Author: Samikhsya Bureau

ବୃଷ: – ଆପଣଙ୍କର ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆଜି ଖୋଲା ହାତରେ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଯଦି ଆପଣ ଆପଣଙ୍କର କାମ ପ୍ରତି ଧ୍ୟାନ ଦିଅନ୍ତି, ତେବେ ସଫଳତା ଏବଂ ପ୍ରତିଷ୍ଠା ପାଇବେ।  ଆଜି ଆପଣ ନୂତନ ଚିନ୍ତାଧାରାରେ ପରିପୂର୍ଣ୍ଣ ହେବେ ଏବଂ ଆପଣ କରିବାକୁ ଚାହୁଁଥିବା କାର୍ଯ୍ୟଗୁଡ଼ିକ ଆଶା କରାଯାଉଥିବା ଠାରୁ ଅଧିକ ଲାଭଦାୟକ ହେବ। ମୀନ: – ଆପଣଙ୍କର ଦାନକାରୀ ଆଚରଣ ପାଇଁ ଏକ ଲୁକ୍କାୟିତ ଆଶୀର୍ବାଦ ମିଳିବ,  ଯେତେବେଳେ ବିନିଯୋଗର ପ୍ରଶ୍ନ ତୁମ ସାମ୍ନାରେ ରହିବ। , ତା’ପରେ ସ୍ବାଧୀନ ହୋଇ ନିଜେ ନିଷ୍ପତ୍ତି ନିଅନ୍ତୁ । ଆପଣଙ୍କ ମନ କାର୍ଯ୍ୟ ସମ୍ବନ୍ଧୀୟ ସମସ୍ୟାରେ ଅଟକି ରହିବ,ଯେଉଁ କାରଣରୁ ଆପଣ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ସମୟ ଦେଇ ପାରିବେ ନାହିଁ ।

Read More

ମେଷ: – ଧାର୍ମିକ ଭାବନା ହେତୁ ଆପଣ ଯେ କୌଣସି ତୀର୍ଥସ୍ଥାନ ପରିଦର୍ଶନ କରିପାରିବେ ଏବଂ ଜଣେ ସାଧୁଙ୍କଠାରୁ କିଛି ଈଶ୍ୱରୀୟ ଜ୍ଞାନ ଗ୍ରହଣ କରିବେ । କ୍ୟାରିୟର ପାଇଁ ଯୋଜନା ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣଙ୍କର ଆଶା ଅନୁଯାୟୀ ଫଳାଫଳ ଆସେ ନାହିଁ ତେବେ ନିରାଶ ହୁଅନ୍ତୁ ନାହିଁ ।  ଆପଣଙ୍କର ପରିଚିତ ଭିତରେ ଉଚ୍ଚ ସ୍ଥାନରେ ଥିବା ଲୋକଙ୍କୁ ଭେଟିବା ଆବଶ୍ୟକ । ଧନୁ : – ଆଜି ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ, ଯେଉଁ କାରଣରୁ ଆପଣଙ୍କୁ ଚାପ ଏବଂ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିପାରେ । ମନୋରଞ୍ଜନ ଏବଂ ସୌନ୍ଦର୍ଯ୍ୟ ପାଇଁ ଆବଶ୍ୟକତାଠାରୁ ଅଧିକ ସମୟ ବିତାନ୍ତୁ ନାହିଁ ।  ଆପଣ ବେପରୁଆ ମନୋଭାବ ଆପଣଙ୍କ ପିତାମାତାଙ୍କୁ ଦୁଃଖ ଦେଇପାରେ । କୌଣସି ନୂତନ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ, ସେମାନଙ୍କର ମତାମତ ମଧ୍ୟ ଜାଣନ୍ତୁ ।

Read More

କନ୍ୟା : – ପରିବାରର ଆଶା ପୂରଣ କରିବାକୁ ହେଲେ ଆପଣଙ୍କୁ କିଛି ଟ୍ୟାକ୍ସ ଦେଖାଇବାକୁ ପଡିବ । ଆପଣ କିଛି ଭଲ ଖବର ପାଇପାରିବେ, ଯାହା କେବଳ ଆପଣଙ୍କୁ ନୁହେଁ ଆପଣଙ୍କ ପରିବାରକୁ ମଧ୍ୟ ଖୁସି କରିବ । କାହାର ହସ୍ତକ୍ଷେପ ଯୋଗୁ, ଆପଣ ଏବଂ ଆପଣଙ୍କ ପ୍ରିୟଜନଙ୍କ ମଧ୍ୟରେ ଥିବା ଦୂରତା ହୋଇପାରେ । ବିଛା: – କୌଣସି ପଦକ୍ଷେପ ନେବା ପୂର୍ବରୁ, ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଯୁବକମାନେ ବିଦ୍ୟାଳୟ ପ୍ରକଳ୍ପ ବିଷୟରେ କିଛି ମତାମତ ପାଇବା ଆବଶ୍ୟକ କରିପାରନ୍ତି । ସହକର୍ମୀ ଏବଂ ବୟସ୍କମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ହେତୁ ଅଫିସରେ କାର୍ଯ୍ୟର ଲାଭ ଉଠାଇବ।

Read More

କର୍କଟ: – ଖର୍ଚ୍ଚରେ ବୃଦ୍ଧି ଘଟିବ,, କିନ୍ତୁ ସେହି ସମୟରେ ଆୟର ବୃଦ୍ଧି ଏହାକୁ ସନ୍ତୁଳିତ କରିବ। ଯେଉଁମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କୁ ମନକୁ ଶାନ୍ତ ରଖିବା ଆବଶ୍ୟକ ।  ଆପଣଙ୍କର ପ୍ରୟାସ ନିଶ୍ଚିତ ଭାବରେ ସକରାତ୍ମକ ଫଳାଫଳ ଦେବ । ସିଂହ: – ଆର୍ଥିକ ଉନ୍ନତି ହେତୁ, ଆପଣ ଆବଶ୍ୟକ କରୁଥିବା ଜିନିଷ କିଣିବା ଆପଣଙ୍କ ପାଇଁ ସହଜ ହେବ । ସମ୍ପର୍କୀୟ କିମ୍ବା ବନ୍ଧୁମାନେ ଏକ ସୁନ୍ଦର ସନ୍ଧ୍ୟା ପାଇଁ ଘରକୁ ଆସିପାରନ୍ତି । ଦିନଟି ବହୁତ ଭଲ ନୁହେଁ ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଦୋକାନକୁ ଲୁଟେରା କରିଛନ୍ତି ଟାର୍ଗେଟ୍। ରାତ୍ରି ସମୟରେ ସଟର ଭାଙ୍ଗି ଲୁଟି ନେଇଛନ୍ତି ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ। କୋର୍ଟପେଟା ଛକ ରୋହିଣୀ ଡ଼ାଇଗ୍ନୋଷ୍ଟିକ୍ ଓ ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନ ପାଖରେ ଥିବା ଦୋକାନରୁ ଗତକାଲି ରାତିରେ କିଛି ଦୁବୃର୍ତ୍ତ ସଟର ତାଲା ଭାଙ୍ଗି ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏତେ ଉଚ୍ଚ ସୁରକ୍ଷା ସଂପନ୍ନ ଅଂଚଳରେ ମଧ୍ୟ ଚୋରମାନେ ନିର୍ଭୟରେ କିଭଳି ଏହି ଦୋକାନର ସଟର ଭାଙ୍ଗି ଲୁଟ୍ କଲେ ତାହା ଆଶ୍ଚର୍ଯ୍ୟ ଲାଗୁଛି। ଯଦି ପୋଲିସର ନାକନିଶ ତଳେ ଏଭଳି ଲୁଟ୍ ହେବ ତେବେ ସାହି ସାହି ମଧ୍ୟର ଅବସ୍ଥା କ’ଣ ହେବ ଲୋକେ ଭୟଭୀତ ହେଉଛନ୍ତି। ସୂଚନାଯୋଗ୍ୟ ଏହି ଦୋକାନକୁ ଲାଗି ରାଜାରାଣୀ କମ୍ପେ୍ଲକ୍ସ ଓ ଆଇସିଆଇସିଆଇ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ମେଡ଼ିକାଲ୍ ଏମ୍‌କେସିଜିକୁ ଯିବା ପାଇଁ ଦୁଇଟି ଗେଟ୍ ରହିଛି। ଗୋଟିଏ ମୁଖ୍ୟଦ୍ୱାର ଏବଂ ଅନ୍ୟଟି ନୂଆବସ୍‌ଷ୍ଟାଣ୍ଡ ନିକଟସ୍ଥ ଅନ୍ୟ ଗୋଟିଏ ଗେଟ୍। ନୂଆବସ୍‌ଷ୍ଟାଣ୍ଡ ପାଖ ଗେଟ୍‌ଟିରେ ଦୀର୍ଘଦିନ ହେବ କେଉଁ ସ୍ୱାର୍ଥ ନେଇ ତାଲା ମାରି ବନ୍ଦ କରାଯାଇଛି ତାହା ଜଣାପଡ଼ୁନି। ଏହି ଗେଟ୍ ବନ୍ଦ ରହିବା ଯୋଗୁଁ ଆସିକା ରୋଡ଼୍ ଦେଇ ଯେଉଁ ରୋଗୀ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆମ୍ବୁଲାନସରେ ଆସୁଥାନ୍ତି ସେମାନଙ୍କୁ ଆଉ ଦୁଇକିଲୋମିଟର ରାସ୍ତା ବୁଲି ଯିବାକୁ ପଡ଼ିଥାଏ। ଫଳରେ କିଛି ଲୋକଙ୍କ ରାସ୍ତାରେ ହିଁ ଜୀବନ ଚାଲିଯାଇଥାଏ। ଏହା ସହ ନୂଆଁବସ୍‌ଷ୍ଟାଣ୍ଡ ରାସ୍ତାଟି ପ୍ରବଳ ଜନଗହଳି ହେଉଥିବାରୁ ବହୁ ସମୟ ଧରି ଟ୍ରାଫିକ୍ ଜାମ ରହୁଛି। ତେଣୁ ଆମ୍ବୁଲାନସଟି ଏହି ରାସ୍ତାରେ ମେଡ଼ିକାଲ୍ ଯିବାବେଳେ ବହୁତ ବିଳମ୍ବ ହେବା ସହ ଲୋକଙ୍କ ଜୀବନହାନି ମଧ୍ୟ ହେଉଛି। ଏହି ଦ୍ୱିତୀୟ ଗେଟ୍ ଖୋଲିବା ପାଇଁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ୨୦୨୧ର ଆୟୋଜନ ଆଜି ମହାମାରୀ ଆଇନ ଓ ନୀତିନିୟମ ଅନୁଶାସନ ଭିତରେ ପାଳନ କରାଯିବା ପାଇଁ ପ୍ରଶାସନ ଯେତେ ପ୍ରକାର କଠୋର ହେଲେ ମଧ୍ୟ ସାଂପ୍ରତିକ ସମୟରେ ଠାକୁରାଣୀ ଯାତ୍ରାରେ ଭକ୍ତଙ୍କ ସମାଗମ ସୀମିତ ରହିବା ନିହାତି ଜୁରରୀ। ମାଆ ଠାକୁରାଣୀ ସାଆନ୍ତାଣୀ ତାଙ୍କ ବାପଘରକୁ ଆସିବା ପାଇଁ ବିଧି ରହିଛି। ତେଣୁ ଦେଶୀବେହେରା ସାହିରେ ମାଆଙ୍କ ଅସ୍ଥାୟୀ ପୂଜା ମଣ୍ଡପରେ ମାଆଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼ ହୁଏ। ଅତି ନିଷ୍ଠା ଓ ସମର୍ପଣ ଭାବଦେଇ ପୂଜାର୍ଚ୍ଚନା ପରମ୍ପରାକୁ ମହାମାରୀ ଅଟକାଇ ଦେଇପାରିନାହିଁ। ଏଣୁ ଜିଲ୍ଲା ପ୍ରଶାସନ ଚାପରେ ରହିଲେ ମଧ୍ୟ ମାଆ ଆସିବେ ଅସ୍ଥାୟୀ ମଣ୍ଡପକୁ; ପ୍ରାୟତଃ ପ୍ରସ୍ତୁତି ଚୂଡ଼ାନ୍ତ। ଏଭଳି ପରିସ୍ଥିତିରେ ଦୈନିକ ରାଜ୍ୟର ମହାମାରୀ ସମ୍ବନ୍ଧରେ ଆସୁଥିବା ସାଂଘାତିକ ଖବର ଚିନ୍ତା ମଧ୍ୟ ବଢ଼ାଇ ଚାଲିଛି। ନୀତିନିୟମ ପରମ୍ପରା ଅନୁଯାୟୀ ପୁରୀ ରଥଯାତ୍ରା…

Read More

ଭୁବନେଶ୍ବର: ଓଡିଶାର ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଉଦ୍ୟୋଗଗୁଡିକର ପ୍ରୋତ୍ସାହନ ଯୋଗାଇ ଦେବାରେ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ରାଜ୍ୟର ଅଣୁ , କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ଗୁଡିକ ଦ୍ଵାରା ଉତ୍ପାଦିତ ହେଉଥିବା ଅଫିସ୍ ତଥା ଘରୋଇ ଫର୍ଣ୍ଣିଚର ଗୁଡିକର କମନ ବ୍ରାଣ୍ଡିଂ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଭଳି କାର୍ଯ୍ଯକ୍ରମ ଏକ ସରକାରୀ ଉଦ୍ୟୋଗଦ୍ବାରା ନିଆଯିବାରେ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷଙ୍କ ଅତ୍ୟାଧୁନିକ ଚିନ୍ତାଧାରା ଦ୍ବାରା ରାଜ୍ୟର ଉଦ୍ୟୋଗଗୁଡିକର ବଜାର ଚାହିଦା ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଏହି ବୈଠକରେ ଉଦ୍ୟୋଗମାନଙ୍କଦ୍ଵାରା ଉତ୍ପାଦିତ ଅଫିସ୍ ଫର୍ଣ୍ଣିଚର ମଧ୍ୟରୁ ପ୍ରଥମ ସୋପାନରେ ଡୁଆଲ ଡେସ୍କ, ଆଲମିରା, କମ୍ପୁଟର ଟେବଲ, ହଷ୍ଟେଲ ଡାଇନିଂ ଟେବଲ ଓ ହଷ୍ଟେଲ…

Read More

ଭୁବନେଶ୍ବର: ପୁରୀ ଓ କଟକ, କଟକ ଓ ଭଦ୍ରକ ଏବଂ କଟକ ଓ ପାରାଦୀପ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିମ୍ନଲିଖିତ ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ପୁରୀ-କଟକ-ପୁରୀ ମେମୁ ଟ୍ରେନ୍ ସେବା: ୧- ୬୮୪୧୬ ପୁରୀ-କଟକ ମେମୁ- ୧୨ ଏପ୍ରିଲ ଠାରୁ ପୁରୀରୁ ପୂର୍ବାହ୍ନ ୮ ଘଟିକାରେ ଛାଡି କଟକ ଠାରେ ପୂର୍ବାହ୍ନ ୧୦ଘ.୪୫ମି.ରେ ପହଞ୍ଚିବ। ୨- ୬୮୪୧୫ କଟକ-ପୁରୀ ମେମୁ- କଟକରୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୪ଘ.୫୫ମି.ରେ ଛାଡି ପୁରୀ ଠାରେ ସନ୍ଧ୍ୟା ୭ଘ.୪୫ମି.ରେ ପହଞ୍ଚିବ। କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା: ୧- ୬୮୪୨୪ କଟକ-ଭଦ୍ରକ ମେମୁ ୧୩ ଏପ୍ରିଲ ଠାରୁ କଟକରୁ ପୂର୍ବାହ୍ନ ୮ଘ.୪୫ମି.ରେ ଛାଡି ଭଦ୍ରକ ଠାରେ ଅପରାହ୍ନ ୧୨ଘ.୧୦ମି.ରେ ପହଞ୍ଚିବ ୨- ୬୮୪୨୩ ଭଦ୍ରକ-କଟକ ମେମୁ ୧୩ ଏପ୍ରିଲ ଠାରୁ ଅପରାହ୍ନ ୧୨ଘ.୫୦ମି.ରେ ଛାଡି କଟକ ଠାରେ ଅପରାହ୍ନ ୪ଘ.୧୫ମି.ରେ ପହଞ୍ଚିବ। ସେହିପରି ଅନ୍ୟ ଏକ ମେମୁ ଟ୍ରେନ…

Read More

ଭୁବନେଶ୍ୱର: ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଆନୁକୂଲ୍ୟରେ ୱାର୍ଡ଼ ନମ୍ବର ୨୮ସ୍ଥିତ ଆଚାର୍ଯ୍ୟ ବିହାର ପରିଷଦ ସଭାଗୃହରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୧ ସେବା ସପ୍ତାହ ଉପଲକ୍ଷେ ‘ତୁଷାରଶ୍ରୀ ପ୍ରତିଭା ସମ୍ମାନ’ ଉତ୍ସବ ଅନୁଷ୍ଠିତ ହୋଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଲେ ଯେ, ତୁଷାର ଚାରିଟେବୁଲ ଟ୍ରଷ୍ଟର ଏଭଳି ଅଭିନବ ପ୍ରୟାସ ନାରୀମାନଙ୍କୁ ଦୁଇପାଦ ଆଗକୁ ନେବାରେ ସହାୟକ ହୋଇପାରିବ। ଫଳରେ ନାରୀମାନେ ସମାଜସେବା ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରିବେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସଦସ୍ୟା ମୀରା ଦାସ ଯୋଗଦେଇ କହିଲେ ଯେ, ଆଜିର ଦୁନିଆରେ ନାରୀମାନେ ଘରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନରହି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବାକୁ ଉଦ୍ୟମ ଜାରି ରଖିବା ସହ ସବୁବେଳେ ସମାଜର ମଙ୍ଗଳ ପାଇଁ ଚିନ୍ତା କରିବା ଦରକାର। ଏହି ଅବସରରେ…

Read More

ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆହୂତ ଭାରତ ବନ୍ଦକୁ ସମର୍ଥନ କରି ଆଜି ଆମ ଅଧିକାର ପକ୍ଷରୁ ନବୀନ ନିବାସ, ରାଜମହଲ ଛକ ଓ ଏଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଳା କୃଷି ନୀତି ବାତିଲ ଦାବିରେ ‘ଆମ ଅଧିକାର’ର କର୍ମକର୍ତ୍ତାମାନେ ଫରେଷ୍ଟ ପାର୍କସ୍ଥିତ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଅଭିମୁଖେ ଯାତ୍ରା କରିଥିଲେ। ଅଧାବାଟରେ ପୋଲିସ୍ ବାଧା ଦେବାରୁ ପୋଲିସ୍ ସହ ସେଠାରେ ଧସ୍ତାଧସ୍ତି ହୋଇଥିଲା। ପରେ ଶୋଭଯାତ୍ରା ରାଜମହଲ ଛକରେ ପହଞ୍ôଚ ସେଠାରେ ରାସ୍ତାରୋକ କରାଯାଇଥିଲା। ଆମ ଅଧିକାରର ଆନ୍ଦୋଳନକୁ ସମର୍ଥନ ଜଣାଇ ଶ୍ରମିକ ସଂଗଠନ ‘ବିଟୁ’ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ଏଜିଛକ ଅଭିମୁଖେ ଯାତ୍ରା କରିଥିଲା। ସେଠାରୁ ସଚିବାଳୟମାର୍ଗ ଦେଇ ଶୋଭଯାତ୍ରା ଯାଉଥିବା ସମୟରେ ପୋଲିସ୍ ରାସ୍ତା ଅବରୋଧ କରିବାରୁ କର୍ମୀମାନେ ରାସ୍ତାରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭସ୍ଥଳରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ଆବାହକ ଅମିୟ…

Read More

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢିବା ସାଙ୍ଗକୁ ଧୀରେ ଧୀରେ କଟକଣା ମଧ୍ୟ ଆରମ୍ଭ ହୋଇଛି। ଦେଶରେ ସର୍ବାଧିକ ସଂକ୍ରମଣ ସଂଖ୍ୟା ମହାରାଷ୍ଟ୍ରରେ ଦେଖିବାକୁ ମିଳୁଛି। ସେଥିପାଇଁ ମହାରାଷ୍ଟ୍ର ସରକାର ରାତ୍ରୀକାଳୀନ କର୍ଫ୍ୟୁ ସମଗ୍ର ରାଜ୍ୟରେ ଲାଗୁ କରିଛନ୍ତି। ଆସନ୍ତା ୨୮ ତାରିଖରୁ ସମଗ୍ର ରାଜ୍ୟରେ ଏହି କଟକଣା ଜାରି ରହିବ। ରାତି ୮ ଟା ରୁ ସକାଳ ୭ ଟା ଯାଏଁ କଟକଣା ଲାଗିବ। ଏହି ସମୟ ଭିତରେ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି।

Read More

କଲିକତା: ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଟିଏମସି କାର୍ଯ୍ଯାଳୟରେ ବିସ୍ଫୋରଣ ହୋଇଛି। ବାଙ୍କୁରାର ଜୟପୁରରେ ଟିଏମସି କାର୍ଯ୍ଯାଳୟ ଭିତରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ତିନି ଜଣ ଆହତ ହୋଇଛନ୍ତି। ଟିଏମସି ଏନେଇ ବାମ ଦଳ-କଂଗ୍ରେସ ମେଣ୍ଟ ଉପରେ ଅଭିଯୋଗ ଆଣିଛି। ହେଲେ ବୋମା ତିଆରି କରୁଥିବା ବେଳେ ଟିଏମସି କାର୍ଯ୍ଯାଳୟରେ ବିସ୍ଫୋରଣ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ତେବେ ଏହି ଘଟଣା ଉପରେ ପଶ୍ଚିମବଙ୍ଗ ରାଜ୍ୟପାଳ ଦୁଃଖ ପ୍ରକାଶ କରିଛନ୍ତି। ବଙ୍ଗଳା ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଏହି ଘଟଣା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ ନିର୍ଦ୍ଦେଶ ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୧୫, ବରଗଡରୁ ୭, ଖୋର୍ଦ୍ଧାରୁ ୭, ସୁନ୍ଦରଗଡରୁ ୭, ବାଲେଶ୍ବରରୁ ୬, କଟକରୁ ୫, ଯାଜପୁରରୁ ୫, ଢେଙ୍କାନାଳରୁ ୩, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୩, ଅନୁଗୁଳରୁ ୨, ଦେବଗଡରୁ ୨, ଜଗତସିଂହପୁରରୁ ୨, କେନ୍ଦ୍ରାପଡାରୁ ୨, ଝାରସୁଗୁଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୪୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୯୪ କୁ ବୃଦ୍ଧି ହୋଇଛି। ତେବେ ୧୨୪୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୨୬୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: କୋଭିଡ୍-୧୯ ର ଦୃତ ସଂକ୍ରମଣ (ଦ୍ୱିତୀୟ ଲହରୀ)କୁ ଦୃଷ୍ଟିରେ ରଖି ଚଳିତବର୍ଷ ଜିଲ୍ଲା ସଦର ମହକୁମା ଠାରେ ଏପ୍ରିଲ ୧ରୁ ୩ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୧କୁ ଜିଲ୍ଲାପାଳ ସ୍ଥଗିତ ରଖିଛନ୍ତି। ପ୍ରକାଶ ଥାଉକି ଚଳିତ ମାର୍ଚ୍ଚ ମାସ ୧୦ ତାରିଖରେ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୧ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ କୋଭିଡ୍ ସଂକ୍ରମଣର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜନସମାବେଶ ଉପରେ କଟକଣା ଜାରି କରିଥିବାରୁ ଏବଂ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ ନିମନ୍ତେ ଚଳିତ ବର୍ଷ ଜିଲ୍ଲା ମହୋତ୍ସବକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତିଲ୍ କରାଯାଇଛି।

Read More

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପିପିଲି ଉପ-ନିର୍ବାଚନ ପାଇଁ  ରୁଦ୍ର ପ୍ରତାପ ମହାରଥୀଙ୍କ ନାମ ଘୋଷଣା କରିଛନ୍ତି। ରୁଦ୍ରପ୍ରତାପ ହେଉଛନ୍ତି ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ। ଏହା ପୂର୍ବରୁ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା। ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ପିପିଲି ଉପ-ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ସେ ଆଜି ନିଜର ନାମାଙ୍କନ ପତ୍ର ଦାଖଲ ମଧ୍ୟ କରିସାରିଛନ୍ତି। ଏପ୍ରିଲ ୧୭ ତାରିଖରେ ଉପ-ନିର୍ବାଚନ ପାଇଁ ଭୋଟିଂ ହେବ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଏକ ନୂତନ ସାମାଜିକ ସଂଗଠନ ଗଠିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦ ସେବା ସଂଘ ନାମରେ ଉକ୍ତ ସଂଗଠନ ଗଠିତ ହୋଇଛି। ଚିଲିକାର ସାମାଜିକ କାର୍ଯ୍ୟରେ ସ୍ପୃହା ରଖୁଥିବା ଯୁବକ ମାନଙ୍କୁ ନେଇ ଏହି  ସଂଗଠନ କାମ କରିବ। ସଂଗଠନ ପ୍ରତିଷ୍ଠା ଦିବସରେ ବାଣପୁରରେ ଏକ କାର୍ଯ୍ଯାଳୟର ମଧ୍ୟ ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭାବେ ଓଡିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାଣପୁରର ଝିଅ କୃଷ୍ଣା ସୁବୁଦ୍ଧିଙ୍କୁ ସମ୍ମାନିତ କରାଯାଇଛି। ସଂଗଠନର ପ୍ରତିଷ୍ଠା ଦିବସରେ ସଦସ୍ୟମାନେ ଏକ ଶପଥ ପାଠ କରିଥିଲେ। ପ୍ରାୟ ୭୦ ଜଣ ଯୁବକ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ସଂଗଠନର ସଦସ୍ୟତା ଗ୍ରହଣ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ରାଜନୀତିରୁ ଉର୍ଦ୍ଧ୍ଵରେ ରହି ସଂଗଠନର ସର୍ବୋପରି ଉନ୍ନତି, ବିସ୍ତାର ତଥା ପ୍ରଚାର ପ୍ରସାର ନିମନ୍ତେ ନିଜର…

Read More

ନୂଆଦିଲ୍ଲୀ, ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରମାନେ ସୂଚନା ଦେଇଛନ୍ତି। ସେଠାରେ ବର୍ତ୍ତମାନ ତାଙ୍କର ଧାରାବାହିକ ସ୍ବାସ୍ଥ୍ୟ ଚେକଅପ ସହିତ କିଛି ସମୟ ପାଇଁ ଡାକ୍ତରଙ୍କ ତତ୍ବାବଧାନରେ ରହିଥିବା ଜଣାପଡିଛି।

Read More

ଭୁବନେଶ୍ବର, ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଓଡିଶାର 5 ଜଣ ବିଶିଷ୍ଠ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ ଜନକ ଡକ୍ଟରେଟ ଉପାଧୀ। ସେମାନେ ହେଲେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ ଗିରିଶ ଚନ୍ଦ୍ର ମୁର୍ମୁ, ହାଇକୋର୍ଟ ବିଚାରପତି ସଂଜୁ ପଣ୍ଡା, ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି ଏବଂ  ଓଡିଶା ଆଦର୍ଶ ବିଦ୍ୟାଳୟର ସଂଗଠନର ଉପଦେଷ୍ଠା ବିଜୟ ସାହୁ। ଆସନ୍ତା ଏପ୍ରିଲ ତିନି ତାରିଖରେ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଯୋଗଦେବେ। ଏଥିରେ 40 ଜଣଙ୍କୁ ପିଏଚଡି ଏବଂ 90 ଜଣଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଉପସ୍ଥିତିରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ କରକମଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଯଥା ୬୦ ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ ଚାଟ୍ରା ଠାରୁ କାଳିଆବରା କଂକ୍ରିଟ ରାସ୍ତା ଏବଂ ୨୦ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ କଲେଜ ଛକ ଠାରୁ ମାର୍କଣ୍ଡେଶ୍ୱର ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅବସରରେ ଜଗତସିଂହପୁର ପୌରପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଏବଂ ମୁଖ୍ୟ ବକ୍ତାଭାବେ ଜିଲ୍ଲାପାଳ ଯୋଗଦେଇ ୨୮ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୮ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ଏକ ମିନି ସେସପୋଲର ଲୋକାର୍ପଣ କରିଛନ୍ତି। ଏଥିସହିତ ଜଗତସିଂହପୁର ପୌରାଞ୍ଚଳରେ ଜନସାଧାରଣଙ୍କ ହିତ ନିମନ୍ତେ ଏକ…

Read More