Author: Samikhsya Bureau

ଭୁବନେଶ୍ବର: ବର୍ତ୍ତମାନ ଭୋଟ ଗଣତି ଟ୍ରେଣ୍ଡ ଅନୁସାରେ ରାଜ୍ୟରେ ବିଜେପି ସରକାର ଗଠନ କରିବା ପଥରେ ଅଗ୍ରସର ହେଉଛି ଭାରତୀୟ ଜନତା ପାର୍ଟି। ବର୍ତ୍ତମାନ ଭୋଟ ଗଣତିରୁ ବିଜେପି ଆଗରେ ରହିଥିବା ବେଳେ ବିଜେଡି ପଛରେ ପଡିଛି। ଗଣତି ଅନୁସାରେ ବିଜେପି-  78 ବିଜେଡି- 54 କଂଗ୍ରେସ- 11 ଅନ୍ୟାନ୍ୟ- 03

Read More

ଭୁବନେଶ୍ବର: ବିଜେଡି ବିଜେପି ଲଢେଇ ଭିତରେ ବର୍ତ୍ତମାନ କଂଗ୍ରେସ ତାହାର ସ୍ଥିତି ରଖିବା ପାଇଁ ଚେଷ୍ଠା କରିବାରେ ଲାଗିଛି। ତେବେ ଗଣତି ଅନୁସାରେ ବର୍ତ୍ତମାନ ବିଜେପି 71 ଏବଂ ବିଜେଡି 47 ଟି ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ 13ଟି ଆସନରେ ଆଗୁଆ ରହିଛି। ସେଗୁଡିକ ହେଲା ରାଜଗାଂଗପୁର, ଉଦଳା, ଭଣ୍ଡାରୀପୋଖରୀ, ବାସୁଦେବପୁର, ଭବାନୀପାଟଣା, ମୋହନା, ଗୁଣୁପୁର, ରାୟଗଡା, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ, ମାଲକାନାଗିରି, ଚିତ୍ରକୋଣ୍ଡା। ଭଣ୍ଡାରୀପୋଖରୀରେ ନିରଞ୍ଜନ ପଟ୍ଟନାୟକ, ଜୟପୁରରେ ତାରା ବାହିନୀପତି, ବାସୁଦେବପୁରରୁ ଅଶୋକ ଦାସ ଆଗରେ ଅଛନ୍ତି।

Read More

ଭୁବନେଶ୍ବର: ଓଡିଶା ବିଧାନସଭାରେ ବର୍ତ୍ତମାନ ଗଣନା ଅନୁସାରେ ବିଜେପି ଆଗରେ ରହିଛି। ପଛରେ ପଡିଯାଇଛି ବିଜେଡି। ସେହିପରି କଂଗ୍ରେସର ପ୍ରଦର୍ଶନ ଭଲ ନାହିଁ। ବର୍ତ୍ତମାନ ଗଣନା ଅନୁସାରେ ବିଭିନ୍ନ ଦଳର ଆଗୁଆ ସ୍ଥିତି ରହିଛି ତାହା ହେଲା ବିଜେପି- 60 ବିଜେଡି- 45 କଂଗ୍ରେସ- 10 ସିପିଆଇଏମ- 01 ଜେଏମଏମ- 01 ସ୍ବାଧୀନ- 01

Read More

ଭୁବନେଶ୍ବର: ବଡଚଣାରେ ଏକ ଆଶ୍ଚର୍ଯ୍ୟଜନକ ସ୍ଥିତି ଆସିଛି। ସେଠାରେ ବିଜେଡି ପ୍ରାର୍ଥୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପଛରେ ପଡିଯାଇଛନ୍ତି। ସେଠାରେ ବିଜେପି ପ୍ରାର୍ଥୀ ଅମର ନାୟକ ଆଗରେ ଅଛନ୍ତି। ଗଣତି ଅନୁସାରେ ଅମର ନାୟକ ବର୍ଷାଙ୍କଠାରୁ 1228 ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଭୋଟ ସଂଖ୍ୟା ହେଲା ବର୍ଷା ପ୍ରିୟଦର୍ଶିନୀ, ବିଜେଡି- 33521 ଅମର ନାୟକ, ବିଜେପି – 4749 ଅଜୟ ସାମଲ, କଂଗ୍ରେସ- 126

Read More

ଭୁବନେଶ୍ବର: ଓଡିଶା ବିଧାନସଭା ଭୋଟ ଗଣିତର ତୃତୀୟ ରାଉଣ୍ଡ ଟ୍ରେଣ୍ଡ ଆସିଛି। ତାହା ହେଲା ଯେ, ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି। ଗଣତି ଅନୁସାରେ ବିଜେପି ବର୍ତ୍ତମାନ ସୁଦ୍ଧା 50 ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି 30 ଟି ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ 6 ଟି ଏବଂ ଗୋଟିଏରେ ସିପିଆଇଏମ ଓ ସ୍ବାଧୀନ ପ୍ରାର୍ଥୀ ଆଗୁଆ ଅଛନ୍ତି। ଫଳାଫଳ ଅନୁସାରେ ବ୍ରହ୍ମଗିରି, ପିପିଲି, ଚିଲିକା, ନିମାପଡା ପ୍ରଭୃତି ଆସନରେ ବିଜେପି ଆଗୁଆ ରହିଛି। ସେହିପରି କାକଟପୁର, ପୁରୀ, ଝାରସୁଗୁଡା, ଦେଓଗଡ ପ୍ରଭୃତି ଆସନରେ ବିଜେଡି ଏବଂ ବାସୁଦେବପୁର, ଆନନ୍ଦପୁର, ସାନଖେମୁଣ୍ଡି, ଜୟପୁରରେ କଂଗ୍ରେସ ଆଗୁଆ ରହିଛି। ଘଷିପୁରାରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଆଗୁଆ ଅଛନ୍ତି।

Read More

ଭୁବନେଶ୍ବର: ଓଡିଶା ବିଧାନସଭା ଭୋଟ ଗଣିତ ଜାରୀ ରହିଥିବା ବେଳେ ଇତି ମଧ୍ୟରେ ଏକ ଟ୍ରେଣ୍ଡ ଆସିଛି। ତାହା ହେଲା ଯେ, ବର୍ତ୍ତମାନ ସୁଦ୍ଧା ବିଜେପି ଆଗୁଆ ଥିବା ବେଳେ ବିଜେଡି ପଛରେ ରହିଛି। ଗଣତି ଅନୁସାରେ ବିଜେପି ବର୍ତ୍ତମାନ ସୁଦ୍ଧା 38 ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି 23 ଟି ଆସନରେ ଆଗୁଆ ରହିଛି। ଫଳାଫଳ ଅନୁସାରେ ବ୍ରହ୍ମଗିରି, ପିପିଲି, ଚିଲିକା, ନିମାପଡା ପ୍ରଭୃତି ଆସନରେ ବିଜେପି ଆଗୁଆ ରହିଛି। ସେହିପରି କାକଟପୁର, ପୁରୀ, ଝାରସୁଗୁଡା, ଦେଓଗଡ ପ୍ରଭୃତି ଆସନରେ ବିଜେଡି ଏବଂ ବାସୁଦେବପୁର, ଆନନ୍ଦପୁର, ସାନଖେମୁଣ୍ଡି, ଜୟପୁରରେ କଂଗ୍ରେସ ଆଗୁଆ ରହିଛି।

Read More

ଭୁବନେଶ୍ବର: ଆରମ୍ଭ ହୋଇଛି ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନର ଭୋଟ ଗଣତି। ତେବେ ନିୟମ ଅନୁସାରେ ପ୍ରଥମେ ସକାଳ ଆଠଟାରୁ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ ହୋଇଛି। ଏଥିରେ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ରହିଥିବା ବେଳେ ବିଧାନସଭାରେ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ଆଗୁଆ ଅଛନ୍ତି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ପରେ 8 ଟା 30 ମିନଟରେ ବର୍ତ୍ତମାନ ଇଭିଏମ ଗଣତି ଆରମ୍ଭ ହୋଇଯାଇଛି। ଆଜି ଓଡିଶାର 70ଟି ଗଣତି କେନ୍ଦ୍ରରେ ଭୋଟ ଗଣତି ଚାଲିଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଥମେ ଗଣତି ଅଧିକାରୀ ଏବଂ ରାଜନୈତିକ ଏଜେଣ୍ଟମାନେ କେନ୍ଦ୍ରରେ ପହଞ୍ଚିବା ପରେ ଶପଥ ପାଠ କରାଯାଇଥିଲା। ଏଥିରେ ଭିତର କଥା କିପରି ବାହାରକୁ ଯିବ ନାହିଁ ତାହା ଶପଥ କରାଯାଇ ପୋଷ୍ଟାଲ ବାଲଟ ଗଣତି ଆରମ୍ଭ ହୋଇଥିଲା।

Read More

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତାକାଲି ସକାଳ ୮ ଘଟିକାରେ ଭୋଟ ଗଣନା ଆରମ୍ଭ ହେବ । ଖୋରଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର- ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଚିଲିକା ବିଧାନସଭା କ୍ଷେତ୍ର ପାଇଁ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବେଗୁନିଆ ଓ ଖୋର୍ଦ୍ଧା ନିମନ୍ତେ ଜିଲ୍ଲା ୱେର ହାଉସ ଠାରେ ଭୋଟ ଗଣତି ହେବ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାରେ ସ୍ଵଛ, ଅବାଧ, ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା ଏବଂ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଯାରି ନିର୍ଦ୍ଦେଶାନାମାର ପାଳନ ପୂର୍ବକ ମତଦାନ ଗଣନା କେନ୍ଦ୍ର ପରିସରରେ କୌଣସି ପ୍ରକାର ମୋବାଇଲ ଫୋନ, ଟାବଲେଟ, ସ୍ମାର୍ଟ ୱ୍ୟାଚ, ଯୋଗାଯୋଗ ରକ୍ଷା ଓ ରେକର୍ଡ଼ିଂ କରିବା ଭଳି ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ବ୍ୟବହାର ଉପରେ ନିଷେଧାଦେଶ ଯାରି…

Read More

ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ବହୁ ପ୍ରତୀକ୍ଷିତ ତଥା ବହୁ ଲୋକଙ୍କ ଜୀଜ୍ଞାଶାର ପୂର୍ଣ୍ଣଛେଦ ପଡିବ। କାରଣ ଆସନ୍ତାକାଲି ଆସିବ ଭୋଟ ଗଣତିର ଫଳାଫଳ। କିଏ ଜିତିବ କିଏ ହାରିବ ତାହା ଆସନ୍ତାକାଲି ଜଣାପଡିବ। ଦୀର୍ଘ ଦିନ ଧରି ଖରାରେ ଟଙ୍କା ଖର୍ଚ୍ଚ କରି ଯେଉଁ ପରିଶ୍ରମ କରିଛନ୍ତି ତାହାର ଫଳାଫଳ ଆସିବ। ସେଥିପାଇଁ ନେତା ବା ପ୍ରାର୍ଥୀମାନଙ୍କର ଛାତି ଆଜିଠାରୁ ଧକଧକ ହେବା ଆରମ୍ଭ କରିସାରିଲାଣି। ଏପରିକି କେତେକ ପ୍ରାର୍ଥୀ ଭଲରେ କିଛି ଖାଇପାରୁ ନାହାଁନ୍ତି। କିଏ ଛାତ ଉପରେ ଖାଲି ପାଗଳଙ୍କ ପରି ବୁଲୁଥିବାର ମଧ୍ୟ ଶୁଣିବାକୁ ମିଳୁଛି। ତେବେ ଯେଉଁଠି ଜିତିବାର ସମ୍ଭାବନା ଅଛି ସେମାନଙ୍କ ଅପେକ୍ଷା ଟକ୍କର ପରିସ୍ଥିତି ଥିବା ପ୍ରାର୍ଥୀମାନେ ଭାରୀ ଚିନ୍ତାରେ ଅଛନ୍ତି। କେତେବେଳେ ସକାଳ ପାଇବ, କେତେବେଳେ ଗଣତି ଆରମ୍ଭ ହେବ, କେତେବେଳେ ମୁଁ ଆଗୁଆ ହେବି ସେ ନେଇ ସବୁ ପ୍ରାର୍ଥୀଙ୍କ ମୁଣ୍ଡ ଚକ୍କର ଖାଉଛି। ତେବେ ବହୁ ପ୍ରାର୍ଥୀ ବଡି…

Read More

ଭୁବନେଶ୍ବର: ଶେଷ ଓଡିଶାର ଷୋଢଶ ବିଧାନସଭା ଭଙ୍ଗ ହୋଇଛି। ଏ ନେଇ ରାଜ୍ୟପାଳ ସ୍ବୀକୃତ ଦେବା ପରେ ସଂସଦୀୟ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ନିୟମ ଅନୁସାରେ ଏହି ମନ୍ତ୍ରୀ ମଣ୍ଡଳ ନୂଆ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟରେ ରହିବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ ଷୋଢଶ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା। ଯାହାକୁ ରାଜ୍ୟପାଳ ଗ୍ରହଣ କରି ସଂସଦୀୟ ବିଭାଗକୁ ପଠାଇଦେଇଛନ୍ତି। ଆସନ୍ତାକାଲି ମଙ୍ଗଳବାରରେ ଭୋଟ ଗଣତି ହେବା ପରେ ନୂଆ ସରକାର ନେଇ ସ୍ପଷ୍ଟ ଚିତ୍ର ଆସିବ।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ଏହି କ୍ୟାବିନେଟ ବୈଠକ ହେଉଛି ଚଳିତ ବିଧାନସଭାର ଶେଷ ବୈଠକ। କାରଣ ଆସନ୍ତାକାଲି ଭୋଟ ଗଣତି ପରେ କିଏ ନୂଆ ସରକାର ଗଠନ କରିବ ତାହା ସ୍ପଷ୍ଟ ହେବ। ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଶେଷ କ୍ୟାବିନେଟ ବୈଠକରେ ଆଜି ରାଜ୍ୟ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳକୁ ସୁପାରିଶ କରାଯାଇଛି। ନିୟମ ଅନୁସାରେ ନୂଆ ସରକାର ଗଠନ ପୂର୍ବରୁ ପୁରୁଣା ସରକାର ଭାଙ୍ଗ ପାଇଁ ରାଜ୍ୟପାଳଙ୍କୁ କ୍ୟାବିନେଟର ସୁପାରିଶ କରାଯାଇଥାଏ। ସେହି ଅନୁସାରେ ଆଜି ସରକାର ଭଙ୍ଗ ପାଇଁ କ୍ୟାବିନେଟ ସୁପାରିଶ କରାଯାଇଛି। ଏହାପରେ ରାଜ୍ୟପାଳ ବିଧାନସଭା ଭଙ୍ଗ ହେଲା ବୋଲି ଘୋଷଣା କରିବେ। ଏଥିସହିତ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପର୍ଯ୍ୟନ୍ତ ପୁରୁଣା ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିବେ ବୋଲି ନିର୍ଦ୍ଦେଶ ଦେବେ।

Read More

ଭୁବନେଶ୍ବର: ଓଡିଶାରେ ପୁଣି ଥରେ ନବୀନ ପଟ୍ଟନାୟକ ସରକାର କରିବ। ବହୁ ମତରେ ସେ ଏଥର ବିଧାନସଭାରେ ବିଜୟ ଲାଭ କରିବେ। ଏହିପରି ଏକ ସର୍ଭେ କରିଛି ଭାରତର ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମସ ନାଓ। ଏହି ସଂସ୍ଥାର ସର୍ଭେ ଅନୁସାରେ ବିଜେଡି ପୂର୍ଣ୍ଣ ବହୁମତରୁ ଢେରେ ଆଗରେ ରହିଛି। ଫଳରେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ସ୍ପଷ୍ଟ ହୋଇଛି। ଏହି ସର୍ଭେ ଅନୁସାରେ ବିଜେଡି ଓଡିଶା ବିଧାନସଭାର ମୋଟ 147 ଆସନରୁ ହାସଲ କରୁଛି 100 ରୁ 115 ଆସନ। ବର୍ତ୍ତମାନ ବିଜେଡିର ବିଧାନସଭାରେ 113 ଜଣ ସଦସ୍ୟ ଅଛନ୍ତି। ତେଣୁ ଆକଳନ ଅନୁସାରେ ଏଥ ବିଜେଡିକୁ ସେହି ସମାନ ସଂଖ୍ୟା କିମ୍ବା ତାହାଠାରୁ ସାମାନ୍ୟ ଅଧିକା ଆସନ ମିଳୁଛି। ସେହିପରି ବିଜେପି ହାସଲ କରୁଛି ମାତ୍ର 30 ରୁ 38 ଆସନ। ଅର୍ଥାତ ବର୍ତ୍ତମାନର ସଂଖ୍ୟାଠାରୁ ସାମନ୍ୟ ଅଧିକ। ତେବେ ଏହି…

Read More

ଲେଖକ: ଶ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ  ମୋର ପ୍ରିୟ ଦେଶବାସୀଗଣ, ଗଣତନ୍ତ୍ରର ଜନନୀରେ ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ଆଜି ଜୁନ୍ ପହିଲାରେ ପୂରଣ ହେଉଛି। କନ୍ୟାକୁମାରୀରେ ତିନି ଦିନର ଆଧ୍ୟାତ୍ମିକ ଯାତ୍ରା ପରେ ମୁଁ ଏବେ ଦିଲ୍ଲୀ ଅଭିମୁଖେ ବିମାନରେ ଚଢ଼ିଛି। କାଶୀ ସମେତ ଅନେକ ଆସନରେ ମତଦାନ ଚାଲିଛି। ଅନେକ ଅଭିଜ୍ଞତା ଅଛି, ଅନେକ ଅନୁଭୂତି ବି ଅଛି… ମୁଁ ନିଜ ଭିତରେ ଅସୀମ ଶକ୍ତିର ପ୍ରବାହ ଅନୁଭବ କରୁଛି । ବାସ୍ତବରେ ଏହି ୨୪ ନିର୍ବାଚନରେ ଅନେକ ସୁଖଦ ସଂଯୋଗ ଦେଖିବାକୁ ମିଳିଛି। ଅମୃତକାଳର ଏହି ପ୍ରଥମ ଲୋକସଭା ନିର୍ବାଚନରେ ମୁଁ ୧୮୫୭ ମସିହାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରେରଣାସ୍ଥଳୀ ମେରଠରୁ ପ୍ରଚାର ଆରମ୍ଭ କରିଥିଲି । ମା’ ଭାରତୀର ପରିକ୍ରମା କରି ଏହି ନିର୍ବାଚନର ମୋର ଶେଷ ସଭା ପଞ୍ଜାବର ହୋସିଆରପୁରଠାରେ ଅନୁଷ୍ଠିତ ହୋଇଥିଲା। ସନ୍ଥ ରବିଦାସଜୀଙ୍କ ତପୋଭୂମିରେ, ଆମ ଗୁରୁମାନଙ୍କ ଭୂମି ପଞ୍ଜାବରେ ଶେଷ…

Read More

ଭୁବନେଶ୍ବର: ଆସନ୍ତାକାଲି ଗଣତି ହେବ ଭୋଟ। ଏଥିରେ କିଏ ଜିତିବ କିଏ ହାରିବ ସ୍ପଷ୍ଟ ହେବ। ହେଲେ ତା ପୂର୍ବରୁ ବିଜେଡି ଓ ବିଜେପି କର୍ମିଙ୍କ ମଧ୍ୟରେ ଏକ ଆତଙ୍କ ଖେଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ସେମାନେ ଯେଉଁ ପରିଶ୍ରମ ଏବଂ ଜାନ ଲଗାଇ ଲଢେଇ କରିଛନ୍ତି ସେହି ପ୍ରାର୍ଥୀ ଜିତିବ କି ନାହିଁ ତାହାକୁ ଅପେକ୍ଷା କରି ରହିଛନ୍ତି। ତେବେ ଚିଲିକା ନିର୍ବାଚନ ମଣ୍ଡଳୀରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଛି। ଅନ୍ୟାନ୍ୟ ସ୍ଥାନରେ କେଉଁ ପ୍ରାର୍ଥୀ ଜିତିବ ସ୍ପଷ୍ଟ ହୋଇଯାଇଥିଲେ ମଧ୍ୟ ଚିଲିକାରେ କିଏ ଜିତିବ ତାହା ଜଣାପଡୁ ନାହିଁ। କାରଣ ଚିଲିକାରେ ବର୍ତ୍ତମାନ ବିଜେଡି ପ୍ରାର୍ଥୀ ରଘୁନାଥ ସାହୁଙ୍କ ସହିତ ବିଜେପିର ପୃଥୀରାଜ ହରିଚନ୍ଦନଙ୍କ ମଧ୍ୟରେ କଡା ଟକ୍କର ହେଉଛି। ନିର୍ବାଚନ ଶେଷ ହେବା ପରେ ଉଭୟ ଦଳର କର୍ମିମାନେ ଖାତାକଲମ ଧରି ହିସାବ ନିକାସ କରିଥିଲେ। ତେବେ ସେହି ହିସାବରେ ଯେତେ ଯିଏ…

Read More

ଭୁବନେଶ୍ବର: ପାଖେଇଲାଣି ସାବିତ୍ରୀ ବ୍ରତ। ଏହି ଦିନ ମହିଳାମାନେ ବ୍ରତ କରି ଉପବାସ ରହିଥାନ୍ତି।  ସେମାନେ ଏହି ବ୍ରତ କଲେ ସ୍ବାମୀଙ୍କର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ସାବିତ୍ରୀ ବ୍ରତ ଓଡିଶାର ଘରେ ଘରେ ପାଳନ କରାଯାଇଥାଏ। ସାବିତ୍ରୀ ଅମାବାସ୍ୟା ଦିନ ଏହି କାମ କରନ୍ତୁ ନାହିଁ, ଏହା ସ୍ୱାମୀଙ୍କ ପାଇଁ ଅଶୁଭ ହେବ: ଏକ ସ୍ଥିର ମନ ଏବଂ ଏକାଗ୍ର ମନ ସହିତ ସାବିତ୍ରୀ ଅମାବାସ୍ୟାରେ ଉପବାସ ରଖନ୍ତୁ। ସଠିକ୍ ଉପାସନା କରନ୍ତୁ। ଏହି ଦିନ କିଛି କାର୍ଯ୍ୟ କରିବା ଆବଶ୍ୟକ ନାହିଁ। ଯାହା ଦ୍ଵାରା ଇଚ୍ଛାକୃତ ଫଳାଫଳ ମିଳିପାରିବ। ଏହି ଦିନ ନିମ୍ନଲିଖିତ ଜିନିଷକୁ ଏଡ଼ାଇବା ଉଚିତ୍: – – ଏହି ଦିନ କାହାକୁ ଅସମ୍ମାନ କରାଯିବା ଉଚିତ ନୁହେଁ। – କଠୋର ଭାଷା ବ୍ୟବହାର କରନ୍ତୁ ନାହିଁ। – ଏହି ଦିନ ଶବଦାହ ସ୍ଥାନକୁ ଯାଆନ୍ତୁ ନାହିଁ। କାରଣ ଏହି ଦିନ ନକାରାତ୍ମକ…

Read More

ଭୁବନେଶ୍ବର: ଗତକାଲି ଶେଷ ହୋଇଛି ଓଡିଶାର ଲୋକସଭା ଓ ବିଧାନସଭା ମତଦାନ। ତେବେ ଓଡିଶାରେ ଶେଷ ପର୍ଯ୍ୟାୟରେ କେତେ ମତଦାନ ହୋଇଛି ତାହାର ହିସାବ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରୀ କରାଯାଇଛି। ସେହି ଅନୁସାରେ ଗତକାଲି ଓଡିଶାର ମତଦାନ ହାର ଥିଲା 70.67 ପ୍ରତିଶତ।

Read More

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ କିଛି ଜିଲ୍ଲାରେ ଅତି ଅଧିକ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗିରହିଛି। ଏହି ଅସ୍ୱାଭାବିକ ପରିସ୍ଥିତିରେ ଜନସାଧାରଣଙ୍କ ତରଫରୁ ସତର୍କତା ଅବଲମ୍ବନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜନସାଧାରଣ ତଥା ଭାଇଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର‌୍ୟ୍ୟାଳୟ ତରଫରୁ ଏ ସମ୍ପର୍କରେ ବିଭିନ୍ନ ଉପଦେଶାବଳୀ ଦିଆଯାଇଛି। ସଂପ୍ରତି ଏହି ସମୟରେ ରାଜ୍ୟରେ ଉତ୍ତାପ ଅଧିକ ରହେ, ଏଥିପାଇଁ ସମସ୍ତ ଜନସାଧାରଣ ଅତି ଉତ୍ତପ୍ତ ସମୟ ମଧ୍ୟରେ, ସାଧାରଣତଃ ଦିନ ୧୦ ଟା ବା ୧୧ ଟାରୁ ଦିନ ୩ଟା ମଧ୍ୟରେ ଯେ କୌଣସି କାମ ଯଥା, ବ୍ୟକ୍ତିଗତ କାମ ହେଉ, କୌଣସି ଠିକାଦାରଙ୍କ…

Read More

ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସପ୍ତମ ପର୍ଯ୍ୟାୟରେ ତଥା ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛି। ମିଳିଥିବା ତଥ୍ୟ ଅନୁସାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହାର ଆପାତତଃ ୬୨ ପ୍ରତିଶତ ରହିଛି ଓ ଭୋଟିଂ ସମାପ୍ତ ହେବା ପରେ ଏହି ଭୋଟ ପ୍ରତିଶତ ହାର ଅଧିକ ହେବ। ରାଜ୍ୟରେ ଉପରୋକ୍ତ ୬ ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରେ ଭୋଟରମାନେ ଅପୂର୍ବ ଆନନ୍ଦ ଓ ଉତ୍ସାହର ସହ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରି ଜାତୀୟ କର୍ତ୍ତବ୍ୟ ନିଭାଇଛନ୍ତି। ମତଦାନରେ ସମସ୍ତ ବର୍ଗର ଭୋଟର ଯଥା-ନୂଆ ଭୋଟର, ଯୁବ ଭୋଟର, ମହିଳା ଭୋଟର, ଭିନ୍ନକ୍ଷମ ଭୋଟର, ତୃତୀୟ ଲିଙ୍ଗୀ ଭୋଟର, ଆଦିମ ଜନଜାତି ଭୋଟର ସାମିଲ ହୋଇ ନିଜ ଅଧିକାର…

Read More

ଭୁବନେଶ୍ବର: ଆଜି ନିର୍ବାଚନ ସରିବା ପରେ ପ୍ରକାଶ ପାଇଛି ଏଗଜିଟ ପୁଲ ବା ବୁଥ ବାହୁଡା ଫଳାଫଳ। ସେହି ଅନୁସାରେ ଓଡିଶା ଲୋକସଭା ନିର୍ବାଚନରେ ବିଜେପି ଭଲ କରୁଥିବା ବେଳେ ବିଜେଡି ସଂଖ୍ୟା ହ୍ରାସ ପାଇଛି। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ହୋଇଥିବା ଏକଜିଟ ପୁଲ ଅନୁସାରେ ଫଳାଫଳ ହେଲା ଇଣ୍ଡିଆ ଟିଭି ସିଏନଏକ୍ସ ବିଜେଡି- 4 ରୁ 6 ବିଜେପି- 15 ରୁ 17 କଂଗ୍ରେସ- 0 ରୁ 1 ଜନ କୀ ବାତ୍ ବିଜେଡି- 4 ରୁ 6 ବିଜେପି- 15 ରୁ 17 କଂଗ୍ରେସ- 0 ରୁ 1 ନ୍ୟୁଜ 24 ବିଜେଡି- 4 ବିଜେପି- 16 କଂଗ୍ରେସ- 1 ରିପବ୍ଲିକ ଟିଭି ବିଜେଡି- 08 ବିଜେପି- 13 କଂଗ୍ରେସ- 00

Read More

ନୂଆଦିଲ୍ଲୀ: ଆସନ୍ତାକାଲି ବିଧାନସଭା ଆସନର ହେବ ଭୋଟ ଗଣତି। ଆସନ୍ତାକାଲି ରବିବାରରେ ସକାଳ ୬ ଟାରୁ ଗଣତି ଆରମ୍ଭ ହେବ। ତେବେ ଏହି ଗଣତି କେବଳ ଅରୁଣାଚଳ ପ୍ରଦେଶ ଓ ସିକିମରେ କରାଯିବ। ହେଲେ ଓଡିଶା ଓ ଆନ୍ଧ୍ରପ୍ରଦେଶ ବିଧାନସଭା ଭୋଟ ଗଣତି ଲୋକସଭା ସହିତ ଜୁନ ୪ ତାରିଖରେ କରାଯିବ। ଅରୁଣାଚଳ ପ୍ରଦେଶ ବିଧାନସଭାର ମୋଟ ୬୦ଟି ଆସନରୁ ୫୦ଟିରେ ଭୋଟ ଗଣତି କରାଯିବ। କାରଣ ସେଠାରେ ୧୦ଟି ଆସନରେ ବିଜେପି ନିଦ୍ବନ୍ଦରେ ନିର୍ବାଚିତ ହୋଇସାରିଛନ୍ତି। ଫଳରେ ବାକି ଆସନରେ ରବିବାରରେ ଗଣତି କରାଯିବ। ଅରୁଣାଚଳ ପ୍ରଦେଶରେ ଗତ ଏପ୍ରିଲ ୧୯ ତାରିଖରେ ନିର୍ବାଚନ କରାଯାଇଥିଲା। ସେହିପରି ସିକିମ ବିଧାନସଭାରେ ଥିବା ୩୨ ଟି ଆସନ ଭୋଟ ଗଣତି ମଧ୍ୟ ଆସନ୍ତାକାଲି ରବିବାରରେ କରାଯିବ। ଏଠାରେ ଗତ ଏପ୍ରିଲ ୧୯ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା।

Read More

ଯାଜପୁର: ଆଜି ଓଡିଶା ବିଧାନସଭା ତଥା ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ। ଏହି ମତଦାନରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ତଥା ନେତାମାନେ ନିଜର ମତାଧିକାର ସାବ୍ୟସ୍ତ କରି ଗଣତନ୍ତ୍ର ପର୍ବରେ ଯୋଗ ଦେଇଛନ୍ତି। ସେହିମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ। ସେ ଆଜି ଯାଜପୁରର ବାହାବଳପୁର ବୁଥରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ପ୍ରଣବ ପ୍ରକାଶ ବର୍ତ୍ତମାନ ଯାଜପୁର ବିଧାୟକ ଅଛନ୍ତି। ସେ ଏଥର ନିର୍ବାଚନରେ ସମ୍ବଲପୁର ଲୋକସଭା ପାଇଁ ନିର୍ବାଚନ ଲଢୁଛନ୍ତି। ସେଠାରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଲଢେଇ କରୁଛନ୍ତି। ତେବେ ଆକଳନ ଅନୁସାରେ ପ୍ରଣବ ସେଠାରେ କଡା ଟକ୍କର ଦେଉଛନ୍ତି। ଅନ୍ୟପଟେ ତାଙ୍କ ବୋଉ ସନ୍ଧ୍ୟାରାଣୀ ଦାସ କୋରାଇ ବିଧାନସଭାରୁ ପ୍ରାର୍ଥୀ ହୋଇଛନ୍ତି।

Read More