ଧନୁ: – କାରବାରରେ ସାବଧାନ ରୁହ । ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ସମ୍ଭାବନା ହେଉଛି । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ଆୟ ବୃଦ୍ଧି ପାଇବ । ଅଂଶୀଦାରମାନଙ୍କଠାରୁ ଭିନ୍ନତା ପରିସ୍ଥିତିକୁ ଅନୁକୂଳ କରିବ । ମକର : – ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି । ଯାନ ଏବଂ ଯନ୍ତ୍ରପାତି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ଶାରୀରିକ ଯନ୍ତ୍ରଣା ଦ୍ୱାରା କରାଯାଇଥିବା କାର୍ଯ୍ୟରେ ବ୍ୟାଘାତ ହୋଇପାରେ । ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ।
Author: Samikhsya Bureau
ତୂଳା : – ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଜଣେ ବ୍ୟକ୍ତି ସହିତ ବିନା କାରଣରେ ବିବାଦ ହୋଇପାରେ । ଦୌଡାଦୌଡି ଯୋଗୁଁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ବେପରୁଆ ହୁଅନ୍ତୁ ନାହିଁ। କିଛି ଦୁଃଖଦ ଖବର ପାଇବାର ସମ୍ଭାବନା ଅଛି । ବିଛା: – ବିବାଦକୁ ପ୍ରୋତ୍ସାହନରୁ ଦୂରେଇ ରୁହନ୍ତୁ । ତତ୍ପରତା ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି । ପ୍ରୟାସ ସଫଳ ହେବ । ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ । କିଛି ବଡ କରିବାର ଇଚ୍ଛା ହେବ । ବ୍ୟବସାୟ ଭଲ କରିବ । ଟଙ୍କା ମିଳିବା ସହଜ ହେବ ।
ସିଂହ : – ଦୂରରୁ ଭଲ ଖବର ଗ୍ରହଣ କରାଯିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କୁ ସମର୍ଥନ କରିବେ। ପରିବାରରେ ଯେ କୈଣସି ଚାହିଦା କାମ ସମ୍ଭବ। ଅସ୍ଥିରତା ହୋଇପାରେ। କନ୍ୟା: ଶତ୍ରୁତା ରହିବ । ମନ ପୂଜାରେ ନିୟୋଜିତ ହେବେ। ବ୍ୟବସାୟରୁ ଲାଭ ବୃଦ୍ଧି ହେଉଛି ରାଶି । କୋର୍ଟ ଇତ୍ୟାଦିରେ ପରିସ୍ଥିତି ଅନୁକୂଳ ହେବ। ଏକ ବିବାଦରେ ବିଜୟ ହାସଲ କରାଯାଇପାରେ।
ମିଥୁନ: – ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ। ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ। ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ। କର୍କଟ : – ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଭାଗ୍ୟ ଆପଣଙ୍କ ସହିତ ରହିବ।
ମେଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ। ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ବୃଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ। ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ।
ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଏବଂ ଡକ୍ଟର ବିନୋଦ କେ. ପାଲ, ସଦସ୍ୟ ,ସ୍ୱାସ୍ଥ୍ୟ , ନୀତି ଆୟୋଗ, ଆଜି ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡିଶା, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ଚଣ୍ଡିଗଡ଼ର ସ୍ୱାସ୍ଥ୍ୟ ସଚିବ ଏବଂ ଏନଏଚଏମର ଏମ୍.ଡି. ମାନଙ୍କ ସହିତ ଆଲୋଚନା କରିଛନ୍ତି । ସମ୍ପ୍ରତି ଏହି ରାଜ୍ୟଗୁଡିକ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ଓ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି। ଏହି ଆଠଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ନୂତନ ସଂକ୍ରମଣର କ୍ରମାଗତ ବୃଦ୍ଧି ଏବଂ ଅଧିକ ସଂଖ୍ୟକ ସକ୍ରିୟ ଆକ୍ରାନ୍ତ ରିପୋର୍ଟ ହେବା ପରେ ସେମାନେ କୋଭିଡ ସଂକ୍ରମଣର ନୀରିକ୍ଷଣ, କଣ୍ଟେନମେଣ୍ଟ ଏବଂ କୋଭିଡ ପରିଚାଳନା ଉପରେ ଚାଲିଥିବା ଜନସ୍ୱାସ୍ଥ୍ୟ ପଦକ୍ଷେପଗୁଡିକର ସମୀକ୍ଷା କରିଥିଲେ। ଏକ ବିସ୍ତୃତ ଉପସ୍ଥାପନାରେ ଦର୍ଶାଯାଇଛି ଯେ ଦିଲ୍ଲୀର ୯ ଟି ଜିଲ୍ଲା, ହରିୟାଣାରେ…
ଭୁବନେଶ୍ୱର, ବ୍ୟକ୍ତି ସ୍ୱାଧୀନତା ଓ ନିର୍ଭୀକତାର ସମାଜ ବିକାଶ ଦିଗରେ ବଡ଼ ଭୂମିକା ରହିଥିବା କଥାକୁ ଗୁରୁତ୍ୱ ପ୍ରଦାନ କରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ନିର୍ଭୟ’ର ୭ମ ବାର୍ଷିକୋତ୍ସବରେ ନିଜ ବକ୍ତବ୍ୟ ରଖି କହିଥିଲେ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବା ପାଇଁ ବ୍ୟକ୍ତି ଜଣଙ୍କୁ ‘ନିର୍ଭୟ’ ହେବା ଦରକାର । କେବଳ ‘ନିର୍ଭୟ’ ବାଣୀରେ ନୁହେଁ ବରଂ ମନରେ ମଧ୍ୟ ସେହି ଭାବନା ରହିବା ଦରକାର । ଓଡ଼ିଶାରେ ପ୍ରଜାତନ୍ତ୍ରରେ ସମାଲୋଚନାର ବଡ଼ ଆବଶ୍ୟକତା ରହିଥିଲା ବେଳେ ‘ନିର୍ଭୟ’ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ ଉଲ୍ଲେଖ କରିଥିଲେ । ଶନିବାର ସ୍ଥାନୀୟ ହୋଟେଲ ମେ ଫେୟାର ଲାଗୁନର କନଭେନସନ ହଲ୍ ଠାରେ ‘ନିର୍ଭୟ’ର ୭ମ ବାର୍ଷିକୋତ୍ସବ ଏକ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ନବୀନ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ମୁଖ୍ୟ ସମାରୋହରେ…
ଭୁବନେଶ୍ୱର: ଓଡିଶା ରାଜ୍ୟ ବିହନ ନିଗମର ବ୍ୟବସାୟିକ କାରବାର ବୃଦ୍ଧିପାଇ ପ୍ରାୟ ୧୭୯ କୋଟି ଟଙ୍କାରେ ପହଂଚିଥିବାରୁ ନିଗମକୁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଛି। ଏହି ୧୦୦ କୋଟି ଟଙ୍କାର ପାଣ୍ଠି ଯୋଜନା ଓଡିଶା ରାଜ୍ୟ ବିହନ ନିଗମ କର୍ପସ ପାଣ୍ଠି ଉନ୍ନତମାନର ବିହନ ଏବଂ ଚାରା ସଂଗହ ଓ ଚାଷୀମାନଙ୍କୁ ଯୋଗାଣ ନିମନ୍ତେ ଉପଯୋଗ କରାଯିବ। ଏହା ଦ୍ୱାରା ବିଭିନ୍ନ ଫସଲର ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ହେବା ସହ ରାଜ୍ୟର କୃଷକମାନେ ଲାଭବାନ ହୋଇପାରିବେ।
ଭୁବନେଶ୍ୱର: ରାଜ୍ୟରେ ମିଶନ ଶକ୍ତି ନାମରେ ଏକ ନୂତନ ବିଭାଗ ଗଠନ କରାଯାଇଛି। ରାଜ୍ୟ କ୍ୟାବିନେଟ୍ ଏହାକୁ ମଂଜୁରୀ ଦେଇଛି। ପୂର୍ବରୁ ଏହି ବିଭାଗ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୬ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଶକ୍ତି, କୃଷି ଏବଂ କୃଷକ ସଶକ୍ତିକରଣ, ସାମାଜିକ ନିରାପତା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ, ଅବକାରୀ, ସାଧାରଣ ପ୍ରଶାସନ ତଥା ସାଧାରଣ ଅଭିଯୋଗ, ପଂଚାୟତ ରାଜ ଏବଂ ପାନୀୟ ଜଳ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଏବଂ ଇସ୍ପାତ ଏବଂ ଖଣି ବିଭାଗର ବିଭିନ୍ନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। କ୍ୟାବିନେଟ୍ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଅନୁଯାୟୀ ଦଶଟି ମେଗା ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଯୋଜନା କୁ ଅନୁମୋଦନ କରାଯାଇଛି । ଆଉଲ୍, ରାଜକାନିକା, ଚିଲିକା, ଟାଙ୍ଗି, ବାଣପୁର, ଖୋର୍ଦ୍ଧା, ଜଟଣୀ, ଗଁଡିଆ,…
କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଠାରେ ମାଓ ଦମନ ନିମନ୍ତେ ସୀମାସୁରକ୍ଷା ବଳର-୧୫ ନଂ ବାଟାଲିୟନ ନିୟୋଜିତ ହୋଇଛନ୍ତି। ଆଜି ସକାଳୁ ଏହି ବାଟାଲିୟନର ଇନ୍ଦର ସିଂହ ନାମକ ଜଣେ ଯବାନ ଡ୍ୟୁଟିରେ ଥିବା ସମୟରେ ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ସେ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ସେନେଇ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପ୍ରକାଶ ଥାଉ କି, ସେ ଗତକାଲି ସେ ନିଜ ବାସସ୍ଥାନ ରାଜସ୍ଥାନରୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ।
ମୁମ୍ବାଇ, ଟାୱାଲ ପିନ୍ଧିଥିବା ଭାଇଜାନର ଚିତ୍ର ଭାଇରାଲ ହେବାରେ ଲାଗିଛି, ବଲିଉଡର ଭାଇଜାନ ଅର୍ଥାତ ସଲମାନ ଖାନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଚିତ୍ରରେ ସଲମାନ ଖାନ ତାଙ୍କ ଭଉଣୀ ଅର୍ପିତା ଖାନଙ୍କ ସହ ଛିଡା ହୋଇଛନ୍ତି। ବଡ କଥା ହେଉଛି ସଲମାନ ଏହି ଥ୍ରୋବ୍ୟାକ୍ ଚିତ୍ରକୁ ତାଙ୍କ ପ୍ରିୟ ଭଉଣୀ ଅର୍ପିତା ଖାନ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୪, ଯାଜପୁରରୁ ୧୩, ବାଲେଶ୍ବରରୁ ୯, ଖୋର୍ଦ୍ଧାରୁ ୯, ସୁନ୍ଦରଗଡରୁ ୮, ବରଗଡରୁ ୬, ବଲାଙ୍ଗୀରିରୁ ୬, ଝାରସୁଗୁଡାରୁ ୪, ପୁରୀରୁ ୪, ସୋନପୁରରୁ ୪, ଅନୁଗୁଳରୁ ୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୨, ବୌଦ୍ଧରୁ ୧, କଟକରୁ ୧, କଳାହାଣ୍ଡିରୁ ୧, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୯୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୬୭୪ କୁ ବୃଦ୍ଧି ହୋଇଛି। ତେବେ ୭୧୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ…
ଗୋପାଳଗଞ୍ଜ: ବିଷାକ୍ତ ମଦ ମୃୁତ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା 13 ଜଣଙ୍କ ମଧ୍ୟରୁ ନଅ ଜଣଙ୍କୁ ମୃତ୍ୟୁଦଣ୍ଡ ଘୋଷଣା କରାଯାଇଛି। ଅନ୍ୟ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ବିହାରର ଗୋପାଳଗଞ୍ଜ ଜିଲ୍ଲାର ଏକ କୋର୍ଟ ପ୍ରାୟ ସାଢେ ଚାରି ବର୍ଷ ପୂର୍ବର ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ 19 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଦୃଷ୍ଟି ଶକ୍ତି ହରାଇଛନ୍ତି। ଓକିଲ ରବି ଭୂଷଣ ଶ୍ରୀବାସ୍ତବ କହିଛନ୍ତି ଯେ ଅତିରିକ୍ତ ଜିଲ୍ଲା ଜଜ୍ (II) ଲବ କୁଶ କୁମାର ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା 13 ଜଣଙ୍କ ମଧ୍ୟରୁ 9 ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ବ୍ୟକ୍ତିମାନେ ଅଗଷ୍ଟ 2016 ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସ୍ୱତନ୍ତ୍ର ପବ୍ଲିକ୍ ଓକିଲ ରବି ଭୂଷଣ ଶ୍ରୀବାସ୍ତବ କହିଛନ୍ତି ଯେ ଏହି ମାମଲାରେ ସମୁଦାୟ 14 ଜଣ ଅଭିଯୁକ୍ତ ଥିଲେ, ଯେଉଁମାନଙ୍କ ମଧ୍ୟରୁ ଜଣେ…
ନୂଆଦିଲ୍ଲୀ: ତ୍ରୁଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ଘନିଷ୍ଠ ବିଜୟ ମିଶ୍ରଙ୍କ ଭାଇ ବିନୟ ମିଶ୍ରଙ୍କ ବିରୋଧରେ ଗୋରୁ ଚୋରା ଚାଲାଣ ମାମଲାରେ ସିବିଆଇ ନୋଟିସ ଜାରି କରିଛି। ଏ ନେଇ ସିବିଆଇ ତରଫରୁ ଶନିବାର ଦିନ ସୂଚନା ଦିଆଯାଇଛି। ସିବିଆଇ କହିଛି ଯେ ବିନୟ ମିଶ୍ରଙ୍କ ବିରୋଧରେ ରେଡକ୍ରନର୍ ନୋଟିସ୍ ଜାରି କରିବା ପାଇଁ ଇଣ୍ଟରପୋଲ ସହିତ ଯୋଗାଯୋଗ କରିବାକୁ ଚିନ୍ତା କରାଯାଉଛି। ବିନୟ ମିଶ୍ରଙ୍କୁ ଏପର୍ଯ୍ୟନ୍ତ ତଦନ୍ତ ପରିସର ଭୁକ୍ତ କରାଯାଇ ନାହିଁ। ସିବିଆଇର ଜଣେ ଅଧିକାରୀ କହିଛନ୍ତି, ଟିଏମସି ନେତା ବିନୟ ମିଶ୍ରଙ୍କ ଭାଇ ବିଜୟ ମିଶ୍ରଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି। ସୋମବାର ପଚରାଉଚରା ପାଇଁ ଏଜେନ୍ସି ଦୁଇ ବରିଷ୍ଠ ପୋଲିସ ଅଧିକାରୀ – ଇନ୍ସପେକ୍ଟର ଜେନେରାଲ ଏବଂ ପଶ୍ଚିମବଙ୍ଗର ପୋଲିସ ଅଧୀକ୍ଷକଙ୍କୁ ମଧ୍ୟ ଡକାଇଛି। ସେ କହିଛନ୍ତି ଯେ ବିନୟ ମିଶ୍ର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ପୁତୁରା…
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ଜିଲ୍ଲା ଜଜ ତଥା ତାଙ୍କ ଅଧିନସ୍ଥ କୋର୍ଟ ସମୁହ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ଃ ଏସ ମୁରଲୀଧରନଙ୍କ କରକମଳରେ ଭବାନୀପାଟଣାରେ ଉଦ୍ଘାଟିତ ହେଇ ଯାଇଛି। ଏହି ଅଦାଲତ ସାଧାରଣ ଜନତାଙ୍କ ପାଇଁ ଉଦିଷ୍ଟ ତଥା ନ୍ୟାୟପାଇଁ ଆସୁଥିବା ଲୋକଙ୍କୁ ଅଦାଲତଠାରୁ ନିର୍ଦ୍ଧାରିତ ସମୟରେ ନ୍ୟାୟ ମିଳିବା ଉଚିତ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର କହିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ସଂଜୀବ ପାଣିଗ୍ରାହୀ ତଥା ଜିଲ୍ଲା ଓ ଦୌରା ଜଜ ପ୍ରଦୀପ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କଳାହାଣ୍ଡି ଲେଖକ କଳା ପରିଷଦ ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ, ଜିଲ୍ଲା ଓକିଲ ସଙ୍ଘର ସଭାପତି ନାରାୟଣ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସମ୍ପାଦକ ବଟକୃଷ୍ଣ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୬ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୩୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
କନ୍ଧମାଳ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଂଚଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣ କରି ଆଜି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତକୁ ପିଡୀତାର ବୟାନ, ଡାକ୍ତରୀ ରିପୋର୍ଟ ଏବଂ ସାଖ୍ୟ ପ୍ରମାଣ ଆଧାରରେ ନାବାଳିକାଙ୍କ ଗ୍ରାମର ଅଭିଯୁକ୍ତକୁ ଦୋଷି ସାବ୍ୟସ୍ତ କରିବା ସହିତ ତାକୁ ୧୦ ବର୍ଷ ଜେଲ ଏବଂ ୧୭ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦ୍ୟେ ଅଭିଯୁକ୍ତକୁ ଆଉ ୬ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିର୍ଦ୍ଧେଶ ଦେଇଛନ୍ତି ବିଚାରପତି। ସୂଚନା ଅନୁସାରେ ତା ୧୭.୦୫.୨୦୧୫ ରିଖରେ ବ୍ରାହ୍ମଣୀଗାଁ ଥାନା ଅଂଂଚଳର ଏକ ଗ୍ରାମର ଜଣେ ୧୬ ବର୍ଷର ନାବାଳିକା ଶୌଚ ପାଇଁ ଯାଇ ଫେରୁଥିବାବେଳେ ସେହି ଗ୍ରାମର ଜଣେ ୨୩ ବର୍ଷର ଅଭି୍ୁକ୍ତ ତାକୁ ଏକୁଟିଆ ଦେଖି ନାବାଳିକାର ମୁହଁରେ ଗାମୁଛା ଦେଇ ଜୋରଜବରଦସ୍ତ କରି ନିକାଂଚନ ଯାଗାକୁ ନେଇ…
ଭଦ୍ରକ: ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୧୦ ବଖରା ଘର ସମେତ ଘର ମଧ୍ୟରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ପୂର୍ବ ଶତୃତାକୁ କେନ୍ଦ୍ର କରି କେହି ଘରେ ନିଆଁ ଲଗାଇଥିବା ନେଇ ଉଭୟ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆଜିଠାରୁ ବାଦୀପାଲା ପରିବେଷଣ କରାଯାଉଛି। ବାଦୀପାଲା ମଞ୍ଚ କମିଟି, ବିଧାରପୁର ଏହାକୁ ଆୟୋଜନ କରୁଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶ୍ରୀ ସତ୍ୟନାରାୟଣ ଦେବଙ୍କ କୃପା ଲାଭ କରିବା ପାଇଁ ଲୋକମାନଙ୍କୁ ନିବେଦନ କରାଯାଇଛି। ଏହାକୁ ଆଜିଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ପରିବେଷଣ କରାଯିବ। ଏହି ମଞ୍ଚ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟ ସନ୍ଧ୍ୟା ୬ ଘଟିକା ଠାରୁ ୯ ଟା ୩୦ ମିନିଟ ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ପର୍ଯ୍ୟାୟ ରାତ୍ର ୯ ଟା ୩୦ ମିନିଟରୁ ଆରମ୍ଭ ହୋଇ ୧୧ ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏହି ବାଦୀପାଲା ମଞ୍ଚରେ ଓଡିଶାର ପ୍ରସିଦ୍ଧ ଗାୟକମାନେ ଯୋଗ ଦେଉଛନ୍ତି। ପ୍ରଥମ ଦିନରେ ଓଡିଶାର ପ୍ରସିଦ୍ଧ ଗାୟକ ପ୍ରମୋଦ କୁମାର ସାହୁ ଏବଂ ଗାୟକ ବେଦବାଚସ୍ପତି ବିଚିତ୍ରାନନ୍ଦ ପଣ୍ଡାଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ସୂଚନା ଥାଉ…
ଭୁବନେଶ୍ୱର, ଅଯୋଧ୍ୟାରେ ମର୍ଯ୍ୟଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ନିର୍ମାଣାର୍ଥେ ସାମାଜିକ କର୍ମୀ ତଥା ଯୁବ ଭାଜପା ନେତା ଉମେଶ ଖଣ୍ଡେଲୱାଲଙ୍କ ଦ୍ବାରା ରାମ ଭକ୍ତଙ୍କ ଠାରୁ ୫୧ଲକ୍ଷ ୩୬ ହଜାର ୨୧୭ ଟଙ୍କା ସଂଗୃହିତ ହୋଇଥିଲା। ଏହି ସଂକଳ୍ପର ପ୍ରେରଣାଦାତ୍ରୀ ତଥା ଭାଜପାର ଜାତୀୟ ମୁଖପାତ୍ର ଓ ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପସ୍ଥିତିରେ ନିଧି ସମର୍ପଣ ସମିତିକୁ ଏହି ସଂଗୃହିତ ଅର୍ଥ ହସ୍ତାନ୍ତରିତ କରାଯାଇଛି। ସମାଜସେବୀ ଉମେଶ ଖଣ୍ଡେଲୱାଲଙ୍କ ବାସଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଙ୍କ ମାତା ଉର୍ମିଳା ଖଣ୍ଡେଲୱାଲଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସଂକଳ୍ପ ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଅହରହ ସଂକଳ୍ପ ପଥରେ ଅଗ୍ରସର ହୋଇ ବନ୍ଧୁ ସହୋଦର ଓ ରାମଭକ୍ତ ମାନଙ୍କ ଠାରୁ ସହଯୋଗ ରାଶି ସଂଗ୍ରହରେ ଉମେଶ ଭାଇଙ୍କ ନିଷ୍ଠା ଓ ଏକାଗ୍ରତାର ଭୁରି ଭୁରି ପ୍ରଂଶସା କରିଥିଲେ। ନିଧି ସମର୍ପଣ…
ଭୁବନେଶ୍ୱର, ଫ୍ରାନ୍ସର ରାଷ୍ଟ୍ରଦୂତ ଏମାନୁଏଲ୍ ଲେନାଇନ୍ ଭୁବନେଶ୍ବରରେ ଥିବା କଳାଭୂମି ପରିଦର୍ଶନ କରିଛନ୍ତି । ତାଙ୍କ ସହିତ କୋଲକାତାସ୍ଥିତ ଫ୍ରାନ୍ସ ଦୂତାବାସରେ ଅବସ୍ଥାପିତ କନ୍ସୁଲେଟ୍ ଜେନେରାଲ୍ ର୍ଭିଜିନି କର୍ଟେଭାଲ୍ ଏବଂ ଦୂତାବାସର ଅର୍ଥନୈତିକ ତଥା ବୈଜ୍ଞାନିକ ସହେ୩⁄୪ାଗ ପରାମର୍ଶଦାତା ଏମିଲିଆ କାର୍ଟିଆର୍ ମଧ୍ୟ କଳାଭୂମି ପରିଦର୍ଶନ କରିଥିଲେ । ଅତିଥିମାନେ ସଂଗ୍ରହାଳୟ ପରିସରରେ ପ୍ରଦର୍ଶିତ ହୋଇଥିବାବିଭିନ୍ନ ପ୍ରକାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଭର ପୂର ଉ ପଭୋଗ କରିଥିଲେ । କୋଭିଡ୍-୧୯ ପାଇଁ ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳୀ ପାଳନ କରି କଳାଭୂମି କର୍ମଚାରୀମାନେ ଅତିଥିମାନଙ୍କୁ ସଂଗ୍ରହାଳୟ ପରିଦର୍ଶନରେ ସହାୟତା କରିଥିଲେ । ପରିଦର୍ଶନ ସମୟରେ ଅତିଥିମାନେ ଓଡ଼ିଶାର କାରିଗର ଏବଂବୁଣାକାରମାନଙ୍କ କଳାକୃତିର ଭୂୟସୀ ପ୍ରଶଂସା କରିଥିଲେ ।

