କନ୍ଦର୍ପ ବେହେରା ରେଢାଖୋଲ: ଆଜି ନାକଟିଦେଉଳ ପୋଲିସ୍ ଚେମଟା ଗାଁ ରୁ ୨୦ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ଥାନା ସାଲେଭଟା ପଂଚାୟତର ଚେମେଟା ଗ୍ରାମର ଜୟ ବେହେରା (୩୦) ଓ ରାଜକିଶୋର ବେହେରା(୩୮) ହୋଣ୍ଡା ସାଇନ୍ (ଓଡି୨୮ ଏ ୭୧୩୫)ମୋଟର ସାଇକେଲରେ ୨୦ ଲିଟର ଦେଶୀ ମଦ ଧରି ଆସୁଥିବାର ନାକଟିଦେଉଳ ପୋଲିସ୍ ଖବର ପାଇ ସଦଳବଳେ ଚେମେଟା ଗାଁ ପାଖରେ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। ସେମାନେ ଏକ ବଡ ଜାରରେ ରନ୍ଧା ଦେଶୀ ମଦକୁ ଆଣି ଚଢା ଦରରେ ବିକ୍ରୀ କରୁଥିବା ଜଣା ପଡିଛି। ନାକଟିଦେଉଳ ପୋଲିସ୍ ଅବକାରୀ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରକାଶ କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ, କେନ୍ଦ୍ର ଯୁବ ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଯୁବ ପୁରସ୍କାର ୨୦୧୭-୧୮ ଏବଂ ୨୦୧୮-୧୯ ପ୍ରଦାନ କରିଛନ୍ତି । ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୧ କୁ ସ୍ମରଣ କରି, କୃଷି-ଉଦ୍ୟୋଗ ଚ୍ୟାଲେଞ୍ଜ ଏସ୍.ଓ.ଏଲ୍.ଭି.ଇ.ଡି ୨୦୨୧ (ସାମାଜିକ ଉଦ୍ଦେଶ୍ୟ-ଭିତ୍ତିକ ସ୍ୱେଚ୍ଛାସେବୀ ଉଦ୍ୟୋଗ ବିକାଶ) ର ଦଶ ଜଣ ଯୁବ ବିଜେତା ଉଦ୍ୟୋଗୀ ଦଳ ମଧ୍ୟ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଯୁବ ବ୍ୟାପାର ବିଭାଗର ସଚିବ, ଶ୍ରମତୀ ଉଷା ଶର୍ମା; ଜାତିସଂଘର ଆବାସିକ ସଂଯୋଜକ, ଶ୍ରୀମତୀ ଡେଇର୍ଡେବୋୟେଡ ଏବଂ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଶ୍ରୀ ଅସୀତ ସିଂହ ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପୁରସ୍କାର ବିତରଣ ଉତ୍ସବରେ ଶ୍ରୀ ଅନୁରାଗ ଠାକୁର କହିଛନ୍ତି, ଆଜି ମିଳିତ ଜାତିସଂଘ (ୟୁଏନ୍) ଦ୍ୱାରା ଘୋଷିତ ଆନ୍ତର୍ଜାତୀୟ ଯୁବ ଦିବସର ବାର୍ଷିକ ଉତ୍ସବ…
ଭୁବେନଶ୍ୱର: ଆଜି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମହାସଂଘର ରାଷ୍ଟ୍ରୀୟ ସଭାପତି ପ୍ରଦୀପ ମିଶ୍ରଙ୍କ ନେତୃତ୍ୱରେ ଏକ ଚାରିଜଣିଆ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମଧ୍ୟବିତ୍ତବର୍ଗଙ୍କ ବିଭିନ୍ନ ମୌଳିକ ସମସ୍ୟା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। କରୋନା ମହାମାରୀ ସମୟରେ ଜୀବନ ଜୀବିକା ହରାଇ ଭୋକ ଉପାସରେ ରହିଥିବା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ସାହାଯ୍ୟ ସହଯୋଗ ନ କରିବା ଓ ସମସ୍ତ ସରକାରୀ ଯୋଜନାରେ ମଧ୍ୟବିତ୍ତବର୍ଗଙ୍କୁ ସରକାର ଅଣଦେଖା କରୁଥିବା ମହାସଂଘର ସଭାପତି ପ୍ରଦୀପ ମିଶ୍ର ଅଭିଯୋଗ କରିଛନ୍ତି। ମଧ୍ୟବିତ୍ତବର୍ଗଙ୍କୁ ସାମାଜିକ ସମାନତା ଓ ଆର୍ଥିକ ସୁରକ୍ଷାକୁ ଅଗ୍ରାଧିକାର ଦେବା ସହିତ ମଧ୍ୟବିତ୍ତ ବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି ଚିହ୍ନଟ ପାଇଁ ଥିବା ଆଇନକୁ ତର୍ଜମା କରି ନୂତନ ଆଇନ ପ୍ରଣୟନ କରିବା, ଭାରତବର୍ଷରେ ଥିବା ମଧ୍ୟବିତ୍ତବର୍ଗଙ୍କ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର କର୍ଣ୍ଣ, ନାସା ଓ ଗଳା (ଇଏନ୍ଟି) ତଥା ମୁଣ୍ଡ ଓ ବେକ ଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ସନ୍ତୋଷ କୁମାର ସ୍ୱାଇଁ ୨୦୨୧ ନିମନ୍ତେ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ନିଜ ଛାତ୍ରଛାତ୍ରୀମାନେ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଦେଇଥିବା ମାର୍ଗଦର୍ଶନ ଓ ସୁଦୂରପ୍ରସାରୀ ଜ୍ଞାନ ପ୍ରଦାନକୁ ଦୃଷ୍ଟିରେ ରଖି ପ୍ରଫେସର ସ୍ୱାଇଁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଦ୍ୱିତୀୟ ପ୍ରଫେସର ଭାବେ ପ୍ରଫେସର ସ୍ୱାଇଁଙ୍କୁ ୨୦୨୧ରେ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନକୁ ନେଇ ଭର୍ଚୁଆଲ୍ କାର୍ଯ୍ୟକ୍ରମ ଜରିଆରେ ‘ଚଳିତ ବର୍ଷର ଶ୍ରେଷ୍ଠ ପ୍ରଫେସର’ ଭାବେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରଫେସର ସ୍ୱାଇଁଙ୍କ ନାମରେ ୨୦୦ରୁ ଅଧିକ ରିସର୍ଚ୍ଚ ପେପର ରହିଥିବା…
ନୂଆଦିଲ୍ଲୀ, ୨୦୨୧ ବର୍ଷ ଲାଗି ୧୫୨ ଜଣ ପୁଲିସ କର୍ମଚାରୀଙ୍କୁ “ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ଲାଗି ଗୃହମନ୍ତ୍ରୀ ପୁରସ୍କାର” ପ୍ରଦାନ କରାଯାଇଛି। ୨୦୧୮ରେ ଏହି ପଦକର ସ୍ଥାପନା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ତଦନ୍ତରେ ଉଚ୍ଚ ପେସାଦାର ମାନକୁ ପ୍ରୋତ୍ସାହିତ କରିବା ଏବଂ ଉତ୍କୃଷ୍ଟ ତଦନ୍ତ କରୁଥିବା ଯାଞ୍ଚ ଅଧିକାରୀମାନଙ୍କ ଦକ୍ଷତାକୁ ପରିଚୟ ପ୍ରଦାନ କରିବା। ଚଳିତ ବର୍ଷ ଓଡ଼ିଶାର ୪ ଜଣ ପୁଲିସ କର୍ମଚାରୀ ଏହି ପଦକ ପାଇବାର ଗୌରବ ହାସଲ କରିଛନ୍ତି। ସେମାନେ ହେଲେ- ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ମଲ୍ଲିକ, ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ବାଳ, ସବଇନ୍ସପେକ୍ଟର ତ୍ରୁପ୍ତି ରଞ୍ଜନ ନାୟକ, ସବଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ। ଏହାଛଡ଼ା ପଦକ ବିଜେତାଙ୍କ ମଧ୍ୟରେ ସିବିଆଇର ୧୫ଜଣ ଅଧିକାରୀ, ମଧ୍ୟପ୍ରଦେଶ ଓ ମହରାଷ୍ଟ୍ରର ୧୧ ଜଣ ଲେଖାଏ, ଉତ୍ତର ପ୍ରଦେଶର ୧୦ ଜଣ, କେରଳ ଓ ରାଜସ୍ଥାନରୁ ୯ ଜଣ ଲେଖାଏଁ, ତାମିଲନାଡ଼ୁରୁ ୮ ଜଣ, ବିହାରରୁ ୭ ଜଣ, ଗୁଜରାଟ,…
ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆ ଦ୍ୱାରା କଂଗ୍ରେସ ଦଳର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ତାଲା ପଡିଛି। ଟ୍ୱିଟର ଏହି ପଦକ୍ଷେପ ନେଇଛି ଯେଉଁ ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ମଧ୍ୟ ଚାରି ଦିନ ପୂର୍ବରୁ କମ୍ପାନୀ ଦ୍ୱାରା ତାଲା ପଡିଥିଲା। ଦଳର ଆକାଉଣ୍ଟକୁ ଲକ୍ କରିବା ପରେ ଟ୍ୱିଟର ଇଣ୍ଡିଆ କହିଛି ଯେ, କଂଗ୍ରେସ ଟ୍ୱିଟର ହ୍ୟାଣ୍ଡେଲ କମ୍ପାନୀର ନିୟମ ଉଲ୍ଲଂଘନ କରିଛି। ଜଣେ ଟୁଇଟର ମୁଖପାତ୍ର କହିଛନ୍ତି ଯେ, ଟ୍ୱିଟର ଏହାର ସମସ୍ତ ନିୟମକୁ ଚତୁର ଏବଂ ନ୍ୟାୟପୂର୍ଣ୍ଣ ପ୍ରୟୋଗ କରିଛି। ଆମେ ଅନେକ ଶହ ଶହ ଟ୍ୱିଟ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଯାହା ଆମର ନିୟମ ଉଲ୍ଲଂଘନ କରୁଥିବା ଚିତ୍ର ପୋଷ୍ଟ କରିଛି। ଆମର ଲକ୍ଷ୍ୟ ସର୍ବଦା ଲୋକଙ୍କ ଗୋପନୀୟତା ଏବଂ ସୁରକ୍ଷା ରକ୍ଷା କରିବା ବୋଲି ସେ କହିଛନ୍ତି। ଟ୍ୱିଟର ଆହୁରି କହିଛି, ଯଦି ଏକ ଟୁଇଟ୍ ଆମର ନିୟମର ଉଲ୍ଲଂଘନ ବୋଲି…
ନୂଆଦିଲ୍ଲୀ: ବର୍ତ୍ତମାନ ପରିସ୍ଥିତିରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ଭଲ ପ୍ରଦର୍ଶନ କରୁଛି। ଦଳରେ ଏପରି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ସହିତ ସମଗ୍ର ବିଶ୍ୱରେ ଏକ ପରିଚୟ ସୃଷ୍ଟି କରୁଛନ୍ତି। ଆଫଗାନିସ୍ତାନ ଖେଳାଳି ରସିଦ ଖାନଙ୍କ ବିଷୟରେ କହିବାକୁ ଗଲେ ତାଙ୍କର ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ପ୍ରଶଂସକ ଅଛନ୍ତି। ରସିଦ ସବୁବେଳେ ସୋସିଆଲ ମିଡିଆରେ ହେଡଲାଇନରେ ରହିଥା’ନ୍ତି। ନିକଟରେ ତାଙ୍କର ଏକ ଟୁଇଟ୍ ବହୁତ ଭାଇରାଲ ହେବାରେ ଲାଗିଛି। ସେ ନିଜ ଟୁଇଟ୍ ଜରିଆରେ ନିଜ ଦେଶର ଅବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ଆଫଗାନିସ୍ତାନର ପରିସ୍ଥିତି ବର୍ତ୍ତମାନ ଠିକ୍ ନୁହେଁ। ତାଲିବାନର ବିସ୍ଫୋରଣ ଯୋଗୁଁ ଦେଶରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ସେ ନିଜ ଟୁଇଟ୍ ମାଧ୍ୟମରେ ସମଗ୍ର ବିଶ୍ୱର ନେତାମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଆମକୁ ମରିବାକୁ ନଦେବା ପାଇଁ ରସିଦ ଦୁନିଆର ସମସ୍ତ ନେତାଙ୍କୁ ଅତ୍ୟନ୍ତ…
ଭୁବନେଶ୍ବର, ଓଡିଶାବାସୀଙ୍କ ବ୍ୟବହାର ପାଇଁ ଯାହା ବେଶୀ ଆବଶ୍ୟକ ରାଜ୍ୟ ସରକାର ତାହା ନ କରି ଅଯଥା କାମ କରୁଛନ୍ତି। ଏହିପରି ଏକ ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ମିଡିଆ ଆବାହକ ସତ୍ୟ ପ୍ରକାଶ ନାୟକ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ନିକଟରେ ରାଜ୍ୟ ସରକାର ଇନଡୋର ଷ୍ଟାଡିୟମ କରିବେ ବୋଲି ଘୋଷଣା କରିଛନ୍ତି। ହେଲେ ଓଡିଶାବାସୀଙ୍କର ଯାହା ଦରକାର ତାହା କରିବାରେ ରାଜ୍ୟ ସରକାରଙ୍କ ମୁଣ୍ଡକୁ ବୁଦ୍ଧି ଦିଶୁ ନାହିଁ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି। ରାଜ୍ୟବାସୀ ଯାତାୟତା ପାଇଁ ବେସୀ ବସ ଉପରେ ନିର୍ଭରଶୀଳ। ହେଲେ ରାଜ୍ୟ ସରକାର 21 ବର୍ଷ ଭିତରେ ଗୋଟିଏ ବି ନୂଆ ବସଷ୍ଟାଣ୍ଡ ନିର୍ମାଣ କରିନାହିଁନ୍ତି। ତୁରନ୍ତ ରାଜ୍ୟବାସୀଙ୍କର ଏହି ଦାବୀକୁ ନବୀନ ସରକାର ପୁରଣ କରନ୍ତୁ ବୋଲି କଂଗ୍ରେସ ଦାବୀ କରିଛି।
Samsung Galaxy Z Fold 3: ବିଶ୍ବର ଆଗ୍ରଣୀ ସ୍ମାର୍ଟ ଫୋନ ନିର୍ମାତା ସାମସୁଙ୍ଗ ଆଣିଛି ଏକ ଭିନ୍ନ ଧରଣର ମୋବାଇଲ। ଯାହାର ନାମ ରହିଛି Samsung Galaxy Z Fold 3। ଏହି ଫୋନର ବିଶେଷତ୍ବ ହେଉଛି ଯେ, ଏହା ଫୋଲିଡିଂ ହୋଇ ପକେଟ ଭିତରେ ସୁବିଧାର ରହିପାରିବ। ଫୋଲଡିଂ ଖୋଲିଲେ ଏହା 6.2 ଇଞ୍ଚି ଲମ୍ବା ହୋଇପାରିବ। ଏହି ସମୟରେ ଫୋନଟିରେ ଫୋଲିଡିଂ ବ୍ୟବସ୍ଥା ଅଛି ବୋଲି ବିଲକୁଲ ଜାଣି ହେବ ନାହିଁ। ସାମସଙ୍ଗ ଗତକାଲି Samsung Galaxy Z Fold 3 ସହିତ ଆଉ ଏକ ନୂଆ ଫୋନର ମଧ୍ୟ ଘୋଷଣା କରିଛି। ତାହା ହେଲା Galaxy Z Flip 3 । ଏହି ଦୁଇଟି ନୂଆ ଫୋନ ସଂପର୍କରେ କଂପାନୀ ଘୋଷଣା କରିବା ପରେ ବିଶ୍ବ ମୋବାଇଲ ବଜାରରେ ହଇଚଇ ସୃଷ୍ଟି ହୋଇଛି। Samsung Galaxy Z Fold 3 ର ବିଶେଷତ୍ବ କଣ ସାମସଙ୍ଗ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୦ ଲକ୍ଷ ୭୭ ହଜାର ୭୦୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୯ ହଜାର ୬୬୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୨ ଲକ୍ଷ ୬୦ ହଜାର ୫୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୮୭ ହଜାର ୯୮୭ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୬୯୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୧ ଜଣ, ସମ୍ବଲପୁର ଜିଲ୍ଲାରୁ ୯ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ, କେନ୍ଦ୍ରପଡା, ମୟୂରଭଞ୍ଜ ଜିଲ୍ଲାରୁ ୪ ଜଣ ଲେଖାଏଁ, ଢେଙ୍କାନାଳ, ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ, ଜଗତସିଂହପୁର, ଭଦ୍ରକ, କଳାହାଣ୍ଡି, କେନ୍ଦୁଝର, ନୂଆପଡା ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୧ ହଜାର ୧୮୨ କୁ ବୃଦ୍ଧି…
ଭୁବନେଶ୍ବର: ଆଜି ରାଜ୍ୟରେ ୧ ହଜାର ୧୦୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୬୪୬ ଜଣ ଚିହ୍ନଟ ହୋଇଥିବା ବେଳେ ୪୬୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୧ ହଜାର ୧୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୩ ହଜାର ୫୭୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୮୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୬୩୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୯ ଟି ଜିଲ୍ଲାରୁ ୧ ହଜାର ୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୯୭ ଜଣ, କଟକ ଜିଲ୍ଲାରୁ ୧୩୦ ଜଣ, ଅନୁଗୁଳ…
ନୂଆଦିଲ୍ଲୀ: ଆଜି ଭୋରରୁ ଭାରତୀୟ ମହାକାଶ ଗବେଷଣା ସଂଗଠନ ବା ISRO ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ୍ EOS-3 ଉତକ୍ଷେପଣ ଫେଲ ମାରିଛି। ଉତକ୍ଷେପଣ ହେବାର କିଛି ସମୟ ପୂର୍ବରୁ ଏହି ମିଶନ ଫେଲ ମାରିଛି। ରକେଟର କ୍ରାୟୋଜେନିକ୍ ଇଂଜିନରେ କେତେକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ମିଶନ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ବୋଲି ଘୋଷଣା କରାଯାଇଛି। SRO ତାହାର EOS-03 ଉତକ୍ଷେପଣ କରିବାରେ ବିଫଳ 51.70 ମିଟର ଲମ୍ବା ରକେଟ୍ GSLV0F10 / EOS-3 ଅବଗଣନା ଶେଷ ପରେ ସଫଳତାର ସହିତ 05.43 ରେ ଲଞ୍ଚ କରାଯାଇଥିଲା। ସାଧାରଣତଃ ଲିଫ୍ଟ-ଅଫ୍ ପୂର୍ବରୁ, ଲଞ୍ଚ୍ ପ୍ରାଧିକରଣ ବୋର୍ଡ ଲିଫ୍ଟ-ଅଫ୍ ପାଇଁ ଡେକ୍ ସଫା କରିଥାଏ। ଯୋଜନା ଅନୁଯାୟୀ ତାହା ମଧ୍ୟ ଶେଷ ହୋଇଥିଲା। ରକେଟ ଉତକ୍ଷେପଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସବୁକିଛି ସ୍ୱାଭାବିକ ଥିଲା। ହେଲେ ହଠାତ କିଛି ମିନିଟ୍ ପରେ ସେଥିରେ ସମସ୍ୟା ଦେଖାଦେଲା। ଫଳରେ ବୈଜ୍ଞାନିକମାନେ ନିଜ ମଧ୍ୟରେ…
ପୁରୀ, ବହୁ ପ୍ରତୀକ୍ଷା ପରେ ଶେଷରେ ଶ୍ରୀମନ୍ଦିର ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯାଇଛି। ତେବେ ଆଜି କେବଳ ସେବାୟତ ପରିବାରଙ୍କୁ ଏହି ଦର୍ଶନ ସୁବିଧା ମିଳିଛି। ଏହି ଦର୍ଶନ ଦୁଇଦନ ଧରି ଚାଲିବ। ଏହାପରେ ୧୬ ତାରିଖରୁ ୨୦ ତାରିଖ ଯାଏଁ ପୁରୀ ବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କଟକଣା ଲଗାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ପର୍ବପର୍ବାଣିରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ। ଆସନ୍ତା ୨୩ ତାରିଖ ଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି। ତେବେ ସେଥିପାଇଁ ଶ୍ରଦ୍ଧାଳୁମାନେ ଉଭୟ ଡୋଜ ଟୀକା ନେଇଥିବା ଆବଶ୍ୟକ କିମ୍ବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ଅନିବାର୍ଯ୍ୟ। ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ…
ଭୁବନେଶ୍ୱର, ଓଡ଼ିଶା ସୂଚନା କମିଶନଙ୍କ ଦ୍ୱାରା ପ୍ରକାଶିତ ସିଲେକ୍ଟେଡ୍ ଡିସିସନ୍ସ ସଂକଳନକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ରାଜ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ର, ରାଜ୍ୟ ସୂଚନା କମିଶନର ବାଳକୃଷ୍ଣ ମହାପାତ୍ର ଓ ରାଜ୍ୟପାଳଙ୍କ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଉପସ୍ଥିତିରେ ସଂକଳନକୁ ଉନ୍ମୋଚନ କରି ଏହି ସଂକଳନ ସୂଚନା ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ପାଇଁ ବେଶ୍ ଉପାଦେୟ ହେବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ । ମୁଖ୍ୟ ରାଜ୍ୟ ସୂଚନା କମିଶନର ଶ୍ରୀ ମିଶ୍ର ସଂକଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଓଡ଼ିଶା ସୂଚନା କମିଶନର ସଚିବ ନରେନ୍ଦ୍ର କୁମାର ମନ୍ତ୍ରୀ, ରେଜିଷ୍ଟ୍ରାର ମାନସ କୁମାର ମିଶ୍ର, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ ପ୍ରମୁଖ ରାଜଭବନ ଓ ସୂଚନା କମିଶନର ଅଧିକାରୀମାନେ ଉତ୍ସବରେ ଉପସ୍ଥିତ ଥିଲେ ।
ମେଷ – ଏହି ରାଶିର ଲୋକଙ୍କ ପାଇଁ, ଏହି ମାସ ପାରିବାରିକ ପ୍ରଗତିର ହେବ । ତୁମେ ଭଲ ଖବର ପାଇବ । ବ୍ୟବସାୟରେ ସଫଳତା ମିଳିବ । ଚାକିରିରେ ସହକର୍ମୀମାନଙ୍କ ସହିତ ଅସୁବିଧା ହେବ । କୃଷି କ୍ଷେତ୍ରରେ ମଧ୍ୟମ ଲାଭ ହେବ । ଆପଣଙ୍କ ସ୍ବାସ୍ଥ୍ୟରେ ଉତ୍ଥାନ-ପତନ ଘଟିବ । ମା’ଙ୍କ ସହ ତୀର୍ଥଯାତ୍ରା ହେବାର ସମ୍ଭାବନା ଅଛି । ଭାଇର ସୁଖ ବୃଦ୍ଧି ପାଇବ । ଆପଣ କିଛି ନୂତନ କ୍ଷେତ୍ରରେ ସଫଳତା ପାଇବେ । ବୃଷ – ଏହି ରାଶିର ଲୋକଙ୍କ ପାଇଁ, ଏହି ମାସ କୋର୍ଟର ଅସୁବିଧା ହେବ । ବ୍ୟବସାୟ ଭଲ ହେବ । କୃଷି କ୍ଷେତ୍ରରେ ମଧ୍ୟମ ଲାଭ ହେବ । ଚାକିରିରେ ଅଗ୍ରଗତି ବନ୍ଦ ହୋଇପାରେ । ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ ଯନ୍ତ୍ରଣାଦାୟକ ହୋଇପାରେ । ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ । ଭାଇଙ୍କ ପରିବାରରେ ଶୁଭ…
ଭୁବନେଶ୍ୱର, ଆଜାଦି କା ଅମୃତ ମହୋତ୍ସବ ପାଳନ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଭିନ୍ନ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟବ୍ୟାପୀ କରାଯିବାକୁ ସ୍ଥିରୀକୃତ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା । ଓଡ଼ିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଭବାନୀପାଟଣା, ସମ୍ବଲପୁର ଓ କୋରାପୁଟଠାରେ ଦେଶାତ୍ମବୋଧକ ଶୀର୍ଷକ ଥାଇ ଶିଶୁ ନାଟକ, ଲୋକନୃତ୍ୟ, ଲୋକସଂଗୀତ, ଦେଶାତ୍ମବୋଧକ ନୃତ୍ୟ-ସଂଗୀତ, ଶାସ୍ତ୍ରୀୟ ନୃତ୍ୟ-ସଂଗୀତ ଆଦି ପରବେଷଣ କରାଯିବ । ତା’ଛଡ଼ା ସ୍ମରଣୀୟ ଘଟଣାକ୍ରମକୁ ପୁନଃସୃଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେଥିରେ ଲବଣ ସତ୍ୟାଗ୍ରହ, ଦାଣ୍ଡିଯାତ୍ରା ଭଳି କାର୍ଯ୍ୟକ୍ରମ ସାମିଲ କରାଯାଇଛି । ବର୍ଷବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶାତ୍ମବୋଧକ ବିଷୟବସ୍ତୁକୁ ନେଇ ପଥପ୍ରାନ୍ତ ନାଟକ ପରିବେଷଣ…
ନୂଆଦିଲ୍ଲୀ, ଆଜି ସଂସଦର ଉଭୟ ଗୃହ ସାଇନ ଡାଏ ଘୋଷଣା କରାଯାଇଛି। ପ୍ରଥମେ ଲୋକସଭାକୁ ବାଚସ୍ପତି ସାଇନ ଡାଏ କରିଥିଲେ। ଏହାପରେ ଧାର୍ଯ୍ୟ କାର୍ଯ୍ୟ ଦିବସ ସମାପ୍ତ କରିବା ପରେ ରାଜ୍ୟସଭାକୁ ମଧ୍ୟ ଅଧକ୍ଷ ସାଇନ ଡାଏ ଘୋଷଣା କରିଛନ୍ତି। ସଂସଦର ମୌସୁମୀ ଅଧିବେଶନ 19 ଜୁଲାଇରୁ ଆରମ୍ଭ ହୋଇଥିଲା ଯାହା ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଧାର୍ଯ୍ୟ କରାଯାଇଥିଲା।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ବାର୍ଷିକ ବୈଠକ ୨୦୨୧ରେ ଉଦବୋଧନ ଦେଇଛନ୍ତି। ଏହି ବୈଠକରେ ଉଦ୍ୟୋଗ ଜଗତର ଶୀର୍ଷ ନେତୃବୃନ୍ଦ ଅଂଶଗ୍ରହଣ କରି ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ବୈଠକର ବିଷୟବସ୍ତୁ India@75: Government and Business working together for AatmaNirbhar Bharat’ (ଇଣ୍ଡିଆ@ ୭୫ : ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ସରକାର ଏବଂ ବ୍ୟବସାୟ ଜଗତ ମିଳିତ ଭାବେ କାର୍ଯ୍ୟରତ) ଉପରେ ଆଲୋଚନା କରି ସେମାନେ ଭିତ୍ତିଭୂମି ଜନିତ ଆହ୍ୱାନର ମୁକାବିଲା କରିବା, ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଆର୍ଥିକ କ୍ଷେତ୍ରକୁ ଆହୁରି ସକ୍ରିୟ କରିବା, ପ୍ରଯୁକ୍ତି କ୍ଷେତ୍ରରେ ନେତୃତ୍ୱ ହାସଲ କରିବା ଲାଗି ଭାରତର ବୈଷୟିକ ସାମର୍ଥ୍ୟକୁ ଆହୁରି ବୃଦ୍ଧି କରିବା ସମେତ ବିଭିନ୍ନ…
ନୂଆଦିଲ୍ଲୀ: ଲୋକସଭା ଦ୍ଵାରା ପାରିତ ହେବା ପରେ ଓବିସି ସଂରକ୍ଷଣ ସଂଶୋଧନ ବିଲ୍ ମଧ୍ୟ ଆଜି ରାଜ୍ୟସଭାରେ ପାରିତ ହୋଇଛି। ରାଜ୍ୟସଭାରେ ମୌସୁମୀ ଅଧିବେଶନର ଏହା ପ୍ରଥମ ଦିନ ଥିଲା, ଯାହା ଏକ ବିଲ୍ ଉପରେ ଏତେ ଲମ୍ବା ଆଲୋଚନା ହୋଇଥିଲା। ଏହି ବିଲ୍ ଉପରେ ଆଲୋଚନା ବେଳେ ପ୍ରାୟ ସମସ୍ତ ଦଳ ସର୍ବସମ୍ମତି କ୍ରମେ ଏହି ବିଲକୁ ସମର୍ଥନ କରିଥିଲେ। ରାଜ୍ୟସଭାରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାରଙ୍କ ପ୍ରସ୍ତାବରୁ ଓବିସି ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। କିଛି ସମୟ ପରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭି ଏହି ବିଲକୁ ସମର୍ଥନ କରୁଥିବାବେଳେ ଏହି ବିଲକୁ ଅର୍ଥହୀନ ବୋଲି କହିଥିଲେ। ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ, ଓବିସି ବିଲ୍ ମାଧ୍ୟମରେ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଏକ କାଗଜପତ୍ର ହସ୍ତାନ୍ତର କରୁଛନ୍ତି। ଏହା ଅର୍ଥହୀନ, କାରଣ ଦେଶର ୮୦ ପ୍ରତିଶତ ରାଜ୍ୟରେ ସଂରକ୍ଷଣ ସୀମା…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୩୨, କଟକରୁ ୧୨୩, ବାଲେଶ୍ବରରୁ ୬୧, ଜଗତସିଂହପୁରରୁ ୫୯, ଭଦ୍ରକରୁ ୪୬, ପୁରୀରୁ ୪୫, ଯାଜପୁରରୁ ୪୨, ଅନୁଗୁଳରୁ ୩୨, କେନ୍ଦ୍ରାପଡାରୁ ୨୫, ସୁନ୍ଦରଗଡରୁ ୨୩, ମୟୂରଭଞ୍ଜରୁ ୧୮, ଗଞ୍ଜାମରୁ ୧୨, ଢେଙ୍କାନାଳରୁ ୧୦, ସମ୍ବଲପୁରରୁ ୧୦, କନ୍ଧମାଳରୁ ୮, ବରଗଡରୁ ୭, ଦେବଗଡରୁ ୭, କଳାହାଣ୍ଡିରୁ ୭, ନୟାଗଡରୁ ୭, ସୋନପୁରରୁ ୭, ରାୟଗଡାରୁ ୬, ଗଜପତିରୁ ୫, କୋରାପୁଟରୁ ୫, ନୂଆପଡାରୁ ୫, ବଲାଙ୍ଗୀରରୁ ୪, ବୌଦ୍ଧରୁ ୪, କେନ୍ଦୁଝରରୁ ୪, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୨ ଏବଂ ଷ୍ଟେଟ ପୁଲରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୩ ହଜାର ୫୭୯ ଜଣ…

