Author: Samikhsya Bureau

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୫୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪ ହଜାର ୬୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୯ ହଜାର ୯୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୯୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୯୭୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୧୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୮୦, କଟକରୁ ୧୫୧, ଜଗତସିଂହପୁରରୁ ୭୪, ପୁରୀରୁ ୬୯, ବାଲେଶ୍ବରରୁ ୫୮, ଯାଜପୁରରୁ ୫୬, ନୟାଗଡରୁ ୫୨, ମୟୂରଭଞ୍ଜରୁ ୩୫, କେନ୍ଦ୍ରାପଡାରୁ ୩୧, ଅନୁଗୁଳରୁ ୨୬, ରାୟଗଡାରୁ ୨୦, ସୁନ୍ଦରଗଡରୁ ୧୯, କେନ୍ଦୁଝରରୁ ୧୮, ଭଦ୍ରକରୁ ୧୬, ଢେଙ୍କାନାଳରୁ ୧୬, କନ୍ଧମାଳରୁ ୧୬, ମାଲକାନାଗିରିରୁ ୯, ବରଗଡରୁ ୭, କୋରାପୁଟରୁ ୬, ବଲାଙ୍ଗୀରିରୁ ୫, ଝାରସୁଗୁଡାରୁ ୪, ଗଜପତିରୁ ୩, ଗଞ୍ଜାମରୁ ୩, ସମ୍ବଲପୁରରୁ ୩, ବୌଦ୍ଧରୁ ୨, ନୂଆପଡାରୁ ୨, ସୋନପୁରରୁ ୨, ଦେବଗଡରୁ ୧, କଳାହାଣ୍ଡିରୁ ୧ ଏବଂ  ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୭୯…

Read More

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଚାଲିଥିବା ସଙ୍କଟ ମଧ୍ୟରେ ଉଜବେକିସ୍ତାନରେ ଏକ ଆଫଗାନିସ୍ତାନ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି। ଏହା ପରେ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆଫଗାନିସ୍ତାନ ସୈନ୍ୟବାହିନୀର ଚିହ୍ନ ଧାରଣ କରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଜବେକିସ୍ତାନ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ରବିବାର ସନ୍ଧ୍ୟାରେ ଦେଶର ଦକ୍ଷିଣ ପୂର୍ବରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ସ୍ଥାନ ଆଫଗାନିସ୍ତାନ ସୀମାଠାରୁ ବେଶୀ ଦୂରରେ ନୁହେଁ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଗତକାଲି ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟଙ୍କ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେସନରେ ନିଶାଦ୍ରବ୍ୟର ଚୋରା ଚାଲାଣ, ଅସାମାଜିକ କାର୍ଯକଳାପ ଏବଂ କୋଭିଡ଼ ନିୟମ ଉଲଂଘନ ବିରୁଦ୍ଧରେ ଏକ ସ୍ଵତନ୍ତ୍ର ସତର୍କ ଯାଞ୍ଚ ଅଭିଯାନ କରାଯାଇଥିଲା। ଉପନିରୀକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏଏସଆଇ ଜୟକୁମାର ସିକେ, ପ୍ରଧାନ ଆରକ୍ଷୀ ଲୋକନାଥ ବେହେରା, ଆରକ୍ଷୀ ଡି॰ ଇଂ ରାଓ, ଆରକ୍ଷୀ ଅଲେଖ ବେହେରା ଆଦି ବାଲୁଗାଁ ରେଳ ଷ୍ଟେସନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନତଲାସି କରିଥିଲେ। ଯାଞ୍ଚ ସମୟରେ ଆରପିଏଫ ଟିମ ଷ୍ଟେସନର ଦକ୍ଷିଣ ଭାଗରେ ଜଣେ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୋଟାଏ କଳା ରଙ୍ଗର ବ୍ୟାଗ ସହ ବୁଲୁଥିବାର ଦେଖି ତାଙ୍କୁ ପଚରାଉଚରା କରିଥିଲା। ହଠାତ ଯୁବକ ଜଣକ ଏଥିରେ ବିଚଳିତ ହୋଇ ଉକ୍ତ ସ୍ଥାନରୁ ଖସି ପଳାଇବାକୁ ଚେଷ୍ଟା କରିଥିବା ବେଳେ ଆରପିଏଫ ଟିମ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଭଲକାମ ପାଇଁ ଓଡିଶା ଡ଼ିଜିପିଙ୍କ ଠାରୁ ପଦକ ଏବଂ ପ୍ରଶଂସାପତ୍ର ପାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ଏସଆଇ ରାଜକିଶୋର ବେହେରା। ସ୍ୱାଧୀନତା ଦିବସ ଅବସରରେ ଓଡିଶା ପୋଲିସର ବିଭିନ୍ନ ୟୁନିଟର ସମୁଦାୟ ୬୬ ଜଣ ପୋଲିସ ଅଧିକାରୀଙ୍କ ସମେତ ୭ ଜଣ ସହିଦ କୋଭିଡ ଯୋଦ୍ଧାଙ୍କୁ ଡ଼ିଜିପି ଅଭୟ ପଦକ ଏବଂ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି। ରବିବାର ଦିନ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୋଲିସ ଅଧିକାରୀମାନଙ୍କୁ ସମ୍ମାନିତ କରିଛନ୍ତି ଡ଼ିଜିପି। ରାଜକିଶୋର ବେହେରା ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବାବେଳେ ବିଗତ ଏକ ବର୍ଷର ରହଣି ମଧ୍ୟରେ ବାଣପୁର ଥାନାର ଏକାଧିକ ଜଟିଳ ଅପରାଧିକ ମାମଲା ଗୁଡିକର ସମାଧାନ କରିବା ଦିଗରେ ସଫଳ ହୋଇପାରିଛନ୍ତି। ନିଜର ଦକ୍ଷତା ଲାଗି ସମଗ୍ର ଖୋର୍ଦ୍ଧା ଜିଲ୍ଲାରୁ କେବଳ ଉକ୍ତ ଯୁବ ଅଧିକାରୀ ଜଣକ ଡ଼ିଜିପିଙ୍କ ନିକଟରୁ ପଦକ ପାଇବାକୁ ସକ୍ଷମ ହୋଇପାରିଛନ୍ତି। ତେବେ…

Read More

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଓଡିଶା ବିଧାନସଭାର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଚିଠି ହୋଇଛି। ଏହି ଅଧିବେଶନରେ ମୋଟ ୮ ଦିନ କାର୍ଯ୍ୟ ଚାଲିବ। ୮ ଦିନ ମଧ୍ୟରୁ ୭ ଦିନ ଅଫିସିଆଲ ବିଜିନେସ ପାଇଁ କାର୍ଯ୍ୟ ନିର୍ଘଣ୍ଟ କରାଯାଇଛି। ପ୍ରାଇଭେଟ ମେମ୍ବର୍ସ ବିଜିନେସ ପାଇଁ ୩ ତାରିଖ ଦିନଟିକୁ ଧାର୍ଯ୍ୟ କରାଯାଇଛି। କେବଳ ସେପ୍ଟେମ୍ବର ୫ ତାରିଖ ରବିବାର ଦିନ ଅଧିବେଶନ ବନ୍ଦ ରହିବ।

Read More

ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ୍ ଶେଷରେ ବହୁ ପ୍ରତୀକ୍ଷିତ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିଛି। କମ୍ପାନୀ ରବିବାର ଦିନ ଏହାର ଇଲେକ୍ଟ୍ରିକ୍ ସ୍କୁଟରକୁ ଦୁଇଟି ପ୍ରକାର – ଓଲା S1 ଏବଂ ଓଲା S1 ପ୍ରୋ ନାମରେ ଲଞ୍ଚ କରିଛି। ଏହି ସ୍କୁଟରଗୁଡିକ ଗ୍ରାହକମାନଙ୍କ ପାଇଁ ସେପ୍ଟେମ୍ବରରୁ ବିକ୍ରୟ ପାଇଁ ଉପଲବ୍ଧ ହେବ, ଯେଉଁମାନେ ରାଇଡ୍ ଏଗ୍ରିଗେଟର୍ କମ୍ପାନୀରୁ ଏହି ଗାଡି କିଣିବାକୁ ଚାହୁଁଛନ୍ତି। ସେପ୍ଟେମ୍ବରରୁ ସେମାନେ ବୁକ୍ କରିପାରିବେ। ଏହା ପରେ ଅକ୍ଟୋବରରୁ ବିତରଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହି ସ୍କୁଟରରେ ଦୁଇ ପ୍ରକାର ବ୍ୟାଟେରୀ ବିକଳ୍ପ ଦିଆଯାଇଛି। ଓଲା S1 ର 2.98kWh ବ୍ୟାଟେରୀ ଅଛି। ସେହିପରି ଓଲା S1 ପ୍ରୋରେ 3.97kWh ବ୍ୟାଟେରୀ ଅଛି। ଉଭୟ ମଡେଲଗୁଡିକ 8.5kW ର ଶିଖର ଶକ୍ତି ପାଇବେ। ଜାଣନ୍ତୁ ଉଭୟ ମଡେଲର ବୈଶିଷ୍ଟ୍ୟ: ଓଲା S1 2.98kWh ବ୍ୟାଟେରୀ ଦ୍ୱାରା ଚାଳିତ ଯାହା କମ୍ପାନୀ ଅନୁଯାୟୀ 121 କିଲୋମିଟର…

Read More

ଭୁବନେଶ୍ୱର: ଗତ ଦୁଇ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମଣିଷ ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଛି। କରୋନା ମହାମାରୀ ମାନବ ଜାତିକୁ ଦୋହଲାଇ ଦେଇଛି। ଭାରତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ତେଣୁ ୭୫ ବର୍ଷରେ ପାଦ ଦେଇଥିବା ସ୍ୱାଧୀନ ଭାରତର ନାଗରିକ ମାନେ ପରିସ୍ଥିତିର ସଠିକ ମୁକାବିଲା କରିବା ନିମନ୍ତେ କୋଭିଡ ନିୟମ ଠିକ୍ ଭାବେ ପାଳନ କରିବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି କୁଳପତି ତଥା ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର। ସୋଆ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଫେସର ମହାପାତ୍ର ପତାକା ଉତୋଳନ କରି ଭାରତର ସ୍ୱାଧୀନତା ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। କୁଳପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥାଇ ଜାତୀୟ…

Read More

ନୂଆଦିଲ୍ଲୀ, ହିନ୍ଦୀ ପଞ୍ଚଙ୍ଗ ଅନୁଯାୟୀ ରକ୍ଷା ବନ୍ଧନ ପର୍ବ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଚଳିତ ବର୍ଷ ରାକ୍ଷୀବନ୍ଧନ ପର୍ବ 22 ଅଗଷ୍ଟ ରବିବାର ଦିନ ପାଳନ କରାଯିବ ।  ଏହି ଦିନ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାଖୀ ବାନ୍ଧିବେ ଏବଂ ଭାଇମାନେ ସେମାନଙ୍କ ଭଉଣୀମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିବେ  ରାକ୍ଷୀବନ୍ଧନ ପର୍ବ ଭାଇ-ଭଉଣୀ ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ରକ୍ଷା ବନ୍ଧନ ସମୟରେ ଦୁଇଟି ବିଶେଷ ଶୁଭ ସମୟର ମିଶ୍ରଣ ସଂଗଠିତ ହେଉଛି। ରକ୍ଷା ବନ୍ଧନରେ ଧନିଷ୍ଠା ନକ୍ଷତ୍ର ସହିତ ଶୋଭନ ଯୋଗର ଏକ ଶୁଭ ମିଶ୍ରଣରେ ପରିଣତ ହେଉଛି। ଜ୍ୟୋତିଷ ଶାସ୍ତ୍ରରେ, ଏହି ଶୁଭ ମିଶ୍ରଣକୁ ବହୁତ ଭଲ ବିବେଚନା କରାଯାଏ।  ବିଶ୍ୱାସ କରାଯାଏ ଯେ ଏହି ମିଶ୍ରଣରେ ଉଭୟ ଭାଇ ଓ ଭଉଣୀଙ୍କ ପାଇଁ ରକ୍ଷା ବନ୍ଧନ ଶୁଭ ଏବଂ…

Read More

ଭୁବନେଶ୍ୱର, ମାର୍ଚ୍ଚ ୨୩ ରେଳ ଯୋଗେ କଟକ ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ଗାନ୍ଧୀଙ୍କ ୧୦୦ବର୍ଷ ପୂର୍ତ୍ତି ଏବଂ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର ସିଲ୍‌ଭର ଗାନ୍ଧୀ ଭାବେ ପରିଚିତ ମୋହନ ମହାପାତ୍ର ଚଳିତବର୍ଷ ୭୫ତମ ସ୍ୱାଧୀନତା ଦିବସଠାରୁ ତାଙ୍କ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ପଦଯାତ୍ରା ବନାରସରୁ ଦିଲ୍ଲୀ ଦୀର୍ଘ ୮୦୦ କିଲୋମିଟର ପଦଯାତ୍ରା କରି ଏକ ବିରଳ ରେକର୍ଡ଼ର ଅଧିକାରୀ ହୋଇପାରିବେ ବୋଲି ସିଲ୍‌ଭର ଗାନ୍ଧୀ ଆଶା ରଖିଛନ୍ତି । ଅକ୍ଟୋବର ୨ ତାରିଖ ଦିନ ଦିଲ୍ଲୀରେ ପହଞ୍ଚି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାର ଯୋଜନା ରଖିଛନ୍ତି ସିଲ୍‌ଭର ଗାନ୍ଧୀ । ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମକୁ ବହୁ କବି, କଳାକାର, ଲେଖକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଯୁବବର୍ଗମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ଅବସରରେ ସିଲ୍‌ଭର ଗାନ୍ଧୀ…

Read More

ନୂଆଦିଲ୍ଲୀ, ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଅଲମ୍ପିକ ବିଜେତାଙ୍କୁ ସାକ୍ଷାତ କରିଛନ୍ତି। ଗତକାଲି ସ୍ବାଧୀନତା ଦିବସରେ ଯୋଗଦାନ କରିବା ପାଇଁ ସେମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେହି ଅନୁସାରେ ସେମାନେ ସମସ୍ତେ ଏହି ଜାତୀୟ ଉତ୍ସବରେ ଯୋଗଦେଇଥିଲେ। ଆଜି ସକାଳେ ସେମାନଙ୍କୁ ମୋଦି ବ୍ରେକଫାଷ୍ଟକୁ ନିମନ୍ତ୍ରଣ କରିଥିଲେ। ଆଜି ସମସ୍ତ ଅଲମ୍ପିକ ବିଜେତା ପ୍ରଧାନମନ୍ତ୍ରୀଙ୍କ ଏହି ବ୍ରେକଫାଷ୍ଟରେ ଯୋଗ ଦେଇଥିଲେ। ଖୋଲା ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଦୀ ସମସ୍ତଙ୍କ ସହିତ ଖୋଲା ମନରେ ଆଲୋଚନା କରିଥିଲେ। ସେ ଅଲମ୍ପିକ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ଲଡୁ ଖୁଆଥିଲେ। ସେହିପରି ବ୍ୟାଡମିଣ୍ଟନ ଖେଳାଳୀ ପି.ଭି ସିନ୍ଧୁଙ୍କୁ ମୋଦୀ ଆଇସକ୍ରିମ ଖୁଆଇଥିଲେ।

Read More

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଜଣେ ପୋଲିସ କନଷ୍ଟେବଳ ନିଜକୁ ଗୁଳି କରିଛନ୍ତି। ଯାହା ଫଳରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଛି। ସୂଚନାନୁସାରେ, ଆଜି ସକାଳ ପ୍ରାୟ ୬ ଟା.୩୦ ମିନିଟରେ ଜଣେ ପୋଲିସ କନଷ୍ଟେବଳ ନିଜକୁ ଗୁଳି କରି ଆହତ ହୋଇଥିବା ଖବର ବସନ୍ତ ବିହାର ପୋଲିସ ଷ୍ଟେସନକୁ ପିସିଆର ଫୋନ ଆସିଥିଲା। ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ୩୫ ବର୍ଷିୟ କନଷ୍ଟେବଳ ରାକେଶ ଅଚେତ ଅବସ୍ଥାରେ ପଡିଥିଲେ। ସେ ନିଜ ମୁଣ୍ଡର ଡାହାଣ ପାର୍ଶ୍ୱରେ ସରକାରୀ ପିସ୍ତଲ ସାହାଯ୍ୟରେ ଗୁଳି ଚଳାଇଥିଲେ। ମୁଣ୍ଡର ବାମ ପାର୍ଶ୍ୱରୁ ଗୁଳି ବାହାରିଥିଲା। ରାକେଶଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତାଙ୍କୁ ତୁରନ୍ତ ଏମ୍ସ ଟ୍ରମା ସେଣ୍ଟର ଚିକିତ୍ସା ପାଇଁ ଭର୍ତ୍ତି ଆରାଯାଇଛି। ପୋଲିସ କହିଛି ଯେ, କନଷ୍ଟେବଳଙ୍କ ଏଭଳି ପଦକ୍ଷେପ ପଛର କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। କ୍ରାଇମବ୍ରାଞ୍ଚର ଏଫଏସଏଲ ଦଳକୁ ଘଟଣାସ୍ଥଳକୁ…

Read More

ନୂଆଦିଲ୍ଲୀ: ସ୍ନାତକୋତ୍ତର (ନିଟ ୟୁଜି) ୨୦୨୧ ପାଇଁ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟର ଆଡମିଟ୍ କାର୍ଡ ଖୁବ ଶୀଘ୍ର ଅଫିସିଆଲ୍ ୱେବସାଇଟ୍ neet.nta.nic.in ରେ ପ୍ରକାଶ ପାଇବ। ନିଟ ର ଆବେଦନ ଫର୍ମ ସଂଶୋଧନ ୱିଣ୍ଡୋ ଅଗଷ୍ଟ ୧୪ ତାରିଖରେ ବନ୍ଦ ହୋଇଯାଇଛି ଏବଂ ପରୀକ୍ଷା ଫି ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୧୫ ତାରିଖ ଥିଲା। ଏଜେନ୍ସି ଶୀଘ୍ର ନିଟ ୟୁଜି ୨୦୨୧ ର ହଲ୍ ଟିକେଟ୍ ଜାରି କରିବ। ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୨ ତାରିଖରେ ଜାତୀୟ ସ୍ତରର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ନିଟ ୨୦୨୧ ଆଡମିଟ୍ କାର୍ଡ ଏନଟିଏ ର ଅଫିସିଆଲ୍ ୱେବସାଇଟ୍ ରୁ ଆବେଦନ ନମ୍ବର ଏବଂ ପାସୱାର୍ଡ ବ୍ୟବହାର କରି ଡାଉନଲୋଡ୍ ହୋଇପାରିବ। ନିଟ ୨୦୨୧ ପରୀକ୍ଷା ଦିନ ପାଇଁ ଧ୍ୟାନ ଦିଅନ୍ତୁ ଏହି ୫ ଟି ବିଷୟ: ୧- ନିଟ ୨୦୨୧ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା…

Read More

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସାଂସଦ ତଥା ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବ ଦଳ ଛାଡିଛନ୍ତି। ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସୁସ୍ମିତା ଦେବ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସେ ନିଜ ଟ୍ୱିଟର ବାୟୋ ପରିବର୍ତ୍ତନ କରି କଂଗ୍ରେସର ଜଣେ ପୂର୍ବତନ ସଦସ୍ୟ ଲେଖିଥିଲେ। ଦଳ ଛାଡିବାର ଏହା ପ୍ରଥମ ସଙ୍କେତ ଭାବରେ ଦେଖାଯାଇଥିଲା। ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ଇସ୍ତଫା ବିଷୟରେ ସେ କୌଣସି ଠୋସ୍ କାରଣ ଦେଇ ନାହାଁନ୍ତି। ସେ କହିଛନ୍ତି, “ମୁଁ ଆଶା କରୁଛି ଆପଣମାନଙ୍କର ସର୍ବଶ୍ରେଷ୍ଠ ଶୁଭେଚ୍ଛା ମୋ ସହିତ ରହିବ ଯେତେବେଳେ ମୁଁ ମୋର ଜନସେବା ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି।” ସୁସ୍ମିତା ଦେବଙ୍କ ବାପା ସନ୍ତୋଷ ମୋହନ ଦେବ ଜଣେ ବରିଷ୍ଠ କଂଗ୍ରେସ ନେତା ଥିଲେ ଏବଂ କେନ୍ଦ୍ରରେ ମଧ୍ୟ ମନ୍ତ୍ରୀ ଥିଲେ। । ସେ ଅଖିଳ ଭାରତୀୟ ମହିଳା କଂଗ୍ରେସ ହ୍ଵାଟ୍ସ…

Read More

ପୁରୀ, ବହୁ ପ୍ରତୀକ୍ଷା ପରେ ଆଜିଠାରୁ ଆରମ୍ଭ ହୋଇଛି କାଳିଆ ଦର୍ଶନ। ଭକ୍ତଙ୍କ ପାଇଁ ଖୋଲିଛି ସିଂହଦ୍ବାର। ଆଜି ସକାଳ ୭ ଟା ବେଳେ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ପ୍ରଦାନ କରାଯାଇଥିଲା। ଫଳରେ ପୁରୀବାସୀ ପ୍ରଥମେ କାଳିଆ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ କୋଭିଡ କଟକଣା ଭିତରେ ଏହି ଦର୍ଶନ ଚାଲିଛି। ସେଥିପାଇଁ ମନ୍ଦିର ବାହାରେ ସ୍ବତନ୍ତ୍ର ସେଡ୍ ନିର୍ମାଣ କରାଯାଇଛି। ବିଭିନ୍ନ ବାରିକେଡ କରି ଭକ୍ତମାନେ ଧାଡିରେ ଯିବାର ବନ୍ଦୋବସ୍ତ କରାଯାଇଛି। ଭକ୍ତମାନେ ମାସ୍କ ପିନ୍ଧିବା ଏବଂ ଶାରୀରିକ ଦ୍ବରତା ବଜାଇ ରଖିବା ବାଧ୍ୟତାମୂଳକ କରାଯାଇଛି। ମନ୍ଦିର ବାହାରେ ସାନିଟାଜେସନ ମେସିନ ରଖାଯାଇଛି।  ଭକ୍ତମାନେ ମନ୍ଦିର ପ୍ରବେଶ ପୂର୍ବରୁ ଏହି ମେସିନରେ ସାନିଟାଇଜ କରିଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରାଇବା ପାଇଁ ପ୍ରଶାସନ ତରଫରୁ ସ୍ବତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେମାନେ ଭକ୍ତମାନେ ମନ୍ଦିର ପ୍ରବେଶ ପୂର୍ବରୁ ଶରୀର…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୯୫୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୮ ଜଣ, ଅନୁଗୁଳ ଜିଲ୍ଲାରୁ ୭ ଜଣ, ବାଲେଶ୍ଵର, ଢେଙ୍କାନାଳ ଜିଲ୍ଲାରୁ ୫ ଜଣ ଲେଖାଏଁ, ବରଗଡ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, କଳାହାଣ୍ଡି, କେନ୍ଦ୍ରାପଡା, ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀରି, ଦେବଗଡ, ଯାଜପୁର, ଝାରସୁଗୁଡା, ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୨ ହଜାର ୯୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୭ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୨ ଲକ୍ଷ ୨୫ ହଜାର ୫୧୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୧ ହଜାର ୬୪୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୪ ଲକ୍ଷ ୧୧ ହଜାର ୯୨୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୮୧ ହଜାର ୬୪୨ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୦୭ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୫ ହଜାର ୪୩୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୮ ହଜାର ୨୪୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୦ ହଜାର ୧୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୬ ହଜାର ୮୮୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୭ ଟି ଜିଲ୍ଲାରୁ ୮୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୨୫୬ ଜଣ, କଟକ ଜିଲ୍ଲାରୁ ୧୫୪ ଜଣ, ଅନୁଗୁଳ ଜିଲ୍ଲାରୁ ୨୬, ବାଲେଶ୍ଵର ଜିଲ୍ଲାରୁ…

Read More

ଭୁବନେଶ୍ବର, ବର୍ତ୍ତମାନ ପଞ୍ଚାୟତ, ମ୍ୟୁନିସପାଲଟି, ଏନଏସି ସହିତ ମହାନଗର ନିର୍ବାଚନ ପାଖେଇ ଆସିଲାଣି। ଏ ନେଇ ବିଧିବଧ ତାରିଖ ଜଣାପଡି ନ ଥିଲେ ମଧ୍ୟ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି। ଏହି ସରଗରମ ଭୁବନେଶ୍ବରରେ ଅଧିକ ଅନୁଭୂତ ହୋଇଛି। ତାହା ହେଉଛି ବିଜେପିର ଭୁବନେଶ୍ବର ନେତା ଜଗନ୍ନାଥ ପ୍ରଧାନ ବିଜେଡିରେ ଯୋଗ ଦେବାକୁ ନେଇ। ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଜଗା ବିଜେପି ଛାଡି ବିଜେଡିରେ ଯୋଗଦେବେ ବୋଲି ଖବର ପ୍ରକାଶ ପାଇବାରେ ଲାଗିଛି। ତେବେ ତାହା ମିଛ ନୁହେଁ। କାରଣ ଜଗନ୍ନାଥ ବର୍ତ୍ତମାନ ବିଜେପିର ଅସନ୍ତୁଷ୍ଠ ନେତା ଭାବେ ରହିଛନ୍ତି। ଯେଉଁଦିନ ବାବୁ ସିଂ ବିଜେଡି ଛାଡି ବିଜେପିରେ ଯୋଗଦେଲେ ସେହି ଦିନଠାରୁ ସେ ଅସନ୍ତୁଷ୍ଠ ଅଛନ୍ତି। ତେବେ ବିଶେଷ ସୁତ୍ରର ଖବର ଅନୁସାରେ ଏହା ଭିତରେ ଜଗା ବିଜେଡିର ନେତା ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବିଙ୍କୁ ସାକ୍ଷାତ କରି ସାରିଲେଣି।…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମଣିଷ ଯାହା ବି କରୁ ତାହା ସୀମା ଭିତରେ ରହି କରିବା ଉଚିତ। ଯଦି ଅତି ଭଲ କରୁଛି ବୋଲି ଦେଖାଇ ହେବେ ତେବେ ତାହା ବହୁ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। ଅତି ସବୁବେଳେ ଖରାପ ବୋଲି ସେ ବିଭିନ୍ନ ଉଦାହରଣ ଦେଇ କହିଛନ୍ତି। ଚାଣକ୍ୟଙ୍କ ମତରେ ରାବଣ ଅତି ଗର୍ବ କରିବାରୁ ସ୍ବର୍ଣ୍ଣ ଲଙ୍କା ଧ୍ବଂସ ପାଇଗଲା, ଦୁର୍ଯୋଧନ ଅତି ମାନ କରିବାରୁ କୌରବ ଶତ ଭ୍ରାତା ନିହତ ହେଲେ। ବଳି ରାଜା ଅତି ଦାନୀ ହେବାରୁ ପାତାଳଗାମୀ ହେଲେ। ସେଥିପାଇଁ ଅତି ମାତ୍ରାର କାର୍ଯ୍ୟ ସବୁ ବେଳେ ବର୍ଜନୀୟ। ସେଥିପାଇଁ କୁହାଯାଇଛି ଅତିଦର୍ପେ ହତା ଲଙ୍କା, ଅତିମାନେ ଚ କୌରବାଃ ଅତିଦାନାଦ୍ ବଳିର୍ବଧଃ, ଅତି ସର୍ବତ୍ର ବର୍ଜୟତେ

Read More

ମେଷ: ସାହିତ୍ୟ ଏବଂ ଲେଖା ପାଇଁ ସମୟ ଭଲ ଅଟେ । ଇଚ୍ଛା ବିରୁଦ୍ଧରେ ଯେ କୌଣସି ଅତିରିକ୍ତ ଦାୟିତ୍। ମିଳିପାରିବ । କାହାର ବକ୍ତବ୍ୟ ଏବଂ ଆଚରଣ ଆପଣଙ୍କୁ ଅପମାନିତ କରିପାରେ । ଘର କିମ୍ବା ଜମି ସମ୍ବନ୍ଧୀୟ ଦଲିଲ ସହିତ ଜଡିତ କୌଣସି କାର୍ଯ୍ୟ ସ୍ଥଗିତ ରଖାଯିବ । ଯାତ୍ରା ସମ୍ଭାବନା । ଚାକିରିରେ ଥିବା ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ । ଆପଣ ସମୟକୁ ସଠିକ୍ ଭାବରେ ବ୍ୟବହାର କରିବାକୁ ସମର୍ଥ ହେବେ । ଆବଶ୍ୟକ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ । ଭଲ ଲୋକଙ୍କ ସହିତ ଯୋଗାଯୋଗରେ ରହିବେ । ପରିବାରରେ ସମୃଦ୍ଧତା ରହିବ । ବୃଷ: – ଆୟରେ ପରିସ୍ଥିତିରେ ଉନ୍ନତି ହେବ । ଆର୍ଥିକ ପ୍ରସଙ୍ଗରେ ସାବଧାନତାର ସହିତ ନିଷ୍ପତ୍ତି ନିଅନ୍ତୁ । ଚାକିରିରେ ତୁମେ ଅଧିକାରୀଙ୍କ ସମର୍ଥନ ପାଇବେ । କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ହୋଇପାରେ । ଖରାପ ରକ୍ତ ଏବଂ…

Read More