ଭୁବନେଶ୍ବର: ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମପତି। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ଶପଥପାଠ କରାଇଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ଶପଥ ଗ୍ରହଣ ଉତ୍ସବ ପରେ ନୂଆ ରାଜ୍ୟପାଳଙ୍କୁ ଦିଆଯାଇଥିଲା ଗାର୍ଡ ଅଫ ଅନର। ଶପଥଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କମ୍ଭମପତି ।
Author: Samikhsya Bureau
ଭୁବନେଶ୍ବର: ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କୁମ୍ଭମପତି। ଓଡିଶାର ରାଜ୍ୟପାଳ ପଦବୀରୁ ରଘୁବର ଦାସ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର କୁମ୍ଭମପତିଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କର ଶପଥ ପାଇଁ ଭୁବନେଶ୍ବରରେ ଥିବା ରାଜଭବନର ଅଭିଷେକ ହଲକୁ ପ୍ରସ୍ତୁତ କରାଯାଇଛି। ସେ ଶୁକ୍ରବାର 10ଟା 15 ମିନିଟରେ ଶପଥ ନେବେ। ତାଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଶପଥ କରାଇବେ। ହରିବାବୁ ଆଜି ଅପରାହ୍ନରେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି। ହରିବାବୁ ମିଜୋରାମର ରାଜ୍ୟପାଳ ଭାବେ କାମ କରୁଥିଲେ। ଗତକାଲି ତାଙ୍କୁ ମିଜୋରାମ ରାଜଭବନ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି.
ଭୁବନେଶ୍ବର: ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ଗ୍ରାଚୁଇଟି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନଙ୍କ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚୁଇଟି ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କାକୁ ବୃଦ୍ଧି ହେଲା । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏଥିପାଇଁ ବିଭିନ୍ନ ଶିକ୍ଷକ ସଂଘମାନେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।
ଭୁବନେଶ୍ବର: ଓଡିଶାର ଶିଳ୍ପ ବିକାଶ ଏବଂ ରୋଜଗାର ସୃଷ୍ଟି କ୍ଷମତାକୁ ବୃଦ୍ଧି କରିବା ପାଇଁ ଓଡିଶା ସରକାର ୩୩ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟାରେନ୍ସ ଅଥରିଟି (SLSWCA) ବୈଠକରେ ମୋଟ ୨୫ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ୪,୨୨୨.୨୪ କୋଟି ଟଙ୍କା ଏବଂ ଏଥିରୁ ମୋଟ ୧୪,୪୯୭ ରୋଜଗାର ସୃଷ୍ଟି ହେବା ଆଶା କରାଯାଉଛି। ଏହି ଅନୁମୋଦନ ସରକାରଙ୍କ ଶୀର୍ଷ ସମିତି ମୁଖ୍ୟ ତଥା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଅହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ଏହା ଓଡିଶାର ସାମାଜିକ-ଆର୍ଥିକ ବିକାଶକୁ ଅଗ୍ରଗତି ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଓଡିଶା ପୂର୍ବ ଭାରତର ସର୍ବୋତ୍କୃଷ୍ଟ ନିବେଶ ପ୍ରବେଶ ଭାବେ ସ୍ଥାପିତ ହୋଇଛି, ଯାହା ଦିଲ୍ଲୀ, ମୁମ୍ବାଇ ଏବଂ ସିଙ୍ଗାପୁରରେ ଆୟୋଜିତ ହୋଇଥିବା ଉତ୍କର୍ଷ ଓଡିଶା ରୋଡ ସୋ’ ଗୁଡିକର ସଫଳତା ଦ୍ୱାରା ପ୍ରମାଣିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଆଜି ନୂଆ ବର୍ଷ -୨୦୨୫ ଅବସରରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅନ୍ଧାରୁଆ ସ୍ଥିତ ଓଡ଼ିଶା ପତିତ ଉଦ୍ଧାର ସମିତି ପରିଦର୍ଶନରେ ଯିବା ସହ ଅନ୍ତେବାସୀଙ୍କୁ ଫଳ ଓ କମ୍ବଳ ବଣ୍ଟନ କରିଛନ୍ତି। ଅପରାହ୍ନରେ ମନ୍ତ୍ରୀ ଏଠାକୁ ଯିବା ସହ ଏଠାରେ ରହୁଥିବା ଶାରୀରିକ ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ମାନଙ୍କୁ ସୁବିଧା ଅସୁବିଧା ପଚାରି ବୁଝିବା ସହ ନୂଆ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅନ୍ତେବାସୀ ମାନଙ୍କୁ ଫଳ ଓ କମ୍ବଳବଣ୍ଟନ କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। ସମାଜରେ ବସବାସ କରୁଥିବା ଏହି ଶ୍ରେଣୀର ଲୋକ ଦୟା କିମ୍ବା ସହନାଭୂତି ନୁହେଁ ବରଂ ସମ୍ମାନର ପାତ୍ର। ଏହି ସମସ୍ତ ବର୍ଗର ଉନ୍ନତି ସାଧିତ ହୋଇ ପାରିଲେ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନ ସମ୍ଭବ ହୋଇ ପାରିବ ବୋଲି…
ଭୁବନେଶ୍ବର: ନୂଆ ବର୍ଷରେ ନୂଆ ମଙ୍ଗୁଆଳ ଖୋଜିବାରେ ଲାଗିଛି ଓଡିଶାର ତିନି ପ୍ରମୁଖ ଦଳ। ବିଜେଡି ବିଜେପି ଏବଂ କଂଗ୍ରେସ ଦଳର ନୂଆ ସଭାପତି ଏହି ନୂଆ ବର୍ଷରେ ଘୋଷଣା ହେବ। ସେଥିପାଇଁ 2025 ମସିହାରୁ ଦଳ କାହା ନେତୃତ୍ବରେ ଆଗକୁ ଯିବ ସେ ନେଇ ଅଙ୍କକଷା ଚାଲିଛି। ଦଳିୟ ନିୟମ ଅନୁସାରେ ଜାତୀୟ ବିଜେପି ଦଳ ତାହାର ତ୍ରୁଣମୂଳ ନିର୍ବାଚନ କରିଥିବା ବେଳେ ଜିଲ୍ଲା ସ୍ତରୀୟ ନିର୍ବାଚନ ବାକି ରହିଛି। ତାହା ଶେଷ ହେବା ପରେ ପରେ ରାଜ୍ୟ ସଭାପତି କିଏ ହେବ ସେ ନେଇ ନିର୍ବାଚନ କିମ୍ବା ମନୋନୟନ କରାଯିବ। ଏଥିରେ ବର୍ତ୍ତମାନର ସଭାପତି ମନମୋହନ ସାମଲ ରିପିଟ ହେବେ ନା ନୂଆ ନେତା ଆସିବେ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସେହିପରି କଂଗ୍ରେସ ନିର୍ବାଚନରେ ବଡ ଧକ୍କା ଖାଇବା ପରେ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଶରତ ପଟ୍ଟନାୟକ। ଏହାପରେ କଂଗ୍ରେସର ସଭାପତି କିଏ…
ଭୁବନେଶ୍ବର: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଶ୍ରେଷ୍ଠ ବିଭାଗ ଭାବେ ପରିଣତ କରିବା ପାଇଁ ଅଧିକାରୀ ଓ କର୍ମଚାରୀବୃନ୍ଦ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ବିଭାଗୀୟ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଆହ୍ୱାନ ଜଣାଇଛନ୍ତି। ଆଜି ପୂର୍ବାହ୍ନରେ ବିଭାଗର ଅଧିକାରୀ ତଥା କର୍ମଚାରୀମାନଙ୍କୁ ନୂତନ ବର୍ଷର ଶୁଭକାମନା ଜ୍ଞାପନ କରି ମନ୍ତ୍ରୀ ଡ. ମହାପାତ୍ର ଏହି ମର୍ମରେ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ନିର୍ମାଣରେ ବିଭାଗର କ୍ରିୟାଶୀଳତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଡା. ମହାପାତ୍ର ଇଂରାଜୀ ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ସରକାର ଗଠନର ଗୋଟିଏ ବର୍ଷ ପୂରଣ ହେଉଥିବା ଦୃଷ୍ଟିରୁ ଚଳିତ ବର୍ଷଟି ଗୁରୁତ୍ୱପୂର୍ଣ୍ଣ ଏବଂ ନିକଟରେ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ମଧ୍ୟ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ହେବ ବୋଲି…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଉଚ୍ଚ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସାମୁହିକ ଦାୟିତ୍ୱ (Collective Responsibility) ସହ କାମ କରି ସରକାରଙ୍କ କାର୍ଯ୍ୟକ୍ରମ ଗୁଡିକ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡଃ ମନମୋହନ ସିଂହଙ୍କ ପରଲୋକ ଯୋଗୁଁ ରାଷ୍ଟ୍ରୀୟ ଶୋକ ପାଳନ ତଥା ଚାଷୀ ମାନଙ୍କ ଅଦିନିଆ ବର୍ଷା ଜନିତ ଫସଲ ହାନୀ ପାଇଁ ମୁଖ୍ୟମନ୍ତ୍ରୀ ନୂଆ ବର୍ଷକୁ ନିରାଡମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ, ଆଜି ଅଧିକାରୀ ଓ କର୍ମଚାରୀ ମାନେ ବିନା ଫୁଲରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଛଅ, ସାତ ମାସ ମଧ୍ୟରେ ଆମ ସରକାର ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପ୍ରାୟତଃ ପୂରଣ ହୋଇଛି । ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ…
ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ନୂଆବର୍ଷ 2025। ସେଥିପାଇଁ ସାରା ବିଶ୍ବ ବେଶ ଉତ୍ସବ ମୁଖର ହୋଇ ଉଠିଛି। ଚାରିଆଡେ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଚାଲିଥିଲା ରଂଗାରଂଗ କାର୍ଯ୍ୟକ୍ରମ। ସେହି ରଂଗୀନ ପରିବେଷ ମଧ୍ୟରେ ପ୍ରବେଶ କରିଛି 2025 ମସିହା। ତେବେ ଏହି ନୂଆ ବର୍ଷକୁ ଭିନ୍ନ ଢଙ୍ଗରେ ସ୍ବାଗତ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ନିଜ ବାଲୁକା କଳା ଭିତରେ ପ୍ରଭୃ ଜଗନ୍ନାଥଙ୍କୁ ସ୍ଥାପନା କରି ସାରା ବିଶ୍ବକୁ ସେ ନୂଆବର୍ଷ ଉପଲକ୍ଷେ ସ୍ବାଗତ କରିଛନ୍ତି। ପ୍ରତିବର୍ଷ ସୁଦର୍ଶନ ଏହିପରି ଭିନ୍ନ ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କରିଥାନ୍ତି। ଏଥରେ ସେ ବିଶ୍ବ ପରିବେଷ ସଚେତନାତା ନେଇ ସେ ତାଙ୍କ ବାଲୁକା କଳା ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଛନ୍ତି।
ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହ ଙ୍କ ବିୟୋଗରେ ଚାଲିଥିବା ରାଷ୍ଟ୍ରୀୟ ଶୋକ ଓ ଅଦିନିଆ ବର୍ଷା ରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ରେ ସମବେଦନା ଜଣାଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତକାଲି ନୂଆ ବର୍ଷ କାର୍ଯ୍ୟକ୍ରମ ରେ ସାମିଲ ହେବେ ନାହିଁ। ତେଣୁ ଅଭିନନ୍ଦନ ପାଇଁ ଆସନ୍ତକାଲି ନବୀନ ନିବାସ କୁ ନ ଆସିବା ପାଇଁ ଶ୍ରୀ ପଟ୍ଟନାୟକ ଶୁଭେଛୁ ମାନଙ୍କୁ ଅନୁରୋଧ ଜଣାଇଛନ୍ତି।
ଭୁବନେଶ୍ବର: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀର ସତ୍ୟବାଦୀ, କଟକର ସାଲେପୁର ଜଗତସିଂହପୁରର ବାଲିକୁଦା ଓ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ, ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ। ଏହି ସମୟରେ ହଜାର ହଜାର ଚାଷୀ, ମହିଳା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ଓ ପ୍ରତିଦିନ ଚାଷୀ ପ୍ରାଣ ହରାଉନଥାନ୍ତେ ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀ ମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ପଟ୍ଟନାୟକ ଚାଷୀ ମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ…
ଭୁବନେଶ୍ବର: ଆସନ୍ତାକାଲି ହେବ ନୂଆ ବର୍ଷ। ଏହି ବର୍ଷରେ ସମସ୍ତେ ବେଶ ଆନନ୍ଦ ଉଲ୍ଲାସରେ ଅଭିନନ୍ଦନ କରିବେ। ଆଜି ରାତିରୁ ଆରମ୍ଭ ହୋଇଯିବ ଏହି ଉତ୍ସବ। ତେବେ ଏହି ନୂଆ ବର୍ଷରେ ଆପଣ ଓଡିଆ ରେ ଶୁଭେଚ୍ଛା ବାର୍ତ୍ତା ପଠାନ୍ତୁ। ବାସ ତଳେ ଦିଆଯାଇଥିବା ବିଭିନ୍ନ ଶୁଭେଚ୍ଛା ବାର୍ତ୍ତାକୁ କପି କରି ଆପଣଙ୍କ ହ୍ବାଟସଆପ ରେ ପେଷ୍ଟ କରି ପଠାନ୍ତୁ। 1. ନୂଆଁ ବର୍ଷର ଶୁଭେଚ୍ଛା ଓ ଆଶୀର୍ବାଦ! ପ୍ରେମ, ଶାନ୍ତି, ସମୃଦ୍ଧି ଓ ସଫଳତାର ଆଶୀର୍ବାଦ ତୁମର ଜୀବନରେ ଆସୁ। ପ୍ରଭୁ ତୁମକୁ ଭଲ ରଖନ୍ତୁ। 2. ଏହି ନୂଆଁ ବର୍ଷ ତୁମ ପାଇଁ ଏକ ସ୍ବର୍ଣ୍ଣମୟ ଅବସର ହେଉ। ଅଭିନନ୍ଦନ ସବୁ ଦୁଃଖକୁ ଭୁଲି ଆନନ୍ଦ ଓ ଆଶାର ସହ ଏକ ନୂତନ ଆରମ୍ଭ ହେଉ। ନୂଆଁ ବର୍ଷର ଶୁଭକାମନା! 3. ଏହି ନୂତନ ବର୍ଷ ଆପଣଙ୍କର ସବୁ ସ୍ବପ୍ନ ସାର୍ଥକ ହେଉ ସମସ୍ତ ପରିବାର ଓ ମିତ୍ରମାନଙ୍କ…
ଭୁବନେଶ୍ବର: ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ସମ୍ପର୍କିତ କ୍ଷତିପୂରଣ ଯଥାଶୀଘ୍ର ପ୍ରଦାନ ପାଇଁ ଆଜି ବୀମା କମ୍ପାନୀ ମାନଙ୍କ ସହ ଏକ ଜରୁରୀକାଳୀନ ବୈଠକ କୃଷି ଭବନ ଠାରେ ଅନୁଷ୍ଠିତ ହୋଇଥିଲା । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଓ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ବୀମା କମ୍ପାନୀ ମାନଙ୍କ ସହଯୋଗ କାମନା କରିଛନ୍ତି। ଯୋଗ୍ଯ ଚାଷୀମାନଙ୍କ ହିତରେ ସମସ୍ତ ପ୍ରକ୍ରିୟାକୁ ଅତିଶୀଘ୍ର ସାରିବା ପାଇଁ କମ୍ପାନୀଗୁଡିକୁ କହିବା ସହ କୌଣସି ବ୍ଯତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି ଡ଼ ପାଢ଼ୀ ସ୍ପଷ୍ଟ କରିଛନ୍ତି। ଏଥିସହିତ, ଅଦିନିଆ ବର୍ଷାଯୋଗୁଁ କଟା ହୋଇ ଜମିରେ ଥିବା ଧାନ ଫସଲର କ୍ଷତି ହୋଇଥିଲେ, କ୍ଷତିପୂରଣ ବାବଦରେ ସୂଚନା ଦେବା ନିମନ୍ତେ କୃଷି ରକ୍ଷକ ହେଲ୍ପଲାଇନ ନମ୍ବର ୧୪୪୪୭ କିମ୍ବା କୃଷି…
ଭୁବନେଶ୍ବର: ଆଜି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ପଟ୍ଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀର ସତ୍ୟବାଦୀ ,କେନ୍ଦ୍ରାପଡ଼ାର ପଟାମୁଣ୍ଡାଇ, କଟକର ସାଲେପୁର ଓ ଜଗତସିଂହପୁରର ବାଲିକୁଦା ବ୍ଲକ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ। ନବୀନ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ।
ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ସପ୍ତମ ପାଳି, ଚଳିତ ବର୍ଷର ଶେଷ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦାୟିତ୍ୱ ନେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଧିକ କ୍ରିୟାଶୀଳ ହୋଇଛି । ମୁଖ୍ୟମନ୍ତ୍ରୀ, ଅଭିଯୋଗ ପ୍ରକୋଷ୍ଠରେ ଅଥବା ଯେଉଁଠାକୁ ଯାଆନ୍ତି ସେଠାରେ ସାଧାରଣଲୋକଙ୍କୁ ଭେଟିବା, ସେମାନଙ୍କ ସୁଖ ଦୁଃଖ ଶୁଣିବା ଏବଂ ସମସ୍ୟାର ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି । ଆଜି ସପ୍ତମ ପାଳିର ଆରମ୍ଭରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିବା ପରେ ବାହାରେ ଚେୟାରରେ ବସିଥିବା ପ୍ରାୟ ୪୦ ଜଣ ଭିନ୍ନକ୍ଷମ ମାନଙ୍କୁ ପ୍ରଥମେ ଭେଟିଥିଲେ । ସେମାନଙ୍କ ସମସ୍ୟା ଓ ଅଭିଯୋଗକୁ ଗୋଟି ଗୋଟିକରି ଶୁଣିବା ପରେ ପାଖରେ ଥିବା ମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ଅଭିଯୋଗ ପତ୍ର ଧରାଇ ସମାଧାନ କିପରି ହେବ ସେଥିପ୍ରତି ଯତ୍ନବାନ ହେବା…
ଭୁବନେଶ୍ବର: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି। ନବୀନ ଶେରଗଡ଼ର ଟକରଡ଼ା, ହିଞ୍ଜିଳିର ପୋଡିଙ୍ଗି, ଆସ୍କାର ବରଗାଁ, କବିସୂର୍ଯ୍ୟନଗରର ଆମ୍ବିଶିଖରପୁର ଓ ଖଲିକୋଟର ଭରସାଗାଁ ଅଞ୍ଚଳ ଦେଖିଥିଲେ। କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ ଏହି ସମୟରେ ହଜାର ହଜାର ମହିଳା ନବୀନଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ଛାଡି ଯିବାର ଏତେ ଦିନ ପରେ ମଧ୍ୟ କୌଣସି ସରକାରୀ କର୍ମଚାରୀ ଏ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନ ରେ ଆସିନାହାନ୍ତି। ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ବୋଲି ଚାଷୀ ମାନେ କ୍ଷୋଭ ପ୍ରକାଶ କରିଥିଲେ। ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀମାନେ ବିରୋଧୀ ଦଳ…
ଭୁବନେଶ୍ବର: ଆଜି ରାଜଧାନୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଫୁଡ ବ୍ଲଗର ସୋନାଲୀ ସଂଘମିତ୍ରା ପରିଡାଙ୍କ ଆଜି ଝୁଲନ୍ତା ଅବସ୍ଥାରେ ଥିବା ମୃତଦେହ। ସେ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ହେଲେ ପରିବାର ଲୋକେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ତେବେ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଘଟଣାରୁ ଜଣାପଡିଛି ଯେ, ସୋନାଲୀ ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ। ଗତକାଲି ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ। ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍ କରିବାରୁ ଝିଅ ଗୁରୁତର ଥିବା କହିଥିଲେ। ମାତ୍ର ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ହଷ୍ଟେଲର ଶୌଚାଳୟରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ସୋନାଲି ସଂଘମିତ୍ରା ପରିଡ଼ାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ବେଳେ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଘଟିଥିବା ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ସବୁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ନିଶ୍ଚୟ ସହାୟତା ମିଳିବ ବୋଲି ଆଶ୍ଵାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଧ୍ୟ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକ ବୁଲି ଦେଖିଥିଲେ। ଗସ୍ତ କାର୍ୟ୍ୟକ୍ରମର ଶେଷ ପର୍ଯ୍ୟାୟ ଛତ୍ରପୁରଠାରେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ସମ୍ବନ୍ଧରେ ସମୀକ୍ଷା କରି ବୀମା ଭୂକ୍ତ ଚାଷୀମାନଙ୍କ ପାଇଁ କ୍ଷୟକ୍ଷତି ସଂପର୍କରେ ଜଣାଇବା ସମୟ ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି । ଏହି ସମୟ ରବିବାର ପର୍ୟ୍ୟନ୍ତ ଥିବା ବେଳେ ଏହା ଆସନ୍ତା କାଲି ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ପୁନଃ ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।…
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀର ସଭାପତି ଭାବରେ କେନ୍ଦ୍ରାପଡା ଜିଲ୍ଲାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ପରେ ରାଜ୍ୟ ସଭାପତି ପଦ ଖାଲି ରହିଥ୍ଖଲା। ଅଖିଳ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ରାଷ୍ଟ୍ରୀୟ ଯୁବ ସାମ୍ମୁଖ୍ୟ ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ମୁଦୁଲିଙ୍କୁ ସଭାପତି ଭାବରେ ନିର୍ବାଚିତ କରାଯାଇଛି। ଶ୍ରୀ ମୁଦୁଲି ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବରେ କାର୍ୟ୍ୟ କରୁଛନ୍ତି। ତାଙ୍କୁ ୯୯ ବର୍ଷ ବୟସ। ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବରେ ପୂର୍ବରୁ ବିଶ୍ବମ୍ବର ପରିଡା, ପ୍ରହ୍ଲାଦ ରାୟଲାଠ, ଶ୍ରୀଧର ଦାସ, ପୁରୁଷୋତ୍ତମ ନାୟକ, ଭବାନୀ ଚରଣ ପଟ୍ଟନାୟକ ଓ ନୀଳମଣି ସାମଲ କାର୍ଯ୍ୟ କରିଛନ୍ତି। ବିଦାୟୀ ସଭାପତି ନୀଳମଣି ସାମଲଙ୍କର ଗତ ଜାନୁଆରୀ ମାସ ୨୭ ତାରିଖରେ…
ନୂଆଦିଲ୍ଲୀ: ଦେଶର ଇଲେକ୍ଟ୍ରୋନିକ୍ସ ସେକ୍ଟର ୨୦୨୭ ଭିତରେ ୧୨ ମିଲିଅନ୍ ଚାକିରି ସୃଷ୍ଟି କରିବାକୁ ଯାଉଛି। ଏହିପରି ଏକ ତଥ୍ୟ ବର୍ତ୍ତମାନ ସାମନାକୁ ଆସିଛି। ସେଥିମଧ୍ୟରୁ ୩ ମିଲିଅନ୍ ସିଧା ଓ ୯ ମିଲିଅନ୍ ପରୋକ୍ଷ ଚାକିରି ସ୍ଥାନ ସୃଷ୍ଟି ହେବ। ସିଧା ଚାକିରିରେ ପ୍ରାୟ ୧ ମିଲିଅନ୍ ଇଞ୍ଜିନିୟର, ୨ ମିଲିଅନ୍ ଆଇଟିଆଇ ବିଶେଷଜ୍ଞ ଏବଂ ଏଆଇ, ଏମଏଲ୍, ତଥା ଡାଟା ସାଇନ୍ସର ଭଳି ମୈଦାନରେ ୦.୨ ମିଲିଅନ୍ ସ୍ଥାନ ରହିବ। ଏଥିପାଇଁ, ନନ ପ୍ରଫେସନା ଚାକିରିଗୁଡ଼ିକ ପରୋକ୍ଷ ଭାବରେ ୯ ମିଲିଅନ୍ ଚାକିରି ଯୋଗାଇବାକୁ ଆଶା କରାଯାଉଛି, ଯାହା ଏହି ସେକ୍ଟରର ଅପାର ସମ୍ଭାବନା ଏବଂ ଆର୍ଥିକ ବୃଦ୍ଧିରେ ଯୋଗଦାନକୁ ଉତ୍ସାହିତ କରୁଛି। ଟିମଲିଜ୍ ଡିଗ୍ରୀ ଆପ୍ରେଣ୍ଟିସସିପ୍ର ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଇଲେକ୍ଟ୍ରୋନିକ୍ସ ଶିଳ୍ପ ଦ୍ୱାରା ୨୦୩୦ ମସିହାରେ $୫୦୦ ବିଲିୟନ ଉତ୍ପାଦନ ଲକ୍ଷ ଆଦାୟ କରିବାର ଉଦ୍ଦେଶ୍ୟ ରହିଛି। ଏହା ପାଇଁ ଆଗାମୀ ପାଞ୍ଚ…
ଭୁବନେଶ୍ବର: ଓସିଏ ବା ଓଡିଶା କ୍ରିକେଟ ଆସୋସିଏସନ ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ। ସେ ବ୍ୟକ୍ତିଗତ କାରଣ ତଥା ସମୟ ଦେଇ ପାରୁ ନ ଥିବାରୁ ସେ ଏହି ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ଓସିଏ ସଂପାଦକ ସଂଜୟ ବେହେରା। ତେବେ ନିୟମ ଅନୁସାରେ ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଏହି ଦାୟିତ୍ବରେ ରହିବେ। ତେବେ ଓସିଏର ନିୟମ ଅନୁସାରେ ଆସନ୍ତା 45 ଦିନ ମଧ୍ୟରେ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ନୂଆ ସଭାପତି ଦାୟିତ୍ବ ନେବା ପରେ ଓସିଏର ବିକାଶ ଦିଗରେ କାର୍ଯ୍ୟ ଆରମ୍ଭ ହେବ। ପ୍ରଣବ ପ୍ରକାଶ ବିଜେଡି ସରକାରରେ ଥିବା ବେଳେ ସେ ଏହି ବ୍ୟୟ ବହୁଳ ସଂସ୍ଥାର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ହେଲେ ବିଜେଡି ସରକାରରୁ ଯିବା ପରେ ସେ ଏହି ପଦବୀରେ ଆଉ ବେଶୀ ଦିନ ରହିପାରିବେ ନାହିଁ ବୋଲି…

