ଚିଲିକା: ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ, ଜଣେ ମହିଳାଙ୍କ ସମେତ ୩ ଗିରଫ

Published: Aug 18, 2021, 1:30 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ବାଲୁଗାଁ ଥାନାର ବିଭିନ୍ନ ଅଞ୍ଚଳରେ ପୋଲିସ ଓ ଅବକାରୀ ମିଳିତଭାବେ ଚଢ଼ାଉ କରି ଏକାଧିକ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି।

ସୂଚନା ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରାପୁଟ ଏବଂ ବାଣପୁର ଥାନା ଅନ୍ତର୍ଗତ ପାଟପୁର ଏବଂ ଦଣ୍ଡିଗାଡ଼ିଆ ଗ୍ରାମରେ ଚଢ଼ାଉ କରି ଅବକାରୀ ବିଭାଗ ସମୁଦାୟ ୧୧୮ ଲିଟର ଦେଶୀ ମଦ ଏବଂ ୮ ଲିଟର ଆସ୍କା-୪୦ ଜବତ କରିଥିବାବେଳେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଯେଉଁଥିରେ ଜଣେ ମହିଳା ଅଭିଯୁକ୍ତ ମଧ୍ୟ ସାମିଲ ଅଛନ୍ତି।

ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପିଆର ନମ୍ବର ୨୯, ୪୭ ଏବଂ ୪୮ ରେ ତିନି ଗୋଟି ମାମଲା ରୁଜୁକରି ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ବୋଲି ସୂଚନା ମିଳିଛି। ଉକ୍ତ ଚଢ଼ାଉ ଅଭିଯାନରେ ଟାଙ୍ଗୀ ଅବକାରୀ ଆଇଆଇସି ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ, ବାଣପୁର ଥାନା ଏଏସଆଇ ନମିତା ନାୟକ ଏବଂ ଅନ୍ୟ ପୋଲିସ ଓ ଅବକାରୀ କର୍ମଚାରୀମାନେ ସାମିଲ ଥିଲେ।

Related posts