ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୫୪, କଟକରୁ ୧୧୫, ଯାଜପୁରରୁ ୬୦, ବାଲେଶ୍ବରରୁ ୪୪, କେନ୍ଦ୍ରାପଡାରୁ ୪୨, ଜଗତସିଂହପୁରରୁ ୩୭, ପୁରୀରୁ ୩୨, ଅନୁଗୁଳରୁ ୩୦, ଭଦ୍ରକରୁ ୩୦, ନୟାଗଡରୁ ୨୮, ମୟୂରଭଞ୍ଜରୁ ୨୫, ସମ୍ବଲପୁରରୁ ୧୨, କଳାହାଣ୍ଡିରୁ ୧୧, ଢେଙ୍କାନାଳରୁ ୯, ବରଗଡରୁ ୮, ସୁନ୍ଦରଗଡରୁ ୮, ରାୟଗଡାରୁ ୭, ଗଞ୍ଜାମରୁ ୫, ନୂଆପଡାରୁ ୫, ଦେବଗଡରୁ ୪, ଗଜପତିରୁ ୩, ଝାରସୁଗୁଡାରୁ ୨, କନ୍ଧମାଳରୁ ୨, କୋରାପୁଟରୁ ୨, ବଲାଙ୍ଗୀରିରୁ ୧, ମାଲକାନାଗିରିରୁ ୧ ଏବଂ ଏବଂ ଷ୍ଟେଟ ପୁଲରୁ ୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୧ ହଜାର ୩୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
Author: Samikhsya Bureau
ନୂଆଦିଲ୍ଲୀ: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଶ୍ରାବଣ ମାସରେ ଆସୁଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ଶ୍ରାବଣ ପୂର୍ଣ୍ଣିମା କୁହାଯାଏ। ଏଥର ଶ୍ରାବଣ ପୂର୍ଣ୍ଣିମା ଅଗଷ୍ଟ ୨୧ ତାରିଖରେ ସନ୍ଧ୍ୟା ୦୭.୦୨ ରୁ ଅଗଷ୍ଟ ୨୨ ତାରିଖ ସନ୍ଧ୍ୟା ୫.୩୩ ପର୍ଯ୍ୟନ୍ତ ରହିବ। ଶିବ ଭକ୍ତମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଏହା ଶ୍ରାବଣର ଶେଷ ଦିନ। ଏହି ଦିନ ମଧ୍ୟ ଭାରତ ଏବଂ ଉତ୍ତର ଭାରତରେ କଜରୀ ପୂର୍ଣ୍ଣିମା ପାଳନ କରାଯାଏ। ଲୋକମାନେ ମଧ୍ୟ ଏହି ଦିନ ଉପବାସ ରଖନ୍ତି। ଉଲ୍ଲେଖଥାଉ କି, ପୂର୍ଣ୍ଣିମା ଉପବାସ ପ୍ରତି ମାସରେ ପାଳନ କରାଯାଏ। କିନ୍ତୁ ଶ୍ରାବଣ ପୂର୍ଣ୍ଣିମାଙ୍କ ଉପବାସର ବିଶେଷ ମହତ୍ତ୍ୱ ରହିଛି। ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ଶୁଭ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। ଏହି ଦିନରେ କରାଯାଇଥିବା ତପ ଏବଂ ଦାନ ଦ୍ୱାରା ସ୍ୱତନ୍ତ୍ର ଫଳ ପ୍ରାପ୍ତ ହୁଏ। ଶ୍ରାବଣ ପୂର୍ଣ୍ଣିମାଙ୍କର ମହତ୍ତ୍ୱ: ବିଭିନ୍ନ ଧାର୍ମିକ ବିଶ୍ୱାସ ସହିତ ଶ୍ରାବଣ…
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶା ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗ ସଚିବ ଆର. ଭିନିଲ୍ କ୍ରିଷ୍ଣା ଆଜି ରାଉରକେଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ, ଫୁଟବଲ୍ ଖେଳ ସହ ଆଥ୍ଲେଟିକ୍ସ ପାଇଁ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ସହିତ ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ୍ କାଯ୍ୟ ବୁଲି ଦେଖିଛନ୍ତି। ଏହା ସହିତ ରାଉରକେଲାର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ତିଆରି ହେଉଥିବା ବାସୋପଯୋଗୀ ପ୍ରକଳ୍ପସ୍ଥଳ ମଧ୍ୟ ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ପରେ ଏହି ଟିମ୍ ସୁନ୍ଦରଗଡ଼…
ନୂଆଦିଲ୍ଲୀ: ଚାଣକ୍ୟ ନୀତିରେ କୁହାଯାଇଛି ଯେ, ଜଣେ ସଫଳ ବ୍ୟକ୍ତି ସର୍ବଦା ସତର୍କ ଏବଂ ସାବଧାନ ରହିବା ଉଚିତ୍। ସଫଳ ବ୍ୟକ୍ତିଙ୍କ ବେଳେବେଳେ ଜଣାଶୁଣା ଏବଂ ଅଜ୍ଞାତ ଶତ୍ରୁମାନେ ଥା’ନ୍ତି, ଯେଉଁମାନେ ସର୍ବଦା ସୁଯୋଗ ଖୋଜନ୍ତି ଏବଂ ସୁଯୋଗ ପାଇବା ମାତ୍ରେ ଆକ୍ରମଣ କରନ୍ତି। ତେଣୁ ସାବଧାନ ହେବା ଅତ୍ୟନ୍ତ ଜରୁରୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ଚାଣକ୍ୟ ନୀତି ଜଣେ ବ୍ୟକ୍ତିଙ୍କୁ ସଫଳ ହେବାକୁ ପ୍ରେରଣା ଦିଏ। ଆଚାର୍ଯ୍ୟ ଚାଣକ୍ୟ ଭାରତର ସର୍ବୋତ୍ତମ ପଣ୍ଡିତମାନଙ୍କ ମଧ୍ୟରେ ଗଣାଯାଆନ୍ତି। ଚାଣକ୍ୟ ପ୍ରତ୍ୟେକ ବିଷୟକୁ ଗମ୍ଭୀର ଭାବରେ ଅଧ୍ୟୟନ କରିଥିଲେ ଏବଂ ଅନୁସନ୍ଧାନ କରିଥିଲେ, ଯାହା ବ୍ୟକ୍ତିର ଦୈନଦିନ କାର୍ଯ୍ୟ ଏବଂ ଜୀବନକୁ ପ୍ରଭାବିତ କରିଥାଏ। ବିଶ୍ୱାସ କରାଯାଏ ଯେ, ଆଚାର୍ଯ୍ୟ ଚାଣକ୍ୟ ଅର୍ଥନୀତି ସହିତ ରାଜନୀତି ବିଜ୍ଞାନ, ସମାଜବିଜ୍ଞାନ, ସାମରିକ ବିଜ୍ଞାନ, କୂଟନୀତି ଏବଂ ଦର୍ଶନ ବିଷୟରେ ଭଲ ଜ୍ଞାନ ରଖିଥିଲେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ଜିନିଷଗୁଡ଼ିକ ଚାଣକ୍ୟ ନିତୀରେ ବର୍ଣ୍ଣନା କରାଯାଇଛି।…
ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଏନଡିଏ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ଏନଡିଏରେ ଆଡମିଶନ ନିଷ୍ପତ୍ତି ନିଆଯିବ। କିନ୍ତୁ ସୁପ୍ରିମକୋର୍ଟ ଆଜି ବଡ ରାୟ ଦେଇଛନ୍ତି। ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଝିଅମାନଙ୍କୁ ଭାଗ ନେବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଝିଅମାନଙ୍କୁ ଏପର୍ଯ୍ୟନ୍ତ ଅନୁମତି ଦିଆଯାଇନଥିଲା। ଆବେଦନକାରୀ ଆଡଭୋକେଟ୍ କୁଶ କାଲରା କୋର୍ଟଙ୍କୁ କହିଛନ୍ତି ଯେ, ସ୍ନାତକୋତ୍ତର ପରେ ହିଁ ମହିଳାମାନଙ୍କୁ ସେନାରେ ଯୋଗଦେବାକୁ ଅନୁମତି ଦିଆଯାଇଛି। ସେମାନଙ୍କ ପାଇଁ ସର୍ବନିମ୍ନ ବୟସ ମଧ୍ୟ ୨୧ ବର୍ଷ ରଖାଯାଇଛି | ଯେଉଁଠାରେ ପୁଅମାନେ କେବଳ ଦ୍ୱାଦଶ ପରେ ଏନଡିଏ ରେ ଯୋଗଦେବାକୁ ଅନୁମତି ପାଇଛନ୍ତି। ଏହିପରି, ମହିଳାମାନେ ନିଜେ ପୁରୁଷଙ୍କ ଅପେକ୍ଷା ଏକ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା କମ୍ ଥାଏ। ଏହା ସମାନତାର ଅଧିକାରର ଉଲ୍ଲଂଘନ। ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଜଷ୍ଟିସ ସଞ୍ଜୟ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ବାଲୁଗାଁ ଥାନାର ବିଭିନ୍ନ ଅଞ୍ଚଳରେ ପୋଲିସ ଓ ଅବକାରୀ ମିଳିତଭାବେ ଚଢ଼ାଉ କରି ଏକାଧିକ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରାପୁଟ ଏବଂ ବାଣପୁର ଥାନା ଅନ୍ତର୍ଗତ ପାଟପୁର ଏବଂ ଦଣ୍ଡିଗାଡ଼ିଆ ଗ୍ରାମରେ ଚଢ଼ାଉ କରି ଅବକାରୀ ବିଭାଗ ସମୁଦାୟ ୧୧୮ ଲିଟର ଦେଶୀ ମଦ ଏବଂ ୮ ଲିଟର ଆସ୍କା-୪୦ ଜବତ କରିଥିବାବେଳେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁଥିରେ ଜଣେ ମହିଳା ଅଭିଯୁକ୍ତ ମଧ୍ୟ ସାମିଲ ଅଛନ୍ତି। ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପିଆର ନମ୍ବର ୨୯, ୪୭ ଏବଂ ୪୮ ରେ ତିନି ଗୋଟି ମାମଲା ରୁଜୁକରି ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି। ଉକ୍ତ ଚଢ଼ାଉ ଅଭିଯାନରେ ଟାଙ୍ଗୀ ଅବକାରୀ ଆଇଆଇସି ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ…
ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପରେ ଭାରତ ଦଳ ବହୁତ ଶକ୍ତିଶାଳୀ ଏବଂ ଏହାକୁ ପରାସ୍ତ କରିବା କୌଣସି ଦଳ ପାଇଁ ସହଜ ହେବ ନାହିଁ। ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ୍ ସାମି ଏଭଳି ମତାମତ ରଖିଛନ୍ତି। ୟୁଏଇ ଏବଂ ଓମାନରେ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ମଧ୍ୟରେ ଟି -୨୦ ବିଶ୍ୱକପ ଖେଳାଯିବ। ଅଲରାଉଣ୍ଡର ଡାରେନ୍ ସାମି କହିଛନ୍ତି ଯେ, ଯଦି କୌଣସି ଦଳ ଆଇସିସି ଟୁର୍ଣ୍ଣାମେଣ୍ଟରେ ଟ୍ରଫି ହାସଲ କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ପ୍ରଥମେ ଭାରତର ଶକ୍ତିଶାଳୀ ଦଳକୁ ପରାସ୍ତ କରିବାକୁ ପଡିବ। ଯାହା ଏତେ ସହଜ ନୁହେଁ। ଆଇପିଏଲ୍ ତଥା ଘରୋଇ ଟୁର୍ଣ୍ଣାମେଣ୍ଟ ଯୋଗୁଁ ସେମାନଙ୍କ ଖେଳାଳିଙ୍କ ଟି -୨୦ କ୍ରିକେଟ୍ ର ଏକ ବଡ଼ ଅଭିଜ୍ଞତା ରହିଛି। ବିଶ୍ୱର ଅନେକ ବଡ ବଡ ଖେଳାଳି ଆଇପିଏଲରେ ଅଂଶ ଗ୍ରହଣ କରିଥାନ୍ତି। ଫଳରେ ଭାରତୀୟ ଦଳକୁ ଏହାର ଲାଭ ମିଳିଥାଏ। ୱେଷ୍ଟଇଣ୍ଡିଜ୍ ଅଧିନାୟକତ୍ୱରେ ଦୁଇଟି ଟି…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୮୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁରା ଜିଲ୍ଲାରୁ ୧୧ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭ ଜଣ, ଅନୁଗୁଳ ଓ ବାଲେଶ୍ଵର ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୨ ଜଣ, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬ କୁ ବୃଦ୍ଧି ହୋଇଥିବାବେଳେ…
ଭୁବନେଶ୍ବର: ପୁଣିଥରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି। ଇଣ୍ଡିଆ ଟୁଡେ ଦ୍ଵାରା କରାଯାଇଥିବା ଏକ ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଲୋକେ ପସନ୍ଦ କରିଛନ୍ତି। କୋଭିଡ ପରିଚାଳନାକୁ ନେଇ ହୋଇଥିବା ଏହି ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ଦେଶର ଅଧିକାଂଶ ଲୋକେ ପସନ୍ଦ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କୁ ଦ୍ଵିତୀୟ ସର୍ବାଧିକ ଲୋକ ପସନ୍ଦ କରିଛନ୍ତି। ତାଙ୍କ ପଛକୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲୋକେ ପସନ୍ଦ କରିଛନ୍ତି। ହେମନ୍ତ ସୋରେନ ଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଅଛନ୍ତି।
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୯ ଟି ଖାଲି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମର ବୈଠକ ପରେ ୯ ଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ କେନ୍ଦ୍ରକୁ ପଠାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ଅଛନ୍ତି। ଏଥିସହ ଜଣେ ବରିଷ୍ଠ ଓକିଲଙ୍କୁ ସୁପ୍ରିମକୋର୍ଟରେ ସିଧାସଳଖ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି। ଯେଉଁମାନଙ୍କର ନାମ କେନ୍ଦ୍ରକୁ ପଠାଯାଇଛି ସେମାନେ ହେଲେ: – ୧- ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ହିମା କୋହଲି ୨- କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ଭି ନାଗରତ୍ନା ୩- ଗୁଜୁରାଟ ହାଇକୋର୍ଟର ଜଜ୍ ବେଲା ତ୍ରିବେଦୀ ୪- ବରିଷ୍ଠ ଆଡଭୋକେଟ୍ ପିଏସ୍ ନରସିଂହଙ୍କୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି କରିବାକୁ ସୁପାରିଶ କରାଯାଇଛି। ୫- କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଏସ୍ ଓକା ୬- ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ ୭- ସିକ୍କିମ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୫ ହଜାର ୧୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୨ ଲକ୍ଷ ୮୫ ହଜାର ୯୨୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୨ ହଜାର ୫୧୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୪ ଲକ୍ଷ ୮୫ ହଜାର ୯୨୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୬୭ ହଜାର ୪୧୫ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୭୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୧୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୭ ହଜାର ୧୪୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୦ ହଜାର ୪୭୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯ ହଜାର ୫୩୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୨୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୧୯ ଜଣ, କଟକ ଜିଲ୍ଲାରୁ ୯୫ ଜଣ, ଅନୁଗୁଳ ଜିଲ୍ଲାରୁ ୧୮, ବାଲେଶ୍ଵର ଜିଲ୍ଲାରୁ…
ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷାଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ କହିଛନ୍ତି ଯେ ଏଣିକି ଜିଲ୍ଲା ଶିକ୍ଷା ଅଧିକାରୀମାନେ ସଂପୃକ୍ତ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ସମସ୍ୟାଗୁଡ଼ିକୁ ତଦାରଖ କରିବେ ଏବଂ ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବା ପାଇଁ ନିଷ୍ପତି ହୋଇଛି। ସେହିପରି ଆଗାମୀ ସେପେଫମ୍ବର ମାସ ସୁଦ୍ଧା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବିଭିନ୍ନ ବର୍ଗରେ ଥିବା ୬୩ ହଜାର ୫୦୦ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି କରାଇବେ ବୋଲି ବୈଠକରେ କୁହାଯାଇଛି । ଅନ୍ୟାନ୍ୟ ନିର୍ଦ୍ଦେଶଗୁଡ଼ିକୁ ପ୍ରତିପାଳନ କରିବା ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କୁ ନେଇ ନିୟମିତ ବୈଠକ କରାଯିବ । ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭକୁ…
ମେଷ- ମେଷ ରାଶିର ଲୋକମାନେ ବ୍ୟବସାୟରେ ଲାଭବାନ ହେବେ । ମିଳିତ ପ୍ରୟାସରେ ଅଧିକ ସଫଳତା ହାସଲ କରାଯାଇପାରେ । ସମ୍ମାନ ବୃଦ୍ଧି ପାଇବ । ତୁମେ ମାନସିକ ଶାନ୍ତି ପାଇବ। ଘରେ ଖୁସିର ପରିବେଶ ରହିବ । ଜୀବନ ସାଥୀ ସହିତ ଆଦର୍ଶଗତ ପାର୍ଥକ୍ୟ ଦୂର ହେବ। ବୃଷ- କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବା ଦ୍ୱାରା ଭବିଷ୍ୟତରେ ଲାଭ ମିଳିବ । କଠିନ ପରିଶ୍ରମ ଏବଂ ନିଷ୍ଠା ହେତୁ ପରିବାରରେ ସୁଖ ମିଳିବ । ଖାଦ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର ଏବଂ ଚିନ୍ତା କରି କୁହ । ମିଥୁନ- ତୁମେ ମାନସିକ ସୁଖ ପାଇବ । ନୂତନ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଥାଇପାରେ । ପ୍ରତିଯୋଗିତାରେ ଆପଣ ସଫଳତା ପାଇପାରିବେ । ଆପଣ ସୃଜନଶୀଳ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ଏବଂ ଆପଣ…
ଭୁବନେଶ୍ୱର, ରାଜ୍ୟରେ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବ୍ୟାପକ ସୁଯୋଗ ରହିଛି । ଏହା ଦ୍ୱାରା କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେବା ସହିତ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷି ଭବନଠାରେ ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ ଲିମିଟେଡ୍ (ଆପିକଲ)ର ନୂତନ ୱବ୍ସାଇଟ୍କୁ ଲୋକାର୍ପଣ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ରାଜ୍ୟ ସରକାର କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଥିବାବେଳେ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷିଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରି ବଜାରରେ ବିକି୍ର କରିପାରିଲେ କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନିମନ୍ତେ ଅଧିକ ମୂଲ୍ୟ ପାଇପାରିବେ । କାର୍ଯ୍ୟକ୍ରମରେ କୃଷି ଓ…
ଭୁବନେଶ୍ୱର, ରାଜ୍ୟ ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଆଜି ଅପରାହ୍ଣରେ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ରାଜ୍ୟରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ମାସିକ ସମୀକ୍ଷା ବୈଠକରେ ଯୋଗଦେଇ ପୁରୁଣା ମେଗାଲିଫ୍ଟ ପ୍ରକଳ୍ପର ସ୍ଥିତି ଓ ନୂତନ ମେଗା ଲିଫ୍ଟ ନିର୍ମାଣ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଳ ଯୋଗାଣ କରୁଥିବା ନବନିର୍ମିତ ସୁନ୍ଦରଗଡ ଜିଲ୍ଲାର ବରଗାଁ ଏବଂ ଗଂଜାମ ଜିଲ୍ଲାର କଳିଙ୍ଗଡୋଳା ବୃହତ୍ ଉଠାଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ । ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଧିକ ମେଗା ଲିଫ୍ଟ ପ୍ରକଳ୍ପ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ବିଭାଗୀୟ ଯନ୍ତ୍ରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ଆସନ୍ତା ରବି ଋତୁରେ ମେଗା ଲିଫ୍ଟ ଜରିଆରେ ୨୦ ହଜାର ହେକ୍ଟର ଜମିକୁ…
ଭୁବନେଶ୍ୱର, ଚଳିତ ଖରିଫରେ ରାଜ୍ୟରେ କମ୍ ବର୍ଷା ହୋଇଥିବା ପରିପ୍ରେକ୍ଷୀରେ ସମ୍ଭାବ୍ୟ ଫସଲ କ୍ଷତିକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗର ମନ୍ତ୍ରୀସ୍ତରୀୟ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଯେଉଁସବୁ ସ୍ଥାନରେ କମ୍ ବୃଷ୍ଟିପାତ ହୋଇଛି, ସେଠାରେ ଉଠାଜଳସେଚନ ପ୍ରକଳ୍ପ ସାହାଯ୍ୟରେ ଜଳସେଚନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ସମସ୍ତ ଉଠାଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ବୃହତ୍ ଓ ମଧ୍ୟମ ଜଳସେଚନ ପାଇଁ କେନାଲ ଜଳ…
ନୂଆଦିଲ୍ଲୀ, ପୋଲାଣ୍ଡର ଓରେକ୍ଲାଠାରେ ଅନୁଷ୍ଠିତ ବିଶ୍ୱ ଯୁବ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତର ଆଠଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଚ ସମେତ ମୋଟ ୧୫ଟି ପଦକ ହାସଲ କରିଛି। ସେହି ଉପଲକ୍ଷେ ଆଜି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ବିଶ୍ୱ ଯୁବ ତୀରନ୍ଦାଜୀ ଚାମ୍ପିୟନସିପ୍ର ବିଜେତାମାନଙ୍କ ସହ ମତବିନିମୟ କରିବା ସହ ସେମାନଙ୍କ ବିଜୟ ଯୋଗୁଁ ଦେଶ ଗର୍ବିତ ବୋଲି କହି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସ୍ୱର୍ଣ୍ଣପଦକ ବିଜୟୀଙ୍କ ମଧ୍ୟରେ ଅଛନ୍ତି କ୍ୟାଡେଟ କମ୍ପାଉଣ୍ଡ ମହିଳାଦଳ, କ୍ୟାଡେଟ କମ୍ପାଉଣ୍ଡ ପୁରୁଷ ଦଳ, କନିଷ୍ଠ ରିଜର୍ଭ ପୁରୁଷ ଦଳ, କ୍ୟାଡେଟ ରିଜର୍ଭ ପୁରୁଷ ଦଳ ଏବଂ ଜୁନିୟର ରିଜର୍ଭ ମିକ୍ସ ଦଳ । କନିଷ୍ଠ ରିଜର୍ଭ ପୁରୁଷ ମିକ୍ସ ଦଳ ଏବଂ କୋମଳିକା ବାରି ଜୁନିୟର ରିକର୍ଭ ମହିଳା ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବ୍ୟକ୍ତିଗତ ଓ ମିକ୍ସଡ…
ଭୁବନେଶ୍ୱର: ଓଡ଼ିଶାରେ ସିଲ୍ଭର ଗାନ୍ଧୀ ଭାବେ ପରିଚିତ ମୋହନ ମହାପାତ୍ର ଦୀର୍ଘଦିନ ଧରି ଦେଶରେ ଶାନ୍ତି ପ୍ରତଷ୍ଠା ପାଇଁ ପଦଯାତ୍ରା ଚଳାଇ ଆସୁଛନ୍ତି। ଗତ ୭୫ତମ ସ୍ୱାଧୀନତା ଦିବସରୁ ନିଜ ପଦଯାତ୍ରା ଆରମ୍ଭ କରି ବନାରସରୁ ଆରମ୍ଭ କରି ଦୀର୍ଘ ୮୦୦ କିଲୋମିଟର ପଦଯାତ୍ରା କରି ଅକ୍ଟୋବର ୨ ତାରିଖରେ ଦିଲ୍ଲୀରେ ପହଞ୍ଚି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି। ସିଲ୍ଭର ଗାନ୍ଧୀଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରି କେନ୍ଦ୍ର ସ୍ୱଚ୍ଛଭାରତ ଓ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତ ଓଡ଼ିଶା ମନ୍ତ୍ରୀ ପ୍ରତାପ ଜେନାଙ୍କ ମଧ୍ୟମରେ ଏକ ଚିଠି ପ୍ରଦାନ କରିଛନ୍ତି। ତେଣୁ ସିଲ୍ଭର ଗାନ୍ଧୀଙ୍କ ଉପରେ ରାଜ୍ୟ ସରକାରଙ୍କ ନଜର ପଡ଼ିଲେ, ସେ ଆଗକୁ ପଦଯାତ୍ରା ବଜାୟ ରଖିବେ ବୋଲି ସିଲଭର ଗାନ୍ଧୀଙ୍କ କୋଚ ଲିମ୍କା ୟୁନିକ୍ ଇଣ୍ଡିଆ ୱାଲର୍ଡ଼ ରେକର୍ଡ଼କାରୀ, ଗାନ୍ଧିବାଦୀ, ଭୁବନେଶ୍ୱର, ପ୍ରଚାରକ, ମୁଖ୍ୟମନ୍ତ୍ରୀଙ୍କ…
ଭୁବନେଶ୍ୱର, ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଖରସ୍ରୋତା ନଦୀ ଅଂଚଳ ବୁଲି ସ୍ଥିତି ନିରୀକ୍ଷଣ କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶୀନି, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦଳଗୋବିନ୍ଦ ନାୟକ, ଭୂବନ ମୋହନ ଜେନା, ବିଷ୍ନୁ ଦାଶ, ଅଲେଖ ଜେନା, ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ଥିଲେ । ଯେଉଁ ପ୍ରକଳ୍ପ ଆଳରେ ଖରସ୍ରୋତା ନଦୀରୁ ପାଣି ଅନ୍ୟ ଜିଲ୍ଲାକୁ ନେବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି, ତାହା ସଂପୂର୍ଣ୍ଣ ଅବାଂଚିତ ବୋଲି ପୃଥୀରାଜ କହିଛନ୍ତି । ରାଜ୍ୟ ସରକାର କେନ୍ଦ୍ରାପଡା ଜିଲ୍ଲାରୁ ପାଣି ଚୋରୀ କରି ଯେଉଁ…
ଶ୍ରୀନଗର: ଆଜି ଜମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି। ଆକ୍ରମଣକାରୀମାନେ ଦକ୍ଷିଣ କାଶ୍ମୀର ଜିଲ୍ଲାର ବ୍ରଜଲୁ ଜାଗିର ଅଞ୍ଚଳରେ ବିଜେପି ନେତା ଜାଭେଦ୍ ଅହମ୍ମଦ ଦାରଙ୍କ ବାସଭବନ ନିକଟରେ ଅପରାହ୍ନ ପ୍ରାୟ ୪.୩୦ ସମୟରେ ଗୁଳି ଚଳାଇଥିଲେ। ଫଳରେ ଦାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରି ରହିଥିବା ବେଳେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ସେହିଭଳି ଅଗଷ୍ଟ ୯ ତାରିଖରେ ମଧ୍ୟ ଆତଙ୍କବାଦୀମାନେ କୁଲଗାମରେ ବିଜେପିର କିସାନ ଜିଲ୍ଲା ୟୁନିଟର ସଭାପତି ଗୁଲାମ ରସୁଲ ଦାରଙ୍କୁ ମଧ୍ୟ ହତ୍ୟା କରିଥିଲେ। ରାଜନୈତିକ ଦଳ ଗୁଡିକ ଦାରଙ୍କ ହତ୍ୟାକୁ ନିନ୍ଦା କରିଛନ୍ତି। ଜାମ୍ମୁ କାଶ୍ମୀର ବିଜେପି ଟୁଇଟ୍ କରି କହିଛି ଯେ, ଜାଭେଦ୍ ଅହମ୍ମଦ ଦାରଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା କରୁଛି, ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ରକ୍ଷା କରାଯିବ ନାହିଁ।…

