Author: Samikhsya Bureau

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…

Read More

ଭୁବନେଶ୍ବର: ଅନ୍ତଃରାଜ୍ୟ ବସ ସେବା ଯୋଗାଇବା ଉଦ୍ଦେଶ୍ୟରେ ଓଡିଶା ରାଜ୍ୟ ପରିବହନ ନିଗମ ବିଜୟୱାଡାକୁ ସଂଯୋଗ ଆରମ୍ଭ କରିଛି। ଏଥିରେ ନିଗମ ନବରଂଗପୁରରୁ ବିଜୟୱାଡାକୁ ଏହି ସେବା ଚଳାଇଛି। ଏଥିରେ ସୁପର ପ୍ରିମିୟମ ଭଲଭୋ ବସ ଜଗନ୍ନାଥ ଏକ୍ସପ୍ରେସ ସେବା ଯାତ୍ରୀମାନେ ପାଇପାରୁଛନ୍ତି। ଏହାର ସମୟ ସାରଣୀ ହେଲା (ଯଦି ଏହି ସମୟ ସାରଣୀ ଭଲରେ ଦୃଶ୍ୟମାନ ହେଉ ନାହିଁ ତେବେ ସିଧା thesamikhsya.com/odia କୁ କ୍ଲିକ କରି ଜାଣିପାରିବେ) ଯାତ୍ରୀମାନେ ଓଏସ୍ଆରଟିସି ୱେବସାଇଟ୍ http://osrtc.in, ମୋବାଇଲ ଆପ୍ , କିମ୍ୱା ଟିକେଟ୍ କାଉଣ୍ଟରରେ ଟିକେଟ୍ ବୁକ୍ କରିପାରିବେ।

Read More

ଭୁବନେଶ୍ବର: ରାଜ୍ୟର ଅଙ୍ଗନବାଡି କର୍ମିଙ୍କ ପାଇଁ ଖୁସି ଖବର। ଏହି ଖବରକୁ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଘୋଷଣା ଅନୁସାରେ ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ପୂର୍ବରୁ ସରକାର ଅଙ୍ଗନବାଡି ମହିଳାମାନେ ଏହି ଲୋକପ୍ରିୟ ଯୋଜନାରୁ ବାଦ ପଡିଥିଲେ। ହେଲେ ପରବର୍ତ୍ତି ସମୟରେ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲା କରାଗଲା। ସେହିପରି ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା ଆସନ୍ତା 24 ତାରିଖରେ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି। ଏହି ଯୋଜାନର ପ୍ରଥମ କିସ୍ତିର ଟଙ୍କା ୨୫ଲକ୍ଷରୁ ଅଧିକ ମହିଳା ପାଇଛନ୍ତି। ସେହିପରି ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ କିସ୍ତି ଟଙ୍କା ୩୫ ଲକ୍ଷରୁ ଅଧିକ ହିତାଧିକାରୀମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଆବେଦନ କରିଥିବାରୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି। ଆବେଦନକାରୀଙ୍କ ମଧ୍ୟରୁ ୨ଲକ୍ଷ…

Read More

ଭୁବନେଶ୍ବର: ଆଜି ଯାଜପୁର ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁଙ୍କ ଉପରେ ଆକ୍ରମଣ ହୋଇଛି। ସେ ନିଜ ଗାଡିରେ ଯାଜପୁରରେ ଏକ ସରକାରୀ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଏହି ଆକ୍ରମଣ କରାଯାଇଛି। ବିଜେଡି କର୍ମିମାନେ ଏହି ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡିଛି ଯେ, ବିଧାୟକ ଯାଜପୁର ଯାଉଥିବା ବେଳେ ବୁଢାଘାଟରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ସେଠାରେ ପୂର୍ବରୁ ବିଜେଡି କର୍ମିମାନେ ଏକ ପ୍ରକଳ୍ପକୁ ବିରୋଧ କରି ଧାରଣା ଦେଇଥିଲେ। ଫଳରେ ସେହି ରାସ୍ତାରେ ଗାଡି ଜାମ ହୋଇଯାଇଥିଲା। ସେହି ଭିତରେ ବିଧାୟକଙ୍କ ଗାଡି ଫସିଯାଇଥିଲା। ବିଜେଡି କର୍ମିମାନେ ବିଧାୟକଙ୍କ ଗାଡି ଦେଖି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତାଙ୍କ ପିଏସଓଙ୍କଠାରୁ କୁଆଡେ ସେମାନେ ପିସ୍ତଲ ଛଡାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଏ ନେଇ ବିଧାୟକ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ ଦୋଷ ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେଡି କର୍ମିମାନେ ମୋ…

Read More

ଭୁବନେଶ୍ବର: ଓଡିଶା ଭିଜିଲାନ୍ସ ବିଭାଗ ଆଜି ସୁବର୍ଣ୍ଣପୁର ଜିଲ୍ଲାର ସାଧାରଣ ଯୋଗାଣ ଅଧିକାରୀ (CSO) ଶ୍ରୀ ସୁରେଶ କୁମାର ପାଣିଗ୍ରାହୀଙ୍କ ଘରେ ଚଢାଉ କରିଛି। ତାଙ୍କ ଆୟ ବର୍ହିଃଭୁତ ସଂପତ୍ତି ଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏକକାଳିନ ଭୁବନେଶ୍ୱର, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବରଗଡ଼ର 11ଟି ସ୍ଥାନରେ ଏହି ଚଢାଉ ଚାଲିଛି। ସେଗୁଡିକ ହେଲା ନିଜ ଘର: ତୁଳସୀ ନଗର, ବଲାଙ୍ଗିର ସହର। କାର୍ଯ୍ୟାଳୟ : ସୁବର୍ଣ୍ଣପୁର ଯୋଗାଣ ବିଭାଗ ପୌତୃକ ଘର: ବାଲାନ୍ଦା ଗ୍ରାମ, ବିଜେପୁର, ବରଗଡ଼ ଜିଲ୍ଲା। ଭଡା ଫ୍ଲାଟ: 7BD, 2nd ଟାୱର, ମଣି ତ୍ରିଭୁବନ୍, ପଟିଆ, ଭୁବନେଶ୍ୱର। ଭାଡା ଘର: ସୋନପୁର ସହର। ତାଙ୍କ ଆତ୍ମୀୟଙ୍କ ଘର: ତୁଳସୀ ନଗର, ବଲାଙ୍ଗିର। ତାଙ୍କ ଆତ୍ମୀୟଙ୍କ ଭାଡା ଘର: ଫ୍ଲାଟ ନଂ. 418, 5th ଟାୱର, ରୟାଲ୍ ଲାଗୁନ୍, ପଟିଆ, ଭୁବନେଶ୍ୱର। ତାଙ୍କ ସଂପର୍କିୟ ଭାଇଙ୍କ ଭଡା ଘର: ଗଙ୍ଗାଧର ସାହି, ବରଗଡ଼। ଫ୍ଲାଇ ଆଶ୍…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଗୁଜରାଟ ଗାନ୍ଧୀନଗରଠାରେ ଆୟୋଜିତ ୫୦ତମ ସର୍ବଭାରତୀୟ ପୁଲିସ ବିଜ୍ଞାନ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ (ବିପିଆରଆଣ୍ଡଡି)ର ମହାନିର୍ଦ୍ଦେଶକ ରାଜୀବ କୁମାର ଶର୍ମାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ନିଜ ଅଭିଭାଷଣରେ ଗୃହ ମନ୍ତ୍ରୀ କହିଛନ୍ତି ଯେ ସର୍ବଭାରତୀୟ ପୋଲିସ ବିଜ୍ଞାନ ସମ୍ମିଳନୀ ବିନା ଆଜି ଆମର ପୋଲିସ ଏବଂ ସୁରକ୍ଷା ବ୍ୟବସ୍ଥାକୁ ପ୍ରାସଙ୍ଗିକ ରଖିବା ଅସମ୍ଭବ। ଅପରାଧ ବିରୋଧରେ ଲଢ଼େଇରେ ଆମର ସମଗ୍ର ବ୍ୟବସ୍ଥାକୁ ପ୍ରାସଙ୍ଗିକ ରଖିବା ପାଇଁ ପୋଲିସ ବିଜ୍ଞାନ ସମ୍ମିଳନୀ ଉଦ୍ଦିଷ୍ଟ ବୋଲି ସେ ଆଲୋକପାତ କରିଥିଲେ। ଥାନାଗୁଡ଼ିକରେ ବିଟ୍ କନଷ୍ଟେବଳ ସ୍ତରରେ ଗବେଷଣା ଓ ବିକାଶ ପହଞ୍ଚାଇବାର ଢାଞ୍ଚା, ଅଂଶଗ୍ରହଣ, ସୂଚନା ସଂଗ୍ରହ…

Read More

ଭୁବନେଶ୍ୱର: ବିରୋଧୀ ବିଜେଡି ପାଖରେ କୈାଣସି ପ୍ରସଙ୍ଗ ନାହିଁ । ଶାସନରୁ ବିତାଡିତ ହେବା ପରେ ଅଯଥା ପ୍ରସଙ୍ଗକୁ ଦୋହରାଇ ଓ ପାଳି କରି ବିଜେଡିର ନେତାମାନେ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି। ବିଜେଡି ନେତା ତଥା ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ବଡ ବଡ କଥା ଶୁଣାଉଛନ୍ତି। ଯଦି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଜେଡି ସରକାରରେ ଓଡିଶାର ବାସ୍ତବରେ ବିକାଶ ହୋଇଥିଲା, ତେବେ ଲୋକଙ୍କୁ କାହିଁକି ଆମ୍ବ ଟାକୁଆ ଖାଇବାକୁ ପଡୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଓଲଟା ପ୍ରଶ୍ନ କରିଛନ୍ତି। ବାସ୍ତବରେ ବିଜେଡି ସରକାରରେ ଓଡିଶାର ସଠିକ ବିକାଶ ହୋଇନଥିଲା। ନବୀନ ସରକାର ଅମଳରେ ରାୟଗଡା ଜିଲ୍ଲା କାଶୀପୁରଠାରେ ଦୁଇ ଦୁଇ ଥର ଅନାହାରଜନିତ ଓ ଖାଦ୍ୟାଭାବ କାରଣରୁ ୨୦ରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରିଥିଲେ। ଏହାକୁ ଶ୍ରୀ ଦାସବର୍ମା ଭୁଲିବା ଉଚିତ ନୁହେଁ। ସରକାରରେ ଥିବାବେଳେ ବିଜେଡି ନେତା ଓ ମନ୍ତ୍ରୀମାନେ ଯେଉଁ…

Read More

ଭୁବନେଶ୍ୱର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ। ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ  ସାର୍ଟିଫିକେଟ୍ , ଡିପ୍ଲୋମା , ଡିଗ୍ରି , ଏବଂ ଡିଗ୍ରି ଅନର୍ସ୍  ପ୍ରଦାନ କରା ଯିବ। ୟୂ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ଆଧାରରେ  ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ପ୍ରସ୍ତୁତ ହୋଇଅଛି ଏବଂ ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଅଛି। କମ୍ୟୁନିଟି ସର୍ଭିସ୍ ଓ…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ଆଜି ଥିଲା ଚତୁର୍ଥ ଦିନ। ଏହି ବିଶାଳ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି। ଦେଶ ବିଦେଶରୁ ପ୍ରତିଦିନ ଓଡ଼ିଶା ମଣ୍ଡପ ବୁଲିବାକୁ ଆସୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ଓ ଦର୍ଶକମାନେ ଏହାର କାରୁକାର୍ଯ୍ୟ ଓ କଳା କାରିଗରିକୁ ପ୍ରଶଂସା କରୁଛନ୍ତି। ଆଜି କେରଳ ରାଜ୍ୟପାଳଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଦାଭେନ୍ଦ୍ର କୁମାର ଧୋଡ଼ାୱତ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ। ଏଠାରେ ପ୍ରଦର୍ଶିତ ରାଜ୍ୟର ବିଭିନ୍ନ ବିକାଶମୂଳକ ଚିତ୍ରକୁ ଦେଖି ସେ ଖୁସି ପ୍ରକାଶ କରିଥିଲେ। ସେହିପରି ଗତ ଚାରି ଦିନ ଭିତରେ ତ୍ରିପୁରାର ଶିଳ୍ପ, ବାଣିଜ୍ୟ, ଜେଲ୍ (ଗୃହ) ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀମତୀ ସାନ୍ତାନା ଚକମା, ଅରୁଣାଚଳ ପ୍ରଦେଶର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନ୍ୟାଟୋ ଡୁକମ ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ ପଶ୍ଚିମବଙ୍ଗର ଆବାସିକ ଆୟୁକ୍ତ…

Read More

ଭୁବନେଶ୍ୱର: ଚଳିତ ୨୦୨୪-୨୫ ବର୍ଷର ରବିଋତୁ ପାଇଁ ୯୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା କରାଯାଉଛି। ଏନେଇ ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧନ ବିଭାଗକୁ ଚିଠି ଲେଖିଛନ୍ତି। ଚଳିକ ବର୍ଷ ୯୦୦୦ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଅଟକଳ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ଅନୁମୋଦନ ଦେବାକୁ ଅନୁରୋଧ କରିଛନ୍ତି ନିବନ୍ଧକ। ଗତ ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ରବି ଋତୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଗତ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଚାଷୀ ଅଧିକ ପରିମାଣରେ ଋଣ ନେଇଥିବାରୁ ଚଳିତ ବର୍ଷ ଏହାକୁ ୯ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ ସବିଶେଷ ବିବରଣୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ସମବାୟ ସମିତି ସମୂହର ନିବନ୍ଧକଙ୍କୁ ପଠାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ରବି ଋତୁରେ ବରଗଡ଼ ଜିଲ୍ଲାକୁ ସର୍ବାଧିକ ୭୩୦ କୋଟି ଟଙ୍କା ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି।…

Read More

ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି। କାରଣ ହେଲେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଥଇଥାନ ହୋଇପାରୁ ନାହିଁ। ସେ ନିର୍ବାଚନରେ ନିଜେ ସିନା ହାରିଗଲେ ହେଲେ ଦଳକୁ ଜିତାଇ ସରକାର କରିବାରେ ସକ୍ଷମ ହେଲେ। ଏପରି ପରିସ୍ଥିତିରେ ତାଙ୍କୁ କେନ୍ଦ୍ର ବିଜେପି କୌଣସି ସ୍ଥାନରେ ଥଇଥାନ କରିବା କଥା। ହେଲେ ଏ ପର୍ଯ୍ୟନ୍ତ ତାହା ହୋଇପାରୁ ନାହିଁ। ମନ୍ତ୍ରୀ ମଣ୍ଡଳ ଗଠନ ପରେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ କରାଯିବ ବୋଲି ଚର୍ଚ୍ଚା ଚାଲିଲା। ଏପରିକି ଦିଲ୍ଲୀ ସୁତ୍ରରୁ ମଧ୍ୟ ଜଣାପଡିଲା ଯେ, ତାଙ୍କୁ ଅଧ୍ୟକ୍ଷ କରାଯାଉଛି। ହେଲେ କଣ ହେଲା କେଜାଣି ତାହା ଘୁଞ୍ଚି ଘୁଞ୍ଚି ଯାଉଛି। ଏହାପରେ ମମତା ମହାନ୍ତ ରାଜ୍ୟସଭା ଛାଡିବା ପରେ ମନମୋହନଙ୍କୁ ନିଆଯିବ ବୋଲି ଶୁଣାଗଲା। ହେଲେ ତାହା ମଧ୍ୟ ହେଲା ନାହିଁ। ତେବେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପଛରେ ତାଙ୍କ ସମର୍ଥକଙ୍କର ରହିଛି…

Read More

ନୂଆଦିଲ୍ଲୀ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ୫୫ତମ ସଂସ୍କରଣ ଏହାର ବହୁ ପ୍ରତୀକ୍ଷିତ ଗାଲା ପ୍ରିମିୟର ଏବଂ ରେଡ୍ କାର୍ପେଟ୍ କାର୍ଯ୍ୟକ୍ରମ ସହିତ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ। ଏହା ଉତ୍କୃଷ୍ଟ ଚଳଚ୍ଚିତ୍ର କଳା ଅନୁଭୂତି, ବିଶ୍ୱସ୍ତରୀୟ ପ୍ରତିଭାର ପ୍ରଦର୍ଶନ ଏବଂ ଅସାଧାରଣ କାହାଣୀ କହିବାର ଏକ ଚମତ୍କାର ଉତ୍ସବ ହେବାକୁ ଯାଉଛି। ଏହି ଆକର୍ଷଣୀୟ ବିଭାଗର ତୃତୀୟ ସଂସ୍କରଣ ସହିତ, ଆଇଏଫଏଫଆଇ ୨୦୨୪ ଏକ ଅବିସ୍ମରଣୀୟ ଅନୁଭୂତି ପାଇଁ ମଞ୍ଚ ପ୍ରସ୍ତୁତ କରୁଛି। ଏହା ଚଳଚ୍ଚିତ୍ର ଜଗତକୁ ଏହାର ଉତ୍ସାହୀ ଦର୍ଶକଙ୍କ ସହ ଯୋଡ଼ିଥାଏ। ବିଶ୍ୱ ଏବଂ ଆଞ୍ଚଳିକ ସିନେମାର ଏକ ଭବ୍ୟ କାର୍ଯ୍ୟକ୍ରମ ଚଳିତ ବର୍ଷର ଗାଲା ପ୍ରିମିୟର ଲାଇନ-ଅପ୍ ଏକ ଉତ୍କୃଷ୍ଟ ଚଳଚ୍ଚିତ୍ର ଅନୁଭୂତି ପାଇଁ ପ୍ରତିଶ୍ରୁତି ଦେଇଛି। ଏଥିରେ ଚଳଚ୍ଚିତ୍ର, ୱେବ୍ ସିରିଜ୍ ଏବଂ ପ୍ରାମାଣିକ ଚଳଚ୍ଚିତ୍ରର ଏକ ଆକର୍ଷଣୀୟ ସଂଗ୍ରହ ରହିଛି। ୨୦୨୪ ଗାଲା ପ୍ରିମିୟର୍ ବିଭିନ୍ନ ଶୈଳୀ, ଭାଷା ଏବଂ ସଂସ୍କୃତିରେ…

Read More

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ୩୨, ୩୩ ଓ ୩୪ ତମ ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ।ଓଡିଶାର ସିନେମା ଇଣ୍ଡଷ୍ଟ୍ରିକୁ ଏହି ଆହ୍ୱାନ ଜଣାଇଛନ୍ତି। ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ, ୧୯୩୬ ମସିହାରେ ପ୍ରଥମ ଓଡିଆ ଚଳଚିତ୍ର ‘ସୀତା ବିବାହ’ର ଏଯାବତ୍ ଚଳଚିତ୍ର ନିର୍ମାତା ଏବଂ କଳାକାରମାନେ ନିଜର ନିଷ୍ଠା, ସୃଜନଶୀଳତା ବଳରେ କେବଳ ଓଡିଆ ସିନେମା ନୁହେଁ ସମଗ୍ର ଭାରତୀୟ ସିନେମାକୁ ସମୃଦ୍ଧ କରିବାରେ ଲାଗିଛନ୍ତି। ରାଜ୍ୟର ଦୂରଦୃଷ୍ଟି ସଂପନ୍ନ କଳାକାର ଓ ଟେକ୍‌ନିସିଆନ୍ ଯେଉଁମାନେ ଓଡିଆ ସିନେମାର ବିକାଶରେ ବହୁମୂଲ୍ୟ ଅବଦାନ ରଖିଛନ୍ତି ସେମାନଙ୍କୁ ସମ୍ମାନ ଜଣାଇ ତାଙ୍କର କାର୍ଯ୍ୟ କେବଳ ଦର୍ଶକଙ୍କୁ ମନୋରଞ୍ଜନ ଦେଇ ନାହିଁ ବରଂ ସମାଜକୁ ଶିକ୍ଷିତ ଏକଜୁଟ୍ ଓ ସଶକ୍ତ କରିଛି। ଚଳଚିତ୍ର ସମ୍ମାନ ପ୍ରଦାନ ଉତ୍ସବ…

Read More

ନୂଆଦିଲ୍ଲୀ: ଷ୍ଟେଟ୍ ହାଉସରେ ଆୟୋଜିତ ଏକ ସମାରୋହରେ ନାଇଜେରିଆ ଫେଡେରାଲ ରିପବ୍ଲିକ୍ ର ରାଷ୍ଟ୍ରପତି ମହାମହିମ ଶ୍ରୀ ବୋଲା ଅହମ୍ମଦ ଟିନୁବୁ ଭାରତ-ନାଇଜେରିଆ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ” ଗ୍ରାଣ୍ଡ କମାଣ୍ଡର ଅଫ୍‌ ଦି ଅର୍ଡର ଅଫ୍ ନାଇଜର ” ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ପ୍ରଶଂସାପତ୍ରରେ ଉଲ୍ଲେଖ କରାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଏକ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ ହୋଇଛି ଏବଂ ତାଙ୍କ ପରିବର୍ତ୍ତନଶୀଳ ଶାସନ ସମସ୍ତଙ୍କ ପାଇଁ ଏକତା, ଶାନ୍ତି ଏବଂ ଅଂଶୀଦାର ସମୃଦ୍ଧିକୁ ପ୍ରୋତ୍ସାହିତ କରିଛି । ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତବାସୀ ଏବଂ ଭାରତ ଓ ନାଇଜେରିଆ ମଧ୍ୟରେ ଥିବା ଦୀର୍ଘକାଳୀନ ଐତିହାସିକ ବନ୍ଧୁତାକୁ ଉତ୍ସର୍ଗ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସ୍ୱୀକୃତି ଦୁଇ ଦେଶ ମଧ୍ୟରେ ରଣନୈତିକ…

Read More

ମେଷ –  ଆଜି ଆପଣ ହଠାତ୍ ଅପ୍ରତ୍ୟାଶିତ ରୋମାନ୍ସ ପାଇପାରନ୍ତି, ଯଦି ଆପଣ ସାଙ୍ଗମାନଙ୍କ ସହିତ ସନ୍ଧ୍ୟା ପାଇଁ ବାହାରକୁ ଯାଆନ୍ତି । ସହର ବାହାରେ ଭ୍ରମଣ କରିବା ଅତ୍ୟନ୍ତ ଆରାମଦାୟକ ହେବ ନାହିଁ, କିନ୍ତୁ ଆବଶ୍ୟକ ପରିଚିତ ହେବା କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବ । ଯଦି ତୁମେ ତୁମର ଜୀବନ ସାଥୀଙ୍କଠାରୁ ସ୍ନେହ ଆଶା କରୁଛ, ତେବେ ଏହି ଦିନ ତୁମର ଆଶା ପୂରଣ କରିପାରିବ । ହୃଦୟର ଜିନିଷକୁ ଜିଭକୁ ଆଣିବା ମଧ୍ୟ ଆବଶ୍ୟକ, ଏହା ପ୍ରେମରେ ଗଭୀରତା ଆଣିଥାଏ । ବୃଷ – ଆଜି ଆପଣ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଅସ୍ଥାୟୀ ଏବଂ ସମୟ ସହିତ ସେଗୁଡିକ ଚାଲିଯିବେ। ଏହି ଦିନ କାହା ସହିତ ଫ୍ଲର୍ଟିଂରୁ ଦୂରେଇ ରୁହନ୍ତୁ । ଆଜି ଆପଣ ସମସ୍ତ କାର୍ଯ୍ୟ ଛାଡି ସେହିସବୁ କାର୍ଯ୍ୟ କରିବାକୁ ଚାହାଁନ୍ତି ଯାହାକୁ ଆପଣ ନିଜ ପିଲାଦିନରେ କରିଥିବେ । ଆଜି ଆପଣଙ୍କ ଜୀବନସାଥୀ…

Read More

ଝାରସୁଗୁଡ଼ା: ଝାରସୁଗୁଡ଼ା ଠାରେ ମହାନଦୀ କୋଲ ଫିଲ୍ଡ (ଏମସିଏଲ) ର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ଦଶମରୁ ଦ୍ୱାଦଶ ଶ୍ରେଣୀ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର୍ କାଉନସେଲିଂ ଏବଂ ଲାଇଫ୍ ସ୍କିଲ୍ ପ୍ରୋଜେକ୍ଟ “ଏମସିଏଲ୍ କୀ ଏକ୍ ପହଲ୍” କାର୍ଯ୍ୟକ୍ରମ ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଏମସିଏଲ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ପରାମର୍ଶ କ୍ରମେ ଛାତ୍ରଛାତ୍ରୀଙ୍କୁ ଉଚିତ୍ ମାର୍ଗ ଦେଖାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ସାଧୁ ଉଦ୍ୟମ। ଓଡ଼ିଶା କୁଶଳୀ ଲୋକଙ୍କ ରାଜ୍ୟ। ଆଜିର ସମୟକୁ ଧ୍ୟାନରେ ରଖି ଯୁବବର୍ଗଙ୍କ ଦକ୍ଷତା ଓ ଉଦ୍ୟମିତା ବଢାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଝାରସୁଗୁଡ଼ା ଜିଲ୍ଲାର ପ୍ରାୟ ୧୪,୯୬୨ ଜଣ ଛାତ୍ରଛାତ୍ରୀଙ୍କ  କ୍ୟାରିୟର କାଉନସେଲିଂ କରାଯିବ। ଉପାଦେୟ ପରାମର୍ଶ ଦେଇ ସେମାନଙ୍କ…

Read More

ଭୁବନେଶ୍ଵର: ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟାକୁ ଉତ୍ସର୍ଗ କରଯାଇଥିଲା ବିଶିଷ୍ଟ ସଙ୍ଗୀତଜ୍ଞ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ । ପିଲାମାନଙ୍କ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତଗୁଡିକର ପରିବେଷଣ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ସମୟ ଧରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା । ଏହି ଗୀତଗୁଡିକ ମଧ୍ୟରେ ଥିଲା ଭସା ମେଘ ମୁଜେ…, ଫୁଲେଈ ରାଣୀ ସଜ ଫୁଲ…., ମାୟାବିନୀ ବନ ଯୋତ୍ସ୍ନା…, ଏ ଏ ଏ ଆଲୋ ଆଲୋ ମଣି …, ନିଦ ଏକ ଫୁଲ ବନ …, ସାବି ସାବି ତୁ ତ…, ଝୁମୀ ଝୁମୀ ଆସେ ରାତି…, ଦରିଆ କୂଳେ ବସି ଦରିଆ ସେପାରିରୁ…, ଫୁର କିନା ଉଡିଗଲା ବଣି…., ପୁଣ୍ୟର ନଦୀ ତୀରେ…ଶିକାରୀ ଶିକାରୀ…ହେ ଫଗୁଣ ତୁମେ …, ଇତ୍ୟାଦି । କଣ୍ଠଶିଳ୍ପୀ ମାନେ ଥିଲେ ଶାଶ୍ଵତୀ ନାରାୟଣୀ, ଦିବ୍ୟେନ୍ଦୁ, ସିଦ୍ଧିସ୍ନା, ଦୀଶ୍ନା ଦିବ୍ୟାଂଶୀ, ଦେବ୍ନାଶୁ, ଆରାଧ୍ୟା, ପ୍ରତ୍ୟୁଷ, ସାଇଶ୍ରୀ,…

Read More

ଭୁବନେଶ୍ବର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକ ପାଳନ କରାଯିବାକୁ ଥିବାରୁ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ରଖି ପ୍ରସ୍ତାବିତ “ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଭିଜନ ଡକ୍ୟୁମେଣ୍ଟ” ର ପ୍ରସ୍ତୁତି କାର୍ଯ୍ୟ ଅଗ୍ରଗତି ସଂପର୍କରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ବି.ଭି.ଆର ସୁଭ୍ରମଣ୍ୟମ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସ୍ଥିତି ସମୀକ୍ଷା କରିଥିଲେ। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଗତକାଲି ଶନିବାର ଅନୁଷ୍ଠିତ ହୋଇଯାଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଇଜରେିଆର ମରାଠୀ ସମ୍ପ୍ରଦାୟକୁ ସେମାନଙ୍କର ସଂସ୍କୃତି ସହ ଜଡିତ ରହିଥିବାରୁ ପ୍ରଶଂସା କରିଥିଲେ। ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯିବା ଉପରେ ନାଇଜେରିଆର ମରାଠୀ ସମ୍ପ୍ରଦାୟ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ପ୍ରଶଂସା କରିଥିଲେ। ଏକ୍ସରେ ଏକ ପୋଷ୍ଟରେ ସେ ଲଖେିଛନ୍ତି : “ନାଇଜେରିଆରେ ମରାଠୀ ସମ୍ପ୍ରଦାୟ ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯିବା ଉପରେ ଆନନ୍ଦ ପ୍ରକାଶ କରିଥିଲେ । ସେମାନେ କିପରି ସେମାନଙ୍କର ସଂସ୍କୃତି  ସହିତ ଜଡିତ ରହିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ।” https://twitter.com/narendramodi/status/1857900789458416065?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1857900789458416065%7Ctwgr%5Ebf3cc070335ad56071f88396b1aff065e227405e%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2073989

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ନାଇଜେରିଆ ଗସ୍ତରେ ଅଛନ୍ତି । ସେ ଆଜି ଆବୁଜାରେ ନାଇଜେରିଆ ରାଷ୍ଟ୍ରପତି ମହାମହିମ ବୋଲା ଅହମ୍ମଦ ତିନୁବୁଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି। ଷ୍ଟେଟ ହାଉସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ୨୧ ତୋପ ସଲାମି ଦେଇ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା । ଦୁଇ ନେତାଙ୍କ ମଧ୍ୟରେ ସୀମିତ ବୈଠକ ହୋଇଥିଲା, ଯାହା ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ତିନୁବୁଙ୍କ ସହ ତାଙ୍କର ଭବ୍ୟ ସାକ୍ଷାତକୁ ମନେ ପକାଇଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସାଧାରଣ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଲୋକମାନଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ଯୋଗୁଁ ସ୍ୱତନ୍ତ୍ର ସମ୍ପର୍କ ରହିଛି। ଦେଶରେ ସାମ୍ପ୍ରତିକ ବନ୍ୟା ଜନିତ କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ତିନୁବୁଙ୍କୁ ସମବେଦନା ଜଣାଇଥିଲେ। ରିଲିଫ ସାମଗ୍ରୀ ଏବଂ ଔଷଧ କ୍ଷେତ୍ରରେ ଭାରତର ସମୟୋପଯୋଗୀ ସହାୟତା ପାଇଁ…

Read More

ଭୁବନେଶ୍ବର: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଶ୍ବସ୍ତରୀୟ ଶିଳ୍ପ ସଂସ୍ଥାକୁ ଆକୃଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପସଂସ୍ଥାର ମୁଖ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ଆଜି ସେ ସିଙ୍ଗାପୁରଠାରେ ସିଟିମେଟ୍ରିକ୍ସର ପ୍ରତିଷ୍ଠାତା ଡକ୍ଟର ଏଡୱାର୍ଡ ମୋର୍ଟନ, ୟୁବିସିଟିର ଅଧ୍ୟକ୍ଷ ବି.ସି.ଟାନ୍‌ ଏବଂ ଆଇହବ୍‌ ଇନକ୍ଲୁସିଭ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି।ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଉପସ୍ଥିତ ଥିଲେ। ଓଡ଼ିଶାରେ ସେମିକଣ୍ଡକ୍ଟର, ଚିକିତ୍ସା ଉପକରଣ ଉତ୍ପାଦନ ଓ ସ୍ମାର୍ଟସିଟି ସଲ୍ୟୁସନ କ୍ଷେତ୍ରରେ ନିବେଶ ପାଇଁ ଆଲୋଚନା ହୋଇଛି। ଓଡ଼ିଶାରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟରେ ଦୃଢ ଇଲେକ୍ଟ୍ରୋନିକ୍ସ ଇକୋ-ସିଷ୍ଟମ ବିକାଶ ଲାଗି ସରକାର ସଂକଳ୍ପବଦ୍ଧ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଭିସା ଗ୍ରୁପ୍‌ ଲିମିଟେଡ୍‌ର ପୃଷ୍ଠପୋଷକ ବିବେକ ଅଗ୍ରୱାଲଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।…

Read More