Author: Samikhsya Bureau

ସମୀକ୍ଷା ବ୍ୟୁରୋ: ଆନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ (ଏଫଆଇଭିବି) ୨୦୨୪-୨୦୨୮ ଅଲିମ୍ପିକ୍ ଚକ୍ର ପାଇଁ ଇଶା ଅମ୍ବାନୀ ଏବଂ ଲୁଇସ୍ ବାୱଡେନ୍ ଙ୍କୁ ଏହାର ପ୍ରଶାସନିକ ବୋର୍ଡରେ ନିଯୁକ୍ତି ଘୋଷଣା କରି ଗର୍ବିତ, ଯାହା ସଂଗଠନର ସର୍ବୋଚ୍ଚ ସ୍ତରରେ ତାଜା ଦୃଷ୍ଟିକୋଣ, ବ୍ୟବସାୟିକ ବୁଦ୍ଧି ଓ କୌଶଳ ଏବଂ ଖେଳାଳି ପ୍ରତିନିଧିତ୍ୱ ଆଣିଛି। ଈଶା ଅମ୍ବାନୀ ଏଫଆଇଭିବି ବୋର୍ଡରେ ସଂଖ୍ୟାଲଘୁ ଲିଙ୍ଗ ବର୍ଗର ପ୍ରତିନିଧିତ୍ୱ କରୁଥିବା ନିଯୁକ୍ତ ସଦସ୍ୟ ଭାବରେ ଯୋଗଦାନ କରିଛନ୍ତି। ବ୍ୟବସାୟ ଜଗତର ନେତୃତ୍ୱ ନେଉଥିବା ସଫଳ ବ୍ୟକ୍ତି ଭାବରେ ଇଶା ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନେତୃତ୍ୱର ଏକ ଅଂଶ ଏବଂ ରିଲାଏନ୍ସ ରିଟେଲ୍ ସମେତ ଅନେକ ଗ୍ରୁପ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେଠାରେ, ସେ କମ୍ପାନୀର ବ୍ୟାପକ ଅଭିବୃଦ୍ଧିର ନେତୃତ୍ୱ ନେଇଛନ୍ତି ଏବଂ ପ୍ରମୁଖ ଡିଜିଟାଲ୍ ଏବଂ ଇ-କମର୍ସ ପଦକ୍ଷେପଗୁଡିକୁ ଆଗକୁ ବଢାଉଛନ୍ତି। ଏଥିସହିତ, ଇଶା ଅମ୍ବାନୀ କମ୍ପାନୀର ବିବିଧତା ଏବଂ ଅନ୍ତର୍ଭୁକ୍ତିକରଣ…

Read More

ବାଲୁଗାଁ: ଆଜି ଖୋର୍ଦ୍ଧା ନିକଟସ୍ଥ ବାଲୁଗାଁ ଷ୍ଟେସନରେ ଏକ ଅଘଟଣ ଘଟିଛି। ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଯାଇଛି। ତେବେ ନିଆଁକୁ ଆୟତ କରିବା ପାଇଁ ବାଲୁଗାଁ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି। କିଛି ସମୟ ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଥିବାର ଜଣାପଡିଛି। ଫଳରେ ଏକ ବଡ ଦୁର୍ଘଟଣାରୁ ଟ୍ରେନଟି ଅଳ୍ପକେ ରକ୍ଷା ପାଇଛି। ଘଟଣାରୁ ଜଣାପଡିଛି ଯେ, ବିଶାଖାପାଟନମରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ବଗିରେ ନିଆଁ  ଲାଗି ଧୂଆଁ ବାହାରୁଥିଲା। ବାଲୁଗାଁ ପୂର୍ବରୁ ଚିଲିକା ଷ୍ଟେସନରେ ଏହା ଜଣାପଡିବା ପରେ ଟ୍ରେନଟିକୁ ବାଲୁଗାଁ ଷ୍ଟେସନର ୪ ନଂ ପ୍ଲାଟଫର୍ମ ଅଟକା ଯାଇ ନିଆଁକୁ ଲିଭାଯାଇଥିଲା। ତେବେ ଅତ୍ୟଧିକ ଖରା ଯୋଗୁଁ କୋଇଲା କୁ କୋଇଲା ଘଷି ହେବା ଫଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Read More

ସମୀକ୍ଷା ବ୍ୟୁରୋ: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବିବାଦୀୟ ୱାକଫ (ସଂଶୋଧନ) ଆଇନ 2025 ବିରୋଧରେ ଚାଲିଥିବା ପ୍ରତିବାଦ ଉଗ୍ରରୂପ ଧାରଣ କରିଛି। ଏହି ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି ବୋଲି ପୋଲିସ ଶନିବାର କହିଛି। ଶୁକ୍ରବାର ମୁସଲିମ ବହୁଳ ମୁର୍ଶିଦାବାଦ ଜିଲ୍ଲାରେ ଘଟିଥିବା ହିଂସା ଘଟଣାରେ 118 ଜଣଙ୍କୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ତାଙ୍କ ରାଜ୍ୟ ୱାକଫ (ସଂଶୋଧନ) ଆଇନ ଲାଗୁ କରିବ ନାହିଁ। “ଆମେ ଏହି ପ୍ରସଙ୍ଗରେ ଆମର ସ୍ଥିତି ସ୍ପଷ୍ଟ କରିଛୁ – ଆମେ ଏହି ଆଇନକୁ ସମର୍ଥନ କରୁନାହୁଁ। ଏହି ଆଇନ ଆମ ରାଜ୍ୟରେ ଲାଗୁ ହେବ ନାହିଁ। ତେବେ ଦଙ୍ଗା କ’ଣ ପାଇଁ?” ସେ X ରେ ଏକ ପୋଷ୍ଟରେ କହିଛନ୍ତି। ସଂଖ୍ୟାଲଘୁ ବହୁଳ ମୁର୍ଶିଦାବାଦ ଜିଲ୍ଲାରେ, ୱାକଫ ଆଇନ ବିରୋଧରେ ଗତ କିଛି ଦିନ ଧରି ପ୍ରତିବାଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ…

Read More

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ବୁଧବାର ଥିଲା ସପ୍ତମ ଦିବସ। ରୀତିନୀତି ଅନୁଯାୟୀ, ବୁଧବାର ମାଉସୀ ମାଆଙ୍କ ଘରେ ପହଞ୍ଚିଥିଲେ। ସନ୍ଧ୍ୟା ଆଳତି ପରେ ପ୍ରଥମେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା। ମା’ ଅସ୍ଥାୟୀ ମଣ୍ଡପରୁ ବାହାରି ପ୍ରଥମେ ରାଜବାଟିକୁ ଯାଇଥିଲେ । ସେଠାରୁ ବଡ଼ ବଜାର ହୋଇ ଜଉରା ସାହି ସ୍ଥିତ ମାଉସୀ ମାଆଙ୍କ ଘରେ ପହଞ୍ଚିଥିଲେ। ମାଉସୀଙ୍କ ଘରେ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା। ମାଉସୀ ମା’ ଘରକୁ ଝିଅ ଯାଇଥିବା ହେତୁ ବିଭିନ୍ନ ପ୍ରକାର ମେଲାଣି ଦିଆଯାଇଥିଲା। ସଂପୂର୍ଣ ଯାତ୍ରା ଭିତରେ ମା’ ସର୍ବମୋଟ ୩ ଥର ମାଉସୀ ମା’ଙ୍କ ଘରକୁ ଯାଇଥାନ୍ତି। ସେଠାରେ ପିଠା ପଣା ଆଦି ଭୋଗ ଲାଗିଥିଲା ।   ସେଠାରୁ ମାଁଙ୍କ ଘଟ ଖାସ୍‌ପା ସାହି ପରକ୍ରମା କରିଥିଲା ସେଠାରେ ହରି ଅର୍ଜୁନ ରଥକୁ ନିମନ୍ତ୍ରଣ କରା ଯାଇଥିଲା। ସେହିଭଳି ନୃସିଂହ ମନ୍ଦିର ସାହି…

Read More

ଭୁବନେଶ୍ବର: ସିଧା ନୁହେଁ ପାଣ୍ଡିଆନଙ୍କୁ ଟିକିଏ ବଙ୍କେଇ ମାରିଲେ ଚାଲକ ଚତୁର ବିଧାୟକ ଅରୁଣ ସାହୁ। ଆଜି ସେ କହିଛନ୍ତି ଦଳ ଭିତରେ ସଂସ୍କାର ଆସିବା ଦରକାର। ରାସ୍ତାରେ ଚାଲୁଚାଲୁ କିଛି ଭୁଲ ହୋଇଯାଏ। ହେଲେ ସେଥିରେ ସୁଧାର ଆଣିବା ଦରକାର। ବର୍ତ୍ତମାନ ସମୟ ଆସିଛି ବିଜେପିକୁ ବିରୋଧ କରିବା। ନଚେତ ଲୋକେ ଆମକୁ କ୍ଷମା କରିବେ ନାହିଁ। ଅରୁଣଙ୍କ ଏହି ବକ୍ତବ୍ୟକୁ ନେଇ ରାଜ୍ୟ ରାଜନୀତି ହୁଲୁସ୍ତୁଲ ହୋଇଛି। କାରଣ ଅରୁଣ ସାହୁ ବିଜେଡିର ଜଣେ ଟାଣୁଆ ନେତା। ସେ ସିଧା ନ କହିଲେ ମଧ୍ୟ ତାଙ୍କ କଥାରୁ ସ୍ପଷ୍ଟ ହୋଇଛି ଯେ, ସେ ପାଣ୍ଡିଆନଙ୍କୁ ବିରୋଧ କରୁଛନ୍ତି। କାରଣ ଦଳରେ ସଂସ୍କାର ନାହିଁ ବୋଲି କହିବା ଅର୍ଥ ଦଳ ଠିକ ଚାଲି ନାହିଁ। ସେହିପରି ବିଜେପିକୁ ବିରୋଧ କରିବା ଅର୍ଥ କାହିଁକି ୱାକଫ ବିଲକୁ ସମର୍ଥନ କଲ। ଅରୁଣଙ୍କ ଏହି ବକ୍ତବ୍ୟକୁ ନେଇ ବିଜେଡି ଭିତରେ ବେଶ ଚର୍ଚ୍ଚା…

Read More

ଭୁବନେଶ୍ୱର: ମା’ ସୁନଦେଇ ପ୍ରଡକ୍ସନ ଓ ବି.କେ କ୍ରିଏସନ ଓଡ଼ିଆ ତରଫରୁ ଭୁବନେଶ୍ୱର ଆଇଆରସି ଭିଲେଜସ୍ଥିତ ଡି ବ୍ରେକ କାଫେରେ ଏକ ସୁନ୍ଦର ଓଡ଼ିଆ ଆଧୁନିକ ଆଲବମ୍ ‘ତୋ ପାଖରେ ମନ ହଜେଇ’ର ଅଡ଼ିଓ ରିଲିଜି ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ପ୍ରଯୋଜକ ବିବେକାନନ୍ଦ ବାରିକ, ପ୍ରଭାତୀ ବାରିକ, ଗାୟକ ସ୍ମୃତିପ୍ରତୀକ ଓ ସୁଜନ୍ୟା ରଥ, ସଙ୍ଗୀତ ଓ ଲେଖକ ରାଗ ନାୟକଙ୍କ ସମେତ ବହୁ ଜ୍ଞାନୀଗୁଣି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ। ଶେଷରେ ପ୍ରଯୋଜକ ନନ୍ଦ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଆଗକୁ ଆହୁରି ସୁନ୍ଦର ଭଜନ ଓ ହାସ୍ୟରସ ଆଲବମ ଭେଟି ଦେବେ ବୋଲି ପ୍ରଯୋଜକ ଶ୍ରୀ ବାରିକ ସୂଚନା ଦେଇଛନ୍ତି ।

Read More

ସମୀକ୍ଷା ବ୍ୟୁରୋ: ଦେଶର ଲୋକପ୍ରିୟ ଥଣ୍ଡା ପାନୀୟ କାମ୍ପାକୋଲା ଦକ୍ଷିଣ ଭାରତୀୟ ସୁପରଷ୍ଟାର ରାମ ଚରଣ ଏହାର ନୂତନ ବ୍ରାଣ୍ଡ ଆମ୍ବାସାଡର ହେବା ନେଇ ଘୋଷଣା କରିଛି। କାମ୍ପା ପୂର୍ବରୁ ଯୁବପିଢ଼ିଙ୍କ ପ୍ରିୟ ରହିଛି ଏବଂ ରାମ ଚରଣଙ୍କ ଯୋଡି ହେବ ସହିତ ଏହାର ନୂତନ ଅଭିଯାନ ହେଉଛି – କାମ୍ପା ଵାଲା ଜିଦ୍। ଏହା ସେହି ଜିଦର କାହାଣୀ ଯାହା ଜଣଙ୍କୁ ସାଧାରଣରୁ ବିଶେଷ କରିପାରେ। ଏହା ସେହି ଯୁବପିଢ଼ିଙ୍କ କାହାଣୀ ଯେଉଁମାନେ ପ୍ରତିଦିନ ଆହ୍ୱାନ ସହିତ ଲଢ଼ିଥାନ୍ତି, ପଡ଼ିଥାନ୍ତି, ଉଠିଥାନ୍ତି ଏବଂ ତା’ପରେ ଜିଦର ସହିତ ଆଗକୁ ବଢି଼ଥାନ୍ତି। କାମ୍ପାର ଏହି ନୂତନ ଅଭିଯାନ ସେମାନଙ୍କ ଏହି ମନୋଭାବକୁ ସଲାମ କରୁଛି। ମାକେନ ୱାର୍ଲ୍ଡ ଗ୍ରୁପ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ ସିଇଓ ପ୍ରସୂନ ଜୋଶୀ କୁହନ୍ତି, ” ‘କାମ୍ପା ୱାଲି ଜିଦ୍’ ଅଭିଯାନ ମାଧ୍ୟମରେ, ଆମେ ଏଭଳି ଏକ ସତ୍ୟ ଉପସ୍ଥାପନ କରିବାକୁ ଚାହୁଁଥିଲୁ ଯାହା ଆମ ଯୁବପିଢ଼ିଙ୍କ…

Read More

ଭୁବନେଶ୍ବର: ପୂର୍ବତନ ବିଜେଡି ନେତା ତଥା ବର୍ତ୍ତମାନର ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ନବୀନ ଏବଂ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଚିଲିକାରୁ ଟିକେଟ ପାଇଁ ଆଶାୟୀ ଥିଲି, ହେଲେ ପାଣ୍ଡିଆନ ସାଲିସ କରି ମୋର ଟିକେଟ କାଟିଦେଲେ। ଏ କଥା ଖୋଲମଖୋଲା କହିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଆଜି ଗଣମାଧ୍ୟମକୁ ନିଜର ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ, ପାଣ୍ଡିଆନ ଯୋଗୁଁ ବିଜେଡି ହାରିଲା,ପାଣ୍ଡିଆନ ଯୋଗୁଁ ବିଜେଡି ବୁଡିବ। ଚିଲିକାରେ ପାଣ୍ଡିଆନ ସାଲିସ କରି ଟିକେଟ କାଟିଦେଲେ ବୋଲି ପାଟ୍ଟଶାଣୀ କହିଛନ୍ତି। ହେଲେ ସେ ସାଲିସ କଣ ତାହା କହି ନାହିଁନ୍ତି। ଗତ ନିର୍ବାଚନରେ ବିଜେଡି ରଘୁନାଥ ସାହୁଙ୍କୁ ଟିକେଟ ଦେଇଥିଲା। ହେଲେ ସେ ହାରିଗଲେ। କିନ୍ତୁ ପାଣ୍ଡିଆନଙ୍କ ସାଲିସ କଣ, ସେ ରଘୁନାଥ ସାହୁଙ୍କ ସହିତ କିଛି ସାଲିସ କରିଛନ୍ତି କି? ତାହା ସେ ସ୍ପଷ୍ଟ କରି ନ ଥିଲେ। ହେଲେ ସେତେବେଳେ…

Read More

ଭୁବନେଶ୍ବର: ଗୁଜରାଟର ଅହମଦାବାଦ ଠାରେ ଅନୁଷ୍ଠିତ ଏଆଇସିସି ଅଧିବେଶନ ରେ ଏବଂ ସାବରମତୀ ଆଶ୍ରମ ରେ ଅନୁଷ୍ଠିତ ନ୍ୟାୟପଥ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ। ଏହି ଅବସରରେ ଭୁବନେଶ୍ୱର ବିମାନ ବନ୍ଦରଠାରେ ସାମ୍ବାଦିକ ଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଛନ୍ତି କି ଏଆଇସିସି ଅଧିବେଶନ ରେ ସାରା ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ଏଆଇସିସି ସଭ୍ୟ ମାନେ ଯୋଗଦେଇଥିଲେ।ସମସ୍ତେ ଜୋଷ ନେଇ ଫେରିଛନ୍ତି। ସଂକଳ୍ପ, ସମର୍ପଣ ଓ ସଦଭାବନାକୁ ନେଇ ସଂଘର୍ଷ କରିବା ଉପରେ ଆଲୋଚନା ହେଲା। ସାମାଜିକ ନ୍ୟାୟ କୁ ନେଇ ବ୍ୟାପକ ଭାବେ ଆନ୍ଦୋଲିତ କରିବାକୁ ନିଷ୍ପତି ନିଆଯାଇଛି। ଆମ ରାଜ୍ୟରେ ବୃଦ୍ଧି ପାଉଥିବା ନିର୍ଯ୍ୟାତିତ ମହିଳାଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ ସମସ୍ତ ବ୍ଲକରେ ୧୫ ତାରିଖ ଏବଂ ଜିଲ୍ଲା ସ୍ତରରେ ୨୧ ତାରିଖ ଦିନ ମଶାଲ ଯାତ୍ରା କରିବ କଂଗ୍ରେସ। ଆୟୁଷ୍ମାନ୍ ଯୋଜନା ଉପରେ ମତ…

Read More

ଭୁବନେଶ୍ବର: ଧିରେ ଧିରେ ବିଜେଡିର ଗୋଷ୍ଠୀ କନ୍ଦଳ ଏକ ସାଂଘାତିକ ସ୍ଥିତି ଆଡକୁ ଗତି କରିବାରେ ଲାଗିଛି। କାରଣ ଦିନକୁ ଦିନ ଦଳର ବରିଷ୍ଠ ନେତାମାନେ ଯେପରି ବିବୃତି ଦେବାରେ ଲାଗିଛନ୍ତି ତାହା ଦଳର କନ୍ଦଳକୁ ସ୍ପଷ୍ଟ ସୂଚାଇ ଦେଉଛି। ତେବେ ପୂର୍ବରୁ  ନେତାମାନେ ଦଳର ଆଭିମୁଖ୍ୟ ନେଇ ଅସନ୍ତୋଷ ଜାହିରୀ କରି ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲେ। ହେଲେ ବର୍ତ୍ତମାନ ପାଣ୍ଡିଆନଙ୍କ ସହ ନେତାମାନେ ସିଧା ଦଳର ସୁପ୍ରିମୋଙ୍କୁ ମଧ୍ୟ ଟାର୍ଗେଟ କଲେଣି। ଯାହାର ଜ୍ବଳନ୍ତ ଉଦାହର ହେଉଛି ପୂର୍ବତ୍ତନ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ମନ୍ତବ୍ୟ। ପ୍ରଫୁଲ ସିଧା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଦେ ଶୁଣେଇ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେ ହୋଟେଲରେ ବୈଠକ କଲେ କେହି ମନା କରିପାରିବେ ନାହିଁ। ସେ ନାଲି ଆଖିକୁ ଆମେ ଡରିବୁ ନାହିଁ। ଆମ ଇଚ୍ଛା ଆମେ ଯେଉଁଠି ଚାହିଁବୁ ସେଠି ବସିବୁ। ଏଥିପାଇଁ କାହାର ଅନୁମତି ନେବା ଆବଶ୍ୟକ…

Read More

କଟକ: ଶେଷରେ ବହୁ ବାଦବିବାଦ ପରେ ଓଡିଶାରେ ଲାଗୁ ହୋଇଛି ଆୟୁଷ୍ମାନ ଯୋଜନା। ଏଥିସହିତ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାକୁ ମଧ୍ୟ ଲାଗୁ କରାଯାଇଛି। କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ଏକ ବିଶାଳ ସମାବେଶରେ ଏହାର ଶୁଭାରମ୍ଭ କରାଯାଇଛି। ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ପ୍ରଭାତୀ ପରିଡା, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗଦେଇଥିଲେ। ସେହିପରି କଟକ ସାଂସଦ ଭର୍ତ୍ତୁହରି ମହତାବ, କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା, ଜଗତସିଂହପୁର ସାଂସଦ ବିଭୂ ତରାଇଙ୍କ ସହିତ ବିଧାୟକମାନେ ମଧ୍ୟ ସାମିଲ ହୋଇଥିଲେ।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକାଥରେ ୨୯ ଜଣ ବରିଷ୍ଠ ଓଏଏସଙ୍କୁ ପଦନ୍ନୋତି କରିଛନ୍ତି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ହୋଇଛି। ସେମାନେ ପୂର୍ବରୁ ସୁପରିୟର ଆଡମିନିଷ୍ଟ୍ରେଟିଭ ଗ୍ରେଡରେ କାମ କରୁଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ଉନ୍ନତି କରାଯାଇଛି। ସେମାନେ ହେଲେ ତେବେ ଏହି ଅଧିକାରୀଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ନିଜ ବିଭାଗରେ ରହି ପଦନ୍ନୋତି ପାଇଛନ୍ତି। ତେବେ ମାତ୍ର ଜଣଙ୍କୁ ପଦନ୍ନୋତି ପରେ ଅନ୍ୟ ବିଭାଗକୁ ବଦଳି କରାଯାଇଛି।

Read More

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜାନୁଆରୀ ପହିଲା ୨୦୨୫ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଏପ୍ରିଲ ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍‌ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଏପ୍ରିଲ ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।

Read More

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ଛେନାପୋଡ ଦିବସ। ଏପ୍ରିଲ ୧୧ ତାରିଖରେ ଓଡିଶାର ବିଭିନ୍ନ ସଂଗଠନ ତରଫରୁ ଧୂମଧାମରେ ଏହି ଦିବସ ପାଳନ କରାଯାଉଛି। ତେବେ କଣ ପାଇଁ ଏହିଦିନ ଛେନାପୋ଼ ଦିବସ କରାଯାଉଛି ତା ପଛରେ ରହିଛି ଏକ ତଥ୍ୟ। ତାହା ହେଲା ଛେନାପୋ଼ର ଜନକ ବୋଲି କୁହାଯାଉଥିବା ସୁଦର୍ଶନ ସାହୁଙ୍କର ଆଜି ହେଉଛି ଜନ୍ମଦିନ। ସେଥିପାଇଁ ତାଙ୍କର ଜନ୍ମଦିନକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଇଥାଏ। ନୟାଗଡ ଜିଲ୍ଲା ଦଶପଲ୍ଲାର ସୁଦର୍ଶନ ସାହୁ ନାମକ ଜଣେ ଛୋଟ ଦୋକାନୀ ୧୯୪୭ ମସିହା ପୂର୍ବରୁ ଛେନାପୋଡ ପ୍ରସ୍ତୁତ କରୁଥିବାର ପ୍ରମାଣ ରହିଛି। ତାଙ୍କରି ଜନ୍ମ ଦିନକୁ ମନେ ପକାଇବା ପାଇଁ କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଏପ୍ରିଲ ୧୧ ତାରିଖ ଦିନ ପାଳିତ ହେଉଛି ବିଶ୍ୱ ଛେନାପୋଡ ଦିବସ। ଏହି ଦିବସକୁ ଧୁମ୍‌ଧାମରେ ପାଳନ କରିବା ସହିତ ଓଡିଶାର ପାରମ୍ପାରିକ ଖାଦ୍ୟ ଛେନାପୋଡକୁ ସମଗ୍ର ବିଶ୍ୱରେ ଆଦୃତ କରାଇବା…

Read More

ଭୁବନେଶ୍ବର: କିଛିଦିନ ବ୍ୟବଧାନ ପରେ ଆଜି ପୁଣି ଥରେ ପୋଲିସ କରିଛି ଏନକାଉଣ୍ଟର। ଏଥର ନିଶା ମାଫିଆକୁ କରାଯାଇଛି ଟାର୍ଗେଟ। ତାଙ୍କ ନାମ ହେଉଛି ଶେଖ୍ ଜାମସେଦ। ଗତକାଲି ବିଳମ୍ବିତ ରାତିରେ ସେ ପୋଖରୀପୁଟରୁ ଖଣ୍ଡଗିରି ଯାଉଥିବା ବେଳେ ପୋଲିସ ପିଛା କରି କାବୁ କରିବାକୁ ଚେଷ୍ଠା କରିଥିଲା। ହେଲେ ସେ ପୋଲିସ ଉପରକୁ ଗୁଳି ଚଳାଇ ଖସିିଯିବାକୁ ବସିଥିଲା। ଏହାପରେ ପୋଲିସ ତରଫରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଫଳରେ ଶେଖର ଗୋଡରେ ଦୁଇଟି ଗୁଳି ବାଜିଛି। ତାହାର ଚିକିତ୍ସା ପାଇଁ ତାକୁ ଏମସ ହସପିଟାଲରେ ଭର୍ତ୍ତି କରାଯାଇଛି। ତା ପାଖରୁ କୋଡିଏ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହିତ ଏକ ମାଉଜର ଜବତ କରାଯାଇଛି। ଜାମସେଦ ନାମରେ କଟକ ଭୁବନେଶ୍ବରର ବିଭିନ୍ନ ଥାନାରା ମାମଲା ରହିଥିବାର ଜଣପଡିଛି।

Read More

ଭୁବନେଶ୍ବର: ବିଜେଡି ନେତାମାନେ ଦଳ ଭିତରେ ରହି ଅସନ୍ତୁଷ୍ଠ ହୋଇପଡିଲେଣି। ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ହାବଭାବ ଦେଖି ସେମାନେ ବିତଃସ୍ପ୍ରୁହ। ଖୁବ ଶିଘ୍ର ସେମାନେ ନବୀନ ପାଣ୍ଡିଆନଙ୍କୁ ଛାଡି ନୂଆ ଦଳ ଗଠନ କରିବେ। ଏହିପରି ଏକ ଭବିଷ୍ୟବାଣୀ କରିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସେ କହିଛନ୍ତି ଯେ ଦଳର ପ୍ରାୟ ନବେ ଭାଗ ନେତା ଏହି ନୂଆ ଦଳରେ ମିଶିବେ। ସେମାନଙ୍କର ଦୁଇ ତିନୋଟି ବୈଠକ ସରିଯାଇଛି ବୋଲି ପ୍ରଦୀପ କହିଛନ୍ତି। ବର୍ତ୍ତମାନ ଏହି ବିଜେଡି ନେତାମାନେ ଅନୁଭବ କରିସାରିଲେଣି ଯେ, ନବୀନଙ୍କଠାରୁ ପାଣ୍ଡିଆନଙ୍କୁ ଅଲଗା କରିହେବ ନାହିଁ। ନବୀନ କିଛି ବୁଝୁ ନାହାଁନ୍ତି। ପଣ୍ଡିଆନ କଥାରେ ସେ ପରିଚାଳିତ ହେଉଛନ୍ତି। ଯାହା ଫଳରେ ଦଳରେ ଅସନ୍ତୋଷ କୁହୁଳିବାରେ ଲାଗିଛି ବୋଲି ପ୍ରଦୀପ କହିଛନ୍ତି। ସେହିପରି ସେ କହିଛନ୍ତି ଯେ, ବର୍ତ୍ତମାନ ୱାକଫ ବିଲ୍ ପରେ ବିଜେଡିର ଯାହା ସବୁ ଘଟୁଛି ତାହା କେବେ ପୂର୍ବରୁ ଘଟି…

Read More

ଭୁବନେଶ୍ବର: ଗତକାଲି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ନେଇ ଯାହା କହିଲେ ତାହାକୁ ନେଇ ଆଜି ବିସ୍ପୋରଣ କରିଛନ୍ତି ସେ। ସିଧାସିଧା ସେ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନରେ ସେ କହିଛନ୍ତି, ଗତକାଲି ନବୀନ ମୋ ସଂପର୍କରେ ଯାହା କହିଲେ ତାହା ମିଛ। ତାଙ୍କ ମୁହଁରେ ପାଣ୍ଡିଆନ ମିଛ କୁହାଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଗତକାଲି ନବୀନ ପ୍ରଭାତ ତ୍ରିପାଠୀ ଦଳର କିଛି ନୁହଁନ୍ତି, ସେ ଚିଟଫଣ୍ଡ ଦୁର୍ନିତିରେ ଜେଲ ଯାଇଥିଲେ, ତାଙ୍କୁ ଦଳ ବହିସ୍କାର କରିଛି। ତାହାର ଯବାବରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ନବୀନ ମିଛ କହିଛନ୍ତି। ମୋର ଚିଟ ଫଣ୍ଡ ସଂପୃକ୍ତି ନେଇ ରାୟ ପ୍ରକାଶ ପାଇ ନାହିଁ। ମୁଁ ଦୋଷି କି ନାହିଁ ତାହା ଜଣାପଡି ନାହିଁ। ସେଥିପାଇଁ ଦଳ ମୋତେ ଯେଉଁ ନିଲମ୍ବନ କରିଥିଲା ତାହା ପ୍ରତ୍ୟାହାର କରିଦେଇଛି। ଏହାପରେ…

Read More

ନୂଆଦିଲ୍ଲୀ: ଆଜି ବିଦେଶ ଗସ୍ତରୁ ଫେରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ତାଙ୍କୁ ନେଇ ବର୍ତ୍ତମାନ ବିଜେଡିରେ ଝଡ ଦେଖାଦେଇଛି। ପ୍ରକୃତରେ ସସ୍ମିତଙ୍କୁ କିଏ କହିଲା ଟୁଇଟ କରିବା ପାଇଁ, କାହିଁକି ମ ବଦଳିଲା ସେ ନେଇ ତାଙ୍କରମନ୍ତବ୍ୟକୁ ଅପେକ୍ଷା କରାଯାଇଛି। ଯେହେତୁ ସେ ବିଦେଶରେ ଥିଲେ ସେଥିପାଇଁ ତାଙ୍କର ମତାମତ ଜଣାପଡି ନାହିଁ। ଏପରକି ସସ୍ମତି ବିଦେଶରୁ ଫେରିବା ପରେ ସେ ଏପରି କାହିଁକି କଲେ ତାଙ୍କୁ ପଚରାଯିବ ବୋଲି ବିଜେଡି ନେତାମାନେ ମଧ୍ୟ କହିଛନ୍ତି। ହେଲେ ଆଜି ସସ୍ମିତ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏ ନେଇ ଗଣମାଧ୍ୟମ ଘେରିଯାଇଥିଲା। ହେଲେ ସସ୍ମିତି କିଛି କହି ନ ଥିଲେ। ସେ କହିଥିଲେ ଯେ, ଦଳ ନିର୍ଦ୍ଦେଶ ନ ଦେବା ପର୍ଯ୍ୟନ୍ତ ମୁଁ କିଛି କହିପାରିବି ନାହିଁ। ବାରମ୍ବାର ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ନ ଦେଇ ଚାଲିଯାଇଥିଲେ।

Read More

ଭୁବନେଶ୍ବର: ଗତକାଲି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମହାନ ଚରଣ ମାଝୀ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଭେଟି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ବୈଠକରେ ମୁଖ୍ୟ ଭାବେ ନୂଆ ଅପରାଧୀକ ଆଇନ ରୂପାୟଣ, ସାଇବର ଅପରାଧ ଦମନ, ନକ୍ସଲ ସମସ୍ୟା ନିରାକରଣ ଏବଂ ଓଡିଶାକୁ ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ରାଜ୍ୟ ଭାବେ ଗଢ଼ି ତୋଳିବା ଉପରେ ଜୋର ଦିଆଯାଇଛି। ସେହି ବୈଠକରେ ଯେଉଁ ବିଷୟରେ ଆଲୋଚନା ହୋଇଛି ତାହା ହେଲା.. ଓଡିଶାରେ ଆଗାମୀ ଦିନରେ ୧୨,୦୦୦ ନୂଆ ପୋଲିସ ନିଯୁକ୍ତି। ୨୦ଟି ସାଇବର ପୋଲିସ ଷ୍ଟେସନ ଖୋଲାଯିବ। ପ୍ରତ୍ୟେକ ପୋଲିସ ଷ୍ଟେସନରେ କ୍ରାଇମ ସିନ ଅଫିସର ନିଯୁକ୍ତ। ସବୁ ସବ୍-ଡିଭିଜନରେ ଫରେନ୍ସିକ ଭେହିକଲ ରଖାଯିବ। ଓଡିଶା ସାଇବର କ୍ରାଇମ କମାଣ୍ଡ ସେଣ୍ଟର ସ୍ଥାପନ ହେବ। ନକ୍ସଲ ଦମନ ପାଇଁ ମାଇକ୍ରୋ ପ୍ଲାନିଂ ଏବଂ ଆକ୍ସନ ପ୍ଲାନ ପ୍ରସ୍ତୁତ। ଏହାସହିତ…

Read More

ଭୁବନେଶ୍ବର: ନୂଆଦିଲ୍ଲୀରେ ଆୟୋଜିତ ଇନଭେଷ୍ଟ ଓଡିଶା ସମ୍ମିଳନୀ ଶେଷ କରି ଆଜି ରାତିରେ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ବିମାନ ବନ୍ଦରରେ ସେ ସାମ୍ବାଦିକଙ୍କୁ ତାଙ୍କର ଗସ୍ତ ସଫଳତା ସଂପର୍କରେ କହିଛନ୍ତି। ସେ କହିଲେ ଯେ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ଉତ୍କର୍ଷ ଓଡିଶା ପରେ ନୂଆ ଦିଲ୍ଲୀରେ IOCL ସହିତ ଆମର MoU ଦ୍ୱିତୀୟ ଐତିହାସିକ ପଦକ୍ଷେପ। ଏପ୍ରିଲ 7 ଓ 8, ଏହି ଦୁଇ ଦିନ ଧରି, ମୁଁ HCL Technologyର ନୋଇଡା ସ୍ଥିତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ଦିଲ୍ଲୀରେ ଅନେକ ଶିଳ୍ପପତିଙ୍କ ସହିତ ଆଲୋଚନା କରିଛି । HCL କୁ ମୁଁ ଓଡ଼ିଶାରେ କ୍ୟାମ୍ପସ୍‍ କରିବା ପାଇଁ ପ୍ରସ୍ତାବ ଦେଇଛି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ସକରାତ୍ମକ ମତାମତ ମିଳିଛି। ମୋ ପାଇଁ ସବୁଠୁ ଖୁସିର କଥା ହେଉଛି ଶିଳ୍ପପତି ଓ ପୁଞ୍ଜିନିବେଶକାରୀଙ୍କ ମଧ୍ୟରେ ଓଡିଶାକୁ ନେଇ ଖୁବ୍‍ ଆଗ୍ରହୀ ଅଛନ୍ତି…

Read More

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ରାଜ୍ୟରେ ତିନୋଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତାକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ପୁଲିସ, କାରାଗାର, ଅଦାଲତ, ଦଣ୍ଡବିଧାନ ଏବଂ ଫରେନ୍ସିକ୍ ସମ୍ବନ୍ଧୀୟ ବିଭିନ୍ନ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଏବଂ ବର୍ତ୍ତମାନର ସ୍ଥିତି ସମୀକ୍ଷା କରାଯାଇଥିଲା। ବୈଠକରେ କେନ୍ଦ୍ର ଗୃହ ସଚିବ, ଓଡ଼ିଶାର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋର ମହାନିର୍ଦ୍ଦେଶକ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ସରକାର ଆଗାମୀ ଛଅ ମାସ ମଧ୍ୟରେ ପ୍ରଶାସନର ସମସ୍ତ ସ୍ତରରେ ନୂତନ ଅପରାଧିକ…

Read More