Author: Samikhsya Bureau

ସିଂହ- ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଶୋକ ଖବର ମିଳିପାରେ। ବ୍ୟବସାୟରେ ଅନୁକୂଳ ଲାଭ ହେବ। ଆୟ ରହିବ । କନ୍ୟା- ଚାକିରି ଅଭିବୃଦ୍ଧି ବୃଦ୍ଧି ପାଇବ। ତୁମେ ଅଧିକାରୀଙ୍କ ସୁଖ ପାଇବ। ପାରିବାରିକ ଚିନ୍ତା ବୃଦ୍ଧି ପାଇବ। ଶତ୍ରୁମାନଙ୍କ ସହିତ ସତର୍କତା ଆବଶ୍ୟକ। ବିନିଯୋଗ ଶୁଭ ହେବ। କଠିନ ପରିଶ୍ରମର ଫଳାଫଳ ଗ୍ରହଣ କରାଯିବ।

Read More

ମିଥୁନ- ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ। ଥକ୍କା ଏବଂ ଦୁର୍ବଳତା ଦେଖାଯିବ । ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇବ । କୌଣସି ବଡ ଡିଲ୍ ହୋଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ବୃଦ୍ଧି ପାଇବ। କର୍କଟ- ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ। ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। ବ୍ୟବସାୟ ବ୍ୟସ୍ତ ରହିବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ପରିବାର ଏବଂ ପରିବାରର ଚିନ୍ତା ହେବ।

Read More

ମେଷ- ବକ୍ତବ୍ୟକୁ ନିୟନ୍ତ୍ରଣ କର। ଜଣେ ବ୍ୟକ୍ତିଙ୍କୁ କିଛି କହିବା କଷ୍ଟକର ହୋଇପାରେ। କାରବାରରେ ସାବଧାନ ରୁହନ୍ତୁ। ବିଲଡିଂ କାମ ସଂପୂର୍ଣ୍ଣ ହୋଇ ନ ପାରେ। ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ନକାରାତ୍ମକତା ବୃଦ୍ଧି ପାଇବ । ବୃଷ- ଆଇନଗତ ବାଧାବିଘ୍ନକୁ ହଟାଇ ଲାଭର ପରିସ୍ଥିତି ଦୂର ହେବ । ବ୍ୟବସାୟ ଲାଭଦାୟକ ହେବ। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଚାକିରିର ପ୍ରଭାବ ବୃଦ୍ଧି ପାଇବ। ସମସ୍ତ କାର୍ଯ୍ୟ ଠିକ୍ ସମୟରେ ହେବ। ବିନିଯୋଗ ଶୁଭ ହେବ।

Read More

ସୀତାରମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ହେବାକୁ ଯାଉଛି। ଏହି ଲକଡ଼ାଉନ ସମୟରେ ଅନେକ ଦିନହୀନ ଗରିବ ଲୋକ ଖାଇବାକୁ ନପାଇ ଭୋକିଲା ରହୁଥିବା ଦେଖିବାକୁ ମିଳେ। କିନ୍ତୁ ଏଭଳି ଲୋକଙ୍କ ମଧ୍ୟରେ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ବାଲୁଗାଁ ଏସଡ଼ିପିଓ ଏକ ନିଆରା ପ୍ରୟାସ ହାତକୁ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଅସହାୟ ଓ ଭୋକିଲା ବ୍ୟକ୍ତିମାନଙ୍କ ପାଇଁ ଦାନା ଯୋଗାଡ଼ କରିବା ନିମନ୍ତେ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା ୫ ରୁ ୧୯ ତାରିଖ ଲକଡ଼ାଉନ ସମୟ ମଧ୍ୟରେ ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯଦି କେହି ଆସନ୍ତି ତେବେ ତୁରନ୍ତ  ୯୪୩୭୩୪୨୮୫୫ କିମ୍ୱା ୯୦୭୮୯୩୪୯୩୪ ନମ୍ବରରେ ପୋଲିସକୁ ଯୋଗାଯୋଗ କରିବା ଲାଗି ଏସଡ଼ିପିଓ ଶ୍ରୀ ବାରିକ ନିବେଦନ କରିଛନ୍ତି।…

Read More

ରାମଅଭିଷେକ ଉତ୍ସବର ଶ୍ରୀମନ୍ଦିର ପାଳନ କରାଯାଇଥାଏ। ଏଥିପାଇଁ ଏକ ସ୍ବତନ୍ତ୍ର ବିମାନରେ ରାମ ଲକ୍ଷ୍ଣଣ ସୀତାଙ୍କ ସହିତ ହନୁମାନଙ୍କ ପ୍ରତିମା ସହର ପରିକ୍ରମା କରିଥାନ୍ତି।

Read More

ପୁରୀ, ଆଜି ହେଉଛି ରାମ ଅଭିଷେକ। ଏହି ଉପଲକ୍ଷେ ଶ୍ରୀମନ୍ଦିରର ମଧ୍ୟ ସ୍ବତନ୍ତ୍ର ରିତିନିତି ପାଳିତ ହୋଇଛି। ଆଜି ଶ୍ରୀଜୀୟୁଙ୍କ ସଂଧ୍ୟା ଆରତି ପରେ ଏହି ସ୍ବତନ୍ତ୍ର ପର୍ବର ଆୟୋଜିନ କରାଯାଇଥିଲା। ଏଥିରେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କ ପ୍ରତିମା ଏକ ବିମାନରେ ଜଗନ୍ନାଥ ବଲ୍ଲବ ମଠକୁ ବିଜେ କରିଥିଲେ। ଏଥିରେ ସେବକମାନେ ଘଣ୍ଟିଘଣ୍ଟା ଛତି ଧରି ଏହି ଚାରି ପ୍ରତିମାକୁ ସହର ପରିକ୍ରମା କରାଇଥିଲେ। କୋଭିଡ କଟକଣା ଭିତରେ ଭକ୍ତଙ୍କ ଗହଳିକୁ ଏଡାଇବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଥିଲା।

Read More

ଭୁବନେଶ୍ବର, ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକମାନଙ୍କୁ ଏହି ପୁରସ୍କାର ଓଡିଶା ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଦିଆଯିବ। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏ ନେଇ ଆଜି ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି। ଏଥିସହିତ ଯୁବପୀଢିଙ୍କ ମଧ୍ୟରେ ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଗୋଟିଏ ଲେଖାଏଁ ପୁରସ୍କାର ତଥା ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ବାଲେଶ୍ବର ଜିଲ୍ଲା ଶଂଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସ, ଏହି…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଆଜି ଏକ ଭର୍ଚୁଆଲ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଭାରତ ଓ ବ୍ରିଟେନ ମଧ୍ୟରେ ଦୀର୍ଘସ୍ଥାୟୀ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଏବଂ ଏକ ରଣନୈତିକ ସହଭାଗିତା ରହିଛି। ଏହି ସହଭାଗିତା ଗଣତନ୍ତ୍ର ଓ ମୌଳିକ ସ୍ବାଧୀନତା ଲାଗି ପ୍ରତିବଦ୍ଧତା ତଥା ଆଇନର ଶାସନ, ଦୃଢ଼ ଆପୋସ ବୁଝାମଣା ଓ ବୃଦ୍ଧି ପାଉଥିବା ସମନ୍ବୟ ଉପରେ ଆଧାରିତ। ଦ୍ବିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇ ଏକ ‘ବିସ୍ତୃତ ରଣନୈତିକ ସହଭାଗିତା’ରେ ପରିଣତ କରିବା ଉଦ୍ଦେଶ୍ୟରେ ଏହି ଶିଖର ସମ୍ମିଳନୀ ଅବସରରେ ଏକ ମହତ୍ବାକାଂକ୍ଷୀ ‘ରୋଡମ୍ୟାପ ୨୦୩୦’ ଗ୍ରହଣ କରାଯାଇଥିଲା। ଏହି ରୋଡମ୍ୟାପ ଆସନ୍ତା ଦଶବର୍ଷ ମଧ୍ୟରେ ଜନ ସମ୍ପର୍କ, ବାଣିଜ୍ୟ ଓ ଅର୍ଥ ବ୍ୟବସ୍ଥା, ପ୍ରତିରକ୍ଷା ଓ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ସ୍ବାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅଧିକ ନିବିଡ଼ ଓ ଦୃଢ଼ ସହଭାଗିତା ନିମନ୍ତେ ମାର୍ଗ ପ୍ରଶସ୍ତ କରିବ।…

Read More

ଭୁବନେଶ୍ବର: ଛତିଶଗଡ ଏବଂ ପଶ୍ଚିମବଙ୍ଗ ପରେ ଏବେ ରାଜ୍ୟ ସରକାର ଆନ୍ଧ୍ରା ଓ ତେଲେଙ୍ଗାନା ଉପରେ ନଜର ରଖିଛନ୍ତି। ଏହି ଦୁଇ ରାଜ୍ୟର ଷ୍ଟ୍ରେନକୁ ନେଇ ସୀମାନ୍ତବର୍ତ୍ତି ଜିଲ୍ଲାଗୁଡିକୁ ସତର୍କ କରାଯାଇଛି। ଓଡିଶା ଫେରୁଥିବା ଲୋକଙ୍କ ଉପରେ କଡା ନଜର ରଖିବା ପାଇଁ ସୀମାନ୍ତବର୍ତ୍ତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସଆରସି ପ୍ରଦୀପ କୁମାର ଜେନା ସତର୍କ କରିଛନ୍ତି। ତେବେ ଆନ୍ଧ୍ରା ଏବଂ ତେଲେଙ୍ଗାନାରୁ ଫେରୁଥିବା ଲୋକଙ୍କ ପାଇଁ କ୍ଵାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ଫେରନ୍ତାଙ୍କୁ ୧୪ ଦିନ କ୍ଵାରେଣ୍ଟିନରେ ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ତେବେ ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେରିଭ ରିପୋର୍ଟ ଥିବା ଫେରନ୍ତାଙ୍କୁ ୭ ଦିନ କ୍ଵାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି।

Read More

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ୧୫ ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି। ଟୀକାର ଅଭାବ ଯୋଗୁଁ ଟୀକାକରଣ ବନ୍ଦ ହେବ ବୋଲି ଘୋଷଣା ହୋଇଛି। ଅନୁଗୁଳ, ବରଗଡ, ବୌଦ୍ଧ, ବାଲେଶ୍ଵର, କଟକ, ଜଗତସିଂହପୁର, ଦେବଗଡ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର, କୋରାପୁଟ, ରାୟଗଡା, ସମ୍ବଲପୁର ଏବଂ ସୋନପୁର ଜିଲ୍ଲାରେ ଆସନ୍ତାକାଲି ଟୀକାକରଣ ବନ୍ଦ ରହିବ।

Read More

ଭୁବନେଶ୍ଵର: କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଓ ଯାତ୍ରୀ ହୋଇନଥିବାରୁ ୫ ଟି ସ୍ଵତନ୍ତ୍ର ଟ୍ରେନ ସେବାକୁ ବନ୍ଦ କରାଯାଇଛି। ୫ ତାରିଖରୁ ପୁରୀ-ଗୁଣପୁର-ପୁରୀ ସ୍ଵତନ୍ତ୍ର ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୬ ତାରିଖରୁ ଗୁଣପୁର-ପୁରୀ ସ୍ଵତନ୍ତ୍ର ଟ୍ରେନକୁ ବନ୍ଦ କରାଯାଇଛି। ସେହିଭଳି ୫ ତାରିଖରୁ ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ଵତନ୍ତ୍ର ଟ୍ରେନର ଚଳାଚଳକୁ ବନ୍ଦ କରାଯାଇଛି। ୫ ତାରିଖରେ ପୁରୀରୁ ଛାଡୁଥିବା ପୁରୀ-ଦୁର୍ଗ ସ୍ଵତନ୍ତ୍ର ଟ୍ରେନ ଓ ଦୁର୍ଗରୁ ଆସୁଥିବା ଦୁର୍ଗ-ପୁରୀ ଟ୍ରେନକୁ ବନ୍ଦ କରାଯାଇଛି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୩୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ୨୫୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୯ ହଜାର ୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ହଜାର ୯୪୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୭୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଲକଡାଉନ ସମୟରେ କମିଶନରେଟ ପୋଲିସ ଭୁବନେଶ୍ଵର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ଏହି ସମୟରେ କୋଣସି ଅଭିଯୋଗ ଥିଲେ ଥାନାକୁ ନଯାଇ ଫୋନ ମାଧ୍ୟମରେ ଅଭିଯୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଲକଡଉନ ସମୟରେ ଚୋରୀ, ଡକାୟତି କିମ୍ବା ଅନ୍ୟ କିଛି ଅସୁବିଧା ହୋଇଥିଲେ ଫୋନ ମାଧ୍ୟମରେ ପୋଲିସକୁ ସୂଚନା ଦେବାପାଇଁ କୁହାଯାଇଛି। ୧୦୦ ନମ୍ବରରେ କିମ୍ବା ସମ୍ପୃକ୍ତ ଥାନା ଆଇଆଇସିଙ୍କୁ ଫୋନ କରି ଅଭିଯୋଗ ଜଣାଇବା ପାଇଁ ଲୋକଙ୍କୁ କୁହାଯାଇଛି। ଅଭିଯୋଗକାରୀଙ୍କ ସବିଶେଷ ତଥ୍ୟ ସଂଗ୍ରହ କରି ଘରେ ଏତଲା ସଂଗ୍ରହ କରିବ ପୋଲିସ। ଏବଂ ଏନେଇ ପୋଲିସ ତୁରନ୍ତ ଘରେ ପହଞ୍ଚି ଅଭିଯୋଗ ପତ୍ର ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିବ। ଏହାଦ୍ବାରା ତଦନ୍ତରେ କିଛି ଅବହେଳା କରାଯିବନି। ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୮୯୩, ସୁନ୍ଦରଗଡରୁ ୭୮୧, ଝାରସୁଗୁଡାରୁ ୫୫୭, ନୂଆପଡାରୁ ୪୪୮, କଟକରୁ ୩୪୨, କଳାହାଣ୍ଡିରୁ ୩୨୦, ବରଗଡରୁ ୨୯୮, ସମ୍ବଲପୁରରୁ ୨୭୯, ନବରଙ୍ଗପୁରରୁ ୨୨୯, ଗଞ୍ଜାମରୁ ୨୧୬, ଯାଜପୁରରୁ ୧୮୯, ମୟୂରଭଞ୍ଜରୁ ୧୮୦, ପୁରୀରୁ ୧୪୩, ବଲାଙ୍ଗୀରିରୁ ୯୮, କୋରାପୁଟରୁ ୯୨, କେନ୍ଦୁଝରରୁ ୮୯, ଜଗତସିଂହପୁରରୁ ୮୭, ଭଦ୍ରକରୁ ୮୬, ନୟାଗଡରୁ ୮୫, ଗଜପତିରୁ ୭୮, ରାୟଗଡ଼ାରୁ ୭୦, ସୋନପୁରରୁ ୬୨, ଦେବଗଡରୁ ୪୨, କେନ୍ଦ୍ରାପଡାରୁ ୩୮, କନ୍ଧମାଳରୁ ୩୭, ମାଲକାନାଗିରିରୁ ୧୬, ବୌଦ୍ଧରୁ ୧୪, ଢେଙ୍କାନାଳରୁ ୮ ଏବଂ ଷ୍ଟେଟ ପୁଲରୁ ୧୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪ ଲକ୍ଷ ୧୦ ହଜାର ୨୨୭…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲକଡ଼ାଉନ କଟକଣା ଆରମ୍ଭ ହେଉଛି। ଏହି ସମୟରେ ରାସନ ଏବଂ ପରିବା ଦୋକାନ ସକାଳ ୬ ଟା ରୁ ୧୨ ଯାଏଁ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏପରିକି ଗତକାଲି ସ୍ୱତନ୍ତ ରିଲିଫ କମିଶନର ଜନସାଧାରଣଙ୍କୁ ଲକ ଡ଼ାଉନ ସମୟରେ ଭୟଭୀତ ନହେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି। ତେବେ ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷ ପ୍ରଚୁର ପରିମାଣରେ ମହଜୁଦ ଥିବା ସରକାର କହୁଥୁବା ବେଳେ ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆଜିଠୁ ପରିବାର କଳାବଜାରୀ ଆରମ୍ଭ ହୋଇଯାଇଥିବାର ଅଭିଯୋଗ ହେଉଛି। ବିଶେଷ କରି ବାଣପୁର ଏନଏସିରେ ଆଳୁ କେଜି ୩୨ ଟଙ୍କାରେ ବିକ୍ରି ହେଉଥିବାର ଅଭିଯୋଗ ହେଉଛି। ଏପରିକି କେତେ ଦୋକାନୀ କେବଳ ଆଳୁ ଦେବାକୁ ମନା କରୁଛନ୍ତି। ଅନ୍ୟ ପରିବା ନେଲେ ଆଳୁ ଦେବେ ବୋଲି ଗ୍ରାହକମାନଙ୍କୁ କିଛି ଦୋକାନୀ କହୁଥିବା ଅଭିଯୋଗ ହେଉଛି। ନଚେତ କେଜି…

Read More

ନୂଆଦିଲ୍ଲୀ: ଆଇପିଏଲ-୧୪ ସଂସ୍କରଣର ବାକି ଥିବା ମ୍ୟାଚଗୁଡିକୁ ବାତିଲ କରିଦିଆଯାଇଛି। ଏକାଧିକ ଖେଳାଳି କରୋନା ଚିହ୍ନଟ ହେବା ପରେ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି। ଗତକାଲି କୋଲକୋତା ନାଇଟ ରାଇଡ଼ର୍ସ ଏବଂ ରୟାଲ ଚ୍ୟାଲେଞ୍ଜର ବେଙ୍ଗୁଲୁରୁ ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ବାତିଲ କରି ଦିଆଯାଇଥିଲା। କେକେଆରର ଦୁଇ ଖେଳାଳି ପଜିଟିଭ ଚିହ୍ନଟ ହେବା ପରେ ଗତକାଲି ମ୍ୟାଚକୁ ବାତିଲ କରିଦିଆଯାଇଥିଲା। ତେବେ ଆଜି ମଧ୍ୟ ଆଉ କିଛି ଖେଳାଳି ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି।

Read More

ନୂଆଦିଲ୍ଲୀ, ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ହୋଇଥିବା ହିଂସା ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କଠାରୁ ରିପୋର୍ଟ ମାଗିଛି। ରାଜ୍ୟର ବିଭିନ୍ନ ଅଞ୍ଚଚଳରେ ତ୍ରୁଣମୂଳ କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ନିର୍ବାଚନ ଫଳାଫଳ ପରେ ବିଜେପି ପ୍ରାର୍ଥୀଙ୍କ ସହ ହୋଇଥିବା ହିଂସା ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ନେତାଙ୍କ ଘରେ ନିଆଁ ଲଗାଇ ସେମାନଙ୍କ ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଜମାଲପୁରରେ ତ୍ରୁଣମୂଳ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭାରତୀୟ ଜନତା ପାର୍ଟି ଦାବି କରିଛି ଯେ ତ୍ରୁଣମୂଳ କଂଗ୍ରେସ ସମର୍ଥକମାନେ ଜଣେ ବିଜେପି କର୍ମୀଙ୍କ ଘରକୁ ଭାଙ୍ଗି ଦେବା ପରେ ହିଂସା ଆରମ୍ଭ ହୋଇଛି। ଏହି…

Read More

ନୂଆଦିଲ୍ଲୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନ ଆଜି ନୂଆଦିଲ୍ଲୀରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ 94 ବର୍ଷ ହୋଇଥିଲେ। ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀ ଜଗମୋହନ  ଦିଲ୍ଲୀ ଏବଂ ଗୋଆର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ କାର୍ଯ୍ୟ କରିଥିଲେ। ସେ ଥରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସେ ନୂଆଦିଲ୍ଲୀ ଆସନରୁ ତିନିଥର ଲୋକସଭାକୁ ପ୍ରତିନିଧିତ୍ୱ କରିଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ସେ କେନ୍ଦ୍ର ଯୋଗାଯୋଗ, ସହର ବିକାଶ, ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କୁ 1971 ରେ ପଦ୍ମଶ୍ରୀ, 1977 ରେ ପଦ୍ମ ଭୂଷଣ ଏବଂ 2016 ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Read More

ନୂଆଦିଲ୍ଲୀ, ରେମେଡିସିଭିର ଇଞ୍ଜେକ୍ସନ, ଏପିଏସ୍, ମେଡିକାଲ ଅମ୍ଳଜାନ, ଅମ୍ଳଜାନ କନଟେନର, କ୍ରାୟୋଜେନିକ୍ ଟ୍ୟାଙ୍କ ଏବଂ କୋଭିଡ ଟିକା ସମେତ ଚିକିତ୍ସା ସାମଗ୍ରୀର ଆମଦାନୀ ଉପରେ IGST ହଟାଇବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏଗୁଡିକ ମାଗଣା ବଣ୍ଟନ ପାଇଁ, ଏହି ରିହାତି 30 ଜୁନ୍ ପର୍ଯ୍ୟନ୍ତ ରଖାଯାଇଛି। ଏହାପୂର୍ବରୁ କେନ୍ଦ୍ର ଜରୁରୀ ଚିକିତ୍ସା ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଏବଂ ସ୍ୱାସ୍ଥ୍ୟ ସେସକୁ ହଟାଇ ଦେଇଥିଲେ। ଏହି ଛାଡ କୈଣସି IGST ଦେୟ ବିନା ମାଗଣା ବଣ୍ଟନ ପାଇଁ କୋଭିଡ ମୁକାବିଲା ସାମଗ୍ରୀ ଆମଦାନୀ କରିବାକୁ ଅନୁମତି ଦିଆଯାଉଛି। ଆମଦାନୀକାରୀଙ୍କୁ ଏହି ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଏକ ନୋଡାଲ କର୍ତ୍ତୃପକ୍ଷ ନିଯୁକ୍ତ କରିବାକୁ କୁହାଯାଇଛି।

Read More

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ କରୋନା ପରିସ୍ଥିତି ଯେପରି ହେବାରେ ଲାଗିଛି ଏଥିପାଇଁ କେବଳ ସଂପୂର୍ଣ୍ଣ ଲକଡାଉନର ଆବଶ୍ୟକତା ରହିଛି। ଏହା କହିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ପୂର୍ବରୁ କରୋନା ପରିଚାଳନା କରିବାରେ ବିଫଳ ହୋଇଛନ୍ତି। ଫଳରେ ପରିସ୍ଥିତି ଧିରେଧିରେ ଅଣଆୟତ ହେବାରେ ଲାଗିଛି। ସେଥିପାଇଁ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଲକଡାଉନ ଏକମାତ୍ର ବିକଳ୍ପ ବୋଲି ରାହୁଳ କହିଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୫୭ ହଜାର ୨୨୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୪୪୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୨ ଲକ୍ଷ ୮୨ ହଜାର ୮୩୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୨ ହଜାର ୪୦୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୩ ହଜାର ୨୯୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୪ ଲକ୍ଷ ୪୭ ହଜାର ୧୩୩ ଆକ୍ଟିଭ୍‌ କେସ୍ ରହିଛି।

Read More