଲା। ଏଥିରେ ଉତ୍ତର ରଖୁଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରକୁ ବେଶ ମଜାଳିଆ ଢଙ୍ଗରେ ଦେଇଛନ୍ତି ପୂଜାରୀ। ଯାହାକୁ ନେଇ ଗୃହରେ ବିଜେପି ବିଧାୟକମାନେ ହସରେ ଲୋଟିପଡିଲେ। ଅରୁଣ ସାହୁ ପଚାରିଥିଲେ ଯେ, ୬,୮୦୦ ପଞ୍ଚାୟତରେ ଯେଉଁ ଆରଆଇ, ଏଆରଆଇ ଏବଂ ଅମିନ ପଦବୀ ଖାଲି ଅଛି , ତାକୁ ପୁରଣ କରିବେ କି? ଏତେ ସଂଖ୍ୟାରେ ଯେଉଁ ପଦବୀ ଖାଲି ଅଛି ତାହା କେବେ ସୁଦ୍ଧା ପୂରଣ ହେବ। ବର୍ତ୍ତମାନ ଯେପରି ଜନସଂଖ୍ୟା ବଢିଛି ସେଥିରେ ନୂଆ ଆରଆଇ, ଏଆରଆଇ ଓ ଅମିନ ପାଇଁ ନୂଆ ପଦବୀ ସୃଷ୍ଟି କରାଯାଇପାରିବ କି ବୋଲି ଅରୁଣ ପଚାରିଥିଲେ। ଏହା ଉତ୍ତରରେ ରାଜସ୍ବମନ୍ତ୍ରୀ କହିଥିଲେ ଯେ, ଆମେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛୁ ଯେ, ଏତେ ସଂଖ୍ୟାରେ ଆରଆଇ…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବିଜେପିକୁ ଘେରିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ତରଫରୁ ଯେଉଁ ନିର୍ବାଚନ ଇସ୍ତାହାର ଦିଆଯାଇଥିଲା ତାହା କେବଳ ଏକ ପ୍ରହସନ। ସୁଭଦ୍ରା ଯୋଜନା ନାଁରେ ମା’ମାନଙ୍କ ଭାବନା ସହିତ ଏବଂ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳିର ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କ ଭାବନା ସହିତ ଖେଳିଛି। ଏଥିସହିତ ସେ ବିଜେପି ନେତାଙ୍କୁ ଚାରିଟି ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି ଯେ, ଏସବୁ ପ୍ରଶ୍ନର ଉତ୍ତର ବିଜେପି ନେତାମାନେ ଦେଇପାରିବେ ତ? ସେହି ପ୍ରଶ୍ନଗୁଡିକ ହେଲା.. ୧. ଅଙ୍ଗନୱାଡି କର୍ମୀ ଏବଂ ଶିକ୍ଷା ସହାୟିକା ସୁଭଦ୍ରା ଯୋଜନାରେ ସାମିଲ ହେବେନି, ଏମାନେ କ’ଣ ଭୋଟ୍‌ ଦେଇନଥିଲେ? ୨. ୨୧ ବର୍ଷରୁ କମ ଏବଂ ୬୦ ବର୍ଷରୁ ଅଧିକ…

Read More

ନୂଆଦିଲ୍ଲୀ: ଆଜି ହେଉଛି ଜାତୀୟ କ୍ରୀଡା ଦିବସ। ଆଜି ପ୍ରସିଦ୍ଧ ହକି ଖେଳାଳି ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକ। ତାଙ୍କର କ୍ରୀଡା ପ୍ରତି ଥିବା ସମର୍ପଣକୁ ମନେ ରଖିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୯ ରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଏ। ଆଜି ସକାଳେ ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ମେଜର ଧାନ ଚାନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏ ନେଇ ଡକ୍ଟର ମାଣ୍ଡଭିଆ କହିଛନ୍ତି, ଦେଶର ନାଗରିକମାନେ ସୁସ୍ଥ ରହିବା ଉଚିତ୍। କାରଣ ଜଣେ ସୁସ୍ଥ ନାଗରିକ ଏକ ସୁସ୍ଥ ସମାଜ ଗଠନ କରେ ଏବଂ ଏକ ସୁସ୍ଥ ସମାଜ ଏକ ସମୃଦ୍ଧ ଦେଶ ଗଠନ କରେ। ମନ୍ତ୍ରୀ କହିଛନ୍ତି ଯେ ସମସ୍ତ ନାଗରିକ ନିଜ ବ୍ୟସ୍ତବହୁଳ କାର୍ଯ୍ୟରୁ ଏକ ଘଣ୍ଟା ବାହାର କରି ସେମାନଙ୍କ ଆଗ୍ରହର ଗୋଟିଏ ଖେଳ ଖେଳିବା…

Read More

IPS Kamya Mishra Resigned:  2019 ବ୍ୟାଚ ବିହାର କ୍ୟାଡରର ଆଇପିଏସ ଅଫିସର କାମ୍ୟା ମିଶ୍ରଙ୍କ ଇସ୍ତଫାକୁ ନେଇ ବର୍ତ୍ତମାନ ସାରା ଦେଶର ପୋଲିସ ଅଧିକାରୀଙ୍କ ମହଲରେ ଚର୍ଚ୍ଚା ଚାଲିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ତାଙ୍କର ଇସ୍ତଫାକୁ ନେଇ ଚର୍ଚ୍ଚା କରିବାରେ ଲାଗିଛନ୍ତି। ମାତ୍ର 22 ବର୍ଷ ବୟସରେ ଆଇପିଏସ ପାଇଥିବା କାମ୍ୟା 28 ବର୍ଷ ବୟସରେ ଚାକିରୀ ଛାଡିବାକୁ ପ୍ରସଂଗକୁ କେହି ଗ୍ରହଣ କରୁ ନାହାଁନ୍ତି। କାମ୍ୟା ବର୍ତ୍ତମାନ ବିହାରର ଦରଭଙ୍ଗା ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଇସ୍ତଫା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କିଏ କହୁଛି କାମ୍ୟାଙ୍କୁ ବିହାର ମାଫିଆମାନେ କୁଆଡେ ଧମକ ଚମକ ଦେଉଛନ୍ତି। କିଏ କହୁଛି ସେ ଆଇପିଏସ ଛାଡି ରାଜନୀତି କିମ୍ବା ବ୍ୟବସାୟ କରିବେ। କିଏ ପୁଣି କହୁଛି ସେ ଚାକିରୀ ଛାଡି ସମାଜସେବା କରିବେ। ତେବେ କାମ୍ୟା ଏ ପର୍ଯ୍ୟନ୍ତ କଣ କରିବେ…

Read More

ଭୁବନେଶ୍ବର: ଡିଆଜି ରାଜେଶ ପଣ୍ଡିତ ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶିବା ଘଟଣା ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏହି ଘଟଣାରେ ନିଲମ୍ବିତ ହୋଇଥିବା ଏହି ଆଇପିଏସ ଅଧିକାରୀଙ୍କୁ ଗୃହ ବିଭାଗ ନୋଟିସ ଜାରୀ କରିଛି। ଏହି ଘଟଣାରେ ନିଜ ପକ୍ଷ ରଖିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି। ନଚେତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏଥିରେ କୁହାଯାଇଛି। ରାଜେଶ ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ଏପରିକି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହଇରାଣ କରିଥିଲେ। ଏହି ଘଟଣା ପଦାକୁ ଆସିବା ପରେ ତାଙ୍କ ବିରୋଧରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ। ବର୍ତ୍ତମାନ ଗୃହ ବିଭାଗ ତାଙ୍କ ବିରୋଧରେ ବଡ ପଦକ୍ଷେପ ନେବା ପୂର୍ବରୁ ତାଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛି।

Read More

ନୂଆଦିଲ୍ଲୀ/ ଭୁବନେଶ୍ବର: ସଡ଼କ ସୁରକ୍ଷାରେ ପଦକ୍ଷେପ ନେବାରେ ଦେଶରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି। ଦିଲ୍ଲୀରେ ଫିକି ପକ୍ଷରୁ ଆୟୋଜିତ ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ସମ୍ମାନିତ କରିଛନ୍ତି। ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ ନିକଟରୁ ସମ୍ମାନ ଗ୍ରହଣ କରିଛନ୍ତି। ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସମସ୍ତ ରାଜ୍ୟ ନେଉଥିବା ପଦକ୍ଷେପ ମଧ୍ୟରେ ଓଡ଼ିଶାର ପଦକ୍ଷେପ ଉଚ୍ଚ ପ୍ରଶଂସିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଓଡ଼ିଶାକୁ ସମ୍ମାନିତ କରିବା ସହ ଏନଫୋର୍ସମେଣ୍ଟ, ରୋଡ୍‌ ଇଞ୍ଜିନିୟରିଂ ଉପରେ ଅଧିକରୁ ଅଧିକ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି। ସଡ଼କ ସୁରକ୍ଷା ଦିଗରେ ଚାଳକମାନଙ୍କ ପ୍ରଶିକ୍ଷଣ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏ କ୍ଷେତ୍ରରେ ଓଡ଼ିଶାର ‘ସୁବାହକ’ ଯୋଜନାକୁ ସମଗ୍ର ଦେଶରୁ ସମବେତ ସଡ଼କ ସୁରକ୍ଷା…

Read More

ଭୁବନେଶ୍ବର: ମନ୍ତ୍ରୀ ନିତ୍ୟାଗଣ୍ଡ ଆଜି ଶିକ୍ଷାନୁଷ୍ଠାନରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ନେଇ ବିବୃତି ରଖିଛନ୍ତି। ତାହା ହେଲା… ୧୯୯୫ ମସିହା ଫେବୃୟାରୀ ୩ ତାରିଖରେ ମେଡିକାଲ ଆଣ୍ଡ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନ ପାଇଁ ଅନୁସୂଚିତ ଜନଜାତି ବର୍ଗର ଛାତ୍ରମାନଙ୍କ ପାଇଁ ୧୨% ଏବଂ ଅନୁସୂଚିତ ଜାତିଙ୍କ ପାଇଁ ୮% ସଂରକ୍ଷଣ ରାଜ୍ୟ ସରକାରଙ୍କ ଦ୍ଵାରା ଅନୁମୋଦିତ ହୋଇଛି । ସେହିପରି ୨୦୦୮ ମସିହା ଏପ୍ରିଲ ୨୩ ଏବଂ ୨୦୧୦ ମସିହା ସେପ୍ଟମ୍ବର ୨୨ ତାରିଖର ରାଜ୍ୟ ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡ ସଭାରେ ମେଡିକାଲ୍ ଏବଂ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ ଅନୁସୂଚିତ ଜାତି ଛାତ୍ରମାନଙ୍କ ପାଇଁ ୧୬.୨୫% ଏବଂ ଅନୁସୂଚିତ ଜନଜାତି ଛାତ୍ରମାନଙ୍କୁ ୨୨.୫୦% ବୃଦ୍ଧି ପାଇଁ ସୁପାରିଶ କରିଥିଲେ ଏବଂ ଆଇନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅନୁସୂଚିତ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ‘କୃଷି ଭିତ୍ତିଭୂମି ପାଣ୍ଠି’ ଅନ୍ତର୍ଗତ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ଯୋଜନାର କ୍ରମିକ ସମ୍ପ୍ରସାରଣକୁ ମଞ୍ଜୁରି ମିଳିଛି, ଯାହାଦ୍ୱାରା ଏହା ଅଧିକ ଆକର୍ଷଣୀୟ, ଫଳପ୍ରଦ ଏବଂ ସମାବେଶୀ ହୋଇପାରିବ। ଦେଶରେ କୃଷକ ସମ୍ପ୍ରଦାୟର ବୃଦ୍ଧି, ସୁଦୃଢ଼ୀକରଣ ଏବଂ ସହାୟତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର କୃଷି ଭିତ୍ତିଭୂମି ପାଣ୍ଠି (ଏ. ଆଇ. ଏଫ୍.) ଯୋଜନାର ପରିସରକୁ ସମ୍ପ୍ରସାରିତ କରିବା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ଦେଶରେ କୃଷି ଭିତ୍ତିଭୂମିକୁ ବଢ଼ାଇବା, ସୁଦୃଢ଼ କରିବା ଏବଂ କୃଷକ ସମାଜକୁ ସହାୟତା ପ୍ରଦାନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପରେ ସରକାର କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ) ଯୋଜନାର ପରିଧିକୁ ବିସ୍ତାର କରିବା ଲାଗି ଅନେକ ଉପାୟ ଘୋଷଣା କରିଛନ୍ତି । ଯୋଗ୍ୟ ପ୍ରକଳ୍ପଗୁଡ଼ିକର ପରିସରକୁ ବିସ୍ତାର କରିବା ଏବଂ ଏକ ସୁଦୃଢ଼ କୃଷି ଭିତ୍ତିଭୂମି ଇକୋସିଷ୍ଟମକୁ…

Read More

ଭୁବନେଶ୍ୱର: ଆଜି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ତଥା ନୀତି ବିକାଶ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାଲେରୀ ଏନ୍‌. ଗୁଆନେରୀ, ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ମାନ୍ୟବର କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରି ରାଜ୍ୟରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବର୍ତ୍ତମାନ ଏବଂ ଭବିଷ୍ୟତ ସହଭାଗିତା ଆଲୋଚନା କରିଛନ୍ତି। ରାଜ୍ୟରେ ଖାଦ୍ୟ ନିରାପତ୍ତା ତଥା ପୁଷ୍ଟିହୀନତାର ହ୍ରାସ ପାଇଁ ରଣନୀତି ବିଷୟରେ ଆଲୋଚନା ନିମନ୍ତେ ତାଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅଧିକାରୀଙ୍କ ସହଯୋଗ ନିମନ୍ତେ ସେ କୃତଜ୍ଞତା ଜଣାଉଛନ୍ତି ବୋଲି ଶ୍ରୀମତୀ ଗୁଆନେରୀ ପ୍ରକାଶ କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷି କ୍ଷେତ୍ରରେ ସହଯୋଗୀ ଅଭିବୃଦ୍ଧି ତଥା ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ସହିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ବୈଷୟିକ ଜ୍ଞାନକୌଶଳ…

Read More

ଭୁବନେଶ୍ୱର: ସ୍ୱାଧୀନତା ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରିବା ସମାଜ ତଥା ଦେଶର ବିକାଶ ପାଇଁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ସମ୍ବାଦପତ୍ର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଥିଲେ। ସେତେବେଳେ ହାତଗଣତି କେତୋଟି ଖବର କାଗଜ ପ୍ରକାଶ ପାଉଥିଲା। ହେଲେ ଗଠନମୂଳକ ସମ୍ବାଦ ପ୍ରକାଶ ପାଉଥିଲା, ଯାହା ସମାଜର ହିତ ସାଧନ କରୁଥିଲା। ଏବେ ଅନେକ ପରିବର୍ତ୍ତନ ହୋଇଛି । ଡିଜିଟାଲ ସହିତ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ସଙ୍ଗେ ସଙ୍ଗେ ଖବର ପ୍ରକାଶ କରୁଛନ୍ତି ସତ, ହେଲେ ସେଥିରେ ସତ୍ୟତା କେତେ ତାହା ଜାଣିବା ମୁସ୍କିଲ୍‍। ଗୋଟିଏ ଖବର କାଗଜର ବୟସ କେତେ ହୋଇଛି ତାହା ବଡ଼କଥା ନୁହେଁ, ଖବର କାଗରେ କେଉଁ ବର୍ଗଙ୍କ ପାଇଁ କ’ଣ ଅଛି ଓ ସମାଜର କେତେ ହିତ ସାଧନ କରୁଛି, ତାହା ଜାଣିବା ଉଚିତ୍‍। ସମାଜର ବିକାଶ ପାଇଁ ଖବର ପରିବେଷଣ କରାଯିବା ଉଚିତ୍‍ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଦୈନିକ ଜାତୀୟ ହିନ୍ଦୀ…

Read More

ନୂଆଦିଲ୍ଲୀ: ଭାରତ ଖୁବଶୀଘ୍ର ଶିଳ୍ପ ସ୍ମାର୍ଟ ସିଟିର ଏକ ଭବ୍ୟ ଶୃଙ୍ଖଳା ସ୍ଥାପନ କରିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ (ଏନଆଇସିଡିପି) ଅଧୀନରେ ୨୮,୬୦୨ କୋଟି ଟଙ୍କାର ଆନୁମାନିକ ନିବେଶ ସହିତ ୧୨ଟି ନୂତନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ପଦକ୍ଷେପ ଦେଶର ଶିଳ୍ପ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ଏବଂ ଶିଳ୍ପ ନୋଡ୍ ଓ ସହରଗୁଡ଼ିକର ଏକ ଦୃଢ଼ ନେଟୱର୍କ ସୃଷ୍ଟି କରିବ ଯାହା ଆର୍ଥିକ ଅଭିବୃଦ୍ଧି ଏବଂ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ। ୧୦ଟି ରାଜ୍ୟରେ ୬ଟି ପ୍ରମୁଖ କରିଡର ସହିତ ଏହି ପ୍ରକଳ୍ପଗୁଡ଼ିକ ଭାରତର ଉତ୍ପାଦନ କ୍ଷମତା ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହେବ। ଉତ୍ତରାଖଣ୍ଡର ଖୁର୍ପିଆ, ପଞ୍ଜାବର ରାଜପୁରା-ପଟିଆଲା, ମହାରାଷ୍ଟ୍ରର ଦିଘୀ,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ମୋଟ ୬,୪୫୬ କୋଟି ଟଙ୍କା (ପ୍ରାୟ) ବ୍ୟୟ ଅଟକଳ ସହିତ  ରେଳ ମନ୍ତ୍ରଣାଳୟର ଦୁଇଟି ନୂଆ ରେଳ ଲାଇନ୍‌ ଓ ଗୋଟିଏ ମଲ୍ଟି ଟ୍ରାକିଂ ବା ଟ୍ରାକ୍‌ ସଂଖ୍ୟା ବୃଦ୍ଧି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ୍‌ ମଞ୍ଜୁରୀ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଓଡ଼ିଶାର ଦୁଇଟି ପ୍ରକଳ୍ପ ସାମିଲ ରହିଛି। ଏଥିରେ ଥିବା ୩୭ କିଲୋମିଟର ଲମ୍ବ ସରଡେଗା-ଭାଲୁମୁଡ଼ା ଡବଲ୍‌ ରେଳ ଲାଇନ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସହ ଯୋଡ଼ିବ। ସେହିପରି ବରଗଡ଼ ଜିଲ୍ଲାକୁ ନୂଆପଡ଼ା ସହ ଯୋଡ଼ୁଥିବା ୧୩୮ କିଲୋମିଟର ଲମ୍ବ ବରଗଡ଼ ରୋଡ୍‌ – ନୂଆପଡ଼ା ରୋଡ୍‌ ନୂଆ ଲାଇନକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି । ଦୁଇଟି ପ୍ରକଳ୍ପ ପାଇଁ ଯଥାକ୍ରମେ ୧,୩୬୦ କୋଟି ଏବଂ ୨,୯୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ଧନ ଯୋଜନାର ଦଶମ ବାର୍ଷିକୀ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବକୁ ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ଯୋଜନାକୁ ସଫଳ କରିଥିବା ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଜନଧନ ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଲୋକ, ବିଶେଷକରି ମହିଳା, ଯୁବକ ଏବଂ ଅବହେଳିତ ସମ୍ପ୍ରଦାୟକୁ ସମ୍ମାନ ପ୍ରଦାନ କରିବାରେ ସର୍ବୋଚ୍ଚ ଭୂମିକା ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି; ‘‘ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ପାଳନ କରୁଛୁ- #10YearsOfJanDhan । ସମସ୍ତ ହିତାଧିକାରୀଙ୍କୁ ଏବଂ ଏହି ଯୋଜନାକୁ ସଫଳ କରିବା ପାଇଁ କାର୍ଯ୍ୟ କରିଥିବା ସମସ୍ତଙ୍କୁ ଅଭିନନ୍ଦନ । ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ କୋଟି କୋଟି ଲୋକ, ବିଶେଷକରି ମହିଳା,…

Read More

ଭୁବନେଶ୍ବର: ରାଜ୍ୟରେ ଖୁବ ଶିଘ୍ର ଲାଗୁ ହେବ ସିଏମ କିଶାନ ଯୋଜନା। ବିଜେଡି ସରକାର ଅମଳରେ ଚାଲିଥିବା କାଳିଆ ଯୋଜନାର ଏହା ହେଉଛି ଏକ ନୂଆ ନାମ। ଏହି ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା। ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା। ଏ ନେଇ ସୂଚନା ଦେଇଛନ୍ତି କୃଷି ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସେ କହିଛନ୍ତି ଯେ, ଏହି ଯୋଜନାରେ ଯେଉଁମାନେ ପିଏମ କିଶାନ ଯୋଜନାରେ ସହାୟତା ପାଉଛନ୍ତି ସେମାନେ ମଧ୍ୟ ସାମିଲ ହୋଇପାରିବେ। ତେବେ ନୂଆ ଚାଷିମାନେ ସିଏମ କିଶାନ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ବୋଲି କନକବର୍ଦ୍ଧନ କହିଛନ୍ତି।

Read More

ଭୁବନେଶ୍ବର: ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ସେ ହେଉଛନ୍ତି ରେକର୍ଡ ସପ୍ଲାୟର ପୂର୍ଣ୍ଣେନ୍ଦୁ କୁମାର ସେଠୀ। ତାଙ୍କ ଘର ସହିତ ତିନିଟି ସ୍ଥାନରେ ଭିଜିଲାନସ ଚଢାଉ କରୁଛି। ତାଙ୍କର ଅୟବର୍ହିଭୂତ ସଂପତ୍ତି ରହିଥିବାର ଅଭିଯୋଗ ପରେ ଏହି ଚଢାଉ କରାଯାଇଛି। ଯେଉଁ ତିନିଟି ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ବରର କାନନ ବିହାରରେ ଥିବା ଚାରି ତାଲା କୋଠା, ଜଗତସିଂହପୁରରେ ଥିବା ତାଙ୍କ ପୈତୃକ ଘର ଏବଂ ଭୁବନେଶ୍ବରରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ। ତେବେ ଏହି ଚଢାଉ ଜାରୀ ରହିଥିବାରୁ ସଂପତ୍ତି ଆକଳନ ସୂଚନା ମିଳିପାରି ନାହିଁ।

Read More

ଭୁବନେଶ୍ବର: ବିଜେପିରୁ ମମତା ମହାନ୍ତ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ। ହେବାର ଥିଲା। କାରଣ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ, ଆଉ ତାଙ୍କର ସଂଖ୍ୟା ମଧ୍ୟ ଥିଲା। ସେ ବିଜେଡିରୁ ଇସ୍ତଫା ଦେଲେ ବିଜେପିରେ ମିଶିଲେ ଆଉ ସେ ତାଙ୍କର ସେହି ରାଜ୍ୟସଭା ପଦକୁ ବଜାଇ ରଖିଲେ। କେବେଳ ପରିବର୍ତ୍ତନ ହେଲା ଦଳ। ମମତାଙ୍କ ଏପରି ୟୁଟର୍ଣ୍ଣକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇ ଉଠିଛି। ତେବେ ମମତା ଯେ ହଠାତ ବିଜେଡି ଆଉ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଲେ ତାହା କେବେ ହୋଇ ନ ଥିବ। ଏହା କେବେ ବି ଦିନେ ଦୁଇ ଦିନର କଥା ହୋଇ ନ ଥିବ। ନିଶ୍ଚିତ ଭାବେ କେନ୍ଦ୍ରୀୟ ବିଜେପି ନେତାମାନେ ମମତାଙ୍କ ସହିତ ପୂର୍ବରୁ କଥା ହୋଇ ତାଙ୍କୁ ବୁଝାଇ ସୁଝାଇ ଏହିପରି ଏକ ବଡ ପଦକ୍ଷେପ ନେବା ପାଇଁ ରାଜି କରାଇଥିବେ।ତେଣୁ ଏଥିରେ ନିଃସନ୍ଦେହରେ କୁହାଯିବ ଯେ, ବିଜେପି ଗୋଟିଏ…

Read More

ଭୁବନେଶ୍ବର: ଏକ ଘଟଣା କ୍ରମେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ବିଜେଡର ଜଣେ ଜିଲ୍ଲାପରିଷଦ ସଭ୍ୟାଙ୍କୁ ଦଳରୁ ବହିସ୍କାର କରିଛନ୍ତି। ଏନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହାଙ୍କୁ ଦଳ ବହିସ୍କାର କଲା ସେ ହେଉଛନ୍ତି ମାଲକାନାଗିରି ଜିଲ୍ଲା ମାଥିଲି ବ୍ଲକର ଜୋନ ତିନିର ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ମାଝୀ। ତାଙ୍କୁ ଦଳରୁ ବହିସ୍କାର କରାଯିବ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।

Read More

ଭୁବନେଶ୍ୱର: କୁଡୁମୀ ସମାଜକୁ ପ୍ରତିନିଧିତ୍ୱ କରୁଥିବା ମୟୂରଭଞ୍ଜର ଜଣାଶୁଣା ନାରୀ ନେତ୍ରୀ ତଥା ନବ ନିର୍ବାଚିିତ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ଛବି ମଲ୍ଲିକ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ଶ୍ରୀମତୀ ପୂର୍ଣ୍ଣିମା କେରକେଟା ପ୍ରମୁଖ ନେତୃବୃନ୍ଦ ଶ୍ରୀ ମହନ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତୋରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟରେ ବିଜେପି ଶକ୍ତିଶାଳୀ ହେଉଛି। ରାଜ୍ୟସଭାରେ ଓଡିଶାରୁ ବିଜେପି ତରଫରୁ ପ୍ରତିନିଧିତ୍ୱ କରୁଥିବା ସାଂସଦଙ୍କ ସଂଖ୍ୟା ୧ ରୁ ୨ କୁ ବୃଦ୍ଧି ପାଇଛି । ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ବିଜେପିର ଏବେ “ଡବଲ ଇଞ୍ଜନ ସରକାର” ଥିବାରୁ ବିକଶିତ ଓଡ଼ିଶା ଏବଂ ବିଶେଷ…

Read More

ଭୁବନେଶ୍ବର: ବିଜେପି ପ୍ରାର୍ଥୀ ମମତା ମହାନ୍ତ ରାଜ୍ୟସଭା ଉପନିର୍ବାଚନରେ ବିଜୟଲାଭ କରିଛନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ସେ ନିର୍ଦ୍ବନ୍ଦରେ ବିଜୟ ଲାଭ କରିଛନ୍ତି। ଆଜି ମମତା ବିଧାନସଭା ଆସି ତାଙ୍କର ବିଜୟ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି। ଏହାପରେ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଧାନସଭା ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ। ରାଜ୍ୟସଭା ଉପନିର୍ବଚନ ପାଇଁ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଜଣେ ବିଜେପିର ମମତା ଏବଂ ସ୍ବାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା। ଆଜି ଶେଷ ଦିନରେ ଜଗନ୍ନାଥ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ମମତା ଏକମାତ୍ର ପ୍ରାର୍ଥୀ ଭାବେ ବିଜୟଲାଭ କରିଛନ୍ତି। ପୂର୍ବରୁ ସେ ସେହି ଆସନର ସଦସ୍ୟା ଥିଲେ।

Read More

ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାକୁ ପଛରେ ପକାଇ ଶେଷରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ଆଜି ସେ ବିଧାନସଭା ଯାଇ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଜଗନ୍ନାଥ ବିଜେପି ନେତା ହୋଇଥିଲେ ମଧ୍ୟ ସେ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏପରିକି ତାଙ୍କ ପ୍ରାର୍ଥୀତ୍ବକୁ 10 ଜଣ ବିଧାୟକ ମଧ୍ୟ ପ୍ରସ୍ତାବକ ଥିଲେ। ତେବେ ତାଙ୍କର ପ୍ରାର୍ଥୀତ୍ବକୁ ନେଇ ବିଜେପି ନେତା ତଥା ବିଧାୟକ ସ୍ବଷ୍ଟ କରିଥିଲେ। ଜଗନ୍ନାଥଙ୍କୁ ଡମି ପ୍ରାର୍ଥୀ ଭାବ ନାମାଙ୍କନ ଦାଖଲ କରିବା ପାଇଁ କୁହାଯାଇଥିଲା। କାଳେ ମମତାଙ୍କ ପ୍ରାର୍ଥୀତ୍ବ କଟିଯିବ, ସେ ଭୟରେ ଦଳ ତରଫରୁ ଏପରି କରାଯାଇଥିଲା ବୋଲି କୁହାଯାଇଥିଲା। ବର୍ତ୍ତମାନ ଜଗନ୍ନାଥ ପ୍ରାର୍ଥୀ ପ୍ରତ୍ୟାହାର କରିବା ପରେ ମମତା ଜିତିବା ଆଜି ଅପରାହ୍ନରେ ଘୋଷଣା କରାଯିବ।

Read More