Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଛଦ୍ମବେଶ ଧରି ବାଣପୁର ମଦ ଦୋକାନରେ ଚଢାଉ କଲେ ଏସଡିପିଓ: ମୋଟା ଅଙ୍କର ଆଦାୟ କଲେ ଜରିମାନା
ଅପରାଧ

ଛଦ୍ମବେଶ ଧରି ବାଣପୁର ମଦ ଦୋକାନରେ ଚଢାଉ କଲେ ଏସଡିପିଓ: ମୋଟା ଅଙ୍କର ଆଦାୟ କଲେ ଜରିମାନା

May 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ସାରା ରାଜ୍ୟରେ ଲକଡ଼ାଉନ ଜାରି ରହିଥିବାବେଳେ ମଦକୁ କେବଳ ହୋମ ଡେଲିଭେରୀ ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ମଦ ଦୋକାନରେ ଏହାର ବ୍ୟତିକ୍ରମ ଦେଖାଯାଉଛି।

ଏହି ବିଦେଶୀ ମଦ ଦୋକାନରେ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ ହେଉଥିବା ଅଭିଯୋଗ ପରେ ଆଜି ବାଲୁଗାଁ ଏସଡିପିଓ ସତ୍ୟତା ଜାଣିବା ପାଇଁ ଏକ ଅଭିନବ ପ୍ରୟାସ କରିଥିଲେ। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ନିଜ ବେଶ ବଦଳାଇ ଉକ୍ତ ଦୋକାନରେ ମଦ କିଣିବା ପାଇଁ ପହଞ୍ଚିଥିଲେ।

ଏହା ପୂର୍ବରୁ ଶକ୍ତି ସିନେମା ହଲ ନିକଟରେ ପାଖାପାଖି ଅପରାହ୍ନ ୧.୩୦ ମିନିଟ ସମୟରେ  ବାଣପୁର ଥାନାକୁ ଏନ୍ଫୋର୍ସମେଣ୍ଟ ପାଇଁ ଆସିଥିବା ଦୁଇ ଜଣ ନୂଆ ସିଏସଆଇଙ୍କୁ ଡକାଇ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ଯୋଜନା ମୁତାବକ ଆଜି ଅପରାହ୍ନ ୨ ଘଟିକା ସମୟରେ ସମ୍ପୃକ୍ତ ଦୁଇ ଜଣ ପୋଲିସ କର୍ମଚାରୀ ଏବଂ ଏସଡ଼ିପିଓ ହେଲମେଟ ପିନ୍ଧି ସାଧା ପୋଷାକରେ ଯାଇ ସମ୍ପୃକ୍ତ ମଦ ଦୋକାନ ନିକଟରେ ପହଞ୍ଚିଥିଲେ।

ଏସଡ଼ିପିଓ ଛଦ୍ମ ବେଶରେ ଦୋକାନ ନିକଟରେ ବସିଥିବାବେଳେ ଦୁଇ ଜଣ ପୋଲିସ କର୍ମଚାରୀ ଦୋକାନୀଙ୍କୁ ମଦ ମାଗିବାପାଇଁ ଉଦ୍ୟମ ହେବାପୂର୍ବରୁ ସେଠି ଖୋଲାଖୋଲି ମଦ ବିକ୍ରି ହେଉଥିବାର ଦେଖିବାକୁ ପାଇଥିଲେ। ଏହା ପୋଲିସ ପାଇଁ ଆହୁରି ସହଜ ହୋଇପଡ଼ିଥିଲା। ଯୋଜନା ଅନୁଯାୟୀ ଆଉ ଦୋକାନୀଙ୍କଠାରୁ ମଦ ନକିଣି ଦୋକାନୀ ଗ୍ରାହକଙ୍କୁ ମଦ ଦେବା ସମୟରେ ଏସଡ଼ିପିଓ ପ୍ରମାଣ ସ୍ୱରୂପ ଏହାର ଭିଡିଓ ରେକର୍ଡ଼ିଂ କରିବା ସହ ପରିଶେଷରେ ନିଜ ପରିଚୟ ପ୍ରକାଶ କରିଥିଲେ।

ଏହାପରେ ସେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କୁ ଘଟଣା ସ୍ଥଳକୁ ଡକାଇଥିଲେ। ଫଳରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଣପୁର ଏନଏସି ସମ୍ପୃକ୍ତ ମଦ ଦୋକାନୀଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିଛି।

ସଦାବେଳେ ବାଲୁଗାଁ ଏସଡ଼ିପିଓ ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ ଆଜି ପୁଣି ଏସଡ଼ିପିଓ ଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ତେବେ ଆସନ୍ତାକାଲିଠାରୁ ବାଣପୁର ଏବଂ ବାଲୁଗାଁରେ ଲକଡ଼ାଉନ ନିୟମ ଉଲଂଘନ କରୁଥିବା ଦୋକାନୀ ଏବଂ ନିୟମକୁ ନମାନି ଲୁଚିଛପି ବେପାର କରୁଥିବା ବିଭିନ୍ନ ଦୋକାନୀମାନଙ୍କ ଉପରେ ଏହିପରି ଛଦ୍ମବେଶ ରେ ଚଢ଼ାଉ ଆରମ୍ଭ ହେବ ବୋଲି ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ଛଦ୍ମବେଶ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026
Latest News

ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟସ୍ତରୀୟ ବରିଷ୍ଠ ନାଗରିକ ମହାସଙ୍ଘର ସଦସ୍ୟ

September 24, 2026

କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ

September 24, 2026

ସମ୍ବଲପୁରରେ ନକଲି ସିମ୍‌ କାରବାର ଠାବ: ୩ ଅଭିଯୁକ୍ତ ଗିରଫ

September 24, 2026

ଜିଲ୍ଲାପାଳଙ୍କ ଘୋଷଣା: ପ୍ରଥମ ଥର ପାଇଁ ସିଧା ପ୍ରସାରଣ ହେବ କଟକ ଦଶହରା ଭସାଣି

September 24, 2026

ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.