Author: Samikhsya Bureau

ଭୁବନେଶ୍ୱର: ଚାଷୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦ ନାହିଁ। ଦେହ ଓ ମନ ଲଗାଇ କାମ କର। ଲକଡ଼ାଉନ ଓ ସଟଡ଼ାଉନ ସମୟରେ ସମସ୍ତଙ୍କ ଚକା ଜାମ୍ କରି, ମୁହଁରେ ତୁଣ୍ଡି ଲଗାଇ ଖଣିରୁ ଅପର୍ଯ୍ୟାପ୍ତ ଅର୍ଥ ପାଇଛ। ଏପରିକି ସବୁ ବିଭାଗକୁ ଖର୍ଚ୍ଚ ପାଇଁ ପଇସା ମଗାଇ ସାରିଲେଣି। ଅଥଚ ମରୁଡ଼ିରେ ଛଟପଟ ହେଉଥିବା ଚାଷୀଙ୍କ କଥା ସମ୍ପୂର୍ଣ୍ଣ ଭୁଲିଯାଇଛ। ଖଣି ଅର୍ଥରେ ପ୍ରଥମେ ଚାଷୀଙ୍କ ଜମିକୁ ଜଳ ଯୋଗାଇ ମରୁଡ଼ି ମୁକାବିଲା କର। ସୂଚନାଯୋଗ୍ୟ ଯେ, ସାରା ଓଡ଼ିଶାର ଅଧାରୁ ଅଧିକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଯୋଗୁଁ ରୁଆ ପୋତା ହୋଇପାରୁ ନାହିଁ। ରୁଆ ହୋଥିବା ଧାନ ଜଳିଗଲାଣି। ଚାଷ ପ୍ରକ୍ରିୟା ଗଭୀର ଭାବରେ ବ୍ୟାହତ ହୋଇଛି। ଏପରିକି ଚାଷୀଙ୍କ ମୁଣ୍ଡ ଗଡ଼ିଲାଣି। ତଥାପି ସରକାର ଚେତି ନାହାଁନ୍ତି। ଯାଜପୁର, କଟକ, ମୟୁରଭଞ୍ଜ, ଗଞ୍ଜାମ ଯୁଆଡ଼େ ଦେଖ ମରୁଡ଼ି ସ୍ଥିତି। ଅଧା ଓଡ଼ିଶାରେ ମରୁଡ଼ି ସ୍ଥିତି ବୋଲି…

Read More

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ରିଲାଏନ୍ସ ନିଉ ଏନର୍ଜି ସୋଲାର ଲିମିଟେଡ୍ (ଆର୍‌ଏନ୍‌ଇଏସ୍‌ଏଲ୍‌) ପକ୍ଷରୁ କିଛି ଗୁରୁତ୍ୱପୂର୍ଣ୍ଣ ନିବେଶକ ଯଥା ପଲସନ୍ ଆଣ୍ଡ୍ କୋ ଆଇଏନ୍‌ସି, ବିଲ୍ ଗେଟ୍‌ସ ଏବଂ କିଛି ଅନ୍ୟ ନିବେଶକଙ୍କ ସହ ମିଶି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍‌ସ ସ୍ଥିତ ଶକ୍ତି ସଂରକ୍ଷଣ (ଷ୍ଟୋରେଜ୍‌) କଂପାନି ଆମ୍ବ୍ରି ଆଇଏନ୍‌ସିରେ ୧୪୪ ନିୟୁତ ଡଲାର ନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି । ଏହି ନିବେଶ କଂପାନିକୁ ଶକ୍ତି ଷ୍ଟୋରେଜ୍ ବ୍ୟବସ୍ଥା ଦୀର୍ଘମିଆଦୀ ଭିତିରେ ସାରା ବିଶ୍ୱରେ ବାଣିଜ୍ୟିକ ପ୍ରସାର କରିବା ଓ ଆଗକୁ ବଢ଼ାଇବାରେ ସହାୟକ ହେବ। ଆମ୍ବ୍ରିର ଅଗ୍ରାଧିକାର ଷ୍ଟକ୍‌ର ୪୨.୩ ନିୟୁତ ସେୟାରକୁ ଅଧିଗ୍ରହଣ କରିବା ଲାଗି ଆରଏନ୍‌ଇଏସ୍‌ଏଲ୍ ୫୦ ନିୟୁତ ଡଲାର ନିବେଶ କରିବ। ପେଟେଂଟ୍ ପ୍ରଯୁକ୍ତି ଭିତିକ ଓ ୪ ରୁ ୨୪ ଘଂଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ରା ଭାବେ ଡିଜାଇନ୍ କରାଯାଇଥିବା ଆମ୍ବ୍ରିର…

Read More

ଭୁବନେଶ୍ୱର: ମହାମାରୀ କରୋନାର ପ୍ରଥମ ଲହର ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଲୋକଙ୍କୁ କରୋନା ସେବା ଯୋଗାଇ ଆସୁଥିବା ସମାଜସେବୀ ପ୍ରତାପ ସାହୁ ଇତି ମଧ୍ୟରେ ସେବା କ୍ଷେତ୍ରରେ ୫୦୦ ଦିନ ଅତିକ୍ରମ କରିସାରିବା ପରେ ଏବେ ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛନ୍ତି। ଗତ ୨୦୨୦ ମସିହା ମାର୍ଚ୍ଚ ମାସରୁ ଓଡ଼ିଶାରେ ଦେଖା ଦେଇଥିବା ମହାମାରୀ କରୋନାର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ପର୍ଯ୍ୟନ୍ତ ଦୀର୍ଘ ୫୦୦ ଦିନ ଧରି କ୍ରମାଗତ ଭାବେ ଶ୍ରୀଯୁକ୍ତ ସାହୁ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ପ୍ରତିଦିନ ସକାଳ ୬ଟାରୁ ନିଜର ନିତ୍ୟକର୍ମ ସାରି ପ୍ରତାପ ବାହାରି ଯାଇ ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ ମାଗଣାରେ ମାସ୍କ, ସାନିଟାଇଜର, ସାବୁନ ଯୋଗାଇ ଦେବା ସହିତ କରୋନାରୁ ରକ୍ଷା ପାଇବା ପାଇଁ ସବୁଦିନ ସାବୁନରେ ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକଙ୍କୁ…

Read More

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେପି ଓ କଂଗ୍ରେସ ଦଳର ଶତାଧିକ କର୍ମକର୍ତ୍ତା ଓ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବହୁ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ସାମିଲ ଅଛନ୍ତି। ଆଜି ମଧ୍ୟାହ୍ନରେ ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ବିଜେଡିର ବହୁ କର୍ମକର୍ତ୍ତା, ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପୌରୋହିତ୍ୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ସମସ୍ତ କଂଗ୍ରେସ ଓ ବିଜେପି ନେତୃବୃନ୍ଦଙ୍କୁ ଦଳକୁ ସ୍ୱାଗତ କରିଥିଲେ। ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ସାଂଗଠନିକ ସମ୍ପାଦକ ଶ୍ରୀ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୩୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୫୬, କଟକରୁ ୧୪୪, ପୁରୀରୁ ୭୯, ବାଲେଶ୍ବରରୁ ୭୨, ଭଦ୍ରକରୁ ୭୧, କେନ୍ଦ୍ରାପଡାରୁ ୬୬, ଅନୁଗୁଳରୁ ୬୪, ଯାଜପୁରରୁ ୬୩, ଜଗତସିଂହପୁରରୁ ୫୭,  ନୟାଗଡରୁ ୪୭, ସୁନ୍ଦରଗଡରୁ ୨୮, ଢେଙ୍କାନାଳରୁ ୨୭, ମୟୂରଭଞ୍ଜରୁ ୨୪, ସୋନପୁରରୁ ୨୩, କନ୍ଧମାଳରୁ ୧୩, କେନ୍ଦୁଝରରୁ ୧୩, ସମ୍ବଲପୁରରୁ ୧୩, ଦେବଗଡରୁ ୯, ବୌଦ୍ଧରୁ ୮, କଳାହାଣ୍ଡିରୁ ୮, ମାଲକାନଗିରିରୁ ୮, ରାୟଗଡାରୁ ୭, କୋରାପୁଟରୁ ୬, ଗଜପତିରୁ ୫, ବଲାଙ୍ଗୀରିରୁ ୩, ଝାରସୁଗୁଡାରୁ ୩, ନବରଙ୍ଗପୁରରୁ ୩ ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୨ ହଜାର ୭୧୦ ଜଣ ସୁସ୍ଥ…

Read More

ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଶନିବାର ଦିନ ରାଷ୍ଟ୍ରପତି ଭବନରେ ଭାରତୀୟ ଅଲିମ୍ପିକ୍ ପଦକ ବିଜେତାଙ୍କ ସମ୍ମାନରେ ଏକ ହାଇ ଟି ର ଆୟୋଜନ କରିବେ। ରାଷ୍ଟ୍ରପତିଙ୍କ ସଚିବାଳୟ ତରଫରୁ ଏ ନେଇ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ରାଷ୍ଟ୍ରପତି ଟୋକିଓ ଅଲିମ୍ପିକ୍ସ 2020 ର ଭାରତୀୟ ବିଜେତାଙ୍କୁ ଅଗଷ୍ଟ 14 ରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ‘ହାଇ ଟି’ ରେ ଆୟୋଜନ କରିବେ।  ସୂଚନାଯୋଗ୍ୟ ଯେ ଟୋକିଓ ଅଲିମ୍ପିକ୍ସ -2020 ରେ ଗୋଟିଏ ସ୍ୱର୍ଣ୍ଣ ପଦକ ସମେତ ମୋଟ ସାତୋଟି ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିପାରିଛି।

Read More

ଭୁବନେଶ୍ବର, ପଶ୍ଚିମ ଓଡିଶା ବିକାଶ ପରିଷଦକୁ ସ୍ବୟଂ ଶାସିତ କରିବା ପାଇଁ ଆଜି ବିଜେପି ତରଫରୁ ଦାବୀ କରାଯାଇଛି। ଏ ନେଇ ବିଜେପି ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏଥିସହିତ ଦଳର ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏକ ଦାବୀ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଦଳ ଦାବୀ କରିଛି ଯେ, ପଶ୍ଚିମ ଓଡିଶା ବିକାଶ ପରିଷଦ ବର୍ତ୍ତମାନ ସାଇନ ବୋର୍ଡ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହା ସରକାରୀ ଦଳର ଏହ ସଂସ୍ଥା ହୋଇଛି। ଯେଉଁ ଉଦ୍ଦେଶ୍ୟରେ ଏହାର ପରିକଳ୍ପନା କରାଯାଇଥିଲା ତାହା ପୂରଣ ହୋଇପାରୁ ନାହିଁ। ଏହାର ମୁଖ୍ୟ କାର୍ଯ୍ୟାଳୟ ତୁରନ୍ତ ଭୁବନେଶ୍ବରରୁ ହଟାଇ ସେହି ଜିଲ୍ଲାରେ କରାଯାଉ ବୋଲି ଦଳ ଦାବୀ କରିଛି। ସରକାର ତୁରନ୍ତ ଏହି ସଂସ୍ଥାକୁ ରାଜନୈତିକ ମୁକ୍ତ କରି ସ୍ବୟଂଶାସିତ ସଂସ୍ଥା ଭାବେ ଘୋଷଣା କରନ୍ତୁ ବୋଲି ଦଳ ଦାବୀ କରିଛି।

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର କ୍ଷେତ୍ରପୁର ଗ୍ରାମରେ ଠିକ୍ ସ୍ଥାନରେ ରାସ୍ତା ନର୍ମାଣ ହୋଇ ନ ଥିବାରୁ ଗ୍ରାମବାସୀ ଆଜି ନାକଟିଦେଉଳ ବିଡିଓଙ୍କ ଠାରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଅନୁଯାୟୀ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର କ୍ଷେତ୍ରପୁର ଗ୍ରାମରେ ୧,୯୦,୦୦୦ ଟଙ୍କା ବିନମୟରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ହେଲା ଯେ, କ୍ଷେତ୍ରପୁର ଗ୍ରାମର ଗୁଡିଘର ପାଖରେ ଏହି ରାସ୍ତା ନିର୍ମାଣ ନ ହୋଇ ଅଙ୍ଗନଓାଡି କେନ୍ଦ୍ର ପାଖରେ ହୋଇଛି। ଗୁଡିଘର ପଡାରେ ରାସ୍ତା ହେବା ସଂପର୍କରେ ସୂଚନା ଫଳକରେ ସୂଚନା ଲେଖାଯାଇଥିବା ବେଳେ ଅନ୍ୟଏକ ପଡାରେ କେମିତି ରାସ୍ତା ହେଲା ସେ ସଂପର୍କରେ ଗ୍ରାମବାସୀ ଆଜି ନାକଟିଦେଉଳ ବିଡଓଙ୍କ ଠାରେ ଅଭିଯୋଗ କରିଛନ୍ତି। ବିଡିଓଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମର ପ୍ରଦୀପ ଖାଖା, ମନୋନିକା କିସ୍ପଟା, ଗରଟି ବାର୍ଲା, ସଲମି ବାରଲା, ସିପରିଆନ୍…

Read More

ନୂଆଦିଲ୍ଲୀ: ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (NRC) ଲାଗୁ କରିବାକୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ସଂସଦରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଜନସଂଖ୍ୟା ରେଜିଷ୍ଟର (NPR) କୁ ଅପଡେଟ୍ କରିବା କାର୍ଯ୍ୟ ଚାଲିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏନଆରସି ସମ୍ବନ୍ଧରେ ଦେଶବ୍ୟାପୀ ପ୍ରଦର୍ଶନ ପ୍ରଦର୍ଶନ କରାଯାଇଥିଲା। ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଜନଗଣନା ୨୦୨୧ରେ ପଚରାଯାଇଥିବା ଏକ ପ୍ରଶ୍ନରେ ସେ କହିଛନ୍ତି ଯେ, ବର୍ତ୍ତମାନ ଜାତି ସଂଖ୍ୟା ପ୍ରକାଶ କରିବାକୁ କୌଣସି ପ୍ରସ୍ତାବ ନାହିଁ। ଆଗାମୀ ଜନଗଣନା ପ୍ରଥମ ଡିଜିଟାଲ ଜନଗଣନା ହେବ। ତଥ୍ୟ ସଂଗ୍ରହ ପାଇଁ ଏକ ମୋବାଇଲ୍ ଆପ୍ ଏବଂ ଜନଗଣନା ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି। ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ଠାରୁ ନାକଟିଦେଉଳରୁ ଭୂବନେଶ୍ୱରକୁ ଏକ ସରକାରୀ ବସ୍ ଚାଲିବା ଆରମ୍ଭ ହୋଇଥିବାରୁ ଅଂଚଳବାସୀ ମଧ୍ୟରେ ଆନନ୍ଦ ଖେଳିଯାଇଛି। ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଉଦ୍ୟମରେ ଏହି ସରକାରୀ ବସ୍ ସେବା ଆରମ୍ଭ ହୋଇଛି। ନାକଟିଦେଉଳ ବାସୀଙ୍କର ଗମନା ଗମନକୁ ଆଖିଆଗରେ ରଖି ମାନ୍ୟବର ବିଧାୟକ ଇଂ ରୋହିତ ପୂଝାରୀଙ୍କ ଉଦ୍ୟମକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି। ଭବିଷ୍ୟତରେ ଏହା କିସିଣ୍ଡାରୁ ରୁ ଭୂବନେଶ୍ୱରକୁ ଯିବାକୁ ଦାବୀ ହେଉଛି। ଏହି ବସ୍ ସେବା ଯୋଗୁଁ ନାକଟିଦେଉଳର ବାସିନ୍ଦା ମାନେ ସିଧା ସଳଖ ରାଜଧାନୀ ସହ ଯୋଡି ହେବେ। ସକାଳ ୪.୩୦ ରୁ ନାକଟିଦେଉଳରୁ ଛାଡିବ ଏବଂ ସଂଧ୍ୟା ୪.୩୦ ରେ ଭୂବନେଶ୍ୱରରୁ ଛାଡିବ ବୋଲି ଜଣା ପଡିଛି।

Read More

ଭୁବନେଶ୍ୱର: ଭାରତ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ଇତିହାସ ସୃ୍‌ଷ୍ଟି କରି ଗତ ସପ୍ତାହରେ ଟୋକିଓ ଠାରେ ଅଲିମ୍ପିକ୍ ଟ୍ରାକ୍ ଇଭେନ୍‌ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜାଭେଲିନ୍ ଷ୍ଟାର ନୀରଜ ଚୋପ୍ରାଙ୍କୁ ଚାରିବର୍ଷ ତଳେ ଭୁବନେଶ୍ୱରର ଜଣେ ସ୍ପୋର୍ଟସ ମେଡିସିନ୍ ଓ ସର୍ଜରୀ ବିଶେଷଜ୍ଞ ଚିକିତ୍ସା କରିଥିଲେ। ୨୦୧୭ ଜୁଲାଇ ମାସରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିବା ଏସିଆନ୍ ଆଥଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ଚୋପ୍ରା ଭାଗ ନେଇଥିବା ବେଳେ ତାଙ୍କ ଦକ୍ଷିଣ କାନ୍ଧରେ ଯନ୍ତ୍ରଣା ହେଉଥିବାରୁ ଏକ ସନ୍ଧ୍ୟାରେ ନିଜର ଜଣେ ବନ୍ଧୁଙ୍କ ସହ ଅର୍ଥୋପେଡିକ୍ ଓ ସ୍ପୋର୍ଟସ୍ ମେଡିସିନ୍ ବିଶେଷଜ୍ଞ ଡାକ୍ତର (ମେଜର) ସାର୍ଥକ ପଟ୍ଟନାୟକଙ୍କ କ୍ଲିନିକ୍‌କୁ ଆସିଥିଲେ। ମୁଁ ଏହି ଯୁବ ଆଥଲେଟ୍‌ଙ୍କର ଚିକିତ୍ସା କରିଥିଲି ଏବଂ ତାଙ୍କର ଏହି ଯନ୍ତ୍ରଣା ମୁଖ୍ୟତଃ ମାଂସପେଶୀ ଜନିତ ଥିଲା ବୋଲି ଜଣାପଡିଥିଲା। ଖୁବ୍ ଯତ୍ନର ସହ ଓ ଉଚିତ୍ ପଦ୍ଧତିରେ ତାଙ୍କର ଏହି ସମସ୍ୟାର ଚିକିତ୍ସା କରାଯାଇଥିଲା…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ଭୋରରୁ ବାଟଗାଁ ନିକଟସ୍ଥ ଟିକିରା ନଦୀରେ ସ୍ନାନ କରୁଥିବା ବେଳେ ଜଣେ ଯୁବକ ମୃତ୍ୟୁବରଣ କରଥିବା ଜଣା ପଡିଛି। ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ଗ୍ରାମର ଝସକେତନ ଦେହୁରୀ (୩୦) ନାମକ ଯୁବକ କୁଞାମୁରା ଶିବ ମନ୍ଦିର ରେ ମନସ୍କାମନା ପୂରଣ ପାଇଁ କିଛି ଦିନ ହେଲା ଅଧିଆ ପଡିଥିଲେ। ଆଜି ଭୋରରୁ ସେ ସ୍ନାନ କରିବା ପାଇଁ ଟିକିରା ନଦୀ କୂଳକୁ ଯାଇଥିବା ବେଳେ ନଦୀରେ ଭାସି ଯାଇଥିଲେ। ଗାଁ ଲୋକେ ସଙ୍ଗେ ସଙ୍ଗେ ପୋଲିସ, ଦମକଳ ବାହିନୀକୁ ଖବର ଦେଇଥିଲେ। ପୋଲିସ୍ ଓ ଦମକଳ ବାହିନୀ ଯାଇ ଶବ କୁ ଉଦ୍ଧାର କରିଥିଲେ। ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଥିବା ଜଣା ପଡିଛି। ମୃତ ପରିବାରକୁ ସରକାରଙ୍କ ତରଫରୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ସେପଟେ ନାକଟିଦେଉଳ ତହସିଲ୍‌ଦାର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମହୋବା ଜିଲ୍ଲାରୁ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନେ ଠିକଣା ପ୍ରମାଣ ବିନା ଗ୍ୟାସ ସଂଯୋଗ ପାଇବେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବୁନ୍ଦେଲଖଣ୍ଡ ସମେତ ୟୁପି ତଥା ଅନ୍ୟାନ୍ୟ ରାଜ୍ୟରୁ ଆମର ଅନେକ ସାଥି ନିଜ ଗାଁ ଛାଡି ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଆନ୍ତି। କିନ୍ତୁ ସେଠାରେ ସେମାନେ ଠିକଣା ପ୍ରମାଣ ପତ୍ର ସମସ୍ୟାର ସମ୍ମୁଖୀନ ହୁଅନ୍ତି। ତେବେ ଉଜ୍ଜ୍ଵଳା ୨.୦ ଯୋଜନା ସେହିଭଳି ଲକ୍ଷ ଲକ୍ଷ ପରିବାରକୁ ସର୍ବାଧିକ ସହଯୋଗ ପ୍ରଦାନ କରିବ। ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ମୋର ଶ୍ରମିକ ସାଥିମାନେ ଠିକଣାର ପ୍ରମାଣ ପତ୍ର ପାଇଁ କେଉଁ ଆଡେ ବୁଲିବା ଆବଶ୍ୟକ ପଡିବ ନାହିଁ। ଆପଣମାନଙ୍କର ସଚ୍ଚୋଟତା ଉପରେ ସରକାରଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଆପଣମାନଙ୍କୁ କେବଳ ଆପଣଙ୍କର ଠିକଣାର ଆତ୍ମ-ଘୋଷଣା…

Read More

ନୂଆଦିଲ୍ଲୀ: ଜନ୍ତର ମନ୍ତ୍ରର ନିକଟରେ ଉତ୍ତେଜନାମୂଳକ ସ୍ଲୋଗାନ ମାମଲାରେ ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଅଶ୍ୱିନୀ ଉପାଧ୍ୟାୟ, ବିନୋଦ ଶର୍ମା, ଦୀପକ ସିଂ, ଭିନେଟ କ୍ରାନ୍ତି, ପ୍ରୀତ ସିଂ ଏବଂ ଦୀପକଙ୍କୁ ଦିଲ୍ଲୀ ପୋଲିସ ଆନୁଷ୍ଠାନିକ ଭାବେ ଗିରଫ କରିଛି। ସେମାନଙ୍କ ବିରୋଧରେ ମୁସଲମାନ ବିରୋଧୀ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ସୋମବାର ଦିଲ୍ଲୀ ପୋଲିସ ଏ ବାବଦରେ ଏକ ମାମଲା ରୁଜୁ କରିଛି। ରବିବାର ଦିନ ଜନ୍ତର ମନ୍ତ୍ରରରେ ‘ଭାରତ ଜୋଡୋ ଆନ୍ଦୋଳନ’ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନରେ ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ଅଶ୍ୱିନୀ ଉପାଧ୍ୟାୟ ମୁସଲିମ ବିରୋଧୀ ସ୍ଲୋଗାନ ଘଟଣାରେ ସମ୍ପୃକ୍ତ ଥିବା କଥାକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, “ଭିଡିଓର ଯାଞ୍ଚ ପାଇଁ ମୁଁ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଛି। ଯଦି ଭିଡିଓଟି ପ୍ରାମାଣିକ…

Read More

ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍‌ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍‌ ରୂପେ ସାମ୍ନା କରିବପାରିବେ ସେ ଦକ୍ଷତା…

Read More

ନୂଆଦିଲ୍ଲୀ: ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବୀମା ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଦେଶର ଏକ ବୃହତ ଜନସଂଖ୍ୟା ପାଇଁ ବୀମାର ଉଚ୍ଚ ପ୍ରିମିୟମ ଦେବା କଷ୍ଟକର। ସେଥିପାଇଁ ଆର୍ଥିକ ଦୁର୍ବଳ ଲୋକଙ୍କୁ ବୀମା ସୁବିଧା ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ବୀମାଭୁକ୍ତ ବ୍ୟକ୍ତିଙ୍କୁ ଏକ ମାସରେ କେବଳ ଏକ ଟଙ୍କା ବୀମା ଦେବାକୁ ପଡିବ। ଅର୍ଥାତ୍ ବାର୍ଷିକ ପ୍ରିମିୟମକୁ ମାତ୍ର ୧୨ ଟଙ୍କା ଦେବାକୁ ପଡିବ। ଏହି ବୀମା ଯୋଜନା କ’ଣ? ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ହେଉଛି ଏକ ପ୍ରକାର ଦୁର୍ଘଟଣାଜନିତ ବୀମା। ଏଥିରେ ବାର୍ଷିକ ମାତ୍ର ୧୨ ଟଙ୍କା ଦେୟ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାଭୁକ୍ତ ହୋଇଛି। ଦୁର୍ଘଟଣାରେ ବୀମାଭୁକ୍ତ ବ୍ୟକ୍ତିଙ୍କ ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ, ଏହି ରାଶି ମିଳିବ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ପଞ୍ଜିକରଣ ପ୍ରକ୍ରିୟା: ଆପଣ ନିକଟସ୍ଥ ଏକ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୮ ହଜାର ୨୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୯ ଲକ୍ଷ ୯୮ ହଜାର ୨୫୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୮ ହଜାର ୬୮୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୧ ଲକ୍ଷ ୮୦ ହଜାର ୯୬୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୮୮ ହଜାର ୫୦୮ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୫୬୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୦ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୮ ଜଣ, ବାଲେଶ୍ବରରୁ ୬ ଜଣ, କନ୍ଧମାଳରୁ ୪ ଜଣ, କଟକ, ଯାଜପୁର, ମୟୂରଭଞ୍ଜ, ନୟାଗଡ ଓ ପୁରୀରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ଦେବଗଡ, ଝାରସୁଗୁଡା ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀରି, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୧…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୦୫ ଜଣ ଚିହ୍ନଟ ହୋଇଥିବା ବେଳେ ୪୩୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୮ ହଜାର ୯୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୧ ହଜାର ୩୯୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୯୮୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୫୦୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୮ ଟି ଜିଲ୍ଲାରୁ ୧ ହଜାର ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୮୩ ଜଣ, କଟକ ଜିଲ୍ଲାରୁ ୧୩୨; ଜଣ, ଅନୁଗୁଳ…

Read More

ଭୁବନେଶ୍ବର, ବହୁଦିନର ପ୍ରତିକ୍ଷା ପରେ ଶେଷରେ ସମସ୍ତ ଧର୍ମ ଅନୁଷ୍ଠାନ ଖୋଲିବ। ଆସନ୍ତା 23 ତାରିଖରେ ମନ୍ଦିର ସହିତ ସମସ୍ତ ଧର୍ମ ଅନୁଷ୍ଠାନ ଖୋଲିବାକୁ ବିଏମସି ଅନୁମତି ଦେଇଛି। ତେବେ ଏଥିପାଇଁ ସ୍ବତନ୍ତ୍ର ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି। ସେହି ଅନୁସାରେ ଭକ୍ତମାନେ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ। ଭକ୍ତମାନେ ଧାଡି ଦର୍ଶନ କରିବା ପାଇଁ ମନ୍ଦିର କର୍ତ୍ତୁପକ୍ଷ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଦର୍ଶନ ସମୟରେ ଭକ୍ତମାନେ ଶାରୀରିକ ଦୂରତା ମଧ୍ୟରେ ଯିବା ପାଇଁ ନିର୍ଦ୍ଦେଶ କରାଯାଇଛିି। ତେବେ ଲିଙ୍ଗରାଜ ମନ୍ଦିର ଖୋଲିବା ପାଇଁ ମନ୍ଦିର ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଛି। ସେମାନେ କଟକଣାକୁ ଠିକ ଭାବେ ଲାଗୁ କରିବାର ନିଶ୍ଚିତ ହେବା ପରେ ଖୋଲିବେ ବୋଲି ବିଏମସି ତରଫରୁ କୁହାଯାଇଛି।

Read More

ଭୁବନେଶ୍ବର, ଆଜି ମଙ୍ଗଳବାରରେ ଓଡିଶାର ପ୍ରତିଷ୍ଠାତ ଘଟଗାଁ ମା ତାରିଣୀ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯାଇଛି। କରୋନା ପାଇଁ ଏହି ମନ୍ଦିର ଦୀର୍ଘ ମାସ ଧରି ବନ୍ଦ ରହିଥିଲା। ମନ୍ଦିର ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି। ତେବେ ଭକ୍ତମାନେ କେହି ପୂଜା କରିପାରିବେ ନାହିଁ। ଧାଡିରେ ଶାରୀରିକ ଦୂରତାରେ ରହି ମାଙ୍କର କେବଳ ଦର୍ଶନ କରିପାରିବେ। ସେଥିପାଇଁ ଏକ ଗାଇଡ ଲାଇନ ଜାରୀ କରାଯାଇଛି। ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଧାଡିରେ ଯିବା ପାଇଁ ସେଠାରେ ବାରିକେଟ ବ୍ୟବସ୍ଥା ମଧ୍ୟ କରାଯାଇଛି।

Read More