Author: Samikhsya Bureau

ମେଷ ରାଶି: ବୁଦ୍ଧି ପ୍ରୟୋଗ କରନ୍ତୁ। ଆୟରେ ନିଶ୍ଚିତତା ରହିବ। ବ୍ୟବସାୟ ଭଲ ହେବ। ଦିନଟି ଭଲ ହେବ। ଉପକୃତ ହେବେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ କଠୋର ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷକରି ମହିଳାମାନେ ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ଯତ୍ନବାନ ହେବା ଉଚିତ୍। କାର୍ଯ୍ୟର ଗତି ଧୀର ହେବ। ବୃଷ ରାଶି: ବିବାହ ପ୍ରସ୍ତାବ ପ୍ରାପ୍ତ ହୋଇପାରେ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ସବୁ ଦିଗରୁ ସଫଳତା ମିଳିବ। ଖଳ ଲୋକମାନେ କ୍ଷତି ଘଟାଇ ପାରନ୍ତି। ଉପକୃତ ହେବେ। ଆଶଙ୍କା ହେତୁ କାର୍ଯ୍ୟର ଗତି ଧୀର ହୋଇପାରେ। କୌଣସି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ରହିବ। ମିଥୁନ ରାଶି: ବଡ ସମ୍ପତ୍ତି କାରବାର ବଡ ଲାଭ ଦେଇପାରେ। ବେକାରୀ ଦୂର ହେବ। କ୍ୟାରିୟର କରିବାର ସୁଯୋଗ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପାରିବାରିକ…

Read More

ଭୁବନେଶ୍ବର: ଆସନ୍ତାକାଲି ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ।  ଏଥିସହିତ  ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଯାଇ ବାରିପଦାର କଲେଜ ପଡିଆରେ ପହଞ୍ଚିବେ। ସେଠାରେ ଶହୀଦ ସ୍ମୃତିଭବନରେ ଆୟୋଜିତ ଏକ ସଭାରେ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ମୟୂରଭଞ୍ଜ ଜିଲ୍ଲାରେ ପ୍ରାୟ ୬ ଲକ୍ଷ ହିତାଧିକାରୀ ଏହି ସ୍ମାର୍ଟକାର୍ଡର ଲାଭ ପାଇବେ। ସେହିପରି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ୨ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ। ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହିତ ୧୩୪ଟି ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।  ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ  ସେଠାରେ ଉପସ୍ଥିତ ଅଛନ୍ତି।

Read More

ଭୁବନେଶ୍ୱର: ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜାଦ୍‌ ହିନ୍ଦ୍‌ ଫୌଜ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ଜାତୀୟ ସେନାର ପ୍ରଚାର ପତ୍ର ଓ ପୋଷ୍ଟର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଛନ୍ତି । ବ୍ରିଟିସ ସେନାରେ ଥିବା ଭାରତୀୟ ଜବାନ୍‌ମାନଙ୍କୁ ବ୍ରିଟିସ ସେନା ଛାଡ଼ି ଆଜାଦ୍‌ ହିନ୍ଦ୍‌ ଫୌଜରେ ଯୋଗଦେଇ ଭାରତ-ଜାପାନ୍‌କୁ ସହାୟତା କରିବା ଉପରେ ପ୍ରବର୍ତ୍ତାଇବା ନିମନ୍ତେ ଉଦ୍ଦିଷ୍ଟ ପୋଷ୍ଟର, ପାମ୍ପ୍ଲେଟ୍‌ମାନ ଉଡ଼ାଜାହାଜ ଜରିଆରେ ବ୍ରିଟିସ କ୍ୟାମ୍ପଗୁଡ଼ିକ ଉପରେ ପକାଯାଉଥିଲା । ଏହା ଥିଲା ନେତାଜୀଙ୍କ ମନସ୍ତାତ୍ତ୍ୱିକ ଲଢ଼େଇର ଅଂଶବିଶେଷ ବୋଲି ଗବେଷକମାନେ ଆଖ୍ୟା ଦେଇଛନ୍ତି । ଏ ଧରଣର ପୋଷ୍ଟର ପ୍ରଦର୍ଶନୀ ଦେଶରେ ପ୍ରଥମ ହୋଇଥିବାବେଳେ ଏହା ଛାତ୍ର, ଶିକ୍ଷକ, ଗବେଷକଙ୍କ ନିମନ୍ତେ ଅନେକ ତଥ୍ୟ ଯୋଗାଇପାରିବ । ଏହି ଅବସରରେ…

Read More

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଓଡ଼ିଶା ନାଗରିକ ସମାଜ ଅନୁରୋଧ କରିଛି। ମମିତା ମେହେରଙ୍କ ଭଳି ଅନେକ ନିରୀହ ଝିଅ ଅତ୍ୟାଚାରୀଙ୍କ ଶିକାର ହୋଇ ଅତୀତରେ ପ୍ରାଣ ହରାଇଛନ୍ତି। ମମିତା ମେହେରଙ୍କୁ ଯେଉଁଭଳି ବର୍ବୋରଚିତ ଭାବେ ହତ୍ୟା କରାଯାଇଛି ଏହା ଆଜିର ସାମାଜିକ ବ୍ୟବସ୍ଥାରେ ସମସ୍ତ ଶ୍ରେଣୀର ଲୋକେ ଘୃଣା କରି, ଏହାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି। ନିର୍ଭୟା ଘଟଣା ଠାରୁ ଏହା କୌଣସି ଗୁଣରେ କମ୍ ନୁହେଁ। ଅନ୍ୟ ରାଜ୍ୟ ଲୋକ ହୋଇଥିଲେ ଓଡ଼ିଶା ଜଳୁଥାନ୍ତା। ଏହା ମାନେ ନୁହେଁ ଯେ, ଶାନ୍ତସିଷ୍ଟ ଓଡ଼ିଶାବାସୀଙ୍କୁ ପ୍ରକୃତ ନ୍ୟାୟରୁ ବଞ୍ଚିତ କରାଯିବ। ମମିତା ହତ୍ୟାକାଣ୍ଡ ପଛରେ ଯେଉଁ ରହସ୍ୟ ଲୁଚିରହିଛି ତାହାର ପର୍ଦ୍ଦାଫାସ ହେବା ଦରକାର। ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର। ବିଭିନ୍ନ ମହଲରୁ ଯାହା ଖବର ମିଳୁଛି ମମିତା ମେହେର ଏବଂ ଅନ୍ୟ କେତେକ ଝିଅଙ୍କ ସହିତ…

Read More

ଶ୍ରୀନଗର: ଜମ୍ମୁ କାଶ୍ମୀରର ଛାନାପୋରାରେ ଆତଙ୍କବାଦୀମାନେ ଏକ ପୋଲିସ ପାର୍ଟି ଉପରକୁ ଗୁଳି ଚଳାଇଛନ୍ତି। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଏକ ରୁ ଦୁଇ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ନିକଟରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ବୃଦ୍ଧି ପାଇଛି। ବୁଧବାର ଦିନ ଦୁଇଟି ଅଲଗା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ୪ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ନିହତ ଆତଙ୍କବାଦୀମାନେ ପ୍ରବାସୀ ଶ୍ରମିକଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ଅଧିକାରୀଙ୍କ ଅନୁଯାୟୀ, ଦୁଇ ସପ୍ତାହ ମଧ୍ୟରେ ଏପର୍ଯ୍ୟନ୍ତ ୧୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୮୦, କଟକରୁ ୮୫, ମୟୂରଭଞ୍ଜରୁ ୨୮, ଜଗତସିଂହପୁରରୁ ୧୭, ଯାଜପୁରରୁ ୧୫, ପୁରୀରୁ ୧୫, କେନ୍ଦ୍ରାପଡାରୁ ୧୪, ବାଲେଶ୍ବରରୁ ୧୩, ସମ୍ବଲପୁରରୁ ୯, ସୁନ୍ଦରଗଡରୁ ୯, ଢେଙ୍କାନାଳରୁ ୪, ଭଦ୍ରକରୁ ୩, ଗଞ୍ଜାମରୁ ୩, ନୟାଗଡରୁ ୩, ଅନୁଗୁଳରୁ ୨, ଝାରସୁଗୁଡାରୁ ୨, କେନ୍ଦୁଝରରୁ ୨, ନବରଙ୍ଗପୁରରୁ ୨, ବରଗଡରୁ ୧, ବଲାଙ୍ଗୀରିରୁ ୧, ନୂଆପଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୨୪ ହଜାର ୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୫୬ କୁ ବୃଦ୍ଧି ହୋଇଥିବାବେଳେ…

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ କୋଣାର୍କ ମନ୍ଦିରକୁ ଯେ ଦେଖିଛି ସେ ଆର୍ଶ୍ଚର୍ଯ୍ୟ ହୋଇଯାଇଛି। କାରଣ ଆଜି ପ୍ରଥମ ଥର ପାଇଁ ଏହି ବିଶ୍ବ ଐତିହ୍ୟକୁ  ତ୍ରିରଂଗା ରଂଗରେ ଆଲୋକିତ କରାଯାଇଛି। ମନ୍ଦିରର ତଳଭାଗକୁ ସବୁଜ, ମଧ୍ୟ ଭାଗକୁ ଧଳା ଏବଂ ଚୁଡା ଭାଗକୁ ନାରଙ୍ଗୀ ରଂଗରେ ରଂଗୀନ କରାଯାଇଛି। କୋଣାର୍କର ଏପରି ରୂପ ଦେଖି ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ହେଲା ଏପରି ତ୍ରିରଂଗା ରଂଗ କେବଳ ଗଣତନ୍ତ୍ର ଦିବସ ହେଉ କିମ୍ବା ସ୍ବାଧୀନତା ଦିବସରେ କରାଯାଇଥାଏ। ଆଜି ସେପରି କିଛି ନ ଥିବାରୁ ସେମାନେ ଏହାର କାରଣ ଜାଣିବା କଷ୍ଟକର ହୋଇପଡିଛି। ତେବେ ସୂଚନା ଅନୁସାରେ ଆଜି ସାରା ଭାରତ ବର୍ଷରେ ଶହେ କୋଟି କୋଭିଡ ଟିକାକରଣ ସଫଳତା ମିଳିଥିବାରୁ ସେଥିପାଇଁ ଏପରି ଆଲୋକରେ ଆଲୋକିତ କରାଯାଇଛି। କରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ଟିକାକରଣ ଅଭିଜାନ। ଏଥିରେ ଆଜି ଭାରତ ଶହେ କୋଟି ଲୋକଙ୍କୁ ଟିକାକରଣ…

Read More

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ, ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଚଳିତ ଅକ୍ଟୋବର ୪ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇ ଥିବା ଚିଠି ଅନୁସାରେ ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ଓ୍ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରି ତାହାର ତାଲିକା ଆସନ୍ତା ୨୬ ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିକା ଜିଲ୍ଲାପାଳମାନେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ନିର୍ବାଚନ କମିଶନଙ୍କୁ ପଠାଇବାକୁ କୁହାଯାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ଜିଲ୍ଲା ପାଳଙ୍କୁ ପଦ ସଂରକ୍ଷଣ ତଥ୍ୟ ନିର୍ଦ୍ଧାରିତ ପ୍ରୋଫର୍ମାରେ ସ୍ୱତନ୍ତ୍ର ବାର୍ତ୍ତାବହ ଜରିଆରେ ଆସନ୍ତା…

Read More

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀର ପରୀକ୍ଷା ଏଣିକି ନୂଆ ଢାଞ୍ଚାରେ ହେବ। ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ବର୍ଷକୁ ୪ଟି ଫରମେଟିଭ୍ ଆସେସମେଣ୍ଟ ହେବ। ବର୍ଷକୁ ୨ଟି ସମ୍ମେଟିଭ୍‌ ପରୀକ୍ଷା ଦେବ। ଫରମେଟିଭ୍ ଓ ସମ୍ମେଟିଭ୍‌ ପରୀକ୍ଷାର ମାର୍କକୁ ନେଇ ଫଳାଫଳ ପ୍ରକାଶ କରାଯିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି। ନବମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ୧- ନଭେମ୍ବର ୨୨ ତାରିଖ: ପ୍ରଥମ ସିଟିଂ- ଦ୍ଵିତୀୟ ଭାଷା ଦ୍ଵିତୀୟ ସିଟିଂ- ସମାଜିକ ବିଜ୍ଞାନ ୨- ନଭେମ୍ବର ୨୩ ତାରିଖ: ପ୍ରଥମ ସିଟିଂ- ପ୍ରଥମ ଭାଷା ଦ୍ଵିତୀୟ ସିଟିଂ- ଗଣିତ ପରୀକ୍ଷା ୩- ନଭେମ୍ବର ୨୪ ତାରିଖ: ପ୍ରଥମ ସିଟିଂ- ତୃତୀୟ ଭାଷା ଦ୍ଵିତୀୟ ସିଟିଂ- ସାଧାରଣ ବିଜ୍ଞାନ ତେବେ ମୋଟ୍‌ ୪୦ ନମ୍ବର ମାର୍କର ପରୀକ୍ଷା ହେବ।…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଯୋଜନାକୁ ମଞ୍ଜୁର କରାଯାଇଛି। ଏହା ସହିତ ବହୁମୁଖି ଯୋଗଯୋଗ ବା ମଲ୍ଟିମୋଡାଲ କନେକ୍ଟିଭିଟି ଯୋଗାଇ ଦେବା ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର କାର୍ଯ୍ୟକାରିତା, ରୂପାୟନ, ଅନୁଧ୍ୟାନ ଏବଂ ସହାୟକ ବ୍ୟବସ୍ଥା ନିମନ୍ତେ ଏକ ସଂସ୍ଥାଗତ ଢାଞ୍ଚାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ଅକ୍ଟୋବର ୨୦୨୧ରେ ମଲ୍ଟିମୋଡାଲ କନେକ୍ଟିଭିଟି ପାଇଁ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନକୁ  ଅନୁମୋଦନ କରିଥିଲେ। ଏହାର କାର୍ଯ୍ୟକାରିତା ଢାଞ୍ଚାରେ ସାମିଲ ରହିଛି ସଚିବମାନଙ୍କର ଏକ କ୍ଷମତାସମ୍ପନ୍ନ ଗୋଷ୍ଠୀ (ଇଜିଓଏସ), ନେଟୱର୍କ ଯୋଜନା ପ୍ରସ୍ତୁତି ଗୋଷ୍ଠୀ (ଏନପିଜି), ଆବଶ୍ୟକ ବୈଷୟିକ ଦକ୍ଷତା ସହିତ ଏକ ବୈଷୟିକ ସହାୟତା ୟୁନିଟ (ଟିଏସୟୁ)। ଇଜିଓଏସରେ କ୍ୟାବିନେଟ ସଚିବ ଅଧ୍ୟକ୍ଷତା କରିବେ ଏବଂ ଏଥିରେ ୧୮ ଟି…

Read More

ଭୁବନେଶ୍ବର: ମଣିଷ ତାହାର ଜୀବନରେ ସବୁବେଳେ ସୁଖୀ ରହିବା ପାଇଁ ଚାହିଁଥାଏ। ହେଲେ ତାହା ସମସ୍ତଙ୍କୁ ମିଳେ ନାହିଁ। ତେବେ ଏ ନେଇ ଚାଣକ୍ୟ ଏକ ସୁନ୍ଦର କଥା ଉପସ୍ଥାପିତ କରିଛନ୍ତି। ତାଙ୍କ ମତରେ ଯଦି ଜଣେ ମାତ୍ର ଚାରୋଟି ସୁତ୍ରକୁ ସବୁବେଳେ ଧ୍ୟାନ ଦେଇ କାର୍ଯ୍ୟ କରିବ ତେବେ ସେ ସବୁବେଳେ ସୁଖ ଅନୁଭବ କରିବ। ତାଙ୍କ ମତରେ ସେହି ଚାରୋଟି ସୁତ୍ର ହେଲା… ସଂପତ୍ତିର ଉପଯୁକ୍ତ ବିନିଯୋଗ- ଜଣଙ୍କ ପାଖରେ ସଂପତ୍ତି ଥିଲେ ମଧ୍ୟ ଯଦି ତାହାକୁ ସଠିକ ବ୍ୟବହାର ନ କରନ୍ତି ତେବେ ତାହା କୁଆଡେ ଉଭେଇ ଯିବ। ସେଥିପାଇଁ ଚାଣକ୍ୟ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଧନସଂପତିର ସଠିକ୍ ବିନିଯୋଗ କରିବ ତେବେ ସେ ନିଶ୍ଚିତ ସୁଖ ଅନୁବଭ କରିବ। ବିଦ୍ୟା ଅର୍ଜନ- ଯେଉଁ ବ୍ୟକ୍ତି ବିଦ୍ୟା ଅର୍ଜନ ବେଳେ ସଙ୍କୋଚ ପ୍ରକଟ କରିବ ନାହିଁ, ସେ ମଧ୍ୟ ସୁଖ ଅନୁଭବ କରିବ। କାରଣ ବିଦ୍ୟା…

Read More

ନୂଆଦିଲ୍ଲୀ: ଦେଶ ଆଜି କୋଭିଡ -୧୯ ଟିକାକରଣରେ ଏକ ରେକର୍ଡ ସୃଷ୍ଟି କରିଛି। ଆଜି ଦେଶରେ ଟୀକା ଡୋଜ ସଂଖ୍ୟା ୧୦୦ କୋଟି ଅତିକ୍ରମ କରିଛି। ଭାରତର ଏଭଳି ସଫଳତାକୁ ନେଇ ଭାରତୀୟଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଡାନୋମ ଗେବ୍ରେଏସସ ଅଭିନନ୍ଦନ ଜଣାଇଛନ୍ତି। ସେ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଜ୍ଞାନିକ, ସ୍ୱାସ୍ଥ୍ୟ କର୍ମୀ ଏବଂ ଭାରତୀୟ ନାଗରିକଙ୍କୁ ଅଭିନନ୍ଦନ। ବାସ୍ତବରେ ଭାରତ ଆଜି କରୋନା ଅଭିଯାନରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ଆଜି ଭାରତରେ ଟୀକାକରଣ ଅଭିଯାନର ୨୭୯ ଦିନ। ଏବଂ ଏତେ କମ୍ ସମୟ ମଧ୍ୟରେ ଭାରତ ୧୦୦ କୋଟି ଟୀକାକରଣର ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହି ଅବସରରେ ଦେଶକୁ ଅଭିନନ୍ଦନ ଜଣାଇ ହୁ ମୁଖ୍ୟ ଟୁଇଟ୍ କରି ଲେଖିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବୈଜ୍ଞାନିକ, ସ୍ୱାସ୍ଥ୍ୟ କର୍ମୀ, ଭାରତର ଲୋକମାନେ କୋଭିଡ -୧୯ ରୁ ଅସୁରକ୍ଷିତ ଜନସଂଖ୍ୟାକୁ ସୁରକ୍ଷା ଦେବା…

Read More

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଆଜି ଅନୁଷ୍ଠିତ ମୋଦି କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁସି ଖବର ଦିଆଯାଇଛି। କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତକୁ ବୃଦ୍ଧି ପାଇବ। ଏହି ବର୍ଦ୍ଧିତ ନୂତନ ଭତ୍ତା ଜୁଲାଇ ୧ ତାରିଖରୁ ପ୍ରଯୁଜ୍ୟ ହେବ।

Read More

ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ଜାଣୁ ଯେ ଶରୀରକୁ ସୁସ୍ଥ ରଖିବା ପାଇଁ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ ଅଟେ। ଅନେକ ଲୋକ କେବଳ ପେଟ ଭରିବା ପାଇଁ ଖାଦ୍ୟ ଖାଆନ୍ତି। ଏହି କାରଣରୁ, ସେମାନଙ୍କର ପେଟରେ ସମସ୍ୟା ଦେଖାଦେଇଥାଏ। ହଜମ ପ୍ରକ୍ରିୟା ବ୍ୟାଘାତ ହେବାର ସବୁଠାରୁ ବଡ କାରଣ ହେଉଛି ଖାଦ୍ୟର ସଠିକ୍ ହଜମ ଅଭାବ। ଏହି କାରଣରୁ ଅନେକ ଥର ପେଟ ଯନ୍ତ୍ରଣା, ଅମ୍ଳତା, ଗ୍ୟାସ୍, ବାନ୍ତି, କୋଷ୍ଠକାଠିନ୍ୟ ଏବଂ ଝାଡା ଭଳି ସମସ୍ୟା ଦେଖାଦେଇପାରେ। ଯଦି ଆପଣଙ୍କୁ ସବୁବେଳେ ଏହି ସମସ୍ୟାର ସାମ୍ନା କରିବାକୁ ପଡୁଛି, ତେବେ ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବାକୁ ଯାଉଛୁ, ଯାହାକୁ ଆପଣ ଗ୍ରହଣ କରି ଆପଣ ନିଜ ପେଟକୁ ସୁସ୍ଥ ରଖିପାରିବେ। ତେବେ ଆସନ୍ତୁ ସେହି ଟିପ୍ସଗୁଡ଼ିକ ବିଷୟରେ ଜାଣିବା- ୧- ସତେଜ ଖାଦ୍ୟ ଖାଅନ୍ତୁ: ପେଟକୁ ସୁସ୍ଥ ରଖିବା ପାଇଁ ସର୍ବଦା ସତେଜ ଏବଂ…

Read More

ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ପିଲାମାନଙ୍କୁ ଜିନିଷ ଫିଙ୍ଗିଥିବାର ଦେଖିଥିବେ। ଖେଳଣା, ଖାଦ୍ୟ ହେଉ କିମ୍ବା ସେମାନଙ୍କ ଚାରିପାଖରେ ଥିବା ଅନ୍ୟ କୌଣସି ଜିନିଷ ହେଉ, ପିଲାମାନଙ୍କଠାରେ ଏହା ସବୁଠାରୁ ସାଧାରଣ ଅଭ୍ୟାସ। ଏହି ଅଭ୍ୟାସକୁ ପ୍ରତ୍ୟେକ ପିଲାଙ୍କଠାରେ ପାଇବେ, କିନ୍ତୁ ପିଲାମାନଙ୍କ ମଧ୍ୟରେ ଜିନିଷ ଫିଙ୍ଗିବାର ଏହି ଅଭ୍ୟାସ ସ୍ୱାଭାବିକ, ଯେପର୍ଯ୍ୟନ୍ତ ସେମାନଙ୍କ ଆଚରଣରେ କିଛି ପରିବର୍ତ୍ତନ ଆସେ ନାହିଁ। ଯଦି ଏହି ଆଚରଣ ଏକ ଢାଞ୍ଚାରେ ପରିଣତ ହୁଏ, ତେବେ ବୁଝନ୍ତୁ ଯେ, ମାମଲା ଗମ୍ଭୀର ଅଟେ। ଯେତେବେଳେ ଆରମ୍ଭରୁ ପିଲା କିଛି ଫୋପାଡିଥାଏ, ତା’ହେଲେ ତାଙ୍କର ଏହି ଅଭ୍ୟାସ ତାଙ୍କ ମାନସିକ ଏବଂ ଶାରୀରିକ ବିକାଶ ସହିତ ଜଡିତ ହୋଇଥାଏ। କିନ୍ତୁ ଯଦି ଏହା ତାଙ୍କ ଆଚରଣରେ ଅନ୍ତର୍ଭୂକ୍ତ ହୁଏ, ଏହାର ଅର୍ଥ ଏହା ତାଙ୍କ ପାଇଁ ସବୁଦିନ ପାଇଁ ହୋଇଯାଏ। ଏଥିରୁ ମୁକ୍ତି ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୁହାଯାଏ ଯେ ପିଲାଟି ବଢିବା ସହିତ ତାଙ୍କର…

Read More

କଟକ: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରାହୀପୁର ଗ୍ରାମପଞ୍ଚାୟତ ଦେବରିଓ ଗ୍ରାମର ବହୁ ବିଜେଡି କର୍ମୀ କଂଗ୍ରେସର ନୀତି ଆଦର୍ଶରେ ଆନୁପ୍ରାଣୀତ ହୋଇ କଂଗ୍ରେସରେ ଯୋଗ ଦେଇଛନ୍ତି। ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଙ୍କ ଉପସ୍ଥିତରେ ଏମାନେ କଂଗ୍ରେସ ରେ ଯୋଗଦେଇଛନ୍ତି। ଯେଉଁ ନେତାମାନେ କଂଗ୍ରେସରେ ଯୋଗ ଦେଲେ ସେମାନେ ହେଲେ ରଶ୍ମିରଞ୍ଜନ ଜଟ,ମାନସ ପ୍ରଧାନ, ଗଙ୍ଗାଧର ଓଝା,ଅରଖିତ ଦାସ,ରବିନ୍ଦ୍ର ଦାସ,କୈଳାଶ ଚନ୍ଦ୍ର ଜେନା, ବିପିନ ପ୍ରଧାନ, ଗଙ୍ଗାଧର ଜେନା,ହରେକୃଷ୍ଣ ଜେନା,ଅରଖିତ ସେଣ, ଆଶିଷ କୁମାର ଜେନା,ବିକ୍ରମ ଖଟୁଆ, ମହନି ପ୍ରଧାନ,ରାକେଶ ଖଟୁଆ, କଳ୍ପତରୁ ଜେନା,ନୀତିଶ କୁମାର ରାଉତ, କାଳନ୍ଦୀ ରାଉତ,ଆକାଶ ଜେନା,ମନୋଜ କୁମାର ପ୍ରଧାନ,ଗଣେଶ୍ୱର ଓଝା ଓ ଅନ୍ୟମାନେ ଯୋଗଦେଲେ. ଏହି ମିଶ୍ରଣ ପର୍ବରେ ମାହାଙ୍ଗା କଂଗ୍ରେସ ଯୁବସଭାପତି ପ୍ରଶାନ୍ତ ଖଟୁଆ, ପରମାନନ୍ଦ ରାଉତ,ସୋମନାଥ ଜେନା,ସଂଗ୍ରାମ ମହାନ୍ତି, କାଳନ୍ଦୀ ଜଟ,କାଳନ୍ଦୀ ରାଉତ, ବଗୁ ଓଝା, ସୌମ୍ୟ ରଞ୍ଜନ ସାହୁ, ନିଲୁ ସାର, ତ୍ରିଲୋଚନ ସେଠୀ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ପୁଣି ବିଦେଶରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଶ୍ରମିକଙ୍କୁ କମ୍ପାନୀ ଶ୍ରମ କରାଉଥିଲେ ମଧ୍ୟ ମାସ ମାସ ଧରି ଦରମା ଦେଉନଥିବା ଅଭିଯୋଗ ହୋଇଛି। ମସ୍କଟର ଓମାନ ସହରରୁ ଏଭଳି ଅଭିଯୋଗ ଆସିଛି। ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆୟତପୁର ଗ୍ରାମର ପ୍ରଫୁଲ୍ଲ ବେହେରା ଓ ପଞ୍ଚେଇ ବେହେରାଙ୍କ ବଡ ପୁଅ ଚନ୍ଦନ ବେହେରା (୨୬) ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଚାରି ବର୍ଷ ପୂର୍ବେ ମସ୍କଟର ଓମାନ ସହରରେ ଥିବା ‘ଡ଼ଲଫିନ ଟ୍ରେଡିଙ୍ଗ ଆଣ୍ଡ ଇନଭେଷ୍ଟମେଣ୍ଟ ‘ ନାମକ ଏକ ଘରୋଇ କମ୍ପାନୀରେ ହେଲ୍ପର ଭାବେ କାମ କରିବାକୁ ଯାଇଥିଲେ। ତେବେ ଦୀର୍ଘ ଦଶ ମାସ ହେବ ଉକ୍ତ କମ୍ପାନୀ ଚନ୍ଦନଙ୍କୁ ପାରିଶ୍ରମିକ ଦେଉନାହିଁ ଏବଂ ଖାଇବାକୁ ଖାଦ୍ୟ ମଧ୍ୟ ଠିକରେ ଦେଉନଥିବାର ଚନ୍ଦନଙ୍କ ମାତା ପଞ୍ଚେଇ ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ କମ୍ପାନୀ ତାଙ୍କୁ ନାନାଦିପ୍ରକାର ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ କରିଛନ୍ତି…

Read More

ଭୁବନେଶ୍ବର: ବର୍ତ୍ତମାନ କଟକରୁ କଳାହାଣ୍ଡି ପର୍ଯ୍ୟନ୍ତ ଶୁଭୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ। ବିରୋଧୀ କଂଗ୍ରେସ ଏବଂ ବିଜେପି ଯେପରି ଏହି ଘଟଣାକୁ ମାଡି ବସିଛନ୍ତି ତାହା ବର୍ତ୍ତମାନ ବିଜେଡିକୁ ଅଡୁଆ ସୃଷ୍ଟି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ତୁରନ୍ତ ଇସ୍ତଫା ଦେବା ପାଇଁ ଉଭୟ ଦଳ ରାଜ୍ୟପାଳକୁ ସାକ୍ଷାତ କରିସାରିଲେଣି। ସେହିପରି ଏହି ଘଟଣାରେ ଜାତୀୟ ମହିଳା କମିଶନର, ମାନବିକ ଅଧିକାର କମିଶନର ପରି ଅନୁଷ୍ଠାନର ଦ୍ବାରସ୍ଥ ହେଲେଣି ବିରୋଧୀ। ଏ ନେଇ ଉଭୟ ଦଳ ବାରମ୍ବାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ଚାପ ପ୍ରୟୋଗ କଲେଣି। ଫଳରେ ଏପରି ପରିସ୍ଥିତିକୁ କିପରି ବିଜେଡିର ମଙ୍ଗୁଆଳମାନେ ମ୍ୟାନେଜ କରିବେ ତାହା ଉପରେ ସମସ୍ତଙ୍କର ନଜର। ଅନ୍ୟପକ୍ଷରେ ସନସାଇନ କଲେଜ ଏବଂ ଏହାର ମାଲିକ ସହିତ ମନ୍ତ୍ରୀଙ୍କର ଯେଉଁ ସଂପର୍କ ରହିଛି ତାହାକୁ ମଧ୍ୟ ବିରୋଧୀ ଖୋଲାସା କରିବାରେ ଲାଗିଛନ୍ତି। ଦିନକୁ ଦିନ କ୍ୟାପେଟନ ଦିବ୍ୟଶଙ୍କର ଉପରେ ନୂଆ ନୂଆ…

Read More

ଭୁବନେଶ୍ବର: ବିଜେପି କର୍ମୀଙ୍କୁ ମାଡ ମାରିବା ଘଟଣାରେ ଆଜି ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଅନ୍ୟାନ୍ୟ ସର୍ତ୍ତ ରଖି ପ୍ରଶାନ୍ତଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡିବା ପାଇଁ ନିର୍ଦ୍ଦେଶ ହୋଇଛି। ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ପ୍ରଶାନ୍ତଙ୍କ ନିକଟରେ ଉଚ୍ଚ ନ୍ୟାୟାଳୟ ସର୍ତ୍ତ ରଖିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା। ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଥିଲା। ବିଧାୟକଙ୍କୁ ଗିରଫ ଦାବି କରି ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଏହି ଘଟଣାରେ ବିଜେପି ପକ୍ଷରୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ଯାଳୟ ସମ୍ମୁଖରେ ମଧ୍ୟ ବିକ୍ଷୋଭ କରାଯାଇଥିଲା। ତେବେ ଏହି ଘଟଣାରେ ଗତ ୫ ତାରିଖରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ପ୍ରଶାନ୍ତଙ୍କ ଜାମିନ…

Read More

ଲକ୍ଷ୍ନୌ: ଆଉ କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଭିନ୍ନ ରାଜନୈତିକ ଦଳ ଜନସାଧାରଣଙ୍କୁ ଖୁସି କରିବା ପାଇଁ ଲୋଭନୀୟ ପ୍ରତିଶୃତି ଦେଉଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ମଧ୍ୟ ଅନ୍ୟ ଦଳ ତୁଳନାରେ ନିଜକୁ ପଛରେ ଦେଖିବାକୁ ଚାହୁଁନାହିଁ। ଏହି କାରଣରୁ ତିନି ଦଶନ୍ଧି ଧରି କ୍ଷମତାର ବନବାସ କାଟୁଥିବା କଂଗ୍ରେସ ଆଉ ଏକ ବଡ଼ ଘୋଷଣା କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ତଥା ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ରାଜ୍ୟରେ ଦଳ କ୍ଷମତାକୁ ଆସିବା ପରେ ଝିଅମାନଙ୍କୁ ସ୍ମାର୍ଟଫୋନ୍ ଏବଂ ଇଲେକ୍ଟ୍ରୋନିକ୍ ସ୍କୁଟି ଦେବାକୁ ଘୋଷଣା କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଗୁରୁବାର ଏକ ଟୁଇଟ୍ କରି କହିଛନ୍ତି ଯେ, “ମୁଁ କିଛି ଛାତ୍ରୀଙ୍କୁ ଭେଟିଥିଲି, ସେମାନେ କହିଥିଲେ ଯେ ସେମାନେ ଅଧ୍ୟୟନ ଏବଂ ସୁରକ୍ଷା ପାଇଁ ସ୍ମାର୍ଟଫୋନ ଆବଶ୍ୟକ କରନ୍ତି। ମୁଁ ଖୁସି ଯେ ମାନିଫେଷ୍ଟୋ କମିଟିର ସହମତି ଯୋଗୁଁ ଦ୍ଵାଦଶ ପାସ୍ କରିଥିବା…

Read More

ଭୋପାଳ: ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଏକ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି, କିନ୍ତୁ ପାଇଲଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଜମିରେ ପଡ଼ିଯାଇଥିଲା। ବରିଷ୍ଠ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ବିମାନଟିକୁ ଜଣେ ଟ୍ରେନିଂ ପାଇଲଟ୍ ଉଡାଉଥିଲା। ବିମାନଟି ଭୀଣ୍ଡଠାରୁ ପ୍ରାୟ ୬ କିଲୋମିଟର ଦୂରରେ ଥିବା ମନକାବାଦର ଏକ ଜମିରେ ଖସିପଡିଥିଲା ​​ଯେଉଁଠାରେ ଏହାର ଭଗ୍ନାଂଶ ପଡିଥିବାର ଦେଖାଯାଇଥିଲା। ଧ୍ୱଂସାବଶେଷରୁ ଧୂଆଁ ବାହାରୁଥିଲା। ସୂଚନା ପାଇବା ପରେ ପୋଲିସର ଏକ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଏହାର ଚାରିପାଖରେ କର୍ଡନ ତିଆରି କରିଥିଲେ। ବିମାନର ପଛ ପାର୍ଶ୍ଵ ଅଧା ଭୂମିରେ ପୋତି ହୋଇଥିବାର ଦେଖାଯାଉଥିଲା। ପାଇଲଟଙ୍କ ପାରାଚ୍ୟୁଟ୍ ଅବତରଣର ଏକ ଭିଡିଓ ସ୍ଥାନୀୟ ଲୋକ ରେକର୍ଡ କରିଛନ୍ତି। ଏହି ଦୁର୍ଘଟଣାରେ ବିମାନ ଉଡ଼ାଣ କରୁଥିବା ଲେଫ୍ଟନାଣ୍ଟ ଅଭିଲାଶ ସୁରକ୍ଷିତ ଅଛନ୍ତି। ଭାରତୀୟ ବାୟୁସେନା ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଟୁଇଟ୍ କରି…

Read More