ଭୁବନେଶ୍ବର: ଗତକାଲି ସେଣ୍ଟ୍ରାଲ୍ ଡ୍ରଗ୍ ଅଥରିଟି ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ ପ୍ୟାନେଲ୍ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କୋଭିଡ୍ -୧୯ ଟିକା ‘ଜାଇକୋଭ୍-ଡି’ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଛି। ଏହି ଟୀକାକୁ ଅନୁମୋଦନ ମିଳିବା ପରେ ଡିଏମଇଟି ଡା. ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଯାଏଁ ଛୋଟ ପିଲାଙ୍କୁ ଟୀକା ଦେବା ପାଇଁ କେନ୍ଦ୍ରସରକାର ପକ୍ଷରୁ କୌଣସି ଗାଇଡଲାଇନ ଆସିନାହିଁ। ଯେମିତି ଗାଇଡଲାଇନ ଜାରି ହେବ, ତୁରନ୍ତ ଛୋଟ ପିଲାଙ୍କୁ ଟୀକା ଦେବା ପାଇଁ ବ୍ୟବସ୍ଥା କରିବୁ। ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟାରୁ ୧୨ ପ୍ରତିଶତ ଶିଶୁ ଚିହ୍ନଟ ହେଉଛନ୍ତି। ଭୁବନେଶ୍ଵର ଏବଂ କଟକରେ ସଂକ୍ରମଣ ସଂଖ୍ୟା ବଢୁଛି। ଉଭୟ ସହରର ଲୋକ କଟକଣା ମାନୁନଥିବାରୁ ସଂକ୍ରମଣ ବଢୁଥିବା ଡିଏମଇଟି କହିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସମ୍ମୁଖରେ ଆତ୍ମଦାହ କରି ଗୁରୁତର ହୋଇଥିବା ଦୁଇଜଣ ଯୁବକ ଏବଂ ଯୁବତୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଉତ୍ତରପ୍ରଦେଶର ଘୋସିରୁ ବହୁଜନ ସମାଜ ପାର୍ଟିର ସାଂସଦ ଅତୁଲ ରାୟଙ୍କର ବିରୋଧରେ ଯୁବତୀଜଣଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଗତ କିଛି ଦିନ ତଳେ ସୁପ୍ରିମକୋର୍ଟ ସମ୍ମୁଖରେ ଦୁଇଜଣ ଯୁବକ ଏବଂ ଯୁବତୀ ଆତ୍ମଦାହ କରିବାକୁ ପ୍ରୟାସ କରିଥିଲେ। ଉଭୟଙ୍କ ଦେହରେ ନିଆଁ ଲାଗିଥିବା ଦେଖି ନିକଟରେ ଥିବା କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଉଭୟଙ୍କୁ ତୁରନ୍ତ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଉଭୟଙ୍କ ଶରୀର ପ୍ରାୟ ୩୦-୪୦ ପ୍ରତିଶତ ଜଳି ଯାଇଥିଲେ। ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ଆଜି ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ନାବାଳିକା ଜଣକ ନିଜକୁ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିବାବେଳେ ମୃତ ଯୁବକ ଜଣଙ୍କ ଏହି ଘଟଣାର ସାକ୍ଷୀ ଥିଲା।…
ଶ୍ରୀନଗର: ଜମ୍ମୁ କାଶ୍ମୀରର ଅବନ୍ତିପୋରା ଠାରେ ତିନି ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କୁ ହତ୍ୟା କରିବା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଆତଙ୍କବାଦୀଙ୍କ ଲୁଚିବା ବିଷୟରେ ସୁରକ୍ଷା ବାହିନୀ ସୂଚନା ପାଇବା ମାତ୍ରେ ତୁରନ୍ତ ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା। ପରେ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ଆତ୍ମସମର୍ପଣ କରିବାକୁ ନିବେଦନ କରିଥିଲେ ମଧ୍ୟ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀ ତୁରନ୍ତ ସାମ୍ନାକୁ ଆସି ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜବାବ ଦେବା ଆରମ୍ଭ କରିଥିଲେ। ଫଳରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ତିନି ଆତଙ୍କବାଦୀ ଜୈଶର କମାଣ୍ଡର ବୋଲି କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ। ଏହି ଘଟଣା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାପୂର୍ବରୁ ଶୁକ୍ରବାର ରାତିରେ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୪ ହଜାର ୪୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୫ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୩ ଲକ୍ଷ ୯୩ ହଜାର ୨୮୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୯୬୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୫ ଲକ୍ଷ ୯୭ ହଜାର ୯୮୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୬୧ ହଜାର ୩୪୦ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୧୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୮ ଜଣ, କେନ୍ଦ୍ରପଡା ଜିଲ୍ଲାରୁ ୭ ଜଣ, ଅନୁଗୁଳ, ଯାଜପୁର ଜିଲ୍ଲାରୁ ୬ ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ ୫ ଜଣ ଏବଂ ବାଲେଶ୍ଵର ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି…
ଭୁବନେଶ୍ବର: ଆଜି ରାଜ୍ୟରେ ୯୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୩୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୮୦ ଟି ଲୋକାଲ କେସ୍ ରହିଛ। ୯୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬ ଜଣ ୦ ରୁ ୧୮ ବର୍ଷ ବର୍ଗର ପିଲାମାନେ ଆକ୍ରାନ୍ତ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୩ ହଜାର ୨୪୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୪୯୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୨୨୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୭ ଟି ଜିଲ୍ଲାରୁ ୯୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ…
ଭୁବନେଶ୍ବର, ଏଥର ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଭିନ୍ନ ଧରଣର ହେବ। ସେ ନେଇ ରାଜ୍ୟ ପଞ୍ଚାୟତିରାଜ ବିଭାଗ ଲୋକଙ୍କର ମତ ମାଗିଛି। ଏହି ନୂଆ ପକ୍ରିୟା ଅନୁସାରେ ଗୋଟିଏ ଦିନରେ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସାରା ଓଡିଶାରେ କରାଯିବ। ସେଥିପାଇଁ ଗୋଟିଏ ତାରିଖ ଘୋଷଣା କରାଯିବ। ସେହି ଦିନ ରାଜ୍ୟର ସମସ୍ତ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ଭୋଟ ଗ୍ରହଣ ଦିନ ଭୋଟ ଶେଷ ହେବା ପରେ ପ୍ରିଜାଇଡିଂ ଅଫିସର ଏବଂ ଏଜେଣ୍ଟମାନଙ୍କ ଆଗରେ ଭୋଟ ବାକ୍ସରେ ଜଉ ମୁଦ କରାଯାଇ ବ୍ଲକ ହେଡ କ୍ବାଟରକୁ ପଠାଯିବ। ସେଠାରେ ଭୋଟ ବାକ୍ସକୁ ସୁରକ୍ଷିତ କରି ରଖାଯିବ। ଯେଉଁଦିନ ଭୋଟ ଗଣତି ପାଇଁ ତାରିଖ ଘୋଷଣା ହୋଇଥିବ ସେହି ଦିନ ତାହା ଖୋଲାଯିବ। ଏଥିପାଇଁ ବିଧାନସଭା ଭୋଟ ଗଣତି ପରି ପଞ୍ଚାୟତ ଭୋଟ ଗଣତିରେ ମଧ୍ୟ ଗଣତି କାଉଣ୍ଟର କରାଯିବ। ସେହି ବ୍ଲକ ଅଧିନରେ ଯେତୋଟି ବୁଥ…
ମେଷ ରାଶି-ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ବ୍ୟବସ୍ଥାରେ ଉନ୍ନତି ହେବ। ସମ୍ମାନ ପାଇବେ। ଆଖି ଯନ୍ତ୍ରଣା ହୋଇପାରେ। ଅଧିକାରୀମାନେ ସହଯୋଗ କରିବେ ନାହିଁ। ଋଣ ନେବାକୁ ପଡିପାରେ। ଆଜି ଭ୍ରମଣ କରନ୍ତୁ ନାହିଁ। ପାରିବାରିକ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦିଅନ୍ତୁ। ଆପଣଙ୍କ ବୁଦ୍ଧି ସାମାଜିକ ସମ୍ମାନ ଲାଭ କରିବ। ବୃଷ ରାଶି- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ବିପଦ କାମ କରନ୍ତୁ ନାହିଁ। ନିଶାକୁ ନିୟନ୍ତ୍ରଣ କରନ୍ତୁ। ଲାଭ ହେବାର ସମ୍ଭାବନା। ପତ୍ନୀ ଉପଦେଶ ଦେଉଥିବା ରାସ୍ତାରେ ଗଲେ ଲାଭ ସମ୍ଭାବନା। ଭ୍ରମଣରୁ ଲାଭ। ଯାନ-ଯନ୍ତ୍ରପାତି କ୍ରୟ ସମ୍ଭାବନା। ବ୍ୟବସାୟରେ ବାଧା ଆସିବ। ମିଥୁନ ରାଶି-ଅପଚୟ ଖର୍ଚ୍ଚ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ। ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ। ପରିବାର ଚିନ୍ତିତ ହେବେ।…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୬୪, କଟକରୁ ୧୨୫, ଯାଜପୁରରୁ ୫୧, ମୟୂରଭଞ୍ଜରୁ ୩୭, ନୟାଗଡରୁ ୩୦, ଜଗତସିଂହପୁରରୁ ୨୮, କେନ୍ଦ୍ରାପଡାରୁ ୨୪, ପୁରୀରୁ ୨୪, ବାଲେଶ୍ବରରୁ ୨୩, ଅନୁଗୁଳରୁ ୨୨, ଭଦ୍ରକରୁ ୧୯, କେନ୍ଦୁଝରରୁ ୧୬, ସମ୍ବଲପୁରରୁ ୧୧, ଢେଙ୍କାନାଳରୁ ୧୦, ଝାରସୁଗୁଡାରୁ ୧୦, ରାୟଗଡାରୁ ୯, ମାଲକାନଗିରିରୁ ୭, ବରଗଡରୁ ୬, ଦେବଗଡରୁ ୬, ସୁନ୍ଦରଗଡରୁ ୬, ଗଞ୍ଜାମରୁ ୫, କନ୍ଧମାଳରୁ ୫, କୋରାପୁଟରୁ ୨, ସୋନପୁରରୁ ୨, କଳାହାଣ୍ଡିରୁ ୧ ଏବଂ ଷ୍ଟେଟ ପୁଲରୁ ୮୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୩ ହଜାର ୨୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ଡ୍ରଗ୍ ଅଥରିଟି ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ ପ୍ୟାନେଲ୍ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କୋଭିଡ୍ -୧୯ ଟିକା ‘ଜାଇକୋଭ୍-ଡି’ର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେଇଛି। ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସକୋ) ର କୋଭିଡ୍ -୧୯ ଉପରେ ବିଷୟ ବିଶେଷଜ୍ଞ କମିଟି (ଏସଇସି) ଗୁରୁବାର ଦିନ ଜାଇଡସ୍ କ୍ୟାଡିଲା ଦ୍ଵାରା ଦାଖଲ ହୋଇଥିବା ଆବେଦନ ଉପରେ ବିଚାର ବିମର୍ଶ କରିଛି ଏବଂ ଏହାର ତିନି-ଡୋଜ୍ କରୋନା ଭୂତାଣୁ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି। ଚୂଡ଼ାନ୍ତ ଅନୁମୋଦନ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) କୁ ସୁପାରିଶ ପାଇଁ ପଠାଯାଇଛି।
ଚାନ୍ଦପୁର: ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ପୋଲିସକୁ ଆଜି ବଡ ସଫଳତା ମିଳିଛି। ଏକ ଡକାୟତ ମାମଲାରେ ପୂର୍ବରୁ ଫେରାର ଥିବା ୧୦ ଜଣ ଦୁର୍ବୁତ୍ତଙ୍କୁ ଆଜି ଗୋଟିଏ ଦିନରେ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଗତବର୍ଷ ରାଇପଡ଼ା ଗ୍ରାମରେ ହୋଇଥିବା ବଡ଼ ଡକାୟତି ଘଟଣାରେ ଚାନ୍ଦପୁର ପୋଲିସ ୩୯/୨୦ ରେ ମାମଲା ରୁଜୁକରି ପୂର୍ବରୁ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ସହଯୋଗୀ ମାନେ ଫେରାର ଥିଲେ। ତେବେ ବହୁ ପରିଶ୍ରମ ପରେ ଆଜି ସକାଳୁ ଚାନ୍ଦପୁର ପୋଲିସ ଉକ୍ତ ମାମଲାରେ ଜଡିତ ଥିବା ୧୦ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେହିପରିଭାବେ ରାଜ୍ୟ ସରକାରଙ୍କ ଅକାଳ ମୃତ୍ୟୁ ଯୋଜନା ଅନ୍ତର୍ଗତ ବହୁ ହିତାଧିକାରୀଙ୍କ ନିକଟରୁ ଠକେଇ, ଦାଦାବଟି ଆଦାୟ ଏବଂ ଲାଞ୍ଚ କାରବାରରେ ଜଡିତ ଥିବା ଓଡଗାଁ ଅଞ୍ଚଳର ସୁଜନ ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଚାନ୍ଦପୁର ପୋଲିସ ଆଜି ଗିରଫ କରି କୋର୍ଟଚାଲାଣ…
ନୂଆଦିଲ୍ଲୀ: ଆଗାମୀ ଟି -୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ସମ୍ପର୍କରେ ବିସିସିଆଇ ଅଧିକାରୀ ଓ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ସମୟରେ ଟି -୨୦ ବିଶ୍ୱକପ ସହ ଜଡିତ ଅନେକ ପ୍ରସଙ୍ଗରେ ଆଲୋଚନାହୋଇଛି। ଅକ୍ଟୋବର ୧୭ ତାରିଖରୁ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଭାରତୀୟ ଦଳର ସମ୍ପୁର୍ଣ୍ଣ ଧ୍ୟାନ ବର୍ତ୍ତମାନ ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜ୍ ଜିତିବା ଉପରେ ରହିଛି। କିନ୍ତୁ ଅଧିନାୟକ ବିରାଟ କୋହଲି ଏବଂ ବିସିସିଆଇର ବରିଷ୍ଠ ଅଧିକାରୀମାନେ ମଧ୍ୟ ହେବାକୁ ଥିବା ଟି -୨୦ ବିଶ୍ୱକପ ବିଷୟରେ ଆଲୋଚନା କରୁଛନ୍ତି। ଟିମ୍ ଇଣ୍ଡିଆ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତରେ ଅଛି। ସେଠାରୁ ଦଳ ସିଧାସଳଖ ଆଇପିଏଲ୍ ଖେଳିବା ପାଇଁ ୟୁଏଇରେ ପହଞ୍ଚିବ। ଦ୍ୱିତୀୟ ଟେଷ୍ଟରେ ଜିତିବା ପରେ କୋହଲିଙ୍କ ଉପରେ ଚାପ ବହୁତ କମ ହୋଇଛି। କିନ୍ତୁ…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଚିଲିକା ବିଜେଡି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ସ୍ଥିତ ଉମାମହେଶ୍ୱର ବଣିକ ସଂଘ ସଭାଗୃହ ମଧ୍ୟରେ ଏକ ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ମଧ୍ୟାହ୍ନରେ ବାଲୁଗାଁ ଥାନା ନିକଟରୁ ବିଜେଡି ନେତା ଏବଂ କର୍ମୀମାନଙ୍କ ଏକ ବିଶାଳ ରାଲି ବାହାରି ବଣିକ ସଂଘ ଠାରେ ସମାପ୍ତ ହୋଇଥିଲା। ଉକ୍ତ ବୈଠକରେ ବିଜୁ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ , ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ବିସିଜେଡ଼ି ଜିଲ୍ଲା ସଭାପତି ବିଶ୍ଵଦିପ ପ୍ରଧାନ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ, ଖୋର୍ଦ୍ଧା ବିଧାୟକ ଜିତେନ୍ଦ୍ର ନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳାଇ, ଖୋର୍ଦ୍ଧା ମହିଳା ଜନତା ଦଳ ସଭାପତି ଗୀତା ପାଟଶାଣୀ,…
Chanakya Niti : ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନରେ ଅନେକ ପୁସ୍ତକ ଏବଂ ଲେଖା ଲେଖିଛନ୍ତି, ଯାହା ଆଜି ବି ଲୋକମାନେ ପଢିବାକୁ ଆଗ୍ରହୀ। ସମସ୍ତେ ଚାଣକ୍ୟଙ୍କ ନୈତିକତା ପଢିବାକୁ ପସନ୍ଦ କରନ୍ତି। କାରଣ ସେ ତାଙ୍କ ପୁସ୍ତକରେ ଜୀବନ ସହ ଜଡିତ ପ୍ରତ୍ୟେକ ତଥ୍ୟକୁ ଉଦ୍ଧୃତ କରିଛନ୍ତି। ସାଧାରଣ ଜୀବନ ସହ ଜଡିତ ସମସ୍ତ ସମସ୍ୟାର ସମାଧାନର ଏକ ସଂକଳନ ତାଙ୍କ ପୁସ୍ତକରେ ଅଛି। ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନ କାଳରେ ନୈତିକତାରେ ଲିଖିତ ତଥ୍ୟଗୁଡିକ ଅନୁସରଣ କରେ, ତେବେ ସେ ସବୁଦିନ ପାଇଁ ଖୁସି ରହିପାରିବେ। ଜୀବନରେ ଜଣେ ସଫଳ ବ୍ୟକ୍ତି ହୋଇପାରିବେ। ଆଚାର୍ଯ୍ୟ ଚାଣକ୍ୟ ନୈତିକତା କ୍ଷେତ୍ରରେ ଏହିପରି ଅନେକ ବିଷୟ ଉଲ୍ଲେଖ କରିଛନ୍ତି, ଯାହା ଦ୍ବାରା ଜଣେ ବ୍ୟକ୍ତି ସୁଖୀ ଏବଂ ସଫଳ ଜୀବନ ବିତାଇ ପାରିବେ। ଚାଣକ୍ୟଙ୍କ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତି ଭୁଲ ପଥରେ ଚାଲିଥାଏ କିମ୍ବା ଖରାପ ଜିନିଷ ଅନୁସରଣ କରେ,…
ନୂଆଦିଲ୍ଲୀ: ରିମାଟଏଡ୍ ଆର୍ଥ୍ରାଇଟିସ୍ ହେଉଛି ଏକ ଅଟୋ ଇମ୍ୟୁନ୍ ରୋଗ ଯାହା ଠିକ୍ ସମୟରେ ଚିକିତ୍ସା କରାନଗଲେ ଏକ ସାଇଲେଣ୍ଟ କିଲରରେ ପରିଣତ ହୋଇପାରେ। ରିମାଟଏଡ୍ ଆର୍ଥ୍ରାଇଟିସ୍ ମଧ୍ୟ ଗଣ୍ଠିରେ ଯନ୍ତ୍ରଣା, ଫୁଲା ଏବଂ କଠିନତା ସୃଷ୍ଟି କରେ। ସେହି ରୋଗର ମୁକାବିଲା କରିବା ଏକ ଚ୍ୟାଲେଞ୍ଜ ହୋଇପାରେ କାରଣ ଏହାର ମାମଲା ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଭିନ୍ନ ଭିନ୍ନ ଦେଖାଦିଏ। କିଛି ଲୋକଙ୍କ ପାଇଁ ଏହା ସହଜରେ ନିୟନ୍ତ୍ରିତ ହୋଇଥିବାବେଳେ ଅନ୍ୟମାନଙ୍କ ପାଇଁ ଏହା ଘାତକ ହୋଇପାରେ। ରିମାଟଏଡ୍ ଆର୍ଥ୍ରାଇଟିସ୍ ସହିତ ଜଡିତ ଅପ୍ରତ୍ୟାଶିତ ଲକ୍ଷଣକୁ କେବେବି ଅଣଦେଖା କରାଯିବା ଉଚିତ୍ ନୁହେଁ। ହାତଗୋଡ଼ର ଯନ୍ତ୍ରଣା ହେଉଛି ରିମାଟଏଡ୍ ଆର୍ଥ୍ରାଇଟିସର ସବୁଠାରୁ ସାଧାରଣ ଲକ୍ଷଣ। ଏହି ଲକ୍ଷଣଗୁଡ଼ିକ ସାଧାରଣତଃ କମ୍ପ୍ୟୁଟରରେ କାମ କରୁଥିବା ଲୋକଙ୍କଠାରେ ଦେଖାଯାଏ। ରୋଗୀକୁ ଠିକ୍ ସମୟରେ ଚିକିତ୍ସା କରା ନ ଗଲେ ଯନ୍ତ୍ରଣା ଆରମ୍ଭ ହୋଇ ହାତଗୋଡରୁ କହୁଣି ପର୍ଯ୍ୟନ୍ତ ବ୍ୟାପିପାରେ। ଛାତି ଯନ୍ତ୍ରଣା- ଛାତି ଯନ୍ତ୍ରଣା…
ଭୁବନେଶ୍ୱର: ଗତକାଲି ବାଣପୁରର ଗମ୍ଭାରୀମୁଣ୍ଡା ଗାଁରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ ଗୁରୁତର ଆହତ ଜଣେ ବ୍ୟକ୍ତିଙ୍କର ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏତଦବ୍ୟତୀତ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତିମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ସୋମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ ଗତକାଲି ଘଟିଥିବା ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ସାତଜଣଙ୍କ ସମେତ ଦଶ ଜଣ ଆହତ ହୋଇଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳିତ ହୋଇଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ସାରା ଦେଶରେ ସଦଭାବନା ଦିବସ ପାଳିତ ହେଉଛି। ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ। ଜାତି, ସମ୍ପ୍ରଦାୟ, କ୍ଷେତ୍ର, ଧର୍ମ ଓ ଭାଷା ଭେଦଭାବ ବିନା ସମସ୍ତ ଭାରତବାସୀଙ୍କର ଏକତା ଓ ସଦଭାବନା ପାଇଁ ମୁଁ କାର୍ଯ୍ୟ କରିବା ସହିତ କୌଣସି ହିଂସା ଆଚରଣ ନକରି ସମସ୍ତ ପ୍ରକାର ମତଭେଦକୁ କଥାବାର୍ତ୍ତା ଏବଂ ସାମ୍ବିଧାନିକ ଉପାୟରେ ସମାଧାନ କରିବି। ଏହି ଶପଥପାଠ ଉତ୍ସବରେ ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି, ଶ୍ରୀମତୀ ବିନିତା ଦାଶ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ଶଶାଙ୍କ ଶେଖର ଲେଙ୍କାଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶପଥପାଠ କରିଥିଲେ। ଜିଲ୍ଲା ସୂଚନା ଓ…
ଭୁବନେଶ୍ବର/ମାଲକାନଗିରି, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରି ରେ smart health card ବଣ୍ଟନ ଆରମ୍ଭ କରି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ smart health card ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରିରୁ ସ୍ବାସ୍ଥ୍ୟ ସବୋର ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସେ ଚାଷୀ ହେଉ ବା ମୂଲିଆ, ଛୋଟ ଦୋକାନୀ ହେଉ, ବା ରିକ୍ସା ବାଲା, ଟ୍ରଲି ବାଲା କିମ୍ବା ଦୂର ଦୂରାନ୍ତରେ ରହୁଥିବା ଜନଜାତି ଭାଇ ଭଉଣୀ, ବା ସାଧାରଣ ଲୋକ, ସେ ଗାଁ ରେ ରହୁ ବା…
ଭୁବନେଶ୍ବର, ବିଜେପି ତରଫରୁ ରାଜ୍ୟରେ ଆରମ୍ଭ ହୋଇଛି ଜନ ଆର୍ଶିବାଦ ଯାତ୍ରା। ନୂଆ କରି ମୋଦୀ ମନ୍ତ୍ରୀ ମଣ୍ଡଳରେ ସାମିଲି ହୋଇଥିବା ଦୁଇ ପାୱାରଫୁଲ ମନ୍ତ୍ରୀ ଏହାର ନେତୃତ୍ବ ନେଉଛନ୍ତି। ଗତକାଲି ସେମାନେ ଭୁବନେଶ୍ବରୁ ଯାତ୍ରା ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଯାଇଥିଲେ। ବାଟରେ ସେମାନଙ୍କୁ ବିଭିନ୍ନ ଦଳୀୟ କର୍ମିମାନେ ସ୍ବାଗତ କରିଥିଲେ। ଏହାଦ୍ବାରା ବିଜେପି ବେଶ୍ ଫାଇଦା ହାସଲ କରିବ ବୋଲି ଆଶା କରିଛି। ହେଲେ ଦଳର ଏହି ଯାତ୍ରାକୁ କଡା ସମାଲୋଚନା କରିଛନ୍ତି ବିଜେଡି ନେତା ତଥା ମନ୍ତ୍ରୀ ଅରୁଣ ସାହୁ। ସେ ଟୁଇଟ କରି କହିଛନ୍ତି ଯେ, ‘ସେବା ନକରି ଆଶୀର୍ବାଦ ପାଇବାକୁ ବାଧ୍ୟ କରିବା – ନିରନ୍ତର ସେବା ଦେଇ ସ୍ୱତଃପ୍ରବୃତ୍ତ ଆଶୀର୍ବାଦ ପାଇବା – ଉଭୟ ଭିତରେ ଫରକ ଓଡ଼ିଶାବାସୀଙ୍କୁ ଜଣା ଅଛି’। ମନ୍ତ୍ରୀ କୌଣସି ଦଳର ନାମ ଉଲ୍ଲେଖ କରି ନ ଥିଲେ ମଧ୍ୟ ଏହା ବିଜେପିର ଜନ ଆର୍ଶିବାଦ ଯାତ୍ରାକୁ ସିଧା…
ଭୁବନେଶ୍ବର: ଆଜି ମାଲକାନଗିରି ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କିଛି ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଟ ପ୍ରଦାନ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଏହି ସ୍ମାର୍ଟ ହେଲଥ୍ କାର୍ଡ ଲୋକମାନଙ୍କୁ ବିତରଣ କରିଛି। ଏହା ଦ୍ଵାରା ରାଜ୍ୟର ସାଢେ ୩ କୋଟି ଲୋକ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ। ତେବେ ଏହି କାର୍ଡକୁ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ କରାଯିବ। ପ୍ରତି ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଏହା ସହ ମହିଳାଙ୍କ ପାଇଁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ କରାଇବେ।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୧୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଜଗତସିଂହପୁର ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୧୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୮ ଜଣ, ଭଦ୍ରକ, ଯାଜପୁର ଜିଲ୍ଲାରୁ ୬ ଜଣ ଲେଖାଏଁ, ଅନୁଗୁଳ, କେନ୍ଦ୍ରାପଡା, ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଲେଖାଏଁ ଏବଂ ପୁରୀ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାର ୧୭୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ…

