Author: Samikhsya Bureau

ଭୁବନେଶ୍ବର, ଆଉ ଚାରିଦିନ ପରେ ସରିବ ଲକ ଡାଉନର ଅବଧି। ଏହି ସମୟରେ ରାଜ୍ୟର କରୋନା ସଂକ୍ରାମଣକୁ ସାମାନ୍ୟ ରୋକିବାରେ ସମର୍ଥ ହୋଇଛି। ହେଲେ ପରବର୍ତ୍ତି ଭୟଙ୍କର ସ୍ଥିତିକୁ ଏଡାଇବା ପାଇଁ ପୁଣି ଲକ ଡାଉନ ବଢିପାରେ ବୋଲି ଆଶା କରାଯାଉଛି। ଏପରି ପରିସ୍ଥିତିରେ ଆଜି ରାଜ୍ୟ ସରକାରଙ୍କ ତରଫରୁ ଅପରାହ୍ନ 4ଟା 30 ମିନିଟରେ କୋରନା ସଂକ୍ରାନ୍ତରେ ବଡ ନିଷ୍ପତିର ଘୋଷଣା ଅଛି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଘୋଷଣା କରିବେ ବୋଲି ଜଣାପଡିଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ବାହାଘରରେ କୋଭିଡ ଆଇନ ଉଲଂଘନ କରିବା ଅଭିଯୋଗ ହୋଇଛି। ଯାହାଫଳରେ ବର ପକ୍ଷଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସରଳସିଂହ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ଗତ ତିନି ଦିନ ତଳେ ସରଳସିଂହ ଗ୍ରାମରେ ଏକ ବିବାହ ଉତ୍ସବ ଆୟୋଜନ ହୋଇଥିଲା। ଏଥି ପାଇଁ ଉଭୟ ପକ୍ଷ ବାଣପୁର ଥାନାରୁ ଅନୁମତି ନେଇଥିଲେ। ତେବେ ସମ୍ପୃକ୍ତ ବିବାହ ମଧ୍ୟରାତ୍ରି ଯାଏଁ ଚାଲିଥିବାବେଳେ ସେଥିରେ ବାଜା, ପଟୁଆର, ଭୋଜି ଆଦିରେ ୫୦ ରୁ ଊର୍ଦ୍ଧ୍ଵ ଲୋକ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା। ଯାହାକି କୋଭିଡ ନିୟମର ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଯୋଗ ପାଇଲା ପରେ ଚିଲିକା ତହସିଲଦାର ଏବଂ ବାଣପୁର ଆଇଆଇସି ଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ…

Read More

ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁ ଭୁବନେଶ୍ବର: ନୂଆଦିଲ୍ଲୀରେ ଅବସ୍ଥାପିତ ଓଡିଶାର ପ୍ରଖ୍ୟାତ ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁ ଅକ୍ଷୟ ତୃତୀୟା ଉପଲକ୍ଷେ କରିଛନ୍ତି ପେଣ୍ଟିଂ। ଯାହାର ଶୀର୍ଷକ ରହିଛି “ହଳର ଶକ୍ତି”। ଏଥିରେ ସେ ଓଡିଆର ସଂସ୍କୃତି ସହିତ ଓତଃପ୍ରାତ ଭାବେ ଜଡିତ ଚାଷ ଓ ଚାଷୀ ସହିତ ଅଧୁନିକତାର ଛାପ ପ୍ରଦାନ କରିଛନ୍ତି। ଏହି ପବିତ୍ର ଦିନ ଉପଲକ୍ଷେ ତାଙ୍କର ବହୁ ପେଣ୍ଟିଂ ମଧ୍ୟରୁ କିଛି ଝଲକ।

Read More

ମୁମ୍ବାଇ/ଭୁବନେଶ୍ୱର: ପ୍ରତିଟି ଭାରତୀୟଙ୍କୁ ଡିଜିଟାଲ୍ ଜୀବନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜିଓଫୋନ୍ ଆରମ୍ଭ କରାଯାଇଥିଲା। ସଂପ୍ରତି କୋଭିଡ୍ ମହାମାରୀର ଏହି ଅନିଶ୍ଚିତତାର ସମୟରେ ଜିଓରେ ଆମେ ନିଶ୍ଚିତ କରିବାକୁ ଚାହୁଛୁ ଯେ ଯୋଗାଯୋଗରେ ରହିପାରିବା ସୁବିଧା ସୁଲଭ ଭାବରେ ସମସ୍ତ ଗ୍ରାହକମାନଙ୍କ ପାଖରେ, ବିଶେଷ କରି ଆମ ସମାଜର ସ୍ୱଳ୍ପ-ସ୍ୱଚ୍ଛଳ ବର୍ଗଙ୍କ ପାଖରେ ପହଂଚିବ। ଏହାକୁ ନିଶ୍ଚିତ କରିବା ଲାଗି ମହାମାରୀ ଅବଧିରେ ଜିଓ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ପଦକ୍ଷେପ ଘୋଷଣା କରାଯାଇଛି। ପ୍ରଥମ ପଦକ୍ଷେପଟି ହେଉଛି ଜିଓ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହ ମିଶି ମହାମାରୀର ସମ୍ପୂର୍ଣ୍ଣ ଅବଧିରେ ପ୍ରତି ମାସ ବିନା ମୂଲ୍ୟରେ ୩୦୦ ମିନିଟ୍‌ର ଆଉଟ୍‌ଗୋଇଙ୍ଗ୍ କଲ୍ (ଦିନକୁ ୧୦ ମିନିଟ୍‌) ସେହି ସବୁ ଜିଓଫୋନ୍ ଗ୍ରାହକମାନଙ୍କୁ ପ୍ରଦାନ କରାଯିବ ଯେଉଁମାନେ ଏହି ମହାମାରୀ ସମୟରେ ରିଚାର୍ଜ କରିବାକୁ ସକ୍ଷମ ହେଉନାହାନ୍ତି। ଏଥି ସହ ଦ୍ୱିତୀୟ ପଦକ୍ଷେପ ସ୍ୱରୂପ ସୁଲଭତାରେ ଆହୁରି ଉନ୍ନତି ଆଣିବା ଲାଗି…

Read More

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ତୌକ’ତେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଭୟଙ୍କର ରୂପ ନେଇପାରେ। ମଙ୍ଗଳବାର ସକାଳେ ଏହି ବାତ୍ୟା ଗୁଜୁରାଟ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଗୁଜୁରାଟ ସମେତ ଆରବ ସାଗରର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି। ବର୍ତ୍ତମାନ କରୋନା ମହାମାରୀ ବିରୋଧରେ ଭାରତ ଲଢୁଥିବା ବେଳେ ଏହି ବାତ୍ୟା ଆହୁରି ଅଧିକ ଚିନ୍ତା ଆଣିଦେଇଛି। ତେବେ ଘୂର୍ଣ୍ଣିବାତ୍ୟାକୁ ଦେଖି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଏଥିପାଇଁ ୫୩ ଟି ଏନଡିଆରଏଫ ଟିମ୍ ନିୟୋଜିତ ହେବେ। କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଏହି ୫୩ ଟି ୫୩ ଟି ଏନଡିଆରଏଫ ଟିମ୍ ନିୟୋଜିତ ହେବେ।

Read More

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସୀମ ବନ୍ଦୋପାଧ୍ୟାୟଙ୍କ ଆଜି ନିଧନ ହୋଇଯାଇଛି। ସେ ଏକ ମାସ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମେଡିକୋ ସୁପରସ୍ପେସିଲିଟି ହସ୍ପିଟାଲରେ ଅସୀମ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। କୋଭିଡ ନିୟମ ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ବୋଲି ପରିବାର ଲୋକେ କହିଛନ୍ତି।

Read More

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନଷ୍ଟ କରିବା ପାଇଁ ଡିଆରଡିଓ ଦ୍ଵାରା ‘୨-ଡିଜି’ ଔଷଧ ପ୍ରସ୍ତୁତ କରାଯାଇଛି। ଏହି ଔଷଧର ୧୦ ହଜାର ଡୋଜର ପ୍ରଥମ ବ୍ୟାଚ ଆଜି କିମ୍ବା କାଲି ଭିତରେ ମିଳିବା ଆଶା କରାଯାଉଛି। ଏହା ସହ ଆବଶ୍ୟକତାକୁ ଦେଖି ଏହାର ଉତ୍ପାଦନ କ୍ଷମତା ବଢାଇବା ଉପରେ ଜୋର ଦିଆଯାଉଛି। ଡିଆରଡିଓ ବୈଜ୍ଞାନିକଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଏହି ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଯାହା କରୋନା ଭୂତାଣୁ ବିରୋଧ ଲଢେଇରେ ବଡ ସହାୟକ ହେବ। ହାଇଦ୍ରାବାଦ ବ୍ୟତୀତ ଅନ୍ୟ କେନ୍ଦ୍ରରେ ‘୨-ଡିଜି’ କୁ ଅଧିକ ମାତ୍ରାର ଉତ୍ପାଦନ ଆରମ୍ଭ କରାଯାଇଛି। ଏହାର ବ୍ୟବହାର ଦ୍ଵାରା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ସହ ଅମ୍ଳଜାନ ଅଭାବକୁ ହ୍ରାସ କରିବ। ଏହି ଔଷଧ ଯୋଗୁଁ ଲୋକେ ବହୁତ ଶୀଘ୍ର ସୁସ୍ଥ ହେଉଛନ୍ତି। ଏବଂ ଏହା ଆକ୍ରାନ୍ତଙ୍କ ପାଇଁ ଅମ୍ଳଜାନ ମଧ୍ୟ କମ ଆବଶ୍ୟକତା କରିଥାଏ।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୬ ହଜାର ୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୮୯୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୪୩ ଲକ୍ଷ ୭୨ ହଜାର ୯୦୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୬୬ ହଜାର ୨୦୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪ ଲକ୍ଷ ୩୨ ହଜାର ୮୯୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୬ ଲକ୍ଷ ୭୩ ହଜାର ୮୦୨ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୯୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି କେନ୍ଦ୍ରାପଡ଼ା, କଳାହାଣ୍ଡି, ପୁରୀ, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବୌଦ୍ଧ, ଗଜପତି, କୋରାପୁଟ ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୯୧ ହଜାର ୬୭୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ହଜାର ୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୬୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୫୧୯୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୯୧ ହଜାର ୬୭୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୪୭୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୭୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୧ ହଜାର ୮୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୧୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୨୦୯ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ଭୁବନେଶ୍ବର, ଅକ୍ଷୟ ତୃତୀୟା ହେଉଛି ଓଡିଶାର ଏକ ବଡ ପର୍ବ। କାରଣ ଏହି ପର୍ବରେ ବିଭିନ୍ନ କାର୍ଯ୍ୟ ଅନୁକୂଳ କରିବା ପାଇଁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ଏହି ତିଥୀରେ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ରୀତିନୀତି ପାଳିତ ହୋଇଥାଏ। ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାଯ୍ୟ ତଥା ଦେଉଳ ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି…

Read More

ମେଷ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଅବିବାହିତ ଲୋକମାନେ ରୋମାନ୍ସ ପାଇଁ ସୁଯୋଗ ପାଇପାରନ୍ତି। ଭ୍ରମଣ ଯୋଗ ମଧ୍ୟ ଅଛି।    ବୃଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ…

Read More

ଭୁବନେଶ୍ବର, ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନଟି କୃଷକମାନଙ୍କର ଦିନ ବୋଲି କୁହାଯାଏ। କାରଣ କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି ଧରାଯାଇଛି । ଏହି ଦିନ ଯାହାକିଛି ଅନୁକୂଳ କଲେ ତାହା ସଫଳ ହୋଇଥାଏ ବୋଲି ବିଶ୍ବାସ ରହିଛି। ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ ।ଏହାକୁ ଅକ୍ଷିମୁଠି କହନ୍ତି…

Read More

ଭୁବନେଶ୍ବର, ବରିଷ୍ଠ ଆଇଏଏସ ଅଫିସର ସଂଜୟ ସିଂ ଭୁବନେଶ୍ବର ମହାନଗରର କମିଶନର ଭାବେ ଯୋଗ ଦେବା ପରେ ଆକ୍ସନ ମୁଡରେ ତାଙ୍କର କାମ ଆରମ୍ଭ କରିଛନ୍ତି। ଗୋଟିଏ ଦିନରେ ସେ ବିଭିନ୍ନ ସ୍ଥାନ ତଦାରଖ କରିଥିବା ବେଳେ କେତେକ ନୂଆ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି। ଯେଉଁଠି କିଛି ଅସୁବିଧା ଦୃଷ୍ଟିକି ଆସିଛି ତାହାର ତୁରନ୍ତ ଅନ ସ୍ପଷ୍ଟ ସମାଧାନ ମଧ୍ୟ କରିବାରେ ଲାଗିଛନ୍ତି। ଆଜି କମିଶନରଙ୍କ ତତ୍ବାବଧାନରେ କୋଭିଡ ଆକ୍ରାନ୍ତଙ୍କୁ ତୁରନ୍ତ ହସପିଟାଲ ନେବା ପାଇଁ ଆମ୍ବୁଲାନସ ବ୍ୟବସ୍ଥାର ତଦାରଖ କରିଥିଲେ। ବର୍ତ୍ତମାନ 64ଟି ଆମ୍ବଲାନସ ମଧ୍ୟରୁ 40ଟିରେ ଜିପିଏସ ଟ୍ରାକିଂ ବ୍ୟବସ୍ଥା ରହିଛି। ଅନ୍ୟଗୁଡିକ ତୁରନ୍ତ ଜିପିଏସ ଟ୍ରାକିଂ ବ୍ୟବସ୍ଥାକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଆକ୍ରାନ୍ତଙ୍କ ସ୍ଥାନାନ୍ତର ସୁବିଧା ହୋଇପାରିବ। ସେହିପରି କମିଶନର ରାଜଧାନୀର ବିଭିନ୍ନ ଟିକାକରଣ କେନ୍ଦ୍ରକୁ ମଧ୍ୟ ତଦାରଖ କରିବା ପାଇଁ ଯାଇଥିଲେ।  ଏଥିରେ ସେ  ୟୁନିଟ-2/3/4 ରେ ଥିବା ଅର୍ବାନ ପ୍ରାଇମେରୀ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ସଂକ୍ରମଣ ବର୍ତ୍ତମାନ ଶୀର୍ଷରେ ଅଛି। ପ୍ରତିଦିନ ବାଣପୁର, ବାଲୁଗାଁ ଏବଂ ଚିଲିକାରୁ ଏକାଧିକ ପଜିଟିଭ ଚି଼ହ୍ନଟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଚିହ୍ନଟ ହୋଇଥିବା ଅଞ୍ଚଳଗୁଡିକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ବାଲୁଗାଁ ଏନଏସି: ୱାର୍ଡ ନମ୍ବର ୧ ଅଶୋକ ନଗରର ରବୀନ୍ଦ୍ର ସେଠିଙ୍କ ଘରଠାରୁ ନୀଳମଣି ସାହୁଙ୍କ ଘର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବାଣପୁର ବ୍ଲକ: ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ଭୀମପୁର ଗ୍ରାମର ଗୋଡିପଦର ସାହି ଖଲି ବାରିକଙ୍କ ଘର ଠାରୁ ଲକ୍ଷ୍ମୀନାରାୟଣ ସାହୁଙ୍କ ଘର ପର୍ଯ୍ୟନ୍ତ (ମୋଟ ୭୬ ଟି ଘର) କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। କୁଲେଇ ପଞ୍ଚାୟତ ଆନ୍ତର୍ଗତ ମାନସିଂହପୁର ଗ୍ରାମର ଜ୍ଞାନ ସାହୁଙ୍କ ଘରଠାରୁ ସୁବାସ ଦଳାଇଙ୍କ ଘର ପର୍ଯ୍ୟନ୍ତ( ମୋଟ ୭୫ଟି ଘର) କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଉକ୍ତ ସବୁ ଅଞ୍ଚଳରେ ଆଜି…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଆଜି ୯ କୋଟି ୫୦ ଲକ୍ଷ ୬୭ ହଜାର ୬୦୧ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ୨୦ ହଜାର ୬୬୭ କୋଟି ୭୫ ଲକ୍ଷ ୬୬ ହଜାର ଟଙ୍କାର ଅଷ୍ଟମ କିସ୍ତି ଆର୍ଥିକ ସହାୟତା ବଣ୍ଟନ କରିଛନ୍ତି। ଏଥିରେ ଓଡ଼ିଶାର ୨୫ ଲକ୍ଷ ୯୦ ହଜାର ୩୧୫ ଜଣ ଚାଷୀ ଏହି ସହାୟତା ରାଶି ପାଇଛନ୍ତି । ଭିଡିଓ କନଫ୍ରେସିଂ ଯୋଗେ ଏହା ପ୍ରଦାନ କରିବା ପରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହ ମତ ବିନିମୟ କରିଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ପିଏମ କିଷାନ ହିତାଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଉନାଓର ଚାଷୀ ଅରବିନ୍ଦଙ୍କୁ ପ୍ରଶଂସା କରିଥିଲେ । ଅରବିନ୍ଦ ତାଙ୍କ ଅଞ୍ଚଳର ଯୁବଶକ୍ତି ମାନଙ୍କୁ ଜୈବିକ କୃଷି ଓ ନୂତନ କୃଷି ପଦ୍ଧତି…

Read More

ଭୁବନେଶ୍ବର: କରୋନାରୁ ସୁସ୍ଥ ହେବା ପରେ ବ୍ଲାକ୍ ଫଙ୍ଗସ୍ ରୋଗରେ ଆକ୍ରାନ୍ତ ଘଟଣାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ୭ ଜଣିଆ କମିଟି ଗଠନ କରିଛନ୍ତି। ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ଏହି କମିଟି ଗାଇଡଲାଇନ ପ୍ରସ୍ତୁତ କରିବ। ତେବେ ଏଥିରେ ୭ ଜଣ ବିଶେଷଜ୍ଞ ଡାକ୍ତରଙ୍କୁ ସାମିଲ କରାଯାଇଛି। ଏସସିବି ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ନିରୁପମା ଚଇନି ଏହି କମିଟିରେ ଅଧ୍ୟକ୍ଷା ରହିବେ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କମିଟିର ଆବାହକ ରହିବେ। ସେହିଭଳି ଏସସିବି ମେଡିକାଲର ଆଉ ୫ ଜଣ ପ୍ରଫେସର ଏହି କମିଟିରେ ସଦସ୍ୟ ରହିବେ। ରାଜ୍ୟର କୌଣସି ହସ୍ପିଟାଲରେ ବ୍ଲାକ୍ ଫଙ୍ଗସ୍ ଚିହ୍ନଟ ହେଲେ ସମ୍ପୃକ୍ତ ହସ୍ପିଟାଲର କର୍ତ୍ତୁପକ୍ଷ ଏହି କମିଟିକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି।

Read More

ମୁମ୍ବାଇ: କରୋନା ଦ୍ଵିତୀୟ ଲହରୀରେ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି। ଏହି ଲହରୀରେ ଛୋଟ ଛୋଟ କୋମଳବତୀ ଛୁଆମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଜାନୁୟାରୀ ୧ ତାରିଖ ୨୦୨୧ ଠାରୁ ମେ’ ୧୨ ତାରିଖ ପର୍ଯ୍ୟନ୍ତ ମାହାରାଷ୍ଟ୍ରରେ ୧ ଲକ୍ଷ ୬ ହଜାର ୨୨୨ ଜଣ ୧୦ ବର୍ଷରୁ କମ ଛୁଆ ଆକ୍ରାନ୍ତ ହୋଇଥିବା ବେଳେ ବିଗତ ୪୩ ଦିନ ମଧ୍ୟରେ ୭୬ ହଜାର ୪୦୧ ଜଣ ଛୁଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ୨୦୨୦ ମସିହାରେ ମୋଟ ୬୭ ହଜାର ୧୧୦ ଜଣ ପିଲା ସଂକ୍ରମିତ ହୋଇଥିଲେ। ପିଲାଙ୍କ ଉପରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏବେ ହସ୍ପିଟାଲରେ ଆଇସିୟୁ ପ୍ରସ୍ତୁତ କରାଯାଉଛି। ବିଶେଷଜ୍ଞଙ୍କ ଅନୁମାନ, ତୃତୀୟ ଲହରୀ ପିଲାଙ୍କ ଉପରେ ଅଧିକ ପ୍ରଭାବ ପକାଇବ। ତେବେ ପିଲାଙ୍କ ଉପରେ ବଢୁଥିବା ବିପଦକୁ ଟାଳିବା ପାଇଁ ମହାରାଷ୍ଟ୍ର ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯ ହଜାର ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୨୧୪, ସୁନ୍ଦରଗଡରୁ ୧୧୩୬, କଟକରୁ ୭୮୦, ବରଗଡରୁ ୪୮୭, ସମ୍ବଲପୁରରୁ ୪୭୦, ନୂଆପଡାରୁ ୪୩୪, କଳାହାଣ୍ଡିରୁ ୪୧୦, ଅନୁଗୁଳରୁ ୩୮୪, ଝାରସୁଗୁଡାରୁ ୩୮୪, ପୁରୀରୁ ୩୧୯, ବଲାଙ୍ଗୀରିରୁ ୩୧୩, ନବରଙ୍ଗପୁରରୁ ୩୧୨, ମୟୂରଭଞ୍ଜରୁ ୨୮୮, ଗଞ୍ଜାମରୁ ୨୬୧, ନୟାଗଡରୁ ୨୦୬, ବୌଦ୍ଧରୁ ୨୦୦, ରାୟଗଡ଼ାରୁ ୧୯୯, କେନ୍ଦ୍ରାପଡାରୁ ୧୯୦, ବାଲେଶ୍ବରରୁ ୧୫୧, ଜଗତସିଂହପୁରରୁ ୧୪୭, ସୋନପୁରରୁ ୧୨୩, , ଗଜପତିରୁ ୧୧୬, ଗଜପତିରୁ ୧୧୬, କେନ୍ଦୁଝରରୁ ୧୧୩, ଢେଙ୍କାନାଳରୁ ୯୦, କୋରାପୁଟରୁ ୭୨, ମାଲକାନାଗିରିରୁ ୭୨, ଯାଜପୁରରୁ ୭୧, କନ୍ଧମାଳରୁ ୫୩, ଭଦ୍ରକରୁ ୫୨, ଦେବଗଡରୁ ୩୩, ଏବଂ ଷ୍ଟେଟ ପୁଲରୁ ୨୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…

Read More

ରାୟପୁର: ଆଜି ଛତିଶଗଡ ଦନ୍ତେୱାଡର ମୁସ୍ତଲନାର ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଉଭୟ ପକ୍ଷରୁ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା। ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ମୃତ ନକ୍ସଲ ପାଖରୁ ଦୁଇଟି ଦେଶୀ ଅସ୍ତ୍ର, ଆଇଇଇଡି ବମ ଏବଂ ଅନେକ ଅସ୍ତ୍ରଶସ୍ତ୍ର ସାମଗ୍ରୀ ଜବତ କରାଯାଇଛି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୮୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୨୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯ ହଜାର ୧୬୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୭ ହଜାର ୪୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୪୧୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୮୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More