ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ବଡି ଭୋରରୁ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଥାନା ଅଧିକାରୀ ମହେଶ୍ଵର ଚଣ୍ଡରାୟଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ବାଲୁଗାଁ ରେଳ ଷ୍ଟେସନରେ କୋଭିଡ଼ ନିୟମ ଉଲ୍ଲଂଘନ, ନିଶାଦ୍ରବ୍ୟ ଚୋରା ଚାଲାଣ ଏବଂ ଅସାମାଜିକ କାର୍ଯକଳାପ ବିରୁଦ୍ଧରେ ଏକ ଦିନିକିଆ ସ୍ଵତନ୍ତ୍ର ସତର୍କ ଯାଞ୍ଚ କରଯାଇଥିଲା। ଏହି ପରିପ୍ରେକ୍ଷୀରେ ବାଲୁଗାଁ ରେଳ ଷ୍ଟେସନ ଏବଂ ସମସ୍ତ ଯାତ୍ରୀବାହୀ ଗାଡିର ଖାନ ତଲାସି କରାଯାଇଥିଲା। ଯାଞ୍ଚ ସମୟରେ ଆରପିଏଫ ଟିମ ବାଲୁଗାଁ ଷ୍ଟେସନର ଦକ୍ଷିଣ ଭାଗରେ ଦୁଇଜଣ ଯୁବକଙ୍କୁ ଦୁଇ ଗୋଟି ବ୍ୟାଗ ସହ ସନ୍ଦେହଜନକ ଅବସ୍ଥାରେ ଧରି ପଚରାଉଚରା କରିଥିଲେ। ତେବେ ହଠାତ ଯୁବକ ଦ୍ୱୟ ଉକ୍ତ ସ୍ଥାନରୁ ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଆରପିଏଫ ଟିମ ସେମାନଙ୍କୁ କାବୁ କରିନେଇଥିଲେ। ଯୁବକ ଦ୍ଵୟ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ଏବଂ ସେମାନେ କୋଦଳା ଅଞ୍ଚଳରୁ ସୁରାଟକୁ ରେଳ ଯୋଗେ ନିଶାଦ୍ରବ୍ୟ ଚୋରାଚାଳାଣ କରୁଥିବାର ଆରପିଏଫ ଆଗରେ ପ୍ରକାଶ…
Author: Samikhsya Bureau
ନୂଆଦିଲ୍ଲୀ, ଦେଶରେ ଅକ୍ସିଜେନ ଯୋଗାଣ ଓ ଉପଲବ୍ଧତା ବୃଦ୍ଧି କରିବା ଲାଗି ଅଭିନବ ମାର୍ଗ ସନ୍ଧାନ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ବାଷ୍ପୀୟ ଅକ୍ସିଜେନର ଉପଯୋଗିତା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଇସ୍ପାତ କାରଖାନା, ବିଶୋଧନ ସୁବିଧା ଥିବା ପେଟ୍ରୋକେମିକାଲ ୟୁନିଟ୍, ରିଚ୍ କମ୍ବସନ ପ୍ରକ୍ରିୟା ଉପଯୋଗ କରୁଥିବା ଉଦ୍ୟୋଗ, ବିଦ୍ୟୁତ ଶକ୍ତି ପ୍ଲାଣ୍ଟ ଆଦି ବହୁ ଉଦ୍ୟୋଗରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକରେ ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରାଯାଇଥାଏ ଯାହାକି ଏହି ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ। ଏହି ଅକ୍ସିଜେନକୁ ଚିକିତ୍ସା ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରିବ। ଆବଶ୍ୟକ ଶୁଦ୍ଧତା ଥିବା ବାଷ୍ପୀୟ ଅକ୍ସିଜେନ ଉତ୍ପାଦନ କରୁଥିବା ଔଦ୍ୟୋଗିକ ୟୁନିଟଗୁଡ଼ିକୁ ଚିହ୍ନଟ କରିବା ନିମନ୍ତେ ରଣନୀତିର ଉପଯୋଗ କରାଯାଉଛି। ସହର ବା ଜନବହୁଳ ଅଞ୍ଚଳର ଚାହିଦା ଥିବା କେନ୍ଦ୍ର ଓ ଅକ୍ସିଜେନ ଶଯ୍ୟା ଥିବା ଅସ୍ଥାୟୀ କୋଭିଡ ଚିକିତ୍ସା…
ନୂଆଦିଲ୍ଲୀ, କୋଭିଡ-୧୯ ମହାମାରୀ ପରିସ୍ଥିତି କାରଣରୁ ମେଡ଼ିକାଲ ଅକ୍ସିଜେନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟରେ ପରିବର୍ତ୍ତିତ କରିବାର ବ୍ୟବହାର୍ୟ୍ୟତା ଉପରେ ବିଚାର କରିଛନ୍ତି। ଏପରି ବିଭିନ୍ନ ସମ୍ଭାବ୍ୟ ଉଦ୍ୟୋଗଗୁଡ଼ିକୁ ଚିହ୍ନଟ କରାଯାଇଛି ଯେଉଁଥିରେ ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ନିମନ୍ତେ ପରିବର୍ତ୍ତିତ କରାଯାଇପାରିବ। ବର୍ତ୍ତମାନର ପ୍ରେସ ସ୍ବିଙ୍ଗ ଆଡସର୍ପସନ (ପିଏସଏ) ନାଇଟ୍ରୋଜେନ ପ୍ଲାଣ୍ଟଗୁଡ଼ିକୁ ଅକ୍ସିଜେନ ଉତ୍ପାଦନ ନିମନ୍ତେ ପରିବର୍ତ୍ତିତ କରିବାର ପ୍ରକ୍ରିୟା ଉପରେ ଆଲୋଚନା କରାଯାଇଛି। ନାଇଟ୍ରୋଜେନ ପ୍ଲାଣ୍ଟରେ କାର୍ବନ ମଲିକୁଲାର ସିଭ (ସିଏମଏସ)ର ଉପଯୋଗ କରାଯାଇଥାଏ। ଅନ୍ୟପଟେ ଅକ୍ସିଜେନ ଉତ୍ପାଦନ ଲାଗି ଜିୟୋ ଲାଇଟ ମଲିକୁଲାର ସିଭ (ଜେଡଏମଏସ)ର ଆବଶ୍ୟକତା ହୋଇଥାଏ। ସେଥିପାଇଁ ସିଏମଏସକୁ ଜେଡ୍ଏମଏସ ସହିତ ବଦଳାଇ ଏବଂ ଆହୁରି କେତେକ ପରିବର୍ତ୍ତନ ଯେପରିକି ଅକ୍ସିଜେନ ଆନାଲାଇଜର, କଣ୍ଟ୍ରୋଲ ପ୍ୟାନେଲ ପ୍ରଣାଳୀ, ପ୍ରବାହ ଭାଲଭ୍ ଆଦି ସହିତ ବର୍ତ୍ତମାନର ନାଇଟ୍ରୋଜେନ ପ୍ଲାଣ୍ଟରେ ଅକ୍ସିଜେନ ଉତ୍ପାଦନ ଲାଗି ଆବଶ୍ୟକ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କ୍ଷିପ୍ର ଗତିରେ ବଢିଚାଲିଛି। ଦୈନିକ ସଂକ୍ରମଣ ଏବେ ୪ ଲକ୍ଷରେ ପହଞ୍ଚିଛି। ଏହାସହିତ ରାଜ୍ୟର ସ୍ଥିତି ସଙ୍ଗୀନ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଆଇଏନ୍ଏସ୍ ଚିଲିକା, ନୌସେନା ଅଧିକାରୀ ଇନ୍ଚାର୍ଜ ଓଡ଼ିଶାଙ୍କ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସହ ସମନ୍ୱୟ ରକ୍ଷା କରି ଆଇଏନ୍ଏସ୍ ଚିଲିକାରେ ଏକ କୋଭିଡ୍ କେୟାର ସେଣ୍ଟର କରାଯାଇଛି। କୋଭିଡ୍ କ୍ଷେତ୍ରରେ ବୃଦ୍ଧି ପାଉଥିବା ସଂକ୍ରମଣର ମୁକାବିଲା କରିବା ପାଇଁ ନୌସେନା ଷ୍ଟେସନ ଓ ଚିଲିକା ମଧ୍ୟରେ ପ୍ରଶିକ୍ଷାର୍ଥୀମାନଙ୍କ ଆବାସ ଗୃହରେ ରୋଗୀମାନଙ୍କ ପାଇଁ ୧୫୦ ଶଯ୍ୟା ବିଶିଷ୍ଟ ଏକ କେନ୍ଦ୍ର କରାଯାଇଛି। ଏହା ସହିତ ଅମ୍ଳଜାନ ଆବଶ୍ୟକ ଥିବା ରୋଗୀଙ୍କ ପାଇଁ ଆଇଏନ୍ଏସ୍ ଚିଲିକାର ଡାକ୍ତରଖାନା ଆଇଏନ୍ଏଚ୍ଏସ୍ ନିଭାରିଣୀ ଠାରେ ଅତିରିକ୍ତ ୧୫ ଶଯ୍ୟା ଉପଲବ୍ଧ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୫୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୯୬୧, ସୁନ୍ଦରଗଡରୁ ୬୮୨, କଳାହାଣ୍ଡିରୁ ୬୮୦, ଝାରସୁଗୁଡାରୁ ୪୪୯, ପୁରୀରୁ ୩୯୪, କଟକରୁ ୩୮୦, ନୂଆପଡାରୁ ୩୪୨, ବରଗଡରୁ ୩୧୨, ସମ୍ବଲପୁରରୁ ୨୬୪, ନବରଙ୍ଗପୁରରୁ ୨୪୬, ବଲାଙ୍ଗୀରିରୁ ୨୩୧, କେନ୍ଦୁଝରରୁ ୧୫୦, ଗଞ୍ଜାମରୁ ୧୫୦, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୨୨, ରାୟଗଡ଼ାରୁ ୯୮, ନୟାଗଡରୁ ୮୮, ଭଦ୍ରକରୁ ୮୫, ବାଲେଶ୍ବରରୁ ୭୯, ଗଜପତିରୁ ୭୬, ଜଗତସିଂହପୁରରୁ ୭୧, ଅନୁଗୁଳରୁ ୪୯, ଦେବଗଡରୁ ୪୭, କେନ୍ଦ୍ରାପଡାରୁ ୪୭, କୋରାପୁଟରୁ ୪୨, କନ୍ଧମାଳରୁ ୩୫, ବୌଦ୍ଧରୁ ୨୯, ମାଲକାନାଗିରିରୁ ୨୨, ଢେଙ୍କାନାଳରୁ ୧୬, ସୋନପୁରରୁ ୧୦ ଏବଂ ଷ୍ଟେଟ ପୁଲରୁ ୧୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୦୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬୯୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୩୧୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୭ ହଜାର ୬୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ହଜାର ୩୭୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୬୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଭୋଟ ଗଣତିରେ ୨୦୦ ରୁ ଉର୍ଦ୍ଧ୍ଵ ଆସନରେ ଟିଏମସି ଆଗୁଆ ଚାଲିଛି। ଟିଏମସିର ଏହି ଫଳାଫଳକୁ ଦେଖି ମମତା ବାନାର୍ଜୀ ବିଜେପି ଉପରେ ବଡ ଅଭିଯୋଗ ଆଣିଛନ୍ତି। ମମତା କହିଛନ୍ତି ଯେ, କେନ୍ଦ୍ରର ଅନେକ ପ୍ରୟାସ ପରେ ମଧ୍ୟ ଆମେ ବଡ ବିଜୟ ହାସଲ କରିବାକୁ ଯାଉଛୁ। ଏହା ବଙ୍ଗଳା ଏବଂ ବଙ୍ଗଳା ଲୋକଙ୍କର ବିଜୟ ଅଟେ। ବଙ୍ଗଳା ଲୋକ ଦେଶକୁ ବଞ୍ଚେଇ ଦେଇଛନ୍ତି। ଆମେ ଦ୍ଵିଶତକ ହାସଲ କରିବୁ ବୋଲି ଆଶା ରଖିଥିଲୁ। ଆମେ କହିଥିଲୁ ‘ଖେଲା ହୋବେ’, ଶେଷରେ ଏହା ହେଲା ଏବଂ ଆମେ ବିଜୟ ଲାଭ କଲୁ। ଏଥିପାଇଁ ବଙ୍ଗଳାର ସମସ୍ତ ଜନତାଙ୍କୁ ଧନ୍ୟବାଦ ଦେଉଛି। ବର୍ତ୍ତମାନ କୋଭିଡ ରୋକିବା ଦିଗରେ କାମ ଆରମ୍ଭ କରିବି। କରୋନା ସଂକ୍ରମଣ ଯୋଗୁଁ ଶପଥ ସମାରୋହକୁ ଛୋଟ କରାଯିବ। ଅପରପକ୍ଷେ ନନ୍ଦିଗ୍ରାମ ବିଧାନସଭା ଆସନର…
କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରୁ ପରାଜିତ ହୋଇଛନ୍ତି। ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୯୫୩ ଭୋଟ ବ୍ୟବଧାନରେ ମମତା ପରାସ୍ତ ହୋଇଛନ୍ତି। କିନ୍ତୁ ପୂର୍ବରୁ ମମତା ନନ୍ଦୀଗ୍ରାମ ଆସନରୁ ୧୨୦୦ ଭୋଟ ବ୍ୟବଧାନରେ ଜିତିଥିବା କୁହାଯାଉଥିଲା।
କୋଲକାତା, ଶେଷରେ ବହୁକଷ୍ଟରେ ନନ୍ଦିଗ୍ରାମ ଉପରେ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ । କାରଣ ସେହି ଆସନରୁ ଦିଦି ହାରିଯିବେ ବୋଲି ଭୟ ଥିଲା। ହେଲେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ମାତ୍ର ୧୨ଶହ ଭୋଟରେ ପରାସ୍ତ କରିଛନ୍ତି ମମତା । ତେବେ ଆଶ୍ଚର୍ଯ୍ୟ ଭାବେ ଗଣତି ଆରମ୍ଭରୁ ଶୁଭେନ୍ଦୁ ଆଗରେ ଥିଲେ । ହେଲେ ପରବର୍ତ୍ତି ସମୟରେ ମମତା ଆଗେଇ ଗଲେ। ଏଥର ନିର୍ବାଚନରେ ନନ୍ଦି ଗ୍ରାମ ରାଜନୀତି ଭିନ୍ନ ପ୍ରକାରର ଥିଲା। ନନ୍ଦିଗ୍ରାମରେ ରାଜନୈତିକ ପ୍ରଭାବ ରଖୁଥିବା ଅଧିକାରୀ ପରିବାର ଏଠାରେ ମମତାଙ୍କ ନିକଟତର ଥିଲେ । କିନ୍ତୁ ରାଜନୈତିକ ମତଭେଦ କାରଣରୁ ଶୁଭେନ୍ଦୁ ଟିଏମସି ଛାଡି ଦେଇଥିଲେ । ନିର୍ବାଚନର କେଇଦିନ ଆଗରୁ ସେ ବିଜେପିରେ ଯୋଗ ଦେଇ ଟିକେଟ ହାସଲ କରିଥିଲେ।
ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ନିକଟରେ ଚାଲିଛି ସାନିଟାଇଜେସନ କାର୍ଯ୍ୟ
ନୂଆଦିଲ୍ଲୀ: ଆଜି ଦେଶର ୪ ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ଆସନ ପାଇଁ ଭୋଟ ଗଣନା ଜାରି ରହିଛି। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରି ବିଧାନସଭା ଆସନ ପାଇଁ ଭୋଟ ଗଣନା ଜାରି ରହିଛି। ଅପରାହ୍ନ ୨ ଟା ସୁଦ୍ଧା ପଶ୍ଚିମବଙ୍ଗର ୨୯୪ ଆସନ ମଧ୍ୟରୁ ତୃଣମୂଳ କଂଗ୍ରେସ ୨୦୫ ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୮୪ ଟି ଆସନ, କଂଗ୍ରେସ ମେଣ୍ଟ ୧ ଟି ଆସନ ଏବଂ ଅନ୍ୟ ୨ ଟି ଆସନରେ ଆଗୁଆ ଅଛି। ତାମିଲନାଡୁର ୨୩୪ ଆସନ ମଧ୍ୟରୁ ଡିଏମକେ ମେଣ୍ଟ ୧୩୫ ଟି ଆସନରେ ଆଗୁଆ ଥିବାବେଳେ ଏଡିଏମକେ ୯୫ ଟି ଆସନ ଏବଂ ଅନ୍ୟ ୪ ଟି ଆସନରେ ଆଗୁଆ ଅଛି। କେରଳର ୧୪୦ ଟି ଆସନ ମଧ୍ୟରୁ ଏଲଡିଏଫ(ବାମ ଦଳ) ୮୯ ଟି ଆସନରେ ଆଗୁଆ ଥିବା ବେଳେ ୟୁଡିଏଫ( କଂଗ୍ରେସ…
ଭୁବନେଶ୍ବର: ରାଜ୍ୟରେ ୧୪ ଦିନିଆ ଲକଡାଉନ ଲାଗୁ ହେବ ପରେ ଲୋକଙ୍କ ମଧ୍ୟରେ ଟୀକାକରଣ ଏବଂ ଟେଷ୍ଟିଂକୁ ନେଇ ପ୍ରଶ୍ନ ଉଠିଛି। ଏହି ସମୟରେ ଟୀକାକରଣ ଏବଂ ଟେଷ୍ଟିଂ ଚାଲିବ କି ନାହିଁ ଲୋକମାନେ ଦ୍ଵନ୍ଦ୍ଵରେ ପଡ଼ିଛନ୍ତି। କିନ୍ତୁ ଏହାକୁ ନେଇ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଦେଇଛନ୍ତି। ଏହି କଟକଣା ସମୟରେ ଟୀକାକରଣ ଏବଂ ଟେଷ୍ଟିଂ ପାଇଁ ଯାଉଥିବା ଲୋକଙ୍କ ପାଇଁ କୌଣସି କଟକଣା ରହିବ ନାହିଁ। ପ୍ରମାଣପତ୍ର ଦେଖାଇ ଲୋକେ ଟୀକା କେନ୍ଦ୍ର କିମ୍ବା ଟେଷ୍ଟିଂ ସେଣ୍ଟରକୁ ଯାଇପାରିବେ।
ଭୁବନେଶ୍ବର: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି। ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ଲକଡାଉନ କଟକଣା ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ତେବେ ଏହି ସମୟରେ ବାହାର ରାଜ୍ୟରୁ ଲୋକେ ଓଡିଶାକୁ ଫେରୁଥିବାରୁ ତାଙ୍କ ଉପରେ ନଜର ରଖିବାକୁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ତାଙ୍କୁ ହୋମ କ୍ଵାରେଣ୍ଟିନରେ ରଖିବା ପାଇଁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହା ସହ ଯେଉଁମାନଙ୍କର ହୋମ କ୍ଵାରେଣ୍ଟିନର ବ୍ୟବସ୍ଥା ନାହିଁ, ସେମାନଙ୍କୁ ସରକାରୀ କ୍ଵାରେଣ୍ଟିନରେ ରଖିବା ପାଇଁ ସେ ସରପଞ୍ଚମାନଙ୍କୁ କହିଛନ୍ତି। ସେମାନଙ୍କୁ ୧୪ ଦିନିଆ କ୍ଵାରେଣ୍ଟିନରେ ରହିବା ପାଇଁ ସରପଞ୍ଚମାନଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି।
ଭୁବନେଶ୍ବର: ସାମ୍ବାଦିକଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ଵାରା ୬ ହଜାର ୯୪୪ ଜଣ ସାମ୍ବାଦିକ ଉପକୃତ ହେବେ। ଏହି ଅବସରରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହି ମହାମାରୀ ସମୟରେ ସାମ୍ବାଦିକମାନଙ୍କ ଅନବରତ ସେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି। 27 ମାର୍ଚ୍ଚରୁ 29 ଏପ୍ରିଲ ପର୍ଯ୍ୟନ୍ତ ଏହି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଚାରିଟି ଲୋକସଭା ଏବଂ 12 ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ଭୋଟ୍ ମଧ୍ୟ ଗଣନା କରାଯାଉଛି। ଭୋଟିଂ ଟ୍ରେଣ୍ଡ ଏବଂ ଫଳାଫଳ ନିର୍ବାଚନ ଆୟୋଗ ୱେବସାଇଟରେ ଉପଲବ୍ଧ ହୋଇଛି। ସେହିପରି ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ସର୍ବଶେଷ ଧାରା ଏବଂ ଫଳାଫଳ ମଧ୍ୟ ଯୋଗାଇ ଦିଆଯାଉଛି। ଭୋଟର ହେଲ୍ପଲାଇନ ମୋବାଇଲ୍ ଆପ୍ ମାଧ୍ୟମରେ ଟ୍ରେଣ୍ଡ ଏବଂ ଫଳାଫଳ ମଧ୍ୟ ଦେଖିବାକୁ ବ୍ୟବସ୍ଥା କରାଯାଇଛି। କୋଭିଡ ମହାମାରୀର ଦ୍ୱିତୀୟ ତରଙ୍ଗକୁ ଦୃଷ୍ଟିରେ ରଖି ଗଣନା କେନ୍ଦ୍ରରେ କୋଭିଡଙ୍କ ପାଇଁ ନିର୍ବାଚନ ଆୟୋଗ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି। COVID ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି।…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ଦେଖି ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’ ୫ ତାରିଖ ବୁଧବାର ସକାଳୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି। ତେବେ ଏହି ସମୟରେ ଜରୁରୀ ସେବା ପାଇଁ କୌଣସି କଟକଣା ନଥିବା ବେଳେ ଲୋକଙ୍କୁ ଚାଲି ଚାଲି ଯାଇ ୫୦୦ ମିଟର ଭିତରୁ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଲୋକଙ୍କୁ ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ପରିବା କିଣିବା ପାଇଁ ଅନୁମତି ମିଳିଛି। କିନ୍ତୁ ଶନିବାର ଏବଂ ରବିବାର ଦିନ ପୂର୍ବପରି ସଟଡାଉନ ବଳବତ୍ତର ରହିବ। ଲକଡାଉନ ସମୟରେ ବସ ଚଳାଚଳକୁ ବାରଣ କରାଯାଇଛି। କେବଳ ମେଡ଼ିକାଲ ପାଇଁ ଯାତାୟାତ କରିହେବ। ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଟ୍ରେନିଂ ସେଣ୍ଟର, ମେଳା, ବ୍ୟବସାୟ ଭିତ୍ତିକ ମିଟିଂ, ଅଟୋ, ଟ୍ୟାକ୍ସି ଚଳାଚଳ, ସିନେମା ହଲ, ମାଳ, ମାରକେଟ…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣନାରେ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି। ଏହି ପ୍ରାରମ୍ଭିକ ଗଣନାରେ ମମତା ବାନାର୍ଜୀଙ୍କ ତୃଣମୂଳକୁ ବହୁମତ ସଂଖ୍ୟା ଅତିକ୍ରମ କରିଥିବା ଦେଖାଯାଇଛି। ହେଲେ ସେପଟେ ମୁଖ୍ୟମନ୍ତ୍ରୀ ନନ୍ଦୀଗ୍ରାମ ଆସନରେ ପଛୁଆ ରହିଛନ୍ତି। ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ମମତା ବାନାର୍ଜୀ ୮ ହଜାର ୧୦୬ ଭୋଟରେ ପଛରେ ଅଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀଙ୍କ ଠାରୁ ୧୩ ହଜାର ଭୋଟରେ ପଛରେ ଅଛନ୍ତି। ତେବେ ମୋଟ ୨୯୨ ଆସନଟି ମଧ୍ୟରୁ (୨୭୬ ଆସନ) ୧୫୨ ଟି ଆସନରେ ତୃଣମୂଳ ଆଗୁଆ ଚାଲିଥିବା ବେଳେ ବିଜେପି ୧୧୯ ଟି ଆସନରେ ଆଗୁଆ ଚାଲିଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୯୨ ହଜାର ୪୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୬୮୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯୫ ଲକ୍ଷ ୫୭ ହଜାର ୪୫୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧୨ ହଜାର ୫୪୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୯ ଲକ୍ଷ ୯୨ ହଜାର ୨୭୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୩ ଲକ୍ଷ ୪୯ ହଜାର ୬୪୪ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୬୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ରାୟଗଡା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଭୁବନେଶ୍ଵର, ବୌଦ୍ଧ, ବଲାଙ୍ଗୀରି, ଭଦ୍ରକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ରାୟଗଡା ଜିଲ୍ଲାର ମୃତକ ୪ ଜଣଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ, ଜଣେ ୫୨ ବର୍ଷୀୟ ପୁରୁଷ, ଜଣେ ୫୮ ବର୍ଷିୟା ମହିଳା ଏବଂ ଆଉ ଜଣେ ୮୯ ବର୍ଷିୟା ମହିଳା ଅଛନ୍ତି। କେନ୍ଦୁଝର ଜିଲ୍ଲାରୁ ୨ ମୃତକକଙ୍କ ମଧ୍ୟରୁ ଜଣେ ୪୨ ବର୍ଷୀୟ ପୁରୁଷ ଏବଂ…
ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୫୬୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୪୪୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୬୨ ହଜାର ୬୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୯୧ ହଜାର ୪୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୯ ହଜାର ୪୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୦୫୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୩୫ ଜଣ, ଅନୁଗୁଳ ଜିଲ୍ଲାରୁ…
ବିପିନ ଚନ୍ଦ୍ର ମହାପାତ୍ର କଣ ଲାଭ ହେଲା ଏତେ ପରମାଣୁ ବୋମା ଓ ଏତେ ହାଇଡ୍ରୋଜେନ ବୋମା ତିଆରି କରି? ଆମେରିକାର ବି-ଷ୍ଟେଲଥ୍ ବୋଇଂ ବିମାନ କୁଆଡେ ଆଲପିନର ଅଗରେ ଅନେକ କିଲୋମିଟର ଉଚ୍ଚରୁ ବୋମା ପକାଇ ପାରେ। ରୁଷିଆର S ୪୦୦ ମିସାଇଲର ଡିଫେନସ୍ ସିସଟମ୍ କୁଆଡେ ପୃଥିବୀକୁ ବାରମ୍ବାର ବୁଲି ଆସି ପାରେ। AK ୧୦୭ ରାଇଫେଲ୍ କୁଆଡେ ଆଖି ପଲକରେ ଗୋଟିଏ ଟ୍ୟାଂକକୁ ଛତୁ କରି ପାରେ । ମଣିଷ ମାରିବା ପାଇଁ କେତେ ଆୟୋଜନ ! ମନେ ପଡେ.. ସିରିଆର ସେହି ତିନି ବର୍ଷର ପୁଅ କହିଥିବା କଥା। ବୋମା ମାଡରେ କ୍ଷତବିକ୍ଷତ ଦେହ ନେଇ ମରିବା ପୂର୍ବରୁ କହିଥିଲା- ‘ମୁଁ ଈଶ୍ବରଂକୁ ସବୁ କହିଦେବି ‘ ହୁଏତ ସେ କହି ଦେଇଛି, ଆମର ପୈଶାଚିକତାର କଥା, ଲୋଭର କଥା,ଅସଭ୍ୟତାର କଥା, ନିର୍ୟ୍ୟାତନାର କଥା । ସାଗର ସେ ପାରିର ପଡିରହିଥିବା ଆଲାନ୍ କୁର୍ଦି, କଣ୍ଟା…

