ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ମନ୍ଦିର ସମ୍ମୁଖରେ ବାଣପୁର-ବାଲୁଗାଁ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀଙ୍କ ଦ୍ୱାରା ସହିଦଙ୍କୁ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପୁରାତନ ସେନା କର୍ମଚାରୀ ମିଟୁ ନାୟକଙ୍କ ନେତୃତ୍ୱରେ ବହୁ ପୁରାତନ ସେନା କର୍ମଚାରୀମାନେ ମା’ ଭଗବତୀ ମନ୍ଦିର ସମ୍ମୁଖରେ ଏକତ୍ରିତ ହେବା ସହ ସହିଦ ବୀର ସୈନିକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ଅବସରରେ ଦୁଇ ମିନିଟ ନିରବ ପ୍ରାର୍ଥନା କରଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଡିସେମ୍ବର ୮ ତାରିଖ ଅପରାହ୍ନରେ ତାମିଲନାଡୁର କୁନ୍ନୁରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ତାଙ୍କ ପତ୍ନୀ ମଦୁଲିକା ଏବଂ ଅନ୍ୟ ୧୧ ଜଣ ସେନା କର୍ମଚାରୀ ପ୍ରାଣ ହରାଇଥିଲେ। ଏଭଳି ଘଟଣା ପରେ ଦେଶ ପୁରା ସ୍ତବ୍ଧ ହୋଇଯାଇଛି। ସିଡିଏସଙ୍କ ଅକାଳ ବିୟୋଗରେ ଦେଶକୁ ବଡ କ୍ଷତି…
Author: Samikhsya Bureau
ଶ୍ରୀନଗର: ଜମ୍ମୁ କାଶ୍ମୀରର ବାନ୍ଦିପୋରାର ଗୁଲଶାନ ଚୌକରେ ଆତଙ୍କବାଦୀମାନେ ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଜଣ ପୋଲିସ ସହିଦ ହୋଇଛନ୍ତି। ଜମ୍ମୁ କାଶ୍ମୀର ପୋଲିସର ସୂଚନାନୁସାରେ ଆତଙ୍କବାଦୀ ଆକ୍ରମଣରେ ମହମ୍ମଦ ସୁଲତାନ ଏବଂ ଫୟାଜ ଅହମ୍ମଦ ଆହତ ହୋଇଥିଲେ। ଏହା ପରେ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଏହି ଅଞ୍ଚଳକୁ କର୍ଡନ କରାଯାଇଛି ବୋଲି କାଶ୍ମୀର ଜୋନ୍ ପୋଲିସ କହିଛି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ଉତ୍ତର କାଶ୍ମୀରର ବାନ୍ଦିପୁର ଅଞ୍ଚଳରେ ପୋଲିସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମୁଁ ନିନ୍ଦା କରୁଛି। ଏହି ଆକ୍ରମଣରେ ଜମ୍ମୁ କାଶ୍ମୀର ପୋଲିସର କର୍ମଚାରୀ ମହମ୍ମଦ ସୁଲତାନ ଏବଂ ଫାୟାଜ ଅହମ୍ମଦ ପ୍ରାଣ ହରାଇଛନ୍ତି। ଭଗବାନ ସେମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ…
ମୁମ୍ବାଇ: ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ରାଜ୍ୟରେ ଓମିକ୍ରନ୍ର ୭ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଓମିକ୍ରନ୍ର ଏହି ନୂତନ ମାମଲାଗୁଡ଼ିକ ମଧ୍ୟରୁ ୩ଟି ମୁମ୍ବାଇରୁ ଏବଂ ୪ ଟି ପିମ୍ପ୍ରି ଚିଞ୍ଚୱାଡ ମ୍ୟୁନିସିପାଲ କର୍ପୋରେସନରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଆଜି ଓମିକ୍ରନ୍ ଭାରିଆଣ୍ଟସ୍ ର ନୂଆ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟରେ ନୂତନ ଭାରିଆଣ୍ଟର ମୋଟ ମାମଲା ୧୭ ରେ ପହଞ୍ଚିଛି। ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛି ଯେ, ଦେଶରେ ଓମିକ୍ରନର ୨୫ ଟି ମାମଲା ନିଶ୍ଚିତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, ରାଜସ୍ଥାନରେ ୯ ଜଣ, ଗୁଜୁରାଟରେ ତିନି ଜଣ, ମହାରାଷ୍ଟ୍ରରେ ୧୦ ଜଣ, କର୍ଣ୍ଣାଟକରେ ଦୁଇଜଣ, ଦିଲ୍ଲୀର ଜଣେ ବ୍ୟକ୍ତି ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଅଧିକାଂଶ ରୋଗୀଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ଲଭ ଅଗ୍ରୱାଲ କହିଛନ୍ତି ଯେ,…
ଜଙ୍କିଆ: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ଏକ ବେଆଇନ ପଥର ଖଣିରେ ପୋଲିସ ଚଢ଼ାଉ କରି ତିନି ଗୋଟି ମୋରମ ବୋଝେଇ ହାଇୱା ଗାଡ଼ି ସମେତ ଗୋଟାଏ ପୋକଲିନ ମେସିନ ଜବତ କରିଛି। ସୂଚନା ମୁତାବକ ଜଙ୍କିଆ ଅଞ୍ଚଳରେ ବାରମ୍ବାର ବେଆଇନ ପଥର ଚୋରାଚାଲାଣ ଅଭିଯୋଗ ହୋଇଆସୁଥିବା ବେଳେ ନୂତନ ଆଇଆଇସି ଦିଗବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଗତକାଲି ରାତିତମାମ ଚଢ଼ାଉ ଜାରି ରହିଥିଲା। ଏହି ପରିପ୍ରେକ୍ଷୀରେ ମୁଣ୍ଡାଆମ୍ବା ଗ୍ରାମ ନିକଟରେ ଏକ ବେଆଇନ ପଥର ଖଣିରେ ଚଢ଼ାଉ କରାଯାଇ ଉକ୍ତ ଗାଡିଗୁଡିକ ଜବତ ହୋଇଛି। ତେବେ ଉକ୍ତ ଘଟଣାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବାର ଆଇଆଇସି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ଗତକାଲି ରାତିରେ ଗୋଡିପଡା ଅଞ୍ଚଳର ଜଣେ ଦେଶୀ ମଦ ବେପାରୀକୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଭାରତୀୟ ଜଳ ପରିଚାଳନା ସଂସ୍ଥା (ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ୱାଟର ମ୍ୟାନେଜମେଂଟ-ଆଇଆଇଡବ୍ଲୁଏମ୍) ଭୁବନେଶ୍ୱର ମଧ୍ୟରେ ଶୁକ୍ରବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଉଭୟ ଅନୁଷ୍ଠାନ ମଧ୍ୟରେ ଜଳ ପରିଚାଳନା ନେଇ ଉଚ୍ଚତର ଗବେଷଣା ଓ ଶିକ୍ଷାର ଆଦାନ ପ୍ରଦାନ ନିମନ୍ତେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ସ୍ୱାକ୍ଷର ହେବା ସମୟରେ ସୋଆ ପକ୍ଷରୁ ରେଜିଷ୍ଟ୍ରାର ପ୍ରଫେସର ବି.ବି. ପ୍ରଧାନ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ର ପ୍ରଫେସର ଶିଶିର କାନ୍ତ ବେହେରା ଏବଂ ଆଇଆଇଡବ୍ଲୁଏମ୍, ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଆତ୍ମାରାମ ମିଶ୍ର ଏବଂ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୁଶାନ୍ତ କୁମାର ଜେନା ଓ ଡକ୍ଟର ସଚିନ୍ କାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏକ ବିରଳ ମସ୍ତିଷ୍କ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ଯାହାକି ଭାରତରେ ପ୍ରଥମ ଓ ବଶ୍ୱରେ ୭ମ ବୋଲି ଅବିହିତ କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଏହି ହସ୍ପିଟାଲ୍ରେ ଡାକ୍ତରମାନେ ଜଟିଳ ବ୍ରେନ୍ଷ୍ଟେମ୍ କାଭେରନୁମା ଆଣ୍ଡ ମ୍ୟୋକ୍ଲୋନିକ୍ ଏପିଲେପ୍ସି ରୋଗୀର ସଫଳ ଅସ୍ତ୍ରୋପଚାର କରିବା ସହ ରୋଗୀଟିକୁ ସମ୍ପୂର୍ଣ୍ଣ ସୁସ୍ଥ କରିବାରେ ସଫଳ ହୋଇଛନ୍ତି। ଗତ ୨୨ ବର୍ଷ ଧରି ଝାରସୁଗୁଡା ଅଂଚଳର ୨୮ ବର୍ଷୀୟ ଅନୀଲ ମହାନନ୍ଦିଆ ଏହି ଜଟିଳ ରୋଗରେ ପୀଡ଼ିତ ଥିବାବେଳେ ଅସ୍ତ୍ରୋପଚାର ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଶୁକ୍ରବାର ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ଏହା ଏକ ବିରଳ ବ୍ୟାଧି ଏବଂ ଆମେ ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ ସଂପାଦନ କରିପାରୁଛୁ । ଯଦି ଅସ୍ତ୍ରୋପଚାର କରାଯାଇ ନଥାନ୍ତା ତେବେ ମସ୍ତିଷ୍କରେ ରକ୍ତକ୍ଷରଣ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି…
ନୂଆଦିଲ୍ଲୀ: ଯେଉଁମାନେ କନ୍ୟା ସନ୍ତାନର ପିତାମାତା ଅଟନ୍ତି, ସେମାନେ ନିଜ ସନ୍ତାନର ଶିକ୍ଷା ତଥା ତାଙ୍କ ବିବାହ ପାଇଁ ଅର୍ଥ ଯୋଗାଡ଼ କରିବାକୁ ପଡିଥାନ୍ତି। ଯଦି ଆପଣ ମଧ୍ୟ ଭାବୁଛନ୍ତି ଏହି କାମଟି ଅତ୍ୟଧିକ ଭାରୀ, ତେବେ ବଜାରରେ ଏପରି ଅନେକ ଯୋଜନା ଅଛି ଯାହା ଆପଣଙ୍କର ଚିନ୍ତା ଦୂର କରିପାରିବ। ଏହିପରି ଗୋଟିଏ ଯୋଜନା ହେଉଛି LIC, ଯେଉଁଥିରେ ଆପଣ ଆପଣଙ୍କର ଝିଅକୁ ବିବାହ ପର୍ଯ୍ୟନ୍ତ ଏକ ଭଲ ପାଣ୍ଠି ସଂଗ୍ରହ କରିବାରେ ସକ୍ଷମ ହେବ। LIC କନ୍ୟାଦାନ ସ୍କିମ୍: LIC କନ୍ୟାଦାନ ସ୍କିମ୍ ହେଉଛି ଏପରି ଏକ ଯୋଜନା ଯେଉଁଥିରେ ଆପଣ ନିଜ dଝିଅ ପାଇଁ ଟଙ୍କା ଯୋଡିପାରିବେ ଏବଂ ଏହା ବିଶେଷତଃ ଝିଅମାନଙ୍କ ପାଇଁ ଏହି ଯୋଜନା ଉପଲବ୍ଧ। ଏହି କାରଣରୁ, ଏହାକୁ LIC ଦ୍ୱାରା କନ୍ୟାଦାନ ସ୍କିମ୍ ନାମରେ ନାମିତ କରାଯାଇଛି। ଏହି ପଲିସି ପାଇଁ ଯୋଗ୍ୟତା: ଏହି ପଲିସିରେ ବିନିଯୋଗ କରିବାକୁ, ଆପଣଙ୍କର ସର୍ବନିମ୍ନ…
ନୂଆଦିଲ୍ଲୀ: ଓମିକ୍ରନ୍ ର ନୂତନ ଭାରିଆଣ୍ଟ ଯୋଗୁଁ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶ୍ଵର ପ୍ରାୟ ୫୭ ଟି ଦେଶରେ ଓମିକ୍ରନ୍ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଏହି ଭାରିଆଣ୍ଟ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇ ନାହାଁନ୍ତି। କିନ୍ତୁ, କିଛି ଅନୁସନ୍ଧାନରୁ ଜଣାପଡିଛି ଯେ ପିଲାମାନଙ୍କ ମଧ୍ୟରେ ଓମିକ୍ରନ୍ ସଂକ୍ରମଣ ବହୁ ପରିମାଣରେ ଦେଖାଯାଉଛି। କିଛି ବିଶେଷଜ୍ଞଙ୍କ ଅନୁଯାୟୀ ଏହା ବିଶ୍ଵ ପାଇଁ ଏକ ବଡ ଆହ୍ଵାନ ହୋଇପାରେ। ଉଲ୍ଲେଖ ଯୋଗ୍ୟ ଯେ, ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ପିଲାମାନଙ୍କର ବିଶେଷ ଲକ୍ଷଣ ଏହି ପ୍ରକାରର ସଂକ୍ରମଣରେ ଦେଖାଯାଉଛି। ପିଲାମାନଙ୍କ ମଧ୍ୟରେ ଓମିକ୍ରନ୍ ର ଏହି ବିଶେଷ ଲକ୍ଷଣ: – ଉଚ୍ଚ ଜ୍ୱର – ବାରମ୍ବାର ଶୁଷ୍କ କାଶ – ସବୁବେଳେ କ୍ଳାନ୍ତ ଅନୁଭବ କରିବା – ସବୁବେଳେ ମୁଣ୍ଡବିନ୍ଧା – ଗଳା ଯନ୍ତ୍ରଣା – ପିଲାମାନଙ୍କଠାରେ ଭୋକର ଅଭାବ…
ନୂଆଦିଲ୍ଲୀ: ଆସନ୍ତାକାଲି ରାତିରେ ଏସବିଆଇ ବ୍ୟାଙ୍କର ଅନଲାଇନ୍ ସେବା ବନ୍ଦ ଥିବାରୁ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଅଛି। ଶନିବାର-ରବିବାର ରାତି ୧୧.୩୦ ରୁ ସକାଳ ୪.୩୦ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ SBI ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ହେବ ନାହିଁ। ତେଣୁ, ଆପଣ ଡିସେମ୍ବର ୧୧ ତାରିଖର ମଧ୍ୟରାତ୍ରି ପୂର୍ବରୁ ଆପଣଙ୍କର ଅନଲାଇନ୍ ବ୍ୟାଙ୍କିଙ୍ଗ୍ କାର୍ଯ୍ୟ କରିବା ଉଚିତ୍। ନଚେତ୍ ଆପଣ ଏହି ସମୟ ମଧ୍ୟରେ ତାହା କରିବାକୁ ସମର୍ଥ ହେବେ ନାହିଁ। ଏସବିଆଇର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁଥିବା ଗ୍ରାହକମାନେ ଜାଣିବା ଉଚିତ୍ ଯେ ବ୍ୟାଙ୍କର ଟେକ୍ନୋଲୋଜି ଅପ୍-ଗ୍ରେଡେସନ୍ ପାଇଁ ଏହା କରାଯାଉଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଟୁଇଟ୍ କରି ଆନୁଷ୍ଠାନିକ ଭାବେ ସୂଚନା ଦେଇଛି। INB, YONO, YONO Lite, YONO Business ଏବଂ UPI ସହିତ SBI ର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଏହି ସମୟ ମଧ୍ୟରେ କାମ କରିବ…
ନୂଆଦିଲ୍ଲୀ: ଶେଷରେ ଅନ୍ତିମ ଯାତ୍ରାରେ ଗଲେ ଚିଫ୍ ଡିଫେନସ ଷ୍ଟାଫ ଜେନେରାଲ ବିପିନ ରାୱାତ। ଏକ ସୁସଜ୍ଜିତ ଗାଡିରେ ତାଙ୍କ ବାସ ଭବନରୁ ନୂଆଦିଲ୍ଲୀ କୈଣ୍ଟ ବରାରରେ ଥିବା ଶ୍ମଶାନରେ ସଂସ୍କାର କରାଯିବ। ଏଥିସହିତ ତାଙ୍କ ଧର୍ମପତ୍ନୀ ମଧୁଲିକା ରାୱାତଙ୍କୁ ମଧ୍ୟ ଶେଷ ବିଦାୟ ପ୍ରଦାନ କରାଯିବ। ଆଜି ସକାଳେ ବହୁ ବରିଷ୍ଠ ଲୋକ ତଥା ନେତା ମନ୍ତ୍ରୀ ଜେନରାଲ ରାୱତଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ। ଏହାପରେ ସାମରିକ ବାହିନୀର ଅଧିକାରୀମାନେ ମଧ୍ୟ ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କୁ ଏକ ସୁସଜ୍ଜିତ ଗାଡିରେ ଶ୍ମଶାନକୁ ନିଆଯାଇଛି। ରାସ୍ତାରେ ହଜାରହଜାର ଲୋକ ତାଙ୍କୁ ଅନ୍ତିମ ସମ୍ମାନ ଜଣାଇଥିଲେ।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଶତାଧିକ ଆଶାକର୍ମୀ ୮ ଦଫା ଦାବି ନେଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେଇଛନ୍ତି। ଓଡ଼ିଶା ଆଶକର୍ମୀ ଆସୋସିଏସନ, ସିଆଇଟିୟୁ ରାଜ୍ୟ ଉପସଭାପତି ସୁରେଶ ସ୍ୱାଇଁଙ୍କ ନେତୃତ୍ୱରେ ସିଟୁ ଖୋର୍ଦ୍ଧା ଜିଲ୍ଲା ସଭାପତି ଗିରିଶ ମହାରଣା, ନୟାଗଡ଼ ଜିଲ୍ଲା ଆଶାକର୍ମୀ ସଭାନେତ୍ରୀ ସଂଯୁକ୍ତା ସେଠୀ, ଚିଲିକା ବ୍ଲକ ଆଶାକର୍ମୀ ସଭାନେତ୍ରୀ ମିନା ବେହେରା, ସମ୍ପାଦିକା ବିଳାସିନି ଦେଇଙ୍କ ସମେତ ଶତାଧିକ ଆଶାକର୍ମୀ ଏନେଇ ବାଲୁଗାଁ ଗାନ୍ଧୀଛକ ଠାରୁ ବିଶାଳ ପଦଯାତ୍ରାରେ ବାହାରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣା ଦେଇଛନ୍ତି। ଏହାସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶାକର୍ମୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉଥିଲେ ମଧ୍ୟ ଅଣଦେଖା କରିବାନେଇ ଆଜି ୮ଦଫା ଦାବିପତ୍ର ପ୍ରଦାନ କରାଯାଇଛି।ଉକ୍ତ ଦାବିପତ୍ରରେ ଆଶାକର୍ମୀ ମାନଙ୍କୁ ସ୍ଥାୟୀ…
କଟକ: ଓଡିଆ ଚଳଚିତ୍ରର ପ୍ରଖ୍ୟାତ ଅଭିନେତା ମିହିର ଦାସ ଗୁରୁତର ହୋଇ କଟକ ଅଶ୍ବିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ପୂର୍ବରୁ କିଡନୀ ରୋଗରେ ପିଡିତ ଅଛନ୍ତି। ତାଙ୍କୁ ଡାଇଲେସସି କରାଯାଉଥିଲା। ଗତକାଲି ସେ ହଠାତ ଅସୁସ୍ଥ ହୋଇପଡିବାରୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସେମିତି ପରିବର୍ତ୍ତନ ଆସି ନାହିଁ। ତାଙ୍କର ସ୍ବାସ୍ଥ୍ୟ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଶିଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରାଯାଇଛି। ଓଲିଉଡର କେତେକ ବରିଷ୍ଠ କଳାକାର ହସପିଟାଲରେ ଯାଇ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ତାଙ୍କପ ପ୍ରଶଂସକ ମଧ୍ୟ ଶିଘ୍ର ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି।
କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ଗୋଗୁଆ ପଂଚାୟତ ଲାଇଜା ଗ୍ରାମରେ ହାତୀ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ ,ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ଲାଇଜା ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ଏକର୍ ଏକର ଜମିରେ ଥିବା ଧାନ ଫସଲ ନଷ୍ଟ ହେଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ୧୪ ଟି ହାତୀ ପଲ ଆସି ଗ୍ରାମର ଉମାକାନ୍ତ ପ୍ରଧାନ, ପ୍ରଫୁଲ୍ଲ ସାହୁ, ପଦ୍ମଚରଣ ପ୍ରଧାନ, କ୍ଷୀରୋଦ ଇନି ସାହୁଙ୍କ ୩ ଏକରରୁ ଊର୍ଦ୍ଧ୍ୱ ଓ ପଦ୍ମଚରଣ ପ୍ରଧାନଙ୍କ ୧ ଏକର ଧାନ, କଳୋଥ ୫୦ଡିସିମିଲ, ଉମା କାନ୍ତଙ୍କ ୮୦ ଡିସିମିଲ ପାଚିଲା ଧାନ ଫସଲ ସବୁ ହାତୀ ପଲ ମାନେ ଖାଇ, ଦଳି, ଚକଟି ଦେଇଥିବା ସୂଚନା ମିଳିଛି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ବନ ବିଭାଗ ନିକଟରେ ଦାବି ହେଉଛି।
ଭୁବନେଶ୍ବର: ଆଜି ଗୃହ ମୁଲତବି ହେବା ପରେ ବିଜେପି ବିଧାୟକମାନେ ବାହାରେ ଧାରଣା ଦେଇଛନ୍ତି। ଗତକାଲି ପୋଲିସ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମରଣାତ୍ମକ ଆକ୍ରମଣ କରିବା ବିରୋଧରେ ବିଜେପି ବିଧାୟକମାନେ ଏହି ପ୍ରତିବାଦ କରିଛନ୍ତି। ଆଜି ଗୃହ ଆରମ୍ଭ ହେବା ପରେ ପୂର୍ବ ପରି ବିରୋଧୀଙ୍କ ହାଙ୍ଗାମା ଜାରି ରହିଲା। ଫଳରେ ବାଚସ୍ପତି ପ୍ରଥମେ ୧୧ ଟା ୩୦ ଏବଂ ପରେ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗୃହ ମୁଲତବି କରିଛନ୍ତି। ଏହାପରେ ବିଜେପି ବିଧାୟକମାନେ ଗୃହ ବାହାରକୁ ଆସି ପ୍ଲାକାର୍ଡ ଧରି ବିକ୍ଷୋଭ କରିଛନ୍ତି।
ଅହମ୍ମଦାବାଦ: ସିଡିଏସ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଗୁଜୁରାଟରେ ୪୪ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏଭଳି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଜଣଙ୍କ ଫେସବୁକରେ ଏହି ମନ୍ତବ୍ୟ ଦେଇଛନ୍ତି, ଏହା ପରେ ଅହମ୍ମଦାବାଦ ସାଇବର କ୍ରାଇମ ସେଲ ଗୁରୁବାର ତାଙ୍କୁ ଗିରଫ କରିଛି। ତେବେ ପୁରୁଣା ପୋଷ୍ଟ ଯୋଗୁଁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। କିନ୍ତୁ ତାଙ୍କର ନୂତନ ମନ୍ତବ୍ୟ ଦେବା ପରେ ଏହା ସାମ୍ନାକୁ ଆସିଛି। ସାଇବର କ୍ରାଇମ ସେଲରୁ ପ୍ରକାଶ ଯେ, ଅଭିଯୁକ୍ତଜଣଙ୍କ ଗୁଜୁରାଟର ଅମ୍ରେଲି ଜିଲ୍ଲାର ରାଜୁଲା ତାଲୁକର ଭେରାଇ ଗାଁର ବାସିନ୍ଦା ଶିବଭାଇ ରାମ ବୋଲି ଜଣାଯାଇଛି। ପ୍ରକାଶ ଥାଉକି, ଜେନେରାଲ ରାୱତଙ୍କ ବିରୋଧରେ ହୋଇଥିବା ମନ୍ତବ୍ୟ ଉପରେ କିଛି ଉଲ୍ଲେଖ କରାଯାଇ ନାହିଁ।
ଭୁବନେଶ୍ବର: ଓଡିଶା ବିଧାନସଭାର ଚଳିତ ଶୀତକାଳୀନ ଅଧିବେଶନ ବାରମ୍ବାର ବାଧାପ୍ରାପ୍ତ ହେଉଛି। ସର୍ବଦଳୀୟ ବୈଠକ ସତ୍ତ୍ୱେ ଗୃହକାର୍ଯ୍ୟ ସାମାନ୍ୟ ହୋଇପାରୁନି। ଆଜି ମଧ୍ୟ ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବାଚସ୍ପତି ଡା. ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ ଟା ଯାଏଁ ମୁଲତବୀ କରିଛନ୍ତି। ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବିରୋଧୀ ଦଳ ବିଧାନସଭାରେ ହୋ-ହଲ୍ଲା କରୁଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଗୃହରେ ବିରୋଧୀ ଦଳ ପ୍ରତିବାଦ କରୁଛନ୍ତି।
ଦିଲ୍ଲୀ: ଆଜି ଦେଶରୁ ୮ ହଜାର ୫୦୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୬୨୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୬ ଲକ୍ଷ ୭୩ ହଜାର ୭୪୪ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୪ ହଜାର ୭୩୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୫ ହଜାର ୬୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯୪ ହଜାର ୯୪୩ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ମୁନ୍ ଟିଭି ମୁଭିଜ ପକ୍ଷରୁ ଘୋଷିତ ଦଶଟି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ପ୍ରଥମ ଚଳଚ୍ଚିତ୍ର ‘ତୁ ସେଇ ନୀଳାନୟନା’, ସମ୍ବିତ ଓ ଲିପିକା,”ଲଭ୍ ୪୨୦” ରେ ଜ୍ୟୋତି ଓ ଶୀତଲର ସୁଟିଂ ସରିବା ପରେ ଆଉ ଏକ ନୂଆ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଲଭ୍ ଇମ୍ପସିବଲ୍” ଅଭିନେତ୍ରୀ ପୁନମ୍ ଓ ନବାଗତ ନାୟକ ରୋହନ୍ ଙ୍କୁ ନେଇ ସୁଟିଂ ଡିସେମ୍ବର ୧୦ରୁ ଆରମ୍ଭ ହୋଇ ଯାଇଛି। ସେହି “ଲଭ ଇମ୍ପସିବୁଲ” ନୂଆ ଓଡ଼ିଆ ଚଳଚ୍ଚିତ୍ର ଭୁବନେଶ୍ୱରସ୍ଥିତ ବରମୁଣ୍ଡା ସାଇ ମନ୍ଦିର ରେ ମହୁରତ ପରେ ସୁଟିଂ ଆରମ୍ଭ ହୋଇଥିଲା। ଏହାର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ତ୍ରିପତି ସାହୁ। ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ପ୍ରତେକ୍ଷ୍ୟ ତତ୍ତ୍ଵାବଧାନରେ ସୁଟିଂ କାମ ଧୁମ୍ ଧାମରେ ଚାଲିଛି। ତେବେ ସଂଳାପ ରଚନା ଓଡ଼ିଶାର ଆଗଧାଡିର ସଂଳାପକାର ଡ. ରଜନୀ ରଞ୍ଜନ ଲେଖିଥିବା ବେଳେ , ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ…
ଭୁବନେଶ୍ବର: ଆଜି ରାଜ୍ୟରେ ୨୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୧ ବାଲେଶ୍ଵର ଜିଲ୍ଲାରୁ- ୩ କଟକ ଜିଲ୍ଲାରୁ – ୧୭ ଢେଙ୍କାନାଳ ଜିଲ୍ଲାରୁ- ୯ ଗଞ୍ଜାମ ଜିଲ୍ଲାରୁ- ୫ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ – ୪ ଝାରସୁଗୁଡା ଜିଲ୍ଲାରୁ- ୫ କେନ୍ଦ୍ରାପଡ଼ା ଜିଲ୍ଲାରୁ– ୪ କେନ୍ଦୁଝର ଜିଲ୍ଲାରୁ- ୩ ଖୋର୍ଦ୍ଧା ଜିଲ୍ଲାରୁ- ୧୪୭ ମୟୂରଭଞ୍ଜ ଜିଲ୍ଲାରୁ- ୨୧ ନୟାଗଡ ଜିଲ୍ଲାରୁ- ୧ ପୁରୀ ଜିଲ୍ଲାରୁ- ୮ ସମ୍ବଲପୁର ଜିଲ୍ଲାରୁ- ୬ ସୁନ୍ଦରଗଡ଼ ଜିଲ୍ଲାରୁ – ୧୫ ଷ୍ଟେଟ ପୁଲରୁ- ୩୪ ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୧ ହଜାର…
ଜୀବନଶୈଳୀ: ରାଶି ଏବଂ ଗ୍ରହମାନଙ୍କୁ ଦେଖିଲେ ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ଭବିଷ୍ୟତ ଏବଂ ପ୍ରକୃତି ବିଷୟରେ କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶିଫଳକୁ ଦେଖି ଜଣେ ବ୍ୟକ୍ତିର ତ୍ରୁଟି ଏବଂ ରୋଗ ମଧ୍ୟ ସହଜରେ ଚିହ୍ନଟ ହୋଇପାରିବ। ଏଥିରେ କୁହାଯାଇଛି ଯେ ଜଣେ ବ୍ୟକ୍ତି କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ୍, କେଉଁ କାମ କରିବା ଉଚିତ୍, କ’ଣ କରିବା ଉଚିତ୍ ନୁହେଁ। ଗ୍ରହମାନଙ୍କର ପ୍ରଭାବ ଅନୁଯାୟୀ ରୋଗର ଚିକିତ୍ସା ମଧ୍ୟ ଜଣା ପଡିପାରେ। ଜ୍ୟୋତିଷ ଶାସ୍ତ୍ର ଏବଂ ଆୟୁର୍ବେଦର ମିଶ୍ରଣରୁ ଜୀବନ ବଞ୍ଚିବାର ମନ୍ତ୍ର କୁହାଯାଇଛି। ଯାହା ଅନୁସରଣ କରି ଅନେକ ପ୍ରକାରର ରୋଗରୁ ମୁକ୍ତି ମିଳିପାରିବ। ଆଜିକାଲି, ଲୋକମାନେ ପ୍ରାୟତଃ ଷ୍ଟିଲ କିମ୍ବା ଫାଇବର ବାସନ ବ୍ୟବହାର କରନ୍ତି। ଏହା ଦ୍ଵାରା କାହାର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ତ କାହା ପାଇଁ କ୍ଷତିକାରକ ହୋଇଥାଏ। କେଉଁ ପ୍ରକାରର ବ୍ୟକ୍ତି କେଉଁ ଧାତୁ ବାସନକୁସନ ବ୍ୟବହାର କରିବା ଉଚିତ୍ ଆସନ୍ତୁ…
ଚାଣକ୍ୟ ନୀତି: ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିବାକୁ ଚାହାଁନ୍ତି। ସଫଳତା ପାଇବା ପାଇଁ, କିଛି ଜିନିଷକୁ ଧ୍ୟାନରେ ରଖିବା ଆବଶ୍ୟକ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତି ଏହି ଜିନିଷଗୁଡ଼ିକୁ ଜୀବନରେ ସାମିଲ କରିଥାଏ, ସେତେବେଳେ ସଫଳ ହେବାର ସମ୍ଭାବନା ବହୁ ପରିମାଣରେ ବଢିଯାଏ। ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଶବ୍ଦଗୁଡ଼ିକ ସହିତ ନୂତନ ବର୍ଷ ଆରମ୍ଭ କରନ୍ତୁ- ଭୁଲ୍ ପୁନରାବୃତ୍ତି କରନ୍ତୁ ନାହିଁ: ଅତୀତର ଭୁଲରୁ ଶିକ୍ଷା ଗ୍ରହଣ କଲେ ଜଣେ ଆଗକୁ ବଢିପାରିବ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ଯିଏ ଭୁଲରୁ ଶିଖନ୍ତି ନାହିଁ ଏବଂ ତ୍ରୁଟିର ପୁନରାବୃତ୍ତି ଜାରି ରଖନ୍ତି, ସେପରି ଲୋକ ସଫଳତା ପାଆନ୍ତି ନାହିଁ। କ୍ରୋଧ ଏବଂ ଅହଂକାର ତ୍ୟାଗ କରନ୍ତୁ: କ୍ରୋଧ ଏବଂ ଅହଂକାର ଜଣେ ବ୍ୟକ୍ତି ପାଇଁ ଅଧିକ କ୍ଷତି କରେ। ଏହି ଦୁଇଟି ଖରାପ ଗୁଣ ହେତୁ ଅନେକ…

