Author: Samikhsya Bureau

ଭୁବନେଶ୍ୱର: ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରିଭୂତ ହୋଇଥିବା ଘୂର୍ଣ୍ଣିଝଡ “ୟଶ୍‌” ଉତ୍ତର-ଉତ୍ତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ପରିଚାଳିତ) ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଂଟା ପ୍ରତି ୮୦ ରୁ ୧୦୦ କି.ମି ତଥା ତୀବ୍ରତା ୧୨୦ କି.ମି ପର୍ଯ୍ୟନ୍ତ ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି। ତେବେ ପାଣିପାଗର ବିଭିନ୍ନ ପରିମାପକୁ ବିଚାରକୁ ନେଇ ଜଣାଯାଏ ଯେ ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ କମ ରହିପାରେ ବୋଲି ସେ କହିଛନ୍ତି। ସଦ୍ୟତମ ବିଶ୍ଳେଷଣ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୬୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୦୭, ସୁନ୍ଦରଗଡରୁ ୧୨୦୬, କଟକରୁ ୧୧୮୦, ଅନୁଗୁଳରୁ ୭୦୩, ସମ୍ବଲପୁରରୁ ୫୫୨, ବରଗଡରୁ ୪୧୨, ବଲାଙ୍ଗୀରିରୁ ୪୦୦, ପୁରୀରୁ ୩୮୯, ମୟୂରଭଞ୍ଜରୁ ୩୮୮, କଳାହାଣ୍ଡିରୁ ୩୭୫, ଯାଜପୁରରୁ ୩୪୯, ଝାରସୁଗୁଡାରୁ ୩୪୬, ନବରଙ୍ଗପୁରରୁ ୩୪୫, ବାଲେଶ୍ବରରୁ ୩୦୩, ଭଦ୍ରକରୁ ୨୯୮, ଢେଙ୍କାନାଳରୁ ୨୮୨, ଜଗତସିଂହପୁରରୁ ୨୬୪, ନୟାଗଡରୁ ୨୫୯, ସୋନପୁରରୁ ୨୩୯, ଗଞ୍ଜାମରୁ ୨୩୧, କୋରାପୁଟରୁ ୧୯୯, ନୂଆପଡାରୁ ୧୮୭, ବୌଦ୍ଧରୁ ୧୮୫, କେନ୍ଦ୍ରାପଡାରୁ ୧୪୮, କେନ୍ଦୁଝରରୁ ୧୩୮, ରାୟଗଡାରୁ ୧୩୨, ଦେବଗଡରୁ ୧୦୭, ଗଜପତିରୁ ୧୦୪, କନ୍ଧମାଳରୁ ୧୦୨, ମାଲକାନାଗିରିରୁ ୧୦୦ ଏବଂ ଷ୍ଟେଟ ପୁଲରୁ ୨୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଗତକାଲି କରୋନା ସ୍ଥିତି ଉପରମୁହାଁ ଥିବା ବେଳେ ଆଜି ତଳ ମୁହାଁ ହୋଇଛି। ଯାହା ଲୋକଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲିର ସଂଖ୍ୟାଠାରୁ ଅଧା। ଚିହ୍ନଟ ହୋଇଥିବା ୩୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୨ ଜଣ, ବାଲୁଗାଁ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୦ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି…

Read More

ଭୁବନେଶ୍ବର: ବାତ୍ୟାକୁ ନେଇ ୩ ଟି ଜିଲ୍ଲାରେ ତିନି ଦିନ ପାଇଁ ଟୀକାକରଣ ବନ୍ଦ ରହିବ। ୨୫, ୨୬ ଏବଂ ୨୭ ତାରିଖରେ ୩ ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ। ବାଲେଶ୍ଵର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ ପରୀକ୍ଷା ସହ ଟୀକାକରଣ ମଧ୍ୟ ବନ୍ଦ ରହିବ। ସେହିଭଳି ଆଉ ୩ ଟି ଜିଲ୍ଲାରେ ସ୍ଥିତି ଦେଖି ଜିଲ୍ଲାପାଳ ଟୀକାକରଣ ଏବଂ କୋଭିଡ ପରୀକ୍ଷା ଉପରେ ନିଷ୍ପତ୍ତି ନେବେ। କେନ୍ଦ୍ରାପଡା, ଜଗତସିଂହପୁର ଏବଂ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ କୁହାଯାଇଛି। ଏନେଇ ଏସିଏସ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୬୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ହଜାର ୯୦୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୫ ହଜାର ୮୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୭୩୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲକୁ ସମ୍ମାନଜନକ ନ୍ୟାସନାଲ ଆକ୍ରେଡିସନ ବୋର୍ଡ ଫର ହସ୍ପିଟାଲ୍ସ ଆଣ୍ଡ ହେଲଥକେୟାର ପ୍ରୋଭାଇଡର୍ସ (ଏନଏବିଏଚ) ସ୍ୱୀକୃତି ପ୍ରାପ୍ତ ହୋଇଛି। ଗତ ମେ ୧୩ ତାରିଖରୁ ଲାଗୁ ହୋଇଥିବା ଏହି ସ୍ୱୀକୃତି ଆସନ୍ତା ୪ ବର୍ଷ ଯାଏଁ ବଳବତ୍ତର ରହିବ। ଏନଏବିଏଚ ହେଉଛି କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆର ଏକ କନଷ୍ଟିଚ୍ୟୁଏଂଟ ବୋର୍ଡ ଅଟେ। ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱିତୀୟ ଥର ପାଇଁ ଏହି ଏନଏବିଏଚ ମାନ୍ୟତା ହାସଲ କରିଛି।

Read More

ଭୁବନେଶ୍ବର, ମହାମାରୀ ସମୟରେ ଅମ୍ଳଜାନ ଅଭାବ ଥିବା ରାଜ୍ୟମାନଙ୍କୁ ପର‌୍ୟ୍ୟାପ୍ତ ପରିମାଣର ଅମ୍ଳଜାନ ସହାୟତା ଏବଂ ରିଲିଫ୍ ଯୋଗାଇବା ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଅଛି। ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ଦ୍ୱାରା ଏପର‌୍ୟ୍ୟନ୍ତ ୧୫୦୦୦ ଟନ ଅମ୍ଳଜାନ ପରିବହନ କରାଯାଇଛି। କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି। ଆଜି ପର‌୍ୟ୍ୟନ୍ତ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଷ୍ଟିଲ ପ୍ଲାଣ୍ଟରୁ ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ ୨୨୫୨ ଟନ ତରଳ ମେଡିକାଲ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପରିବହନ କରି ସାରିଲାଣି। ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଚଳାଚଳ ଠାରୁ ତଥା…

Read More

ଭୁବନେଶ୍ବର, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ – କୋଭିଡ ଓ ବାତ୍ୟା ୟଶ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ। ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସିବା ପାଇଁ ସେ ଅନୁରୋଧ କରିଛନ୍ତି । କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି ।…

Read More

ଭୁବନେଶ୍ବର, ପାଞ୍ଚ ଜଣ ବରିଷ୍ଠ ଆଇଏସଙ୍କ ପରି ବରିଷ୍ଠ ଆଇପିଏସଙ୍କୁ ମଧ୍ୟ ପ୍ରଭାବିତ 5ଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଏ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ଅଫିସରୁ ଏକ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସେମାନେ ପ୍ରଭାବିତ ଜିଲ୍ଲାରେ କିପରି ବାତ୍ୟା ମୁକାବିଲା କରିବେ ସେ ନେଇ ତଦାରଖ କରିବେ। ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କୁ ପାଞ୍ଚୋଟି ଜିଲ୍ଲା ଦାୟିତ୍ବ ଦିଆଯାଇଛି ସେମାନେ ହେଲେ 1- କେନ୍ଦ୍ରାପଡା- ଜେ.ଏନ ପଙ୍କଜ, ପୋଲିସ ଡିଆଇଜି 2-ଜଗତସିଂହପୁର- ଅମିତାଭ ଠାକୁର, ଆଇଜି ପୋଲିସ 3-ଭଦ୍ରକ- ଅମିତେନ୍ଦ୍ର ନାଥ ସିହ୍ନା, ଆଇଜି ପୋଲିସ 4- ବାଲେଶ୍ବର- ଦୀପ୍ତେଶ ପଟ୍ଟନାୟକ, ଆଇଜି ପୋଲିସ 5- ମୟୁରଭଂଜ- ଅନିରୁଦ୍ଧ ସିଂହ, ଡିଆଇଜି ପୋଲିସ ପୂର୍ବରୁ ସରକାର ପାଞ୍ଚ ଟି ଜିଲ୍ଲାକୁ ୫ ଜଣ ଆଇଏଏସଙ୍କୁ ଦାୟିତ୍ଵ ଦେଇଛନ୍ତି। ହେମନ୍ତ ଶର୍ମା,ଆଇଏଏସ ଙ୍କୁ କେନ୍ଦ୍ରାପଡା ଦାୟିତ୍ଵ ଦିଆଯାଇଥିବା ବେଳେ ଶାଶ୍ଵତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ଵ ଦିଆଯାଇଛି। ସେହିଭଳି ଭଦ୍ରକ ଜିଲ୍ଲା ପାଇଁ ବୀର…

Read More

ଭୁବନେଶ୍ବର, ଆଜି ମଧ୍ୟାହ୍ନରୁ ଭୁବନେଶ୍ବର କଟକ ସମେତ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଉପକୂଳବର୍ତ୍ତି ଜିଲ୍ଲାମାନଙ୍କରେ ଆଜି ମଧ୍ୟାହ୍ନରୁ କଳାହାଣ୍ଡିଆ ମେଘ ଆସି ଅନ୍ଧାର କରିଦେଇଛି। କିଛି ସମୟ ପରେ ବର୍ଷା ସହିତ କୋହଲା ପବନ ମଧ୍ୟ ପ୍ରବାହିତ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ଆଜି ଉପକୂଳ ଜିଲ୍ଲାର ସମସ୍ତ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଏହା ହେଉଛି ବାତ୍ୟା ୟଶ୍ ଆସିବାର ପୂର୍ବ ସଙ୍କେତ। ଏଥିସହିତ ଏହି ଅଞ୍ଚଳରେ ପବନ ମଧ୍ୟ ପ୍ରବାହିତ ହେଉଛି। ତେବେ ଏହି ବର୍ଷା ଧିରେ ଧିରେ ପ୍ରବଳ ଆକାରକୁ ଧାରଣ କରିବ ବୋଲି ଅନୁମାନ କରାଯାଇଛି। ତେବେ ବାଲେଶ୍ବର ପାରାଦ୍ବୀପ ପ୍ରଭୃତି ସ୍ଥାନରେ ଏହି ବର୍ଷା ପ୍ରବଳ ହୋଇଥିବାର ଜଣାପଡିଛି।

Read More

ଭୁବନେଶ୍ବର, ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଶିଘ୍ର ସ୍ଥାନାନ୍ତରିତ କର। କୌଣସି ବିଳମ୍ବ ନ କରି ଏହି ନେଇ ପଦକ୍ଷେପ ନିଅ। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏହିପରି ଏକ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଏହି ଜରୁରୀ ବାର୍ତ୍ତାରେ ଏସଆରସି ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ଏହାକୁ ଗୁରୁତର ସହ ନେବାକୁ କହିଛନ୍ତି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହି ସ୍ଥାନାନ୍ତରିତ ପକ୍ରିୟା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମଙ୍ଗଳବାରରେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଥିଲା। ହେଲେ ବର୍ତ୍ତମାନ ବାତ୍ୟାର ପ୍ରଭାବକୁ ଦେଖି ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି। ସେହି ପରିବର୍ତ୍ତନ ଅନୁସାରେ ଆଜି ତୁରନ୍ତ ସ୍ଥାନାନ୍ତରିତ ପକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇଛି। ଗତ ୬ ଘଣ୍ଟା ଯାଏଁ ସମୁଦ୍ର ଭିତରେ ଏହା ଗତି କରି ନ ଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ…

Read More

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଅଧିକ ପ୍ରଭାବିତ ହେଉଥିବା ୫ ଟି ଜିଲ୍ଲାକୁ ୫ ଜଣ ଆଇଏଏସଙ୍କୁ ଦାୟିତ୍ଵ ଦିଆଯାଇଛି। ଆଇଏଏସ ଅଧିକାରୀ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ଵ ଦିଆଯାଇଥିବା ବେଳେ ଶାଶ୍ଵତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ଵ ଦିଆଯାଇଛି। ସେହିଭଳି ଭଦ୍ରକ ଜିଲ୍ଲା ପାଇଁ ବୀର ବିକ୍ରମ ଯାଦବଙ୍କୁ ଦାୟିତ୍ଵ ମିଳିଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ବିଶାଳ କୁମାର ଦେବ ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ କୁମାର ବଶିଷ୍ଠଙ୍କୁ ରାଜ୍ୟ ସରକାର ଦାୟିତ୍ଵ ଦେଇଛନ୍ତି।

Read More

Sun Halo: ଆଜି ଆଇଟି ସହର ବାଙ୍ଗାଲୁର ଆକାଶରେ ଦେଖାଦେଇଛି ଏକ ଅଭୁତ ଦୃଶ୍ୟ। ଏହି ଦୃଶ୍ୟ ଦେଖିବା ପାଇଁ ସହରର ଲୋକେ ବାହାରକୁ ଆସି ଉପଭୋଗ କରିବାକୁ ଲାଗିଲେ। ଏହି ଅଭୁତ ଦୃଶ୍ୟଟି ହେଉଛି ଯେ, ଆଜି ଠିକ୍ ମଧ୍ୟାହ୍ନରେ ବାଙ୍ଗାଲୁର ଆକାଶରେ ସୂର୍ଯ୍ୟଙ୍କର ଚାରିପଟେ ଏକ ବଳୟ ଦେଖିବାକୁ ମିଳିଥିଲା। ତେବେ ଏହି ସାଧାରଣ ବଳୟ ନ ଥିଲା। ଇନ୍ଦ୍ରଧନୁ ପରି ରଂଗୀନ ବଳୟ ଥିଲା। ପ୍ରାୟ 22 ଡିଗ୍ରୀ ପରଧିର ଏହି ବଳୟ ଭିତରେ ସୂର୍ଯ୍ୟ ରହିଥିଲେ। ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ଥିବା ବେଳେ ଏହି ବଳୟ ସୃଷ୍ଟି ହୋଇଥିଲା। ସାଧାରଣତଃ ବର୍ଷା ହେଲେ ଇନ୍ଦ୍ରଧନୁ ଦେଖାଦେଇଥାଏ। ମାତ୍ର ବାଙ୍ଗାଲୁରରେ ଆଜି ସକାଳୁ ପାଗ ଶୁଖିଲା ଅଛି। ହେଲେ ଆକାଶରେ ଠାଏଁ ଠାଏଁ  ମେଘ ରହିଛି। କିନ୍ତୁ ସୂର୍ଯ୍ୟଙ୍କୁ ଘୋଡାଇ ହେବା ପରି ମେଘ ନ ଥିଲା। ଏହିପରି ବଳୟ ବେଶ କିଛି ସମୟ ଧରି…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ କରୋନା କଟକଣାକୁ ଫୁ କରି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାରଙ୍କ ନାଗିନ୍ ନୃତ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବା ବେଳେ ରାଜ୍ୟ ସରକାର କରୋନା ମହାମାରୀର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଶକ୍ତ କଟକଣା ଜାରି କରିଛନ୍ତି। ଲକଡାଉନ, ସର୍ଟଡାଉନ ସହ ବିବାହ, ବ୍ରତ, ଭୋଜିଭାତ ଓ ଜନସମାବେଶ ଉପରେ ବିଭିନ୍ନ କଟକଣା ଜାରି କରାଯାଇଛି। ମାତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଗନ୍ନାଥପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଗନ୍ନାଥପୁର ଗ୍ରାମରେ ଗତ ଶୁକ୍ରବାର ରାତିରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।ବିବାହ ଉତ୍ସବରେ ୨୫ଜଣଙ୍କ ପରିବର୍ତ୍ତେ ଶତାଧିକ ଲୋକ ସାମିଲ ହୋଇଥିଲେ। ବାଜାବାଣ ଫୁଟାଇ ଶତାଧିକ ବରଯାତ୍ରୀ ଦଳ ବେଫିକର ଭାବେ ଶୋଭାଯାତ୍ରା କରିଥିଲେ। ଏହି ବରଯାତ୍ରୀ ଦଳରେ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ଓ ପ୍ରଶାସନିକ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି। ବେଆଇନ ଗୋରୁ ଚାଲାଣ କରୁଥିବା ଏକ କଣ୍ଟେନରକୁ ପୋଲିସ ଜବତ କରିଛି। ସେଥିରେ ୪୫ ଟି ଗୋରୁଙ୍କୁ ପୋଲିସ ଉଦ୍ଧାର କରିବା ସହ ଡ୍ରାଇଭରକୁ ଗିରଫ କରିଛି। ସୂଚନା ମୁତାବକ, କୌଣସି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଟିମ୍ ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ। ତେବେ ପାଖାପାଖି ରାତି ୨ ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଦୀକ୍ଷିତପଡ଼ାରୁ ଏକ ଗାଈ, ଷଣ୍ଢ ବୋଝେଇ କଣ୍ଟେନର ବାହାରି କୋଲକାତାର ଏକ କଂସେଇଖାନା ଅଭିମୁଖେ ଯାଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପୋଲିସ ଦ୍ୱାରା ଧରା ପଡିଥିଲା। ଗାଡ଼ି ଡ୍ରାଇଭରକୁ ପୋଲିସ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୨୧୧/୨୧ ରେ ମାମଲା ରୁଜୁ କରିଛି। ଗାଡ଼ି ଡ୍ରାଇଭର ଜଣଙ୍କ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଗତକାଲି ସଟଡାଉନ ରାତିରେ ଲୁଟେରାମାନେ ସକ୍ରିୟ ହୋଇଥିବା ଦେଖାଯାଇଛି। ଏଟିଏମ ମେସିନ୍ ଭାଙ୍ଗି ଟଙ୍କା ଲୁଟିନେବାକୁ ଲୁଟେରା ଉଦ୍ୟମ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡାଘାଟ ଗଣେଶ ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସଟ୍ ଡାଉନ ଯୋଗୁଁ ଲୋକେ ଘରେ ରହିଥିବା ବେଳେ ବଜାର ଘାଟ ଶୁନ୍ ଶାନ୍ ଥିଲା। ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ କାନାଡା ବ୍ୟାଙ୍କ୍ ର ଏଟିଏମ ମେସିନ୍ କୁ ଲୁଟେରା ମାନେ ଭାଙ୍ଗି ଦେଇଥିଲେ। ହେଲେ ମେସିନ୍ ରୁ ଟଙ୍କା ନେବାରେ ସେମାନେ ବିଫଳ ହୋଇଥିଲେ। ସକାଳୁ ସକାଳୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଉକ୍ତ ଏଟିଏମରୁ ଟଙ୍କା ଉଠାଇବାକୁ ଯିବା ସମୟରେ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ। ତେବେ ସି ସି ଟିଭି ଫୁଟେଜ୍ ରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଲୁଟେରାମାନଙ୍କ ପରିଚୟ ମିଳିପାରିବ ବୋଲି କୁହାଯାଇଛି।

Read More

ଭୁବନେଶ୍ବର: ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇପାରନ୍ତି। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଲୋଚନା କରିବେ। ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୃହମନ୍ତ୍ରୀ ଆଲୋଚନା କରିବେ। ଏହାସହ ପ୍ରାଭାବିତ ହେଉଥିବା କେନ୍ଦ୍ରଶାସିତ ଅଞ୍ଚଳର ଉପ-ରାଜ୍ୟପାଳଙ୍କ ସହ ଅମିତଶାହ ଆଲୋଚନା କରିବେ।

Read More

ଭୁବନେଶ୍ବର: ବଙ୍ଗୋପସାଗରରେ ସକାଳ ୫ ଟା ୩୦ରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇଛି। ଗତ ୬ ଘଣ୍ଟା ଯାଏଁ ସମୁଦ୍ର ଭିତରେ ଏହା ଗତି କରିନ ଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ତେବେ ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ୟସ୍ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ପାରାଦୀପ ଏବଂ ସାଗର ଦୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଯୋଗୁଁ ୧୦ଟି ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। ୧୦ ଟି ଜିଲ୍ଲାରେ କଟକଣାକୁ ୨ ଘଣ୍ଟା କୋହଳ କରାଯାଇଛି। ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି। ଆଜି ଏବଂ ଆସନ୍ତାକାଲି ପାଇଁ କଟକଣାକୁ କୋହଳ କରାଯାଇଛି। ସକାଳ ୭ ଟା ରୁ ଦିନ ୧ ଟା ପର୍ଯ୍ୟନ୍ତ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ପୂର୍ବରୁ ଏହି କଟକଣାକୁ ଦିନ ୧୧ ଟା ପର୍ଯ୍ୟନ୍ତ ରଖାଯାଇଥିଲା। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୨୨ ହଜାର ୩୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୪୫୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬୭ ଲକ୍ଷ ୫୨ ହଜାର ୪୪୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩ ହଜାର ୭୨୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୭ ଲକ୍ଷ ୨୮ ହଜାର ୧୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୭ ଲକ୍ଷ ୨୦ ହଜାର ୭୧୬ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୧୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ  ଗଞ୍ଜାମ, ଝାରସୁଗୁଡା ଜିଲ୍ଲାରୁ ୪ ଜଣ, ଅନୁଗୁଳ, କଳାହାଣ୍ଡି ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଗଜପତି, ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି, କଟକ, କେନ୍ଦୁଝର, ନୟାଗଡ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୮୯ ହଜାର ୬୧୦ ଜଣ।…

Read More