ମେଷ: –ଆଜି କେତେକ ସମସ୍ୟା ଆସିପାରେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । କଠିନ ପରିଶ୍ରମ କର। ଆୟ ସ୍ୱାଭାବିକ ହେବ । ପରିବାରର ପରିବେଶ ମଧ୍ୟ ସକାରାତ୍ମକ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ପ୍ରେମ ଜୀବନରେ କିଛି ସମସ୍ୟା ହୋଇପାରେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ପ୍ରେମରେ ପରିପୂର୍ଣ୍ଣ ହେବ ।ଆପଣଙ୍କ ପ୍ରିୟ କିଛି ବିଷୟରେ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ଆପଣ ଅନ୍ୟ କୌଣସି ଚାକିରୀ ପାଇଁ ଆବେଦନ କରିବେ । ବୃଷ: –ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଆୟ ବୃଦ୍ଧି ପାଇବ । ଖର୍ଚ୍ଚ ହ୍ରାସ ପାଇବ । ଘର ଜୀବନ ସ୍ନେହପୂର୍ଣ୍ଣ ହେବ । ଭବିଷ୍ୟତ ବିଷୟରେ ତୁମେ ତୁମର ସାଥୀ ସହିତ ଏକ ବଡ ଯାତ୍ରା ଯୋଜନା କରିପାରିବ । ପ୍ରେମ ଜୀବନ ବିତାଉଥିବା ଲୋକମାନେ ଆଜି ମଧ୍ୟ ବହୁତ ଖୁସି…
Author: Samikhsya Bureau
ତୂଳା: –ଖର୍ଚ୍ଚ ବୃଦ୍ଧି ପାଇବ । ଆୟ ସ୍ୱାଭାବିକ ହେବ । ଆର୍ଥିକ ବୋଝ ବୃଦ୍ଧି ପାଇବ, ପରିବାର ସଦସ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ଘରୋଇ ଜୀବନରେ ସାବଧାନ ରୁହନ୍ତୁ । ଜୀବନ ସାଥୀ କ୍ରୋଧିତ ହୋଇପାରେ । ମୀନ : –ମାନସିକ ସ୍ତରରେ ଆପଣ ଦୁର୍ବଳ ଅନୁଭବ କରିବେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ବିଚଳିତ ହୋଇପାରେ । ଅସନ୍ତୁଳିତ ଖାଦ୍ୟ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ତୁମର ଖାଦ୍ୟର ଯତ୍ନ ନିଅ । କାର୍ଯ୍ୟରେ ସଫଳତା ପାଇବାରେ ବିଳମ୍ବ ହୋଇପାରେ । ଆୟ ବୃଦ୍ଧି ପାଇବ । ପ୍ରେମ
ବିଛା: – ମାନସିକ ଟେନସନ ରହିପାରେ, ଯାହାକୁ ଏଡ଼ାଇବା ପାଇଁ ଯାହା ଆପଣଙ୍କୁ ନିଜେ ଚେଷ୍ଟା କରିବାକୁ ପଡ଼ିବ । ଯାତ୍ରା କରିବା ପାଇଁ ଦିନଟି ଭଲ ନୁହେଁ । ଘରର ବରିଷ୍ଠମାନଙ୍କ ଆଶୀର୍ବାଦ ପାଇବେ। କାର୍ଯ୍ୟରେ ସଫଳତା ମିଳିବ । ଘରୋଇ ଜୀବନରେ ସମସ୍ୟା ହୋଇପାରେ । କୁମ୍ଭ: –ଯଦିଓ କିଛି ଚ୍ୟାଲେଞ୍ଜ ଆସିବ, ତେବେ ଆପଣ ଖୁସିରେ ସେମାନଙ୍କୁ ସାମ୍ନା କରିବେ। ପ୍ରେମ ଦୃଷ୍ଟିରୁ ଆଜି ଏକ ଭଲ ଦିନ ହେବ ଏବଂ ଆପଣଙ୍କ ପ୍ରିୟଙ୍କ ସହିତ ରୋମାନ୍ସ ପାଇଁ ସୁଯୋଗ ମିଳିବ। ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସ୍ୱାଭାବିକ ହେବ। ଆଜି ଆପଣ କାର୍ଯ୍ୟ ସଂପର୍କରେ କିଛି ସମସ୍ୟାର ସମ୍ମୁଖୀନ ହେବେ ।
ଧନୁ: –ଆଜି ଏହି ରାଶିର ଲୋକଙ୍କ ପାଇଁ ଏକ ଭଲ ଦିନ ହେବ । ଦିନଟି ସୁବିଧାରେ ଅତିବାହିତ ହେବ ଏବଂ କେତେକ ଗୁପ୍ତ କାର୍ଯ୍ୟରେ ମଧ୍ୟ ଟଙ୍କା ଖର୍ଚ୍ଚ କରିବେ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ନିଶ୍ଚିତ ଭାବରେ ଚିନ୍ତିତ ହେବେ । ମକର: –ତୁମେ ତୁମର ପ୍ରତିପକ୍ଷଙ୍କୁ ମଧ୍ୟ ପ୍ରାଧାନ୍ୟ ଦେବ ଏବଂ ତୁମେ ଚାକିରିରେ ଭଲ ଫଳାଫଳ ପାଇବ । ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ । ଆପଣଙ୍କ ଶଶୁରଘରର ଲୋକଙ୍କ ସହିତ ଏକ ବାର୍ତ୍ତାଳାପ ହେବ ।
ସିଂହ : – ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ ହେବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ ଜୀବନ ଖୁସି ହେବ । ଘରୋଇ ଜୀବନରେ ସୁଖ ମିଳିବ । ଜୀବନ ସାଥୀ ସହିତ ସମ୍ପର୍କ ଭଲ ହେବ । କନ୍ୟା: – ଆଜି ଆପଣଙ୍କ ପାଇଁ ବହୁତ ପରିମାଣରେ ଅନୁକୂଳ ହେବ । ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଛାତ୍ରମାନେ ଅଧ୍ୟୟନରେ ଆଗ୍ରହ ପ୍ରକାଶ କରିବେ । ବିବାହିତ ଲୋକମାନଙ୍କର ଘରୋଇ ଜୀବନ ସୁଖରେ ପରିପୂର୍ଣ୍ଣ ହେବ । ରୋମାନ୍ସ ବୃଦ୍ଧି ପାଇବ, ପ୍ରେମ ଜୀବନ ବିତାଉଥିବା ଲୋକମାନେ ମଧ୍ୟ ଆଜି ଭଲ ଫଳାଫଳ ପାଇବେ ।
ମିଥୁନ: –ହୃଦୟ ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଭେଟି ଖୁସି ହେବ କିମ୍ବା ସେମାନଙ୍କୁ ଫୋନରେ ଯୋଗାଯୋଗ କରାଯିବ । ଆପଣଙ୍କ ବ୍ୟବସାୟରେ ଲାଭ ହେବ । କାର୍ଯ୍ୟ ସହିତ ତୁମେ ଭଲ ଫଳାଫଳ ପାଇବ । ତୁମେ ଖୁସି ହେବ । ଘର ଜୀବନ ଖୁସି ହେବ । କର୍କଟ: –ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହେବ। ସେହିପରି ଭାଗ୍ୟ ମଧ୍ୟ ଦୁର୍ବଳ ରହିବ, ଯେଉଁଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଯଦି ଆପଣ କୌଣସି ବ୍ୟବସାୟ କରନ୍ତି, ତେବେ ଆଜି ଏଥିରେ ଏକ ସାଧାରଣ ଦିନ ହେବ ।
ମେଷ: –ଆଜି କେତେକ ସମସ୍ୟା ଆସିପାରେ । ଭାଗ୍ୟ ଉପରେ ନିର୍ଭର କର ନାହିଁ । କଠିନ ପରିଶ୍ରମ କର। ଆୟ ସ୍ୱାଭାବିକ ହେବ । ପରିବାରର ପରିବେଶ ମଧ୍ୟ ସକାରାତ୍ମକ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ପ୍ରେମ ଜୀବନରେ କିଛି ସମସ୍ୟା ହୋଇପାରେ । ବୃଷ: –ଆପଣ ମାନସିକ ଚାପରୁ ମୁକ୍ତି ପାଇବେ । ଆୟ ବୃଦ୍ଧି ପାଇବ । ଖର୍ଚ୍ଚ ହ୍ରାସ ପାଇବ । ଘର ଜୀବନ ସ୍ନେହପୂର୍ଣ୍ଣ ହେବ । ଭବିଷ୍ୟତ ବିଷୟରେ ତୁମେ ତୁମର ସାଥୀ ସହିତ ଏକ ବଡ ଯାତ୍ରା ଯୋଜନା କରିପାରିବ ।
ଭୁବନେଶ୍ବର, କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ତଥା କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ଅଗଷ୍ଟ ୧୩ ତାରିଖ ଦିନ ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ୱରୂପ ଆୟୋଜିତ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୨.୦ର ଦେଶବ୍ୟାପୀ ଆୟୋଜିତ କାଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ ଏବଂ ଯୁବ ବ୍ୟାପାର ବିଭାଗ ସଚିବ ଶ୍ରମତୀ ଉଷା ଶର୍ମା ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ର୍ର ମନ୍ତ୍ରୀ ଶ୍ରୀ ଠାକୁର ନୂଆଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ରାଷ୍ଟ୍ରୀୟ ଷ୍ଟାଡ଼ିୟମ୍ ଠାରେ ଫ୍ରିଡମ୍ ରନ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଷ୍ଟାଡ଼ିୟମରେ ଫ୍ରିଡ଼ମ୍ ରନ୍ରେ ଅଂଶଗ୍ରହଣ କରିଥିଲେ । ସେହିଭଳି ପୋର୍ଟ ବ୍ଲେୟାରର…
ତିରୁଅନନ୍ତପୁରମ: କେରଳ ସରକାରଙ୍କ କୋଭିଡ୍ ଟିକାକରଣ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ରାଜ୍ୟ ପାଇଁ ୨.୫ ଲକ୍ଷ ମାଗଣା କୋଭିଡ-୧୯ ଟିକା ଡୋଜ ଯୋଗାଇ ଦିଆଯାଇଛି। ଏ ସମ୍ପର୍କିତ ପ୍ରତିବଦ୍ଧତା ପତ୍ର କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟି ବିଜୟନଙ୍କୁ ରିଲାଏନ୍ସର ଏକ ପ୍ରତିନିଧି ଦଳ ଆନୁଷ୍ଠାନିକ ଭାବରେ ପ୍ରଦାନ କରିଥିଲେ। ଏଥିପାଇଁ ନିଜ ଅନ୍ତରର କୃତଜ୍ଞତା ଜଣାଇ ଶ୍ରୀ ବିଜୟନ କହିଥିଲେ, ରିଲାଏନ୍ସ ଫାଉଣ୍ଡେସନର ଏଭଳି ସମର୍ଥନ ରାଜ୍ୟର ଟିକାକରଣ ଅଭିଯାନକୁ ନିଃସନ୍ଦେହରେ ସୁଦୃଢ କରିବ। ଗୋଷ୍ଠୀ କଲ୍ୟାଣ ଦିଗରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପୁନଃ ମଜଭୁତ କରି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଅଧ୍ୟକ୍ଷା ଶ୍ରୀମତୀ ନିତା ଏମ୍ ଅମ୍ବାନି କହିଛନ୍ତି, “କୋଭିଡ-୧୯ ବିରୁଦ୍ଧରେ ଭାରତର ଲଢେଇର ପ୍ରତିଟି ପଦକ୍ଷେପରେ ଆମେ ରାଷ୍ଟ୍ର ସହିତ ଛିଡା ହୋଇଛୁ। ଭୂତାଣୁ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବାପାଇଁ ବ୍ୟାପକ ଟିକାକରଣ ଏକମାତ୍ର ସଫଳ ମାଧ୍ୟମ। ସମଗ୍ର ଦେଶରେ ମାଗଣା ଟିକାକରଣ…
ନୂଆଦିଲ୍ଲୀ/ଭୁବନେଶ୍ବର: ଜିଓ ମାର୍ଟ ଓ ସ୍ମାର୍ଟ ସୁପର ଷ୍ଟୋର ଭାରତର ସର୍ବବୃହତ୍ ଓ ବହୁ ପ୍ରତୀକ୍ଷିତ ଗ୍ରୋସେରି ସେଲ୍ ଉତ୍ସବ, ଫୁଲ୍ ପଇସା ୱସୁଲ୍ ସେଲ୍ କୁ ଜିଓମାର୍ଟ ରେ ଅଗଷ୍ଟ ୧୪ ଠାରୁ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସେଲ୍ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଜାରି ରହିବ ଓ ଏଥିିରେ ସାମିଲ୍ ରହିଛନ୍ତି ୧୨୦୦ରୁ ଅଧିକ ଷ୍ଟୋର, ସ୍ମାର୍ଟ ସୁପରଷ୍ଟୋର, ସ୍ମାର୍ଟ ପଏଂଟ ଓ ରିଲାଏନ୍ସ ଫ୍ରେସ ର ବିଶାଳ ନେଟୱର୍କ। ଫୁଲ୍ ପଇସା ୱସୁଲ ସେଲ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ସେମାନଙ୍କ ସମଗ୍ର ଗ୍ରୋସେରୀ କ୍ରୟ ଉପରେ ସର୍ବାଧିକ ସଂଚୟ ସୁବିଧା ପ୍ରଦାନ କରିବା। ଚଳିତ ବର୍ଷ ଏହି ସେଲ୍ ମାଧ୍ୟମରେ ପ୍ରମୁଖ ସାମଗ୍ରୀ, ପ୍ୟାକେଜ୍ ଖାଦ୍ୟ, ଘର ଓ ପର୍ସୋନାଲ୍ କେୟାର, ଦୁଗ୍ଧଜାତ ସାମଗ୍ରୀ, ସାଧାରଣ ମର୍ଚ୍ଚାଣ୍ଡାଇଜ୍ ଓ ପ୍ରମୁଖ ବ୍ରାଣ୍ଡ୍ର ପୋଷାକ ତଥା ସାମଗ୍ରୀ ଉପରେ ଅତୁଳନୀୟ ରିହାତି ପ୍ରଦାନ କରାଯାଉଛି। ବିସ୍କୁଟ୍, ଚକୋଲେଟ୍ ଓ ସାମ୍ପୁ ଉପରେ ୫୦% ପର୍ଯ୍ୟନ୍ତ ରିହାତି ପ୍ରଦାନ…
ଜଂକିଆ: ଆଜି ଜୁଆ ଆଡ୍ଦା ଉପରେ ଜଂକିଆ ପୋଲିସ ଚଢାଉ କରିଛି। ଟାଙ୍କୋଳ ଜଗଂଲରେ ଚାଲିଥିଲା ଜୁଆ ଆଡ୍ଦା ଉପରେ ଚଢାଉ କରିଛି। ଏହି ଚଢାଉରେ ୨୦ଟି ମୋଟର ସାଇକେଲ, ୩ଟି ମୋବାଇଲ ଫୋନ ଏବଂ ନକଦ ୫୧,୪୦୦ଟଙ୍କା ପୋଲିସ ଜବତ କରିଛି। ଏହା ସହ ୫ ଜୁଆଡିଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। କିନ୍ତୁ ଘଞ୍ଚ ଜଂଗଲର ସୁବିଧା ଦେଖି ଅନେକ ଜୁଆଡି ଗାଡି ଛାଡି ଖସି ପଳାଇ ଯିବାରେ ସକ୍ଷମ ହୋଇଥିଲେ। ଗିରଫ ଜୁଆଡି ମାନେ ହେଲେ ନିରାକାରପୁର ଥାନା ଅଞ୍ଚଳର ରମେଶ ଦଳେଇ, କେଦାରେଶ୍ୱର ଦଳସିଂହ, କାଇପଦରର ପୂର୍ଣ୍ଣଚନ୍ଦ୍ର ନାୟକ, ରଣପୁର ଥାନା ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା, ଚାନ୍ଦପୁର ଥାନା ଅଞ୍ଚଳର ଅଜୟ କୁମାର ସ୍ୱାଇଁ ବୋଲି ଜଣାପଡିଛି। ଆସନ୍ତା କାଲି ଗିରଫ ଜୁଆଡିମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ ସୂଚନା ଦେଇଛି।
ଭୁବନେଶ୍ବର, କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଓପିଡି ପରାମର୍ଶ ପାଇଁ ଏବଂ ଚିକିତ୍ସାଳୟକୁ ଯିବା ଆସିବା କରୁଥିବା ରୋଗୀ ଓ ସେମାନଙ୍କ ସହାୟକ ମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥର କେନ୍ଦ୍ରୀୟ ଚିକିତ୍ସାଳୟ ଠାରେ ଏକ ନୂତନ ଓପିଡି କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଅଛି ଯାହାଦ୍ୱାରା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଏବଂ ବାହ୍ୟ ରୋଗୀଙ୍କ ମିଶ୍ରଣକୁ ଏଡ଼ାଇବା ସହିତ କୋଭିଡି ସଂକ୍ରମଣକୁ ଏଡ଼ାଇବା ପାଇଁ ସହାୟକ ହୋଇପାରିବ। ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ରେଳବାଇ କେନ୍ଦ୍ରୀୟ ହସ୍ପିଟାଲରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ନୂତନ ଓପିଡି କମ୍ପ୍ଲେକ୍ସ ଏବଂ ନବିକୃତ୍ତ ଅପରେସନ୍ ଥିଏଟର (ଓଟି) ର ଉଦଘାଟନ କରିଛନ୍ତି। ଭୁବନେଶ୍ୱରର ରେଲୱେ ସେଣ୍ଟ୍ରାଲ୍ ହସ୍ପିଟାଲରେ ସର୍ଜିକାଲ୍ ସେବାରେ ତୃତୀୟ ସ୍ତରର ଯତ୍ନକୁ ଆହୁରି ବୃଦ୍ଧି କରିବା ପାଇଁ ଅପରେସନ୍ ଥିଏଟର (ଓଟି) କମ୍ପ୍ଲେକ୍ସକୁ ନବୀକରଣ କରାଯାଇଛି। ଭୁବନେଶ୍ୱରରେ ଥିବା ଜୋନାଲ ମୁଖ୍ୟାଳୟ ହସପିଟାଲ୍ (ସେଣ୍ଟ୍ରାଲ୍ ହସ୍ପିଟାଲ୍) ର ବେଡ୍ କ୍ଷମତା…
କନ୍ଦର୍ପ ବେହରା ରେଢାଖୋଲ: ଆଜି ସକାଳେ କିସିଣ୍ଡା ଥାନା ଧଳପୁର ଗ୍ରାମରେ ଅବକାରୀ ବିଭାଗ ଚଢଉ କରି ୬୦ ଲିଟର ଦେଶୀ ମହୁଲୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଧଳପୁର ଗ୍ରାମରେ ବେଆଇନ୍ ଦେଶି ରନ୍ଧା ମହୁଲି ମଦ ୬୦ଲିଟର ଜବତ କରିବା ସହ ଗ୍ରାମର ଡେଲଫିନସ୍ ଚେଲେକଚେଲାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅବକାରୀ ଉପନିରୀକ୍ଷକ ବିଷ୍ନୁଚରଣ ମଲ୍ଲିକଙ୍କ ନେତୃତ୍ୱରେ ବିନୋଦିନୀ ବେହେରା ଅବକାରୀ ସହ ଉପ ନିରୀକ୍ଷକ, ମୋହନ କୁମାର ବେହେରା ଅବକାରୀ ସିପାହୀ, ଶ୍ୟାମ ଭୋଇ ଅବକାରୀ ସିପାହୀ, ଦେବରଞନ ବେହେରା ସିପାହୀ, ଦିଲ୍ଲୀପ କୁମାର ସ୍ୱାଇଁ ସିପାହେୀ ଚଢଉରେ ସାମିଲ୍ ହୋଇଥିଲେ।
ଭୁବନେଶ୍ୱର, ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲା ଓଡିଶାର ଏକ ଆଗୁଆ ଜିଲ୍ଲା । ଶିଳ୍ପ, କୃଷି ସବୁଥିରେ ଜଗତସିଂହପୁର ଜିଲ୍ଲାର ସୁନାମ ରହିଛି । ଜଗତସିଂହପୁର ଜିଲ୍ଲାରୁ ହିଁ ବିଜୁ ବାବୁ ଓଡିଶାର ବିକାଶ ଯାତ୍ରାର ଆରମ୍ଭ କରିଥିଲେ । ପାରାଦୀପ ବନ୍ଦର ଆଜି ଦେଶର ମୁଖ୍ୟ ବନ୍ଦର ମାନଙ୍କ ମଧ୍ୟରେ ସ୍ଥାନ ପାଇଛି । ଶିଳ୍ପ ନଗରୀ ଭାବରେ ମଧ୍ୟ ପାରାଦୀପର ଗୁରୁତ୍ବ ବଢିଛି । ମୁଖ୍ୟମନ୍ତ୍ରୀ କହିଲେ ଯେ ଆଜିର ପ୍ରକଳ୍ପରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଯୋଗାଯୋଗ, ଜଳସେଚନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରର ବିକାଶ ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଗାଁ ଠାରୁ ସହର ପର୍ୟ୍ୟନ୍ତ ସବୁ ଅଞ୍ଚଳର ବିକାଶ…
ନୂଆଦିଲ୍ଲୀ: ଚୀନ୍ ଇଞ୍ଜିନିୟରମାନଙ୍କୁ ନେଇ ଯାଉଥିବା ବସ୍ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ନେଇ ଭାରତ ଉପରେ ପାକିସ୍ତାନ ଅଭିଯୋଗ ଆଣିଛି। ଫଳରେ ପାକିସ୍ତାନର ଏହି ଅଭିଯୋଗ ଉପରେଭାରତ ଜବାବ ରଖିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ପାକିସ୍ତାନ ଏଭଳି ଏକ ପ୍ରୟାସ କରୁଛି। ସେ କହିଛନ୍ତି ଯେ, ଭାରତକୁ ବଦନାମ କରିବା ପାଇଁ ଏହା ପାକିସ୍ତାନର ଆଉ ଏକ ଷଡଯନ୍ତ୍ର। ଆଞ୍ଚଳିକ ଅସ୍ଥିରତା ଏବଂ ସେଠାରେ ଆତଙ୍କବାଦୀଙ୍କୁ ରଖିବାରେ ପାକିସ୍ତାନ ଆନ୍ତର୍ଜାତୀୟ ସମ୍ପ୍ରଦାୟର ଧ୍ୟାନ ହଟାଇବା ପାଇଁ ଚେଷ୍ଟା କରୁଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ଅଭିଯୋଗ କରିଥିଲେ ଯେ, ଗତ ମାସରେ ଖେବର ପଖ୍ତୁନଖୱା ପ୍ରଦେଶରେ ଏକ ବସ୍ରେ ଆତ୍ମଘାତୀ ଆକ୍ରମଣ ପଛରେ ଭାରତ ଏବଂ ଆଫଗାନିସ୍ତାନ ସହଯୋଗ କରିଥିଲେ। ଏହି ଆକ୍ରମଣରେ ୯ ଜଣ ଚାଇନାର ଇଞ୍ଜିନିଅରଙ୍କ ସମେତ ୧୩…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୨୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୧୦, କଟକରୁ ୧୪୭, ଯାଜପୁରରୁ ୮୬, ବାଲେଶ୍ବରରୁ ୭୦, ଜଗତସିଂହପୁରରୁ ୬୨, ପୁରୀରୁ ୫୫, ନୟାଗଡରୁ ୫୪, ଭଦ୍ରକରୁ ୪୭, ମୟୂରଭଞ୍ଜରୁ ୪୧, ଅନୁଗୁଳରୁ ୩୩, କେନ୍ଦ୍ରାପଡାରୁ ୩୨, ସମ୍ବଲପୁରରୁ ୧୯, ରାୟଗଡାରୁ ୧୮, କେନ୍ଦୁଝରରୁ ୧୭, ସୁନ୍ଦରଗଡରୁ ୧୬, କୋରାପୁଟରୁ ୯, ଢେଙ୍କାନାଳରୁ ୭, କନ୍ଧମାଳରୁ ୫, ବୌଦ୍ଧରୁ ୪, ଗଜପତିରୁ ୪, ଗଞ୍ଜାମରୁ ୪, କଳାହାଣ୍ଡିରୁ ୪, ନବରଙ୍ଗପୁରରୁ ୪, ନୂଆପଡାରୁ ୪, ଝାରସୁଗୁଡାରୁ ୨, ମାଲକାନାଗିରିରୁ ୨, ସୋନପୁରରୁ ୨, ଦେବଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୫ ହଜାର ୯୯୯ ଜଣ…
ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କୁ ମାଇକ୍ରୋ ବ୍ଲଗିଂ ସାଇଟ୍ ଭାରତରୁ ହଟାଇ ଆମେରିକା ଫେରାଇନେଇଛି। ଏବେ ସେ ସେଠାରେ ଏକ ନୂଆ ଭୂମିକାରେ କାମ କରିବେ। ତାଙ୍କ ବଦଳି ଏପରି ଏକ ସମୟରେ ଆସିଛି ଯେତେବେଳେ କଂଗ୍ରେସ ଏବଂ ଟ୍ୱିଟର ମଧ୍ୟରେ କଳହ ଲାଗି ରହିଛି। ଆଜି ରାହୁଲ ଗାନ୍ଧୀ ଟ୍ୱିଟର ଉପରେ ଅନେକ ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ନୂତନ ନିୟମକୁ ନେଇ ସରକାର ଏବଂ ଟ୍ୱିଟର ମଧ୍ୟରେ କଳହ ଲାଗି ରହିଥିଲା। ସେ ଟ୍ୱିଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେବାର ପ୍ରାୟ ଦୁଇ ବର୍ଷ ପରେ ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କୁ ଆମେରିକା ସ୍ଥିତ ଟ୍ୱିଟରର କାର୍ଯ୍ୟାନୁଷ୍ଠାନ କାର୍ଯ୍ୟ ପାଇଁ ଡକାଯାଇଛି। ମନୀଷ ମହେଶ୍ୱରୀ ୧୮ ଏପ୍ରିଲ ୨୦୦୯ ରେ ନେଟୱାର୍କ ୧୮ ରୁ ଟ୍ୱିଟର ଇଣ୍ଡିଆରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ଆମେରିକାର ବରିଷ୍ଠ ନିର୍ଦ୍ଦେଶକ ରାଜସ୍ୱ ରଣନୀତି ଏବଂ ଅପରେସନ୍ସର…
ଭୁବନେଶ୍ବର: କରୋନା ଯୋଗୁଁ ଓଜେଇଇ ପରିକ୍ଷାକୁ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ଏହି ପରୀକ୍ଷା ଜୁନ ୧୭ ତାରିଖରେ ଅନୁଷ୍ଠିତ ହେବ ବୋଲି ଘୋଷଣା ହୋଇଥିଲା। କିନ୍ତୁ କରୋନା ସଂକ୍ରମଣକୁ ଦେଖି ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ଆସନ୍ତା ମାସ ସେପ୍ଟେମ୍ବର ୬ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୈନିକ ୩ଟି ସିଫ୍ଟରେ ସିବିଟି ମୋଡରେ ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ହୋଇଛି। କେଉଁ ଦିନ କେଉଁ ପରୀକ୍ଷା ହେବ, ତାହାର ତାଲିକା ଓଜେଇଇ ୱେବସାଇଟରେ ଉପଲବ୍ଧ ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି। ପରୀକ୍ଷା ବେଳେ କୋଭିଡ୍ ଗାଇଡଲାଇନ୍କୁ କଡାକଡି କରାଯିବ। ପରୀକ୍ଷା କେନ୍ଦ୍ରକୁ ଆସିଥିବା ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ, ସାନିଟାଇଜ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯିବ। ଏହା ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ…
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ସୁରକ୍ଷାବାହିନୀ ପଣ୍ଡ କରିଛି। ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ୧୫ ଘଣ୍ଟା ଧରି ହୋଇଥିବା ମୁକାବିଲାରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛି। ପୋଲିସର ସୂଚନାନୁସାରେ, ଏନକାଉଣ୍ଟର ସ୍ଥାନରୁ ରକେଟ୍ ଲଞ୍ଚର୍ ସମେତ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ଆଜି କୁଲଗାମ ଜିଲ୍ଲାର ଶ୍ରୀନଗର-ଜମ୍ମୁ ରାଜପଥରେ ଦୁଇଜଣ ଆତଙ୍କବାଦୀ ବିଏସଏଫ କନଭେନରେ ନିଆଁ ଲଗାଇବା ପରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ଜଣେ ସୁରକ୍ଷା ବଳ କର୍ମଚାରୀ ଏବଂ ଦୁଇ ସାଧାରଣ ନାଗରିକ ଆହତ ହୋଇଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଧୀରେ ଧୀରେ ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି। ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ଆଜି ବାଣପୁର ସ୍ଥିତ ବିରଜାଈ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଉତ୍ତରାୟୀଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିରଜାଈ ମଣ୍ଡଳ ସଭାପତି ତଥା ଭେଟେଶ୍ୱର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିବାସ୍ଥଳେ ଅତିଥିଭାବେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚଳଚ୍ଚିତ୍ର ଅଭିନେତା ହରିହର ମହାପାତ୍ର, ରାଜ୍ୟ…
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି। ଆଳି-ରାଜକନିକାବାସୀଙ୍କ ଦାବି ହେଲା ଖରସ୍ରୋତା ନଦୀରେ ସରକାର ପ୍ରଥମେ ଆନ୍ନିକଟ କରନ୍ତୁ। ତାହେଲେ ଭୂତଳ ଜଳସ୍ତର କମିବ ନାହିଁ। ଲୋକଙ୍କ ପାନୀୟ ଜଳ ଓ ଚାଷବାସଙ୍କ ପାଇଁ ମଧୁର ଜଳ ସମସ୍ୟା ଉପୁଜିବ ନାହିଁ କି ଲୁଣାପାଣି ମାଡ଼ିବ ନାହିଁ। ସରକାର ଏହି ପ୍ରକଳ୍ପର ସମସ୍ତ ତଥ୍ୟ (ଡ଼ିପିଆର) ଜନଗଣଙ୍କ ଅବଗତି ନିମନ୍ତେ ପ୍ରକାଶ କରନ୍ତୁ ଯଥା ଖରସ୍ରୋତା ନଦୀରେ କେତେ ଜଳ କେଉଁ ସମୟରେ ପ୍ରବାହିତ ହେଉଛି ଓ କେତେ ପାଣି ସରକାର ଭଦ୍ରକକୁ ପିଇବା ପାଇଁ ନେବେ ଇତ୍ୟାତି ଇତ୍ୟାଦି। ଆନ୍ଦୋଳନରତ ଜନଗଣ କେବେ ବି ଭଦ୍ରକକୁ ପାନୀୟ ଜଳଯୋଗାଣର ବିରୋଧୀ ନୁହଁନ୍ତି ବରଂ ସରକାରର ଆଦାନୀର ଧାମରା ପ୍ରକଳ୍ପ ପାଇଁ ଖରସ୍ରୋତାରୁ ମଧୁର ଜଳ ନେବା ଓ ତାର ମାଲ ପରିବହନ…

