ଭୁବନେଶ୍ବର, ଆଜି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରାଜଭବନରେ ପହଞ୍ଚିବା ପରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଜଭବନ ଅଭିଷେକ ହଲରେ ଆୟୋଜିତ ଏହି ଉତ୍ସବରେ ସାଂସଦ ଡ ଅଚ୍ୟୁତ ସାମନ୍ତଙ୍କ ଲିଖିତ ପୁସ୍ତକକୁ ସେ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକର ନାମ ରହିଛି ନୀଳିମାରାଣୀ- ମାଇଁ ମଦର, ମାଇଁ ହିରୋ। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଯୋଗ ଦେଇଥିବା ବେଳେ କାଦମ୍ବିନୀ ପତ୍ରିକାର ସଂପାଦିକା ଇତିରାଣୀ ସାମନ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
Author: Samikhsya Bureau
ରାଜଧାନୀରେ ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ସମାରୋହରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର
ଭୁବନେଶ୍ବର, ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆଜି ମଧ୍ୟାହ୍ନରେ ଉପରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଛନ୍ତି। ଭୁବନେଶ୍ବରର ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉନ୍ନୟନ କମିଶନର ଏବଂ ପୋଲିସ ଡିଜି ସ୍ବାଗତ କରିଥିଲେ। ବିମାନ ବନ୍ଦରରୁ ଉପରାଷ୍ଟ୍ରପତି ସିଧା ରାଜଭବନ ଆସିଛନ୍ତି। ସେଠାରେ ସେ ମଧ୍ୟାହ୍ନ ଭୋଜନ କରି ଅପରାହ୍ନରେ କଟକ ଯିବେ। ସେ କାର କେଡରେ କଟକ ଯାଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଉପରାଷ୍ଟ୍ରପତି କଟକ ସାରଳ ଭବନରେ ଆୟୋଜିତ ଆଦିକବି ସାରାଳ ଦାସଙ୍କ 6 ଶହତମ ଜନ୍ମ ବାର୍ଷିକୀରେ ଯୋଗଦେବେ। ଏଥିସହିତ ସେଠାରେ ସାରଳା ସାହିତ୍ୟ ସଂସଦର 30ତମ ବାର୍ଷିକ ଉତ୍ସବରେ ମଧ୍ୟ ଅଭିଭାଷଣ ରଖିବେ। ଏହାପରେ ଉପରାଷ୍ଟ୍ରପତି କଟକରୁ ସଂଧ୍ୟା 6ଟା 30 ମିନଟରେ ବାହାରି ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସେ ରାଜଭବନରୁ ଦିନ…
ଭୁବନେଶ୍ବର: ଆଜି ରାଜ୍ୟରେ ୪୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୭୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୭ ହଜାର ୨୧୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୪୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ନୂଆପଡା ଜିଲ୍ଲାରୁ ୮୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬୯ ଜଣ, ଅନୁଗୁଳ ଜିଲ୍ଲାରୁ ୨୭ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୬ ଜଣ,…
ମୁମ୍ବାଇ: ମହାନ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ମାର୍ଚ୍ଚ ୨୭ ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ। ସଚିନ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବଂ ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ଟୁଇଟରରେ ଉଲ୍ଲେଖ କରିଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୮୧ ହଜାର ୪୪୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୩ ଲକ୍ଷ ୩ ହଜାର ୧୩୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ୨୫ ହଜାର ୩୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୬ ଲକ୍ଷ ୧୪ ହଜାର ୬୯୬ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ। ସେ ପୂର୍ବାହ୍ନ 11 ଟା 15 ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ। ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ସ୍ବାଗତ କରିବେ। ଏହାପରେ ସେ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ। ସେଠାରୁ ଉପରାଷ୍ଟ୍ରପତି ଅପରାହ୍ନ 4 ଟା 45ରୁ ରାଜଭବନରୁ ବାହାରି କାରକେଡରେ କଟକ ଯିବେ। ସେଠାରେ ସାରଳ ଭବନରେ ଆୟୋଜିତ ଆଦିକବି ସାରାଳ ଦାସଙ୍କ 6ଶହତମ ଜନ୍ମ ବାର୍ଷିକୀରେ ଯୋଗଦେବେ। ଏଥିସହିତ ସେଠାରେ ସାରଳା ସାହିତ୍ୟ ସଂସଦର 30ତମ ବାର୍ଷିକ ଉତ୍ସବରେ ମଧ୍ୟ ଅଭିଭାଷଣ ରଖିବେ। ଏହାପରେ ଉପରାଷ୍ଟ୍ରପତି କଟକରୁ ସଂଧ୍ୟା 6ଟା 30 ମିନଟରେ ବାହାରି ରାଜଭବନ ଆସିବେ। ସେଠାରେ ସେ ରାତ୍ରୀ ଯାପନ କରିବେ। ପରଦିନ ଅର୍ଥାତ ଶନିବାର ଦିନ ଉପରାଷ୍ଟ୍ରପତି ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେଦିନ ସେ ରାଜଭବନରୁ ଦିନ 10ଟା 10 ରେ ରାଜଭବନ…
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଅନେକ କଥା କହିଛନ୍ତି ଯାହା ସାଧାରଣ ଜୀବନରେ ବେଶ୍ ଉପଦେୟ ଅଟେ। ସେ ନାରୀମାନଙ୍କ ଉପରେ ବିଭିନ୍ନ ସମୟରେ ଅନେକ କଥା କହିଛନ୍ତି, ଯାହା ସେମାନଙ୍କ ପାଇଁ ବେଶ ଉପାଦେୟ। ସେହିପରି ଚାଣକ୍ୟ ନାରୀରର ଋତୁଶ୍ରାବକୁ ନେଇ ସୁନ୍ଦର କଥା କହିଛନ୍ତି। ଅନେକ ନାରୀ ଋତୁ ଶ୍ରାବ ବେଳେ ଛୁଆଁ, ଏକାକୀ ରହିବା ପ୍ରଭୃତି କାର୍ଯ୍ୟ କରି ଥାନ୍ତି। ହେଲେ ଚାଣକ୍ୟ କହିଛନ୍ତି ଯେ, ନାରୀରର ମାସିକା ଋତୁ ଶ୍ରାବ ହେଲେ ତାହାର ଶରୀର ଶୁଦ୍ଧ ହୁଏ। ଏଥିସହିତ ସ୍ବାସ୍ଥ୍ୟଗତ ସମସ୍ୟା କିଛି ରହେ ନାହିଁ। ଯଦି ଏହା ଠିକରେ ନ ହୁଏ ତେବେ ନାନାଦି ସମସ୍ୟା ସୃଷ୍ଟି ହେବ। ଏହାକୁ କେତେକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ପାଉଁଶରେ କଂସା ମାଜିଲେ ତାହା ପରିଷ୍କାର ହୁଏ, ପିତ୍ତଳ ଜିନିଷକୁ ଖଟାରେ ମାଜିଲେ ତାହା ପରିଷ୍କାର ହୁଏ, ନଦୀର ଜଳ ପ୍ରବାହିତ…
ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ଏକ ଯାତ୍ରା ଯୋଜନା ହେବ। ଘର ବାହାରେ କିଛି ଟେନସନ ହେବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ । ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମ ଆପଣଙ୍କ ମନ ଅନୁସାରେ ହେବ। ସେୟାର ବଜାରରେ ଲାଭ ହେବ। ଚାକିରିରେ ସୁବିଧା ଆସିପାରେ। ବ୍ୟସ୍ତତା ମଧ୍ୟରେ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା ସହଜରେ ଗ୍ରହଣ କରାଯିବ। ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ। ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ…
ମେଷ- ସ୍ଥାୟୀ ସମ୍ପତ୍ତି କାର୍ଯ୍ୟ ବହୁତ ଲାଭ ଦେଇପାରେ।ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ଆୟରେ ବୃଦ୍ଧି ଏବଂ ଅଗ୍ରଗତି ଇଚ୍ଛା ହେବ। ଲାଭ ସୁଯୋଗ ଆସିବ। ଅଂଶୀଦାରମାନଙ୍କ ସହଯୋଗ ଠିକ୍ ସମୟରେ ଗ୍ରହଣ କରାଯିବ। ମକର – ଜଣେ ଜ୍ଞାନୀ ବ୍ୟକ୍ତିଙ୍କ ସମର୍ଥନ ପାଇବାର ସମ୍ଭାବନା ଅଛି। ତନ୍ତ-ମନ୍ତ୍ର ପ୍ରତି ଆଗ୍ରହୀ ହେବେ। କୈଣସି କୂଟନୀତିଜ୍ଞଙ୍କ ସମର୍ଥନ ମିଳିପାରିବ। ଲାଭର ଦ୍ୱାର ଖୋଲିବ। ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ଦିନତମାମ ବ୍ୟସ୍ତ ରହିବେ ।
ଧନୁ- ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ। କାର୍ଯ୍ୟ ପଦ୍ଧତିରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ ସଫଳ ହେବ। ସମ୍ମାନ ପାଇବେ। ଚାକିରୀରେ ସଫଳତା ହେବ। ଲାଭ ସୁଯୋଗ ଆସିବ। ଘର ବାହାରେ ଖୁସିର ପରିବେଶ ରହିବ। ପରିବାର ସହାୟତା ଗ୍ରହଣ କରାଯିବ। କର୍କଟ – ଭୁଲିଯାଇଥିବା ସାଥୀ ଏବଂ ପରିଦର୍ଶକଙ୍କ ଦେଖାମିଳିବ। ସମ୍ମାନ ପାଇଁ ଖର୍ଚ୍ଚ ହେବ। ଆତ୍ମ ସମ୍ମାନ ରହିବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ବଡ କାମ କରିବାକୁ ଇଚ୍ଛା କରିବେ। ପରିବାର ସଦସ୍ୟଙ୍କ ଅଗ୍ରଗତିର ଖବର ଆସିବ।
ମୀନ- ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ଜଣେ ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟରେ କାର୍ଯ୍ୟ ପ୍ରତିବନ୍ଧକ ହଟାଯିବ ଏବଂ ଲାଭର ପରିସ୍ଥିତି ସୃଷ୍ଟି ହେବ। ପରିବାର ସଦସ୍ୟମାନେ ଭଲ ବ୍ୟବହାର କରିବେ। ବ୍ୟବସାୟ ଭଲ କରିବ। ସିଂହ- ଘର ବାହାରେ ଏକ ମନୋରମ ପରିବେଶ ରହିବ। ଆପଣ ଚାକିରିରେ ଆରାମ ଅନୁଭବ କରିବେ। ବ୍ୟବସାୟରୁ ସନ୍ତୁଷ୍ଟ ହେବ। ପିଲାମାନଙ୍କ ବିଷୟରେ ଚିନ୍ତା କରିବେ। ବିରୋଧୀ ଏବଂ ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି।
କନ୍ୟା- ଯାତ୍ରା ଆକର୍ଷଣୀୟ ଏବଂ ଲାଭଦାୟକ ହେବ। ଉପହାର ଗ୍ରହଣ କରିବାର ସମ୍ଭାବନା ଅଛି। ବ୍ୟବସାୟରୁ ବ୍ୟବସାୟ ଲାଭଦାୟକ ହେବ। ଘର ବାହାରେ ସଫଳତା ମିଳିବ । ପରିବାରରେ ଶାନ୍ତି ରହିବ। କୁମ୍ଭ – ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଘାତ ଏବଂ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ଆୟ ହ୍ରାସ ହୋଇପାରେ । ଘର ବାହାରେ ସହଯୋଗ ଏବଂ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ଲୋକମାନେ ସେମାନଙ୍କର ମତ ବ୍ୟାଖ୍ୟା କରିବାକୁ ସମର୍ଥ ହେବେ ନାହିଁ ।
ବିଛା- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ଚିତ୍ତାକର୍ଷକ ହେବ। ଲାଭ ସୁଯୋଗ ଆସିବ । ଚାକିରିରେ ଆରାମ ମିଳିବ। ଯେ କୌଣସି ଜରୁରୀ ଜିନିଷ ଶୀଘ୍ର ନଷ୍ଟ ହୋଇପାରେ । ବୃଷ- ପାର୍ଟୀ ଏବଂ ପିକନିକ୍ ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ। ଆଜି, ଆପଣ ସୁସ୍ୱାଦୁ ଖାଦ୍ୟର ଲାଭ ପାଇବେ । ବ୍ୟବସାୟରେ ବୃଦ୍ଧି ହେବ। ସୃଜନଶୀଳ କାର୍ଯ୍ୟ ସଫଳ ହେବ। କାମ ଆପଣଙ୍କ ମନ ଅନୁସାରେ ହେବ।
ମିଥୁନ- ଆପଣ ଦୁଃଖଦ ସୂଚନା ପାଇବେ। ଧ୍ୟର୍ଯ୍ୟବାନ ହୁଅନ୍ତୁ। ଧର୍ଯ୍ୟ ଧରନ୍ତୁ। ବେକାର କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୁସଂଗଠାରୁ ଦୂରରେ ରୁହନ୍ତୁ। ଆପଣଙ୍କର କାମ ଅଧିକ ଧ୍ୟାନ ଆବଶ୍ୟକ କରେ। ତୂଳା- ସ୍ୱାସ୍ଥ୍ୟ ଦୁର୍ବଳ ହେବ। କରାଯାଉଥିବା କାର୍ଯ୍ୟରେ ବାଧା ଉପୁଜିବ । ଚିନ୍ତା ଏବଂ ଟେନସନ ରହିବ। ନିଜ ସାଥୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଧର୍ଯ୍ୟ ଧରନ୍ତୁ । ବେକାର କାମରୁ ଦୂରେଇ ରୁହନ୍ତୁ । ଅନାବଶ୍ୟକ ଲୋକମାନେ ଅସୁବିଧା ସୃଷ୍ଟି କରିପାରନ୍ତି। ଅନ୍ୟର ବିବାଦ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ।
ଆସାମ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପାଖରେ ପ୍ରଭାରୀ ବୈଜୟନ୍ତ ପଣ୍ଡା
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୦, କଟକରୁ ୧୮, ଖୋର୍ଦ୍ଧାରୁ ୧୫, ମୟୂରଭଞ୍ଜରୁ ୮, କଳାହାଣ୍ଡିରୁ ୭, ଝାରସୁଗୁଡାରୁ ୬, ଅନୁଗୁଳରୁ ୫, ଯାଜପୁରରୁ ୫, ବଲାଙ୍ଗୀରିରୁ ୪, ଜଗତସିଂହପୁରରୁ ୪, ସମ୍ବଲପୁରରୁ ୪, କେନ୍ଦ୍ରାପଡାରୁ ୩, ବାଲେଶ୍ବରରୁ ୨, ଗଞ୍ଜାମରୁ ୨, ନୂଆପଡାରୁ ୨, ରାୟଗଡାରୁ ୨, ବରଗଡରୁ ୧, ଗଜପତିରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୭ ହଜାର ୨୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୩୧୧ କୁ ବୃଦ୍ଧି ହୋଇଛି। ତେବେ ୨୧୨୫ ଆକ୍ରାନ୍ତ ବର୍ତ୍ତମାନ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ମିଳିଛି ଏକ ବଡ ସଫଳତା। ଦୀର୍ଘ ୨୦ରୁ ଉର୍ଦ୍ଧ୍ଵ ବର୍ଷ ଧରି ଫେରାର ଥିବା ୨ ଜଣ ଏବଂ ୩୦ରୁ ଊର୍ଦ୍ଧ୍ଵ ବର୍ଷ ଧରି ଫେରାର ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ବାଣପୁର ପୋଲିସ। ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଦୀର୍ଘ ଦିନ ହେବ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିଥିଲେ। ତେବେ ଗତ ତିନି ଦିନ ମଧ୍ୟରେ ସମସ୍ତ ପାଞ୍ଚ ଜଣ ଏନବିଡବ୍ଲୁ ୱାରେଣ୍ଟ କୁ ଧରିବାରେ ସଫଳ ହୋଇଛନ୍ତି ବାଣପୁର ଆଇଆଇସି ଏବଂ ଟିମ। ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ୨୩ ବର୍ଷ ହେଲା ଫେରାର ଥିବାବେଳେ ଜଣେ ୨୭ ବର୍ଷ, ଜଣେ ୩୦ ବର୍ଷ…
ଭୁବନେଶ୍ବର, ଆଜିଠାରୁ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ। ଏହି ଆର୍ଥିକ ବର୍ଷର ଆରମ୍ଭ ଦିନରେ ମୁଖ୍ୟମନ୍ତ୍ରୀ ସେହି କାଳିଆ ଯୋଜନାରୁ ତାଙ୍କର ଜନହିତ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କାଲିଆ ଯୋଜନାରେ ପ୍ରାୟ 34 ଲକ୍ଷ ଚାଷୀଙ୍କୁ 693.94 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ କରିଛନ୍ତି। ତେବେ ପିପିଲି ନିର୍ବାଚନ ଚାଲିଥିବାରୁ ପୁରୀ ଜିଲ୍ଲାର ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଇ ନାହିଁ। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ଆଜି ଆମର ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ 700କୋଟି ଟଙ୍କା ଜମା କରାଗଲା। Its heartening to note that kalia is having an impact in the lives of 37 lakh farmers in the state as well as…
କୋଲକାତା, ଆଜି ଶେଷ ହେଲା ପଶ୍ଚିମ ବଂଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଆଉ ଛଅଟି ପର୍ଯ୍ୟାୟ ମତଦାନ ପରେ ଶେଷ ହେବ ଭୋଟିଂ ପକ୍ରିୟା। ତେବେ ଏହି ଦ୍ବିତୀୟ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ସ୍ଥାନରେ ଛୋଟବଡ ବିଭିନ୍ନ ଘଟଣା ସୃଷ୍ଟି ହୋଇଛି। ମମତା ବାନାର୍ଜିଙ୍କର ବିଜୟ ପଥକୁ ଯେନତେନ ପ୍ରକାରରେ ରୋକିବା ପାଇଁ ବିଜେପି ଆପ୍ରାଣ ଉଦ୍ୟମ ଜାରୀ ରଖିଛି। ଯାହାକୁ ନେଇ ମମତା ପୁରା ଅସ୍ତବ୍ୟସ୍ତ ହୋଇପଡିଲେଣି। ନିଜର ତଥା ଦଳ ପାଇଁ ପ୍ରଚାର କରିବେ କଣ ବିଜେପି ଆକ୍ରମଣକୁ ରୋକିବାରେ ତାଙ୍କର ସମୟ ଅପଚୟ ହେବାରେ ଲାଗିଛି। ଆଜିର ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳିରେ ଭୋଟିଂ ହେଉଥିଲା। ସାରା ଭାରତର ରାଜନୀତି ବର୍ତ୍ତମାନ କେବଳ ନନ୍ଦିଗ୍ରାମ ବିଧାନସଭା ଆସନ ଉପରେ ନଜର ରହିଛି। କାରଣ ସେଠାରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସହ କଡ଼ା ମୁକାବିଲା…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଈରୀ ଦଶଦୋଳ ଏବଂ ବଉଳାବନ୍ଧ ଏଗାରଦୋଳ ଉତ୍ସବ ପାଳନ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଚିଲିକା ବିଡ଼ିଓ ଡ଼ା. ସୁଷମା ବାରିକଙ୍କ ଅଧ୍ୟକ୍ଷତାରେ ଚିଲିକା ବ୍ଲକ ସଭାଗୃହ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ନଈରୀ ଗ୍ରାମର ବାଇଶି ମୌଜା କମିଟି ଏବଂ ବଉଳାବନ୍ଧ ଗ୍ରାମର ଏଗାର ଦୋଳ କମିଟିର ସଭ୍ୟମାନେ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷ ଏପ୍ରିଲ ୭, ୮, ୯ ତାରିଖ ମଧ୍ୟରେ ଏହି ଉତ୍ସବ ଦୁଇଟି ପାଳନ ହେବ। କେବଳ ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଉକ୍ତ ଦୁଇ ଉତ୍ସବ ପାଳନ କରିବା ନିମନ୍ତେ ସର୍ବସହମତି ହୋଇଛି। ବିମାନକୁ ସିମୀତ ସଂଖ୍ୟକ ସେବାୟତ (କମିଟି ଦ୍ୱାରା ନିର୍ଦ୍ଧାରିତ) ନେଇ ପଡ଼ିଆକୁ ଯିବେ। ଆତସବାଜି ପ୍ରଦର୍ଶନ ହେବ ନାହିଁ। ସାମାଜିକ ଦୂରତ୍ୱ, ମାସ୍କ ଏବଂ ସାନିଟାଇଜେସନ ବ୍ୟବହାର ବାଧ୍ୟତାମୂଳକ।…

