ସୀତାରାମ ଅଗ୍ରୱାଲ ବାଲୁଗାଁ: ସାରା ରାଜ୍ୟରେ କରୋନାର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ଦମନ କରିବା ପାଇଁ ବିଭିନ୍ନ ଦିଗରୁ ସରକାର, ଜିଲ୍ଲାପାଳ ଓ ପୋଲିସ୍ ପ୍ରଶାସନ ଜନତାଙ୍କୁ ସଚେତନ କରିବା ସହ ମାସ୍କ, ସାନିଟାଇଜର୍, ସାମାଜିକ ଦୂରତା ବଜାୟ ରଖିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଅମାନିଆ ନିୟମ ଉଲ୍ଲଙ୍ଘନ କରୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରିବା ସହ ସମସ୍ତ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଲକ୍ଡାଉନ୍ର ପ୍ରଥମ ଦିବସରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ସକାଳ ୬ଟାରୁ ବାଲୁଗାଁ ଥାନାଧିକାରୀ ରମାକାନ୍ତ ମାହାଲିକଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ସମ୍ପୃକ୍ତ…
Author: Samikhsya Bureau
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ରାମ ମୂର୍ତ୍ତି ବିସର୍ଜ୍ଜନ କରିବା ପାଇଁ ଚିଲିକା ମଧ୍ୟକୁ ଯାଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଚିଲିକା ନିକଟବର୍ତ୍ତୀ ଓଡିଆ ଆଲପୁର ଗ୍ରାମରେ ୧୪ ଦିନ ଧରି ରାମ ନବମୀ ପୂଜା ଚାଲିଥିଲା। ଆଜି ଏହାର ପୂର୍ଣ୍ଣାହୁତି ଥିବା ବେଳେ ମୂର୍ତ୍ତି ବିସର୍ଜ୍ଜନ ଲାଗି ୪ ଜଣ ଯୁବକ ଡଙ୍ଗା ମାଧ୍ୟମରେ ଚିଲିକା ମଧ୍ୟକୁ ଯାଇଥିଲେ। ସେଠାରେ ବିସର୍ଜ୍ଜନ ବେଳେ ସେମାନେ ପାଣି ଭିତରକୁ ଗଳି ପଡିଥିଲେ। ହେଲେ ନିକଟରେ ଥିବା ଡଙ୍ଗା ବାଲା ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଆଉ ଜଣେ ଯୁବକ ନିଖୋଜ ଥିଲେ। ପରେ ଅଗ୍ନିଶମ ବାହିନୀ ଏବଂ ପଥରା ଗ୍ରାମର କିଛି ଯୁବକ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଦୀର୍ଘ ୪ ଘଣ୍ଟାର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୪୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ହଜାର ୩୩୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୯ ହଜାର ୬୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ ହଜାର ୪୧୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୭୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୧୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୯୫୪, କଳାହାଣ୍ଡିରୁ ୫୧୯, କଟକରୁ ୪୮୫, ବଲାଙ୍ଗୀରିରୁ ୪୫୯, ସୁନ୍ଦରଗଡରୁ ୪୩୩, ଝାରସୁଗୁଡାରୁ ୨୬୩, ଅନୁଗୁଳରୁ ୨୪୩, ବରଗଡରୁ ୨୩୯, ପୁରୀରୁ ୨୨୮, ସମ୍ବଲପୁରରୁ ୨୨୫, ନବରଙ୍ଗପୁରରୁ ୨୦୦, ନୂଆପଡାରୁ ୧୯୫, ଗଞ୍ଜାମରୁ ୧୬୮, ମୟୂରଭଞ୍ଜରୁ ୧୪୯, ବାଲେଶ୍ବରରୁ ୧୩୭, ସୋନପୁରରୁ ୧୨୦, କେନ୍ଦ୍ରାପଡାରୁ ୧୧୩, ଯାଜପୁରରୁ ୧୧୨, ନୟାଗଡରୁ ୧୦୩, ଭଦ୍ରକରୁ ୮୭, ଜଗତସିଂହପୁରରୁ ୮୫, ଦେବଗଡରୁ ୭୪, କେନ୍ଦୁଝରରୁ ୭୪, ଗଜପତିରୁ ୬୪, କୋରାପୁଟରୁ ୫୨, କନ୍ଧମାଳରୁ ୪୦, ବୌଦ୍ଧରୁ ୨୮, ମାଲକାନାଗିରିରୁ ୨୮, ଢେଙ୍କାନାଳରୁ ୨୦ ଏବଂ ଷ୍ଟେଟ ପୁଲରୁ ୨୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୧୬…
ନୂଆଦିଲ୍ଲୀ: ଦ୍ଵିତୀୟ ଲହର ପରେ ତୃତୀୟ ଲହର ଆସିବ। କିନ୍ତୁ ଏହା କେବେ ଆସିବ, ତାହା କହିବା ସମ୍ଭବ ନୁହେଁ। ଏନେଇ କେନ୍ଦ୍ର ସରକାରର ପ୍ରମୁଖ ବିଜ୍ଞାନ ପରାମର୍ଶଦାତା କେ. ବିଜୟ ରାଘବନ ଚେତାବନୀ ଦେଇଛନ୍ତି। ଏଥିପାଇଁ ଆମ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ରାଘବନ କହିଛନ୍ତି। ତେବେ ଏହି ଲହରକୁ ପ୍ରତିହିତ କରିବା ପାଇଁ ଟୀକାର ଅପଡେଟ କରିବାକୁ ପଡିବ। ଏହାସହ ଟୀକାକରଣ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ପଡିବ ବୋଲି ରାଘବନ ପରାମର୍ଶ ଦେଇଛନ୍ତି।
ନୂଆଦିଲ୍ଲୀ: ଭାରତରେ କୋଭିଡ଼-୧୯ ବିରୋଧରେ ଟୀକାକରଣ ଅଭିଯାନ ଦ୍ରୁତ ଗତିରେ ଚାଲିଛି। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କୁ ୧୬ କୋଟିରୁ ଉର୍ଦ୍ଧ୍ଵ ଟୀକା ଡୋଜ ଦିଆଯାଇଛି। ଦେଶରେ ଏତିକି ମାତ୍ରାର ଡୋଜ ଦେବା ପାଇଁ ମାତ୍ର ୧୦୯ ଦିନର ସମୟ ଲାଗିଛି। ଯାହା ଆମେରିକାକୁ ଏତିକି ଡୋଜ ଦେବା ପାଇଁ ୧୧୧ ଦିନର ସମୟ ଲାଗିଥିବା ବେଳେ ଚୀନକୁ ୧୧୬ ଦିନ ଲାଗିଥିଲା। ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶର ୧୨ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୮ ରୁ ୪୪ ବର୍ଷର ବୟସ୍କଙ୍କ ଲାଗି ଟୀକାକରଣ ଆରମ୍ଭ ହୋଇଯାଇଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୬ ଲକ୍ଷ ୭୧ ହଜାର ୨୮୫ ଜଣଙ୍କୁ ଟୀକା ଦିଆଯାଇଛି।
ନୂଆଦିଲ୍ଲୀ: ଦେଶର ୧୨ ରୁ ଅଧିକ ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ଚିନ୍ତାଜନକ ଅଛି। ଏହି ରାଜ୍ୟଗୁଡିକରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଗୁଜୁରାଟରେ କରୋନା ମାମଲାରେ ହ୍ରାସ ପାଇଛି, ଯାହା ଏକ ଭଲ ସଂକେତ ଅଟେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅତିରିକ୍ତ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ମୁମ୍ବାଇ ଏବଂ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ବେଙ୍ଗୁଲୁରୁର ସ୍ଥିତି ବର୍ତ୍ତମାନ ଚିନ୍ତାଜନକ ଅଛି। ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ ୩ ଲକ୍ଷ ୮୨ ହଜାର ୩୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୮୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ୩୪ ଲକ୍ଷ ୮୭ ହଜାର ୨୨୯ ସକ୍ରିୟ ମାମଲା ରହିଥିବା ବେଳେ ୨ ଲକ୍ଷ ୨୬ ହଜାର ୧୮୮ ଜଣ ମୃତ୍ୟୁବରଣ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲା ପଞ୍ଚାୟତର କରୋନାରେ ଆକ୍ରାନ୍ତ ହୋଇ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ମୃତ୍ୟୁ ବରଣ କରିଛନ୍ତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ହେତୁ ଗତ ଦୁଇ ଦିନ ତଳେ ହୋମ ଆଇସୋଲେସନରେ ଥିଲେ। ପ୍ରତିଦିନ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମେଡିକାଲ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟବସ୍ଥା ସମ୍ଭନ୍ଧରେ ତଦାରଖ କରାଯାଉଥିବା ବେଳେ ଆଜି ସକାଳୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇପଡିଥିଲା। ଫଳରେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଶ୍ୱାସ ଜନିତ ସମସ୍ୟା ଗୁରୁତର ହୋଇଥିବା ହେତୁ ମୃତ୍ୟୁ ଘଟିଥିଲା। ତେବେ ମୃତକଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇ ଶବକୁ ଖୋର୍ଦ୍ଧା ସ୍ମଶାନକୁ ପଠାଯିବା ସହ ପରିବାରର…
କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିପୁଳ ବିଜୟ ହୋଇଛି। ଦଳର ସୁପ୍ରିମୋ ମମତା ବାନାର୍ଜୀ ଆଜି ତୃତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ପାଇଁ ଶପଥ ଗ୍ରହଣ କରିଛନ୍ତି। ତେବେ ଶପଥ ଗ୍ରହଣ ପରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ମୁଖ୍ୟମନ୍ତ୍ରୀଙ୍କୁ କିଛି ପରାମର୍ଶ ଦେଇଛନ୍ତି। ନିର୍ବାଚନ ଫଳାଫଳ ପରେ ଘଟିଥିବା ହିଂସାକୁ ନେଇ ରାଜ୍ୟପାଳ ଚିନ୍ତା ପ୍ରକଟ କରିଛନ୍ତି। ଆଇନ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ କହିଛନ୍ତି। ଆଶା କରାଯାଉଛି, ବର୍ତ୍ତମାନ ପରିସ୍ଥିତିକୁ ଭଲଭାବରେ ଅନୁଧ୍ୟାନ କରି ମୋ ଛୋଟ ଭଉଣୀ ମମତା ନିରପେକ୍ଷତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରାଜ୍ୟପାଳ କହିଛନ୍ତି। ଅପରପକ୍ଷେ ରାଜ୍ୟରେ କରୋନାକୁ ପ୍ରତିହିତ କରିବା ପାଇଁ ପ୍ରଥମ ପ୍ରୟାସ ରହିବ ବୋଲି ମମତା କହିଛନ୍ତି। ସେହିଭଳି ଆଇନ ବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ନୂତନ ଅଧିକାରୀଙ୍କୁ ନିଯୁକ୍ତି କରାଯିବ ବୋଲି ସେ କହିଛନ୍ତି। ଶପଥ ଗ୍ରହଣ…
ଭୁବନେଶ୍ୱର: ଓଡ଼ିଶାର ପ୍ରଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକ ତଥା ଓଡ଼ିଶା ନାଟ୍ୟସଂଘର ସମ୍ପାଦକ ଲାଲା ବୀରେନ ପ୍ରସାଦ ରାୟ ଗତ ଦୁଇଦିନ ଧରି ମସ୍ତିଷ୍କ ରକ୍ତପ୍ରବାହ ଜନିତ (ବ୍ରେନ୍ ଷ୍ଟ୍ରୋକ୍) ରୋଗରେ ପୀଡ଼ିତ ହୋଇ, ଲୁଇସରୋଡ଼, ଭୁବନେଶ୍ୱରସ୍ଥିତ ଶ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଏହି ଅସୁସ୍ଥତାର ଖବର ପାଇ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ ରଥ, ଓଡ଼ିଶା ନାଟ୍ୟସଂଘର ବରିଷ୍ଠ ଉପଦେଷ୍ଟା ଧୀରେନ୍ଦ୍ରନାଥ ମଲ୍ଲିକ ଓ ଓଡ଼ିଶା ନାଟ୍ୟସଂଘର ସଭାପତି ହରେନ୍ ସାହୁ ସରକାରଙ୍କ ପାଖରେ ଶ୍ରୀ ରାୟଙ୍କ ଏହି ଦୁଃସମୟରେ ଆର୍ଥିକ ସହାୟତା ଦେବା ପାଇଁ ଆବେଦନ କରିଥିଲେ। ବଡ଼ ଖୁସିର କଥା ଯେ, ସରକାର ଗୁରୁତ୍ୱର ସହିତ ଏହାକୁ ବିଚାରକୁ ନେଇ ଶ୍ରୀ ରାୟଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ୧ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଆଜି ସନ୍ଧ୍ୟାରେ ବ୍ୟକ୍ତିଗତ ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ ରଥ,…
ଭୁବନେଶ୍ବର: ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଏକା ବିଶ୍ଵବିଦ୍ୟାଳୟ ଭାବେ ମାନ୍ୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ରାଜ୍ୟର ଏକ ପୁରାତନ ଏବଂ ପ୍ରସିଦ୍ଧ ମହାବିଦ୍ୟାଳୟ ଭାବେ ଖଲ୍ଲିକୋଟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚିତ।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଦୃଢ ଇଚ୍ଛା ଶକ୍ତିଥିଲେ ଉପାୟ ଆପେ ଆସେ। ସେହିପରି କଳାହାଣ୍ଡିର ଜଣେ ଯୁବ ଚାଷୀ ତାଙ୍କର ଇଚ୍ଛାଶକ୍ତି ଓ ଦୃଢ ମନୋବଳ ହିଁ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥିବା ଜଣାପଡିଛି। କଳାହାଣ୍ଡିର ଜଣେ ଯୁବ ଚାଷୀ ନିଜର ଜ୍ଞାନକୌଶଳ ବଳରେ ଚାଷ ଜମିରେ ପାଣି ଯୋଗଇବା ପାଇଁ ବିନା ବିଦ୍ୟୁତ ଓ ବିନା ମେସିନ ସାହାଯ୍ୟରେ ଦେଶୀ ବାମ୍ଫ ପାଣି ଉଠା ଯନ୍ତ୍ର ନିର୍ମାଣ କରି ଲୋକଙ୍କ ପ୍ରେରଣା ସାଜିଥିବା ଜଣାପଡିଛି। ଜୟପାଟଣା ବ୍ଲକ ଅନ୍ତର୍ଗତ ରଜାମୁଣ୍ଡା ଗାଁର ଯୁବକ ଖଞ୍ଜ ନେତ୍ର ଆର୍ଥିକ ସମସ୍ୟା ହେତୁ ନିଜ ଚାଷ ଜମିରେ ପାଣି ମଡାଇ ପାରୁନଥିଲେ। ନିକଟରେ ପାଣି ନାଳ ଥିଲେହେଁ ନିଜ ଜମିରେ ପାଣି ମଡାପାରୁନଥିବା ହେତୁ ଖଞ୍ଜନେତ୍ର ଅତ୍ୟନ୍ତ ଚିନ୍ତାରେ ଥିଲେ। ଜଳ ସମସ୍ୟା ଖଞ୍ଜନେତ୍ରଙ୍କୁ କବଳିତ କରିଦେଉଥିବା ବେଳେ କିଛି ନୂଆ କରିଦେଖାଇବା ପାଇଁ ଚିନ୍ତାମଗ୍ନ ଥିଲେ। ପ୍ରଥମେ ଏକ…
କଲିକତା: ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ଆଜି ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ଗ୍ରହଣ କରିଛନ୍ତି। ଯଦ୍ୱାରା ପୁଣିଥରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ମମତା ବାନାର୍ଜୀଙ୍କ ନେତୃତ୍ଵରେ ସରକାର ଗଠନ କରିଛି। ମମତା ଲଗାତାର ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କରୋନା ଗାଇଡଲାଇନ ଅନୁଯାୟୀ ଶପଥ ଗ୍ରହଣ ସମାରୋହକୁ ଛୋଟ କରାଯାଇଥିଲା। ବର୍ତ୍ତମାନ ଏବେ ବିଧାୟକମାନଙ୍କ ଶପଥ ଗ୍ରହଣ ହେବ ନାହିଁ ବୋଲି ଜଣାପଡିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୧୦୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି ଏବଂ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୬୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୧୦ ହଜାର ୨୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୭ ହଜାର…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୭୮୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୫୧ ହଜାର ୭୩୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୪ ଲକ୍ଷ ୮୭ ହଜାର ୨୨୯ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୯ ହଜାର ୮୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୬୧୧ ଜଣ ଚିହ୍ନଟ ହୋଇଥିବା ବେଳେ ୪୨୭୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୯ ହଜାର ୬୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୧୦ ହଜାର ୨୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୭ ହଜାର ୨୫୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୭୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୯ ହଜାର ୮୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୩୩୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧୩୭ ଜଣ, ଅନୁଗୁଳ ଜିଲ୍ଲାରୁ…
ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ଲାଗୁ ହେଲା ଲକ ଡାଉନ। ଏହା ବୁଧବାର ସକାଳୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଘୋଷଣା କରାଯାଇଛି। ତେବେ ଏହି ସମୟରେ ଜରୁରୀ ସେବା ପାଇଁ କୌଣସି କଟକଣା ନଥିବା ବେଳେ ଲୋକଙ୍କୁ ଚାଲି ଚାଲି ଯାଇ ୫୦୦ ମିଟର ଭିତରୁ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଲୋକଙ୍କୁ ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଶନିବାର ଏବଂ ରବିବାର ଦିନ ପୂର୍ବପରି ସଟଡାଉନ ବଳବତ୍ତର ରହିବ। କଣ ରହିବ ବନ୍ଦ ଲକଡାଉନ ସମୟରେ ବସ ଚଳାଚଳକୁ ବାରଣ କରାଯାଇଛି। କେବଳ ମେଡ଼ିକାଲ ପାଇଁ ଯାତାୟାତ କରିହେବ। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ, ଅଟୋ, ଟ୍ୟାକ୍ସି ଚଳାଚଳ, ସିନେମା ହଲ, ମାଳ, ମାରକେଟ କମ୍ପ୍ଲେକ୍ସ, ଜିମ୍, ଯାତ୍ରା, ଖୋଲା ମଞ୍ଚ,…
ମେଷ- ବକ୍ତବ୍ୟକୁ ନିୟନ୍ତ୍ରଣ କର। ଜଣେ ବ୍ୟକ୍ତିଙ୍କୁ କିଛି କହିବା କଷ୍ଟକର ହୋଇପାରେ। କାରବାରରେ ସାବଧାନ ରୁହନ୍ତୁ। ବିଲଡିଂ କାମ ସଂପୂର୍ଣ୍ଣ ହୋଇ ନ ପାରେ। ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ନକାରାତ୍ମକତା ବୃଦ୍ଧି ପାଇବ । ବ୍ୟବସାୟ ଭଲ କରିବ । ଆୟରେ ନିଶ୍ଚିତତା ରହିବ। ଘରେ ଟେନସନ ହେବ। ଅଂଶୀଦାରମାନଙ୍କ ସହିତ ପାର୍ଥକ୍ୟ ଏବଂ ବିବାଦ ହୋଇପାରେ। ବୃଷ- ଆଇନଗତ ବାଧାବିଘ୍ନକୁ ହଟାଇ ଲାଭର ପରିସ୍ଥିତି ଦୂର ହେବ । ବ୍ୟବସାୟ ଲାଭଦାୟକ ହେବ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଚାକିରିର ପ୍ରଭାବ ବୃଦ୍ଧି ପାଇବ। ସମସ୍ତ କାର୍ଯ୍ୟ ଠିକ୍ ସମୟରେ ହେବ। ବିନିଯୋଗ ଶୁଭ ହେବ। ଆୟ ବୃଦ୍ଧି ପାଇବ। ଭଲ ଆକାରରେ ରୁହ। ଘର ବାହାରେ ସୁଖ ମିଳିବ। ମିଥୁନ- ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ଥକ୍କା ଏବଂ ଦୁର୍ବଳତା ଦେଖାଯିବ । ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇବ । କୌଣସି ବଡ ଡିଲ୍…
କୁମ୍ଭ-ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ । ରୋଜଗାର ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟ କରିବାର ସୁଯୋଗ ଥାଇପାରେ। ଘର ବାହାରେ ଆପଣଙ୍କୁ ପଚରାଉଚରା କରାଯିବ। ନୂତନ ଚାକିରି ମିଳିପାରିବ। ମୀନ- ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ଜାଗ୍ରତ ହେବ। ସତସଙ୍ଗର ଲାଭ ହେବ। ବ୍ୟବସାୟ ବୃଦ୍ଧି ପାଇବ। ସରକାରୀ ସହାୟତା ମିଳିବ। ଲାଭ ସୁଯୋଗ ଆସିବ । ସବୁ ଦିଗରୁ ସଫଳତା ଆସିବ। ସୁଖ ବୃଦ୍ଧି ପାଇବ।
ଧନୁ- ଅପଚୟ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ତୁମର ଜୀବନ ସାଥୀଙ୍କଠାରୁ ସହଯୋଗ ପାଇବ ନାହିଁ । ଚିନ୍ତା ଏବଂ ଟେନସନ ରହିବ। କାରବାରରେ ଶୀଘ୍ର ଏବଂ ବେପରୁଆ ହୁଅନ୍ତୁ ନାହିଁ । ମକର- ସ୍ଥିର ଟଙ୍କା ପାଇବାର ସମ୍ଭାବନା ଅଛି, ଚେଷ୍ଟା ଜାରି ରଖନ୍ତୁ। ଭ୍ରମଣ ଲାଭଦାୟକ ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ରୋଜଗାର ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ।
ତୂଳା- ଆତ୍ମ ସମ୍ମାନ ରହିବ ତୁମେ ଭଲ ଖବର ପାଇବ। ଅତିଥିମାନେ ଆସିବେ। ସୁଖ ବୃଦ୍ଧି ପାଇବ। କିଛି ବଡ କାମ କରିବାକୁ ଇଚ୍ଛୁକ ହେବେ। ତତ୍ପରତା ନାହିଁ । ବ୍ୟବସାୟ ଲାଭଦାୟକ ହେବ। ନୂତନ ବନ୍ଧୁ ସୃଷ୍ଟି ହେବ। ବିଛା- ଉତ୍ସାହ ଏବଂ ଖୁସିରେ କାମ କରିବାକୁ ସମର୍ଥ ହେବ। କୌଣସି ବଡ଼ କାର୍ଯ୍ୟ ହେତୁ ସୁଖ ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯିବ। ବେକାରୀ ଦୂର ହେବ। ବ୍ୟବସାୟ ବୃଦ୍ଧି ପାଇବ। ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ।

