Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ଥାନା ଅନ୍ତର୍ଗତ ବଡ଼କୁଳ ପଞ୍ଚାୟତ ରାଉତରାପଲ୍ଲୀ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରାପ୍ତ ସୂଚନା ମୁତାବକ ଖୋର୍ଦ୍ଧା, ଗଞ୍ଜାମ, ପୁରୀ, ବାଲେଶ୍ୱର ସମେତ ଭୁବନେଶ୍ୱରରୁ ମାତ୍ରାଧିକ ମହିଳା ରାଉତରାପଲ୍ଲୀ ଗ୍ରାମରେ ତୁମୁୂଳକାଣ୍ଡ ଘଟାଇଛନ୍ତି। ଅଭିଯୋଗକ୍ରମେ ରାଉତରାପଲ୍ଲୀ ଗ୍ରାମର ଜନୈକ ମହିଳା ଦୀର୍ଘଦିନ ଧରି ବିବାହିତ ପୁରୁଷମାନଙ୍କୁ ମୋହରା କରି ଅନୈତିକ କାର୍ଯ୍ୟ କରିବା ସହ ବିବାହ ବନ୍ଧନରେ ବାନ୍ଧିହୋଇ ଟଙ୍କା ପଇସା ଲୁଟୁଥିଲା। କିଛି ସମୟର ଦେଖା ସାକ୍ଷାତ ହେଉ ଅଥବା ମୋବାଇଲ ବାର୍ତ୍ତାଳାପରେ ପୁରୁଷମାନଙ୍କୁ ଆକୃଷ୍ଟ କରି ଅନୈତିକ ସମ୍ପର୍କ ରଖିବା ସହ ଗୋପନରେ ଭିଡ଼ିଓ ରେକଡିଂ, ଅଶ୍ଲିଳ ଫଟୋ ଉଠାଇ ବ୍ଲାକ୍‌ମେଲିଂ କରି ବିବାହର ନାଟକ କରି ଟଙ୍କାପଇସା ଲୁଟୁଥିଲା। ଯାହାଫଳରେ ବିବାହିତ ମହିଳାମାନେ ନିଜର ବୈବାହିକ ସମ୍ପର୍କ ହରାଇବା ସହ ଅଦ୍ୟାବଧି ଛାଡ଼ପତ୍ର ମାମଲା ମଧ୍ୟ ଲାଗି ରହିଛି। ଏ ସଂକ୍ରାନ୍ତରେ ମହିଳାମାନେ ନିଜ ନିଜ ଅଞ୍ଚଳରେ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୧୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୫ ହଜାର ୫୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୮ ହଜାର ୬୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୮୮୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୮ ଟି ଜିଲ୍ଲାରୁ ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୩୧ ଜଣ, ଅନୁଗୁଳ ୨୦ ଜଣ, ବାଲେଶ୍ଵର ଜିଲ୍ଲାରୁ ୨୨…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ବିତୀୟ ଡୋଜ କରୋନା ଟିକା ଗ୍ରହଣ କରିଛନ୍ତି। ଆଜି ସକାଳୁ ପ୍ରଧାନମନ୍ତ୍ରୀ ଏମସ୍ ହସପିଟାଲରେ ପହଁଚି ଏହି ଟିକା ଗ୍ରହଣ କଲେ ବୋଲି ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, କରୋନାକୁ ହରାଇବାକୁ ହେଲେ ଏହି ଟିକା ସମସ୍ତେ ଗ୍ରହଣ କରନ୍ତୁ। ଯଦି ଆପଣଙ୍କ ପାଳି ଆସିଛି ତେବେ ତୁରନ୍ତ ଟିକା ନିଅନ୍ତୁ। ନଚେତ ଆପଣ ପାଳିକୁ ଅପେକ୍ଷା କରନ୍ତୁ। ଏଥିସହିତ ସମସ୍ତେ ଟିକା ନେବା ପାଇଁ ଥିବା ୱେବ ସାଇଟ CoWin.gov.in ରେ ରେଜିଷ୍ଟ୍ରେସନ କରନ୍ତୁ ବୋଲି ମୋଦି ଆହ୍ବାନ ଦେଇଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୬ ହଜାର ୭୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୬୮୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୯ ଲକ୍ଷ ୨୮ ହଜାର ୫୭୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୬ ହଜାର ୮୬୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ୫୧ ହଜାର ୩୯୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯ ଲକ୍ଷ ୧୦ ହଜାର ୩୧୯ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଆତ୍ମନିର୍ଭର ଭାରତର ସଂକଳ୍ପକୁ ସାକାର ସାକାର କରିବା ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶ୍ବେତ ବସ୍ତୁ (ଏୟାର କଣ୍ଡିସନର ଓ ଏଲଇଡି ଲାଇଟ୍) ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର ଦେଇଛନ୍ତି। ଏହି ଯୋଜନା ପାଇଁ ୬୨୩୮ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ପିଏଲଆଇ ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି କ୍ଷେତ୍ର ଆଧାରିତ ଅକ୍ଷମତାକୁ ଦୂର କରି, ବ୍ୟାପକ ମାତ୍ରାରେ ଅର୍ଥବ୍ୟବସ୍ଥାର ନିର୍ମାଣ ଓ ଦକ୍ଷତା ସୁନିଶ୍ଚିତ କରିବା ତଥା ଭାରତରେ ଉତ୍ପାଦନକୁ ବିଶ୍ବସ୍ତରୀୟ ପ୍ରତିଦ୍ବନ୍ଦ୍ବିତାମୂଳକ କରିବା। ଏହାର ରୂପରେଖ ଭାରତରେ ଉପକରଣ ଏବଂ ଯନ୍ତ୍ରାଂଶ ନିର୍ମାଣର ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଯାହାଫଳରେ ଭାରତକୁ ବିଶ୍ବ ଯୋଗାଣ-ଶୃଙ୍ଖଳର ମହତ୍ବପୂର୍ଣ୍ଣ ଅଂଶବିଶେଷ କରାଯାଇପାରିବ। ଏହି ଯୋଜନା କାର‌୍ୟ୍ୟକାରୀ ଫଳରେ ବୈଶ୍ବିକ ନିବେଶ ଆକୃଷ୍ଟ କରିବା, ବ୍ୟାପକ ମାତ୍ରାରେ…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କେଉଁ ସମୟରେ କିଏ ମିତ୍ର ବା ସାଥୀ ହେବ ତାହାର ବର୍ଣ୍ଣନା କରିଛନ୍ତି। ଏ ନେଇ ଚାଣକ୍ୟ କହିଛନ୍ତି ଯେ ପ୍ରବାସରେ ବିଦ୍ୟା ହେବ ଆପଣଙ୍କର ସାଥୀ। ଅର୍ଥାତ ବିଦେଶକୁ ଗଲେ ସେଠାରେ ଆପଣଙ୍କର ପରିଚୟ ବିଦ୍ୟା ହିଁ ହେବ। ତା ମାଧ୍ୟମରେ ଆପଣ ସେଠାରେ କିଛି କରିପାରିବେ। ସେହିପରି ଘରେ ଆପଣଙ୍କର ସାଥୀ ହେଲେ ଧର୍ମପତ୍ନୀ। କାରଣ ପତ୍ନୀଙ୍କ ସହିତ ଆପଣ ନିଃସଙ୍କୋଚରେ କିଛି ଆଲୋଚନା କରିପାରିବେ। ରୋଗ ହେଲେ ଆପଣଙ୍କର ସାଥୀ ହେବ ଔଷଧ। କାରଣ ତା ବିନା ଆପଣଙ୍କର ରୋଗ ଭଲ ହେବାର ସମ୍ଭାବନା ନାହିଁ। ତେବେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମୃତ୍ୟୁ ବେଳେ ଆପଣଙ୍କର ସାଥୀ ହେବ କେବଳ ଆପଣଙ୍କର ଧର୍ମକର୍ମ। ଆପଣ ଜୀବନ କାଳ ମଧ୍ୟରେ କେତେ ଧର୍ମ କରିଛନ୍ତି କେତେ ଭଲ କର୍ମ କରିଛନ୍ତି ତାହା ହିଁ ଆପଣଙ୍କର ମୃତ୍ୟୁ ପରେ ରହିବ।…

Read More

ନୂଆଦିଲ୍ଲୀ, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସହଯୋଗ ତଥା ବିଶେଷଜ୍ଞ ବିନିମୟ ପାଇଁ ଭାରତ-ଜାପାନ ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ କରିଛି । ୨୦୨୦ ନଭେମ୍ବରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସମ୍ପର୍କରେ ଆଲୋଚନା ଓ ସମୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ଏହି ଚୁକ୍ତି ବାବଦରେ ଭଲଭାବେ ଅବଗତ ହେବା ପରେ ଏହାକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏହି ବୁଝାମଣାପତ୍ର ଅନୁସାରେ ଭାରତ ସରକାରଙ୍କ ମହାକାଶ ଗବେଷଣା ବିଭାଗ ଅଧୀନସ୍ଥ ଜାତୀୟ ବାୟୁମଣ୍ଡଳୀୟ ଗବେଷଣା ପ୍ରତିଷ୍ଠାନ(ନାର୍ଲ) ଏବଂ ଜାପାନର କ୍ୟୋଟ ବିଶ୍ୱବିଦ୍ୟାଳୟ ଅଧୀନ ସସ୍‌ଷ୍ଟେନେବୁଲ ହ୍ୟୁମାନସ୍ପିୟର ପ୍ରତିଷ୍ଠାନ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶରେ ଅତି ଉଚ୍ଚମାନର ସୋଲାର ପିଭି ନିର୍ମାଣ ପାଇଁ ଉଦ୍ଧିଷ୍ଟ ଜାତୀୟ କାର‌୍ୟ୍ୟକ୍ରମ ନିମନ୍ତେ ଉତ୍ପାଦନଭିତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାରେ ଯେଉଁ ସବୁ ଉଦ୍ୟୋଗ ଉଚ୍ଚମାନର ସୋଲାର ପି.ଭି ଉତ୍ପାଦନ କରିବେ ସେମାନଙ୍କୁ ପିଏଲଆଇର ଅନ୍ତର୍ଭୁକ୍ତ କରିବା ପାଇଁ ନୂଆ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପ୍ରସ୍ତାବ ଉପସ୍ଥାପନ କରିଥିଲା । ଏହାକୁ ଅନୁଧ୍ୟାନ କରିବା ପରେ କ୍ୟାବିନେଟ ଅନୁମୋଦନ କରିଛି । ଏଥିପାଇଁ ୪,୫୦୦ କୋଟି ଟଙ୍କାର ଯେଉଁ ଜାତୀୟ କାର‌୍ୟ୍ୟକ୍ରମ ହାତକୁ ନିଆଯାଇଛି ସେଥିରେ ଜିଗାୱାଟ ସ୍ତରର ଅତି ଉଚ୍ଚମାନର ସୌର ପିଭି ମଡ୍ୟୁଲ ଦେଶରେ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ଭାରତରେ ଯେଉଁ ସୌରଶକ୍ତି ଉତ୍ପାଦନ କରାଯାଉଛି ସେଥିରେ ବ୍ୟବହୃତ ପିଭି ସେଲ ପାଇଁ ମୁଖ୍ୟତଃ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି…

Read More

ନୂଆଦିଲ୍ଲୀ, ୮ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଦିଲ୍ଲୀ, ମଧ୍ୟ ପ୍ରଦେଶ, ତାମିଲନାଡୁ ଓ କେରଳରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ଦେଖାଦେଇଥିବା ମୋଟ ନୂଆ ମାମଲା ମଧ୍ୟରୁ ୮୦.୭୦% ଏହି ୮ଟି ରାଜ୍ୟରୁ ଆସିଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୫,୪୬୯ ନୂଆ ମାମଲା ରେକର୍ଡ କରାଯାଇଛି । ଏହା ପଛକୁ ଥିବା ଛତିଶଗଡ଼ରେ ୯,୯୨୧ ନୂଆ ମାମଲା ଦେଖାଦେଇଥିବା ବେଳେ କର୍ଣ୍ଣାଟକରେ ୬,୧୫୦ ମାମଲା ସାମ୍ନାକୁ ଆସିଛି । ଭାରତର ମୋଟ ସକ୍ରିୟ କରୋନା ମାମଲା ୮,୪୩,୪୭୩ରେ ପହଞ୍ଚିଛି । ଭାରତର ମୋଟ କରୋନା ମାମଲାର ଏହା ଏବେ ୬.୫୯% ରହିଛି । ଗତ ୨୪ ଘଣ୍ଟାରେ ଦେଶର ମୋଟ ସକ୍ରିୟ ମାମଲାରେ ଆଉ ୫୫,୨୫୦ ଯୋଡ଼ି ହୋଇଯାଇଛି । ଭାରତର ମୋଟ କରୋନା ସକ୍ରିୟ ମାମଲା ମଧ୍ୟରୁ ୭୪.୫%…

Read More

ନୂଆଦିଲ୍ଲୀ, ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଦେଶରେ ୧୩,୩୨,୧୩୦ ସେସନ ଜରିଆରେ ମୋଟ ୮,୭୦,୭୭,୪୭୪ ଟିକା ଡୋଜ ପରିଚାଳନା କରାଯାଇ ସାରିଲାଣି । ଏଥିରେ ୮୯,୬୩,୭୨୪ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ଡୋଜ ନେଇଥିବା ବେଳେ ୫୩,୯୪,୯୧୩ ସ୍ୱାସ୍ଥ୍ୟ କର୍ମୀ ଟିକାର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି । ସେହିଭଳି ୯୭,୩୬,୬୨୯ ଫ୍ରଣ୍ଟଲାଇନ କର୍ମଚାରୀ ପ୍ରଥମ ଡୋଜ ନେଇଥିବା ବେଳେ ୪୩,୧୨,୮୨୬ ଫ୍ରଣ୍ଟଲାଇନ କର୍ମଚାରୀ ଦ୍ୱିତୀୟ ଡୋଜ ନେଇସାରିଲେଣି । ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ୩,୫୩,୭୫,୯୫୩ ହିତାଧିକାରୀ ପ୍ରଥମ ଡୋଜ ଏବଂ ୧୦,୦୦,୭୮୭ ହିତାଧିକାରୀ ଦ୍ୱିତୀୟ ଡୋଜ ନେଇଥିବା ବେଳେ ୪୫ରୁ ୬୦ ବର୍ଷ ବୟସର ୨,୧୮,୬୦,୭୦୯ ହିତାଧିକାରୀ ପ୍ରଥମ ଓ ୪,୩୧,୯୩୩ ହିତାଧିକାରୀ ଦ୍ୱିତୀୟ ଡୋଜ ଗ୍ରହଣ କରିସାରିଲେଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ଲକ୍ଷରୁ ଅଧିକ ଟିକା ଡୋଜ ପରିଚାଳନା କରାଯାଇଛି । ଟିକାକରଣ ଅଭିଯାନର ୮୧ତମ ଦିନ ଅର୍ଥାତ ୨୦୨୧ ଏପ୍ରିଲ ୬…

Read More

ମେଷ: ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷକରି ମହିଳାମାନେ ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ଯତ୍ନବାନ ହେବା ଉଚିତ୍। କାର୍ଯ୍ୟର ଗତି ଧୀର ହେବ । ସବୁବେଳେ ନିଜର ବୁଦ୍ଧି ବ୍ୟବହାର କରନ୍ତୁ। ସଫଳତା ପାଇଁ କଷ୍ଟ କରିବାକୁ ପଡିବ। ନିରାଶା ପ୍ରାଧାନ୍ୟ ବିସ୍ତାର କରିବ। ଆୟରେ ନିଶ୍ଚିତତା ରହିବ। ବ୍ୟବସାୟ ଭଲ କରିବ। ଉପକୃତ ହେବ। ବୃଷ : ଭୟ ହେତୁ କାମ ମନ୍ଥର ହୋଇପାରେ। କୌଣସି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ବୈବାହିକ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି। ସବୁ ଦିଗରୁ ସଫଳତା ଆସିବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ହେଲେ ବିଭିନ୍ନ କ୍ଷେତ୍ରରେ ଲାଭ ହେବ। ମିଥୁନ : ଜୀବନସାଥୀଙ୍କୁ କହିବା କଷ୍ଟକର ହୋଇପାରେ । ବଡ ସମ୍ପତ୍ତି କାରବାର ବହୁତ ଲାଭ…

Read More

ସିଂହ: କିଛି ଖରାପ ଖବର ଗ୍ରହଣ କରାଯାଇପାରେ । ପାରିବାରିକ ଚିନ୍ତା ଲାଗି ରହିବ । କାର୍ଯ୍ୟ ଅଧିକ ହେବ ଏବଂ ଲାଭ କମ୍ ହେବ । ଅନ୍ୟମାନଙ୍କଠାରୁ ଆଶା କର ନାହିଁ । ବ୍ୟବସାୟ ଭଲ କରିବ । ଅଧସ୍ତନ କର୍ମାମଚାରୀମାନଙ୍କ ସମର୍ଥନ ପାଇବେ ନାହିଁ । ଦୁର୍ନୀତିକୁ ଏଡାନ୍ତୁ, କ୍ଷତି ହେବ । କନ୍ୟା : ସାଙ୍ଗମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଆପଣ କଠିନ ପରିଶ୍ରମର ଫଳ ପାଇବେ । ସମ୍ମାନ ମଧ୍ୟ ପାଇବେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଉଚ୍ଚ ପଦାଧିକାରୀମାନେ ଚାକିରିରେ ଖୁସି ହେବେ।

Read More

କୁମ୍ଭ : ସାମାଜିକ ସେବାରେ ଏକ ଧାରା ରହିବ । ପ୍ରତିଷ୍ଠା ବୃଦ୍ଧି ପାଇବ । ଏକ ନୂତନ ଅର୍ଥନୈତିକ ନୀତି ଗଠନ ହେବ । ପଦ୍ଧତିରେ ଉନ୍ନତି ହେବ । କ୍ରନିକ୍ ରୋଗ ସମସ୍ୟା ସୃଷ୍ଟି କରିପାରେ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ମୀନ : ସରକାରୀ ପ୍ରତିବନ୍ଧକ ହଟିଯିବ । ଲାଭ ସୁଯୋଗ ଆସିବ । ଧର୍ମ ଆପଣଙ୍କର ମନ ଭିତରେ ଉଦ୍ରେଗ ହେବ। ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ । ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କ ସହିତ ଆସିବେ । ବିନିଯୋଗ ଶୁଭ ହେବ। ପ୍ରଭାବଶାଳୀ ଲୋକଙ୍କ ସହିତ ପରିଚିତ ହେବେ ।

Read More

ମେଷ: ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷକରି ମହିଳାମାନେ ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ଯତ୍ନବାନ ହେବା ଉଚିତ୍। କାର୍ଯ୍ୟର ଗତି ଧୀର ହେବ । ମକର : ବିଚକ୍ଷଣତାର ବ୍ୟବହାର ଲାଭ ବୃଦ୍ଧି କରିବ । ଯେ କୌଣସି ପ୍ରମୁଖ ପ୍ରତିବନ୍ଧକ ସାମ୍ନା କରାଯାଇପାରେ । ରାଜକୀୟ ଠାଣିରେ ରହିବେ । ଶୀଘ୍ର ଏବଂ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ବୁଡିଯାଇଥିବା ଟଙ୍କା ମିଳିପାରିବ ।

Read More

ବିଛା: ପ୍ରେମ ସଂପର୍କରେ ତରତର ହୁଅ ନାହିଁ । ଶାରୀରିକ ଯନ୍ତ୍ରଣା ହେତୁ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଅପ୍ରତ୍ୟାଶିତ ଲାଭ ହୋଇପାରେ । ଯାତ୍ରା ଚିତ୍ତାକର୍ଷକ ହେବ । ଚାକିରିରେ ସୁସଙ୍ଗତତା ରହିବ । ଲାଭ ବୃଦ୍ଧି ପାଇବ । ଧନୁ : ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ସ୍ୱାସ୍ଥ୍ୟ ପାଇଁ ଏକ ବଡ ଖର୍ଚ୍ଚ ହୋଇପାରେ। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଆୟରେ ହ୍ରାସ ଘଟିବ ।

Read More

ବୃଷ : ଭୟ ହେତୁ କାମ ମନ୍ଥର ହୋଇପାରେ। କୌଣସି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ବୈବାହିକ ପ୍ରସ୍ତାବ ଗ୍ରହଣ କରାଯାଇପାରେ । ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି। ମିଥୁନ : ଜୀବନସାଥୀଙ୍କୁ କହିବା କଷ୍ଟକର ହୋଇପାରେ । ବଡ ସମ୍ପତ୍ତି କାରବାର ବହୁତ ଲାଭ ଦେଇପାରେ । ବେକାରୀ ଦୂର ହେବ । ଆପଣ କ୍ୟାରିୟର କରିବାକୁ ସୁଯୋଗ ପାଇବେ । ଚାକିରିରେ ପ୍ରଶଂସା ପାଇବେ ।

Read More

କର୍କଟ : ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ଲାଭର ସଫଲତା ହାତକୁ ଆସିବ । ଭ୍ରମଣ ସମୟରେ ସାବଧାନ ରୁହନ୍ତୁ । ଏକ ପାରିବାରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ ହେବ । ତୂଳା: ଦୂରରୁ ଭଲ ଖବର ଗ୍ରହଣ କରାଯାଇପାରେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କିଛି ବଡ କରିବାକୁ ଯୋଜନା ହେବ । ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଘରେ ଅତିଥିମାନଙ୍କ ପାଇଁ ଖର୍ଚ୍ଚ ହେବ । ଯେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରିବ ।

Read More

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସ୍କୁଲ୍ ଅଫ୍‌ ଫାର୍ମସ୍ୟୁଟିକାଲ୍ ସାଇନ୍‌ସେସ୍ ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଇଛି। ଭୁବନେଶ୍ୱର ଉପକଣ୍ଠ ଦଶପୁର ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୋଆ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ସମସ୍ତଙ୍କ ନିମନ୍ତେ ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ ଭଳି ଉକ୍ତି ଏହି କାର୍ଯ୍ୟକ୍ରମର ମୂଳ ମନ୍ତ୍ର ଥିଲା। ଏହି ଅବସରରେ କ୍ୟାନ୍ସର ପରୀକ୍ଷା ସହ ସଚେତନତା ନେଇ ମଧ୍ୟ ଆହ୍ୱାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ପକ୍ଷରୁ ଡାକ୍ତର ସୌର୍ଯ୍ୟ ରଞ୍ଜନ ଦାସ, ଏସ୍‌ପିଏସ୍ ପକ୍ଷରୁ ଡ. ଶୋଭନ୍‌ ପଟ୍ଟନାୟକ ଏବଂ ଆଇଡିଏସ୍ ର କମ୍ୟୁନିଟି ବିଭାଗର ପିଜି…

Read More

ଭୁବନେଶ୍ବର: ପୁରୀ ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପୁରୀ-ନୂଆଦିଲ୍ଲୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସର ସମୟ ସାରଣୀକୁ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୦୨୮୦୧ ପୁରୀ-ନୂଆଦିଲ୍ଲୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ୍ ୧୦ ଏପ୍ରିଲ, ୨୦୧୧ ଠାରୁ ପୁରୀରୁ ରାତ୍ରି ୯ଘ.୪୫ମି. ପରିବର୍ତ୍ତେ ରାତ୍ରି ୯ଘ.୫୫ମି.ରେ ଛାଡିବ। ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ରାତ୍ରି ୧୦ଘ.୩୦ମି. ପରିବର୍ତ୍ତେ ରାତ୍ରି ୧୦ଘ.୩୫ମି.ରେ ପହଞ୍ଚି ରାତ୍ରି ୧୦ଘ.୩୫ମି ପରିବର୍ତ୍ତେ ରାତ୍ରି ୧୦ଘ.୪୦ମି.ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ଏହି ଟ୍ରେନର ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ୦୨୮୦୨ ନୂଆଦିଲ୍ଲୀ-ପୁରୀ ସ୍ୱତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ ପ୍ରାରମ୍ଭିକ ଷ୍ଟେସନ ଠାରୁ ଗନ୍ତବ୍ୟ ଷ୍ଟେସନ ମଧ୍ୟରେ ସମୟ ସାରଣୀ ଅପରିବର୍ତ୍ତିତ ରହିବ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ସଭାଗୃହ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀର କୋଭିଡ଼ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅନୁଜ ଦାସ ପଟ୍ଟନାୟକ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଉପଜିଲ୍ଲାପାଳ ଅଶୋକ ବେଉରିଆ ବୈଠକରେ ସାମିଲ ଥିଲେ। ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଲଗାତାର କୋଭିଡ ପଜିଟିଭ କେସ ବଢ଼ୁଥିବାରୁ ଏହାକୁ ଏହାକୁ ଆୟତ୍ତ କରିବା ଉପରେ ଉଭୟ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ଗୁରୁତ୍ଵାରୋପ କରିଥିଲେ। ଆସନ୍ତାକାଲିଠାରୁ ସମଗ୍ର ନିର୍ବାଚନମଣ୍ଡଳୀରେ କୋଭିଡ଼କୁ ଆୟତ୍ତ କରିବା ପାଇଁ ନୂତନ ପଦକ୍ଷେପ ମାନ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲପାଳ ସୂଚନା ଦେଇଛନ୍ତି। ସେଗୁଡିକ ହେଲା କୋଭିଡ ଟେଷ୍ଟିଙ୍ଗ(ଆରଟିପିସିଆର) ବଢ଼ାଯିବ, ୪୫ ବର୍ଷରୁ ଉର୍ଦ୍ଧ୍ଵ ଦୋକାନୀ, ଶିକ୍ଷକ ଏବଂ ସେବାୟତମାନଙ୍କୁ ଟୀକାକରଣରେ ପ୍ରାଥମିକତା ଦିଆଯିବ, ମେଡ଼ିକାଲରେ ଟୀକାଦାନ ପ୍ରକ୍ରିୟାକୁ ସରଳିକରଣ ଏବଂ ଶୃଙ୍ଖଳିତ କରାଯିବ, ଗାଁ ସ୍ତରୀୟ କୋଭିଡ ମ୍ୟାନେଜମେଣ୍ଟ କମିଟି ଗୁଡିକୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୭୪, ଖୋର୍ଦ୍ଧାରୁ ୩୫, ବରଗଡରୁ ୨୨, କଟକରୁ ୧୫, ଗଞ୍ଜାମରୁ ୧୦, ବଲାଙ୍ଗୀରିରୁ ୯, ପୁରୀରୁ ୯, ସୁନ୍ଦରଗଡରୁ ୯, ବାଲେଶ୍ବରରୁ ୮, କଳାହାଣ୍ଡିରୁ ୮, ନବରଙ୍ଗପୁରରୁ ୬, ମୟୂରଭଞ୍ଜରୁ ୫, ସମ୍ବଲପୁରରୁ ୫, ଯାଜପୁରରୁ ୪, କେନ୍ଦୁଝରରୁ ୪, ଅନୁଗୁଳରୁ ୩, ଝାରସୁଗୁଡାରୁ ୩, କେନ୍ଦ୍ରାପଡାରୁ ୩, ଜଗତସିଂହପୁରରୁ ୨, କନ୍ଧମାଳରୁ ୨, କୋରାପୁଟରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୮ ହଜାର ୬୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ…

Read More