ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୪୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ ଏବଂ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଅନୁଗୁଳ, ବଲାଙ୍ଗୀରି, କଟକ, ଦେବଗଡ, ଗଜପତି, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୨୩ ହଜାର ୨୫୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୬ ହଜାର ୯୫୦ ଜଣ। ରାଜ୍ୟରେ…
Author: Samikhsya Bureau
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧୪ ହଜାର ୧୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୯୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୧୪ ଲକ୍ଷ ୯୧ ହଜାର ୫୯୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୧୨ ହଜାର ୩୫୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୬ ଲକ୍ଷ ୪୫ ହଜାର ୧୬୪ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ଆଜି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରକାଶିତ ସଦ୍ୟ କରୋନା ଆକ୍ରାନ୍ତଙ୍କୁ ନେଇ ନୂଆ ତଥ୍ୟ ପ୍ରକାଶିତ ହୋଇଛି। ତାହା ହେଲା ସବୁବେଳେ କରୋନା ଆକ୍ରାନ୍ତରେ ଶୀର୍ଷରେ ଥିବା ଖୋର୍ଦ୍ଧାକୁ ଟପିଛି ଆଉ ଏକ ଜିଲ୍ଲା। ସେହି ଜିଲ୍ଲାଟି ହେଲା ସୁନ୍ଦରଗଡ। ଏହି ଜିଲ୍ଲାରୁ ଗତକାଲି 2 ହଜାର 73 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଗତକାଲି 1 ହଜାର 8 ଶହ 28 ଜଣ ଚିହ୍ନଟ ହୋଇଛନ୍ତି। ତଥ୍ୟ ଅନୁସାରେ ସର୍ବାଧିକରୁ ସର୍ବନିମ୍ନ ହିସାବରେ ସବୁ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା Sundargarh: 2073 Khurda: 1828 Cuttack: 916 Kalahandi: 580 Sambalpur: 544 Angul: 480 Bargarh: 475 Balasore: 437 Bhadrak: 381 Puri: 369 Jajpur: 318 Ganjam: 312 Jharsuguda: 306 Nuapada: 290 Balangir: 260 Nawarangpur:…
ଭୁବନେଶ୍ବର, ଆଜିର ତାଜା ରିପୋର୍ଟ ଅନୁସାରେ ଓଡିଶାରେ ଗତକାଲି 12 ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଅନୁସାରେ ଓଡିଶାର ଗୋଟିଏ ଦିନରେ କରୋନା ଆକ୍ରାନ୍ତ ସଂଖ୍ୟା ରହିଛି 12 ହଜାର 2 ଶହ 38। ଏମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 6 ହଜାର 9 ଶହ 14 ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି 5 ହଜାର 3 ଶହ 24।
ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ଆୟ ବୃଦ୍ଧି ଏବଂ ପ୍ରଗତି ମୁଳକ କାର୍ଯ୍ୟ କରିବାରେ ଇଚ୍ଛା ହେବ। ଲାଭ ସୁଯୋଗ ଆସିବ । ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ । ଏକ ଯାତ୍ରା ଯୋଜନା ହେବ । ଘର ବାହାରେ କିଛି ଟେନସନ ହେବ । ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ । ବ୍ୟବସାୟ କଷ୍ଟମାଇଜ୍ ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମ ଆପଣଙ୍କ ମନକୁ ନେଇଯିବ । ସେୟାର ବଜାରରେ ଲାଭ ହେବ । ଚାକିରିରେ ସୁବିଧା ବଢିପାରେ । ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଟଙ୍କା ସହଜରେ ଗ୍ରହଣ କରାଯିବ । ମିଥୁନ…
ଭୁବନେଶ୍ବର, ବିରୋଧୀ ଦଳର ନେତା ତଥା ବିଜେପି ବିଧାୟକ ପ୍ରଦୀପ ନାୟକ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି। ଫଳରେ ତାଙ୍କୁ ଭୁବନେଶ୍ବରର ଏମସରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇୟୁସିରେ ରଖାଯାଇ ଚିକିତ୍ସା କରାଯାଉଛି। ତାଙ୍କର ସ୍ବାସ୍ଥ୍ୟ ଖବର ପ୍ରସାରିତ ହେବା ପରେ ସବୁ ଦଳ ତରଫରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।
ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ଆୟ ବୃଦ୍ଧି ଏବଂ ପ୍ରଗତି ମୁଳକ କାର୍ଯ୍ୟ କରିବାରେ ଇଚ୍ଛା ହେବ। ଲାଭ ସୁଯୋଗ ଆସିବ । ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ । ମିଥୁନ – ଆପଣ ଦୁଃଖଦ ସୂଚନା ପାଇପାରିବେ, ଧର୍ଯ୍ୟବାନ ହୁଅନ୍ତୁ । ଧାଁଧପଡ ଲାଗି ରହିବ। ବିପଦ ଦୂରେଇ ରୁହନ୍ତୁ । ଖରାପ ଜିନିଷ ପ୍ରତି ଧ୍ୟାନ ଦିଅ ନାହିଁ । ତୁମର କାମ ଉପରେ ଅଧିକ ଧ୍ୟାନ ଆବଶ୍ୟକ କରେ । ବକ୍ତବ୍ୟର ନିୟନ୍ତ୍ରଣ ନିଅ ।
କର୍କଟ- ଭୁଲିଯାଇଥିବା ସାଥୀ ଏବଂ ପରିଦର୍ଶକଙ୍କ ଗ୍ରହଣ ଏବଂ ସମ୍ମାନ ପାଇଁ ଖର୍ଚ୍ଚ ହେବ । ଆତ୍ମ ସମ୍ମାନ ରହିବ । ଆପଣ ଉତ୍ସାହଜନକ ସୂଚନା ପାଇବେ । ବଡ କାମ କରିବାକୁ ଇଚ୍ଛା କରିବେ । ପରିବାର ସଦସ୍ୟଙ୍କ ଅଗ୍ରଗତିର ଖବର ଆସିବ । ଖୁସି ହେବେ । ପରିବାର ସହାୟତା ରହିବ । ତୂଳା- ସ୍ୱାସ୍ଥ୍ୟ ଦୁର୍ବଳ ହେବ । କରାଯାଉଥିବା କାର୍ଯ୍ୟରେ ବାଧା ଉପୁଜିବ । ଚିନ୍ତା ଏବଂ ଟେନସନ ରହିବ । ନିଜ ସାଥୀଙ୍କ ସହିତ ଯୋଗାଯୋଗ କରନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ । ଅନାବଶ୍ୟକ ଲୋକମାନେ ଅଲଗା ହୋଇପାରନ୍ତି । ଅଦରକାରୀ ଜିନିଷ ପ୍ରତି ଧ୍ୟାନ ଦିଅ ନାହିଁ।
ମକର- ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ସମର୍ଥନ ପାଇବାର ସମ୍ଭାବନା ଅଛି । ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ । କୌଣସି କୂଟନୀତିଜ୍ଞଙ୍କ ସମର୍ଥନ ମିଳିପାରିବ । ଲାଭର ଦ୍ୱାର ଖୋଲିବ । ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ବ୍ୟସ୍ତ ରହିବ । ମୀନ- ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । ଜଣେ ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟରେ କାର୍ଯ୍ୟ ପ୍ରତିବନ୍ଧକ ହଟାଯିବ ଏବଂ ଲାଭର ପରିସ୍ଥିତି ସୃଷ୍ଟି ହେବ । ପରିବାର ସଦସ୍ୟମାନେ ଭଲ ବ୍ୟବହାର କରିବେ। ବ୍ୟବସାୟ ଭଲ କରିବ ।
ବିଛା- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ଚିତ୍ତାକର୍ଷକ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଆରାମ ମିଳିବ । ଯେ କୌଣସି ଜରୁରୀ ଜିନିଷ ଶୀଘ୍ର ନଷ୍ଟ ହୋଇପାରେ । ଆଇନଗତ ବାଧା ଉପୁଜିପାରେ । କୁମ୍ଭ – ସ୍ୱାସ୍ଥ୍ୟର ଯତ୍ନ ନିଅ । ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ଆୟ ହ୍ରାସ ହୋଇପାରେ । ଘର ବାହାରେ ସହଯୋଗ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହେବ । ଲୋକମାନେ ସେମାନଙ୍କର ମତ ବ୍ୟାଖ୍ୟା କରିବାକୁ ସମର୍ଥ ହେବେ ନାହିଁ । ଅପାରଗତା ପାଇଁ ବିପୁଳ ଖର୍ଚ୍ଚ ହେବ ।
ସିଂହ- ଘର ବାହାରେ ଏକ ମନୋରମ ପରିବେଶ ରହିବ । ଆପଣ ଚାକିରିରେ ଆରାମ ଅନୁଭବ କରିବେ । ବ୍ୟବସାୟରୁ ସନ୍ତୁଷ୍ଟ ହେବେ । ପିଲାମାନଙ୍କ ବିଷୟରେ ଚିନ୍ତା କରିବେ । ବିରୋଧୀ ଏବଂ ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି । ଆପଣ ସାଙ୍ଗମାନଙ୍କଠାରୁ ସମର୍ଥନ ଏବଂ ମାର୍ଗଦର୍ଶନ ପାଇବେ । ଧନୁ -ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ । ପଦ୍ଧତିରେ ଉନ୍ନତି ହେବ । ସାମାଜିକ କାର୍ଯ୍ୟ ସଫଳ ହେବ । ସମ୍ମାନ ପାଇବେ । ସେଠାରେ ସଫଳତା ହେବ । ଲାଭ ସୁଯୋଗ ଆସିବ । ଘର ବାହାରେ ଖୁସିର ପରିବେଶ ରହିବ । ପରିବାର ସହାୟତା ଗ୍ରହଣ କରାଯିବ ।
ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ । ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ । ବ୍ୟବସାୟ କଷ୍ଟମାଇଜ୍ ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମ ଆପଣଙ୍କ ମନକୁ ନେଇଯିବ । ସେୟାର ବଜାରରେ ଲାଭ ହେବ । କନ୍ୟା- ଯାତ୍ରା ଆକର୍ଷଣୀୟ ଏବଂ ଲାଭଦାୟକ ହେବ । ଉପହାର ଗ୍ରହଣ କରିବା ସମ୍ଭବ ଅଟେ । ବ୍ୟବସାୟ ଲାଭଦାୟକ ହେବ । ଘର ବାହାରେ ସଫଳତା ମିଳିବ । ପରିବାରରେ ଶାନ୍ତି ବଜାଇ ରହିବ। କାର୍ଯ୍ୟରେ ଉତ୍ସର୍ଗୀକୃତ ଏବଂ ଉତ୍ସାହ ରହିବ ।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କୋଭିଡ-୧୯ ପରିସ୍ଥିତିର ଆଜି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ଦେଶରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ୱାରୀ କୋଭିଡ ସଂକ୍ରମଣ ନେଇ ତାଙ୍କୁ ସବିଶେଷ ଅବଗତ କରାଯାଇଛି । ଯେଉଁ ୧୨ଟି ରାଜ୍ୟରେ ଏକଲକ୍ଷ ବା ତା’ଠାରୁ ଅଧିକ ମାମଲା ଅଛି ସେ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି । ଯେଉଁ ଜିଲ୍ଳାଗୁଡିକରେ ସଂକ୍ରମଣ ଅଧିକ ହୋଇଛି ସେ ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଯାଇଥିଲା । ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟଗତ ଭିତ୍ତିଭୂମିକୁ କିପରି ସଜଡା ଯାଇଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ଯେଉଁ ରାଜ୍ୟରେ ଏହାର ଆବଶ୍ୟକତା ରହିଛି ସେ ରାଜ୍ୟଗୁଡିକୁ ସାହାଯ୍ୟ ଓ ମାର୍ଗଦର୍ଶନ ଦେବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଶୀଘ୍ର ଓ ସମ୍ପୂର୍ଣ୍ଣ ସଙ୍ଗରୋଧଜନିତ ପଦକ୍ଷେପର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଯେଉଁ ଜିଲ୍ଲାଗୁଡିକରେ ସଂକ୍ରମଣ ପଜିଟିଭ ହାର ଶତକଡା…
ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରୋଟି ସ୍ୱତନ୍ତ୍ର ଟ୍ରେନରେ କୋଭିଡ୧୯ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସେବା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଟ୍ରେନଗୁଡିକ ହେଲା 1-୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱରରୁ ୮ ରୁ ୨୨ ମେ ଏବଂ ଭୁବନେଶ୍ୱରରୁ ୯ ରୁ ୨୩ ମଇ, ୨୦୨୧ ମଧ୍ୟରେ ବାତିଲ ରହିବ। 2- ୦୮୫୧୬/୦୮୫୧୫ ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ରୁ ୭ ରୁ ୨୧ ମେ ପର୍ୟ୍ୟନ୍ତ ଏବଂ କିରନ୍ଦୁଲରୁ ୮ ରୁ ୨୨ ମେ, ୨୦୨୧ ବାତିଲ୍ ହୋଇ ରହିବ। 3- ୦୨୭୦୮/୦୨୭୦୭ ତିରୁପତି-ବିଶାଖାପାଟଣା-ତିରୁପତି ବିଶେଷ ଟ୍ରେନ ତିରୁପତି ଠାରୁ ୭ ରୁ ୩୦ ମେ ଏବଂ ବିଶାଖାପାଟନମ୍ ଠାରୁ ୮ ରୁ ୩୧ ମେ, ୨୦୨୧ ମଧ୍ୟରେ ବାତିଲ୍ ରହିବ। 4- ୦୨୭୮୪/୦୨୭୮୩ ସିକନ୍ଦରାବାଦ-ବିଶାଖାପାଟନମ୍-ସିକନ୍ଦରାବାଦ ବିଶେଷ ଟ୍ରେନ ସିକନ୍ଦରାବାଦ ଠାରୁ ୮ ରୁ ୨୯ ମେ ପର୍ଯ୍ୟନ୍ତ ଏବଂ ବିଶାଖାପାଟନମ୍ ଠାରୁ ୯ ରୁ ୩୦…
ଭୁବନେଶ୍ବର, ଓଡିଶା ପାଇଁ ଏକ ଖୁସି ଖବର। ବର୍ତ୍ତମାନ କୋଭିଡ ଟିକା ନେଇ ସାରା ଦେଶରେ ବିଭିନ୍ନ ବାଦବିବାଦ ଚାଲିଥିବା ବେଳେ ଓଡିଶା ଆଉ ଏକ ପାଦ ଆଗେଇଛି। ତାହା ହେଲା ଓଡିଶାରେ ଖୁବ ଶିଘ୍ର ପ୍ରସ୍ତୁତ ହେବ କୋଭିଡ ଟିକା। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୁବନେଶ୍ବରର ଅନ୍ଧାରୁଆରେ ଇଡକୋ ତରଫରୁ ଜମି ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ତେବେ ଓଡିଶାରେ କୋଭାକ୍ସିନ ଟିକା ପ୍ରସ୍ତୁତ ହେବ ବୋଲି ନିଷ୍ପତି ହୋଇଛି। ସେ ନେଇ କୋଭାକ୍ସିନ ପ୍ରସ୍ତୁତ କଂପାନୀ ସହିତ ଆଲୋଚନା ସରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 15 କୋଟି ଟଙ୍କା ମଂଜୁର କରାଯାଇଛି। ବର୍ତ୍ତମାନ ସ୍ଥାନ ଚିହ୍ନଟ କରାଯାଇ ସେଠାରେ ପ୍ରାରମ୍ଭକି କାର୍ଯ୍ୟ ଆରମ୍ଭ କରାଯାଇଛି। ଏହି ଟିକା ଆସନ୍ତା 2022 ମସିହା ଜୁନ ମାସରେ ଉତ୍ପାଦନ ହେବ ବୋଲି ଟାର୍ଗେଟ ରଖାଯାଇଛି। ବର୍ତ୍ତମାନ ମହାମାରି ସମୟରେ ଜମି ଚିହ୍ନଟ କରି…
ଭୁବନେଶ୍ବର: ରାଜ୍ୟରେ ଦ୍ଵିତୀୟ ଡୋଜକୁ ପ୍ରାଥମିକତା ଦିଆଯିବ। ଏବେ ଆଉ ନୂଆ ଲୋକଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ ନାହିଁ। ଏବେ ନୂଆ ଲୋକଙ୍କୁ ଅପେକ୍ଷା କରିବାକୁ ପଡିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ୧୮ ରୁ ୪୪ ବର୍ଷର ଲୋକଙ୍କୁ ଏବେ କେବଳ ପଞ୍ଜୀକରଣ କରିବାକୁ ପଡିବ। ରାଜ୍ୟରେ ୯୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୮୭ ପ୍ରତିଶତ ସ୍ଵାସ୍ଥ୍ୟକର୍ମୀଙ୍କୁ ଦ୍ଵିତୀୟ ଡୋଜ ଦିଆଗଲାଣି। ସେହିଭଳି ସମ୍ମୁଖ ଯୋଦ୍ଧାଙ୍କ ମଧ୍ୟରେ ପ୍ରଥମ ଡୋଜ ୯୭ ପ୍ରତିଶତ ନେଇଥିବା ବେଳେ ଦ୍ଵିତୀୟ ଡୋଜ ୮୫ ପ୍ରତିଶତ ନେଇଛନ୍ତି। ରାଜ୍ୟରେ ମୋଟ ୪୫ ବର୍ଷରୁ ଉର୍ଦ୍ଧ୍ଵ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଲକ୍ଷ ୫୫ ହଜାର ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୨୩ ଲକ୍ଷ ୪୩ ହଜାର ଲୋକ ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷାରତ ଅଛନ୍ତି।…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ୪୪୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୦ ହଜାର ୨୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ ହଜାର ୮୬୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୭୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୮୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୦୯୧, ଝାରସୁଗୁଡାରୁ ୪୨୧, ନବରଙ୍ଗପୁରରୁ ୪୧୫, ସୁନ୍ଦରଗଡରୁ ୩୭୧, ବଲାଙ୍ଗୀରିରୁ ୩୫୮, ଅନୁଗୁଳରୁ ୩୪୮, ବରଗଡରୁ ୩୦୮, ଯାଜପୁରରୁ ୩୦୧, କେନ୍ଦୁଝରରୁ ୩୦୦, ମୟୂରଭଞ୍ଜରୁ ୨୮୯, ନୂଆପଡାରୁ ୨୮୨, ଗଞ୍ଜାମରୁ ୨୭୪, କଳାହାଣ୍ଡିରୁ ୨୭୪, ପୁରୀରୁ ୨୫୯, କଟକରୁ ୧୯୯, ରାୟଗଡାରୁ ୧୮୭, ସମ୍ବଲପୁରରୁ ୧୬୩, ଜଗତସିଂହପୁରରୁ ୧୧୨, ଗଜପତିରୁ ୧୦୯, ନୟାଗଡରୁ ୧୦୪, ବାଲେଶ୍ବରରୁ ୭୯, ସୋନପୁରରୁ ୭୮, କେନ୍ଦ୍ରାପଡାରୁ ୭୭, ଭଦ୍ରକରୁ ୬୫, କୋରାପୁଟରୁ ୫୫, କନ୍ଧମାଳରୁ ୩୮, ମାଲକାନାଗିରିରୁ ୩୨, ଦେବଗଡ଼ରୁ ୨୮, ବୌଦ୍ଧରୁ ୧୫, ଢେଙ୍କାନାଳରୁ ୧୧ ଏବଂ ଷ୍ଟେଟ ପୁଲରୁ ୨୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪…
ଭୁବନେଶ୍ବର, ବର୍ତ୍ତମାନ କରୋନା ସମୟରେ ସାଧାରଣ ରୋଗୀମାନେ ମଧ୍ୟ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟ ରୋଗୀମାନେ ଡାକ୍ତରଖାନା ଯିବକୁ ଭୟ କଲେଣି। ତେବେ ଏପରି ପରିସ୍ଥିତିରେ ଭୁବନେଶ୍ବର ଏମସ୍ ତରଫରୁ ନିଆଯାଇଛି ଭିନ୍ନ ପଦକ୍ଷେପ। ଏହି ଅନୁସାରେ ଆପଣ ଘରେ ବସି ଟେଲିଫୋନ ବା ଭିଡିଓ କଲ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ। ସେଥିପାଇଁ ଏମସ ତରଫରୁ ମେଡିସିନ, ଶିଶୁ ରୋଗ, କରୋନା ରୋଗ ପରି 27 ବିଭାଗର ଡାକ୍ତରଙ୍କ ନାମ ଓ ଫୋନ ନମ୍ବର ପ୍ରଦାନ କରାଯାଇଛି। ଏହାକୁ ସୋମବାରରୁ ଶୁକ୍ରବାର ମଧ୍ୟରେ ସକାଳ 9ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ କଲ କରିପାରିବେ। ସେହି ନମ୍ବରଗୁଡିକ ହେଲା
ନୂଆଦିଲ୍ଲୀ, ଗତ କିଛି ସପ୍ତାହ ମଧ୍ୟରେ ଦେଶରେ କୋଭିଡ-୧୯ ସଂକ୍ରମଣ ଅତ୍ୟଧିକ ବୃଦ୍ଧି ପାଉଛି । ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ମାମଲା ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅତ୍ୟଧିକ ଚାପ ପଡ଼ିବା ଆରମ୍ଭ ହୋଇଯାଇଛି । ୨୭ ଏପ୍ରିଲ ୨୦୨୧ରୁ କୋଭିଡ-୧୯ ରିଲିଫ ସ୍ୱରୂପ ବିଭିନ୍ନ ମେଡିକାଲ ସାମଗ୍ରୀ ଓ ଯନ୍ତ୍ରାଂଶ ଭାରତ ଆନ୍ତର୍ଜାତିକ ସହାୟତା ଭାବେ ଗ୍ରହଣ କରୁଛି । ମିଳିଥିବା ସମସ୍ତ ସହାୟତାକୁ ଉପଯୁକ୍ତ ଭାବେ ଆବଶ୍ୟକ କରୁଥିବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବଣ୍ଟନ କରାଯାଇଛି । ଏହା ଏକ କ୍ରମାନ୍ୱୟ ପ୍ରକ୍ରିୟା । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ବିଭିନ୍ନ ସହାୟତା ମାଧ୍ୟମରେ ସୁଦୃଢ଼ କରିବା ହିଁ ମୂଳ ଉଦ୍ଦେଶ୍ୟ । ଅନ୍ୟପକ୍ଷରେ, ଦେଶରେ କୋଭିଡ-୧୯ ଟିକାକରଣ ଅଭିଯାନର ତୃତୀୟ ପଯ୍ୟାୟ ବ୍ୟାପକ ହୋଇଥିବା ବେଳେ ମୋଟ…
ନୂଆଦିଲ୍ଲୀ, ଦେଶରେ କରୋନା ମହାମାରୀ ଦ୍ୱିତୀୟ ଲହରରେ ତାର ଭୟାବହତା ଜାରି ରଖିଥିବା ବେଳେ ପୁଣି ତୃତୀୟ ଲହର ଆସିବ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଚେତାବନୀ ଦେଇଛନ୍ତି । କରୋନାର ସମ୍ଭାବ୍ୟ ତୃତୀୟ ଲହର ବର୍ତ୍ତମାନ ଅପେକ୍ଷା ଆହୁରି ବିପଜ୍ଜନକ ହୋଇପାରେ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର କେ. ବିଜୟ ରାଘବନ କହିଛନ୍ତି । ତୃତୀୟ ଲହରର ଭୂତାଣୁ ନୂଆ ରୂପରେ ଆସିବା ସହ ଏହା ଯେକୌଣସି ମାଧ୍ୟମରେ ସଂକ୍ରମିତ କରିପାରେ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ଲୋପ୍ କରିଦେବା ସହ ସ୍ୱାସ୍ଥ୍ୟ ସଂକଟ ସୃଷ୍ଟି କରିବାର ଆଶଙ୍କା ରହିଛି । ତେବେ ଏହା କେବେ ଓ କେଉଁ ସମୟରେ ଦେଶରେ ସୃଷ୍ଟି ହେବ ତାହା ଜଣାପଡ଼ି ନଥିବା ବେଳେ ଏଥିପ୍ରତି ବର୍ତ୍ତମାନଠାରୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ରାଘବନ ପରାମର୍ଶ ଦେଇଛନ୍ତି । ଏହାର ସଠିକ୍ ମୁକାବିଲା ପାଇଁ ଏବେଠାରୁ ଟିକାକରଣ…

