Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୮୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୬୯୦, ଅନୁଗୁଳରୁ ୧୧୫୪, କଟକରୁ ୧୦୬୬, ଯାଜପୁରରୁ ୬୪୭, ସୁନ୍ଦରଗଡରୁ ୭୧୩, ବାଲେଶ୍ଵରରୁ ୫୧୦, କଳାହାଣ୍ଡିରୁ ୪୮୨, ପୁରୀରୁ ୪୭୧, ନବରଙ୍ଗପୁରରୁ ୩୫୪, ଜଗତସିଂହପୁରରୁ ୩୨୧, ବରଗଡରୁ ୩୦୦, ବଲାଙ୍ଗୀରିରୁ ୨୯୭, ସମ୍ବଲପୁରରୁ ୨୯୨, କେନ୍ଦ୍ରାପଡାରୁ ୨୮୫, ନୟାଗଡରୁ ୨୫୩, କେନ୍ଦୁଝରରୁ ୨୧୬, କୋରାପୁଟରୁ ୨୧୪, ଝାରସୁଗୁଡାରୁ ୨୧୧, ରାୟଗଡାରୁ ୧୯୦, ଭଦ୍ରକରୁ ୧୭୭, ଗଞ୍ଜାମରୁ ୧୭୬, ସୋନପୁରରୁ ୧୫୮, ବୌଦ୍ଧରୁ ୧୨୪, ଢେଙ୍କାନାଳରୁ ୧୨୦, କନ୍ଧମାଳରୁ ୧୧୧, ମାଲକାନଗିରିରୁ ୧୦୮, ଗଜପତିରୁ ୧୦୧, ଦେବଗଡରୁ ୯୮, ନୂଆପଡାରୁ ୮୫ ଏବଂ ଷ୍ଟେଟ ପୁଲରୁ ୩୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬ ଲକ୍ଷ ୭୦…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୧ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୩ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୧୫ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୮ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ଜଣେ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୪୦ ଜଣ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଚୋରା ବାଇକ ବିକିବା ଏବଂ କିଣିବା ମହଙ୍ଗା ପଡିଛି। ଦୁଇ ଚୋରା ବାଇକ ବେପାରୀ ପୋଲିସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଏପରି ଘଟଣା ଘଟିଛି। ସୂଚନା ମୁତାବକ ଗତକାଲି ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସୁନାଖଳା ଅଞ୍ଚଳରେ ଯାନବାହାନ ଚେକିଂ କରୁଥିବାବେଳେ ଜଣେ ବ୍ୟକ୍ତି ଚୋରା ମଟରସାଇକେଲ ଧରି ବଡ଼ପଦର ଠାରୁ ନାଚୁଣୀ ବଜାର ଦେଇ ରତନପୁର ଯାଉଛନ୍ତି ବୋଲି କୌଣସି ସୂତ୍ରରୁ ଖବର ପାଇଥିଲେ। ବିଳମ୍ବ ନକରି ଶ୍ରୀ ସାହୁ ନାଚୁଣୀ ବଜାର ଅଭିମୁଖେ ଅଗ୍ରସର ହୋଇଥିଲେ ଏବଂ ସଲପଡ଼ିହ ଛକଠାରେ ଉକ୍ତ ବାଇକ ଚାଳକଙ୍କୁ ଧରିଥିଲେ। ଚାଳକ ଜଣକ ଟାଙ୍ଗୀ ଥାନା ରତନପୁର ଗ୍ରାମର ବାବୁଲି ବେହେରା (୩୮) ବୋଲି ଜଣାପଡିଛନ୍ତି। ତେବେ ସେ ନାଲି ରଙ୍ଗର ହିରୋ ସୁପର ସ୍ପ୍ଲେଣ୍ଡର ଚଲାଉଥିବା ବେଳେ ପଚରାଉଚୁରା ସମୟରେ ଏହା ଏକ…

Read More

ନୂଆଦିଲ୍ଲୀ, କୋଭିଡର ଦ୍ୱିତୀୟ ତରଙ୍ଗକୁ ସାମ୍ନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କରୋନା ଯୋଦ୍ଧାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ଦୂରଦୂରାନ୍ତରେ ମେଡିକାଲ ଅମ୍ଳଜାନ ପରିବହନ କରିବା ଏକ ମହତ୍ କାର୍ଯ୍ୟ। ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡାକ୍ତର, ନର୍ସ ଏବଂ ଆଗଧାଡିର ଯୋଦ୍ଧାମାନେ ଦିନରାତି କାର୍ଯ୍ୟ ଯେପରି କାର୍ଯ୍ୟ କରୁଛନ୍ତି ତାହା ପ୍ରଶଂସନୀୟ। ସେ କହିଛନ୍ତି ଯେ ଯେତେ ବଡ଼ ଚ୍ୟାଲେଞ୍ଜ  ହେଉନା କାହିଁକି, ଜିତିବା ପାଇଁ ଭାରତର ସଂକଳ୍ପ ସର୍ବଦା ତାହାଠାରୁ ଅଧିକ ରହିଆସିଛି। ମୋଦୀ କହିଛନ୍ତି ଯେ ମହାମାରୀ ମଧ୍ୟରେ ସେବା ଏବଂ ସହଯୋଗର ସଂକଳ୍ପ ନେଇ ଭାରତ ଆଗକୁ ବଢୁଛି। ସୁରକ୍ଷିତ ଦୂରତା ଅନୁସରଣ କରିବା, ମାସ୍କ ପିନ୍ଧିବା ଏବଂ ଟୀକାକରଣ କରିବାକୁ ସେ ସମସ୍ତ ଲୋକଙ୍କୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ କୋଭିଡର ଦ୍ୱିତୀୟ…

Read More

ଭୁବନେଶ୍ବର: ରାଜ୍ୟରେ ଲକଡାଉନ କଟକଣା ଅବଧିକୁ ଆଉ ୧୬ ଦିନ ପାଇଁ ବୃଦ୍ଧି କରାଯାଇଛି। ଜୁନ ୧୭ ତାରିଖ ଯାଏଁ ଲକଡାଉନ କଟକଣା ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଜୁନ ୧୭ ତାରିଖ ସକାଳ ୫ ଟା ଯାଏଁ କଟକଣା ଜାରି ରହିବ। ପୂର୍ବ ଭଳି ସପ୍ତାହନ୍ତ ସଟଡାଉନ ଜାରି ରହିବ। କେବଳ ୩ ଟି ଜିଲ୍ଲାରେ ସପ୍ତାହନ୍ତ ସଟଡାଉନକୁ କୋହଳ କରାଯାଇଛି। ଗଜପତି, ନୂଆପଡା ଏବଂ ସୁନ୍ଦରପଡା ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି। ଏହି ଜିଲ୍ଲାରେ ସକାଳ ୭ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ହେଲେ ରାଜ୍ୟର ବାକି ସବୁ ଜିଲ୍ଲାରେ ପୂର୍ବ ଭଳି ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୦୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୯୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ୯୭୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୬୩ ହଜାର ୧୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୪୮୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୩୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଭୁବନେଶ୍ଵର ସ୍ଥିତ ଝାରପଡା ଜେଲର ଚିଫ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି। ଚିଫ ୱାର୍ଡର ସୁନ୍ଦର୍ଶନ ବାରିକଙ୍କୁ ନିଲମ୍ବନ କରାଯାଇଛି। ସୁଦର୍ଶନଙ୍କୁ ଝରପଡା ଜେଲ ଡିଜି ସନ୍ତୋଷ ଉପଧ୍ୟାୟ ନିଲମ୍ବନ କରିଛନ୍ତି। ଝାରପଡା ଜେଲରେ ଅପରେସନ କ୍ଳିନଅପ ଚାଲିଥିଲା। ଜେଲର ମାଟି ଭିତରୁ ମୋବାଇଲ ଜବତ ହେବା ସହ ଏପର୍ଯ୍ୟନ୍ତ ୨୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଦୃଷ୍ଟିହୀନ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ମିଳିଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀ ପଞ୍ଚାୟତର ଦୃଷ୍ଟିହୀନ ବ୍ୟକ୍ତି ଯୋଗେନ୍ଦ୍ର ବେହେରା ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଥିଲେ। ଗତକାଲି ଏନେଇ ଏକ ଖବର ସମୀକ୍ଷା ନିୟୁଜରେ ପ୍ରସାରଣ କରାଯାଇଥିଲା। ତେବେ ଖବର ପ୍ରସାରଣ ପରେ ତତ୍ପର ହୋଇଉଠିଛି ସ୍ଥାନୀୟ ବ୍ଲକ ପ୍ରଶାସନ। ଆଜି ସକାଳୁ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ନିର୍ଦ୍ଦେଶକ୍ରମେ ଯୋଗେନ୍ଦ୍ରଙ୍କୁ ତାଙ୍କ ପ୍ରାପ୍ୟ ରାସନ ଚାଉଳ ପ୍ରଦାନ କରାଯାଇଅଛି। ବିଡ଼ିଓଙ୍କ କହିବା ମୁତାବକ ଇ-ପିଓଏସ ଯନ୍ତ୍ରଟି ବିଗତ ଚାରିଦିନ ହେଲା ଖରାପ ଥିବାରୁ ଏହାକୁ ମରାମତି ନିମନ୍ତେ ଖୋର୍ଦ୍ଧା ପଠାଯାଇଥିଲା। ତେବେ ଗତକାଲି ସଂନ୍ଧ୍ୟାରେ ଯନ୍ତ୍ର ମରାମତି ହୋଇ ଆସିଲାପରେ ଆଜି ଯୋଗେନ୍ଦ୍ରଙ୍କୁ ରାସନ ସାମଗ୍ରୀ ଦିଆଯାଇଛି। ଅନୁରୂପଭାବେ ଯୋଗେନ୍ଦ୍ରଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଆଜି…

Read More

ନୂଆଦିଲ୍ଲୀ: କରୋନା ଗ୍ରାଫ ଏବେ ତଳ ମୁହାଁ ହୋଇଥିଲେ ମଧ୍ୟ ଦେଶରେ ବିପଦ ଏଯାଏଁ ଟଳିନି। ଦେଶରେ ଏବେ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରୁଛନ୍ତି। କେଉଁଠି ଲକଡାଉନକୁ କୋହଳ କରାଯାଉଥିବା ବେଳେ କେଉଁଠି କଟକଣାକୁ କଡାକଡି କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ ହରିୟଣା ସରକାର ମଧ୍ୟ ଲକଡାଉନ କଟକଣାକୁ ବୃଦ୍ଧି କରିଛି। ଜୁନ ୭ ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି। ଏହା ସହିତ ସକାଳ ୯ ଟାରୁ ଅପରାହ୍ନ ୩ ଟା ଯାଏଁ ଦୋକାନ ଖୋଲା ରହିବା ପାଇଁ କହିଛନ୍ତି। ଅଡ-ଇଭନ ଫର୍ମୁଲାରେ ଦୋକାନ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଶିକ୍ଷା ସଂସ୍ଥା ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଖଟ୍ଟର…

Read More

କେନ୍ଦ୍ରାପଡା: ବୁଲା କୁକୁରକୁ ଜନୈକ ବ୍ୟକ୍ତି ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। କେନ୍ଦ୍ରାପଡା ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ପ୍ରହରାଜପୁର ଗ୍ରାମରେ ବାବୁଲା ସିଂହ (୫୦) ନାମକ ବ୍ୟକ୍ତିଙ୍କ ବିରୋଧରେ ବୁଲା କୁକୁରକୁ ମାରିଥିବା ଅଭିଯୋଗ ହୋଇଥିଲା। ପାଳିତ ଦୁଇଟି କୁକୁଡାକୁ ବୁଲା କୁକୁରଟି ମାରିଥିବାରୁ ବାବୁଲା କ୍ରୋଧାନ୍ଵିତ ହୋଇଯାଇଥିଲା। ସେ ଉକ୍ତ କୁକୁରଟି କୁ ପିଟିପିଟି ମାରିଦେଇଥିଲା। ବାବୁଲା କୁକୁରଟିକୁ ମାରିଥିବାର ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା। ତାଙ୍କ ବିରୋଧରେ ଆଇପିସି ଧାରା ୪୨୯ ଅନୁଯାୟୀ ଅଭିଯୋଗ ହୋଇଛି। ବାବୁଲାଙ୍କୁ ଏହି ଘଟଣାରେ ପୋଲିସ ଗିରଫ କରି ଜେଲ ପଠାଇଦେଇଛି।

Read More

ନୂଆଦିଲ୍ଲୀ, ଗୋଆ ରାଜ୍ୟ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଗୋଆ ଏହାର ସୁନ୍ଦର ଉପକୂଳ ଏବଂ ଆତିଥ୍ୟ ପାଇଁ ପ୍ରସିଦ୍ଧ ଏବଂ ଏହି ରାଜ୍ୟ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିରନ୍ତର ବିକାଶର ଏକ ଉତ୍କୃଷ୍ଟ ଉଦାହରଣ। ଗୋଆର ନିରନ୍ତର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ରାଷ୍ଟ୍ରପତି କାମନା କରିଛନ୍ତି। ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ମଧ୍ୟ ଆଜି ଗୋଆ ରାଜ୍ୟ ଦିବସରେ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ବର୍ଷରେ ଗୋଆର ବିକାଶ ନୂତନ ଉଚ୍ଚତାରେ ପହଞ୍ଚିବା ପାଇଁ ସେ କାମନା କରିଛନ୍ତି।

Read More

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରିୱାରେ ଆଜି ବିଜେପି ବିଧାୟକ ନିଜ ସରକାର ବିରୋଧରେ ଧାରଣାରେ ବସିଛନ୍ତି। ଫଳରେ ସରକାର ଏବଂ ଦଳକୁ ଏକ ପ୍ରକାର ଚିନ୍ତାରେ ପକାଇଦେଇଛି। ମଧ୍ୟପ୍ରଦେଶର ମଉଗଞ୍ଜ ବିଧାୟକ ପ୍ରଦୀପ ପଟେଲ ନିଜ ସରକାର ବିରୋଧରେ ଧାରଣାରେ ବସିଛନ୍ତି। ପ୍ରଦୀପଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଦ୍ୟୁତ ସମସ୍ୟାକୁ ନେଇ ସେ ସରକାରକୁ ବିରୋଧ କରିଛନ୍ତି। ଏନେଇ ରିୱାର ବିଦ୍ୟୁତ ବିଭାଗ ଏସଡିପିଓଙ୍କ କାର୍ଯ୍ଯାଳୟରେ ସେ ଧାରଣାରେ ବସିଛନ୍ତି।

Read More

ନୂଆଦିଲ୍ଲୀ: କରୋନା ସମୟରେ ରୋଜଗାର କରୁଥିବା ପରିବାରର ଏକମାତ୍ର ସଦସ୍ୟଙ୍କ ମୃତ୍ୟୁରେ ପରିବାରର ଆର୍ଥିକ ସଙ୍କଟକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ ଏବଂ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଅଧୀନରେ ବୀମା କ୍ଷତିପୂରଣ ବୃଦ୍ଧି କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଅନୁଯାୟୀ, ବର୍ତ୍ତମାନ କରୋନା କାରଣରୁ ମୃତ୍ୟୁ ହୋଇଥିବା ନିର୍ଭରଶୀଳ ପରିବାରକୁ ଇଏସଆଇସି (ESIC) ପେନସନ ମିଳିଛୁ। ତେବେ ଏହି ପେନ୍ସନ୍ ରୋଜଗାର କରୁଥିବା ସଦସ୍ୟଙ୍କ ଦୈନିକ ହାରାହାରି ମଜୁରୀର ୯୦ ପ୍ରତିଶତ ସହିତ ସମାନ କରାଯିବ। ଏହା ଗତ ୨୪ ମାର୍ଚ୍ଚ ୨୦୨୦ ରୁ ୨୪ ମାର୍ଚ୍ଚ ୨୦୨୨ ମଧ୍ୟରେ ମୃତ୍ୟୁ ହେଲେ ଏହି ସୁବିଧା ପ୍ରଯୁଜ୍ୟ ହେବ। କର୍ମଚାରୀଙ୍କ ବୀମା ଯୋଜନା ଅଧୀନରେ ତୁରନ୍ତ ପ୍ରାପ୍ତ ପରିମାଣକୁ ମଧ୍ୟ ସାତ ଲକ୍ଷକୁ ବୃଦ୍ଧି କରାଯାଇଛି।  ସେହିପରି ଅଢେଇ ଲକ୍ଷ ଟଙ୍କା…

Read More

ନୂଆଦିଲ୍ଲୀ, କୋଭିଡ ରିଲିଫ ସାମଗ୍ରୀରୁ ଜିଏସଟି  ଛାଡ ମାମଲାଗୁଡ଼ିକର ଯାଞ୍ଚ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିଛି। ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ଏହି ଆଠ ଜଣିଆ ମନ୍ତ୍ରୀ ଦଳର ଆବାହକ ଅଛନ୍ତି। ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନିତିନଭାଇ ପଟେଲ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଗୋଆର ପରିବହନ ମନ୍ତ୍ରୀ ମୌଭିନ ଗୋଡିହ୍ନ ଏବଂ କେରଳ, ଓଡିଶା, ତେଲେଙ୍ଗାନା ଓ ଉତ୍ତରପ୍ରଦେଶର ଅର୍ଥମନ୍ତ୍ରୀ ଏହାର ସଦସ୍ୟ ହେବେ। ଜିଏସଟି ପରିଷଦର 43 ତମ ବୈଠକରେ ଏହି ମନ୍ତ୍ରୀ ଗୋଷ୍ଠୀ ଗଠନ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହି କମିଟ ଆସନ୍ତା ମାସ 8 ତାରିଖ ସୁଦ୍ଧା ଜିଏସଟି ପରିଷଦରେ ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

Read More

ନୂଆଦିଲ୍ଲୀ: ଜାତିସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଛି। ବିପର୍ଯ୍ୟୟ ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜାତିସଂଘ ପ୍ରଶଂସା କରିଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଏକ ରୋଲ ମଡେଲ ବୋଲି ଜାତିସଂଘ କହିଛି। ଦୁର୍ବିପାକ ସମୟରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ରଖିଥିବାରୁ ଜାତିସଂଘ ସନ୍ତୋଷ ପ୍ରକାଶ କରିଛି। ଜାତିସଙ୍ଘ ମୁଖ୍ୟ ମାମି ମିଜୁଟାରି ନବୀନଙ୍କୁ ଏନେଇ ପ୍ରଶଂସା କରିଛନ୍ତି। ମାମି ମିଜୁଟାରି କହିଛନ୍ତି ଯେ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପର୍ଯ୍ୟୟକୁ ବୁଝି, ତାକୁ ସାମ୍ନା କରିବା ସହ ଉଚିତ ପଦକ୍ଷେପ ନେଉଛନ୍ତି। ଯାହା ଫଳରେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚିପାରୁଛି।

Read More

ନୂଆଦିଲ୍ଲୀ, ମେ 30 ତାରିଖରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଲଗାତର ଭାବେ ସେ ଦୁଇଥର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି। ମେ 30 ତାରିଖକୁ ସାତ ବର୍ଷ ପୁରଣ ହେଉଛି। ହେଲେ ଏଥର କେନ୍ଦ୍ର ସରକାର କିମ୍ବା ବିଜେପି ବର୍ଷପୂର୍ତ୍ତି ପାଳନ କରିବେ ନାହିଁ। କୋଭିଡ -19 ମହାମାରୀ ଯୋଗୁଁ ଏହି ଉତ୍ସବ କରାଯିବ ନାହିଁ ବୋଲି ଭାରତୀୟ ଜନତା ପାର୍ଟି ତରଫରୁ ସୂଚନା ଦିଆଯାଇଛି।  ପାର୍ଟିର ନେତା ତଥା କାର୍ଯ୍ୟକର୍ତ୍ତାମାନେ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଦେଶର ଏକ ଲକ୍ଷ ଗାଁରେ କରୋନାରୁ ବିଷୟରେ ସଚେତନତା ତଥା ରିଲିଫ ଅପରେସନ୍ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବେ। ଗାଁର ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ବିଜେପି ଏହାର ନେତା ଓ କର୍ମୀଙ୍କୁ ଦାୟିତ୍ବ ଦେଇଛି। ଅନ୍ତତଃ ପକ୍ଷେ ଦୁଇଟି ଗ୍ରାମରେ ଏହି ଅଭିଯାନରେ ଯୋଗଦେବାକୁ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନଙ୍କୁ…

Read More

ନୂଆଦିଲ୍ଲୀ: ଗତ ୪୬ ଦିନ ପରେ କରୋନା ମାମଲା ସବୁଠାରୁ କମ ରହିଛି। ଏହାସହ ଲଗାତର ୧୭ ଦିନ ଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ଅଧିକ ସଂଖ୍ୟକ ଲୋକ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୫ ହଜାର ୫୫୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୪୬୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୭୮ ଲକ୍ଷ ୯୪ ହଜାର ୮୦୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୫ ହଜାର ୯୭୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୪ ଲକ୍ଷ ୫୪ ହଜାର ୩୨୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୧ ଲକ୍ଷ ୧୪ ହଜାର ୫୦୮ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୧୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି କଟକ, ଦେବେଗଡ, ଗଜପତି, କାନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ, କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୫୮ ହଜାର ୬୪୬ ଜଣ। ରାଜ୍ୟରେ…

Read More

ଭୁବନେଶ୍ବର: ୩ ଦିନ ପରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି। ଆଜି ରାଜ୍ୟରେ ୯ ହଜାର ୫୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୩୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୪୧୯୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୫୮ ହଜାର ୬୪୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୫ ହଜାର ୨୬୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୮୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୯ ହଜାର ୫୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୩୪୨ ଜଣ,…

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ…

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ବିଛା ରାଶିଫଳ-ଆଜି ସାଧାରଣ ଲାଭର ଦିନ। ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ପଡିବ । ବିଶେଷ ଧ୍ୟାନ ଦିଅନ୍ତୁ ଯେ ପରିବାରରେ ଝଗଡ଼ା ନହୁଏ । ପରିବାରର ସଦସ୍ୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଦୂରେଇ ରଖନ୍ତୁ ।

Read More