ଭୁବନେଶ୍ୱର: ରାଜ୍ୟରେ ଦୁର୍ଘଟଣା ଓ ତଦଜନିତ ମୃତୁ୍ୟସଂଖ୍ୟା ହ୍ରାସକୁ ପ୍ରାଧାନ୍ୟ ଦେଇଛି ବାଣିଜ୍ୟ ଓ ପରିବହନ ବିଭାଗ। ବିଶେଷକରି ଗ୍ରାମାଞ୍ଚଳ ଓ ଅଧିକ ଦୁର୍ଘଟଣାପ୍ରବଣ ଜିଲ୍ଲା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏ ସଂକ୍ରାନ୍ତରେ ଆଗକୁ ପଦକ୍ଷେପ ନେବା ଲକ୍ଷ୍ୟରେ ଆଇଆଇଟି ମାଡ୍ରାସର ପ୍ରତିନିଧିଙ୍କ ସହ ଖାରବେଳ ଭବନରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ ପରିବହନ କମିସନର ଅମିତାଭ ଠାକୁର ଆଲୋଚନା କରିଛନ୍ତି। ଆଇଆଇଟି ମାଡ୍ରାସ ପକ୍ଷରୁ ସେଣ୍ଟର ଅଫ ଏକସିଲେନ୍ସ ଫର ରୋଡ଼୍ ସେଫଟିର ମୁଖ୍ୟ ଡ. ଭେଙ୍କଟେଶ ବାଲାସୁବ୍ରମଣ୍ୟମ ବିସ୍ତୃତ ଭାବେ ତାଙ୍କର ମତାମତ ଉପସ୍ଥାପିତ କରିଥିଲେ। ଆଧୁନିକ ଜ୍ଞାନକୌଶଳ ଓ ସୁବ୍ୟବସ୍ଥିତ ଢଙ୍ଗରେ ସଡ଼କ ସୁରକ୍ଷା କାର୍ଯ୍ୟକୁ କିଭଳି ପରିଚାଳନା କରାଯିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଦୁର୍ଘଟଣା କାହିଁକି ଘଟୁଛି, କିପରି ଏହାକୁ କମ କରାଯାଇପାରିବ, ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ କିଭଳି ରକ୍ଷା କରାଯାଇପାରିବ ସେ ଦିଗରେ ଆଲୋଚନା ହୋଇଥିଲା। ସଡ଼କ ବ୍ୟବହାରକାରୀଙ୍କୁ…
Author: Samikhsya Bureau
ଭୁବନେଶ୍ବର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସହ ସାକ୍ଷାତ କଲେ ଜାପାନୀ ପ୍ରତିନିଧି ଦଳ । ଓଡ଼ିଶାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଧନ୍ଦାମୂଳକ ତାଲିମ୍ ଶିକ୍ଷାନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟ ଗଠନ ନେଇ ଆଲୋଚନା କରିଛନ୍ତି ଜାପାନର ସୁକୁବା ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ରୁୟିଚି ଆଓକି (Ryuichi Aoki) । ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷା ଓ ତାଲିମ୍ ପ୍ରଦାନ କରି ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ବୋଲି ରୁୟିଚି ଆଓକି ମତ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଜାପାନର ସୁକୁବା ବିଶ୍ୱବିଦ୍ୟାଳୟ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଛି । ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ପ୍ରାୟ ୪୦ ପ୍ରତିଶତ ଛାତ୍ରଛାତ୍ରୀ ସୂଚନା ଓ ପ୍ରଯୁକ୍ତିବିଦ୍ୟା, ବୈଷୟିକ ଶିକ୍ଷା, ମେଡ଼ିକାଲ ଭଳି ଅନେକ କ୍ଷେତ୍ରରେ ଚାକିରି କରୁଛନ୍ତି ।…
ଭୁବନେଶ୍ବର: ରାଜ୍ୟ ଉନ୍ନୟନ କମିଶନର-ତଥା -ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ପୂର୍ବାହ୍ନରେ ସେଚ ସଦନସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହୀରାକୁଦ ଏବଂ ରେଙ୍ଗାଲୀ ଜଳ ଭଣ୍ଡାର ସମେତ ରାଜ୍ୟର ଅନ୍ୟ ବିଭିନ୍ନ ନଦୀ ଅବବାହିକାରେ ଥିବା ବୃହତ୍, ମଧ୍ୟମ ଜଳ ଭଣ୍ଡାରର ଜଳସ୍ତର ଓ ନଦୀରେ ଜଳ ପ୍ରବାହ ସ୍ଥିତି ଅନୁଧ୍ୟାନ କରିଥିଲେ। ବିଭିନ୍ନ ଜିଲ୍ଲାରେ ଲାଗି ରହିଥିବା ମୌସୁମୀ ଓ ଲଘୁଚାପ ଜନିତ ଲଗାଣ ବର୍ଷା, ଆଗକୁ ଲଘୁଚାପ ଫଳରେ ଅଧିକ ବର୍ଷା ସମ୍ଭାବନା ସଂପର୍କରେ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ବିଭିନ୍ନ ଜଳ ଭଣ୍ଡାର ଓ ନଦୀରେ ଜଳ ପ୍ରବାହ ପ୍ରତି ତୀକ୍ଷ୍ନ ଦୃଷ୍ଟି ରଖିବା ସହ ସତର୍କତାର ସହ ଜଳ ପରିଚାଳନା କରିବା ଏବଂ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ…
ଭୁବନେଶ୍ୱର: ଆଫ୍ରିକାର ବ୍ୟବସାୟିକ ଦୃଶ୍ୟପଟ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ଭାରତୀୟ ଆଇଟି କମ୍ପାନୀ ସିଏସ୍ଏମ୍ ଟେକ୍, ଏକ ଭିନ୍ନ ତଥା ଅତ୍ୟାଧୁନିକ ମାନବ ସମ୍ବଳ ପରିଚାଳନା ସୂଚନା ପ୍ରଣାଳୀ (HRMIS) ସହାୟତାରେ ଗାମ୍ବିଆରେ ଶାସନ ପରିଚାଳନା କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବାରେ ଲକ୍ଷ୍ୟ ରଖିଛି। ଗାମ୍ବିଆ ସରକାରଙ୍କ ସହଭାଗିତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିବା ନିମନ୍ତେ ସିଏସ୍ଏମ୍ ଟେକ୍, ବିସ୍ତୃତ HRMIS ର ପରିକଳ୍ପନା ଏବଂ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ଏବଂ ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ସହ ଏକ ଚୁକ୍ତି ପାଇବା ରେ ସକ୍ଷମ ହୋଇପାରିଛି ଯାହା କି ଗାମ୍ବିଆ ଆର୍ଥିକ ପରିଚାଳନା ବିକାଶ ପ୍ରକଳ୍ପ ର ଏକ ଅଂଶ ଅଟେ। ସିଏସ୍ଏମ୍ ଟେକ୍ ଏହି ବିଡ୍ ଜିତିଥିଲା ଏବଂ ରିପବ୍ଲିକ୍ ଅଫ୍ ଗାମ୍ବିଆର ଢାଞ୍ଚାରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ଏବଂ ଅନୁଷ୍ଠାନଗୁଡିକରେ ରଣନୀତି ପ୍ରସ୍ତୁତ କରିବାକୁ ଚୁକ୍ତି ପାଇବାରେ ସମର୍ଥ ହୋଇଥିଲା। ଏହି…
ଭୁବନେଶ୍ୱର: ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ବହୁଭାଷୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଆସନ୍ତା ୧୦ ତାରିଖ ଯାଏଁ ଚାଲୁ ରହିବ। ଭୁବନେଶ୍ୱରସ୍ଥିତ ଠକର ବାପା ଛାତ୍ରାବାସଠାରେ ପାଠ୍ୟପୁସ୍ତକ, ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ଜନଜାତି ଭାଷାର ସଂଯୋଜନଭିତ୍ତିକ ବହୁଭାଷୀ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀର ସହ ନିର୍ଦ୍ଦେଶକ ଶ୍ରୀ ସମରେନ୍ଦ୍ର ଭୂତିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି। ସେ ଜନଜାତି ଛାତ୍ରଛାତ୍ରୀମାନେ ସାମ୍ନା କରୁଥିବା ଭାଷା ସମ୍ବନ୍ଧୀୟ ସମସ୍ୟା ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରଶିକ୍ଷାର୍ଥୀମାନେ ଏହି ଶିବିରରେ ଅଧିକରୁ ଅଧିକ ଅଂଶଗ୍ରହଣ କରି ବିଦ୍ୟାଳୟସ୍ତରରେ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି ଆହ୍ୱାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଶିବିରଟି ଜିଲ୍ଲା ମଙ୍ଗଳ…
ଭୁବନେଶ୍ୱର: ଶେଷ ହୋଇଛି ପାଚିକା ତଥା ସହାୟିକାଙ୍କ ପ୍ରଶିକ୍ଷଣ ଶିବିର। ଜୁଲାଇ ୭ ରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ୮୦୦ ପାଚିକା ତଥା ସହାୟିକା ୮ ଟି ପର୍ଯ୍ୟାୟରେ ତାଲିମ୍ ଗ୍ରହଣ କରିଛନ୍ତି । ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପାଚିକା ତଥା ସହାୟିକାଙ୍କୁ ନେଇ ଏହି ତାଲିମ ଶିବିରର ଆୟୋଜନ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ କେନ୍ଦୁଝର, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ପାଚିକା ତଥା ସହାୟିକା ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ଓଡ଼ିଶାର ପ୍ରତି ଜିଲ୍ଲାରେ କାର୍ଯ୍ୟରତ ୧ ଲକ୍ଷ ୯ ହଜାର ପାଚିକା ତଥା ସହାୟିକାଙ୍କ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଜି ଲୋକସେବା ଭବନରେ କେନ୍ଦ୍ର କୋଇଲା ବିଭାଗ ସଚିବ ଶ୍ରୀ ଅମ୍ରିତ ଲାଲ ମୀନା ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ମୀନାଙ୍କ ସହିତ କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ପି.ଏମ୍ ପ୍ରସାଦ ଏବଂ ନେଭେଲି ଲିଗ୍ନାଇଟ କର୍ପୋରେସନ ଓ ମହାନଦୀ କୋଲଫିଲ୍ଡସ ଲିମିଟେଡର ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ । ଆଲୋଚନାରେ ଶ୍ରୀ ମୀନା କହିଥିଲେ ଯେ ଦେଶର ସମୁଦାୟ କୋଇଲା ଉତ୍ପାଦନରୁ ୨୦ ପ୍ରତିଶତ କୋଇଲା କେବଳ ଓଡିଶାରୁ ଉତ୍ପାଦିତ ହେଉଛି। ତେଣୁ ଓଡିଶାର ବିକାଶରେ କୋଇଲା ମନ୍ତ୍ରଣାଳୟର ପ୍ରତିବଦ୍ଧତା ରହିଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଏ ଦିଗରେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ବୈଠକରେ କୋଇଲା ସଚିବ ଶ୍ରୀ ମୀନା ଓଡିଶାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଓ ନୂତନ ପ୍ରକଳ୍ପ ସଂପର୍କରେ ସୂଚନା ଦେଇଥିଲେ। ବିଶେଷକରି ନୂତନ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ…
ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ଏଥିରେ 20 ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି। ଦେଖନ୍ତୁ ପୁରା ତାଲିକା ବିଜୟ କୁମାର ଉପାଧ୍ୟାୟ- ନିର୍ଦ୍ଦେଶକ ଭାଷା ସଂସ୍କୃତି ବିଭାଗ ଆଶିଷ ଠାକରେ- ସଚିବ, ରାଜସ୍ବ ପର୍ଷଦ ଦିଲ୍ଲୀପ ରାଉତରାୟ- ଭଦ୍ରକ ଜିଲ୍ଲାପାଳ କମଳ ଲୋଚନ ମିଶ୍ର- ଓସଡମା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଖିଳ ପୱନ କଲ୍ୟାଣ- ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ବିଜୟ କୁମାର ଦାସ – ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ-କେନ୍ଦ୍ରାପଡା ଜିଲ୍ଲାପାଳ ସୁଧା ଦେବ ସିଂ- ଅତିରିକ୍ତ ଶାସନ ସଚିବ, ପଂଚାୟତ୍ତିରାଜ ପାରୁଲ ପାଟୱାରୀ- ଜିଲ୍ଲାପାଳ, ରାୟଗଡା ଅମ୍ବିତ ଋତୁରାଜ- କନ୍ଧମାଳ ଜିଲ୍ଲାପାଳ ସିଦ୍ଧଶ୍ବର ବଳିରାମ ବନ୍ଦର- ସମ୍ବଲପୁର ଜିଲ୍ଲାପାଳ ଦତ୍ତାତ୍ରେୟ ସିନ୍ଧେ- କଟକ ଜିଲ୍ଲାପାଳ। ହେମକାନ୍ତ ସା- ମୟୁରଭଞ୍ଜ ଜିଲ୍ଲାପାଳ ବି. ଅନିମେଷ ରେଡ୍ଡୀ- ଯାଜପୁର ଜିଲ୍ଲାପାଳ ଆଶିଷ ପାଟିଲ- ମାଲକାନଗିରି ଜିଲ୍ଲାପାଳ ସମେଷ କୁମାର ଉପାଧ୍ୟାୟ-ଢେଙ୍କାନାଳ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର-…
ମୁମ୍ବାଇ / ଭୁବନେଶ୍ୱର: ଦେଶର ସର୍ବବୃହତ ଘରୋଇ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରୀ ରାଜକୋଷରେ ମୋଟ ୧ଲକ୍ଷ ୮୬ ହଜାର ୪୪୦ କୋଟି ଟଙ୍କା ଟିକସ ପ୍ରଦାନ କରିଛି। ଗତ ବର୍ଷ ତୁଳନାରେ ଏହା ୯ ହଜାର କୋଟି ଟଙ୍କାରୁ ଅଧିକ ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି। ଦେଶର ଅର୍ଥବ୍ୟବସ୍ଥାରେ ରିଲାଏନ୍ସର ବେଶ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜିକରଣ ମାଇଲ୍ଖୁଣ୍ଟ ଅତିକ୍ରମ କରିଥିବା ରିଲାଏନ୍ସ ଭାରତର ପ୍ରଥମ କମ୍ପାନୀ ହୋଇପାରିଛି। ଅନ୍ୟ କୌଣସି କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଅଙ୍କକୁ ଛୁଇଁ ପାରି ନାହାଁନ୍ତି। ଗତ ଆର୍ଥିକ ବର୍ଷ ତୁଳନାରେ ଏହା ୨୭ ପ୍ରତିଶତ ବୃଦ୍ଧି ହୋଇଛି। ମାର୍କେଟ କ୍ୟାପିଟାଲାଇଜେସନ୍ ଅର୍ଥାତ ବଜାର ପୁଞ୍ଜିକରଣ ଦୃଷ୍ଟିରୁ ରିଲାଏନ୍ସ ହେଉଛି ବିଶ୍ୱର ୪୮ତମ କମ୍ପାନୀ। ସେହିଭଳି ମୋଟ ରାଜସ୍ୱରେ ରିଲାଏନ୍ସ ୧୦ ଲକ୍ଷ…
ଭୁବନେଶ୍ବର: ଭାରତୀୟ ରେଳବାଇର ସବୁଜ ପଦକ୍ଷେପ ନୀତି ଅନୁଯାୟୀ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନ ଏବଂ ସର୍ଭିସ ବିଲଡିଙ୍ଗର ଛାତ ଉପରେ ସୌରଶକ୍ତି ଅଥବା ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରିଥିବାବେଳେ ରେଳପଥ ପରିସୀମା ମଧ୍ୟରେ ଅନ୍ୟ ସ୍ଥାନ ମାନଙ୍କରେ ସବୁଜ ଶକ୍ତି ଉତ୍ପାଦନ ପାଇଁ ବିଭିନ୍ନ ପଦକ୍ଷେପ ଗୁଡିକ ମଧ୍ୟ ଗ୍ରହଣ କରୁଛି। ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ବାର୍ଷିକ ପ୍ରାୟ 21826 KWp କ୍ଷମତା ସୌରଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି ଯାହାଫଳରେ ଶକ୍ତି ବାବଦରେ ବ୍ୟୟ ବାବଦରେ ପ୍ରାୟ ₹ 14 କୋଟି ଏବଂ କାର୍ବନ କ୍ରେଡିଟ ଅଥବା କ୍ରୟ କ୍ଷେତ୍ରରେ ପ୍ରାୟ 91.41 ଲକ୍ଷ ଟଙ୍କା ସଞ୍ଚୟ କରିପାରିବ। ଏହି ପ୍ରକଳ୍ପ ଅଧୀନରେ, ପୂର୍ବତଟ ରେଳପଥ 149 ଟି ଷ୍ଟେସନ୍ ବିଲଡିଙ୍ଗ, 248 ଟି ସର୍ଭିସ୍ ବିଲଡିଙ୍ଗ, 6924 ଟି ଆବାସିକ ବିଲଡିଙ୍ଗ ଏବଂ 366…
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ଅନ୍ତିମ ମୁକାବିଲା ପୂର୍ବରୁ ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ଏକ୍ସ ପୋଷ୍ଟରେ ଏହା କହିଛନ୍ତି; “ଭିନେଶ, ଆପଣ ଚାମ୍ପିୟନମାନଙ୍କ ମଧ୍ୟରେ ଚାମ୍ପିୟନ! ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆପଣ ଭାରତର ଗର୍ବ ଓ ପ୍ରେରଣା। ଆଜିର ଘଟଣା ଦୁଃଖଦାୟକ; ମୋ ମନରେ ଥିବା ନିରାଶାକୁ ବ୍ୟକ୍ତ କରିବା ଲାଗି ଭାଷା ପାଉ ନାହିଁ । ଏହା ସହିତ, ମୁଁ ଜାଣେ ଯେ ଆପଣ ଧୈର୍ୟ୍ୟର ପ୍ରତୀକ ଅଟନ୍ତି । ଆହ୍ବାନକୁ ସାମ୍ନା କରିବା ସବୁବେଳେ ଆପଣଙ୍କ ସ୍ୱଭାବ ରହିଆସିଛି। ଅଧିକ ଦୃଢ଼ ହୋଇ ଆପଣ ଠିଆ ହେବେ ! ଆମେ ସମସ୍ତେ ଆପଣଙ୍କୁ ସମର୍ଥନ କରୁଛୁ।
ନୂଆଦିଲ୍ଲୀ: ଆଜି ଭାରତ ନିର୍ବାଚନ କମିଶନର ଓଡ଼ିଶା ସମେତ ୯ ରାଜ୍ୟରେ ଖାଲିପଡ଼ିଥିବା ୧୨ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ସେପ୍ଟେମ୍ବର ୩ ତାରିଖ ଏହି ଉପନିର୍ବାଚନ ହେବ। ଏଥିପାଇଁ ଅଗଷ୍ଟ ୧୪ରେ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବ । ଅଗଷ୍ଟ ୨୧ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ୨୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଓଡ଼ିଶା ପାଇଁ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅଗଷ୍ଟ ୨୭। ଆବଶ୍ୟକ ପଡ଼ିଲେ ସେପ୍ଟେମ୍ବର ୩ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ହେବ। ସେହିଦିନ ଅପରାହ୍ନ ୫ଟାରେ ଭୋଟଗଣତି ହୋଇ ଫଳ ପ୍ରକାଶ ପାଇବ। ଓଡିଶାର ମମତା ମହାନ୍ତ ରାଜ୍ୟସଭା ପଦରୁ ଇସ୍ତଫା ଦେଇଥିବାରୁ ସେହି ଆସନ ଖାଲି ରହିଛି। ତେବେ ଏଥର ସଂଖ୍ୟା ଦୃଷ୍ଟିରୁ ବିଜେପି ଆସନ ସଂଖ୍ୟା ଅଧିକ ଥିବାରୁ ଏହି ଆସନ…
ଭୁବନେଶ୍ବର: ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ଆଜି ଲୋକସେବା ଭବନରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବି.ଭି.ଆର୍ ସୁବ୍ରମନିୟମ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ ୨୦୪୭ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି। ସମ୍ଭାବନାକୁ ସଫଳତାରେ ପରିଣତ କରିବା ଓ ଉପଯୁକ୍ତ କାର୍ଯ୍ୟାନ୍ବୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡିଶା ଏକ ସମୃଦ୍ଧ ଇଂଜିନ ହେବାର ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। ଏହା ପୂର୍ବରୁ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେଉଛି । ତେଣୁ…
ଭୁବନେଶ୍ୱର: ଗତ କିଛିବର୍ଷ ଧରି ପାର୍ଟିର କାର୍ଯ୍ୟକର୍ତାମାନେ ସମସ୍ତ ଦେଶବାସୀଙ୍କ ସହ ମିଶି ସାରା ଦେଶରେ ହର୍ଷୋଲ୍ଲାସ ସହିତ ଦେଶର ଏକତା ତଥା ଅଖଣ୍ଡତା ଉଦ୍ଦେଶ୍ୟରେ ‘ହର ଘର ତ୍ରିିରଙ୍ଗା’,‘ତ୍ରିରଙ୍ଗା ଯାତ୍ରା’ ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରି ଆସୁଛନ୍ତି। ସେହି କ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଦେଶ ପାଇଁ ଯେଉଁମାନେ ପ୍ରାଣବଳୀ ଦେଇଛନ୍ତି ଓ ଜେଲ କାରାବରଣ ଭୋଗିଛନ୍ତି, ସେମାନଙ୍କୁ ସ୍ମରଣ କରିବା ପାଇଁ ଆସନ୍ତା ଅଗଷ୍ଟ ୯ ତାରିଖରେ କ୍ରାନ୍ତି ଦିବସ ପାଳନ କରାଯିବ। ଏହି ଅବସରରେ ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ ଶହୀଦମାନଙ୍କୁ ସ୍ମରଣ କରାଯାଇ ସାଇକଲ ଯାତ୍ରା, ପଦଯାତ୍ରା, ବାଇକ ରାଲିମାନ ଅନୁଷ୍ଠିତ ହେବ।ଏ ନେଇ ସୂଚନା ଦେଇଛନ୍ତି ଓଡିଶା ବିଜେପି ସଭାପତି ମନମୋହନ ସାମଲ। ଅଗଷ୍ଟ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ୧୧ ରୁ ୧୪ ପର୍ଯ୍ୟନ୍ତ ମହାପୁରୁଷଙ୍କ ପ୍ରତିମୂର୍ତି ଓ ଚାରି ପାଖରେ ସ୍ୱଚ୍ଛତା ଅଭିଯାନ;…
ଭୁବନେଶ୍ବର: ଆଜି ପୁଣି ଭିଜିଲାନ୍ସ ଜାଲରେ ଫସିଛି ଏକ ବଡ ମାଛ। ସେ ହେଉଛନ୍ତି କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ତାଙ୍କର ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଛି । ଆୟବହୂର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଏଥିରେ ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ଏହି ଚଢ଼ାଉରେ ନିୟୋଜିତ ଅଛନ୍ତି। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମ ନଗରରେ ଥିବା ଶ୍ରୀଇନକ୍ଲେଭ ଆପାର୍ଟମେଣ୍ଟର ଦ୍ବିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ତିନି ମହଲା କୋଠା ଓ ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ, କ୍ବାର୍ଟର୍ସ ଆଦି ସ୍ଥାନରେ ରେଡ୍ ଚାଲିଛି ।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲୀ ଉପକଣ୍ଠ ଟେକ୍ନୋ ପାର୍କ ସାମନାରେ ଏକ ବଡ଼ ଗଛରେ ଝୁଲୁଥିବା ଅବସ୍ଥାରେ ଦୁଇ ପ୍ରେମୀ ଯୁଗଳ ଙ୍କ ଶବକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଯୁବକ ଜଣକ ଯୋଗିଆପଲୀ ଗ୍ରାମ ର ବଳିଆ ଗୌଡ଼ ବୋଲି ଜଣାପଡିଛି ଓ ଯୁବତୀ ଜଣଙ୍କ ନିକଟସ୍ଥ ଲୋଚାପଡା କୋଣାର୍କ ନଗର ର ବୋଲି ଜଣାପଡିଛି। ଉଭୟଙ୍କ ମଧ୍ୟରେ ବହୁତ ଦିନ ହେଲା ପ୍ରେମ ସମ୍ପର୍କ ରହିଥିବା ବେଳେ ପରିବାର ପକ୍ଷରୁ ଉଭୟଙ୍କ ବାହା ଘର ନିମନ୍ତେ ଆପତ୍ତି ହେବାରୁ ମୃତ ପ୍ରେମୀ ଯୁଗଳ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଅଞ୍ଚଳରେ ଆଲୋଚନା ହେଉଛି।
Paris Olympics: ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ତାରକା ମହିଳା ସୁଟର ମନୁ ଭାକର ଏବଂ ସ୍ୱପ୍ନିଲ କୁସାଲେଙ୍କ ସମେତ ଅନେକ ଭାରତୀୟ ଆଥଲେଟ୍ ଇଣ୍ଡିଆ ହାଉସରେ ପହଞ୍ଚି ଭାରତୀୟତାର ଉତ୍ସବ ମନାଇଛନ୍ତି। ନୀତା ଅମ୍ବାନୀ ଖେଳାଳିମାନଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ। ଇଣ୍ଡିଆ ହାଉସରେ ପହଞ୍ଚିଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ରହିଥିଲେ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ, ବିଶ୍ୱ ଚାମ୍ପିୟନ ବକ୍ସର ଲଭଲିନା ବୋର୍ଗୋହେନ, ସ୍କିଟ୍ ସୁଟର ମହେଶ୍ୱରୀ ଚୌହାନ, ଅନନ୍ତଜିତ୍ ସିଂ ନରୁକା, ସୁଟର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ଅଞ୍ଜୁମ ମୋଦଗିଲ, ସିଫ୍ଟ କୌର ସମରା, ଇଶା ସିଂ, ରାଇଜା ଧିଲନ୍, ଅନିଶ ଭାନୱାଲା ବିଜୟ ଧନୱାଲା ଏବଂ ବିଜୟବୀର ସିଦ୍ଧୁ, ବକ୍ସର ନିଶାନ୍ତ ଦେବ ତଥା ଆଥଲେଟିକ୍ସ ଦଳର ଅକ୍ଷଦିପ ସିଂ, ପରମଜିତ ସିଂ ବିଷ୍ଟ, ବିକାଶ ସିଂ, ତଜିନ୍ଦର ପାଲ ସିଂ ତୁର, ଅଙ୍କିତା ଧ୍ୟାନୀ, ଜୈସବିନ ଏଲଡ୍ରିନ ଏବଂ…
ନୂଆଦିଲ୍ଲୀ: ଧାର୍ମିକ ବିଶ୍ଵାସ ଅନୁଯାୟୀ, ବର ଗଛର ବଡ ମହୀମା କୁହାଯାଏ। ଏହି ଗଛଟି ତ୍ରିମୂର୍ତ୍ତିର ପ୍ରତୀକ। ଏହାର ଛେଲିରେ ବିଷ୍ଣୁ, ମୂଳରେ ବ୍ରହ୍ମା ଏବଂ ଶାଖାରେ ଶିବ ରହିଥାନ୍ତି। ଏହି ଗଛଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଷୟ ରହିଥାଏ, ତେଣୁ ଏହାକୁ ‘ଅକ୍ଷୟବଟ’ ମଧ୍ୟ କୁହାଯାଏ। ସୌଭାଗ୍ୟବତୀ ସୁଫଳ ପାଇବା ସହିତ ଏହି ବର ଗଛକୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୂଜା କରାଯାଏ। ଭଗବାନ ଶିବ ମଧ୍ୟ ବର ଗଛ ତଳେ ଧ୍ୟାନ କରୁଥିଲେ। ବର ଗଛ ଅନେକ ଔଷଧୀୟ ଗୁଣରେ ଭରପୂର। ଦେବତା ପରି ବିବେଚନା କରାଯାଉଥିବା ବର ଗଛକୁ ସମସ୍ତ ଇଚ୍ଛା ପୂରଣର କେନ୍ଦ୍ର ଭାବରେ ବିବେଚନା କରାଯାଏ। ବର ଗଛ ସହିତ ଜଡିତ ପ୍ରତିକାର: – ଯଦି ବ୍ୟବସାୟରେ କ୍ଷତି ହୁଏ କିମ୍ବା ଚାକିରିରେ ସଫଳତା ମିଳେନାହିଁ, ତେବେ ଏକ ବର ଗଛ ତଳେ ଘିଅର ଦୀପ ଜାଳିବା ଦ୍ୱାରା ସମସ୍ତ ବାଧା ଦୂର ହୁଏ। –…
ମେଷ- ପରିଶ୍ରମର ଫଳ ମିଠା ହେବ। ସାମାଜିକ କାର୍ଯ୍ୟରେ ଆଗ୍ରହୀ ହେବେ। ଆପଣଙ୍କପ ସମ୍ମାନ ମିଳିବ। ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପରିଚୟ ବୃଦ୍ଧି ପାଇବ। ଶାରୀରିକ କଷ୍ଟ ସମ୍ଭାବନା। ଅଜ୍ଞାତ ଭୟ ହନ୍ତସନ୍ତ କରିବ। ଚିନ୍ତା ଏବଂ ଟେନସନ ରହିବ। ଏକ ଚିତ୍ତାକର୍ଷକ ଯାତ୍ରା ଯୋଜନା କରାଯିବ। ଖରାପ ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ବୃଷ- ଆପଣ ଦୂରରୁ ସୁଖଦ ସୂଚନା ପାଇପାରିବେ । ଅତିଥିମାନେ ଘରେ ପହଞ୍ଚିବେ। ଖର୍ଚ୍ଚ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବଡ କାମ କରିବାକୁ ଇଚ୍ଛା କରିବେ । ପରିବାର ସହାୟତା ଯୋଗାଇ ଦିଆଯିବ। ଖୁସି ହେବେ। ଆପଣଙ୍କର ବୁଦ୍ଧି ବ୍ୟବହାର କରନ୍ତୁ। ଲାଭ ବୃଦ୍ଧି ପାଇବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ। ମିଥୁନ- ନୂତନ ପୋଷାକ କିଣିବା ଉପରେ ଖର୍ଚ୍ଚ ହେବ। ଯାତ୍ରା ଚିତ୍ତାକର୍ଷକ ହେବ । ଆପଣଙ୍କର ଭାଇମାନଙ୍କ ସମର୍ଥନ…
ନୂଆଦିଲ୍ଲୀ: ଆଜି ସଂସଦ ଅଧିବେଶନ ଚାଲିଥିବା ବେଳେ ବାହାରେ ଚାଲିଛି ବିକ୍ଷୋଭ। ଏହି ବିକ୍ଷୋଭ କରିଛନ୍ତି ଇଣ୍ଡି ମେଣ୍ଟ। ଏଥିରେ ସାମିଲ ହୋଇଛନ୍ତି ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀ। ତେବେ ଲୋକସଭା ଚାଲିଥିବା ବେଳେ ଏହି ମେଣ୍ଟ କଣ ପାଇଁ ବିକ୍ଷୋଭ କଲେ ସେ ନେଇ ପ୍ରଶ୍ନ ଉଠିଛି। ବିକ୍ଷୋଭ କରିବାର କାରଣ ହେଲା ଯେ, କେନ୍ଦ୍ର ସରକାର ଏଲଆଇସି ଏବଂ ମେଡିକାଲ ବୀମା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି। ଯାହା ଠିକ ନୁହେଁ ବୋଲି ଇଣ୍ଡି ମେଣ୍ଟର ସାଂସଦଗଣ ଚିନ୍ତା କରିଛନ୍ତି। ଏ ନେଇ ଗୃହରେ ହାଙ୍ଗାମା କରାଯାଇଛି। ଜଣେ ଗରିବ ଲୋକ ପ୍ରିୟିମିୟମ ଉପରେ ଜିଏସଟି ଦେବା କଷ୍ଟକର ବୋଲି ଦାବୀ କରାଯାଇଛି। ସରକାର ଏହାକୁ ତୁରନ୍ତ ପ୍ରତ୍ୟାହର କରନ୍ତୁ ବୋଲି ବିରୋଧୀ ଦଳ ଦାବୀ କରିଛି।
ଭୁବନେଶ୍ୱର: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏବଂ ଏକାଦଶରୁ ଊର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀ ୩୧ ଅକ୍ଟୋବର ସୁଦ୍ଧା ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ୍ https://scholarships.gov.in ରେ ଆବେଦନ କରିପାରିବେ। ଛାତ୍ରବୃତ୍ତି ବାବଦରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲା ବାର୍ଷିକ ୧୦୦୦ ଟଙ୍କା, ପଞ୍ଚମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ୧,୫୦୦ ଟଙ୍କା, ନବମ ଓ ଦଶମ ଶ୍ରେଣୀ ପିଲା ୨ହଜାର ଟଙ୍କା ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲା ୩,୦୦୦ ଟଙ୍କାର ଛାତ୍ରବୃତ୍ତି ପାଇବେ। ସେହିପରି ଆଇଟିଆଇ, ପଲିଟେକ୍ନିକ୍, ବିଏସସି ଏଗ୍ରିକଲଚର୍ ସମେତ ସ୍ନାତକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ୬,୦୦୦…

