ନୂଆଦିଲ୍ଲୀ: ସ୍ୱଦେଶୀ କାରିଗରୀ ଓ ଜ୍ଞାନକୌଶଳରେ ନିର୍ମିତ ଭାରତର ମଲ୍ଟିପୁଲ ରକେଟ ଲଞ୍ଚର ‘ପିନାକ’ର ପରିବର୍ଦ୍ଧିତ ଲକ୍ଷ୍ୟଭେଦ ବ୍ୟବସ୍ଥା (ଏକ୍ସଟେଣ୍ଡେଡ ରେଞ୍ଜ ସିଷ୍ଟମ), ନିଜର ପ୍ରଭାବ ଅନ୍ତର୍ଭୁକ୍ତ କ୍ଷେତ୍ରରେ ବାହ୍ୟ ଅସ୍ତ୍ରଶସ୍ତ୍ର କ୍ଷେପଣାସ୍ତ୍ରକୁ ପ୍ରବେଶ କରାଇ ନ ଦେବାର ଦକ୍ଷତା (ଏରିଆ ଡିନାଏଲ ମ୍ୟୁନିସନ୍ସ) ତଥା ନୂଆ ସ୍ୱଦେଶୀ ସଂଯୋଜନ(ନ୍ୟୁ ଇଣ୍ଡିଜେନ୍ସ ଫ୍ୟୁଜେସ୍) ପ୍ରଣାଳୀର ସଫଳ ପରୀକ୍ଷା ବିଭିନ୍ନ ପରୀକ୍ଷଣ କେନ୍ଦ୍ରରେ ସମ୍ପନ୍ନ ହୋଇଛି। ପିନାକ-ଇଆର ମଲ୍ଟି ବ୍ୟାରେଲ ରକେଟ ଲଞ୍ଚର ସିଷ୍ଟମର ଏହି ସଫଳ ପରୀକ୍ଷା ପୋଖରାନ୍ ରେଞ୍ଜରେ କରାଯାଇଛି। ଏହି କ୍ଷେପଣାସ୍ତ୍ର ଲଂଚର ବ୍ୟବସ୍ଥାଟିର ଡିଜାଇନ ମିଳିତଭାବେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ)ର ବିଭିନ୍ନ ପରୀକ୍ଷାଗାର, ପୁଣେର ଅସ୍ତ୍ରଶସ୍ତ୍ର ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଏଆରଡିଇ) ଏବଂ ପୁଣେର ଉଚ୍ଚ ଊର୍ଜ୍ଜା ସାମଗ୍ରୀ ଗବେଷଣା ପରୀକ୍ଷାଗାର (ଏଚଇଏମ୍ଆରଏଲ୍) ଦ୍ୱାରା ପ୍ରସ୍ତୁତ ହୋଇଛି। ପିନାକର ପରିବର୍ଦ୍ଧିତ ପ୍ରୟୋଗ ରେଞ୍ଜର ପ୍ରଦର୍ଶନ ଓ ଦକ୍ଷତାକୁ ପରଖିବା ପରେ ଡିଆରଡିଓ…
Author: Samikhsya Bureau
ଭୁବନେଶ୍ୱର: ନୂଆ ଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସର ରାଷ୍ଟ୍ରଦୂତ ଦାୟିତ୍ୱରେ ଥିବା ରାମ ପ୍ରସାଦ ସୁବେଦୀ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନ କରିବା ସହ ଏହାର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ଆଲୋଚନା ସମୟରେ ଶ୍ରୀ ସୁବେଦୀ ସୋଆର ପାଠ୍ୟକ୍ରମ, ଉଚ୍ଚ ର୍ୟାଙ୍କିଙ୍ଗ ଏବଂ ଆଉଟରିଚ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ କୋଭିଡ ମହାମାରୀ ଯୋଗୁ ଲକଡାଉନ ସମୟରେ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ନେପାଳୀ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଭାବରେ ଯତ୍ନ ନେଇଥିବାରୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେହି ସମୟରେ ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ସେମାନଙ୍କ ସୁରକ୍ଷା ନେଇ ନିଶ୍ଚିତ ଥିଲେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ନେପାଳି ଦୂତାବାସ ନେପାଳି ବହିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବାରେ ସମସ୍ତ ସହଯୋଗ କରିବ ଏବଂ ନେପାଳୀ ଶିକ୍ଷା କନକ୍ଲେଭରେ ସୋଆର ଯୋଗଦାନକୁ ଉତ୍ସାହିତ କରିବ। ଏହି ଆଲୋଚନା ସମୟରେ ଶ୍ରୀ…
ଭୁବନେଶ୍ୱର: ମାନବ ଜାତିର ସୁରକ୍ଷା ନିମନ୍ତେ ପରିବେଶ ସଚେତନତା ନେଇ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବାଲ୍ୟାବସ୍ଥାରୁ ଶିକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ ବୋଲି ନ୍ୟାସନାଲ ଗ୍ରୀନ ଟ୍ରିବୁନାଲର ନ୍ୟାୟିକ ସଦସ୍ୟ ଜଷ୍ଟିସ୍ ବି.ଅମିତ ସ୍ଥାଲେକର ଶନିବାର ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମୟରେ ଆଧୁନିକତା କିମ୍ବା ବିକାଶ ଅପେକ୍ଷା ପରିବେଶର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବାର୍ଷିକ ବକ୍ତୃତା କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖିଛନ୍ତି ଜଷ୍ଟିସ ସ୍ଥାଲେକର। ଯଦି ପରିବେଶ ସୁରକ୍ଷିତ ହୋଇ ପାରିବ ନାହିଁ, ତେବେ ସବୁ ବିକାଶର ଗୋଟିଏ ଦିନ ପୂର୍ଣ୍ଣଛେଦ ପଡ଼ିଯିବ। “ପରିବେଶ ଏବଂ ମାନବିକତା” ଶୀର୍ଷକ ପ୍ରସଙ୍ଗରେ ଏହା କହିଛନ୍ତି ଜଷ୍ଟିସ୍ ସ୍ଥାଲେକର। ଜଷ୍ଟିସ ସ୍ଥାଲେକର କହିଛନ୍ତି ଯେ ସ୍କୁଲରେ ପାଠ ପଢ଼ା ଆରମ୍ଭ ସମୟରୁ ହିଁ ପିଲା ମାନଙ୍କୁ “ଇ’ ଫର ଏଲିଫାଂଟ ବଦଳରେ “ଇ’ ଫର ଏନଭାଇରନମେଂଟ ଶିକ୍ଷା ଦେବା ଆବଶ୍ୟକ। ପିଲାମାନଙ୍କୁ ବାହାରକୁ ନେଇ ପରିବେଶ କଣ, ଏହା କିଭଳି…
ଭୁବନେଶ୍ବର: ବିଧାୟକ ବଦ୍ରି ନାରାୟଣ ପାତ୍ର ଗୁରୁତର ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଭୁବନେଶ୍ଵର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ଏୟାର ଲିଫ୍ଟ କରାଯାଇଛି। ଏନେଇ ବିଧାୟକ ବଦ୍ରି ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ର ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି PMAY (G) ଅଧୀନରେ ଫନି ବାତ୍ୟା ପ୍ରଭାବିତ ପରିବାର ପାଇଁ 1.84 ଲକ୍ଷ ଘର ଯୋଗାଇବାରୁ ଦାବୀ କରିଛନ୍ତି। ସେହିପରି ସାଧାରଣ ଭାବେ ଆଦିବାସୀ ଜିଲ୍ଲା ଏବଂ କେବିକେ ଜିଲ୍ଲାକୁ 13 ଲକ୍ଷ ଘର ଯୋଗାଇବାକୁ ଅନୁରୋଧ କରିଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ଓଡିଶାକୁ 8.17 ଲକ୍ଷ PMAY (G) ଘର ମଞ୍ଜୁର କରିଥିବାରୁ ନବୀନ ଧନ୍ୟବାଦ ଜଣାଇଛନ୍ତି। ହେଲେ କେବିଏକର ବହୁ ପରିବାର ତଥା ରାଜ୍ୟର ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା ତଥା ଫନି ବାତ୍ୟାରେ ଘର ହରାଇ ଅନେକ ପରିବାରଙ୍କ ଦୁଃଖରେ ରହିଛନ୍ତି। ସେମାନଙ୍କ ପ୍ରତି ଦୃଷ୍ଟି ଦେବା ପାଇଁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ତିନୋଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସେଗୁଡିକ ହେଲା 1- ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ସରକାରଙ୍କ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ, 2019 ମାର୍ଚ୍ଚ 7 ତାରିଖ ସୁଦ୍ଧା ଆୱାସ୍+…
ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ବୁଧବାର ଦିନ ପ୍ରାଣହାନୀ ଘଟିଛି। ତାଙ୍କର ନିଧନ ପରେ, ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ଭାରତର ପରବର୍ତ୍ତୀ ସିଡିଏସ କିଏ ହେବ? ଦେଶର ସବୁଠୁ ବଡ ସେନା ପଦବୀକୁ ଅଧିକ ସମୟ ଖାଲି ରଖାଯାଇପାରିବ ନାହିଁ। ବରିଷ୍ଠତା କ୍ରମରେ ଆର୍ମି ଚିଫ୍ ଜେନେରାଲ୍ ଏମ୍ ନରଭଣେ ଶୀର୍ଷରେ ଅଛନ୍ତି ଏବଂ ସେଥିପାଇଁ ସେ ଏହି ପଦବୀ ପାଇଁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚିତ ହୋଇଛନ୍ତି। କିନ୍ତୁ ଏୟାର ଷ୍ଟାଫ୍ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ ଏବଂ ନୌସେନା ମୁଖ୍ୟ ଆଡମିରାଲ ଆର ହରିକୁମାର ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି। ଯଦି ଜେନେରାଲ ନରଭଣେଙ୍କୁ ସିଡିଏସ୍ କରାଯାଏ, ତେବେ ସେନା ମୁଖ୍ୟ ପଦବୀ ଖାଲି ହେବ। ଏହି ପଦବୀ ପାଇଁ ଦୁଇ ଜଣ ମୁଖ୍ୟ ପ୍ରତିଯୋଗୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆର୍ମି ଲେଫ୍ଟ ଜେନେରାଲ ସିପି…
ଭୁବନେଶ୍ୱର : ସ୍ତନ କର୍କଟ ରୋଗରେ ପୀଡ଼ିତ ଜଣେ ମହିଳାଙ୍କୁ କ୍ୟାନସର ଚିକିତ୍ସାରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଛି ଓଡ଼ିଶା-ମୋ ପରିବାର । କଟକ ଜିଲ୍ଲା ଆଠଗଡ଼ର ସୁଲୋଚନା ପଟ୍ଟନାୟକ ନାମକ ୪୦ ବର୍ଷିୟା ଜନୈକ ମହିଳା ଗତ କିଛି ଦିନ ହେବ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ବ୍ୟୟବହୁଳ କର୍କଟ ରୋଗର ଚିକିତ୍ସା ପାଇଁ ତାଙ୍କ ପାଖରେ ସମ୍ବଳ ନଥିଲା । କୌଣସି ସୂତ୍ରରୁ ଖବର ପାଇଁ ତାଙ୍କ ପରିବାର ଲୋକେ ବିଜେଡ଼ି ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ସମୀର ପ୍ରଧାନଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ। ଏହାପରେ ଓଡ଼ିଶା-ମୋ ପରିବାର ତାଙ୍କର ଚିକିତ୍ସା ନିମନ୍ତେ ତାଙ୍କପାଇଁ ଯାତାୟତର ବନ୍ଦୋବସ୍ତ କରାଇ ତାଙ୍କୁ ଆଠଗଡ଼ରୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲା । କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଓଡ଼ିଶା-ମୋ ପରିବାର ହେଲ୍ପଡେସ୍କ ସଂଚାଳକ ବିକାଶ ବେହେରା ତାଙ୍କର ଚିକିତ୍ସାରେ ସମସ୍ତ ପ୍ରକାର ସାହାଯ୍ୟ କରିଥିଲେ…
ଭୁବନେଶ୍ବର: ରାଜ୍ୟବାସୀଙ୍କ ସ୍ଵାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବୀକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ମିଳିଲା ନାହିଁ। ବାଚସ୍ପତି ଷୋଡଶ ବିଧାନସଭାର ସମସ୍ତ ଆଠଟି ଅଧିବେସନକୁ ସ୍ଥିରୀକୃତ ଧାର୍ଯ୍ୟ ପୂର୍ବରୁ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । ଏହାକୁ ନେଇ ରାଜଭବନରେ ଫେରାଦ ହେଲା ରାଜ୍ୟ ବିଜେପି। ଦୀର୍ଘଦିନ ଧରି ବିଧାନସଭା ଅଚଳ ହେବା ଦ୍ବାରା ବାଚସ୍ପତି ଗତକାଲି ଗୃହକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି। ଏହାକୁ ନେଇ ବିରୋଧୀ ବିଜେପି ରାଜଭବନ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
ଭୁବନେଶ୍ୱର : ଯୁବଲେଖକମାନଙ୍କୁ ଉତ୍ସାହିତ କରିବା ସକାଶେ ‘ଟାଇମପାସ୍’ ପ୍ରକାଶନ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଉତ୍ସାହଜନକ ‘ଟାଇମପାସ୍ ବୁକର ପୁରସ୍କାର’ ପାଇଁ ଦୁଇବର୍ଷର ବିଜେତାଙ୍କ ନାମ ଘୋଷିତ ହୋଇଛି । ୨୦୨୦ ମସିହା ପାଇଁ ରାଜେନ୍ଦ୍ର କୁମାର ରାଉଳଙ୍କ ଗଳ୍ପ ପାଣ୍ଡୁଲିପି ‘ଟେଲିଗ୍ରାମ୍’ ଓ ୨୦୨୧ ମସିହା ପାଇଁ ସୃଷ୍ଟିଶ୍ରୀ ନାଏକଙ୍କ ଗଳ୍ପ ପାଣ୍ଡୁଲିପି ‘ମତେ ଭୁଲିଯିବନାହିଁ’ ମନୋନୀତ ହୋଇଛି । ପାଣ୍ଡୁଲିପିଗୁଡ଼ିକୁ ପୁସ୍ତକ ଆକାରରେ ପ୍ରକାଶିତ କରାଯିବା ସହ ଲେଖକଦ୍ୱୟଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏଥିସହିତ ସର୍ବାଧିକ ବିକ୍ରିତ ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍ ବେଷ୍ଟସେଲର ପୁରସ୍କାର’ ପାଇଁ ଚଳିତ ବର୍ଷ ପଞ୍ଚାନନ ନାୟକଙ୍କ ‘ହୃଦୟ କିଛି କହିଲା’, ଚିତ୍ତରଞ୍ଜନ ନାୟକଙ୍କ ‘ଡାକୁଛ ବୋଲି ଜାଣେ’, ଶୁଭନାରାୟଣ ସ୍ୱାଇଁଙ୍କ ‘ବିଚିତ୍ର ବର୍ଣ୍ଣର ଆକାଶ’, ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ‘ଖଙ୍ଗାର’, ଲୋପାମୁଦ୍ରା ମିଶ୍ରଙ୍କ ‘ଗୋଲାପୀ ଜ୍ୟାକେଟ୍’ ଏବଂ ନିରୁପମା ବେହେରାଙ୍କ ‘ପାପୁଲିଏ ଜହ୍ନରାତି’ ପୁସ୍ତକ ଯୋଗ୍ୟ ବିବେଚିତ ହୋଇଛି…
ଭୁବନେଶ୍ୱର: ତାମିଲନାଡୁର କୁନୁର ହେଲିକପ୍ଟର ଦୁର୍ଘଟଣା ରେ ଶହୀଦ ହୋଇଥିବା ଓଡ଼ିଆ ଯୁବକ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନଵୀନ ପଟ୍ଟନାୟକ ଭୁବନେଶ୍ୱର ବିମାନ ବନ୍ଦରରେ ଶହୀଦ ରାଣାପ୍ରତାପ ଦାସଙ୍କ ମରଶରୀରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶହୀଦ ରାଣାପ୍ରତାପ ଦାସଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତି ର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରୁ ତାଙ୍କ ପାର୍ଥିବ ଶରୀର ତାଙ୍କ ଗ୍ରାମ ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯିବ। ସେଠାରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ। ଗତ ବୁଧବାର ସିଡିଏସ ବିପିନ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣ ସହିଦ ହୋଇଥିଲେ । ଏଥିରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ରାଣାପ୍ରତାପ ଦାସ । ଭାରତୀୟ ବାୟୁସେନାରେ ସେ ଜୁନିଅର ୱାରେଣ୍ଟ…
ଭୁବନେଶ୍ୱର: ଭାରତର ସର୍ବବୃହତ୍ ଟେଲିକମ୍ କଂପାନି ରିଲାଏନ୍ସ ଜିଓକୁ ସିଡିପିର ୨୦୨୧ର ବିଶ୍ୱ ର୍ୟାଙ୍କିଙ୍ଗ୍ରେ ସର୍ବୋଚ୍ଚ “ଏ-‘ ରେଟିଂ ପ୍ରଦାନ କରାଯାଇଛି। ଲଣ୍ଡନରେ ମୁଖ୍ୟ କାର୍ଯ୍ୟାଳୟ ରହିଥିବା ସଂସ୍ଥା ସିଡିପି ପକ୍ଷରୁ ପରିବେଶ ପ୍ରଭାବର ମୁକାବିଲା କରିବା ଲାଗି କଂପାନିଗୁଡ଼ିକ ଗ୍ରହଣ କରିଥିବା ବ୍ୟବସ୍ଥା ପାଇଁ ଏହି ରେଟିଂ ପ୍ରଦାନ କରାଯାଉଛି। ରିଲାଏନ୍ସ ଜିଓ ଦେଶର ସେହି କିଛି ହାତଗଣତି କଂପାନିଗୁଡ଼ିକ ମଧ୍ୟରୁ ଅନ୍ୟତମ ଯାହାକୁ ଲିଡର୍ସିପ୍ ରେଟିଂ “ଏ-‘ ପ୍ରଦାନ କରାଯାଇଛି। ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍ ଓ ଡିଜିଟାଲ୍ କ୍ଷେତ୍ରର ଏକମାତ୍ର କଂପାନି ଯାହାକୁ ପରିବେଶ ପ୍ରଭାବର ସୁପରିଚାଳନା ପାଇଁ ସର୍ବୋଚ୍ଚ “ଏ-‘ ରେଟିଂ ପ୍ରଦାନ କରାଯାଇଛି। ଗତବର୍ଷ ଜିଓର ରେଟିଂ “ବି’ ରହିଥିବା ବେଳେ ଚଳିତ ବର୍ଷ ସେଥିରେ ଉନ୍ନତି ଘଟି ଏହା ସର୍ବୋଚ୍ଚ “ଏ-‘ ହାସଲ କରିଛି। ସେହିଭଳି ଭାରତୀ ଏୟାରଟେଲ୍ ଗତବର୍ଷ ପାଇଥିବା “ଡି’ ରେଟିଂ ତୁଳନାରେ ସାମାନ୍ୟ ଉନ୍ନତି ସହ ଚଳିତ ବର୍ଷ…
ମନସା: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏବଂ ଆପ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚାନ୍ନି ଶୁକ୍ରବାର ଦିନ ଆମ୍ ଆଦମୀ ପାର୍ଟି (AAP) କୁ “ଚୋର ଏବଂ ଡକାୟତ” ବୋଲି କହିଛନ୍ତି ଏବଂ କହିଛନ୍ତି ଯେ, ଜଣେ “ଅଣ ପଞ୍ଜାବୀ” ରାଜ୍ୟବାସୀଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛି। ଆମ୍ ଆଦମୀ ପାର୍ଟିକୁ ପରିହାସ କରି ଚାନ୍ନି ଏହାକୁ ଏକ “ସ୍ୱତନ୍ତ୍ର” ପାର୍ଟୀ ବୋଲି କହିଛନ୍ତି। ମନସାଠାରେ ଏକ ସମାବେଶକୁ ସମ୍ବୋଧିତ କରି ବାଦଲଙ୍କୁ ରାଜ୍ୟରୁ ଲୁଣ୍ଠନ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ରାଜ୍ୟରେ କୁଶାସନ କରିଥିବା ଚାନ୍ନି ଅଭିଯୋଗ କରିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ ଜିତିବାକୁ ଚେଷ୍ଟା କରୁଥିବା ‘କଳା ବ୍ରିଟିଶ୍’ ର ଦଳ ବୋଲି ଆମ ଆଦ୍ମି ପାର୍ଟିକୁ ଚାନ୍ନି କହିଥିଲେ। ଚାନ୍ନିଙ୍କ ମନ୍ତବ୍ୟର ଜବାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ସେ କଳା ରଙ୍ଗର…
ଭୁବନେଶ୍ବର: ଆଜି ରାଜ୍ୟବାସୀଙ୍କ ପାଇଁ ଓଡିଶା ସରକାର ଏକ ବଡ ଘୋଷଣା କରିଛନ୍ତି। ଆଉ ଚାରି ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଡିସେମ୍ବର ମାସଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣା ଚାଉଳ ମିଳିବ। ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ ମିଳିବ। ଏହା ଯୋଗୁଁ ୯ ଲକ୍ଷ ୧୫ ହଜାର ୫୩୨ ଜଣ ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟସରକାର ୬୮ କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ହିତାଧିକାରୀଙ୍କୁ ଏହି ଅତିରିକ୍ତ ଚାଉଳ ମିଳିବ। ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଚାରି ମାସ ପାଇଁ ରାସନ ଯୋଗାଇବା ପାଇଁ ଘୋଷଣା କରାଯାଇଥିଲା।
ନୂଆଦିଲ୍ଲୀ: ଗୋଟିଏ ବର୍ଷ ଧରି କୃଷକମାନେ ରାସ୍ତାରେ ଆନ୍ଦୋଳନ ଜାରି ରଖିଥିଲେ। ସମସ୍ତେ ଖୋଲା ଆକାଶ ତଳେ ଥିବା ତମ୍ବୁ ଭିତରେ ଗରମ ଏବଂ ଥଣ୍ଡାକୁ ସହ୍ୟ କରିଥିଲେ। କିନ୍ତୁ ଆଜି କୃଷକଙ୍କ ମୁହଁରେ କୌଣସି ଅସୁବିଧା ନାହିଁ, ସେମାନଙ୍କ ମଧ୍ୟରେ ବିଜୟର ଭାବନା ଅଛି। ଚାଷୀଙ୍କ ମଧ୍ୟରେ ଉତ୍ସବର ପରିବେଶ ଅଛି। ଆଇନ ପ୍ରତ୍ୟାହାର ଦାବିରେ ସହମତି ପ୍ରକାଶ ପାଇବା ପରେ ଆଜି କୃଷକମାନେ ଘରକୁ ଫେରୁଛନ୍ତି। ଏହି ସମୟରେ କୃଷକମାନେ ଆଜି ବିଜୟ ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି। କୃଷକମାନେ ଦିଲ୍ଲୀରୁ ହରିୟାଣାକୁ ନିଜ ଘରକୁ ଫେରୁଛନ୍ତି। ଜାତୀୟ ରାଜପଥ ୪୪ରେ ଆନ୍ଦୋଳନ ସମୟରେ ନିର୍ମିତ ଇଟା ଘର ଚାଷୀଙ୍କ ଦ୍ୱାରା ଭାଙ୍ଗି ଦିଆଯାଇଛି। ରାସ୍ତାରୁ ତମ୍ବୁ, ଟେଣ୍ଟ ଏବଂ ପାଣ୍ଡାଲ ହଟାଯାଉଛି। ଆନ୍ଦୋଳନକାରୀ କୃଷକମାନେ ଟ୍ରାକ୍ଟର ଟ୍ରଲିରେ ଘର ନିର୍ମାଣ କରିଥିଲେ। ବର୍ତ୍ତମାନ ଏହି ଟ୍ରାକ୍ଟର ଟ୍ରଲିଗୁଡ଼ିକ ପଞ୍ଜାବ-ହରିୟାଣା ଏବଂ ୟୁପି କ୍ଷେତରେ ପହଞ୍ଚିବ।
ଦିଲ୍ଲୀ: ଆଜି ଦେଶରୁ ୭ ହଜାର ୯୯୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୫୯ ଦିନ ପରେ ଦେଶରେ ଚିହ୍ନଟ ହେଲେ ସବୁଠୁ କମ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୯୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୮୨ ହଜାର ୭୩୬ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୫ ହଜାର ୧୨୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୧୪ ହଜାର ୩୩୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୩ ହଜାର ୨୭୭ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୧୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୧ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୩ ବରଗଡ ଜିଲ୍ଲାରୁ- ୩ ଭଦ୍ରକ ଜିଲ୍ଲାରୁ- ୧ ବଲାଙ୍ଗୀରି ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ – ୪ ଦେବଗଡ ଜିଲ୍ଲାରୁ- ୧ ଢେଙ୍କାନାଳ ଜିଲ୍ଲାରୁ- ୨ ଗଜପତି ଜିଲ୍ଲାରୁ- ୩ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ – ୭ ଝାରସୁଗୁଡା ଜିଲ୍ଲାରୁ- ୧ କେନ୍ଦ୍ରାପଡ଼ା ଜିଲ୍ଲାରୁ– ୧ ଖୋର୍ଦ୍ଧା ଜିଲ୍ଲାରୁ- ୮୬ କୋରାପୁଟ ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୧୯ ପୁରୀ ଜିଲ୍ଲାରୁ- ୫ ରାୟଗଡା ଜିଲ୍ଲାରୁ- ୧ ସମ୍ବଲପୁର ଜିଲ୍ଲାରୁ- ୫ ସୋନପୁର ଜିଲ୍ଲାରୁ- ୧ ସୁନ୍ଦରଗଡ଼ ଜିଲ୍ଲାରୁ – ୭…
ନୂଆଦିଲ୍ଲୀ: ନୀତି ଆୟୋଗ ପକ୍ଷରୁ ଦେଶର ଦ୍ୱିତୀୟ ଓ ତୃତୀୟସ୍ତର ଚିକିତ୍ସା ସେବା କ୍ଷେତ୍ର ଏବଂ ଜିଲ୍ଲାସ୍ତରର ଜରୁରୀକାଳୀନ ତଥା ଆଘାତ ଚିକିତ୍ସା ସେବା ସମ୍ପର୍କରେ ଦୁଇଟି ଆକଳନ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ଦୁଇଟିରେ ବ୍ୟାପକ ତଥ୍ୟାବଳୀ ରହିଛି। ଗୋଟିଏ ରିପୋର୍ଟ ଦ୍ୱୟରେ ମାଧ୍ୟମିକ ଓ ତୃତୀୟକ ସ୍ୱାସ୍ଥ୍ୟ ସେବା ସୁବିଧା ସମ୍ପର୍କରେ ହୋଇଥିବାବେଳେ ଅନ୍ୟଟି ଜିଲ୍ଳାସ୍ତରୀୟ ଜରୁରୀ ଓ ଆଘାତଜନିତ ଚିକିତ୍ସାସେବା ଯୋଗାଣ ତଥା ଯତ୍ନ ଉପରେ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟ ଦ୍ୱୟରେ ସମ୍ପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଯୋଗାଣର ପରିସର, ସ୍ଥିତି, ଏହା ଉପରେ ନିର୍ଭର କରୁଥିବା ରୋଗୀଙ୍କ ବୋଝ, ବିଶେଷକରି ଜରୁରୀ ଚିକିତ୍ସା ଚାହୁଁଥିବା ରୋଗୀଙ୍କ ସଂଖ୍ୟା, ଆମ୍ବୁଲାନ୍ସ ସେବା ଯୋଗାଣରେ ଥିବା ଅଭାବ, ସ୍ୱାସ୍ଥ୍ୟଭିତ୍ତିଭୂମିର ଅଭାବ ଅସୁବିଧା, ଆବଶ୍ୟକ ମାନବସମ୍ବଳ ଓ ଚିକିତ୍ସା ଉପକରଣର ଅଭାବ ଆଦି ସମ୍ପର୍କରେ ତଥ୍ୟ ରହିଛି। ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି.କେ. ପାଲ, ଅତିରିକ୍ତ…
ମେଷ: ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ ମନକୁ ଖୁସି କରିବ। ସନ୍ଧ୍ୟାରେ ଅତିଥିମାନଙ୍କ ଆଗମନ ସହିତ ଘରର ପରିବେଶ ମଧ୍ୟ ସୁଖଦ ରହିବ। ଅଟକିଯାଇଥିବା ଟଙ୍କା ହଠାତ୍ ଫେରସ୍ତ ହୋଇପାରେ। ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ମନ୍ଦିରରେ ଘିଅ ଦୀପ ଜାଳନ୍ତୁ, ପତି-ପତ୍ନୀଙ୍କ ସମ୍ପର୍କ ମଜବୁତ ହେବ। ବୃଷ: ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ…
ନୂଆଦିଲ୍ଲୀ: ଶେଷରେ ପଞ୍ଚଭୂତରେ ବିିଲିନ ହେଲା ଚିଫ ଡିଫେନସ ଷ୍ଟାଫ ଜେନେରାଲ ବିପିନ ରାୱାତଙ୍କ ପାର୍ଥିବ ଶରୀର। ଗୋଟିଏ ଜୁଇରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ମଧୁଲିକା ରାୱାତଙ୍କ ସତ୍କାର କରାଯାଇଛି। ଆଜି ଦିଲ୍ଲାର ବରାର ଛକରେ ଥିବା ଶ୍ମଶାନଘାଟରେ ଉଭୟଙ୍କ ଶେଷକୃତ କରାଯାଇଛି। ତାଙ୍କର ଦୁଇ ଝିଅ କ୍ରିତିକା ଏବଂ ତାରିଣୀ ଉଭୟ ବାପା ମାଙ୍କୁ ମୁଖାଗ୍ନି ଦେଇଥିଲେ। ହିନ୍ଦୁ ରିତିନୀତି ଅନୁସାରେ ଶ୍ମଶାନଘାଟରେ ମନ୍ତ୍ର ଉଚ୍ଚାରଣ କରି ତାଙ୍କର ସମସ୍ତ କର୍ମ କରାଯାଇଥିଲା। ଏଥିରେ ଦୁଇ ଝିଅ ଏହି କର୍ମ କରିଥିଲେ। ଏହା ଶେଷ ହେବା ପରେ କଫିନରୁ ଉଭୟଙ୍କ ମୃତଦେହ ବାହାର କରି ଦାହ କରାଯାଇଥିଲା। ସାମରିକ ନିୟମ ଅନୁସାରେ ବିପିନ ରାୱାତଙ୍କ ପାର୍ଥିବ ଶରୀରରେ ଘୋଡାଯାଇଥିବା ଜାତୀୟ ପତାକାକୁ ସମ୍ମାନର ସହିତ କଢାଯାଇଥିଲା। ମୁଖାଗ୍ନି ପୂର୍ବରୁ ସାମରିକ ନିୟମ ଅନୁସାରେ ତାଙ୍କୁ 17 ତୋପ ସଲାମି ପ୍ରଦାନ କରାଯାଇଥିଲା। ଏହାପରେ ଦୁଇଝିଅ ମୁଖାଗ୍ନି ପ୍ରଦାନ କରିଥିଲେ।…
ନୂଆଦିଲ୍ଲୀ: ଟି-୨୦ ପରେ ରୋହିତ ଶର୍ମାଙ୍କୁ ମଧ୍ୟ ଭାରତର ଦିନିକିଆ ଦଳର ଅଧିନାୟକ କରାଯାଇଛି। ବୁଧବାର ଦିନ ବିସିସିଆଇ ଏହା ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ଦିଆଯିବା ମାତ୍ରେ ତାଙ୍କର ୧୦ ବର୍ଷ ପୁରୁଣା ଟ୍ୱିଟ ଭାଇରାଲ ହୋଇଛି। ବାସ୍ତବରେ, ଯେତେବେଳେ ୨୦୧୧ ବିଶ୍ୱକପ୍ ଦଳ ଘୋଷଣା କରାଯାଇଥିଲା, ସେତେବେଳେ ରୋହିତ ଶର୍ମା ଏଥିରେ ସାମିଲ ହୋଇନଥିଲେ। ଏହା ପରେ ତାଙ୍କ ଯନ୍ତ୍ରଣା ଟ୍ୱିଟରରେ ବ୍ୟାପିଗଲା। ସେ ଜାନୁୟାରୀ ୩୧ ତାରିଖ ୨୦୧୧ ରେ ଲେଖିଥିଲେ ଯେ, ମୁଁ ବିଶ୍ୱକପ୍ ଦଳର ଅଂଶ ହୋଇ ନ ଥିବାରୁ ମୁଁ ଅତ୍ୟନ୍ତ ନିରାଶ ହୋଇଛି। ମୋତେ ଏଠାରୁ ଆଗକୁ ବଢିବାକୁ ପଡିବ, କିନ୍ତୁ ସତ କହିବାକୁ ଗଲେ ଏହା ଏକ ବଡ ଝଟକା … ଆପଣଙ୍କର କଣ ମତ! ରୋହିତ ବିଶ୍ୱକପ ଟ୍ରଫି ଉଠାଇବାରେ ବଞ୍ଚିତ ହୋଇଥିଲେ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ…
ଚାନ୍ଦପୁର: ନିଜ ମାମୁଁକୁ ହତ୍ୟା କରିଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଭଣଜା ଉପରେ ହୋଇଛି। ଭିନ୍ନକ୍ଷମ ମାମୁଁଙ୍କୁ ଭଣଜା ହତ୍ୟାକରି ଜଙ୍ଗଲରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି। ଘଟଣାର ୨୪ ଘଣ୍ଟା ମଧ୍ୟରେ ପୋଲିସ୍ ଅଭିଯୁକ୍ତ ଭଣଜା ଓ ତାଙ୍କ ସହଯୋଗୀକୁ ଗିରଫ କରିଛି। ଅଭିଯୁକ୍ତ ଭଣଜା ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଚାନ୍ଦପୁର ଗ୍ରାମର ନବ କିଶୋର ପ୍ରଧାନ। ପେଶାରେ ସେ ଫଳ ବ୍ୟବସାୟୀ। ନବ କିଶୋର ସହ ଅନ୍ୟ ଜଣେ ଅଭିଯୁକ୍ତ ଶିବ ପ୍ରସାଦ ସାହୁଙ୍କୁ ପୋଲିସ୍ ଗିରଫ କରିଛି। ସୂଚନାଥାଉକି ଗତ କାଲି ସକାଳ ୭ ଟା ସମୟରେ ଟାଙ୍ଗୀ ରେଂଜ୍ ପଟିଆ ସେକ୍ସନ କୁଶପଲା ଜଙ୍ଗଲ ନିକଟରୁ ଏକ ଅଜଣା ଶବ ମିଳିଥିଲା। ଲୋକେ ଖବର ଦେଵା ପରେ ଚାନ୍ଦପୁର ପୋଲିସ୍ ଶବ ଜବତ କରି ଅଜଣା ଶବକୁ ଠାବ କରିଥିଲା। ଏହାପରେ ମୃତ ବ୍ୟକ୍ତିଙ୍କ ଠିକଣା ପୋଲିସ୍ ପାଇଥିଲା। ସେହି ମୃତ…

