Author: Samikhsya Bureau

ନୂଆଦିଲ୍ଲୀ: ଦେଶର ବୃହତ୍ତମ ଦୁଇ ଚକିଆ କମ୍ପାନୀ ହିରୋ ମୋଟୋକର୍ପ ଶୀଘ୍ର ଏହାର ନୂତନ ବୈଦ୍ୟୁତିକ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ହିରୋ ମୋଟୋକର୍ପ ଏହାର ଦଶମ ବାର୍ଷିକୀରେ ପ୍ରଥମ ଝଲକ ଦେଖାଇଛି। ଏହି ଇଲେକ୍ଟ୍ରିକ୍ ସ୍କୁଟର ବିଷୟରେ କମ୍ପାନୀ ଅଧିକ ବିବରଣୀ ସେୟାର କରିନାହିଁ। ତେବେ ଏକ ଇଭେଣ୍ଟରେ କମ୍ପାନୀର ଚେୟାରମ୍ୟାନ୍ ପୱନ ମୁଞ୍ଜାଲ କହିଛନ୍ତି ଯେ, ଆମେ ଏହି ସ୍କୁଟର ବିଷୟରେ ଖୁବ୍ ଶୀଘ୍ର ସବିଶେଷ ତଥ୍ୟ ପ୍ରକାଶ କରିବୁ। ହିରୋ ମୋଟୋକର୍ପର ଏହି ଇଲେକ୍ଟ୍ରିକ୍ ସ୍କୁଟରର ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହାର ଡିଜାଇନ୍ ବହୁତ ସୁନ୍ଦର ଦେଖାଯାଏ। ସ୍କୁଟରଟି ଏକ କଳା ଏବଂ ଧଳା ରଙ୍ଗର ଫ୍ଲାଏସ୍କ୍ରିନ୍ ଏବଂ ଏକ ଲମ୍ବା ସିଟ୍ ଦିଆଯାଇଛି। ଏହାର ସିଟ ଦୁଇ ଜଣଙ୍କ ପାଇଁ ଯଥେଷ୍ଟ ଆରାମଦାୟକ ହେବ। ଏହାର ଆଗରେ ୧୨ ଇଞ୍ଚ ଟାୟାର ଏବଂ ପଛରେ ୧୦ ଇଞ୍ଚ ଟାୟାର ଅଛି। କମ୍ପାନୀ ଦ୍ଵାରା ଅଂଶୀଦାର…

Read More

ନୟାଗଡ଼/ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସକୁ ବଡ଼ ସଫଳତା ମିଳିଛି। ଗୋଟିଏ କାରରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ଗତକାଲି ସଂଧ୍ୟାରେ ଏକ ହୋଣ୍ଡା ସିଟି ଗାଡ଼ିରେ ଗଞ୍ଜେଇ ବିକ୍ରି ପାଇଁ ଯାଉଥିବାର ସୂଚନା ପାଇଥିଲେ ଆଇଆଇସି ରଶ୍ମିରଂଜନ ଦାସ। ବିଳମ୍ବ ନକରି ନିଜ ଟିମ ସହ ଉକ୍ତ ଗାଡିର ଅନୁସନ୍ଧାନ ଜାରି ରଖିଥିବା ବେଳେ ରାଇପଡ଼ା ଠାରେ ଉକ୍ତ ଗାଡିକୁ ଠାବ କରି ଚଢ଼ାଉ କରିଥିଲେ। ତଲାସୀ ବେଳେ ପୋଲିସ କାରରୁ ଏକ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ସହ ନକଦ ୯୫ ହଜାର ଟଙ୍କା ଜବତ କରିବା ସହ କାର କୁ ସିଜ କରିଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଚାନ୍ଦପୁର ପୋଲିସ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ…

Read More

ନୂଆଦିଲ୍ଲୀ: ଭୋଟର ପରିଚୟ ପତ୍ର ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ। ଭୋଟ୍ ବ୍ୟତୀତ, ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରୁ। ଏକ ଠିକଣା ପ୍ରମାଣ ଭାବରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ। କିନ୍ତୁ ଅନେକ ଥର ଭୋଟର କାର୍ଡ ନଥିଲେ ଆମକୁ ବହୁତ ସମସ୍ୟାର ସମ୍ମୁଖୀନ କରିବାକୁ ପଡେ। ଏହି କାର୍ଡ ଥରେ ଯଦି ହଜିଯାଏ, ତେବେ ଗୋଟିଏ ନୂଆ କାର୍ଡ ତିଆରି କରିବାକୁ ଅନେକ ପ୍ରୟାସ କରିବାକୁ ପଡେ। ତେଣୁ ଦରକାର ସମୟରେ ଏହି କାର୍ଡ ପାଇବା ପାଇଁ ଏକ ଭଲ ବିକଳ୍ପ ଅଛି। ଯଦି ଏକ ଜରୁରୀ ଆବଶ୍ୟକତା ଅଛି, ତେବେ ଆପଣ ଡିଜିଟାଲ୍ ଭୋଟର ଆଇଡି କାର୍ଡ ଡାଉନଲୋଡ୍ କରିପାରିବେ। ଜାଣନ୍ତୁ ଡିଜିଟାଲ୍ ଭୋଟର ଆଇଡି କାର୍ଡ କିପରି ଡାଉନଲୋଡ୍ କରିବେ: – ଡିଜିଟାଲ୍ ଭୋଟର ପରିଚୟ ପତ୍ର ଡାଉନଲୋଡ୍ କରିବାକୁ, ସର୍ବପ୍ରଥମେ ନିର୍ବାଚନ ଆୟୋଗର ଅଫିସିଆଲ୍ ୱେବସାଇଟ୍ https://voterportal.eci.gov.in କୁ…

Read More

ଭୁବନେଶ୍ବର: ଟୋକିଓ ଅଲମ୍ପିକରେ ଖେଳି ନିଜ ରାଜ୍ୟକୁ ତଥା ସମଗ୍ର ଦେଶକୁ ଗର୍ବାନ୍ଵିତ କରିଥିବା ୪ ଜଣ ଓଡିଶା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେବା ପରେ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ସମସ୍ତ ୪ ଓଡିଆ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ମହିଳା ଟିମରେ ଅଂଶଗ୍ରହଣ କରିଥିବା ଦିପଗ୍ରେସ ଏକ୍କା ଏବଂ ନମୀତା ଟପୋଙ୍କୁ ୫୦ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି। ଏହା ସହ ବ୍ରୋଞ୍ଜ ପଦକ ହାସଲ କରିଥିବା ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଅଢେଇ କୋଟି ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ସହ ଡିଏସପି ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି।

Read More

ପୁରୀ: ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏକ ମାର୍ଗଦର୍ଶିକା ଜାରି କରିଛି। ଆସନ୍ତାକାଲିଠୁ ସେବାୟତଙ୍କ ପରିବାରଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ ଆସନ୍ତା ୧୬ ତାରିଖରୁ ପର୍ଯ୍ୟାୟକ୍ରମେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିଛି। ପ୍ରଥମ ପର୍ଯ୍ୟାୟ ତଥା ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଲଗାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ପର୍ବପର୍ବାଣିରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ। ହେଲେ ୨୩ ତାରିଖ ଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି। ତେବେ ସେଥିପାଇଁ ଶ୍ରଦ୍ଧାଳୁମାନେ ଉଭୟ ଡୋଜ ଟୀକା ନେଇଥିବା ଆବଶ୍ୟକ କିମ୍ବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ଅନିବାର୍ଯ୍ୟ।…

Read More

ହାଇଦ୍ରାବାଦ, ସପ୍ତାହେ କି ଦୁଇ ସପ୍ତାହ ନୁହେଁ, ଏକାଥରେ 41 ଦିନ ବିରଳ ଏକମୋ ଚିକିତ୍ସାରେ ଚିକିତ୍ସିତ ହେଲେ ଜଣେ କରୋନା ରୋଗୀ। ପରିବାର ବର୍ଗ ଏପରିକି ଡାକ୍ତରମାନେ ମଧ୍ୟ ଆଶା ଛାଡି ଦେଇଥିଲେ। କାରଣ ଏକମୋ ଚିକିତ୍ସା ଏପରି ଏକ ଚିକିତ୍ସା ଯାହାକି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମି ପ୍ରତିଟି ମୁହୂର୍ତ୍ତରେ ସାବଧାନ ହୋଇ ରହିବାକୁ ପଡିଥାଏ।  ରୋଗୀଙ୍କ ପାଖରେ 24 ଘଣ୍ଟା ସ୍ବାସ୍ଥ୍ୟ କର୍ମି ରହିବାକୁ ପଡେ। ଏହିପରି ବହୁ ପରିଶ୍ରମ ପରେ ରୋଗୀ ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହା ସ୍ବାସ୍ଥ୍ୟ ଜଗତରେ ଏକ ବିରଳ ଉଦାହରଣ ବୋଲି କୁହାଯାଇଛି। ଏହିପରି ଏକ ବିରଳ ଘଟଣାଟି ହାଇଦ୍ରାବାଦସ୍ଥିତ ‘Medicover Hospital’ ରେ ଘଟିଛି। ଗତ ମେ 11 ତାରିଖରେ ଏହି ହସପିଟାଲରେ ଜଣେ 36 ବର୍ଷିୟ ମହିଳା କରୋନା ଆକ୍ରାନ୍ତରେ ଭର୍ତ୍ତି ହୋଇଥିଲା। ସେ ନିଶ୍ବାସପ୍ରଶ୍ବାସ ନେବାରେ ଭାରୀ କଷ୍ଟ ଅନୁଭବ କରୁଥିଲା। ଡାକ୍ତରମାନେ ତାଙ୍କୁ…

Read More

ଭୁବନେଶ୍ବର: ଏଣିକି କରୋନା ସଂକ୍ରମଣ ତଥା ତୃତୀୟ ଲହରକୁ ଦେଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏବେ ସବୁ ଜିଲ୍ଲାରେ କରୋନାର ଆରଟିପିସିଆର ପରୀକ୍ଷା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଅଗଷ୍ଟ ୧୫ ତାରିଖରୁ ରାଜ୍ୟରେ ସବୁ ଜିଲ୍ଲାରେ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେଥିପାଇଁ ସମସ୍ତ ଜିଲ୍ଲାରେ ପରୀକ୍ଷା ଲ୍ୟାବ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ ମାତ୍ର ୧୪ ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲ୍ୟାବ ଉପଲବ୍ଧ ଥିବା ବେଳେ ଆଉ ୧୬ ଟି ଜିଲ୍ଲାରେ ଟେଷ୍ଟ ଲ୍ୟାବ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ସେଥିପାଇଁ ଟେଣ୍ଡର ଦିଆସାରିଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କିମ ଅଫ ଆସେସମେଣ୍ଟ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ଦଶମ ଶ୍ରେଣୀ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଏଭଳି ଯୋଜନା କରିଛି। ନବମ ଓ ଦଶମ ପାଠ୍ୟକ୍ରମରେ ୬ ଟି ପରୀକ୍ଷା ଆୟୋଜନ କରାଯିବ। ଏହି ୬ ଟି ପରୀକ୍ଷା ମଧ୍ୟରୁ ୪ ଟି ଛୋଟ ଛୋଟ ପରୀକ୍ଷା ଏବ ୨ ଟି ବଡ ପରୀକ୍ଷା ହେବ। ବାର୍ଷିକ ପରୀକ୍ଷା ବାତିଲ ହେଲେ ଏହି ୬ ଟି ପରୀକ୍ଷା ଆଧାରରେ ପିଲାଙ୍କ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ। ତେବେ ଶିକ୍ଷାବିତଙ୍କ ସହ ବହୁ ଆଲୋଚନା ପର୍ଯ୍ଯାଲୋଚନା ପରେ ବୋର୍ଡ ଏଭଳି ନିଷ୍ପତ୍ତି ଦେଇଛି। ଏହି ନିୟମ ଚଳିତ ବର୍ଷ ଶିକ୍ଷା ବର୍ଷରେ ଲାଗୁ କରିବାକୁ ଯୋଜନା ହୋଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୬୩୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୦ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୨ ଜଣ, ନୟାଗଡ ଜିଲ୍ଲାରୁ ୬ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ, ବାଲେଶ୍ଵର, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ, ଯାଜପୁର, କଳାହାଣ୍ଡି ଓ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୦ ହଜାର ୭୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯…

Read More

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି। ଗତବର୍ଷ ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ପ୍ରଫେସର ଶୁକ୍ଳାଙ୍କ ନାମ ସ୍ଥାନିତ ହୋଇଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ତାଙ୍କର ଅବଦାନକୁ ନେଇ ଭର୍ଚୁଆଲୀ ଆୟୋଜିତ ହୋଇଥିବା ଜିଟିଇଏ -୨୦୨୧ ଆୱାର୍ଡ ଓ ସମ୍ମିଳନୀ କାର୍ଯ୍ୟକ୍ରମରେ ତାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି। ଉତ୍କୃଷ୍ଟ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବିରତ କାର୍ଯ୍ୟଧାରାର ଅବଦାନକୁ ନେଇ ପ୍ରଫେସର ଶୁକ୍ଳାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ମାନପତ୍ରରେ ଉଲ୍ଲେଖ କରାଯାଇଛି। ୧୯୭୧ ମସିହାରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରାଉର୍‌କେଲା (ପୂର୍ବରୁ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ୍‌ରୁ ବିଏସ୍‌ସି (ଇଞ୍ଜିନିୟରିଂ) ମେଟାଲର୍ଜି ଏବଂ ୧୯୭୩ ମସିହାରେ ଏମ୍‌ଟେକ୍ ମେଟାର୍ଲଜି…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୩୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୦ ଲକ୍ଷ ୩୬ ହଜାର ୫୧୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୯ ହଜାର ୧୯୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୨ ଲକ୍ଷ ୨୦ ହଜାର ୯୮୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୮୬ ହଜାର ୩୫୧ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୨୬ ଜଣ ଚିହ୍ନଟ ହୋଇଥିବା ବେଳେ ୪୫୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୦ ହଜାର ୭୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୨ ହଜାର ୭୧୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୬୮୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୫୬୫ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୯ ଟି ଜିଲ୍ଲାରୁ ୧ ହଜାର ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୭୨ ଜଣ, କଟକ ଜିଲ୍ଲାରୁ ୧୪୭ ଜଣ, ଅନୁଗୁଳ…

Read More

ଭୁବନେଶ୍ବର, ଜଟଣୀ ବିଧାୟକ ସୁରେଶ ରାଉତରାୟ 78 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେହି ଉପଲକ୍ଷେ ତାଙ୍କ ଉପରେ ଏକ ପୁସ୍ତକ ଲୋକାର୍ପଣ ହୋଇଛି। ଯାହାର ନାମ ରହିଛି ‘ମାଡିଚାଲ’। ଭୁବନେଶ୍ବରର ଇଡକଲ ହଲରେଏକ ଉତ୍ସବରେ ଏହି ପୁସ୍ତକକୁ ଲୋକାର୍ପଣ କରାଯାଇଛି। ସୁର ରାଉତରାୟଙ୍କ ଲୋକପ୍ରିୟ ବୋଲି ମାଡିଚାଲ କୁ ନେଇ ଏହି ପୁସ୍ତକର ନାମକରଣ କରାଯାଇଛି। ଶ୍ରୀ ରାଉତରାୟଙ୍କର ଦୀର୍ଘ ଛଅ ଦଶନ୍ଦିର ରାଜନୈତିକ ଜୀବନ, ଛାତ୍ର ରାଜନୀତି, ସମାଜସେବା ଓ ଘଟଣା ବହୁଳ ଜୀବନ ଉପରେ ଆଧାରିତ ହୋଇଛି “ମାଡ଼ିଚାଲ” ପୁସ୍ତକ। ଏହି ଲୋକାର୍ପଣ ଉତ୍ସବରେ ପଦ୍ମଶ୍ରୀ କବି ହଳଧର ନାୟକ, ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ, ଦଉଡ଼ରାଣୀ ଦୂତି ଚାନ୍ଦ, ପଦ୍ମଶ୍ରୀ ଦେବୀପ୍ରଶନ୍ନ ପଟ୍ଟନାୟକ, ଶିଳ୍ପୀ ସୁଦର୍ଶନ ସାହୁ, ଶିଳ୍ପୀ ପ୍ରଭାକର ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଉତରାୟଙ୍କର ଘଟଣାବହୁଳ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ ।

Read More

ମେଷ: – ଆଜି ତୁମେ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବ । ଆଜି ପ୍ରତ୍ୟେକ ଛୋଟ ଜିନିଷ ଉପରେ କ୍ରୋଧିତ ହେବେ । ବିଶେଷ ଯତ୍ନ ନିଅନ୍ତୁ ଯେପରି ଚାକିରି, ବ୍ୟବସାୟ ସ୍ଥାନ କିମ୍ବା ଘରେ କେହି ଆଘାତ ପାଆନ୍ତି ନାହିଁ । ଆପଣ କୈଣସି ଧାର୍ମିକ କିମ୍ବା ଶୁଭ କାର୍ଯ୍ୟ ପାଇଁ ଯିବାର ସମ୍ଭାବନା ରହିଛି । ବୃଷ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ ଅନୁଭବ କରିବେ । କୈଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନିଅନ୍ତୁ। ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି, ତେଣୁ ସମ୍ଭବ ହେଲେ ଯାତ୍ରା ସ୍ଥଗିତ ରଖନ୍ତୁ। ଯୋଗ-ଧ୍ୟାନ କରି ମାନସିକ ସ୍ତରରେ ଶାନ୍ତ ରୁହନ୍ତୁ । ମିଥୁନ: – ଆଜି ଭୁଲ ବୁଝାମଣା, ଦାମ୍ପତ୍ୟ ଜୀବନ, ​​ବ୍ୟକ୍ତିଗତ ଜୀବନ, ​​ସାଧାରଣ ଜୀବନ ଏବଂ ବ୍ୟବସାୟ…

Read More

ଭୁବନେଶ୍ୱର, ବିଭିନ୍ନ ସ୍ଥାନରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ 78 ତମ ଜନ୍ମଦିବସ ପାଳିତ । ଆଜି ଜନ୍ନଦିନରେ ଶ୍ରୀ ରାଉତରାୟ ଲିଙ୍ଗରାଜ ମନ୍ଦିର, ଦକ୍ଷୀଣଚଣ୍ଡି ମନ୍ଦିର, ସୁନ୍ଦରପଦା ମସ୍‌ଜିଦ ଓ ସତ୍ୟନଗର ଚର୍ଚ୍ଚଠାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପୁରୁଣା ଭୁବନେଶ୍ୱର ଏବଂ ଜଟଣୀ ସ୍ଥିତ ଡାକ୍ତରଖାନାରେ ଫଳ ଓ ମାସ୍କ ବଂଟନ କରାଯାଇଥିଲା । ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ମଧ୍ୟ ବସ୍ତ୍ରଦାନ କରାଯାଇଥିଲା । ମାଉସୀମା ଛକଠାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଶ୍ରୀ ରାଉତରାୟଙ୍କ ବାସଭବରେ ଜୟନ୍ତୀ କମିଟି ପକ୍ଷରୁ ମିଷ୍ଟାନ୍ନ ବଂଟନ ଏବଂ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା । ଏହାପରେ ୮ନମ୍ବରରେ କେବିଏନ ଗ୍ରୁପ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେୃତ୍ୱରେ ଶ୍ରୀ ରାଉତରାୟଙ୍କ ଜନ୍ମଦିବସ ପାଳିତ ହୋଇଥିଲା । ଏହି କାଯ୍ୟକ୍ରମରେ ଯୋଗଦେଇ ଶ୍ରୀ ରାଉତରାୟ ଛାତ୍ର ଓ ଯୁବକମାନଙ୍କୁ…

Read More

ନୂଆଦିଲ୍ଲୀ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମସ୍ତଙ୍କ ପାଇଁ ଶିକ୍ଷା ଯୋଗାଇବାରେ ଟେକ୍ନୋଲୋଜି ବ୍ୟବହାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଜାତୀୟ ୱେବିନିନରରେ ବୈଷ୍ଣବ, ଶିକ୍ଷା ପ୍ରକ୍ରିୟାକୁ ସହଜ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ହାଇ ସ୍ପିଡ୍ ଇଣ୍ଟରନେଟ୍ ସହିତ ଯୋଗାଯୋଗର ମାଧ୍ୟମକୁ ପ୍ରୋତ୍ସାହିତ କରିବା ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଯାହା କାର୍ଯ୍ୟକାରୀ ହେଉଛି। ଏହି ଜାତୀୟ ୱେବିନିନାର ଶିକ୍ଷା ମନ୍ତ୍ରଣାଳୟ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଆୟୋଜିତ ହୋଇଥିଲା।

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ମାହୋବା ଠାରେ ଉଜ୍ଜ୍ୱଳା ୨.୦ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା – ପିଏମୟୁୱାଇ)ର ଭିଡିଓ କନଫରେନ୍ସିଂ ଯୋଗେ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ହିତାଧିକାରୀମାନଙ୍କ ଏଲପିଜି ସଂଯୋଗ ବଣ୍ଟନ କରିବା ସହ ଉଜ୍ଜ୍ୱଳା ଯୋଜନାରୁ କିଭଳି ସୁଫଳ ମିଳୁଛି ସେ ସମ୍ପର୍କରେ ସେମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ରକ୍ଷା ବନ୍ଧନ ପର୍ବ ପୂର୍ବରୁ ଉତ୍ତର ପ୍ରଦେଶର ଭଉଣୀମାନଙ୍କୁ ସେ ସମ୍ବୋଧନ କରୁଥିବାରୁ ବେଶ୍‍ ଆନନ୍ଦିତ । ସେ କହିଲେ ଯେ ଅଧିକ ସଂଖ୍ୟକ ଲୋକ, ବିଶେଷ କରି ମହିଳାମାନଙ୍କ ଜୀବନ ଏବେ ଉଜ୍ଜ୍ୱଳା ଯୋଜନା ଯୋଗୁ ଅସମ୍ଭବ ଭାବେ ଉଜ୍ଜ୍ୱଳ ହୋଇପାରିଛି । ଏହି ଯୋଜନା ୨୦୧୬ ମସିହାରେ ଉତ୍ତର ପ୍ରଦେଶର ବାଲିଆ ଠାରୁ ଆରମ୍ଭ କରାଯାଇଥିଲା ଏବଂ ତାହା ହେଉଛି ଭାରତୀୟ…

Read More

ଭୁବନେଶ୍ଵର : ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ଅଲିମ୍ଫିକ୍ସ ପଦକ ବିଜେତା। ଭୁବନେଶ୍ଵର ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ବ୍ରୋଞ୍ଚ ପଦକ ବିଜେତା ବିରେନ୍ଦ୍ର ଲାକ୍ରା ଓ ଅମିତା ରୋହିତ ଦାସ ଓ଼ଡିଶାକୁ ଫେରିଛନ୍ତି। ମହିଳା ହକି ଖେଳାଳୀ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ ମଧ୍ୟ ଆଜି ପହଞ୍ଚିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କ୍ରୀଡାବିଭାଗ ତରଫରୁ ଫୁଲତୋଡା ଦେଇ ସ୍ଗାଗତ କରାଯାଇଥିଲା। ହକି ଇଣ୍ଡିଆର ଓଡିଶା ପ୍ରାୟଯୋକ ଥିବାରୁ ଏହି ସଫଳତା ଆହୁରି ବଢିଯାଇଛି। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଖେଳାଳୀଙ୍କୁ ସମ୍ବର୍ଦ୍ଧନା କରିବେ ବୋଲି ଜଣାପଡିଛି।

Read More

ଭୁବନେଶ୍ବର, ବେକାରୀମାନଙ୍କ ପାଇଁ ଏକ ଖୁସି ଖବର। ଓଡିଶାରେ ଏକାଥରେ ୧୧ହଜାର ୪୫୦ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ନିଷ୍ପତି କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ନିଷ୍ପତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୨୦୫୫ ହିନ୍ଦୀ, ୧୩୦୪ ସଂସ୍କୃତ ଓ ୧୨୬୦ ଶାରୀରିକ ଶିକ୍ଷକ ନିଯୁକ୍ତ ହେବେ। ପ୍ରଥମ ପର‌୍ୟ୍ୟାୟ ନିଯୁକ୍ତି ପାଇଁ ଆସନ୍ତା ଅଗଷ୍ଟ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୬୦୬୫ ଜଣ ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ ଏବଂ ତେଲୁଗୁ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ତୃତୀୟ ପର୍ଯ୍ୟାୟରେ ୯୪୦ ଜଣ ତାଲିମ ପ୍ରାପ୍ତ ସ୍ନାତକ, କ୍ଲାସିକାଲ ଏବଂ ହିନ୍ଦି ଶିକ୍ଷକ ପଦବୀ ପୁରଣ କରାଯିବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଦୀର୍ଘ ବର୍ଷ ଧରି ଶିକ୍ଷକ ନିଯୁକ୍ତି କରାଯାଉ ବୋଲି ଦାବୀ ହୋଇ ଆସୁଥିଲା।…

Read More

ଲକ୍ଷ୍ନୌ: ବିଜେପିକୁ ବିଏସପିରୁ ଆସିଥିବା ଜିତେନ୍ଦ୍ର ସିଂ ବବଲୁଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଜିତେନ୍ଦ୍ର ସିଂ ବବଲୁ କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଯାହାକୁ ବିଜେପିର ରୀତା ବହୁଗୁଣା ବିରୋଧ କରିଥିଲେ। ବାସ୍ତବରେ ରୀତା ବହୁଗୁଣାଙ୍କ ଘର ଜିତେନ୍ଦ୍ର ସିଂ ବବଲୁ ପୋଡି ଦେଇଥିବା ଅଭିଯୋଗ ହୋଇଛି। ବବୁଲୁ ସେତେବେଳେ ବିଏସପିରେ ଥିଲେ ଏବଂ ଗତ ସପ୍ତାହରେ ବିଜେପିରେ ଯୋଗ ଦେଇଥିଲେ। ଏବେ ରୀତା ବହୁଗୁଣାଙ୍କ ଅଭିଯୋଗରେ ବିଜେପି ତାଙ୍କୁ ଦଳରୁ ବାହାର କରିଦେଇଛି। ବହୁ ମାମଲାର ସମ୍ମୁଖୀନ ହୋଇଥିବା ଜିତେନ୍ଦ୍ର ସିଂ ବବଲୁ ମାୟାବତୀ ସରକାରରେ ଜଣେ ବିଏସପିର ଦବଙ୍ଗ ବିଧାୟକ ଥିଲେ। ଅଯୋଧ୍ୟାଠାରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ତାଙ୍କର ଦବଦବା ରହୁଥିଲା। ସେ ମାୟାବତୀଙ୍କ ଅତି ଘନିଷ୍ଠ ନେତାଙ୍କ ମଧ୍ୟରେ ଗଣତି ହେଉଥିଲେ। ମାୟାବତୀଙ୍କ ଦ୍ୱାରା ତାଙ୍କ ଭାଇଙ୍କୁ ଏମଏଲସି କରାଯାଇଥିଲା। ଏହା ଭିତରେ ଏପରି ଘଟଣା ଘଟିଥିଲା ​​ଯେ, ବବଲୁ ସାରା ଦେଶରେ ହେଡଲାଇନରେ ଆସିଥିଲେ।…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୭୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨ ହଜାର ୪୯୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୮ ହଜାର ୬୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୮୨୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୯୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More