ବିଛା: – ଜମି ଏବଂ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ କରାଯିବ। ପୂର୍ବ କର୍ମ ଫଳପ୍ରଦ ହେବ । ପରିବାରରେ ଏକ ମନୋରମ ପରିବେଶ ରହିବ । ବ୍ୟବସାୟରେ ଏକ ଇଚ୍ଛାକୃତ ଲାଭ ହେବ । ଅତିଥିମାନଙ୍କ ଆଗମନ ରହିବ । ସିଂହ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ । ବ୍ୟବସାୟ ଭଲ କରିବ । ଅଯଥା ବିବାଦ କରନ୍ତୁ ନାହିଁ । ସାମାଜିକ ଏବଂ ରାଜ୍ୟ ଖ୍ୟାତି ବୃଦ୍ଧି ପାଇବ । ବିଦ୍ର- ଆସନ୍ତା ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ
Author: Samikhsya Bureau
କର୍କଟ: – ବ୍ୟବସାୟ ଭଲ କରିବ । କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ରୋଜଗାରରେ ଅଭିବୃଦ୍ଧି ଏବଂ ଲାଭ ହେବାର ସମ୍ଭାବନା ଅଛି । ପଢିବାକୁ ଆଗ୍ରହ ବୃଦ୍ଧି ପାଇବ । ଆପଣ ଲାଭଜନକ ଖବର ପାଇବେ । ବୃଷ: – ନିଜର ବ୍ୟବସାୟ କାର୍ଯ୍ୟ ଜାରି ରଖ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଗୃହ ସମସ୍ୟା ସମାଧାନ ହେବ। ଅଳସୁଆ ହୁଅନ୍ତୁ ନାହିଁ। ଚିନ୍ତା କରିଥିବା କାର୍ଯ୍ୟଗୁଡିକ ଠିକ୍ ସମୟରେ ହୋଇପାରିବ ନାହିଁ । ବିଦ୍ର- ଆସନ୍ତା ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ
ଭୁବନେଶ୍ୱର: ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଏବଂ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ପାଇଁ ରାଜିନାମା ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାର ଏବଂ ବାଗଚୀ ଦମ୍ପତିଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ରାଜଧାନୀ ଭୁବନେଶ୍ୱରେ ବାଗ୍ଚୀ-ଶ୍ରୀଶଙ୍କର କର୍କଟ ହସ୍ପିଟାଲ ପ୍ରତିଷ୍ଠା ହେବ। ୨୦୨୪ ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ପ୍ରାଥମିକ ପର୍ଯ୍ୟାୟରେ ୨୫୦ ଶଯ୍ୟାରେ ରୋଗୀଙ୍କୁ ଚିକିତ୍ସା ସେବା ମିଳିବ। ପରେ ଏହା ୫ଶହ ଶଯ୍ୟାକୁ ସମ୍ପ୍ରସାରିତ ହେବ। ଏହାସହିତ ଏଥିରେ ୨୫ ପ୍ରତିଶତ ଶଯ୍ୟାରେ ମାଗଣା ଚିକିତ୍ସା ସେବା ଯୂଗାଇବା ପାଇଁ ବ୍ୟବସ୍ଥା ମଧ୍ୟ ରହିବ। ଏହି କ୍ୟାନସର ହସ୍ପିଟାଲ ପାଇଁ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ସହାୟତା କରିବେ। ସେହିପରି ଭୁବନେଶ୍ୱରରେ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା ହେବ। ଏହି କେୟାର ସେଣ୍ଟର ପାଇଁ ବାଗଚୀ ଦମ୍ପତି ୧୩୦ କୋଟି ଦେବେ।
ଭୁବନେଶ୍ବର: ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ପୁରୀ ଏଡିଏମ ଏନେଇ ଘୋଷଣା କରିଛନ୍ତି। ସିଇଓ ଓ ଇସିଆଇଙ୍କୁ ସ୍ଥଗିତାଦେଶ କପି ପଠାଯାଇଛି ବୋଲି ପୁରୀ ଏଡ଼ିଏମ କହଛନ୍ତି। ହେଲେ ଆସନ୍ତାକାଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ପିପିଲି ନଆସିବାକୁ କୁହାଯାଇଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ମଙ୍ଗୁଳି ଜେନା ସ୍ମୁତି କମିଟି ପକ୍ଷରୁ ଟାଙ୍ଗୀ ବ୍ଲକର ପୂର୍ବତନ ବରିଷ୍ଠ ବିଜେପି ନେତା ମଙ୍ଗୁଳି ଜେନାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଆଜି ନିଜ ଜନ୍ମ ସ୍ଥାନ ବଡପୋଖରିଆ ଗ୍ରାମରେ ମଙ୍ଗୁଳି ଜେନାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ସଂଜୟ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଖୋରଧା ବିଧାୟକ ଜିତୁ ମିତ୍ର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବରିଷ୍ଠ ସାମ୍ଵାଦିକ ପଦ୍ମନାଭ ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ମମତା ଜେନା ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ମଙ୍ଗୁଳି ଜେନାଙ୍କର ସ୍ମୁତି ଚାରଣ କରିଥିଲେ। ମଙ୍ଗୁଳି ଟାଙ୍ଗୀ ବ୍ଲକର ଜଣେ ଜଣା ଶୁଣା ଟାଣୁଆ ନେତା ଥିଲେ। ସେ ବହୁ ଜନ ହିତକର କାର୍ଯ୍ୟ କରି ଜନ ସାଧାରଣମାନଙ୍କର ଆସ୍ଥା ଭାଜନ ହୋଇଥିଲେ। ଗତ ୨ ବର୍ଷ ତଳେ ମଙ୍ଗୁଳି ଜେନାଙ୍କୁ ଖୋର୍ଦ୍ଧାରେ ଗୁଳି ମାରି ହତ୍ୟା କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ…
ରାଉରକେଲା: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ସହିତ ଆସି ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ସ୍ଥିତି ଓ ଏହାର ପରିଚାଳନା ପାଇଁ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ରାଉରକେଲାରେ ପହଞ୍ଚି ଜେ ପି କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିବା ସହିତ ହାଇଟେକ୍ କୋଭିଡ୍ ହସ୍ପିଟାଲ, ଶାନ୍ତି ମେମୋରିଆଲ କୋଭିଡ୍ ହସ୍ପିଟାଲ, ଏନଟିପିସି କୋଭିଡ୍ ସେଣ୍ଟରରେ ଉପଲବ୍ଧ ଚିକିତ୍ସା ସୁବିଧା, ଉପକରଣ ଓ ଔଷଧପତ୍ର ଆଦି ବିଷୟରେ ସମୀକ୍ଷା କରିଥିଲେ। ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡ଼ାରୁ ୧୨୦, ଖୋର୍ଦ୍ଧାରୁ ୧୦୨, ସୁନ୍ଦରଗଡରୁ ୮୦, ବରଗଡରୁ ୪୩, ଝାରସୁଗୁଡାରୁ ୨୯, କଟକରୁ ୨୮, କେନ୍ଦୁଝରରୁ ୨୫, କଳାହାଣ୍ଡିରୁ ୨୪, ସମ୍ବଲପୁରରୁ ୨୧, ଗଞ୍ଜାମରୁ ୧୮, ପୁରୀରୁ ୧୫, ଯାଜପୁରରୁ ୧୪, ବଲାଙ୍ଗୀରିରୁ ୧୨, ବାଲେଶ୍ବରରୁ ୧୧, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୮, ଜଗତସିଂହପୁରରୁ ୭, ଅନୁଗୁଳରୁ ୫, କୋରାପୁଟରୁ ୫, ଭଦ୍ରକରୁ ୩, ଗଜପତିରୁ ୨, ରାୟଗଡ଼ାରୁ ୨, ବୌଦ୍ଧରୁ ୧, ଦେବଗଡରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧, ନୟାଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୧ ହଜାର ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୦୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୩୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୨୦୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୪୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୮୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ଵର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଆଜି ପରଲୋକ ହୋଇଯାଇଛି। ଅଜିତଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନ ବନ୍ଦ ହୋଇପାରେ ବୋଲି କୁହାଯାଉଛି। ନିର୍ବାଚନ କମିଶନ ମତଦାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ଥିଲା। ହେଲେ ନିର୍ବାଚନର ୩ ଦିନ ପୂର୍ବରୁ ଅଜିତଙ୍କ ଦେହାନ୍ତ ହୋଇଛି।
ଭୁବନେଶ୍ଵର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହୋଇଯାଇଛି। ସଂକଟାପନ୍ନ ଅବସ୍ଥାରେ ଅଜିତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହେବା ପରେ ଅସୁସ୍ଥ ହୋଇପଡିଥିଲେ। ତାଙ୍କର ଶେଷ ଦର୍ଶନ ପାଇଁ ହସ୍ପିଟାଲରେ କଂଗ୍ରେସ ନେତାଙ୍କ ଭିଡ ଜମିଛି। ଅଜିତଙ୍କ ଦେହାନ୍ତରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଭୁବନେଶ୍ବର: ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଛନ୍ତି। ସଂକଟାପନ୍ନ ଅବସ୍ଥାରେ ଅଜିତଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।
ସୀତାରାମ ଅଗ୍ରୱାଲ ବାଣପୁର: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିଆମା ଶାସନର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଶ୍ରଦ୍ଧାଳୁଙ୍କ ହନୁମାନ ଚାଳିଶା ପଠନରେ ଏକ ଭାବାବେଗପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ସଙ୍କଟମୋଚନ ହନୁମାନଙ୍କ ସରଣାପନ୍ନ ହୋଇ ଅଞ୍ଚଳର ତଥା ସମାଜର ମଙ୍ଗଳ ମନାସି ପ୍ରଦୀପ ପ୍ରଜ୍ବଳନ କରିବା ସହ ସାମୁହିକ ଚାଳିଶା ପାଠ କରିଥିଲେ। କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ପରମ୍ପରା ବଜାୟ ରଖିବାକୁ ଯାଇ ରୀତିନୀତି ଅନୁସାରେ ଅତି ନିରାଡ଼ମ୍ବର ସହକାରେ ଉକ୍ତ ଉତ୍ସବ ପାଳନ କରାଯାଇଥିଲା। ହନୁମାନ ଚାଳିଶା ଉତ୍ସବକୁ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ସୋମନାଥ ହୋତା, ସୁଶାନ୍ତ କୁମାର ହୋତା, ଶେଷଦେବ ବେହେରା ଆଦି ପରିଚାଳନା କରିଥିବାବେଳେ ଗ୍ରାମବାସୀଙ୍କ ନିଷ୍ଠା…
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ସିବିଏସଇ ବୋର୍ଡ ପରୀକ୍ଷା ଉପରେ ଏକ ବଡ ନିଷ୍ପତ୍ତି ନେଇଛି। ଦଶମ ଶ୍ରେଣୀ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଦେଇଥିବା ବେଳେ ଦ୍ଵାଦଶ ଶ୍ରେଣୀ ପରିକ୍ଷାକୁ ସ୍ଥଗିତ ରଖିଛି। ହେଲେ ଆସନ୍ତା ଜୁନ ୧ ତାରିଖରେ ଦ୍ଵାଦଶ ପରୀକ୍ଷାର ନିଷ୍ପତ୍ତି ଉପରେ ସମୀକ୍ଷା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ତେବେ ଦ୍ଵାଦଶ ପରୀକ୍ଷାକୁ ନେଇ ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସମାଲୋଚନା କରିଛନ୍ତି। ସେ ଟ୍ବିଟ କରି କେନ୍ଦ୍ର ସରକାରକୁ ଏକ ପରାମର୍ଶ ଦେଇଛନ୍ତି। ପ୍ରିୟଙ୍କା ଲେଖିଛନ୍ତି ଯେ, ଦଶମ ପରୀକ୍ଷା ବାତିଲ ହେବା ଏକ ଭଲ ନିଷ୍ପତ୍ତି। କିନ୍ତୁ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଜୁନ ମାସ ପର୍ଯ୍ୟନ୍ତ ଚାପରେ ରଖିବା କ’ଣ ଆବଶ୍ୟକ? କେନ୍ଦ୍ର ସରକାରକୁ ଅନୁରୋଧ କି, ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଉପରେ ବର୍ତ୍ତମାନ ନିଷ୍ପତ୍ତି ନିଅନ୍ତୁ।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୩ ରେ ପହଞ୍ଚିଛି। ବଲାଙ୍ଗୀରି ଜିଲ୍ଲାରୁ ଜଣେ ୪୩ ବର୍ଷୀୟ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଯାଜପୁର ଜିଲ୍ଲାରୁ ଜଣେ ୩୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ତେବେ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୫ ହଜାର ୩୫୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୧ ହଜାର ୧୨୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨ ହଜାର ୨୪୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୩ କୁ ବୃଦ୍ଧି ହୋଇଛି।
ନୂଆଦିଲ୍ଲୀ: ବାତିଲ ହେଲା ସିବିଏସଇର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ଏହା ସହ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଗଲା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ସହ ବରିଷ୍ଠ ଅଧିକାରୀଙ୍କ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି। ଦ୍ଵାଦଶ ପରୀକ୍ଷା ପାଇଁ ଆସନ୍ତା ଜୁନ ୧ ତାରିଖରେ ସମୀକ୍ଷା କରାଯିବ। ସେହିଭଳି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ମାର୍କ ଦିଆଯିବ, ତାହା ବୋର୍ଡ ସ୍ଥିର କରିବ। ମୁଖ୍ୟତଃ ଅବଜେକ୍ଟିଭ ପ୍ରଶ୍ନ ମାଧ୍ୟମରେ ପରୀକ୍ଷା କରି ପାଶ କରାଯିବ। କିନ୍ତୁ ବୋର୍ଡ ଦ୍ଵାରା ଦିଆଯାଇଥିବା ମାର୍କରେ ପିଲା ସନ୍ତୁଷ୍ଟ ନ ହେଲେ ସେମାନେ ପୁଣି ଥରେ ପରୀକ୍ଷା ଦେଇପାରିବେ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ,…
କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାକୁ ନେଇ ବିଜେପି ନେତା ତଥା ପୂର୍ବତନ ଡ଼ିଜିପି ପ୍ରକାଶ ମିଶ୍ର ଏକ ବଡ ବୟାନ ଦେଇଛନ୍ତି। ହାଇଦର ଫେରାର ନୁହେଁ ତାକୁ ଖସାଯାଇଛି ବୋଲି ପ୍ରକାଶ ଅଭିଯୋଗ କରିଛନ୍ତି। ହାଇଦର ଘଟଣାରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସରକାରକୁ କେତୋଟି ପ୍ରଶ୍ନ କରିଛି। ପ୍ରକାଶ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ଏଥିପାଇଁ ଏକ ବଡ ଷଡଯନ୍ତ୍ର ହୋଇଛି। ତାକୁ ବାରମ୍ବାର ସମ୍ବଲପୁରରୁ କଟକ ସ୍ଥାନାନ୍ତରଣ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସାଧାରଣ ଲୋକଙ୍କୁ ଏସସିବିରେ ଶଯ୍ୟା ମିଳୁନଥିବା ବେଳେ ହାଇଦରକୁ କ୍ୟାବିନ କେମିତି ମିଳିଲା? କିଡିନୀ ଖରାପ ଥିବା ସତ୍ତ୍ୱେ ତାକୁ କିପରି ବିରିୟାନୀ ଖାଇବାକୁ ଅନୁମତି ଦିଆଗଲା? ଏଥିରେ କିଛି ବଡ ଲୋକଙ୍କ ହାତ ଥାଇପାରେ ବୋଲି ଏଭଳି କିଛି ପ୍ରଶ୍ନ ରଖି ପ୍ରକାଶ ଅଭିଯୋଗ କରିଛନ୍ତି।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ପୃଥକବାସରେ ରହିଛନ୍ତି। ପ୍ରାଥମିକ ଲକ୍ଷଣ ଦେଖାଗଲା ପରେ ସେ କୋଭିଡ଼ ପରୀକ୍ଷା କରିଥିଲେ। ଯାହାର ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସେ ପୃଥକବାସରେ ରହି ଚିକିତ୍ସା ଆରମ୍ଭ କରିଦେଇଛନ୍ତି। ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ଼ ପରୀକ୍ଷା କରିବା ପାଇଁ ସେ ନିବେଦନ କରିଛନ୍ତି।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଏହା ଭିତରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଅଖିଲେଶ ଟ୍ବିଟ କରି ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ ଆଶିଭାପରେ ସେ ହୋମ ଆଇସୋଲେସନକୁ ଚାଲିଯାଇଛନ୍ତି। ଅଖିଲେଶ କହିଛନ୍ତି ଯେ, ବର୍ତ୍ତମାନ ମୁଁ ସମସ୍ତଙ୍କ ଠାରୁ ଅଲଗା କରି ପୃଥକବାସରେ ଚିକିତ୍ସା ଆରମ୍ଭ କରିଛି। ବିଗତ ଦିନରେ ମୋ ସମ୍ପର୍କରେ ଆସିଥିବା ଲୋକଙ୍କୁ ଅନୁରୋଧ ସେମାନେ ଟେଷ୍ଟ କରିନିଅନ୍ତୁ ଏବଂ କ୍ଵାରେଣ୍ଟିନ ହୋଇଯାନ୍ତୁ।
ଭୁବନେଶ୍ୱର: ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କୁ ଜନ୍ମତିଥିରେ ନାଗରିକ ଏକତା ପରିଷଦ ଏବଂ ଭାରତୀୟ ବୌଦ୍ଧ ମହାସଭା ପକ୍ଷରୁ ଭାବାବେଗ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରୁ ଏକ ଶୋଭାଯାତ୍ରା ବାହାରି ଏଜି ଛକସ୍ଥିତ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମାଲ୍ୟାର୍ପଣ କରାଯିବା ସହିତ ସ୍ମୃତିଚାରଣ କରାଯାଇଥିଲା। ଆମ୍ବେଦକରଙ୍କୁ ଭଲ ପାଉଥିବା ଲୋକମାନେ କହିଥିଲେ ଯେ, ଭାରତ ପରି ଏକ ବିବିଧତାପୂର୍ଣ୍ଣ ଦେଶ ପାଇଁ ଡଃ ଆମ୍ବେଦକର ଏକ ସଶକ୍ତ ସମ୍ବିଧାନ ଦେଇଛନ୍ତି ଯାହାଦ୍ୱାରା ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷିତ ଓ ମର୍ଯ୍ୟାଦାବନ୍ତ ହୋଇଛନ୍ତି। ଏତଦ୍ବ୍ୟତୀତ ଦଳିତମାନଙ୍କର ସେ ହେଉଛନ୍ତି ତ୍ରାଣକର୍ତ୍ତା। ତାଙ୍କ ଯୋଗୁଁ ଦଳିତମାନଙ୍କର ସାମାଜିକ, ରାଜନୈତିକ ଓ ଆର୍ଥିକ କ୍ଷେତ୍ରରେ ଅଭ୍ୟୁଥାନ ଘଟିଛି । ତାଙ୍କ ଆଦର୍ଶକୁ ପାଥେୟ କରି ଚାଲିଲେ ଦଳିତମାନେ ଦେଶରେ ଅଗ୍ରଣୀ ହେବେ। ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ…
ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୩୧୪ ଜଣ ଚିହ୍ନଟ ହୋଇଥିବା ବେଳେ ୯୫୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୫ ହଜାର ୩୫୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୧ ହଜାର ୧୨୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୨ ହଜାର ୨୪୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୯ ଟି ଜିଲ୍ଲାରୁ ୨ ହଜାର ୨୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୪୫୮, ଖୋର୍ଦ୍ଧା ଜିଲ୍ଲାରୁ ୩୪୮ ଜଣ, ଅନୁଗୁଳ ୪୮ ଜଣ,…
Bhubaneswar, Submerged Shiva Temple. The demarcation point between Jharsuguda and Sambalpur, Odisha, Bharat. This view is only seen in early spring or autumn.

