ଭୁବନେଶ୍ୱର: କେବଳ ଛୋଟ ପିଲା ଏବଂ ଗର୍ଭବତୀ ମା’ମାନଙ୍କ ପୋଷଣ ଓ ସ୍ୱାସ୍ଥ୍ୟରକ୍ଷା ପାଇଁ ନୁହେଁ, କୋଭିଡ୍ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନବାଡ଼ି କାର୍ଯ୍ୟକର୍ତ୍ତାମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରି ଚାଲିଛନ୍ତି। ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ହେଉ କିମ୍ବା ଗୃହ ପୃଥକବାସ ବା କ୍ୱାରାଣ୍ଟାଇନ୍ ପରିଚାଳନା ହେଉ ସବୁଥିରେ ସେମାନେ ଖୁବ୍ ଭଲ କାମ କରୁଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଅଙ୍ଗନବାଡି କର୍ମଚାରୀଙ୍କୁ ପ୍ରସଂଶା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭୦ ହଜାରରୁ ଊର୍ଦ୍ଧ ଆଇସିଡିଏସ୍ କର୍ମକର୍ତ୍ତାଙ୍କ ପାଇଁ ଅନୁଷ୍ଠିତ ଭର୍ଚୁଆଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ଆସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଏବଂ ଗୁରୁତର ରୋଗ ଥିବା ବ୍ୟକ୍ତି ଚିହ୍ନଟ ବା ସର୍ଭେ କାର୍ଯ୍ୟ ଆରମ୍ଭ କରିବେ। ଏଥିରେ ସେମାନେ ନିଶ୍ଚିତ ଭାବେ…
Author: Samikhsya Bureau
ଭୁବନେଶ୍ୱର: ବଙ୍ଗୋପ ସାଗରରେ ଆସନ୍ତା କାଲି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାରେ ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ। ଏହି ଲଘୁଚାପ ଘୂର୍ଣ୍ଣିଝଡ଼ ରେ ପରିଣତ ହେଲେ ମେ ୨୬ ତାରିଖରେ ଏହା ଓଡିଶା-ପଶ୍ଚିମ ବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗର ଆକଳନ ଅନୁଯାୟୀ ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ମେ ୨୫ ତାରିଖ ସୁଦ୍ଧା ଘୁର୍ଣ୍ଣିଝଡ଼ରେ ପରିଣତ ହେବ ବୋଲି ଆକଳନ କରାଯାଉଛି। ଏହା ମୁଖତଃ ଉତ୍ତର -ଉତ୍ତର ପଶ୍ଚିମ ଦିଗରେ ଓଡିଶା ଉପକୂଳ ମୁହାଁ ହୋଇ ଓଡିଶା -ପଶ୍ଚିମ ବଙ୍ଗ ଉପକୂଳ ଆଡକୁ ଗତି କରିବ ବୋଲି କେନ୍ଦ୍ରର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଏହି ଘୁର୍ଣ୍ଣିଝଡ଼ ଓଡିଶାର ଭଦ୍ରକ କିମ୍ବା ବାଲେଶ୍ୱର…
ଭୁବନେଶ୍ବର/ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ଏକ କୋଭିଡ ହସ୍ପିଟାଲକୁ ଲୋକାର୍ପଣ କରିଛନ୍ତି। ଭିଡିଓ କଂଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି। ଏହା ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହୋଇଥିବା ବେଳେ ଏଥିରେ ୨୦ ଟି ଆଇସିୟୁ, ୪୦ ଟି ଏଚଡିୟୁ ଏବଂ ୯୦ ଟି ସାଧାରଣ ଶଯ୍ୟାର ବ୍ୟବସ୍ଥା ରହିଛି। ପୁରୀର ବାଲିଗୁଆଳିରେ ଉକ୍ତ ହସ୍ପିଟାଲକୁ ନିର୍ମାଣ କରାଯାଇଛି। ସମ ହସ୍ପିଟାଲର ତତ୍ବାବଧାନରେ ଚାଲିବ ଏହି ନୂଆ କୋଭିଡ ହସ୍ପିଟାଲ। ପୁରୀରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଦ୍ଵାରା ସ୍ଥାନୀୟ ଲୋକେ ଉପକୃତ ହେବେ ବୋଲି କୁହାଯାଉଛି।
ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଝାରପଡା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ଆଇଏଫଏସ ଅଭୟକାନ୍ତ ପାଠକ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ଝାରପଡା ଜେଲର ଆଇସୋଲେସନ ୱାର୍ଡରେ ରଖାଯାଇଛି। ଝାରପଡା ଜେଲରେ ୧୯୫ ନମୁନା ମଧ୍ୟରୁ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବିଧାୟକ ପାଣିଗ୍ରାହୀ ଏବଂ ଅଭୟକାନ୍ତ ପଜିଟିଭ ଚିହ୍ନଟ ହୋଇଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ବଙ୍ଗୋପସାଗରରେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓସୱାନ୍ ଭି.ସି ରୁମ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଓ ପାରାଦ୍ବୀପ ପ୍ରକଳ୍ପ ନିର୍ଦ୍ଦେଶକ, ଡି. ଆର୍.ଡି.ଏ, ଉପଜିଲ୍ଲାପାଳ, ସମସ୍ତ ବ୍ଲକର ବିଡିଓ, ତହସିଲଦାର, କ୍ଷେତ୍ର ବିଭାଗୀୟ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଲେ ସାମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ଅଧିକାରୀ ପ୍ରସ୍ତୁତ ରହିବେ। ବାଲିକୁଦା, ଏରସମା, କୁଜଙ୍ଗ ଓ ତିର୍ତ୍ତୋଲ ବ୍ଳକକୁ ଅଧିକ ପ୍ରାଧାନ୍ୟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳରୁ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରିବା ହେଉଛି ପ୍ରଥମ ପ୍ରାଥମିକତା। ଯେହେତୁ କୋଭିଡ୍ ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ଲକଡାଉନ୍ ଘୋଷଣା କରାଯାଇଛି। ସେଥିପ୍ରତି ଦୃଷ୍ଟି ଦେଇ ଆଣ୍ଟିଜେନ୍ ଟେଷ୍ଟ ଓ…
ଭୁବନେଶ୍ୱର: ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ବିରଳ ଜନ୍ମଗତ ତ୍ରୁଟି ଥିବା ମାତ୍ର ୧୨ ଦିନର ନବଜାତ ଶିଶୁର ଜୀବନ ବଂଚାଇବାରେ ସକ୍ଷମ ହୋଇପାରିଛନ୍ତି ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଡାକ୍ତର। ଶିଶୁଟିର ଜନ୍ମରୁ ହିଁ ନିଶ୍ୱାସ ନେବାରେ ସମସ୍ୟା ରହିଥିଲା। ଶିଶୁ ଶରୀରର ଛାତି ଓ ପେଟ ମଧ୍ୟରେ ଥିବା ଡାୟାଫ୍ରାମ ରେ ଏକ ବଡ଼ ଛିଦ୍ର ଥିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିଲା। ଏହା ଏକ ଜନ୍ମଗତ ତ୍ରୁଟି ହୋଇଥିବା ବେଳେ ତଳିପେଟରେ ଥିବା ଅନ୍ତ୍ର ଇତ୍ୟାଦି ଛାତିକୁ ଚାଲିଯାଉଥିଲା ବୋଲି ଏହି ବିରଳ ଅସ୍ତ୍ରୋପଚାର ସମ୍ପାଦନ କରିଥିବା ହସ୍ପିଟାଲର ପେଡ଼ିଆଟ୍ରିକ ସର୍ଜରୀ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ସୂଚନା ଦେଇଛନ୍ତି। ଡକ୍ଟର ପ୍ରଧାନ କହିଛନ୍ତି ଯେ ସମ କୁ ଆସିବା ପୂର୍ବରୁ ଶିଶୁଟିର ୧୦ ଦିନ ଧରି ବାହାରେ ଚିକିତ୍ସା ହୋଇଥିଲେ ମଧ୍ୟ ହସ୍ପିଟାଲ କୁ ଆସିବା ସମୟରେ ତାର…
ଭୁବନେଶ୍ୱର: ଆସନ୍ତାକାଲି ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୪ ତାରିଖରେ ଏହା ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ପରେ ଏହା ୨୬ ତାରିଖ ସକାଳ ସୁଦ୍ଧା ସ୍ଥଳ ଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ଅନୁମାନ କରାଯାଇଛି। ଆସନ୍ତା ୨୬ ଅପରାହ୍ନରେ ଭଦ୍ରକ କିମ୍ବା ବାଲେଶ୍ୱର ଉପକୂଳ କିମ୍ବା ଏହାର ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳର ଦୀଘା ବା କଣ୍ଟାଇ ପାଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ସ୍ଥଳଭାଗ ଛୁଇଁବା ପରେ ଏହା ମୟୂରଭଞ୍ଜ, ଝାଡ଼ଖଣ୍ଡ ଦେଇ ବିହାର ଆଡ଼କୁ ଗତି କରିପାରେ। ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। କଟକର ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗାରେ ବି ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୪ ତାରିଖ ରାତିରୁ ବାଲେଶ୍ୱର ଓ ଆଖାପାଖ ଅଞ୍ଚଳରେ ବର୍ଷା ଆରମ୍ଭ…
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ତିରୋଧାମ ଦିବସରେ ରାହୁଳ ଗାନ୍ଧିଙ୍କର ଶ୍ରଦ୍ଧାଞ୍ଜଳି
କଲିକତା: ନାରଦା ମାମଲାରେ ପଶ୍ଚିମବଙ୍ଗର ଦୁଇ ଜଣ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଆଉ ଜଣେ ପୂର୍ବତନ ମେୟର ଗିରଫ ହୋଇଛନ୍ତି। କଲିକତା ହାଇକୋର୍ଟ ଏହି ମାମଲାର ଆଜି ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି। ଆଜିର ଏହି ଶୁଣାଣିରେ ଦୁଇ ବିଚାରପତିଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିଲା। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ନେତାଙ୍କୁ ଗୃହ ବନ୍ଦୀ କରିବାକୁ ଆଦେଶ ଦେଇଥିବା ବେଳେ ବିଚାରପତି ଅର୍ଜିତ ବାନାର୍ଜୀ ଅଗ୍ରୀମ ଜାମିନ ପାଇଁ ଆଦେଶ ଦେଇଥିଲେ। ତେବେ ଗିରଫ ନେତାଙ୍କ ଜାମିନ ଆବେଦନ ପାଇଁ ତିନି ଜଣିଆ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣୀ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀକୁ ଦେଖି ବର୍ତ୍ତମାନ ଗିରଫ ନେତାଙ୍କୁ ଗୃହ ବନ୍ଦୀ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: କରୋନା ମହାମାରୀର ଭୀଷଣତାକୁ ବିଚାରକୁ ନେଇ କେନ୍ଦ୍ର ସରକାର ଲୋକଙ୍କ ସୁବିଧା ପାଇଁ ଟିକସ ଓ ତତସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟର ଅନ୍ତିମ ତାରିଖକୁ ବଢାଇ ଦେଇଛନ୍ତି। ବିଭିନ୍ନ ସମ୍ପୃକ୍ତିପକ୍ଷ ଓ ବ୍ୟକ୍ତିବିଶେଷଙ୍କ ଅନୁରୋଧ କ୍ରମେ ଏହି ପଦକ୍ଷେପ ନିଆଯାଇଛି। ତଦନୁସାରେ ଆୟକର ଆଇନ ୧୯୬୧ ଅନୁସାରେ ନିମ୍ନଲିଖିତ କ୍ଷେତ୍ରରେ ଅନ୍ତିମ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୧) ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଉଦ୍ଧିଷ୍ଟ ବିତ୍ତୀୟ କାରବାର ବିବରଣୀ (ଏସ୍ଏଫ୍ଟି) ପ୍ରଦାନର ଶେଷ ତାରିଖ ଚଳିତମାସ ୩୧ତାରିଖ ଧାର୍ଯ୍ୟ ହୋଇଥିଲା। ସରକାର ଏହାକୁ ଆଉ ଏକ ମାସ ଅର୍ଥାତ୍ ଆଗାମୀ ଜୁନ ୩୦ ତାରିଖ ଯାଏ ବଢାଇ ଦେଇଛନ୍ତି। ୨) ୨୦୨୦ କ୍ୟାଲେଣ୍ଡର ବର୍ଷ ପାଇଁ ରିପୋର୍ଟେବୁଲ ଆକାଉଣ୍ଟ ଷ୍ଟେଟମେଣ୍ଟ ବା ବିବରଣୀ, ଯାହା ଚଳିତବର୍ଷ ୩୧ତାରିଖ ସୁଦ୍ଧା ଦାଖଲ କରିବା ଆୟକର ଆଇନ ଅନୁସାରେ ସ୍ଥିରୀକୃତ, ତାହାର ସମୟସୀମାକୁ ୨୦୨୧ ଜୁନ ୩୦ଯାଏ ବୃଦ୍ଧି କରାଯାଇଛି। ଜୁନ ୩୦ ଏହି ବିବରଣୀ ଦାଖଲର…
ସୀତାରାମ ଅଗ୍ରୱାଲ ଚିଲିକା: କରୋନା ମହାମାରୀ ଯୋଗୁଁ ଲକଡାଉନ ଜାରି ରହିଥିବା ବେଳେ ଏହି ସମୟରେ ଘର ପାଖରେ ଲୋକଙ୍କୁ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ପକ୍ଷରୁ ଆଜି ରାଜସ୍ବ ରଥର ଶୁଭାରମ୍ଭ ହୋଇଛି। ତହସିଲଦାର ପୁନମ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହରିପୁର ପଞ୍ଚାୟତରୁ ଏହାର ଶୁଭାରମ୍ଭ ହୋଇଛି। ଏଥିରେ ଅନ୍ୟତମ ଅଧିକାରୀ ଭାବେ ଅତରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ଅଭିଲେଖପାଳ ପ୍ୟାରୀ ମୋହନ ପଟ୍ଟନାୟକ, କନିଷ୍ଠ ରାଜସ୍ବ ସହାୟକ ମଙ୍ଗରାଜ ବେହେରା ଏବଂ ଅନ୍ୟ ତହସିଲ କର୍ମଚାରୀମାନେ ଘରକୁ ଘର ଯାଇ ହିତାଧିକାରୀଙ୍କୁ ଜମି, ଘର ପଟ୍ଟା ଏବଂ ଅନ୍ୟାନ ପ୍ରମାଣପାତ୍ର ପ୍ରଦାନ କରୁଥିବାର ଦେଖାଯାଇଛି। ତେବେ ଖବର ଲେଖା ହେଲା ବେଳଯାଏଁ ହିତାଧିକାରୀଙ୍କୁ ୧୭ ଟି ଜମି ପଟ୍ଟା ଏବଂ ୨୧ ଟି ପ୍ରମାଣପତ୍ର ବଣ୍ଟନ ସରିଥିବା ନେଇ ତହସିଲଦାର ସୁଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ତହସିଲର…
ଭୁବନେଶ୍ବର: ଆଜି ସନ୍ଧ୍ୟା ୫:୩୦ ମିନିଟରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କଂଫରେନ୍ସ ରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ।
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବର ସ୍ଥିତ ଝାରପଡା ଜେଲରୁ ୯୬ ଜଣ ପଜିଟିଭ ଚିହ୍ନଟ ଅଛନ୍ତି। ଚିହ୍ନଟ ୯୬ ଜଣଙ୍କ ମଧ୍ୟରୁ କିଛି ଜେଲ କର୍ମଚାରୀ ଏବଂ କଏଦୀ ଅଛନ୍ତି। ଝାରପଡା ଜେଲରେ ମୋଟ ୧୯୫ ଜଣଙ୍କ ଠାରୁ ସ୍ଵାବ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ୯୬ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିବା ସୂଚନା ରହିଛି।
ମୁମ୍ବାଇ: ମହାରାଷ୍ଟ୍ରର ଗଢଚିରେଲିରେ ସୁରକ୍ଷାକର୍ମୀଙ୍କ ସହ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗଢଚିରେଲି ଜଙ୍ଗଲରେ ମହାରାଷ୍ଟ୍ର ପୋଲିସର ସି୬୦ କମାଣ୍ଡୋ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟରେ ୧୩ ନକ୍ସଲଙ୍କ ମୃତ୍ୟୁ ହୋଇଛି। ତଦନ୍ତ ଅଭିଯାନ ଏବେ ବି ଜାରି ରହିଛି। ସୁଚୋନା ଅନୁଯାୟୀ, କୋଟମିର ଏକ ଜଙ୍ଗଲ ଅଞ୍ଚଳରେ ମିଟିଂ ପାଇଁ ନକ୍ସଲମାନେ ଏକତ୍ରିତ ହୋଇଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଯାହାଫଳରେ ପୋଲିସ ତଦନ୍ତ ଅଭିଯାନ ଆରମ୍ଭ କରିଦେଇଥିଲା। ପୋଲିସଙ୍କ ତଦନ୍ତ ଖବର ମିଳିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇଥିଲେ। ଏହାପରେ ପୋଲିସ ପକ୍ଷରୁ ପାଲଟା ଆକ୍ରମଣ ହୋଇଥିଲା। ଯାହା ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ସକାଳ ୫.୩୦ ମିନିଟ ସମୟରେ ହୋଇଥିବା ଆକ୍ରମଣରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡିଆଇଜି ସନ୍ଦୀପ ପାଟିଲ ଏନେଇ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ, ଶୁକ୍ରବାର ଦିନ ପଞ୍ଜାବର ମୋଗା ନିକଟରେ ଏକ ମିଗ୍ -21 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଭାରତୀୟ ବାୟୁସେନାର ପାଇଲଟ ଅଭିନବ ଚୌଧୁରୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି। ଶୁକ୍ରବାର ପ୍ରାୟ ରାତି ପ୍ରାୟ 1ଟା ସମୟରେ ପଂଜାବର ମୋଗାର ବାଗପୁରାନାର ଲାଙ୍ଗିଆନା ଗ୍ରାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେତେବେଳେ ଆଇଏଏଫ୍ ବିମାନଟି ଏକ ଦୈନିକ ପ୍ରଶିକ୍ଷଣ ପାଇଁ ଉଡାଣ ଭରିଥିଲା ବୋଲି ବାୟୁସେନା ଅଧିକାରୀ କହିଛନ୍ତି। ତେବେ ଏହି ଦୁର୍ଘଟଣାର କାରଣ ସଂପର୍କରେ ଜାଣିବା ପାଇଁ ବାୟୁ ସେନା ତଦନ୍ତ ନିର୍ଦ୍ଦେଶ ଦେଇଛି।
ନୂଆଦିଲ୍ଲୀ, ଭାରତୀୟ ବଜାର ପାଇଁ ପ୍ରତିଷ୍ଠିତ କାର ନିର୍ମାତା ଟୟୋଟା କଂପାନୀ ଏକ ଶସ୍ତା କାର ଆଣିବାକୁ ନିଷ୍ପତି କରିଛି। ଭାରତୀୟ ଗ୍ରାହକଙ୍କୁ ଲକ୍ଷ ରଖି କଂପାନୀ ଏହି କାର ଲଞ୍ଚ କରିବାକୁ ଯାଉଛି। ଏହି କାରଟି ମାରୁତି ସେଲେରିଓ ଏବଂ ହିଣ୍ଡାଇ ଗ୍ରାଣ୍ଡ ଆଇ10 କୁ ଟକ୍କର ଦେବ ବୋଲି ବଜାର ସମୀକ୍ଷକ କହିଛନ୍ତି। ତେବେ ଟୟୋଟା ଆଣୁଥିବା ଏହି ନୂଆ ଶସ୍ତା କାରର ନାମ ରହିଛି AGYA । ଏହାର ଦାମ ପ୍ରାୟ 6 ଲକ୍ଷ ଟଙ୍କା ଭିତରେ ରହିବ ବୋଲି ଜଣାପଡିଛି। ତେବେ କଂପାନୀ ପୂର୍ବରୁ ଏହି ବ୍ରାଣ୍ଡର କାର ଅନ୍ୟ ଦେଶରେ ବିକ୍ରି କରୁଛି। ଏହି ଗାଡିରେ ଟଚ୍ ସ୍କ୍ରିନ ଇନଫୋଟେନମେଣ୍ଟ, ଅଟୋମେଟିକ କ୍ଲାଇମେଟ ନିୟନ୍ତ୍ରଣ ରହିଛି। ଏହି କାରଟି ଭାରତୀୟ ବଜାରରେ ଆଦୃତ ଲାଭ କରିବ ବୋଲି କଂପାନୀ ଆଶା ରଖିଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୯ ହଜାର ୫୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୨୦୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬୦ ଲକ୍ଷ ୩୧ ହଜାର ୯୯୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୮ ହଜାର ୩୪୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୭ ଲକ୍ଷ ୧୨ ହଜାର ୭୩୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୦ ଲକ୍ଷ ୨୭ ହଜାର ୯୨୫ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୦୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆପଡା, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ବଲାଙ୍ଗୀରି, ବୌଦ୍ଧ, ଗଜପତି, ଝାରସୁଗୁଡା, ନବରଙ୍ଗପୁର, ପୁରୀ ଏବଂ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୫୬ ହଜାର ୫୦୧ ଜଣ। ରାଜ୍ୟରେ ଏବେ…
ଭୁବନେଶ୍ବର: ଆଜି ରାଜ୍ୟରେ ୧୨ ହଜାର ୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୦୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୫୫୧୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୫୬ ହଜାର ୫୦୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୯ ହଜାର ୪୩୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୦୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୨ ହଜାର ୫୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୨ ଜଣ, ଅନୁଗୁଳ ଜିଲ୍ଲାରୁ ୯୩୦ ଜଣ,…
ମେଷ ରାଶି- ଦୁଃଖଦ ଖବର ମିଳିପାରିବ। ବିଭିନ୍ନ କ୍ଷେତ୍ରରୁ ବିରୋଧ ହେବ। ଏକ ନିର୍ଦ୍ଦୟ ପଳାୟନ ହେବ। ଲାଭ ସୁଯୋଗକୁ ସ୍ଥଗିତ ରଖାଯିବ। ବିବାଦ କର ନାହିଁ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବନ୍ଦ ପଡିଥିବା ଟଙ୍କା ମିଳିବ। ବୃଷ ରାଶି- ସୁଖର ମାଧ୍ୟମ ସଂଗ୍ରହ କରିବ। ପ୍ରୟାସ ସଫଳ ହେବ। ଆଜି ସମ୍ମାନ ପାଇବେ। ବ୍ୟବସାୟ ଭଲ କରିବ। ଖୁସି ହେବେ। ଚାକିରିରେ ଆପଣ ଚାହୁଁଥିବା ପଦୋନ୍ନତି ପାଇବାକୁ ସୁଯୋଗ ପାଇବେ। ଧର୍ମର କାର୍ଯ୍ୟ ପ୍ରତି ଆଗ୍ରହ ଆପଣଙ୍କ ମନୋବଳ ବୃଦ୍ଧି କରିବ । ଅପରିଚିତ ଲୋକଙ୍କୁ ବିଶ୍ୱାସ କର ନାହିଁ । ମିଥୁନ ରାଶି- ଖର୍ଚ୍ଚ ଅପଚୟ ହେବ। ଅତିଥିମାନେ ଘରକୁ ଆସିବେ। ଭଲ ଖବର ପାଇବ। ସଂପତ୍ତିର ମୂଲ୍ୟ ବୃଦ୍ଧି ହେବ। ବିବାଦ କର ନାହିଁ। ଆର୍ଥିକ ସ୍ଥିତିରେ ସୁଧାର ଆସିବାର…
ଭୁବନେଶ୍ବର, 2021 ର ପ୍ରଥମ ଚନ୍ଦ୍ରଗ୍ରହଣ 26 ମଇରେ ହେବ । ଚନ୍ଦ୍ରଗ୍ରହଣ ଦିନ ବୁଦ୍ଧ ପୂର୍ଣ୍ଣିମା ବା ବୈଷ୍ଣବ ପୂର୍ଣ୍ଣିମା ମଧ୍ୟ ଅଛି । ଚନ୍ଦ୍ର ଗ୍ରହଣ ଜ୍ୟୋତିଷ ଶାସ୍ତ୍ର ସହିତ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି । ଏହି ଚନ୍ଦ୍ର ଗ୍ରହଣ ହେଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଭାରତରେ ଚନ୍ଦ୍ର ଗ୍ରହଣ ଅପରାହ୍ନ 2.17 ରୁ ଆରମ୍ଭ ହୋଇ ସନ୍ଧ୍ୟା 07.19 ରେ ଶେଷ ହେବ । ତେବେ ଏହି ଚନ୍ଦ୍ର ଗ୍ରହଣରେ ଚନ୍ଦ୍ର ବେଶ୍ ଲାଲ ବା ରକ୍ତ ରଂଗର ଦେଖାଯିବେ, ଯାହାକୁ ରକ୍ତ ଚନ୍ଦ୍ର ବୋଲି କୁହାଯାଏ ରକ୍ତ ଚନ୍ଦ୍ର କ’ଣ ଯେତେବେଳେ ପୃଥିବୀ , ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସନ୍ତି, ସେତେବେଳେ ଏହି ଗ୍ରହଣ ସୃଷ୍ଟି ହୋଇଥାଏ। ଏହାକୁ ଚନ୍ଦ୍ର ଗର୍ହଣ କୁହାଯାଇଥାଏ। ଏହି ସମୟରେ ପୃଥିବୀ ରହୁଥିବାରୁ ସୂର୍ଯ୍ୟ କିରଣ ଚନ୍ଦ୍ରକୁ ଯାଇପାରେ ନାହିଁ। ଫଳରେ ଚନ୍ଦ୍ର କିଛି ସମୟ…

