ମେଷ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁଖ ଅନୁଭବ କରିବେ। ଏହି ମୂଲ୍ୟ ବସ୍ତ୍ରଭୂଷଣ ଏବଂ ଆନନ୍ଦ-ପ୍ରମୋଦ ରହିବ। ଆଦର୍ଶଗତ ଭାବରେ, ମନୋବଳ ଦୃଢରହିବ। ମନ ସୃଜନଶୀଳ ପ୍ରବୃତ୍ତିରେ ରହିବ। ଦିନଟି ଖୁସିରେ ବିତାଇବ। ବୌଦ୍ଧିକ ଧାରା ଏବଂ ଆଲୋଚନା ପାଇଁ ଦିନଟି ଭଲ। ବୃଷ: – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ। କୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନବାନ ହୁଅନ୍ତୁ । ପ୍ରତ୍ୟେକ ବିଷୟର ମଧ୍ୟମ ଆଚରଣ ଅପଚୟରୁ ଦୂରେଇ ରହିବେ। ମନ ବ୍ୟସ୍ତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ଅଛି, ତଥାପି କୌଣସି କ୍ଷତି ହେବ ନାହିଁ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବେ। ମିଥୁନ: – ଆଜି ଆପଣଙ୍କ ଆୟ ଏବଂ ଲାଭର ବୃଦ୍ଧିକୁ ସୂଚାଇ ଦେଉଛି । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ମନ ଖୁସି ହେବ। ବ୍ୟବସାୟରୁ ଲାଭବାନ ହେବେ। ଶାରୀରିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆୟ…
Author: Samikhsya Bureau
ଭୁବନେଶ୍ବର, ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା ଧିରେଧିରେ କାୟା ବିସ୍ତାର କରିବାରେ ଲାଗିଲାଣି। ଏପରି କ୍ଷେତ୍ରରେ ପ୍ରତିଟି ଗାଁ ପାଇଁ ସାହା ଭରସା ହେଉଛନ୍ତି ଅଙ୍ଗନବାଡି ଓ ଆଶା କର୍ମି। ସେଥିପାଇଁ ଏପରି ମହାମାରୀକୁ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡି ଏବଂ ଆଶା କର୍ମିଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଏଥିପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପାରିଶ୍ରମିକର ବ୍ୟବସ୍ଥା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଡାକରାରେ ଓଡିଶାର ଅଙ୍ଗନବାଡି କର୍ମିମାନେ ବର୍ତ୍ତମାନ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି। କାହା ଘରେ କାହାର ତାପମାତ୍ରା କେତେ ଅଛି ତାହା ମାପିବା ସହିତ ବିଭିନ୍ନ ପ୍ରଶ୍ନ ପଚାରି ତଥ୍ୟ ସଂଗ୍ରହ କରୁଛନ୍ତି। ଏହା ଫଳରେ କରୋନା ସଂକ୍ରାମଣକୁ ପ୍ରାଥମିକ ସ୍ତରରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ଆଶା କରାଯାଉଛି।
ପୁରୀ, ଆଜି ଚନ୍ଦନ ଯାତ୍ରାର ଚତୁର୍ଥ ଦିନରେ ସୁସଜ୍ଜିତ ବିମାନକୁ ବଡୁ ସେବକମାନେ ବିଜେ ହୋଇଥିବା ଚଳନ୍ତି ପ୍ରତିମାଙ୍କୁ ନେଇ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ପରମ୍ପରା ଅନୁଯାୟୀ ବିଭିନ୍ନ ନୀତିକାନ୍ତି ସହ ନୌକା ବିହାର ଅନୁଷ୍ଠିତ ହୋଇଥିଲା।
ମେଷ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁଖ ଅନୁଭବ କରିବେ। ଏହି ମୂଲ୍ୟ ବସ୍ତ୍ରଭୂଷଣ ଏବଂ ଆନନ୍ଦ-ପ୍ରମୋଦ ରହିବ। ଆଦର୍ଶଗତ ଭାବରେ, ମନୋବଳ ଦୃଢରହିବ। ମନ ସୃଜନଶୀଳ ପ୍ରବୃତ୍ତିରେ ରହିବ। ସିଂହ: – ଆଜି ପ୍ରତିଯୋଗୀମାନଙ୍କ ସହିତ ବିତର୍କ କରନ୍ତୁ ନାହିଁ । ଶାରୀରିକ ଅସୁସ୍ଥ ରହିବେ। ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ। ଦିନଟି ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଅଟେ। ଆଧ୍ୟାତ୍ମିକତା ଏବଂ ଧ୍ୟାନ କରିବ ଭଲ ରହିବ ।
ବୃଷ: – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ। କୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନବାନ ହୁଅନ୍ତୁ । ପ୍ରତ୍ୟେକ ବିଷୟର ମଧ୍ୟମ ଆଚରଣ ଅପଚୟରୁ ଦୂରେଇ ରହିବେ। ମନ ବ୍ୟସ୍ତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ଅଛି, ତଥାପି କୌଣସି କ୍ଷତି ହେବ ନାହିଁ । ମିଥୁନ: – ଆଜି ଆପଣଙ୍କ ଆୟ ଏବଂ ଲାଭର ବୃଦ୍ଧିକୁ ସୂଚାଇ ଦେଉଛି । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ମନ ଖୁସି ହେବ। ବ୍ୟବସାୟରୁ ଲାଭବାନ ହେବେ। ଶାରୀରିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ବକ୍ତବ୍ୟରେ ସଂଯମତା ରଖନ୍ତୁ।
କୁମ୍ଭ: – ଆଜିର ଦିନ ଶୁଭ ଅଟେ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଭାଇମାନଙ୍କ ସହିତ ସମୟ ବିତାଇବ। ଜଣେ ସୁନ୍ଦର ସ୍ଥାନରେ ଦର୍ଶନୀୟ ସ୍ଥାନ ପାଇଁ ଯାଇପାରିବେ । ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ଭେଟିବାର ସମ୍ଭାବନା ଅଛି । ମୀନ : – ଆଜି ତୁମର ଶୁଭ ଦିନ । ବକ୍ତବ୍ୟର ମଧୁରତା ସହିତ, ଆପଣ ଅନ୍ୟ ଲୋକଙ୍କ ମନରେ ଏକ ସକରାତ୍ମକ ଭାବନା ଛାଡି ପାରିବେ। ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ମନ ମଧ୍ୟ ଖୁସି ହେବ । ଏକ ସୁଖଦ ବ୍ୟାପାର ହେବ ।
ମକର : – ଆଜି ଛାତିରେ ଯନ୍ତ୍ରଣା କିମ୍ବା ଅନ୍ୟାନ୍ୟ ବ୍ୟାଧିରୁ ଯନ୍ତ୍ରଣା ଅନୁଭବ ହେବ । ଘରେ ସଦସ୍ୟଙ୍କ ସହ ତୀବ୍ର ଆଲୋଚନା କିମ୍ବା ବିତର୍କ ହେତୁ ମନରେ ଦୁଃଖ ମଧ୍ୟ ରହିବ । ତୁମର ଦିନ ଅସୁବିଧାରେ ପରିପୂର୍ଣ୍ଣ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଧନୁ: – ଆଜି ମଧ୍ୟମ ଦିନ ହେବ । ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାର ସମୟ ନୁହେଁ । ପତି ଏବଂ ପିଲାମାନଙ୍କ ବିଷୟରେ ଚିନ୍ତା ହେବ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ପ୍ରତିଯୋଗୀମାନଙ୍କ ସହିତ କୌଣସି ପ୍ରକାର ଆଲୋଚନାକୁ ଏଡ଼ାନ୍ତୁ ।
ବିଛା : – ଆଜି ଦିନ ଆରମ୍ଭରେ ଆପଣଙ୍କର ମାନସିକ ଅସୁବିଧା ହୋଇପାରେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । କନ୍ୟା: – ଆଜି ସବୁ କ୍ଷେତ୍ରରେ ଆପଣଙ୍କ ପାଇଁ ଏକ ଲାଭଦାୟକ ଦିନ। ଆଜି କିଛି ଦାନ କରିବା ଭଲ ହେବ। ଉପଯୁକ୍ତ ଯୋଜନା ମାଧ୍ୟମରେ ବ୍ୟବସାୟ ବୃଦ୍ଧି ପାଇବ । ବ୍ୟବସାୟ ସହ ଜଡିତ ସ୍ଥାନାନ୍ତରଣର ସମ୍ଭାବନା ରହିଛି ।
କର୍କଟ : – ଆଜି ଏକ ଜରୁରୀକାଳୀନ କାର୍ଯ୍ୟରେ ଅର୍ଥ ବ୍ୟୟ ହୋଇପାରେ। ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି, ଯାହା ଘରକୁ ନଷ୍ଟ କରିପାରେ। ବ୍ୟବସାୟ କ୍ଷେତ୍ରରେ ଧନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ତୂଳା: – ଆଜି ଏହି ରାଶିର ଲୋକମାନେ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିପାରନ୍ତି ଏବଂ ଅଧିକ ପରିଶ୍ରମ ସତ୍ତ୍ବେ ଫଳାଫଳ କମ୍ ହେବ ।
ନୂଆଦିଲ୍ଲୀ, ଭାରତର ଦୈନିକ କୋଭିଡ ସୁସ୍ଥ ସଂଖ୍ୟା ପ୍ରଥମ ଥର ପାଇଁ ୪ ଲକ୍ଷରୁ ଅଧିକ ହୋଇପାରିଛି । ଗତ ୨୪ ଘଣ୍ଟାରେ ୪,୨୨,୪୩୬ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି । ଗତ ୧୪ ଦିନରେ ହାରାହାରି ଦୈନିକ ସୁସ୍ଥ ସଂଖ୍ୟା ୩,୫୫,୯୪୪ରୁ ଅଧିକ ରହିଛି । ନିମ୍ନ ଗ୍ରାଫରେ ଗତ ୧୪ ଦିନର ଦୈନିକ ସୁସ୍ଥ ସଂଖ୍ୟା ପ୍ରର୍ଦଶିତ ହୋଇଛି । ଗତ ୨୪ ଘଣ୍ଟାରେ ୨,୬୩,୫୩୩ ନୂଆ ମାମଲା ପଞ୍ଜିକୃତ ହୋଇଛି । ଲଗାତର ଦ୍ୱିତୀୟ ଦିନ ପାଇଁ ଭାରତରେ ପଞ୍ଜିକୃତ ମାମଲା ସଂଖ୍ୟା ୩ ଲକ୍ଷରୁ କମ ରହିଛି । ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୧,୬୩,୨୩୨ ହ୍ରାସ ପଞ୍ଜିକୃତ ହୋଇଛି । ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ଆଜି ୨,୧୫,୯୬,୫୧୨ରେ ପହଞ୍ଚିଛି । ଜାତୀୟ ଆରୋଗ୍ୟ ହାର ୮୫.୬୦ ପ୍ରତିଶତ ରହିଛି । ଦଶଟି ରାଜ୍ୟରେ ୭୫.୭୭ ପ୍ରତିଶତ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି…
ରମେଶ ମହାନ୍ତି ଜଗତସିଂହପୁର:- ଜଗତସିଂହପୁର ଜିଲ୍ଲାରେ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିଲା କିନ୍ତୁ ଆଜି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ମାତ୍ରାରେ କମିଥିବା ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲାରୁ ଆଜି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ସର୍ବାଧିକ ୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ବ୍ଲକରୁ ୨୪ଜଣ, ବିରିଡ଼ି ବ୍ଲକରୁ ୨୧ଜଣ, କୁଜଙ୍ଗ ବ୍ଲକରୁ ୨୦ଜଣ, ତିର୍ତ୍ତୋଲ ବ୍ଳକରୁ ୧୬ଜଣ, ବାଲିକୁଦା ବ୍ଲକରୁ ୧୪ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୦ଜଣ, ନାଉଗାଁ ବ୍ଲକରୁ ୭ଜଣ, ଏରସମା ବ୍ଲକରୁ ୬ଜଣ ଓ ରଘୁନାଥପୁର ବ୍ଲକରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୩୬୬୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୬୬୩ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୧୩୭ ଜଣ…
ଭୁବନେଶ୍ୱର: କମ୍ ଯାତ୍ରୀ ଓ କରୋନା ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳ ବିଭାଗ ବଡ଼ ପଦକ୍ଷେପ ନେଇଛି। ମେ’ ୩୧ ଯାଏଁ ବନ୍ଦ ରହିବ ୫ ଯୋଡ଼ା ମେମୁ/ପାସେଞ୍ଜର ଟ୍ରେନ ସେବା। ଭୁବନେଶ୍ୱର-କେନ୍ଦୁଝରଗଡ଼, ଭୁବନେଶ୍ୱର-ଭଦ୍ରକ ଟ୍ରେନ ଉଭୟ ପଟୁ ବାତିଲ ହୋଇଛି। ସେହିପରି କଟକ-ଭଦ୍ରକ, କଟକ-ପାରାଦୀପ ସ୍ପେଶାଲ ଟ୍ରେନ୍ ଉଭୟ ପଟୁ ବାତିଲ ହୋଇଛି। ୨୨, ୨୩, ୨୬, ୨୯ ଓ ୩୦ ତାରିଖରେ ୩ ଯୋଡ଼ା ମେମୁ ଟ୍ରେନ୍ ବାତିଲ ହୋଇଛି। ସେହିପରି ପୁରୀ-ଅନୁଗୋଳ, ପୁରୀ-କଟକ, ଭୁବନେଶ୍ୱର-ପଲାସା ଉଭୟ ପଟୁ ବାତିଲ୍ କରିଛି ପୂର୍ବତଟ ରେଳ ବିଭାଗ। ପୂର୍ବରୁ ୪ ଯୋଡ଼ା ସ୍ପେଶାଲ ଟ୍ରେନ ସାମୟିକ ଭାବେ ବାତିଲ କରିଥିଲେ ପୂର୍ବତଟ ରେଲୱେ। ମେ’ ୮ରୁ ୨୨ ତାରିଖ ଯାଏଁ ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ ବାତିଲ କରାଯାଇଥିଲା। ସେହିପରି ଆସନ୍ତା ୯ରୁ ୨୩ ତାରିଖ ଯାଏଁ ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ବାତିଲ୍, ୮ରୁ ୨୨ ତାରିଖ ଯାଏଁ କିରନ୍ଦୁଲ-ବିଶାଖାପାଟଣା ସ୍ପେଶାଲ ବାତିଲ୍ କରାଯାଇଥିଲା।…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପି.ସି.ପି.ଏନ୍.ଡି.ଟି ପରାମର୍ଶଦାତା କମିଟିର ଏକ ବୈଠକ ଭର୍ଚୁଆଲ୍ ମାଧ୍ୟମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟ କରୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକ ଯେପରି ଆଇନ୍ ଅନୁଯାୟୀ ସଠିକ୍ ଭାବରେ ପରିଚାଳନା ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ଅନଲାଇନ ମାଧ୍ୟମରେ ଆବେଦନ କରିଥିବା ବାଲିକୁଦା, ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂଆକରି ଅଲଟ୍ରାସାଉଣ୍ଡ ୟୁନିଟ ଖୋଲିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏତଦବ୍ୟତୀତ ତିର୍ତ୍ତୋଲ ବ୍ଲକରେ ଅନ୍ୟ ଏକ ପ୍ରାଇଭେଟ୍ ଅଲଟ୍ରାସାଉଣ୍ଡ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ସମସ୍ତ ପଞ୍ଜିକୃତ କ୍ଲିନିକ୍ ପ୍ରତ୍ୟେକ ରିପୋର୍ଟ ଏବଂ ଏହାର ପଞ୍ଜିକରଣ ଓ ନବୀକରଣ ଅନଲାଇନ୍ ମାଧ୍ୟମରେ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହାର ଆବଶ୍ୟକୀୟ ତଦାରଖ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ହେଲାପରେ ଅନୁମତି…
ଭୁବନେଶ୍ବର: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ୧୦ ହଜାର ଉପରେ ରହୁଛି। ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଭବିଷ୍ୟତରେ ଚିକିତ୍ସା ପାଇଁ ଅମ୍ଳଜାନ ଆବଶ୍ୟକ ହୋଇପାରେ। ତେଣୁ ଯେପରି ଅମ୍ଳଜାନର ଦୁରୁପଯୋଗ ହେବ ନାହିଁ, ସେଥିପାଇଁ ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ତେବେ ଏହି ଟାସ୍କ ଫୋର୍ସରେ ୯ ଜଣ ସଦସ୍ୟ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଇଛନ୍ତି। ଅମ୍ଳଜାନ ଉତ୍ପାଦନ ଏବଂ ବିତରଣର ତଦାରଖ କରିବ ଟାସ୍କଫୋର୍ସ। ଏହାସହ ମେଡିକାଲ ଅକ୍ସିଜେନ ଉପରେ ଏହି ଟାସ୍କଫୋର୍ସ ଦୀର୍ଘମିଆଦି ଯୋଜନା କରିବ।
ଭୂବନେଶ୍ୱର: କୋଭିଡ଼ ରୋଗୀ ଙ୍କ ଚିକିତ୍ସା ପାଇଁ ଯାଜପୁର ରେ ଘରୋଇ ସହାୟତା ରେ ଏକ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି। ଏହା ଫଳରେ ଯାଜପୁର ତଥା ଆଖ ପାଖ ଜିଲ୍ଲା ର ଗୁରୁତର କୋଭିଡ଼ ରୋଗୀ ମାନଙ୍କୁ ଚିକିତ୍ସା ପାଇଁ ଆଉ କଟକ ଭୁବନେଶ୍ବର ଯିବା କୁ ପଡିବ ନାହିଁ। ଯାଜପୁର ର ଭୂମିକା ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ସରକାରୀ କୋଭିଡ଼ ହସ୍ପିଟାଲ ଭାବରେ କାମ କରିବ ଏବଂ ରୋଗୀ ମାନେ ସେଠାରେ ସମ୍ପୂର୍ଣ୍ଣ ମାଗଣାରେ କୋଭିଡ଼ ଚିକିତ୍ସା ସୁବିଧା ପାଇ ପାରିବେ। ଚିକିତ୍ସା ର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଵେ। ଏହି ହସ୍ପିଟାଲରେ ୧୫୦ ଟି ଅକ୍ସିଜେନ ସଯୁକ୍ତ ବେଡ଼୍ ସହିତ ୫୦ ଟି ଆଇସିୟୁ ବେଡ଼୍ ମଧ୍ୟ ରହିବ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି। ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି। ରାଜ୍ୟରେ ପଜିଟିଭ ହାର ମଧ୍ୟ କମିଛି। ଏ ସବୁ ପାଇଁ ଲକ୍ଡାଉନ ଓ ଲୋକଙ୍କ ମଧ୍ୟରେ ସଚେତନତାକୁ ମୁଖ୍ୟମନ୍ତ୍ରୀ ଶ୍ରେୟ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂକ୍ରମଣ ହାରକୁ ସଂପୂର୍ଣ୍ଣ କମାଇବା ପାଇଁ ରାଜ୍ୟ ସରକାର ଲକ୍ଡାଉନ ଅବଧିକୁ…
ରମେଶ ମହାନ୍ତି ଜଗତସିଂହପୁର: ପ୍ରାଥମିକ ଶିକ୍ଷାଦାନରେ ଗୁଣାତ୍ମକ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ଶିକ୍ଷାସହାୟକ ନିଯୁକ୍ତ ୨୦୦୧ ମସିହାରୁ ପ୍ରଚଳନ ଅରମ୍ଭ କଲେ। ଜଣେ ଶିକ୍ଷାସହାୟକ ନିଷ୍ଠାର ସହ ତିନି ବର୍ଷ କାମ କଲେ କନିଷ୍ଠ ଶିକ୍ଷକ ମାନ୍ୟତା ପାଇବେ ଓ ପୁଣି ତିନି ବର୍ଷ ନିଷ୍ଠାର ସହ କାମ କଲେ ନିୟମିତ ଶିକ୍ଷକ ହେବେ। ଦେଖିବାକୁ ଗଲେ ଲଗାତାର ଛଅ ବର୍ଷ ନିଷ୍ଠାର ସହ କାମ କଲେ ନିୟମିତ ଶିକ୍ଷକ ହେବେ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଛି ବୋଲି ସୂଚନା ମିଳିଛି। ଏହି କମିଟିରେ ଜିଲ୍ଲା ଶିକ୍ଷା ଅଧିକାରୀ ଆବାହକ, ସମଗ୍ର ଶିକ୍ଷାର ଜିଲ୍ଲା ସଂଯୋଜକ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସଂପୃକ୍ତ ବ୍ଲକର ଶିକ୍ଷା ଅଧିକାରୀ ସଭ୍ୟ ରହିଥିବା ଜାଣିବାକୁ ମିଳିଛି। କମିଟିର ଅନୁମୋଦନ ପରେ ଆବାହକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସ୍ବାକ୍ଷରରେ ୨୨୨ ଜଣ କନିଷ୍ଠ ଶିକ୍ଷକ ନିୟମିତ ହେବାର ତାଲିକା୦୩.୦୫.୨୧ରେ ପତ୍ର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୬୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ହଜାର ୬୪୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮୯୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୧ ହଜାର ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୨୭୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୯୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୨୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୧୮, ସୁନ୍ଦରଗଡରୁ ୯୪୩, କଟକରୁ ୮୮୭, ପୁରୀରୁ ୭୦୭, ସମ୍ବଲପୁରରୁ ୬୪୧, କଳାହାଣ୍ଡିରୁ ୪୬୫, ବରଗଡରୁ ୪୪୮, ଅନୁଗୁଳରୁ ୪୩୮, ଝାରସୁଗୁଡାରୁ ୩୩୧, ବାଲେଶ୍ବରରୁ ୩୦୧, ନବରଙ୍ଗପୁରରୁ ୨୯୧, ବଲାଙ୍ଗୀରିରୁ ୨୭୩, ନୟାଗଡରୁ ୨୫୪, ଯାଜପୁରରୁ ୨୨୨, ନୂଆପଡାରୁ ୨୧୪, ମୟୂରଭଞ୍ଜରୁ ୨୦୭, ଗଞ୍ଜାମରୁ ୧୯୫, ସୋନପୁରରୁ ୧୭୯, କେନ୍ଦୁଝରରୁ ୧୭୭, ଢେଙ୍କାନାଳରୁ ୧୬୭, କେନ୍ଦ୍ରାପଡାରୁ ୧୫୮, ଜଗତସିଂହପୁରରୁ ୧୩୭, ଦେବଗଡରୁ ୧୩୬, ରାୟଗଡାରୁ ୧୩୬, କୋରାପୁଟରୁ ୧୨୨, ଗଜପତିରୁ ୧୧୬, ବୌଦ୍ଧରୁ ୧୧୩, ଭଦ୍ରକରୁ ୧୦୦, କନ୍ଧମାଳରୁ ୧୦୦, ମାଲକାନାଗିରିରୁ ୯୪ ଏବଂ ଷ୍ଟେଟ ପୁଲରୁ ୨୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫…
ସୀତାରାମ ଅଗ୍ରୱାଲ ବାଣପୁର: ସାରା ରାଜ୍ୟରେ ଲକଡ଼ାଉନ ଜାରି ରହିଥିବାବେଳେ ମଦକୁ କେବଳ ହୋମ ଡେଲିଭେରୀ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମଦ ଦୋକାନରେ ଏହାର ବ୍ୟତିକ୍ରମ ଦେଖାଯାଉଛି। ଏହି ବିଦେଶୀ ମଦ ଦୋକାନରେ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ ହେଉଥିବା ଅଭିଯୋଗ ପରେ ଆଜି ବାଲୁଗାଁ ଏସଡିପିଓ ସତ୍ୟତା ଜାଣିବା ପାଇଁ ଏକ ଅଭିନବ ପ୍ରୟାସ କରିଥିଲେ। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ନିଜ ବେଶ ବଦଳାଇ ଉକ୍ତ ଦୋକାନରେ ମଦ କିଣିବା ପାଇଁ ପହଞ୍ଚିଥିଲେ। ଏହା ପୂର୍ବରୁ ଶକ୍ତି ସିନେମା ହଲ ନିକଟରେ ପାଖାପାଖି ଅପରାହ୍ନ ୧.୩୦ ମିନିଟ ସମୟରେ ବାଣପୁର ଥାନାକୁ ଏନ୍ଫୋର୍ସମେଣ୍ଟ ପାଇଁ ଆସିଥିବା ଦୁଇ ଜଣ ନୂଆ ସିଏସଆଇଙ୍କୁ ଡକାଇ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ଯୋଜନା ମୁତାବକ ଆଜି ଅପରାହ୍ନ ୨ ଘଟିକା ସମୟରେ ସମ୍ପୃକ୍ତ ଦୁଇ ଜଣ ପୋଲିସ କର୍ମଚାରୀ ଏବଂ…
ଭୁବନେଶ୍ବର: ସମଗ୍ର ବିଶ୍ଵକୁ କରୋନା ମହାମାରୀ କବଳିତ କରିଛି। ଏହି ସମୟରେ ଅନେକ ଲୋକଙ୍କ ଜୀବନ ଚାଲିଯାଉଥିବା ବେଳେ ଅନେକ ଲୋକ ରୋଜଗାର ହରାଇବସିଛନ୍ତି। କିନ୍ତୁ ଏହି ସମୟରେ କିଛି ଲୋକ ଅସାମାଜିକ କାର୍ଯ୍ୟ କରିବାରେ ଲାଗି ପଡିଛନ୍ତି। ରାଜ୍ୟରେ ଲକଡାଉନ କଟକଣାର ସୁଯୋଗ ନେଇ କିଛି ଲୋକ ଆଇନ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। କଟକଣା ସମୟରେ ଅତି ଜରିରୀ ନଥିଲେ ଘରୁ ବାହାରିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି। ହେଲ ଏହି କଟକଣାକୁ ନମାନି କେତେଜଣ ଅମାନିଆ ନକଲି ପରିଚୟ ପତ୍ର ଧରି ଘୂରିବୁଲୁଛନ୍ତି। ତେବେ କିଛି ଯୁବକ ଆଇନ ଆଖିରେ ଧୁଳି ଫିଙ୍ଗି ଏହାର ଫାଇଦା ଉଠାଇବାରେ ଲାଗିପଡିଛନ୍ତି। ସେମାନେ ମିଥ୍ୟା ପରିଚୟ ପତ୍ର ତିଆରି କରି ପ୍ରତି ପରିଚୟ ପତ୍ର ପିଛା ୨୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଲୋକଙ୍କ ଠାରୁ ନେଉଛନ୍ତି। ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରରେ ଦେଖବାକୁ ମିଳିଛି। ଜଣେ ଯୁବକ ବିଭିନ୍ନ କମ୍ପାନୀର…

