ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପାଖରେ ଏବେ ୧୭ ଲକ୍ଷ ଟୀକା ମହଜୁଦ ଅଛି। ମୋଟ ୪୦ ଲକ୍ଷ ଟୀକା ଆସିଥିଲା। ସେଥିରୁ ୨୩ ଲକ୍ଷ ଟୀକା ଲୋକଙ୍କୁ ଦିଆଯାଇଛି। ଆସନ୍ତା ୧ ତାରିଖରୁ ଦୈନିକ ୧ ଲକ୍ଷ ଟୀକା ଦିଆଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ ୨ ତାରିଖରେ ରାଜ୍ୟକୁ ଆଉ ୯ ଲକ୍ଷ ୮୮ ହଜାର ୨୫୦ ଟୀକା ମିଳିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। କିନ୍ତୁ ରାଜ୍ୟରେ ଏବେ ଟୀକାଦାନ ପ୍ରକ୍ରିୟାରେ ୯ ଟି ଜିଲ୍ଲା ପଛରେ ଅଛି। ଅନୁଗୁଳ, ବରଗଡ, ବଲାଙ୍ଗୀରି, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ସୁନ୍ଦରଗଡ ଏବଂ ସୋନପୁର ଟୀକାଦାନ ପ୍ରକ୍ରିୟାରେ ପଛରେ ଅଛି ବୋଲି ନିର୍ଦ୍ଦେଶକ କହିଛନ୍ତି। ହେଲେ ଆମ ରାଜ୍ୟର କରୋନା ଟୀକାକରଣ ପ୍ରକ୍ରିୟା ଭଲ ସ୍ଥିତିରେ ଅଛି। ଅନ୍ୟ ରାଜ୍ୟ ଅପେକ୍ଷା ଟୀକା ନଷ୍ଟ ହେବା ହାରରେ ଓଡିଶା ପଛରେ ଅଛି। ଅନ୍ୟ…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରେ ୨୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୨୯ ଜଣ ଚିହ୍ନଟ ହୋଇଥିବା ବେଳେ ୮୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୬ ହଜାର ୮୦୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୮୩୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ବରଗଡ ଜିଲ୍ଲାରୁ ୩୪ ଜଣ, ନୂଆପଡା ଜିଲ୍ଲାରୁ ୨୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୨୬ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୫ ଜଣ,…
ଭୁବନେଶ୍ଵର:ଆଜି ବିଧାନସଭାରେ ଟ୍ଵିନ୍ ସିଟିରେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା। ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଗୃହରେ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରଶ୍ନ ରଖିଥିଲେ। ଏହି ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ମଧ୍ୟ ରଖିଥିଲେ। ମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ବର-କଟକରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ପ୍ରସ୍ତାବ ନାହିଁ। ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସର୍ଭେ ହୋଇଥିଲା। ଟେଣ୍ଡର ହୋଇଥିଲା। ଏଥିରେ ୫ଟି କମ୍ପାନୀ ଭାଗ ନେଇଥିଲେ। ଏଥିରେ ଵାଲାଜି କମ୍ପାନୀକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା। ଜନସଂଖ୍ୟା ଆଧାରରେ ଫିଜିବିଲିଟି ନଥିବାରୁ ମେଟ୍ରୋ ଟ୍ରେନ୍ ଚଳାଚଳ ହେବ ନାହିଁ। ମେଟ୍ରୋ ଟ୍ରେନ୍ ଚଳାଚଳ ୨୦୪୧ ଯାଏଁ ହୋଇପାରିବ ନାହିଁ ବୋଲି ସର୍ଭେରୁ ଜଣାପଡିଛି। କମ୍ପାନୀକୁ ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ଲକ୍ଷ ୬୧ ହଜାର ଦେଇଥିବା ବେଳେ ରାଜ୍ୟ ସରକାର…
ନୂଆଦିଲ୍ଲୀ: ଭାରତ ଠାରୁ ଦିନିକିଆ ସିରିଜ ୨-୧ରେ ପରାଜିତ ହେଲା ପରେ ମଧ୍ୟ ଇଂଲଣ୍ଡ ଦଳ ୱାର୍ଲ୍ଡ ସୁପର ଲିଗ ତାଲିକାରେ ଶ୍ରେଷ୍ଠରେ ରହିଛି। ଯାହାକି ଭାରତୀୟ ଦଳ ଏହି ତାଲିକାରେ ଆଫଗାନିସ୍ଥାନ ଏବଂ ବାଂଲାଦେଶ ପଛରେ ରହିଛି। ଇଂଲଣ୍ଡ ଦଳ ୪୦ ଅଙ୍କ ପାଇ ୧ ନମ୍ବରରେ ରହିଥିବା ବେଳେ ଭାରତ ୨୯ ଅଙ୍କ ସହ ସପ୍ତମ ସ୍ଥାନରେ ରହିଛି। ୱାର୍ଲ୍ଡ ସୁପର ଲିଗରେ ଅଷ୍ଟ୍ରେଲିଆ ୪୦ ଅଙ୍କ ପାଇ ଇଂଲଣ୍ଡ ସହ ସମକ୍ଷକ ଅଛି। ହେଲେ ଭଲ ରନରେଟ ଯୋଗୁଁ ତାଲିକାରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ଦ୍ଵିତୀୟ ସ୍ଥାନରେ ରହିଛି। ସୂଚନା ଯୋଗ୍ୟ ଯେ, ଏହି ଲିଗର ଜିତିବା ଟିମକୁ ୧୦ ଅଙ୍କ ମିଳୁଥିବା ବେଳେ ମ୍ୟାଚ ଟାଇ କିମ୍ବା ରଦ୍ଦ ହେଲେ ୫ ଅଙ୍କ ଏବଂ ହାରିବା ଟିମକୁ କୌଣସି ଅଙ୍କ ମିଳିନଥାଏ। ତାଲିକାରେ ଭାରତ ଉପରକୁ ନ୍ୟୁଜିଲାଣ୍ଡ, ବାଂଲାଦେଶ, ଆଫଗାନିସ୍ଥାନ ଏବଂ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୬ ହଜାର ୨୧୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨୭୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୦ ଲକ୍ଷ ୯୫ ହଜାର ୮୫୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୪୦ ହଜାର ୭୨୦ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ସାଂସାରିକ ସମସ୍ୟାର ସମାଧାନ ପାଇଁ ବାହାରେ ରହୁଥିବା ଗୃହସ୍ଥଙ୍କ ବିଶ୍ରାମ ସ୍ଥାନ ତିନୋଟି। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଯେଉଁମାନେ ସାଂସାରିକ ବା କର୍ମ ପାଇଁ ବାହାରେ ବହୁ ସମୟ ରହନ୍ତି ସେମାନେ ତିନୋଟି ସ୍ଥାନରେ ଖୁସି ଅନୁଭବ କରନ୍ତି। ସେହି ତିନୋଟି ସ୍ଥାନ ହେଲା ପତ୍ନୀ, ସନ୍ତାନ ଏବଂ ସଂପର୍କୀୟଙ୍କ ସଂଗତି। ସେ ଯେତେ ପରିଶ୍ରମ କରିଥିଲେ ମଧ୍ୟ ଏହି ତିନୋଟି ସ୍ଥାନରେ ସେ ଆନନ୍ଦ ଅନୁଭବ କରେ। ସେଥିପାଇଁ କାମଦାମ ସାରି ସମସ୍ତେ ଘର ମୁହାଁ ଏଇଥି ପାଇଁ ହୋଇଥାନ୍ତି। ସାଧାରଣତଃ ଯେଉଁମାନେ ବାହାରେ ଚାକିରୀ କରିଥାନ୍ତି, ସେମାନେ ଶନିବାର ଦିନ ଘରକୁ ଆସିବା ପାଇଁ ବ୍ୟାକୁଳ ହୋଇଥାନ୍ତି। କାରଣ ହେଲା ଏହି ତିନୋଟି ସ୍ଥାନରେ ତାଙ୍କୁ ଶାନ୍ତି ମିଳିଥାଏ। ସବୁ ଦୁଃଖ ଏବି ସବୁ ମାନସିକ ଅଶାନ୍ତି ଏହି ତିନୋଟି ସ୍ଥାନରେ କୁଆଡେ ମିଳାଇ ଯାଇଥାଏ।
ମେଷ: – ଆଜି ଆପଣ ଗୁପ୍ତ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କିଛି ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ତ୍ତୃପକ୍ଷଙ୍କ ସହିତ କାରବାର କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍ ଏବଂ ସେମାନଙ୍କୁ ବିରୋଧ ନ କରିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ କିଛି ନୂତନ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ କିଛି ପରିମାଣରେ ପ୍ରଭାବିତ କରିପାରେ । ଖର୍ଚ୍ଚରେ ଯଥେଷ୍ଟ ବୃଦ୍ଧି ହୋଇପାରେ ଯାହା ଆପଣଙ୍କୁ ଚାପରେ ରଖିପାରେ । ଅବିବାହିତ ଯୁବକଙ୍କ ଜୀବନରେ ପ୍ରେମ ପ୍ରବେଶ କରିପାରେ । ଆଜି ଆପଣ ପିଲାମାନଙ୍କ ପ୍ରସଙ୍ଗରେ କିଛି ଭଲ ଖବର ପାଇପାରିବେ । ବୃଷ: – ଆଜି ଆପଣ ଯୁକ୍ତିଯୁକ୍ତ ଏବଂ ଜିଦଖୋର ହୋଇପାରନ୍ତି । ଆପଣ କଠିନ ପରିସ୍ଥିତିରେ ନିଜକୁ ପାଇପାରିବେ । ଯଥା ସମ୍ଭବ ଯୁକ୍ତିଠାରୁ ଦୂରରେ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହିତ ତୀର୍ଥଯାତ୍ରା କରିପାରିବେ। ଜୀବନ ସାଥୀଙ୍କ…
କର୍କଟ: – ବ୍ୟବସାୟ ପ୍ରସଙ୍ଗରେ, ଆଜି ଏକ ନୂତନ ଉଦ୍ୟୋଗରୁ ଆରମ୍ଭ ହୋଇପାରେ କିମ୍ବା ଆପଣ ଏକ ନୂତନ ଚୁକ୍ତି ଚୂଡାନ୍ତ କରିପାରିବେ, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ବହୁତ ଭଲ ହେବ । ଲାଭଦାୟକ ପ୍ରମାଣିତ ହେବ । ବୃତ୍ତିଗତ ଏବଂ ସାମାଜିକ ସର୍କଲରେ ସମ୍ମାନ ପାଇବା ପାଇଁ ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ । ଧନୁ : – କର୍ମକ୍ଷେତ୍ରରେ ସକରାତ୍ମକ ଏବଂ ସହାୟକ ବିକାଶ ହେବ । ଆପଣ ଏହାର ଲାଭକୁ ଅପେକ୍ଷା କରିଛନ୍ତି । ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହୋଇପାରିବ । ଯଦି ଆପଣ ବିଦେଶ ଯିବାକୁ ଇଚ୍ଛୁକ, ତେବେ ଆପଣ ଆପଣଙ୍କର ଉଦ୍ୟମକୁ ବୃଦ୍ଧି କରିବେ । ପରୀକ୍ଷାର ଫଳାଫଳ ଆପଣଙ୍କ ସପକ୍ଷରେ ରହିବ ।
ମେଷ: – ଆଜି ଆପଣ ଗୁପ୍ତ ଶତ୍ରୁମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା କିଛି ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । କର୍ତ୍ତୃପକ୍ଷଙ୍କ ସହିତ କାରବାର କରିବା ସମୟରେ ଆପଣ ସାବଧାନ ହେବା ଉଚିତ୍ ଏବଂ ସେମାନଙ୍କୁ ବିରୋଧ ନ କରିବା ଉଚିତ୍ । ବ୍ୟବସାୟ ପ୍ରସଙ୍ଗରେ କିଛି ନୂତନ ପରିବର୍ତ୍ତନ ହୋଇପାରେ । ମକର : – ଆର୍ଥିକ ଦୃଷ୍ଟିରୁ ଆଜି ଭଲ ଲାଭ ସମ୍ଭବ । ଏହି ପର୍ଯ୍ୟାୟରେ ଆପଣ ଅନେକ କାର୍ଯ୍ୟକଳାପରେ ଜଡିତ ହେବେ । ମାର୍କେଟିଂ, ମିଡିଆ ଇତ୍ୟାଦି ସହିତ ଜଡିତ ଲୋକଙ୍କୁ ଭ୍ରମଣ କରିବାକୁ ପଡିପାରେ । ଆପଣ ନୂତନ ଯୋଗାଯୋଗରୁ ମଧ୍ୟ ଉପକୃତ ହେବେ ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ ।
କୁମ୍ଭ: – ଆପଣ ବ୍ୟବସାୟ କ୍ଷେତ୍ରରେ ବଡ଼ ସଫଳତା ହାସଲ କରିବେ ଏବଂ ଏକ ଉଚ୍ଚ ସାମାଜିକ ସ୍ଥିତି ହାସଲ କରିବେ । ଆପଣ ଏକ ନୂତନ ଉଦ୍ୟମ ଆରମ୍ଭ କରିପାରିବେ ଏବଂ ଏକ ବଡ ଡିଲ୍ ଚୂଡାନ୍ତ କରିପାରିବେ । ଆପଣ ସମସ୍ତ ପ୍ରତିପକ୍ଷ ଉପରେ ଜିତିବେ । ଆପଣଙ୍କର ନାମ ଏବଂ ଖ୍ୟାତି ବ୍ୟାପକ ହେବ । ସିଂହ: -ଆପଣଙ୍କ ବୁଦ୍ଧି ହେତୁ ସବୁକିଛି ଭଲ କରିବ । ଏକ ପ୍ରଭାବଶାଳୀ ସ୍ୱର ପାଇ ଆପଣ ଲୋକମାନଙ୍କୁ ଆପଣଙ୍କ କଥା ଶୁଣିବାକୁ ପାଇପାରିବେ । ଏହି କାରଣଗୁଡିକ ହେତୁ, ବ୍ୟବସାୟରେ ଭଲ କରିବ ଏବଂ ପ୍ରଚୁର ଲାଭ ପାଇବାକୁ ସକ୍ଷମ ହେବେ । ଭ୍ରମଣ ମଧ୍ୟ ଲାଭଦାୟକ ହେବ ।
ତୂଳା: – ଆପଣଙ୍କର ନାମ ଏବଂ ଖ୍ୟାତି ବୃଦ୍ଧି ପାଇବ ଏବଂ ଆପଣ ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ପ୍ରଚୁର ଲାଭ ପାଇପାରିବେ । ଆଜି ଆପଣମାନଙ୍କ ମଧ୍ୟରୁ କେତେକ ପଦୋନ୍ନତି ପାଇପାରିବେ । ଆତ୍ମବିଶ୍ୱାସ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ସାମାଜିକ ସର୍କଲରେ ଆପଣଙ୍କର ଲୋକପ୍ରିୟତା ସର୍ବଦା ଉଚ୍ଚରେ ପହଞ୍ଚିପାରେ । ମୀନ: – ସଚ୍ଚୋଟ ଭାବରେ ଆଜି ଆପଣଙ୍କୁ ଲାଭ ଦାୟକ ଫଳ ଦେବ । ବ୍ୟକ୍ତିଗତ ଜୀବନ ଆପଣଙ୍କ ବ୍ୟବସାୟିକ ସ୍ୱାର୍ଥରେ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ । ନୂତନ ବ୍ୟବସାୟ ସୁଯୋଗ ବିନା ବିପଦରେ ରହିବ ନାହିଁ । ଏହା ମଧ୍ୟ କିଛି ଆଇନଗତ କାର୍ଯ୍ୟ ସହିତ ଜଡିତ ହୋଇପାରେ ।
ବିଛା : – ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଟିକେ ମଧ୍ୟମତା ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଛି । କିଛି ବ୍ୟକ୍ତି ଏକ ନୂତନ ଯାନ କ୍ରୟ କରିପାରନ୍ତି । ଆଜି ଆପଣଙ୍କ ପରିବାର ସହିତ ଅଧିକ ସମୟ ବିତାଇବା ଆପଣଙ୍କ ପାଇଁ ଶୁଭ ହେବ । ଏହା ପାରସ୍ପରିକ ପାର୍ଥକ୍ୟକୁ ଶେଷ କରିପାରେ । ଆଜି ଆପଣଙ୍କ ମଧ୍ୟରୁ କେତେକଙ୍କୁ ବ୍ୟବସାୟ ପ୍ରସଙ୍ଗରେ ଏକ ଦ୍ୱତ ଭୂମିକା ଗ୍ରହଣ କରିବାକୁ ପଡିପାରେ । ବୃଷ: – ଆଜି ଆପଣ ଯୁକ୍ତିଯୁକ୍ତ ଏବଂ ଜିଦଖୋର ହୋଇପାରନ୍ତି । ଆପଣ କଠିନ ପରିସ୍ଥିତିରେ ନିଜକୁ ପାଇପାରିବେ । ଯଥା ସମ୍ଭବ ଯୁକ୍ତିଠାରୁ ଦୂରରେ ରୁହନ୍ତୁ । ପରିବାର ସଦସ୍ୟଙ୍କ ସହିତ ତୀର୍ଥଯାତ୍ରା କରିପାରିବେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ । ଅର୍ଥନୈତିକ ଦୃଷ୍ଟିରୁ, ଦିନଟି ସାହାଯ୍ୟକାରୀ ନୁହେଁ, ତେଣୁ କୌଣସି ପ୍ରକାର ବିନିଯୋଗରୁ ଦୂରରେ ରୁହନ୍ତୁ ।
ମିଥୁନ: – ବ୍ୟବସାୟରେ ନୂତନ ଧାରା ଏବଂ ଉପାୟ ପାଇବେ, ଯାହା ନଗଦ ବୃଦ୍ଧି କରିବାରେ ସାହାର୍ଯ୍ୟ କରିବ । ଆଜି ଆର୍ଥିକ ସ୍ଥିତି ବହୁତ ଶକ୍ତିଶାଳୀ ହେବ ଏବଂ ଟଙ୍କା ସମ୍ବନ୍ଧୀୟ ପ୍ରସଙ୍ଗରେ ସକରାତ୍ମକ ଫଳାଫଳ ପାଇବ । ଆପଣଙ୍କ ସଞ୍ଚୟ ଆପଣଙ୍କ ପରିବାର ପାଇଁ ଲାଭଦାୟକ ପ୍ରମାଣିତ ହେବ । ଆଜି ଆପଣ ପରିବାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । କନ୍ୟା : – ଆଜି ଆପଣଙ୍କ ମଧ୍ୟରୁ କେତେକ ଆପଣଙ୍କ ଦକ୍ଷତା ଅନୁଯାୟୀ ପୁରସ୍କାର କିମ୍ବା ପଦୋନ୍ନତି ପାଇପାରିବେ । ବିବାହ କିମ୍ବା ଅନ୍ୟ କିଛି କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ମଧ୍ୟ ଅଛି । ଯଦି ଆପଣ ବିଦେଶ ଭ୍ରମଣ ବିଷୟରେ ଚିନ୍ତା କରୁଛନ୍ତି, ତେବେ ଶୀଘ୍ର ଏହି ଦିଗରେ ପଦକ୍ଷେପ ନିଅନ୍ତୁ । ବ୍ୟବସାୟ ପ୍ରସଙ୍ଗରେ ଆପଣଙ୍କର ଅନେକ ନୂତନ ସୁଯୋଗ ଥାଇପାରେ ।
ବେଜିଂରେ ମଧ୍ୟ ବେଶ୍ ଧୂମଧାମରେ ପାଳିତ ହୋଇଛି ରଂଗର ପର୍ବ ହୋଲି
ପୁରୀ, ଆଜି ହୋଲି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପୂଜା କରାଯାଇଛି। ଏହି ଉପଲକ୍ଷେ ଏକ ବିମାନରେ ଶ୍ରୀ ଦୋଳଗୋବନ୍ଦଙ୍କ ସହିତ ଶ୍ରୀଦେବୀ, ଭୂଦେବୀ ନରେନ୍ଦ୍ର ପୁଷ୍କରଣୀ ଯାଇଥିଲେ। ପ୍ରତି ବର୍ଷ ହୋଲି ରେ ପ୍ରଭୃ ଦୋଳଗୋବିନ୍ଦ ବିମାନରେ ଶ୍ରୀମନ୍ଦିରରୁ ବିମାନରେ ବାହାରି ସହର ପରିକ୍ରମା କରିଥାନ୍ତି। ନରେନ୍ଦ୍ର ପୁଷ୍କରଣୀରେ ପୂଜାବିଧି ପରେ ଠାକୁର ଶ୍ରୀମନ୍ଦିରକୁ ଫେରିଆସନ୍ତି। ଶ୍ରୀମନ୍ଦିରରେ ଏହି ପରଂପରା ପ୍ରାଚୀନ କାଳରୁ ପାଳିତ ହୋଇଆସୁଛି।
ଭୁବନେଶ୍ୱର: ୨୦୨୦ ବର୍ଷ ପାଇଁ ୯ମ ଗୋଟିପୁଅ ଉତ୍ସବରେ ଆରଧନା ଯୁବ ସମ୍ମାନ ପାଇବେ ସିଲ୍ଭର ଗାନ୍ଧୀ। ଚଳିତ ମାର୍ଚ୍ଚ ମାସ ୩୦ ଏବଂ ୩୧ ଦୁଇଦିନ ଧରି ଉତ୍କଳ ରଙ୍ଗମଞ୍ଚ, ଗୁରୁ କେଳୁଚରଣ ରିସର୍ଚ୍ଚ ସେଣ୍ଟରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସିଲ୍ଭର ଗାନ୍ଧୀଙ୍କୁ ଆରଧନା ଯୁବ ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଏଠାରେ ପ୍ରକାଶଥାଉକି, ଓଡ଼ିଶାରେ ସିଲଭର ଗାନ୍ଧୀ ନାମରେ ପରିଚିତ ମୋହନ ମହାପାତ୍ର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସାରା ଦେଶରେ ପଦଯାତ୍ରା କରିଥିଲେ ସାଇରାମ ଗାନ୍ଧୀ ବା ମୋହନ ମହାପାତ୍ର। ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ସିଲ୍ଭର ଗାନ୍ଧି’। ପୂର୍ବରୁ ସେ ଦିଲ୍ଲୀ ପଦଯାତ୍ରା କରି ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଏହାପରେ ସିଲ୍ଭର ଗାନ୍ଧୀ ଚଳଚ୍ଚିତ୍ର ପାଇଁ ସେ ୨୧ଟି ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ଲାଭ କରିସାରିଛନ୍ତି…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକଜାମ ଓ୍ବାରିଅର୍ସର ସଦ୍ୟତମ ସଂସ୍କରଣ ଘୋଷଣା କରି ଆନନ୍ଦ ବ୍ୟକ୍ତ କରିଛନ୍ତି। ସେ କହିଥିଲେ ଯେ ଏକଜାମ ଓ୍ବାରିଅର୍ସର ନୂତନ ସଂସ୍କରଣ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କର ମୂଲ୍ୟବାନ ଯୋଗଦାନକୁ ନେଇ ସମୃଦ୍ଧ ହୋଇଛି। ସେ ମଧ୍ୟ କହିଥିଲେ ଯେ ଏଥିରେ ବହୁ ମହତ୍ତ୍ୱପୂର୍ଣ୍ଣ ନୂଆ ଭାଗ ଯୋଡ଼ା ଯାଇଛି ଯାହା ବିଶେଷ କରି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବ। “ଆସନ୍ତୁ ପରୀକ୍ଷା ଦେବାକୁ ଯାଉଥିବା ଆମର ଯୁବପିଢ଼ିକୁ ସହାୟତା କରିବା” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏକାଧିକ ଟ୍ବିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଥିଲେ, “ପରୀକ୍ଷା ଋତୁ ଆରମ୍ଭ ହେବାକୁ ଯାଉଛି, ମୁଁ ଆନନ୍ଦର ସହିତ ଏହା ଘୋଷଣା କରିବାକୁ ଯାଉଛି ଯେ ଏକଜାମ ଓ୍ବାରିଅର୍ସର ସଦ୍ୟତମ ସଂସ୍କରଣ ବର୍ତ୍ତମାନ ଉପଲବ୍ଧ ରହିଛି। ଏହି ପୁସ୍ତକରେ ଅନେକଗୁଡ଼ିଏ ନୂଆ ମନ୍ତ୍ର ଏବଂ ଏକାଧିକ ଅଭ୍ୟାସ ରହିଛି। ଏହି ପୁସ୍ତକରେ ପରୀକ୍ଷା ପୂର୍ବରୁ…
ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଏପ୍ରିଲ ମାସ ପୂର୍ବରୁ ଅସହ୍ୟ ତାତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଆଜି ରାଜ୍ୟରେ ୧୪ ଟି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସର୍ବାଧିକ ଉତ୍ତପ୍ତ ସହର ଭାବେ ଟିଟିଲାଗଡର ତାପମାତ୍ରା ୪୨.୨ ଡିଗ୍ରୀ ଥିବା ବେଳେ ଝାରସୁଗୁଡାରେ ୪୨.୨ ଡିଗ୍ରୀ, ବାରିପଦାରେ ୪୨ ଡିଗ୍ରୀ, ବଲାଙ୍ଗିରରେ ୪୧.୫ ଡିଗ୍ରୀ, ସମ୍ବଲପୁରରେ ୪୧.୨ ଡିଗ୍ରୀ, ଅନୁଗୁଳରେ ୪୧.୧ ଡିଗ୍ରୀ, ହୀରାକୁଦରେ ୪୧.୧ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୦.୮ ଡିଗ୍ରୀ, ଭୁବନେଶ୍ବରରେ ୪୦.୫ ଡିଗ୍ରୀ, ତାଳଚେରରେ ୪୦.୩ ଡିଗ୍ରୀ, ନୟାଗଡରେ ୪୦.୩ ଡିଗ୍ରୀ, ବାଲେଶ୍ବରରେ ୪୦ ଡିଗ୍ରୀ ଏବଂ କଟକରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୋଲିସ ଏବଂ ସେନାକୁ ବଡ ସଫଳତା ମିଳିଛି। କୁପୱାଡା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟସ୍ଥ ଏକ ଗାଁରୁ ପାଞ୍ଚୋଟି ଏକେ ରାଇଫଲ, ୭ଟି ପିସ୍ତଲ, ଅନେକ ମାଗାଜିନ୍ ଏବଂ ଗୋଳା ବାରୁଦ ଜବତ ହୋଇଛି। ସୂଚନା ପାଇ ପୋଲିସ ଏବଂ ସେନାର ମିଳିତ ଅପରେସନ ପରେ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୨୬, ସୁନ୍ଦରଗଡରୁ ୧୬, ଖୋର୍ଦ୍ଧାରୁ ୧୪, ସମ୍ବଲପୁରରୁ ୧୦, ମୟୂରଭଞ୍ଜରୁ ୮, ନୂଆପଡାରୁ ୬, ଗଞ୍ଜାମରୁ ୫, ବାଲେଶ୍ବରୁ ୪, କୋରାପୁଟରୁ ୪, ଭଦ୍ରକରୁ ୩, ଜଗତସିଂହପୁରରୁ ୩, ଯାଜପୁରରୁ ୩, ପୁରୀରୁ ୩, ବଲାଙ୍ଗୀରିରୁ ୨, ଝାରସୁଗୁଡାରୁ ୨, କେନ୍ଦ୍ରାପଡ଼ାରୁ ୨, ଅନୁଗୁଳରୁ ୧, ବରଗଡରୁ ୧, କଳାହାଣ୍ଡିରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୮୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨ କୁ ବୃଦ୍ଧି ହୋଇଛି।…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘାଟିଯାଇଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ବାଣପୁର ଥାନା ଅଞ୍ଚଳର ଦୁଇ ଜଣ ଯୁବକ ବାଇକ୍ ଯୋଗେ ଟାଙ୍ଗୀରୁ ନାଚୁଣୀ ଅଭିମୁଖେ ଯାଉଥିଲେ। ୧୬ ନମ୍ବର ଜାତୀୟ ରାଜପଥର କୟଥ ପଲ୍ଲା ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବିଭାଗ ଏବଂ କୁହୁଡି ଫାଣ୍ଡିର ପୋଲିସ କର୍ମଚାରୀମାନଙ୍କ ଦ୍ଵାରା ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତକ ଯୁବକ ଜଣଙ୍କ ମୋରାମୋରୀ ପଞ୍ଚାୟତ ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମର ସର୍ବେଶ୍ଵର ମଲ୍ଲ(୩୦) ବୋଲି ଜଣା ପଡିଛି। ଗୁରୁତରଙ୍କୁ ଚିକିତ୍ସା…

