ନୂଆଦିଲ୍ଲୀ: ଗୋଆରେ ଆୟୋଜିତ ହେବାକୁ ଥିବା ୫୨ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ମାର୍ଟିନ ସ୍କୋରସେଜି ଏବଂ ଇସ୍ତେବାନ ସାବୋଙ୍କୁ ‘ସତ୍ୟଜିତ ରାଏ ଜୀବନବ୍ୟାପୀ ସାଧନା ପୁରସ୍କାର’ରେ ସମ୍ମାନିତ କରାଯିବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି ଘୋଷଣା କରିଛନ୍ତି। ଇସ୍ତେବାନ ସାବୋ ହଙ୍ଗେରୀର ସର୍ବାଧିକ ସମ୍ମାନିତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ସେ ବିଗତ ଅନେକ ଦଶନ୍ଧି ମଧ୍ୟରେ ଅନେକ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ସେ ମେଫିଷ୍ଟୋ (୧୯୮୧) ଏବଂ ଫାଦର (୧୯୯୬) ଭଳି ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି। ଅନ୍ୟପଟେ ମାର୍ଟିନ ସ୍କୋରସେଜି ନୂତନ ହଲିଉଡ୍ ଯୁଗର ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ପରିଗଣିତ ହୋଇଥାନ୍ତି। ତାଙ୍କୁ ଚଳଚ୍ଚିତ୍ର ଇତିହାସର ମହାନତମ ଏବଂ ସର୍ବାଧିକ ପ୍ରଭାବଶାଳୀ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଦ୍ୟରେ ସାମିଲ କରାଯାଇଥାଏ। ଏହି ଘୋଷଣା ଅବସରରେ ଶ୍ରୀ ଅନୁରାଗ ଠାକୁ କହିଥିଲେ, “ଭାରତ ବିଭିନ୍ନ କାହାଣୀର ମାଟି। ଆମର କାହାଣୀ…
Author: Samikhsya Bureau
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ କ୍ରାଇମ ସିନ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ। ଶୁକ୍ରବାର ଭୋର ପ୍ରାୟ ଚାରିଟା ସମୟରେ କଡା ସୁରକ୍ଷା ବଲୟ ମଧ୍ୟରେ ସମ୍ବଲପୁର ଡିଆଇଜି ଡଃ ଦୀପକ କୁମାର ତଥା ବଲାଙ୍ଗୀର ଏସପିଙ୍କ ସମେତ ବହୁ ପଦସ୍ଥ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ମମିତା ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସମଗ୍ର ଘଟଣାର ଡେମୋ ଦେଖାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ସନସାଇନ ସ୍କୁଲ ପରିସର ରେ ପୋଲିସ ମୁତୟନ କରାଯିବା ସହିତ ସମଗ୍ର ଅଂଚଳକୁ ସିଲ କରିଦିଆଯାଇଥିବଲା। ମମିତାକୁ ସୁପରିକଳ୍ପିତ ଯୋଜନା ଅନୁସାରେ ୭ ତାରିଖ ଦିନ ମିଟିଂ ବାହାନାରେ ଢକାଇ ଚାନ୍ଦୋତରା ଠାରୁ ନିଜସ୍ୱ ୱଗନ ଆର ଗାଡି ନଂ. ଓଡି୦୮ କେ ୧୦୦୨ ରେ ବସାଇ ଆଣି ରାସ୍ତାରେ କିପରି ମାରିଲା, କିପରି ଭାବେ…
ଭୁବନେଶ୍ୱର: ନିଜର ସ୍ଥିତି ଜାହିର ପାଇଁ ଓଡିଶା ବିଜେପି ଏବେ ସ୍ପର୍ଶକାତର ମାମଲାରେ ନିମ୍ନମାନର ରାଜନୀତି କରୁଛି। ପୀଡିତା କିମ୍ବା ତାଙ୍କ ପରିବାର କିଭଳି ନ୍ୟାୟ ପାଇବେ ସେ ଦିଗରେ ଚିନ୍ତା କରିବା ବଦଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ ପାଇଁ ଅପଚେଷ୍ଟା ଚଳାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ। ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ ମମିତା ମେହେର ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଆଉ କିଛି ବ୍ୟକ୍ତି ଗିରଫ ହୋଇଛନ୍ତି। ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ପୁଲିସ୍ ଏହାର ତଦନ୍ତ ଜାରି ରଖିଛି। ରାଜ୍ୟ ବିଜେପି ଏବେ ଏହି ସ୍ପର୍ଶକାତର ମାମଲାକୁ ଢାଲ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାରେ ଲାଗିଛି। ଏହାକୁ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକମାନେ ଗ୍ରହଣ କରିପାରୁ ନାହାନ୍ତି। ଏଭଳି ହୀନ ରାଜନୀତିର ଜବାବ ସେମାନେ ଠିକଣା…
ନୂଆଦିଲ୍ଲୀ: କ୍ରୋଧ ହେବାର ଅନେକ କାରଣ ଥାଇପାରେ। ଆର୍ଥିକ ପ୍ରତିବନ୍ଧକ, କାରବାରରେ ପ୍ରତାରଣା, ଟେନସନ ଏବଂ ଚାପ ଭଳି ଅନେକ କାରଣ ଅଛି। କିନ୍ତୁ ଆପଣ ଜାଣନ୍ତି କି କିଛି ଖାଦ୍ୟ ସାମଗ୍ରୀ ଅଛି ଯାହା ଖାଇବା ଦ୍ୱାରା ଆପଣଙ୍କୁ କ୍ରୋଧିତ କରିପାରେ। ଏପରି ପରିସ୍ଥିତିରେ, ଏଠାରେ ଆମେ ଆପଣଙ୍କୁ ସେହି ଖାଦ୍ୟ ବିଷୟରେ କହିବୁ ଯାହା ଖାଇବା ଦ୍ୱାରା ଆପଣଙ୍କୁ କ୍ରୋଧିତ କରିପାରେ। ଆସନ୍ତୁ ଜାଣିବା- ଟମାଟୋ: ଟମାଟୋ ଏକ ଭଲ ଖାଦ୍ୟ, କିନ୍ତୁ ଏହାକୁ ଖାଇବା ଦ୍ୱାରା ଉତ୍ତାପ ବଢିଥାଏ, ଯେଉଁ କାରଣରୁ ଆମେ କ୍ରୋଧିତ ହୋଇଥାଉ। ଆୟୁର୍ବେଦରେ ଗରମ ଖାଦ୍ୟ ପ୍ରାୟତଃ କ୍ରୋଧ ସହିତ ଜଡିତ ହୋଇଥାଏ। ତଥାପି, ଏହାର ଅର୍ଥ ନୁହେଁ ଯେ ଆପଣ ଟମାଟୋ ଖାଇବା ଠାରୁ ଦୂରେଇ ରହିବା ଉଚିତ୍। ବାଇଗଣ: ବାଇଗଣ ଖାଇବା ମଧ୍ୟ ଆପଣଙ୍କୁ କ୍ରୋଧିତ କରେ। ଯେହେତୁ ବାଇଗଣରେ ଅମ୍ଳତା ଅଧିକ, ଏହା କ୍ରୋଧ କିମ୍ବା ନିରାଶାର ଭାବନା…
ନୂଆଦିଲ୍ଲୀ: ଯଦିଓ ଆପଣ ନିଶ୍ଚିତ ଭାବରେ ଅନେକ ପ୍ରକାରର ଜୁସ୍ ପିଇଥିବେ, କିନ୍ତୁ ଆପଣ କେବେ ଟମାଟୋ ରସ ପିଇଛନ୍ତି କି? ବହୁତ କମ୍ ଲୋକ ବୋଧହୁଏ ଟମାଟୋ ରସର ଉପକାରିତା ବିଷୟରେ ଜାଣିଥିବେ। ପନିପରିବା ଏବଂ ଚଟନି ଭାବରେ ବ୍ୟବହୃତ ଟମାଟୋ ମଧ୍ୟ ଜୁସ ଆକାରରେ ଅତ୍ୟଧିକ ପୁଷ୍ଟିକର। ଏଥି ସହିତ, ଟମାଟୋ ରସ ସ୍ୱାଦିଷ୍ଟ ଏବଂ ପେଟ ଭରି ଥାଏ। ଏହା ଏକ ଉତ୍ତମ ଡାଏଟିଂ ଖାଦ୍ୟ। ଏହିପରି ଅନେକ ଉପାଦାନ ଟମାଟୋ ରସରେ ମିଳିଥାଏ। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଜାଣନ୍ତୁ ଟମାଟୋ ରସର ଉପକାରିତା- କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ:୧୩-ଅକ୍ସୋ- ଓଡିଏ ଟମାଟୋ ରସରେ ମିଳିଥାଏ ଯାହା ଏକ ଶକ୍ତିଶାଳୀ ପିପିଏଆର ଆଲଫା ଆଗୋନିଷ୍ଟ। ଯେଉଁଥିପାଇଁ ଏହା ଶରୀରରେ ଉଚ୍ଚ କୋଲେଷ୍ଟ୍ରଲ୍ର ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ମଧୁମେହକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ: ଏହା ସମସ୍ତଙ୍କୁ ଜଣା ଯେ ମଧୁମେହ…
ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତରେ ୧୦୦ କୋଟି ଟିକା ଡୋଜ ମାର୍କ ଅତିକ୍ରମ କରିଛି। ସରକାର ଆଶା କରୁଛନ୍ତି ଯେ, ଆସନ୍ତା କିଛି ମାସ ମଧ୍ୟରେ ଦେଶର ବୟସ୍କ ଲୋକଙ୍କୁ ଟୀକାକରଣ କରାଯିବ। ବର୍ତ୍ତମାନ ପିଲାମାନଙ୍କର ଟିକା କେବେ ଆସିବ ସମସ୍ତେ ଅପେକ୍ଷା କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ପିଲାମାନଙ୍କ ପାଇଁ ଏହି ଟିକା ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ବିଷୟରେ ଆଲୋଚନା ଏବଂ ପ୍ରସ୍ତୁତି ତୀବ୍ର ଗତିରେ ଚାଲିଛି। ଭାରତରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟୀକାକରଣ ଅତି ଦ୍ରୁତ ଗତିରେ ଚାଲିଛି ଏବଂ ୧୦୦ କୋଟିରୁ ଅଧିକ ଟିକା ଦିଆଯାଇଛି। କରୋନା ଟିକା ଉପରେ ନିଷ୍ପତ୍ତି ନେଇଥିବା ଜାତୀୟ ବୈଷୟିକ ପରାମର୍ଶଦାତା ସଦସ୍ୟ ଡା. ଏନ.କେ ଆରୋରାଙ୍କ ଅନୁଯାୟୀ, ଶିଶୁ ଟିକା ଉପରେ ଉଭୟ ଆଲୋଚନା ଏବଂ ପ୍ରସ୍ତୁତି ଚାଲିଛି। ତାଙ୍କ କହିବାନୁସାରେ, ବର୍ତ୍ତମାନ ବୟସ୍କ ବର୍ଗର ଟୀକାକରଣ ଚାଲିଛି…
ନୂଆଦିଲ୍ଲୀ: ପାକିସ୍ତାନର ବ୍ୟାଟିଂ ପ୍ରଶିକ୍ଷକ ମାଥ୍ୟୁ ହେଡେନ୍ ଟିମ୍ ଇଣ୍ଡିଆର ଓପନର୍ କେ.ଏଲ୍ ରାହୁଲଙ୍କୁ ତାଙ୍କ ଦଳ ପାଇଁ ଏକ ବଡ଼ ବିପଦ ବୋଲି ବର୍ଣ୍ଣନା କରିଛନ୍ତି। ଭାରତ ଏବଂ ପାକିସ୍ତାନର ଦଳ ଅକ୍ଟୋବର ୨୪ ତାରିଖରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଟି-୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବେ। ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବ। ଅଷ୍ଟ୍ରେଲିଆର ପୂର୍ବତନ ଓପନର୍ ମାଥ୍ୟୁ ହେଡେନ ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ ଦଳରେ ଯୋଗ ଦେଇଛନ୍ତି। ରବିବାରର ମ୍ୟାଚ୍ ପାଇଁ ପାକିସ୍ତାନର ପ୍ରସ୍ତୁତି ମଧ୍ୟରେ ହେଡେନ ରାହୁଲଙ୍କୁ ତାଙ୍କ ଦଳ ପାଇଁ ବିପଦ ବୋଲି ବିବେଚନା କରିଛନ୍ତି। ହେଡେନ କହିଛନ୍ତି ଯେ, ମୁଁ ଭାବୁଛି କେଏଲ ରାହୁଲ ପାକିସ୍ତାନ ପାଇଁ ଏକ ବଡ ବିପଦ। ଛୋଟ ଫର୍ମାଟରେ ତାଙ୍କର ପ୍ରାଧାନ୍ୟ ଭଲ। ଋଷଭ ପନ୍ତଙ୍କୁ ମଧ୍ୟ ହେଡେନ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ବିନାଶକାରୀ ବ୍ୟାଟ୍ସମ୍ୟାନ୍ ବୋଲି କହିଥିଲେ।…
ମୁମ୍ବାଇ: ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ବହୁ ମହଲା କୋଠାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ୬୦ ମହଲା ଅଭିଗ୍ନ ପାର୍କ ବିଲ୍ଡିଂର ୧୯ ତମ ମହଲାରେ ନିଆଁ ଲାଗିଯାଇଥିବା ସୂଚନା ରହିଛି। ବିଲଡିଂରୁ ନିଆଁ ବାହାରୁଛି। ୧୪ ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାର ଭିଡିଓ ଏବଂ ଚିତ୍ର ମଧ୍ୟ ବାହାରକୁ ଆସୁଛି, ଯେଉଁଥିରେ ଚାରିଆଡେ ଧୂଆଁ ଦେଖାଯାଉଛି। ଜଣେ ବ୍ୟକ୍ତି ବାଲକୋନୀରୁ ଖସି ସେ ତଳେ ପଡ଼ିଯାଇଛଥିବା ଏକ ଭିଡିଓରେ ଦେଖାଯାଉଛି। ଏହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ନାମ ଅରୁଣ ତିୱାରୀ ଏବଂ ତାଙ୍କ ବୟସ ୩୦ ବର୍ଷ ବୋଲି ଜଣାପଡିଛି।
ଭୁବନେଶ୍ବର: ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ନିଜର ପ୍ରତିକ୍ରୀୟା ରଖିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ ଯେଉଁ କଥା କହିଛନ୍ତି ତାହା ରାଜ୍ୟ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ତାଙ୍କୁ ଯେତେବେଳେ ପଚରାଗଲା ଯେ, ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ମିଶିବେ। ତାହାର ଉତ୍ତରରେ ସେ ଏକ ବିସ୍ପୋରକ ତଥ୍ୟ କହିଛନ୍ତି। ସେ କହିଛନ୍ତି ଯେ ନବୀନବାବୁ ମୋତେ ମଧ୍ୟ ବିଜେଡିରେ ମିଶିବା ପାଇଁ ଅଫର ଦେଇଥିଲେ। ସେ ନବୀନ ନିବାସକୁ ଡାକି ବିଜେଡିରେ ମିଶିବା ପାଇଁ କହିଥିଲେ। ଏଥିରେ ତାଙ୍କୁ ଭୁବନେଶ୍ବର କିମ୍ବା ଜଟଣୀ, ଯେଉଁଠାରୁ ଚାହିଁବେ ଛିଡା ହୋଇପାରିବେ ବୋଲି ଅଫର ଦେଇଥିଲେ। ହେଲେ ସେତେବେଳେ ମୁଁ ନବୀନବାବୁଙ୍କୁ ମନା କରିଥିଲି। ତାଙ୍କୁ କହିଥିଲି ମୁଁ ମରିବା ପର୍ଯ୍ୟନ୍ତ କଂଗ୍ରେସରେ ରହିବି। ଏହାପରେ ନବୀନବାବୁ ମୋତେ ଥ୍ୟାଙ୍କ୍ ୟୁ କହିଥିଲେ। ସୁର ରାଉତରାୟଙ୍କର ଏପରି ବୟାନରେ କେତେ ସତ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବାଣ୍ଟିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତରେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟରେ ୧୦ଲକ୍ଷ ହିତାଧିକାରୀ କାର୍ଡ ପାଇଲେଣି। ୧୦ ହଜାର ୬୫୭ ହିତାଧିକାରୀ ସ୍ବାସ୍ଥ୍ୟସେବା ସୁବିଧା ପାଇଲେଣି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ। ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ। ରାଜ୍ୟରେ ଏହି କାର୍ଡ ଗରିବ ଲୋକଙ୍କର ଦୁଃଖ ଦୂର କରିବ।”
ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ନବରଂଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଆଜି ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ତେବେ ସେ ଇସ୍ତଫା ଦେବା ପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରଦୀପ ମାଝୀ କଂଗ୍ରେସରେ ନ ଥିଲେ। ସେ ଦଳ ଛାଡିବେ ବୋଲି ସମସ୍ତେ ଜାଣିଥିଲେ। ସେଥିପାଇଁ ତାଙ୍କୁ ଦଳରୁ ବହିସ୍କାର କରାଯିବାର ଥିଲା। ତାହା ସେ ଜାଣିପାରି ତାଙ୍କ ଆଡୁ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କର ଇସ୍ତଫାରେ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତାଙ୍କୁ ଦଳ ଭଲ କ୍ଷମତା ଦେଇଥିଲା, ହେଲେ ତାହା ଦଳ ପାଇଁ କୌଣସି କାର୍ଯ୍ୟରେ ଆସିଲା ନାହିଁ।
ସୋନିପତ: ଦିଲ୍ଲୀ-ହରିୟାଣାର ସିଙ୍ଘୁ ସୀମାରେ ଦୀର୍ଘ ଦିନ ଧରି ଚାଷୀମାନେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ବିରୋଧ କରିଆସୁଛନ୍ତି। କିନ୍ତୁ ଏହି ଧାରଣାସ୍ଥଳରେ ଜଣେ ବ୍ୟକ୍ତିଙ୍କୁ ନିହାଙ୍ଗ ମାଡ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ମାଗଣାରେ ଚିକେନ ଦେଇନଥିବା ଯୋଗୁଁ ମନୋଜ ପାସୱାନ ନାମକ ଜଣେ ଶ୍ରମିକଙ୍କର ନିହାଙ୍ଗ ଗୋଡ ଭାଙ୍ଗି ଦେଇଛନ୍ତି। ମନୋଜ ବିହାରର ବାସିନ୍ଦା ଏବଂ ସେଠାରେ ଦୀର୍ଘ ବର୍ଷ ଧରି ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ପୋଲିସ ଅଭିଯୁକ୍ତ ନିହାଙ୍ଗକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଯେତେବେଳେ ପୀଡିତା ମନୋଜ ପାସୱାନ୍ ତାଙ୍କ ରିକ୍ସା ଧରି ଧାରଣାସ୍ଥଳ ଦେଇ ଯାଉଥିଲେ, ନିହାଙ୍ଗ ତାଙ୍କ ରାସ୍ତା ଅବରୋଧ କରିଥିଲେ ଏବଂ ତାଙ୍କୁ ମାଗଣାରେ କୁକୁଡ଼ା ଦେବାକୁ କହିଥିଲେ। ଯେତେବେଳେ ମନୋଜ ଏହାକୁ ଅସ୍ୱୀକାର କରିଥିଲେ, ନାହିଙ୍ଗ ତାଙ୍କୁ ଫୋପାଡି ଦେଇ ଗୋଡ ଭାଙ୍ଗି ଦେଇଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ…
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଫାଣ୍ଡି ଅନ୍ତର୍ଗତ ଜଙ୍ଗଲକୁଦା ନିକଟରେ ଆଜି ସକଳେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ପଡ଼ିରହିଛି। ମହିଳା ଜଣକ ହେଲେ ହରିକୁଣ୍ଡବରଡ଼ି ଅଞ୍ଚଳର ମୃତ ବିଜୟ ବରାଳଙ୍କ ପତ୍ନୀ ରମା ଦେଇ (୬୦)। ଖବର ପାଇ ବର୍ତ୍ତମାନ ନାଚୁଣୀ ଫାଣ୍ଡି ଏଏସଆଇ ହାଡିବନ୍ଧୁ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛସନ୍ତି।
ନୂଆଦିଲ୍ଲୀ: ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୧୦୦ କୋଟି ଟୀକାକରଣ ସମଗ୍ର ଦେଶର ସଫଳତା। ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦୀ କ’ଣ କହିଛନ୍ତି- ୧- ଭାରତର ଟିକା ଅଭିଯାନକୁ ତୁଳନା କରାଯାଇପାରିବ ନାହିଁ। ପ୍ରଶ୍ନ ଉଠିଥିଲା ଯେ, ଭାରତ କରୋନା ମହାମାରୀ ସହିତ ଲଢିବାକୁକୁ ସମର୍ଥ ହେବ କି? ଭାରତ କେବେ ଟିକା ପାଇବ? ଭାରତ ଟିକା ପାଇବ କି ନାହିଁ? ଭାରତ ଏତେ ଲୋକଙ୍କୁ ଟିକା ଦେବାରେ ସକ୍ଷମ ହେବ କି? ୨- ଭାରତ ଯେଉଁ ଗତି ସହିତ ଶହେ କୋଟି ସଂଖ୍ୟା ଅତିକ୍ରମ କରିଛି ତାହା ମଧ୍ୟ ପ୍ରଶଂସନୀୟ। ଭାରତ ପ୍ରାୟତଃ ବିଶ୍ଵର ଅନ୍ୟ ଦେଶ ଦ୍ୱାରା ପ୍ରସ୍ତୁତ ଟିକା ଉପରେ ନିର୍ଭରଶୀଳ ଥିଲା। କିନ୍ତୁ ଏଥିରେ ପରିବର୍ତ୍ତନ ଦେଖାଯାଇଛି। ୩- ଭାରତର ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମ ବିଜ୍ଞାନର ଗର୍ଭରେ ବୃଦ୍ଧି ପାଇଛି।…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୭୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୧ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୧ ଲକ୍ଷ ୪୩ ହଜାର ୨୩୬ ରେ ପହଞ୍ଚିଛି। ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୩ ହଜାର ୪୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ ୧୪ ହଜାର ୪୪୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୭୫ ହଜାର ୭୪୫ ଆକ୍ଟିଭ୍ କେସ୍ ରହିଛି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଗୁମର ଖୋଲିବାରେ ଲାଗିଛି। ଏସଂପର୍କରେ ସମ୍ବଲପୁର ଡିଆଇଜି ଡଃ ଦୀପକ କୁମାର ଙ୍କ ନେତୃତ୍ୱରେ ବଲାଙ୍ଗୀର ପୋଲିସ ତରଫର ତନାଘନା ତଦନ୍ତ ଚାଲିଛି। ଏହି ଘଟଣାର ମୂଖ୍ୟ ଅଭିଯୁକ୍ତ ଗୋବିନ୍ଦର ୱାଗନ ଆର ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ କୁ ଏହି ଘଟଣାରେ ସହଯୋଗ କରିଥିବା ଅଭିଯୋଗରେ ଗୁରବାର ବଲାଙ୍ଗୀର ପୋଲିସ ଗିରଫ କରି ବଙ୍ଗୋମୁଣ୍ଡା ଜେମଏଫସି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡିଛି। ସେହିପରି ଗାତ ଖୋଲିଥିବା ଜେସିବିର ଡ୍ରାଇଭର ପୁଷ୍କର ତାଣ୍ଡି ଓ ଷ୍ଟାଡିୟମର ମୁନସି ଗୁପ୍ତେଶ୍ୱର ଭୋଇ ଙ୍କୁ ରାଜସାକ୍ଷୀ ଭାବେ ଗ୍ରହଣ କରି ପୋଲିସ ଛାଡିଦେଇଥିବା ଜଣାପଡିଛି। ସେହିପରି ଗୁରବାର ଦିନ ସମ୍ବଲପୁର ଡିଆଇଜି ଡଃ ଦୀପକ କୁମାର ଙ୍କ ସମେତ ବଲାଙ୍ଗୀର…
ଭୁବନେଶ୍ବର: ଆଜି ରାଜ୍ୟରେ ୪୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୭୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୫ ଟି ଲୋକାଲ କେସ୍ ରହିଛ। ୪୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୮୬ ଜଣ ପିଲା ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୫୨୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୪ ହଜାର ୪୨୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୭୪୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୯୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୩ ଟି ଜିଲ୍ଲାରୁ ୪୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା…
ଭୁବନେଶ୍ବର: ବହୁ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସ ଛାଡିଲେ ବରିଷ୍ଠ ନେତା ତଥା ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି। ଆଜି ସେ ଏଆଇସିସିର ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ହାତ ଛାଡିଲେ ବୋଲି ଜଣାଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବହୁ ଦୁଃଖ ଏବଂ କଷ୍ଟରେ କଂଗ୍ରେସ ଛାଡୁଛନ୍ତି। କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଇସ୍ତଫା ପତ୍ରରେ ଆହୁରି କହିଛନ୍ତି ଯେ, ସେ କଂଗ୍ରେସରେ ଯେଉଁ ପଦବୀରେ ରହିବା କଥା ତାହା ତାଙ୍କୁ ମିଳିଛି। ସେ କଂଗ୍ରେସରେ ରହି ବେଶ୍ ଭଲ ଅନୁଭବ କରିଛନ୍ତି। ହେଲେ ଲୋକମାନଙ୍କୁ ସେବା କରିବା ପାଇଁ ଯାହା ଆବଶ୍ୟକ ତାହା ଦଳରେ ଅଭାବ ରହିଥିବାର ମୁଁ ଅନୁଭବ କଲି। ସେଥିପାଇଁ ଅଧିକ ଜନସେବାରେ ନିଜକୁ ନିୟୋଜିତ କରିବା ପାଇଁ ଦଳର ପ୍ରାଥମିକ ସଭ୍ୟପଦରୁ ଇସ୍ତଫା ଦେଲି ବୋଲି ସେ ଚିଠିରେ…
ଭୁବନେଶ୍ବର: ଆଜି ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିସହିତ ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୩୪ଟି ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପ ପାଇଁ ୨ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ ରହିଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଯାଇ ବାରିପଦାର କଲେଜ ପଡିଆରେ ପହଞ୍ଚିବେ। ସେଠାରେ ଶହୀଦ ସ୍ମୃତିଭବନରେ ଆୟୋଜିତ ଏକ ସଭାରେ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୬ ଲକ୍ଷ ହିତାଧିକାରୀ ଏହି ସ୍ମାର୍ଟକାର୍ଡର ଲାଭ ପାଇବେ।
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ। ଏ ନେଇ ସେ ଜିଲ୍ଲାପାଳଙ୍କୁ ପାଞ୍ଚୋଟି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ସେ ତାରିଖ ମଧ୍ୟ ଧାର୍ଯ୍ୟ କରିଛନ୍ତି। ସେହି ତାରିଖ ସୁଦ୍ଧା ପଞ୍ଚାୟତ ନିର୍ବାଚନ ସଂପର୍କିତ ତଥ୍ୟ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ 1-ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଚଳିତ ଅକ୍ଟୋବର ୪ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ଥିବା ଚିଠି ଅନୁସାରେ ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ଓ୍ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରି ତାହାର ତାଲିକା ଆସନ୍ତା ୨୬ ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ତାଲିକା ଜିଲ୍ଲାପାଳମାନେ…
ସ୍ୱାସ୍ଥ୍ୟ ଟିପ୍ସ: ସକାଳ ଜଳଖିଆ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଳଖିଆରେ ଆମେ ସମସ୍ତେ ବିଭିନ୍ନ ଜିନିଷ ଖାଇବାକୁ ପସନ୍ଦ କରୁ। ଉଦାହରଣ ସ୍ୱରୂପ, ଯଦି କେହି ଜଳଖିଆ ପାଇଁ ପୋହା ଏବଂ ଉପମା ଖାଇବାକୁ ପସନ୍ଦ କରନ୍ତି, ତେବେ କେହି ଫଳ ଖାଇବାକୁ ପସନ୍ଦ କରନ୍ତି। ଅନ୍ୟ ପଟେ, କମଳା ରସ ଏବଂ ବ୍ରେଡ ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାଏ, କିନ୍ତୁ ଆପଣ ଜାଣନ୍ତି କି ସକାଳେ ଖାଲି ପେଟରେ ଏପରି ଜିନିଷ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ସେଥିପାଇଁ ଆପଣଙ୍କୁ ଏଭଳି ଫଳ ବିଷୟରେ କହିବୁ, ଯାହାକୁ ଖାଲି ପେଟରେ ଖାଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟକୁ ଫାଇଦା ମିଳିଥାଏ। ଖାଲି ପେଟରେ ଏହି ଜିନିଷ ଖାଆନ୍ତୁ: ଉଷୁମ ପାଣି ସହିତ ମହୁ- ସକାଳେ ଖାଲି ପେଟରେ ଗରମ ପାଣି ଏବଂ ମହୁ ପିଇବା ଶରୀର ଭିତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଦିଏ, ଯାହା ଆପଣଙ୍କ ପେଟରେ ସମସ୍ୟା…

