ମିଥୁନ-ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ । ଲୋକମାନେ ଆପଣଙ୍କ ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ । ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜି ଦିନଟି ସ୍ୱାଭାବିକ ରହିବ। ତୂଳା- ଶାରୀରିକ ଭାବରେ ବ୍ୟସ୍ତ ରହିବେ। ଆପଣ କାମରୁ ପଛକୁ ଯାଆନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ। ଆପଣ ଆତ୍ମବିଶ୍ୱାସ ଆଧାରରେ ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ। ଆପଣଙ୍କର ଆୟ ବୃଦ୍ଧି ପାଇବ ।
Author: Samikhsya Bureau
ଭୁବନେଶ୍ଵର: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରାକୁ ବିଶ୍ବବ୍ୟାପୀ କରିଥିଲେ। ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ। ସାରା ଦେଶରେ ବହୁସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା। ପୁରୀ ଶ୍ରୀ ମନ୍ଦିର ମରାମତିରେ ସେ ମଧ୍ୟ ସହଯୋଗ କରିଥିଲେ। ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନନିର୍ମାଣରେ ସେ ତାଙ୍କର ଅତୁଳନୀୟ କାରିଗରୀ ଦଷତା ପ୍ରଦର୍ଶନ କରିଯାଇଛନ୍ତି। ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟ କର ପ୍ରତିଭା। ତାଙ୍କ ବିୟୋଗରେ ଭାରତର କଳା ଜଗତରେ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୮୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୭୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ହଜାର ୬୧୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୩ ହଜାର ୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ହଜାର ୨୫୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୮୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୫୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୩୮୩, ସୁନ୍ଦରଗଡରୁ ୭୪୫, କଟକରୁ ୫୮୦, ପୁରୀରୁ ୫୩୦, ଝାରସୁଗୁଡାରୁ ୪୩୯, ବରଗଡରୁ ୪୩୮, ସମ୍ବଲପୁରରୁ ୪୧୪, ନବରଙ୍ଗପୁରରୁ ୩୯୯, ଅନୁଗୁଳରୁ ୩୪୮, ଯାଜପୁରରୁ ୩୩୪, ନୂଆପଡାରୁ ୨୬୬, ମୟୂରଭଞ୍ଜରୁ ୨୪୭, ଗଞ୍ଜାମରୁ ୨୨୬, କଳାହାଣ୍ଡିରୁ ୧୯୩, ନୟାଗଡରୁ ୧୮୯, କେନ୍ଦୁଝରରୁ ୧୬୧, ବଲାଙ୍ଗୀରିରୁ ୧୫୯ , ରାୟଗଡାରୁ ୧୫୬, ବାଲେଶ୍ବରରୁ ୧୫୪, ଜଗତସିଂହପୁରରୁ ୧୩୦, ଗଜପତିରୁ ୧୨୦,ସୋନପୁରରୁ ୧୦୩, ଦେବଗଡରୁ ୯୭, ଭଦ୍ରକରୁ ୯୦, କୋରାପୁଟରୁ ୮୮, ବୌଦ୍ଧରୁ ୭୨, କେନ୍ଦ୍ରାପଡାରୁ ୭୦, କନ୍ଧମାଳରୁ ୫୧, ମାଲକାନାଗିରିରୁ ୫୧, ଢେଙ୍କାନାଳରୁ ୩୨ ଏବଂ ଷ୍ଟେଟ ପୁଲରୁ ୨୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪…
ସୀତାରାମ ଅଗ୍ରୱାଲ ବାଲୁଗାଁ: ରାଜ୍ୟରେ କରୋନା ଦ୍ଵିତୀୟ ଲହରୀ ଆତଙ୍କ ସୃଷ୍ଟି କରିଚାଲିଥିବାବେଳେ ଦୈନିକ ଅହେତୁକ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଯାହାକି କୋଣ ଅନୁକୋଣରୁ ଟିକିନିଖି ଖବର ସାଉଁଟିଥିବା ସାମ୍ବାଦିକ ନିଜ ଜୀବନକୁ ପାଣି ଛଡ଼େଇ ଅହ ରହ ସମ୍ବାଦ ପରିବେଷଣ କରିଚାଲିଛି। ଜଣେ ନିର୍ଭୀକ ସମ୍ବାଦିକର ପରିଚୟ ସୃଷ୍ଟି କରି କୋଭିଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ସରକାରୀ ଅବା ଵେସରକାରୀ କାର୍ଯ୍ୟାଳୟ, ଥାନା, କୋର୍ଟ କଚେରୀ, ଜନଗହଳିପୂର୍ଣ୍ଣ ସ୍ଥାନ ସମେତ ଶ୍ମସାନ ପର୍ଯ୍ୟନ୍ତ ପହଞ୍ଚି ଜନ ସାଧାରଣଙ୍କୁ ପ୍ରତି ମୂହୁର୍ତ୍ତରେ ଟିକିନିଖି ଖବର ଦେଇ ଆସୁଛି। ଇତି ମଧ୍ୟରେ ବହୁ ସାମ୍ବାଦିକ ନିଜ କର୍ତ୍ତବ୍ୟ ସଂପାଦନ କ୍ଷେତ୍ରରେ କୋଭିଡ ଯୁଦ୍ଧରେ ହାରି ମୃତ୍ୟୁ ବରଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧିକୁ ଆଗଧାଡିର ଯୋଦ୍ଧା ଭାବେ ଘୋଷଣା କରିବା ସହ ଟିକାକରଣ…
ଭୁବନେଶ୍ବର: ବିଶିଷ୍ଟ ସ୍ଥପତି ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। କୋଭିଡ଼ରେ ଆକ୍ରାନ୍ତ ହୋଇ ସେ ଗତ ୨୨ ତାରିଖରୁ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଆଜି ଅପରାହ୍ନ ୩ ଟା ୪୯ ମିନିଟରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଏନେଇ ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ୧୯୪୩ ମାର୍ଚ୍ଚ ୨୩ ତାରିଖରେ ରଘୁନାଥ ମହାପାତ୍ରଙ୍କ ଜନ୍ମଦିନ ଗ୍ରହଣ ହୋଇଥିଲା। ୨୦୧୩ ମସିହାରେ ରଘୁନାଥ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ। ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ, କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଅସ୍ବସ୍ଥିକର ଖବର। ଭାରତରେ ବାହାରିଲା କରୋନା ଭଲ ହେବାର ଔଷଧ। ଏହି ଔଷଧର ନାମ ରହିଛି 2DG ବା drug 2-deoxy-D-glucose। ଏହାକୁ ଭାରତରେ ଜରୁରୀକାଳିନ ବ୍ୟବହାର ପାଇଁ ଭାରତ ଔଷଧ ମହାନିୟନ୍ତ୍ରକ ମଂଜୁରୀ ପ୍ରଦାନ କରିଛନ୍ତି। ଏହି 2DG ଔଷଧ ଭାରତ ସାମରିକ ଗବେଷଣ ଏବଂ ବିକାଶ ପ୍ରତିଷ୍ଠାନ ବା DRDO ଅଧିନରେ ଥିବା Institute of Nuclear Medicine and Allied Sciences (INMAS) ଦ୍ବାରା ପ୍ରସ୍ତୁତ କରାଯାଇଛି ଏହି ସଂସ୍ଥା ହାଇଦ୍ରାବାଦର ଡ. ରେଡ୍ଡୀ ଲାବ୍ରଟୋରୀର ସହଯୋଗରେ ପ୍ରସ୍ତୁତ କରିଛି। ତେବେ ଏହି ଔଷଧ କୌଣସି ବଟିକା ନୁହେଁ ବରଂ ପାଉଡର। ଏହି ପାଉଡରକୁ ପାଣିରେ ଗୋଳାଇ ପିଇଲେ କରୋନା ପଜେଟିଭି ନେଗେଟିଭ ହୋଇଯାଏ ବୋଲି ପରୀକ୍ଷା କରାଯାଇଛି। ପ୍ରଥମେ ଏହି ଔଷଧକୁ କ୍ଲିନିକାଲ ପରୀକ୍ଷା କରାଯାଇଥିଲା। ଦୁଇ ଥର ଏହି ପରୀକ୍ଷା କରିବା ପରେ ବେଶ ସଫଳତା ମିଳିଛି…
ଭୂବନେଶ୍ୱର, ଭାରତୀୟ ଜନତା ପାର୍ଟୀର ପୂର୍ବତନ ରାଜ୍ୟ ଉପସଭାପତି ତଥା ବରିଷ୍ଠ ନେତା ଇଂ. ବୃନ୍ଦାବନ କଳସଙ୍କ ବିୟୋଗ ହୋଇଯାଇଛି। ଗତ କାଲି ରାତିରେ ୮୫ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ୧୯୯୦ ମସିହାରୁ ବିଜେପି ଦଳ ସହ ଜଡିତ ରହି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ତୁଲାଇଥିଲେ । ୧୯୯୫ ମସିହାରେ ଖୋର୍ଦ୍ଧା ବିଧାନସଭା ଏବଂ ୧୯୯୬ ମସିହାରେ ଭୂବନେଶ୍ୱର ଲୋକସଭା କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ଥିଲେ । ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ମଧ୍ୟ ଦାୟୀତ୍ୱ ନିର୍ବାହ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟ ଦାୟୀତ୍ୱ ସହ ରାଜ୍ୟ ଅଭିଯୋଗ ପ୍ରକୋଷ୍ଠ ଦାୟୀତ୍ୱରେ ବହୁ ଦିନ ଧରି ଥିଲେ । ଓସକାର୍ଡ ବ୍ୟାଂକ ସଭାପତି, ପୁରୀ ଗ୍ରାମ୍ୟ ବ୍ୟାଂକ ସଭାପତି ଭାବେ ନିଜ ଦାୟୀତ୍ୱ ତୁଲାଇଥିଲେ । ଗତ ୨୦୧୯ ମସିହାରେ ସ୍ୱର୍ଗତଃ କଳସଙ୍କୁ ରାଜ୍ୟସ୍ତରୀୟ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ସ୍ୱର୍ଗତଃ କଳସଙ୍କ…
ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏ ସି ମାନଙ୍କୁ ଷାଠିଏ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ। ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା, କଟକ, ସମ୍ବଲପୁର, ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା, ମ୍ୟୁନିସପାଲଟିରେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନ ଏ ସି ରେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ।
ନୂଆଦିଲ୍ଲୀ: ମହାମାରୀ ବିରୋଧରେ ଲଢେଇ ପାଇଁ ଭାରତ ସହ ବ୍ରିଟେନ ହାତ ମିଶାଇଛି। ଭାରତର ଏହି ସମୟରେ ସଙ୍କଟମୋଚକ ଭାବେ ବ୍ରିଟେନ ଠିଆ ହୋଇଛି। ବ୍ରିଟେନ ଆଜି ଭାରତ ପାଇଁ ତିନୋଟି ଅକ୍ସିଜେନ ଜେନେରେଟର ଏବଂ ୧ ହଜାର ଭେଣ୍ଟିଲେଟର ପଠାଇଛି। ତେବେ ପ୍ରତ୍ୟେକ ଜେନେରେଟରରେ ପ୍ରତି ମିନିଟ ୫୦୦ ଲିଟର ଅକ୍ସିଜେନ ଉତ୍ପାଦନ ହେବାର କ୍ଷମତା ରହିଛି। ଯାହା ଗୋଟିଏ ସମୟରେ ୫୦ ଜଣ ଲୋକଙ୍କୁ ଚିକିତ୍ସା କରାଯାଇପାରିବ। ଏହାପରେ ବିଦେଶ ମନ୍ତ୍ରାଳୟ ବ୍ରିଟେନକୁ ଧନ୍ୟବାଦ ଦେବା ସହ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି କହିଛି।
ଗୌହାଟି: ଆସାମରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଏକ ସପ୍ତାହ ଧରି ଚାଲିଥିବା ଦ୍ଵନ୍ଦ୍ଵ ଆଜି ଶେଷ ହୋଇଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ଵଶର୍ମାଙ୍କ ନାମକୁ ବିଜେପି ବିଧାୟକ ଦଳର ବୈଠକରେ ସର୍ବସମ୍ମତି କ୍ରମେ ଅନୁମୋଦନ ମିଳିଛି। ବୈଠକରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପ୍ରଥମେ ହିମନ୍ତ ବିଶ୍ଵଶର୍ମାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ। ପରେ ସମସ୍ତ ବିଧାୟକ ଏହା ଉପରେ ସହମତି ପ୍ରକାଶ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ଆସାମର ରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିଥିଲେ। ତେବେ ସର୍ବାନନ୍ଦଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦବୀ ମିଳିବା ନେଇ ଅନୁମାନ କରାଯାଉଛି।
ଲକ ଡାଉନ ସମୟରେ ଧାମନଗର ଏନଏସି ତରଫରୁ ବୁଲା ପଶୁଙ୍କୁ ଦିଆଯାଉଛି ଖାଦ୍ୟ
ଭୁବନେଶ୍ବର, ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏବଂ କୋଭିଡ଼୧୯ ସଂକ୍ରମଣ ମାମଲା ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ମଇ ମାସ ୧୦ ଓ ୧୧ ତାରିଖ (ସୋମବାର ଓ ମଙ୍ଗଳବାର) ଦିନ ୦୬ ଯୋଡ଼ା ସ୍ଥାନୀୟ ପସେଞ୍ଜର ଏବଂ ମେମୁ ଟ୍ରେନକୁ ଉଭୟ ଦିଗରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଲା – ୦୧. ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼ -ଭୁବନେଶ୍ୱର ବିଶେଷ ଟ୍ରେ ୦୨. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ ୦୩. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ୦୪. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ ୦୫. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ୦୬. ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ୨୫ ଟି ରାଜ୍ୟକୁ କେନ୍ଦ୍ର ସରକାର ପକ୍ଷରୁ ଅନୁଦାନ ରାଶି ଘୋଷଣା କରାଯାଇଛି। ୨୫ ଟି ରାଜ୍ୟକୁ ମୋଟ ୮୯୨୩.୮ କୋଟି ଟଙ୍କା ଅନୁଦାନ ରାଶି ଘୋଷଣା କରିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ। ଗ୍ରାମାଞ୍ଚଳରେ ଏହି ଅର୍ଥ ଖର୍ଚ୍ଚ ପାଇଁ କେନ୍ଦ୍ର ଘୋଷଣା କରିଛି। ତେବେ ଉତ୍ତରପ୍ରଦେଶକୁ ସର୍ବାଧିକ ୧୪୪୧ କୋଟି ୬୦ ଲକ୍ଷ ଟଙ୍କା ଦେବା ଲାଗି କେନ୍ଦ୍ର ଘୋଷଣା କରିଥିବା ବେଳେ ବିହାର ପାଇଁ ୭୪୧ କୋଟି ୮୦ ଲକ୍ଷ, ପଶ୍ଚିମବଙ୍ଗ ପାଇଁ ୬୫୨ କୋଟି ୨୦ ଲକ୍ଷ, ଆନ୍ଧ୍ରକୁ ୩୮୭ କୋଟି ୯୦ ଲକ୍ଷ, ଓଡିଶା ପାଇଁ ୩୩୩ କୋଟି ୮୦ ଲକ୍ଷ ଟଙ୍କା, ଆସାମ ପାଇଁ ୨୩୭ କୋଟି ୨୦ ଲକ୍ଷ ଓ ଛତିଶଗଡକୁ ୨୧୫ କୋଟି ଟଙ୍କା ଅନୁଦାନ ଘୋଷଣା କରିଛି।
ନୂଆଦିଲ୍ଲୀ: ଆସାମରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଆସାମରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ନେଇ ଗତକାଲି ନୂଆଦିଲ୍ଲୀରେ ଆଲୋଚନା ଚାଲିଥିଲା। ତେବେ ଆଜି ମୁଖ୍ୟମନ୍ତ୍ରୀ ସର୍ବନନ୍ଦ ସୋନୱାଲ ଆସାମ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେପଟେ ଆଜି ଆସାମର ବିଜେପି ବିଧାୟକ ଦଳର ବୈଠକ ବସୁଛି। ଏହି ବୈଠକରେ ବିଧାୟକ ଦଳ ନେତା ତଥା ଆଗାମୀ ମୁଖ୍ୟମନ୍ତ୍ରୀ ଚୟନ ହେବ ବୋଲି ଅନୁମାନ କରାଯାଉଛି। ଏହି ବୈଠକରେ ଆସାମ ରାଜ୍ୟ ପ୍ରଭାରି ବୈଜୟନ୍ତ ପଣ୍ଡା ଏବଂ ବରିଷ୍ଠ ବିଜେପି ନେତା ବିଏଲ ସନ୍ତୋଷ ଉପସ୍ଥିତ ରହିବେ। ଉଲ୍ଲେଖ ଯୋଗ୍ୟ ଯେ, ହେମନ୍ତ ବିଶ୍ଵଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ଅଛନ୍ତି ବୋଲି କୁହାଯାଉଛି।
ମୁମ୍ବାଇ: ଗତ କିଛି ଦିନ ହେଲା କର୍ମଚାରୀଙ୍କ କାର୍ଯ୍ୟକଳାପ ପାଇଁ ମହାରାଷ୍ଟ୍ର ପୋଲିସ ପ୍ରଶାସନର ଛବି ଖରାପ ହେବାରେ ଲାଗିଛି। କିନ୍ତୁ ଏହାକୁ ଦେଖି ଆଉ କିଛି ଅଧିକାରୀ ପୋଲିସର ଛବି ବଦଳାଇବା ପାଇଁ ଲାଗିପଡିଛନ୍ତି। ଲୋକମାନଙ୍କ ପ୍ରତି ପୋଲିସର କର୍ତ୍ତବ୍ୟ ଏବଂ ଦାୟିତ୍ଵାଧୀନତା ତଦାରଖ କରିବା ପାଇଁ କିଛି ଅଧିକାରୀ ଅଭିନବ ପ୍ରୟାସ କରିଛନ୍ତି। କିଛି ପୋଲିସ ଅଧିକାରୀ ନିଜର ବେଶ ବଦଳାଇ ବିଭିନ୍ନ ଥାନା ତଦାରଖ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ପିମ୍ପରୀ-ଚିଞ୍ଚୱଡ଼ ପୋଲିସ କମିଶନର କୃଷ୍ଣ ପ୍ରକାଶ ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି। ମହିଳା ଆରକ୍ଷୀ ଅଧିକ୍ଷକଙ୍କ ସହ ମିଶି ପୋଲିସ କମିଶନର ପ୍ରକାଶ ସ୍ବାମୀ-ସ୍ତ୍ରୀ ଭାବେ ପରିଚୟ ଦେଇ ବିଭିନ୍ନ ଥାନାକୁ ଯାଇ କିଛି ଅଭିଯୋଗ କରିଥିଲେ। ଏହି ସମୟରେ ସମ୍ପୃକ୍ତ ଥାନାର ପୋଲିସକର୍ମୀମାନଙ୍କ କାର୍ଯ୍ୟକଳାପକୁ ପରଖି ଥିଲେ। ଏହା ସହ ସହରର ଆଇନ ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିଥିଲେ। କମିଶନର…
ଆଜି ମାତୃଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, କରୋନା ଯୋଦ୍ଧାଙ୍କୁ ସଲାମ
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୮୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଏବଂ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବଲାଙ୍ଗୀରି, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଯାଜପୁର, ଝାରସୁଗୁଡା, ପୁରୀ, ରାୟଗଡା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୩୯ ହଜାର ୩୨୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୩ ହଜାର ୨୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୮୦ କୁ ବୃଦ୍ଧି ହୋଇଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୩ ହଜାର ୭୩୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୯୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୨୨ ଲକ୍ଷ ୯୬ ହଜାର ୪୧୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୨ ହଜାର ୩୬୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୩ ଲକ୍ଷ ୧୭ ହଜାର ୪୦୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୩୬ ହଜାର ୬୪୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୬୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୬୦୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୪୬୨୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୩୯ ହଜାର ୩୨୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୩ ହଜାର ୨୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୬୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୬୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫୬୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୯୪୩ ଜଣ, ଅନୁଗୁଳ ଜିଲ୍ଲାରୁ…
ଭୁବନେଶ୍ବର, ଶାସ୍ତ୍ରରେ ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବରେ ବିବେଚନା କରାଯାଏ ଏବଂ କୁହାଯାଏ ଯେ ସେ ଏକ ଖେଳାଳୀ ପ୍ରକୃତିର। କାରଣ ସେ କେତେବେଳେ କାହା ପାଖରେ ଛିଡା ହୁଅନ୍ତି ତ କାହା ପାଖରେ ନାହିଁ । ଯାହା ଉପରେ ଦେବୀ ଲକ୍ଷ୍ମୀଙ୍କର ଆର୍ଶିବାଦ ଅଛି, ତାଙ୍କ ଜୀବନରେ କୌଣସି ଜିନିଷର ଅଭାବ କେବେ ହୁଏ ନାହିଁ । ମାତାଙ୍କ ଆଶୀର୍ବାଦରେ ଜଣେ ଭିକାରୀ ରାଜା ହୋଇଯାଏ। ଯାହାଙ୍କ ଉପରେ ମାତା କ୍ରୋଧ କରନ୍ତି ତାଙ୍କୁ ଭିକାରୀ କରି ଦିଅନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ଜିନିଷ ଅଛି ଯାହା କଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ସବୁଦିନ ପାଇଁ ଘରୁ ବାହାରି ଯାଆନ୍ତି । ମାତା ଲକ୍ଷ୍ମୀଙ୍କ ଆର୍ଶିବାଦ ପାଇଁ କେଉଁ କାମ କରିବା ଉଚିତ ଏବଂ କେଉଁଟି ଆମେ କରିବା ଉଚିତ୍ ନୁହେଁ ସେ ବିଷୟରେ ଆସନ୍ତୁ ଜାଣିବା । 1-କିଛି ଲୋକ ରାତିରେ ନିଜ…

