ନୂଆଦିଲ୍ଲୀ: ବିଗତ ଏକ ଦଶନ୍ଧି ମଧ୍ୟରେ ବିଶ୍ୱସ୍ତରରେ ଭାରତ ନିଜର ସ୍ଥିତି ସୁଦୃଢ଼ କରିପାରିଛି। ଏକ ବିକାଶଶୀଳ ରାଷ୍ଟ୍ରର ପରିଚୟ ଠାରୁ ଆଗକୁ ବଢ଼ି ପ୍ରତିରକ୍ଷା, ମହାକାଶ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଅପାର ସମ୍ଭାବନାପୂର୍ଣ୍ଣ ମହାଶକ୍ତି ଭାବେ ଉଭା ହୋଇଛି । ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଜରିଆରେ ଆତ୍ମନିର୍ଭରତା, ନବୋନ୍ମେଷ ଏବଂ ପ୍ରଯୁକ୍ତିଗତ ବିକାଶ ଉପରେ ମୋଦୀ ସରକାର ନିରନ୍ତର ଗୁରୁତ୍ୱାରୋପ କରିବା ଫଳରେ ଦେଶ ଆଧୁନିକ ପ୍ରଯୁକ୍ତି ଓ ସାମର୍ଥ୍ୟ ବିକଶିତ କରିବାରେ ବିଶ୍ୱରେ ଅଗ୍ରଣୀ ପାଲଟିଛି। ସ୍ୱଦେଶୀ ଗବେଷଣାର ସଂସ୍କୃତିକୁ ପ୍ରୋତ୍ସାହନ, ଘରୋଇ-ସରକାରୀ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ରଣନୀତିକ ନିବେଶକୁ ପ୍ରାଥମିକତା ଦେଇ ଭାରତ ଏବେ ବିଶ୍ୱ ମଞ୍ଚରେ କେବଳ ଅଂଶଗ୍ରହଣକାରୀ ନୁହେଁ ବରଂ ଦୃଷ୍ଟାନ୍ତ ସୃଷ୍ଟିକାରୀ ଦେଶରେ ପରିଣତ ହୋଇଛି । ଏହା କେବଳ ପ୍ରଯୁକ୍ତିଗତ ମାଇଲଖୁଣ୍ଟର କାହାଣୀ ନୁହେଁ; ଏହା…
Author: Samikhsya Bureau
Akshaya Tritiya 2025: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଅକ୍ଷୟ ତୃତୀୟା ବୈଶାଖ ମାସରେ ଶୁକ୍ଲା ପକ୍ଷର ତୃତୀୟ ଦିନରେ ପାଳନ କରାଯାଏ। ଏହି ବର୍ଷ ଅକ୍ଷୟ ତୃତୀୟା ଏପ୍ରିଲ ୩୦ ତାରିଖ ବୁଧବାରରେ ପାଳନ କରାଯିବ। ଅକ୍ଷୟ ତୃତୀୟାକୁ ଏକ ଶୁଭ ସମୟ ଭାବରେ ବିବେଚନା କରାଯାଏ। ଅକ୍ଷୟ ତୃତୀୟା ଶୁଭ ସମୟ ବା ଶୁଭ ମୁହୁରତ ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟା ତିଥି ଏପ୍ରିଲ୍ ୩୦ ରୁ ଭୋର ୫ ଟା୨୯ ରେ ଆରମ୍ଭ ହେଉଛି। ଏହା ଏପ୍ରିଲ ୩୦ ତାରିଖ ଦିନ ୨ ଟା ୧୨ ରେ ଶେଷ ହେବ। ଉଦୟ ତିଥିକୁ ଦୃଷ୍ଟିରେ ରଖି, ୩୦ ଏପ୍ରିଲରେ ଅକ୍ଷୟ ତୃତୀୟା ପାଳନ କରାଯିବ। ଏହି ଦିନ ପୂଜା ପାଇଁ ଶୁଭ ସମୟ ନିମ୍ନଲିଖିତ ଭାବରେ ହେବ – ଅକ୍ଷୟ ତୃତୀୟା ପୂଜା ମୁହୁର୍ତ୍ତ – ସକାଳ ୫ ଟା ୪୧ ମିନିଟ ରୁ ଦିନ ୧୨…
ଗ୍ରହ ପ୍ରତିକାର: ଯଦି ଆପଣଙ୍କର କୈଣସି ଗ୍ରହ ଖରାପ କିମ୍ବା କୁପ୍ରଭାବ ରହିଛି ତେବେ ନିମ୍ନଲିଖିତ ପ୍ରତିକାରଗୁଡିକ ଚେଷ୍ଟା କରନ୍ତୁ । ସୂର୍ଯ୍ୟ – ଚାଲୁଥିବା ପାଣିରେ ତମ୍ବା କିମ୍ବା ତମ୍ବାମୁଦ୍ରା ପକାନ୍ତୁ । ଚନ୍ଦ୍ର – ଏକ ପାତ୍ରରେ କ୍ଷୀର କିମ୍ବା ପାଣି ମୁଣ୍ଡ ପାଖରେ ରଖି ଶୋଇ ପଡନ୍ତୁ। ପରଦିନ ସମସ୍ତ ଜଳକୁ ବାଗୁଲ ଗଛ ମୂଳରେ ରଖ । ବୁଧ – ଝିଅମାନଙ୍କୁ ସବୁଜ ପୋଷାକ ଏବଂ ସବୁଜ ଚୁଡି ଦାନ କରନ୍ତୁ, ଦାନ୍ତକୁ ସଫା ରଖନ୍ତୁ । ଗୁରୁ- କପାଳରେ ଚନ୍ଦନ ତିଳକ ଲଗାନ୍ତୁ, ତୁଳସୀ ଗଛ ମୂଳରେ ପାଣି ଦିଅନ୍ତୁ, ଡାଲି ଦାନ କରନ୍ତୁ । ଶୁକ୍ର- ଘିଅ, କର୍ପୁର, ଦହି ଦାନ କରନ୍ତୁ ଏବଂ ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ । ଶନି- ବାଗୁଲ ଗଛ ଦାନ୍ତକାଠି ଘଷନ୍ତୁ, ଓସ୍ତ ଗଛ ମୂଳରେ ତେଲ ଢାଳନ୍ତୁ । ରାହୁ- ଗହମକୁ କ୍ଷୀରରେ ଧୋଇ…
ମେଷ: – ଆଜି ଆପଣ ଖୁସିର ଦିନ ହେବେ ଏବଂ ଆପଣ ଆପଣଙ୍କର ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଉପଭୋଗ କରିବେ। ଆପଣଙ୍କର ସାହସ ପ୍ରେମ ଦେବାରେ ସଫଳ ହେବ। ସହକର୍ମୀଙ୍କ ସାହାଯ୍ୟରେ, ଆପଣ ଶୀଘ୍ର କଠିନ ସମୟରୁ ମୁକ୍ତି ପାଇବେ। ଏହା ଆପଣଙ୍କୁ କ୍ଷେତ୍ରର ଏକ ଧାର ଦେବାରେ ସହାୟକ ହେବ। ଯଦି ଆପଣ ଏକ ବିବାଦରେ ଜଡିତ ହୁଅନ୍ତି, ତେବେ ମନ୍ତବ୍ୟରୁ ଦୂରେଇ ରୁହନ୍ତୁ। ଆପଣ ଏବଂ ଆପଣଙ୍କ ସାଥୀ କିଛି ଖୁସି ଖବର ପାଇପାରନ୍ତି। ବୃଷ: – ଆଜି ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପରୁ ଦୂରେଇ ରୁହନ୍ତୁ । ଆପଣ ଅନୁଭବ କରିବେ ଯେ ପ୍ରେମରେ ଏତେ ଗଭୀରତା ଅଛି ଏବଂ ଆପଣଙ୍କର ପ୍ରିୟଙ୍କା ଆପଣଙ୍କୁ ସବୁଦିନ ପାଇଁ ଭଲ ପାଇବ । ଏକ ମୋବାଇଲ୍ ଫୋନ୍ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଏହାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ। ଆଜି,…
ଭୁବନେଶ୍ବର: ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ଏକ ଦଳିତ ପରିବାରରୁ ଆସି ଭାରତୀୟ ସମ୍ବିଧାନର ମୁଖ୍ୟ ସଂରଚକ ହେବା ପର୍ଯ୍ୟନ୍ତ ଡକ୍ଟର ଆମ୍ବେଦକରଙ୍କ ଜୀବନ ଯାତ୍ରା ଆଗାମୀ ପିଢି ପାଇଁ ନିରନ୍ତର ପ୍ରେରଣାର ଉତ୍ସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ଡକ୍ଟର ଆମ୍ବେଦକରଙ୍କ ସମ୍ମାନାର୍ଥେ ଭୁବନେଶ୍ବରରେ ଏକ ଭବନ ନିର୍ମାଣ ହେବ। ଏହି ଭବନରେ ଏକ ଗ୍ରନ୍ଥାଗାର ଓ ସଭାଗୃହ ରହିବ। ଡକ୍ଟର ଆମ୍ବେଦକରଙ୍କ ନୀତି, ଆଦର୍ଶ ଓ ଜୀବନୀ ଉପରେ ଅଧିକ ଗବେଷଣା ହେବ। ସେହିଭଳି ଭୁବନେଶ୍ବରର ଏକ ରାସ୍ତା ଓ ଏକ ପାର୍କକୁ ତାଙ୍କ ନାମରେ ନାମିତ…
ଭୁବନେଶ୍ବର: ପ୍ରଭୁ ଶ୍ରୀହନୁମାନ ଭକ୍ତି, ତ୍ୟାଗ, ନିଷ୍ଠା ଓ ସମର୍ପଣର ପ୍ରତୀକ ବୋଲି ସୋମବାର ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ସମ୍ବଲପୁରର ବିଭିନ୍ନ ପଡାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବୃକ୍ସହିଲ ସ୍ଥିତ ହନୁମାନ ମନ୍ଦିରରେ ଦର୍ଶନ କରିବା ସହ ଆଳତୀ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ ଆଜିର ଦିନ ଓଡ଼ିଆ ତଥା ସନତନୀ ହିନ୍ଦୁଙ୍କ ପାଇଁ ଏକ ବଡ଼ ଦିନ। ଏଭଳି ଏକ ଦିନରେ ଏକ ଆଧ୍ୟାତ୍ମିକ ପରିବେଶରେ ସମ୍ବଲପୁରର ଜନସାଧାରଣଙ୍କ ସହ ହନୁମାନ ଜୟନ୍ତୀରେ ସାମିଲ ହେବା ମୋର ସୌଭାଗ୍ୟ । ହନୁମାନ ଜୟନ୍ତୀରେ ନାଗରିକମାନଙ୍କ ମଧ୍ୟରେ ଭକ୍ତିପୂର୍ଣ୍ଣ ଉତ୍ସାହ ରହିଛି। ଆମ ସମାଜରେ ଭାଇଚାରା ଓ ସମର୍ପଣ ଭାବନା ଆହୁରି ବଢୁ । ପ୍ରଭୁ ଶ୍ରୀରାମ ଓ…
ଭୁବନେଶ୍ୱର: ରାଜଭବନରେ ଓଡିଆ ନବ ବର୍ଷ ଏବଂ ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ତଥା ବିଭିନ୍ନ ପ୍ରଦେଶର ନବବର୍ଷ ଏକ ମନୋଜ୍ଞ ପରିବେଶରେ ପାଳିତ ହୋଇଯାଇଛି । ଏହିି ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୪ ତାରିଖ ଅପରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଥିଲେ ଯେ ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ “ଏକ ଭାରତ – ଶ୍ରେଷ୍ଠ ଭାରତ”ର ପ୍ରକୃତ ଭାବନାକୁ ପ୍ରତିଫଳିତ କରୁଛି । ଏତଦ୍ବ୍ୟତୀତ ଏକ ଶକ୍ତିଶାଳୀ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଆ ନବବର୍ଷରେ ସମସ୍ତେ ପ୍ରତିବଦ୍ଧତା ଦୋହରାଇବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଥିଲେ । ଓଡିଆ ନବ ବର୍ଷ ଅବସରରେ ଓଡିଶାବାସୀଙ୍କୁ ତଥା ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ଉପଲକ୍ଷେ ଉକ୍ତ ରାଜ୍ୟର ଅଧିବାସୀମାନଙ୍କୁ ଏବଂ ନବବର୍ଷ ପାଳନ କରୁଥିବା ଆସାମ, କେରଳ, ତାମିଲନାଡୁ, ବୈଶାଖୀ ପାଳନ କରୁଥିବା ପଞ୍ଜାବ…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓଡିଆପକ୍ଷ’ ପାଳନ ଓଡିଆ ଅସ୍ମିତାର ଭାବନାକୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଚଳିତ ଏପ୍ରିଲ୍ ୧ ତାରିଖରୁ ବିବିଧ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଆରମ୍ଭ ହୋଇଥିବା ‘ଓଡିଆ ପକ୍ଷ’ ପାଳନର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏପ୍ରିଲ୍ ୧୪ ତାରିଖ ସନ୍ଧ୍ୟାରେ ଓୟୁଏଟି (ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ)ର କୃଷି ଶିକ୍ଷା ସଦନଠାରେ ଆୟୋଜିତ ଏହି ଉଦ୍ଯାପନୀ ସମାରୋହରେ ଉଦ୍ବୋଧନଦେଇ ରାଜ୍ୟପାଳ କହିଥିଲେ ଯେ ଓଡିଆ ପକ୍ଷ ପାଳନ କେବଳ ଏକ ସମୟ ଉପଯୋଗୀ ପଦକ୍ଷେପ ନୁହେଁ ବରଂ ଓଡିଶାର ଅନନ୍ୟ ପରିଚୟ, ଐତିହ୍ୟ ଏବଂ ଗର୍ବକୁ ଉଚ୍ଚ କରିବାର ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ଓଡିଆ ପକ୍ଷ ଲୋକ ପରମ୍ପରା, ସଂସ୍କୃତି, ପ୍ରାଚୀନ ଶାସ୍ତ୍ର, ପର୍ବପର୍ବାଣୀ, ହସ୍ତ ଶିଳ୍ପ, ଖାଦ୍ୟ ଏବଂ ମହାନ ସନ୍ତାନମାନଙ୍କ…
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ଜାତୀୟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଫରେନସିକ ବିଜ୍ଞାନ ସମ୍ମିଳନୀ ୨୦୨୫କୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ‘ନୂତନ ଅପରାଧିକ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ଆତଙ୍କବାଦର ମୁକାବିଲା କରିବାରେ ଫରେନସିକ୍ ବିଜ୍ଞାନର ଭୂମିକା’। ସମ୍ମିଳନୀରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି.) ର ଅଧ୍ୟକ୍ଷ ଜଷ୍ଟିସ୍ ଭି. ରାମସୁବ୍ରମଣ୍ୟନ୍, ଆଟର୍ଣ୍ଣି ଜେନେରାଲ ଶ୍ରୀ ଆର୍. ଭେଙ୍କଟରମଣି, ରାଜ୍ୟସଭା ସାଂସଦ ତଥା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ମନନ କୁମାର ମିଶ୍ର, କେନ୍ଦ୍ର ଗୃହ ସଚିବ ଶ୍ରୀ ଗୋବିନ୍ଦ ମୋହନ ଏବଂ ଏନ୍ଏଫ୍ଏସୟୁ ର କୁଳପତି ଡ. ଜେ. ଏମ୍. ବ୍ୟାସଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଭାରତରତ୍ନ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ ତାଙ୍କ ଜୟନ୍ତୀ…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରରେ ସଂନ୍ଧ୍ୟା ସମୟରେ ଏକ ସୁନା ଅଳଙ୍କାର ଲୁଟ ମାମଲା ପ୍ରତ୍ୟାହାର କରିବା ପାଇଁ ଅଭିଯୋଗକାରୀଙ୍କ ମୁଣ୍ଡରେ ମାଉଜର ଲଗାଇ ଧମକ ଦେଇ ଗିରଫ ହେଲେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ l ପୋଲିସ ପାଖରେ ଏ ନେଇ ଅଭିଯୋଗ କାରୀ ଦିଲ୍ଲୀପ କୁମାର ପାଲ ଲିଖିତ ଅଭିଯୋଗ ପରେ ଖୋର୍ଦ୍ଧା ଏସପିଙ୍କ ନିର୍ଦେଶ କ୍ରମେ ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ବବଧାନରେ ଏକ ଟିମ ଗଠନ କରାଯାଇଥିଲା l ଟିମ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ଭୁବନେଶ୍ୱରରେ ଏକ ଚିକେନ ସେଣ୍ଟରରେ ଚିକେନ କାଟୁଥିବା ବେଳେ ପୋଲିସ ଟିମ ତାକୁ ମାଡି ବସିଥିଲା l ସୂଚନା ମୁତାବକ ଗତ ବର୍ଷ ଫେବୃଆରୀ ୨୯ ତାରିଖରେ ବାଣପୁର ବଜାରରେ ସୁନା ମରାମତି ଦୋକାନ କରିଥିବା ଦିଲୀପ କୁମାର ପାଲ (୬୪) ରାତିରେ ଦୋକାନ ବନ୍ଦକରି ଗ୍ରାହକ ମାନେ ତିଆରି କରିବାକୁ ଦେଇଥିବା ସୁନା ଅଳଙ୍କାର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କଂଗ୍ରେସ ଉପରେ କଟାକ୍ଷ କରି କରିଛନ୍ତି ଯେ କଂଗ୍ରେସ ସମ୍ପ୍ରତି ସଂଶୋଧିତ ୱାକଫ ଆଇନକୁ ବିରୋଧ କରି ଭୋଟ ବ୍ୟାଙ୍କ ରାଜନୀତି କରୁଛି। ହରିଆନା ହିସାରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଦୀର୍ଘଦିନ ଧରି ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ବ୍ୟବହାର କରିଆସୁଛି। କଂଗ୍ରେସ ସମ୍ବିଧାନର ଧ୍ୱଂସକାରୀ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଡକ୍ଟର ଆମ୍ବେଦକର ଏପରି ଏକ ରାଷ୍ଟ୍ରର କଳ୍ପନା କରିଥିଲେ ଯେଉଁଠାରେ ଗରିବ ଏବଂ ପଛୁଆ ବର୍ଗର ଲୋକମାନେ ସମ୍ମାନର ସହିତ ବଞ୍ଚିପାରିବେ ଏବଂ ସେମାନଙ୍କର ସ୍ୱପ୍ନ ପୂରଣ କରିପାରିବେ। କିନ୍ତୁ କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତିର ଭାଇରସ ବିସ୍ତାର କରି ସେହି ଦୃଷ୍ଟିକୋଣକୁ ଧୋକା ଦେଇଥିଲା। ସେ ଆହୁରି କହିଛନ୍ତି ଯେ କଂଗ୍ରେସ ଶାସନରେ, ମୌଳିକ…
ଖୋର୍ଦ୍ଧା: ଆଜି ଜିଲ୍ଲା ସଦର ମହକୁମା ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ ) ଏବଂ ମୁଖ୍ୟ ଅତିଥି ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ପୌରାହିତ୍ୟରେ 135ତମ ଡ଼. ବାବାସାହେବ ଭୀମ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଅଛି l ଡ଼. ବି ଆର ଆମ୍ବେଦକର ଛାତ୍ର ଜୀବନରୁ କର୍ମଠ, ଉଦୀୟମାନ, ପରୋପକାରୀ ଏବଂ ଭଗବାନ ଙ୍କ ସୃଷ୍ଟିରେ ସବୁ ମଣିଷ ସମାନବୋଲି ଭାବୁଥିଲେ। ସେ ଦିନକୁ 18ଘଣ୍ଟା ସମୟ ପାଠପଢାରେ ବିନିଯୋଗ କରୁଥିଲେ ଯାହା ଫଳସ୍ୱରୂପ ସେ ଭାରତର ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ବିଧାନ ଗଢି ଭାରତ ରତ୍ନ ଉପାଧିରେ ଭୂଷିତ ହୋଇ ଅମର ହୋଇଯାଇଛନ୍ତି l ଛାତ୍ର ଛାତ୍ରୀ ମାନେ ଆମ୍ବେଦକ କରଙ୍କ ଜୀବନାଦର୍ଶନକୁ ଆପଣେଇ କଠିନ ପରିଶ୍ରମ କରି ନିଜର ସିଦ୍ଧlନ୍ତ ଠିକ ରଖି ପାରିଲେ ନିଃ ସନ୍ଦେହ ସେମାନେ ଆମ୍ବେଦକରଙ୍କ ଭଳି ଭଲ ମଣିଷ ହୋଇ ନିଜ ପିତା…
ଖୋର୍ଦ୍ଧା: ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନବବର୍ଷ ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ଠାରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା,ସମ୍ମାନନୀୟ ଅତିଥିଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଖୋର୍ଦ୍ଧା ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରବି ସେନାପତି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀଯୁକ୍ତ ଶ୍ୟାମଳେନ୍ଦୁ ନାୟକ ଯୋଗ ଦେଇଥିଲେ। ସେହିପରି ଡେପୁଟି କଲେକ୍ଟର ଟି.ଟୁଲୀଆମା,ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ରଞ୍ଜନ ମହାନ୍ତି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡା ,ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଶ୍ରୀମତୀ ସୁଷମା ମହାନ୍ତି, ସହକାରୀ ଜିଲ୍ଲାପାଳ କ୍ରିଷ୍ଣା କୁମାର ଜେନା ଓ ଭୁବନେଶ୍ୱରୀ କଂହର ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟାନ୍ୟ ଅଧିକାରୀ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ, ସ୍ଵୟଂ ସହାୟକ…
ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ-ବାଣପୁର ସହରରେ ଆଜି ଅନୁଷ୍ଠିତ ହୋଇଯାଇଛି ବିଶାଳ ରାଲି। ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ବଜରଙ୍ଗ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଉକ୍ତ ରାଲି। ବଜରଙ୍ଗ ଦଳ ଚିଲିକା ପ୍ରଖଣ୍ଡର ଆହ୍ଵାନକ୍ରମେ ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ରାମ ଭକ୍ତ। ଶୋଭାଯାତ୍ରାଟି ଅପରାହ୍ନରେ ବାଲୁଗାଁ ମାମୁଁ ଭଣଜା ପାହାଡ଼ ନିକଟରୁ ବାହାରି ସାରା ବାଲୁଗାଁ ସହର ପରିକ୍ରମା କରିଥିଲା ଏବଂ ଏହାପରେ ବାଣପୁର ସହର ପରିକ୍ରମା କରି ପରିଶେଷରେ ପଲଟନ ପଡିଆ ନିକଟରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରା ସମୟରେ ଉଭୟ ସହର ‘ଜୟ ଶ୍ରୀରାମ’, ‘ଭାରତ ମାତାକି ଜୟ’ ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ତେବେ ପ୍ରତିବର୍ଷ ପରି ଚଳିତ ଥର ମଧ୍ୟ ହନୁମାନ ଜୟନ୍ତୀରେ ଏପରି ଦୃଶ୍ୟ ଦେଖିଲେ ବାଣପୁର-ବାଲୁଗାଁବାସୀ। ବିରାଟକାୟ ହନୁମାନଙ୍କ ପତାକା ଧରି ରାମଭକ୍ତ ମାନେ ନାଚି ନାଚି ସହର ପରିକ୍ରମା କରିଥିଲେ। ଉକ୍ତ…
ନୂଆଦିଲ୍ଲୀ: କାଶ୍ମୀରକୁ ଭାରତୀୟ ରେଳ ନେଟୱର୍କ ସହିତ ସଂଯୋଗ କରିବା ଶତାବ୍ଦୀ ପୁରୁଣା ସ୍ୱପ୍ନ । କାଶ୍ମୀର ଉପତ୍ୟକାକୁ ଏକ ନ୍ୟାରୋଗଜ୍ ରେଳ ସଂଯୋଗ ନିର୍ମାଣ ପାଇଁ ପ୍ରଥମ ଧାରଣା ଏକ ଶତାବ୍ଦୀ ପୂର୍ବରୁ ଉଦ୍ଦିଷ୍ଟ ହୋଇଥିଲା, ଯେତେବେଳେ 1 ମାର୍ଚ୍ଚ 1892 ରେ ମହାରାଜା ପ୍ରତାପ ସିଂହଙ୍କ ଦ୍ୱାରା ଜମ୍ମୁ-ଶ୍ରୀନଗର ରେଳ ସଂଯୋଗ ପାଇଁ ଏବଂ ପରେ 1898 ରେ ମହାରାଜା ରଣବୀର ସିଂହଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଶ୍ରୀନଗର ଏବଂ କାଶ୍ମୀର ଉପତ୍ୟକା ସହିତ ପଞ୍ଜାବକୁ ସଂଯୋଗ କରିବା ପାଇଁ ଚାରୋଟି ସମ୍ଭବ ରାସ୍ତା ମିଳିଲା, ଜମ୍ମୁରୁ ବାନିହାଲ୍ ମାର୍ଗ, ଝେଲମ୍ ଉପତ୍ୟକା ଦେଇ ପୁଞ୍ଚ ମାର୍ଗ, ରାୱଲପିଣ୍ଡିରୁ ଝେଲମ୍ ଉପତ୍ୟକା ଦେଇ ପଞ୍ଜାର ମାର୍ଗ ଏବଂ ଉପର ଝେଲମ୍ ଉପତ୍ୟକାର ହଜାରା ଦେଇ କାଲାକୋ ସେରାଇରୁ ଆବୋଟାବାଦ ମାର୍ଗ। ମିଟର ଏବଂ ବ୍ରଡଗେଜ୍ ଟ୍ରାକର ମିଶ୍ରଣ ପାଇଁ ବିସ୍ତୃତ ସର୍ଭେ କରାଯାଇଥିଲା। ତଥାପି, ପ୍ରତିକୂଳ ଜଳବାୟୁ,…
ଦ ସମୀକ୍ଷା ବ୍ୟୁରୋ: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ୱାକଫ ଆଇନ ବିରୋଧରେ ହିଂସାତ୍ମକ ପ୍ରତିବାଦ ମାମଲା ଆଜି ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟର ଓକିଲ ଶଶାଙ୍କ ଶେଖର ଝା – ହିଂସା ଏବଂ ମୃତ୍ୟୁର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରିବାକୁ ଏବଂ ସୁପ୍ରିମକୋର୍ଟ ଏହି ତଦନ୍ତ ତଦାରଖ କରିବାକୁ ଅନୁରୋଧ କରିଛନ୍ତି।ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ଜୀବନ ରକ୍ଷା ଏବଂ ହିଂସା ରୋକିବା ପାଇଁ ପଦକ୍ଷେପ ନେବା ଉଚିତ। ଗତ ସପ୍ତାହରେ ମୁର୍ଶିଦାବାଦ ଏବଂ ଦକ୍ଷିଣ 24 ପ୍ରଗଣା, ମାଲଦା ଏବଂ ହୁଗୁଳି ସମେତ ବଙ୍ଗଳାର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ବ୍ୟାପକ ହିଂସା ହେବା ପରେ 200 ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଏଥିରେ ରେଳପଥ ଅବରୋଧ କରାଯାଇଥିଲା, ବିକ୍ଷୋଭକାରୀମାନେ ପୋଲିସ ଉପରେ ପଥର ଫିଙ୍ଗିଥିଲେ, ଏବଂ ପୋଡ଼ାଜଳା ହୋଇଥିଲା – ପୋଲିସ ଗାଡ଼ି ପୋଡ଼ି ଦିଆଯାଇଥିଲା – ଏବଂ ମୁସଲିମ ବହୁଳ ମୁର୍ଶିଦାବାଦରେ ଭଙ୍ଗାରୁଜା ହୋଇଥିଲା।
ଭୁବନେଶ୍ୱର: ଭାରତର ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ. ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ସକାଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ଭୁବନେଶ୍ୱର ଏଜି ଛକ ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପିସିସି କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ପିସିସି ସଭାପତି ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ସ୍ୱର୍ଗତ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ପିସିସି ଅନୁସୂଚୀତ ଜାତି ବିଭାଗର ଶ୍ରୀ ବାଙ୍କନିଧି ବେହେରା ପରିଚାଳନା କରିଥିଲେ । ଉଦ୍ବୋଧନ ଦେଇ ପିସିସି ସଭାପତି ଶ୍ରୀ ଦାସ କହିଲେ ଯେ ଭାରତୀୟ ସମ୍ବିଧାନର ରଚୟିତା ଡ. ଭୀମରାଓ ଆମ୍ବେଦକରଙ୍କର ସଂଘର୍ଷମୟ ଜୀବନ…
ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗୁଡାରୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲକ୍ଷ୍ମୀ ଶବର ଏବଂ ତିନିଶହରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସ କହିଲେ ଯେ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ନେତୃତ୍ୱ ଜନନାୟକ ତଥା ଲୋକସଭାର ବିରୋଧି ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଜୀ ଆଦର୍ଶ ଓ ସଂଗ୍ରାମ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ତ୍ୟାଗରେ ଅନୁପ୍ରାଣିତ ହୋଇ ଆଜି ଗୁଣୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁଡ଼ାରି ବ୍ଲକ ଅଧ୍ୟକ୍ଷ, ଉପସଭାପତି, ଯୁବ ସଭାପତି, ଛାତ୍ର ସଭାପତି, ସମିତି ସଭ୍ୟ, ସରପଂଚ ଓ ତିନିଶହରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ କଂଗ୍ରେସ…
ସମ୍ବଲପୁର: ଆମର ଗଣତନ୍ତ୍ରକୁ ସମ୍ବିଧାନ ଭଳି ମହାନ ଉପହାର ବାବା ସାହେବଙ୍କରୁ ମିଳିଛି। ବାବା ସାହେବଙ୍କର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଓ ବିଚାରରୁ ପ୍ରେରଣା ନେଇ ଭାରତ ଏବଂ ଭାରତର ଲୋକତନ୍ତ୍ର ନୂଆ ଉଚ୍ଚତାକୁ ଛୁଇଁଛି । ସମାନତା, ସ୍ଵାଧୀନତା ଓ ବନ୍ଧୁତ୍ୱର ଯେଉଁ ପରିକଳ୍ପନା ବାବା ସାହେବ ଦେଶ ସାମ୍ନାରେ ରଖିଥିଲେ, ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ସାକାର କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ସମ୍ବଲପୁର ଠେଲକୋପଡ଼ା ଠାରେ ଭାରତୀୟ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ସ୍ଥାନୀୟ ଜନସାଧାରଣ ଏବଂ ଦଳୀୟ କାର୍ୟ୍ୟକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ସେ କହିଛନ୍ତି ଡକ୍ଟର ଆମ୍ବେଦକର ଜଣେ ଜନନାୟକ ଥିଲେ । ଆଜି ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି…
ଭୁବନେଶ୍ୱର: ଭାରତର ମହାନ୍ ସମ୍ବିଧାନର ଜନକ ଭାରତ ରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ତ୍ୟାଗ ଓ ଆଦର୍ଶ ଦେଶ ପାଇଁ ସର୍ବଦା ଆଲୋକବର୍ତ୍ତିକା ହୋଇ ରହିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଆଜି ରାଜଭବନର ଅଭିଷେକ ହଲ୍ଠାରେ ଡ. ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ଆମ୍ବେଦକରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ରାଜ୍ୟପାଳ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଯୋଗଜନ୍ମା ବାବାସାହେବ ଡ. ଆମ୍ବେଦକର ନବ ଭାରତର ଅନ୍ୟତମ ନିର୍ମାତା ଓ ଭାରତର ମହାନ ସମ୍ବିଧାନର ଜନକ । ଚିଠା କମିଟିର ଅଧ୍ୟକ୍ଷ ଭାବେ ବିଶ୍ୱର ସର୍ବବୃହତ ସମ୍ବିଧାନ ପ୍ରଣୟନରେ ତାଙ୍କର ବିଗବତ୍ତା, ତ୍ୟାଗ, ନିଷ୍ଠା ଓ ସମର୍ପଣ ତାଙ୍କୁ ଚିର ଅମର କରି ରଖିବ । ତତ୍କାଳୀନ ସମାଜରେ ରହିଥିବା ଅସମାନତା, ଅସ୍ପୃଶ୍ୟତା ଦୂର କରି ଏକ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିସାରରୁ ଅଯୋଧ୍ୟାକୁ ବାଣିଜ୍ୟିକ ବିମାନ ଉଡ଼ାଣକୁ ପତାକା ଦେଖାଇବା ସହ ହିସାର ବିମାନବନ୍ଦରରେ ଟର୍ମିନାଲ-2 କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 410 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ନୂତନ ଟର୍ମିନାଲ ପ୍ରକଳ୍ପରେ ଏକ ଆଧୁନିକ ଯାତ୍ରୀ ଟର୍ମିନାଲ, କାର୍ଗୋ ସୁବିଧା ଏବଂ ବିମାନ ଯାତାୟାତ ନିୟନ୍ତ୍ରଣ କୋଠା ରହିବ। ପ୍ରଧାନମନ୍ତ୍ରୀ କହିଛନ୍ତି, 2014 ପୂର୍ବରୁ, ଭାରତରେ ମାତ୍ର 74 ଟି ବିମାନବନ୍ଦର ଥିଲା ଏବଂ ଏହି ସଂଖ୍ୟା ଏବେ 150 ଅତିକ୍ରମ କରିଛି। ସେ କେନ୍ଦ୍ରର UDAN ଯୋଜନାର ସଫଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯାହା ହଜାର ହଜାର ଭାରତୀୟଙ୍କୁ ପ୍ରଥମ ଥର ପାଇଁ ବିମାନ ଯାତ୍ରା କରିବାକୁ ସକ୍ଷମ କରିଛି। ଏହି ଅବସରରେ ଭାଷଣ ଦେଇ ହରିୟାଣ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି କହିଛନ୍ତି ଯେ, ବିମାନ ସେବା ଆରମ୍ଭ ହେବା ଦ୍ୱାରା ଆଞ୍ଚଳିକ ବାଣିଜ୍ୟ, ପର୍ଯ୍ୟଟନ ଏବଂ ନିବେଶ…

