ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ମାନବୀର ଗ୍ରାମରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି।
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୧୯ -୨୦ ବର୍ଷ ପାଇଁ ଓଡିଶା ନ୍ୟାୟିକ ସେବା(ଓଜେଏସ) ପରୀକ୍ଷାର ଫଳାଫଳ ମଙ୍ଗଳବାର ଦିନ ଅପରାହ୍ନରେ ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର କୃଷ୍ଣା ସୁବୁଦ୍ଧି (୨୮) କୃତିତ୍ଵ ଲାଭ କରିଛନ୍ତି। ବାଣପୁର ଏନ.ଏ.ସି ଅନ୍ତର୍ଗତ ବଜାର ସାହିର ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅଭିମନ୍ୟୁ ସୁବୁଦ୍ଧି ଓ ସ୍ୱର୍ଗତା ଲକ୍ଷ୍ମୀ ସୁବୁଦ୍ଧିଙ୍କ ଏକମାତ୍ର ଝିଅ ହେଉଛନ୍ତି କୃଷ୍ଣା। ସେ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ପ୍ରାପ୍ତ କରିଛନ୍ତି। ଏବଂ କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର(ଏଲଏଲଏମ) ହାସିଲ କରିଛନ୍ତି। ପରେ ସେ ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଇ ନ୍ୟାୟିକ ସେବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଗତ ବର୍ଷ ରାଜ୍ୟ ଲୋକସେବା ଆୟୁକ୍ତ ପକ୍ଷରୁ ୫୨ଟି ନ୍ୟାୟିକ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ…
ଭୁବନେଶ୍ୱର: ଜିଓ ବିଜନେସ୍ ପକ୍ଷରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ଲାଗି ଏକ ସମନ୍ୱିତ ସେବା ପ୍ରଦାନ ଆରମ୍ଭ କରାଯାଇଛି। ଏହା ମୂଳତଃ ତିନିଟି ସ୍ତମ୍ଭ ଉପରେ ପର୍ୟ୍ୟବେସିତ, ଯାହମଧ୍ୟରେ ରହିଛିି, ଏଂଟରପ୍ରାଇଜ୍-ମାନ୍ର ଫାଇବର୍ ସଂଯୋଗ ଯାହା ଭଏସ୍ ଓ ଡାଟା ସେବା ପ୍ରଦାନ କରିବ; ଡିଜିଟାଲ୍ ସମାଧାନ ଯାହା ଏଣ୍ଟରପ୍ରାଇଜ୍କୁ ପରିଚାଳନା କରିବା ଏବଂ ସେମାନଙ୍କ ବ୍ୟବସାୟକୁ ବଢ଼ାଇବାରେ ସହାୟକ ହେବ; ଡିଭାଇସ୍ ଯାହା ଏମ୍ଏସ୍ଏମ୍ବି ଗୁଡ଼ିକୁ ଅଗ୍ରଣୀ ଡିଜିଟାଲ୍ ସମାଧାନ ପ୍ରଦାନ କରିବ। ଏହି ଘୋଷଣା ସମ୍ପର୍କରେ ଆକାଶ ଅମ୍ବାନି, ନିର୍ଦ୍ଦେଶକ, ଜିଓ କହିଛନ୍ତି ଯେ, “ଅଣୁ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ସଂସ୍ଥାଗୁଡ଼ିକ ହେଉଛି ଭାରତୀୟ ଅର୍ଥନୀତିର ଭିତିପ୍ରସ୍ତର। ବର୍ତ୍ତମାନ ଏକ ସମନ୍ୱିତ ଡିଜିଟାଲ୍ ସେବା ପ୍ରଦାନ ଏବଂ ଉନ୍ନତ ତଥା ଅତ୍ୟାଧୁନିକ ଏଂଟରପ୍ରାଇଜ୍ ସୁବିଧା ଆପଣାଇବା ପାଇଁ ସୁବିଧା ଓ ଜ୍ଞାନର ଅଭାବ ଥିବାରୁ ସେମାନେ ନିଜ ବ୍ୟବସାୟକୁ ପ୍ରଭାବଶାଳୀ ଢଙ୍ଗରେ ଚଲାଇବା ଲାଗି…
ଢ଼େଙ୍କାନାଳ: ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ଅନ୍ୟତମ ଶୈବପୀଠ ଢ଼େଙ୍କାନାଳର କପିଳାସ ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ ହୋଇଥିବା କରୋନା କଟକଣା ଯୋଗୁଁ ପୀଠକୁ ଦର୍ଶନ କିମ୍ବା ଜାଗର ଜାଳିବା ପାଇଁ ଆସିପାରିବେ ନାହିଁ ଶ୍ରଦ୍ଧାଳୁ। କେବଳ ସେବାୟତ ମାନେ କରୋନା କଟକଣାକୁ ଅନୁପାଳନ କରି ବାବାଙ୍କ ନୀତିକାନ୍ତି ସମାପନ କରିବେ। ସେବାୟତ ମନ୍ଦିର ମଧ୍ୟରେ ସେବା ପୂଜା ବେଳେ ମୁହଁରେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତ୍ୱ ଓ କୋଭିଡ଼୍ କଟକଣାକୁ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ପ୍ରତ୍ୟେକ ବର୍ଷ କପିଳାସ ସ୍ଥିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ଜାଗର ଯାତ୍ରା ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଛୁଟି ଆସିଥାନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଶିବ ଦର୍ଶନ ସାଙ୍ଗକୁ ଜାଗର ଜାଳିବା ପାଇଁ ଏଠାରେ ଭକ୍ତଙ୍କ ଭିଡ଼ ଜମିଥାଏ। ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ କପିଳାସରେ ଜାଗର ଯାତ୍ରା ଫିକା…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୩୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୨ ଲକ୍ଷ ୬୨ ହଜାର ୭୦୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୨୦ ହଜାରରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୮୪ ହଜାର ୫୯୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ମଣିଷ ଜୀବନ କାଳ ମଧ୍ୟରେ ଅନେକ କାର୍ଯ୍ୟ କରିଥାଏ। ହେଲେ କେତେବେଳେ ସଫଳ ହୁଏ କେତେବେଳେ ବିଫଳ ହୁଏ। ହେଲେ ଏହି କାର୍ଯ୍ୟଗୁଡିକରୁ ସଫଳତା ହାସଲ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଭଲ ଉପଦେଶଟିଏ ଦେଇଛନ୍ତି। ସେ କହିଛନ୍ତି ଯେ, ମଣିଷ କୌଣସି କାର୍ଯ୍ୟ କରିବା ବେଳେ ସେ ସିଂହ ଠାରୁ କିଛି ଶିକ୍ଷା ଲାଭ କରିବା ଉଚିତ। ଏହାକୁ ପ୍ରାଞ୍ଜଳ ଭାବେ ଏହା କୁହାଯାଇ ପାରେ ଯେ, ସିଂହ ଯେତେବେଳେ ଶିକାର କରେ ସେତେବେଲେ ସେ ଭାବି ଚିନ୍ତି କରିଥାଏ। ସେ ଶିକାରଟି ଛୋଟ ହେଉ କିମ୍ବା ବଡ। ହେଲେ ଶୀକାର କରିବା ପୂର୍ବରୁ ପ୍ରଥମେ ସିଂହ କିଛି ସମୟ ଛକି କରି ରୁହେ। ଶିକାର କରିବାକୁ ଥିବା ଜନ୍ତୁର ଗତିବିଧିକୁ ସେ ଭଲଭାବେ ନୀରିକ୍ଷଣ କରେ। ସେ ଶିକାର ବେଳେ କେବେ ବି ବ୍ୟସ୍ତ ହୁଏ ନାହିଁ। ସମୟକୁ ଅପେକ୍ଷା କରେ। କିଛି…
ମେଷ- ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ। ଚାକିରିରେ ଶାନ୍ତି ଏବଂ ସୁଖ ରହିବ। ଶାରୀରିକ କଷ୍ଟ ସମ୍ଭବ ହୋଇପାରେ। ଏକ ଅପ୍ରତ୍ୟାଶିତ ଘଟଣାର ସମ୍ଭାବନା ରହିବ। ଅର୍ଥ ଏବଂ ବିଶ୍ରାମ ସମୟ ଯଥେଷ୍ଟ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ବୃଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ । ବିନିଯୋଗରେ ଚତୁରତାର ସହ କାର୍ଯ୍ୟ କରନ୍ତୁ। ନୂତନ ଚାକିରି କରିବାକୁ ସକ୍ଷମ ହେବେ । ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ…
କୁମ୍ଭ – ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରାରେ ଉପକୃତ ହେବେ । ଅପ୍ରତ୍ୟାଶିତ ଲାଭ ହୋଇପାରେ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ମୀନ-ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ହାତ ଟାଣ ହୋଇଯିବ । ଜଣେ ବ୍ୟକ୍ତିଙ୍କ ସହିତ ଅଯଥାରେ ବିବାଦ ହୋଇପାରେ । ଚିନ୍ତା ଏବଂ ଟେନସନ ରହିବ । ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣଙ୍କର ହୃଦୟ ବିଷୟରେ କାହାକୁ କୁହନ୍ତୁ ନାହିଁ ।
ଧନୁ- ଦାୟିତ୍ୱବୋଧ ବୃଦ୍ଧି ପାଇବ । ଭାବିବା ପରେ ସଫଳତା ମିଳିବ । ସୁଯୋଗକୁ ହାତ ଛଡା କରିବାକୁ ଦିଅନ୍ତୁ ନାହିଁ । ପୁନରୁଦ୍ଧାର ପାଇଁ ଦାୟିତ୍ବ ବଢିବ । ବ୍ୟବସାୟ ଯାତ୍ରା ସଫଳ ହେବ । ବ୍ୟବସାୟ ଭଲ କରିବ । ଖୁସି ହେବେ । ମକର- କୈଣସି ଆଇନଗତ କ୍ରମରେ ପଡ଼ନ୍ତୁ ନାହିଁ । କଥାବାର୍ତ୍ତା ଉପରେ ସଂଯମତା ରଖନ୍ତୁ। ମସ୍ତିଷ୍କ ଯନ୍ତ୍ରଣା ହୋଇପାରେ । ଦୂରରୁ ସୁସମାଚାର ଗ୍ରହଣ କରାଯିବ । ଅତିଥିମାନେ ଘରେ ପହଞ୍ଚିବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ।
ତୂଳା- ଶାରୀରିକ ଯନ୍ତ୍ରଣା ସମ୍ଭବ । ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ । ଆରାମ ଉପାୟରେ ଖର୍ଚ୍ଚ ହେବ । ଲେଖା ଏବଂ ପଢିବାରେ ସମୟ ଅତିବାହିତ ହୋଇପାରେ । ସଫଳତା ପାଇବେ । ଭ୍ରମଣ ଚିତ୍ତାକର୍ଷକ ହୋଇପାରେ । ବିଛା- କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିପାରେ । ଜଣେ ବ୍ୟକ୍ତିଙ୍କ ସହିତ ଅନାବଶ୍ୟକ ବିବାଦ ସମ୍ଭବ । ଦୁଃଖ ରହିବ। ମନରେ ଏକ ଦ୍ୱନ୍ଦ୍ୱ ଦେଖାଯିବ । ଦୁଃଖଦ ଖବର ଦୂରରୁ ଆସିପାରେ। ଆବଶ୍ୟକ ଜିନିଷ ନିଖୋଜ ହୋଇପାରେ।
ସିଂହ- ଶତ୍ରୁତା ବଢି ପାରେ । କଥାବାର୍ତ୍ତାରେ ନିୟନ୍ତ୍ରଣ ଆବଶ୍ୟକ । କୁମାରୀମାନଙ୍କ ପାଇଁ ବୈବାହିକ ପ୍ରସ୍ତାବ ଆସିପାରେ । ଶାରୀରିକ ସମସ୍ୟା ହୋଇପାରେ । କୋର୍ଟ କାର୍ଯ୍ୟରେ ସୁସଙ୍ଗତତା ରହିବ । ଲାଭ ସୁଯୋଗ ବୃଦ୍ଧି ପାଇବ । କନ୍ୟା- ଛୋଟ ପରିବାର ସଦସ୍ୟ ଅଧ୍ୟୟନ ପାଇଁ ଚିନ୍ତିତ ହୋଇପାରନ୍ତି । ଦୁଷ୍ଟମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇପାରେ । ଏକ ବ୍ୟବସାୟ ବଡ ଡିଲ୍ ବହୁତ ଲାଭ ଦେଇପାରେ । ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ସେୟାର ବଜାର ଲାଭଦାୟକ ହେବ । ତତ୍ପରତା ନାହିଁ।
ମିଥୁନ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇପାରିବେ । କୋର୍ଟ କାର୍ଯ୍ୟରେ ସଫଳତା ହାସଲ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ ଲାଭଦାୟକ ହେବ, ହେଲେ ସାବଧାନ ରୁହନ୍ତୁ। କର୍କଟ- ଯାନ, ଯନ୍ତ୍ର ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ଶାରୀରିକ କ୍ଷତି ଏବଂ ଯନ୍ତ୍ରଣା ସମ୍ଭବ । ପୁରୁଣା ରୋଗ ପାଇଁ ଖର୍ଚ୍ଚ ହେବ । ନିଜ ନିଜ ବ୍ୟକ୍ତିଙ୍କ ସହିତ ଏକ ବିବାଦୀୟ ପରିସ୍ଥିତ ସୃଷ୍ଟି ହୋଇପାରେ।
ମେଷ-ବକେୟା ରାଶି ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ । ଲାଭ ସୁଯୋଗ ଆସିବ । ବ୍ୟବସାୟ କାର୍ଯ୍ୟ ଅନୁକୂଳ ଲାଭ ପ୍ରଦାନ କରିବ । ଚାକିରିରେ ଶାନ୍ତି ଏବଂ ସୁଖ ରହିବ । ବୃଷ- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ । କାର୍ଯ୍ୟ ପ୍ରଣାଳୀରେ ଉନ୍ନତି ହେବ। ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ସମ୍ମାନ ପାଇବେ । ନୂତନ ବ୍ୟବସାୟ ଚୁକ୍ତି ହୋଇପାରେ । ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ । ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ ।
ନୂଆଦିଲ୍ଲୀ, ଆପଣ ବହୁତ ଖୁସି ହୋଇପାରନ୍ତି। ଆପଣ ବନ୍ଧୁ କିମ୍ବା ଅଫିସରେ କାହା ପାଇଁ ନିଜକୁ ବହୁତ ସାହାଯ୍ୟକାରୀ ବୋଲି ପ୍ରମାଣ କରିପାରିବେ। ବନ୍ଧୁ କିମ୍ବା ଗୁରୁଜନମାନଙ୍କଠାରୁ କୈଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ପରାମର୍ଶ ନିଅନ୍ତୁ। ଅତିରିକ୍ତ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ। ଅଫିସରେ ପଦୋନ୍ନତି ହେବାର ସମ୍ଭାବନା ଅଛି। ଆପଣଙ୍କ କାମ ପାଇଁ ଆପଣ ମଧ୍ୟ ପ୍ରଶଂସିତ ହୋଇପାରିବ। ବେରୋଜଗାର ଲୋକଙ୍କ ପାଇଁ ଏହି ସମୟ ବହୁତ ଭଲ ହେବ। ସଫଳତାର ଅନେକ ନୂଆ ସମ୍ଭାବନା ମିଳିପାରେ। ପରିବାର ସଦସ୍ୟମାନେ କାର୍ଯ୍ୟରେ ସାହାଯ୍ୟ ପାଇପାରିବେ। ଭାଇମାନଙ୍କ ସହିତ ସମ୍ପର୍କ ମଜବୁତ ରହିବ। ଏହିପରି ଭାବରେ, ଶନି ଦେବ, ବୃଷ, କର୍କଟ, ବିଛା, ମକର ରାଶି ଏବଂ କୁମ୍ଭ ରାଶିର ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ବଦଳିଯିବ।
ଭୁବନେଶ୍ୱର, ଭୁବନେଶ୍ୱରସ୍ଥିତ ତିନି ନମ୍ବର ଇଡ଼୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ୫ ଦିନିଆ ଏମ୍ଏସ୍ଏମ୍ଇ ବାଣିଜ୍ୟ ମେଳା ଉଦ୍ଯାପିତ ହୋଇଯାଇଛି। ଶେଷଦିନରେ ଶିଳ୍ପପୁଂଜ ଆଭିମୁଖ୍ୟ ନେଇ ଏମ୍ଏସ୍ଏମ୍ଇ କ୍ଷେତ୍ରର ବିକାଶ ଶୀର୍ଷକ ଆଲୋଚନା ଚକ୍ର ବାଣିଜ୍ୟ ମେଳା ପରିସରରେ ଅବସ୍ଥିତ ସେମନାର ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ରେଘୁ ଜି. ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ଶିଳ୍ପପୁଂଜ ଗୋଟିଏ ସ୍ଥାନରେ ହେବା ଦ୍ୱାରା ଏମ୍ଏସ୍ଏମ୍ଇ ଉଦ୍ୟୋଗର କିପରି ବିକାଶ ହୋଇପାରିବ ସେ ବିଷୟରେ ସୂଚନା ଦେଇଥିଲେ। ବରଗଡ଼ ରାଇସ୍ ମିଲ୍ କ୍ଲଷ୍ଟରର ଶ୍ରୀ ରୋହିତ ସିଂଘଲ ତାଙ୍କ ଶିଳ୍ପପୁଂଜର ସଫଳ କାହାଣୀ କହିଥିଲେ। ବରଗଡ଼ରେ ଦେଶର ପ୍ରଥମ ଇଥାନଲ୍ ମିଲ୍ କ୍ଲଷ୍ଟର ୧୪ କୋଟି ଟଙ୍କା ପୁଂଜି ବିନିଯୋଗରେ ପ୍ରତିଷ୍ଠା କରାଯାଉଛି ବୋଲି ସେ ସୂଚନା ଦେଇଥିଲେ। ପିପିଲି କତା କ୍ଲଷ୍ଟରର ଉଦ୍ୟୋଗୀ ଶ୍ରୀ କାଶୀନାଥ ଜେନା ତାଙ୍କ ଉଦ୍ୟୋଗର ସଫଳ କାହାଣୀ ବର୍ଣ୍ଣନା କରିଥିଲେ। ତାଙ୍କର ଉତ୍ପାଦିତ…
ନୂଆଦିଲ୍ଲୀ/ଭୁବନେଶ୍ୱର: ପାରାଦୀପ ପ୍ଲାଷ୍ଟିକ୍ ପାର୍କର ବିକାଶ ପାଇଁ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟକଚର ଡେଭଲପମେଂଟ୍ କର୍ପୋରେସନ(ଇଡକୋ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ନିର୍ମାଣ ହେବାକୁ ଥିବା ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ସମ୍ଭାବନା ଆଣିବ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟ ସରକାର ସଂଘୀୟ ଢାଂଚାରେ କେନ୍ଦ୍ର ସରକାରଙ୍କ ସହଯୋଗ ତଥା ନିଜ ଦାୟିତ୍ୱ ନେଇ ପୂରଣ କଲେ ଓଡିଶାର ସର୍ବାଙ୍ଗୀନ ବିକାଶ ହେବ। ସେହିପରି ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଓଡିଶାରେ ଯୁବକ ଯୁବତୀଙ୍କ ରୋଜଗାର ପାଇଁ ଶିଳ୍ପାୟନର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ରାଜ୍ୟ ସରକାରଙ୍କ ଠାରୁ ପାରାଦୀପ ବିଶୋଧନାଗରର ସମ୍ପ୍ରସାରଣ, ଟେକ୍ସଟାଇଲ ଶିଳ୍ପ ସ୍ଥାପନ ତଥା…
ଭୁବନେଶ୍ୱର: ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସ ଏବଂ ସଫଳତା ହାସଲ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଆଗାମୀ ଦିନରେ ସମସ୍ତଙ୍କର ଆହୁରି ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
ଭୁବନେଶ୍ୱର: ଭୁବନେଶ୍ୱରରେ ବେଆଇନ୍ ଭାବେ ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବୃଦ୍ଧିର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଙ୍ଗଳବାର ଦିନ ମଧ୍ୟ ଭୁବନେଶ୍ୱର ବଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ପର୍ଯ୍ୟନ୍ତ ଯାଇଥିଲା ଏବଂ ସେଠାରେ ରାସ୍ତା ଉପରେ ବସି କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଏମ୍ସି କମିଶନର ଏବଂ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଭୁବନେଶ୍ୱର ବାସିନ୍ଦା ୨୨ ବର୍ଷ ଧରି ନବୀନ ସରକାରକୁ ସମର୍ଥନ କରୁଛନ୍ତି। ମାତ୍ର ପ୍ରତିବଦଳରେ ନବୀନ ବାବୁ ଭୁବନେଶ୍ୱର ବାସିନ୍ଦାଙ୍କ ତଂଟି ଚିପି ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ଆଦାୟ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏହା ପୂର୍ବ ଦେୟର ଦଶଗୁଣରୁ ଅଧିକ। ସ୍ଥଳ ବିଶେଷରେ…
ଭୁବନେଶ୍ୱର: ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୮ ଜଣଙ୍କୁ ଗିରଫ ଜବତ କରା ଯାଇଛି। ୮୦୦ ବାହନକୁ ଜବତ କରା ଯାଇଛି। ଏହି ସମୟ ମଧ୍ୟରେ ୨୧,୭୪,୮୫୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି।
କୋରାଇ: ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଯାଜପୁର ଏସପି ରାହୁଲ ପିଆର ଏକ ପ୍ରେସମିଟରେ କାଳିଆପାଣି ଗଣ ଦୁର୍ଷ୍କମ ନେଇ ସୂଚନା ଦେଇଛନ୍ତି। ଗତ ୭ ତାରିଖ ଶିକ୍ଷା ବୃତି ପାଇଁ ଯାଇଥିବା ଜଣେ ଆଦିବାସୀ ନାବଳିକା ଗଣ ଦୁର୍ଷ୍କମର ଶିକାର ହେବା ସହ ଉଲଗ୍ନ ହୋଇ ରାସ୍ତାରେ ଦୌଡି ଜଣଙ୍କ ଘରେ ଆଶ୍ରୟ ନେବା ଘଟଣା ଜାଣିବା ପରେ କାଳିଆପାଣି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। କାଳିଆପାଣି ଥାନାଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଘଟଣାର ୪ଜଣ ଅଭିଯୁକ୍ତଙ୍କୁ ଠାବ କରାଯାଇଥିଲା। ସେମାନଙ୍କୁ ଥାନାକୁ ଆଣିବା ପରେ କୋର୍ଟର୍ ଚାଲାଣ କରାଯାଇଛି। ସାଇଂଟିଫିକ ଟିକ ଘଟଣାସ୍ଥଳେ ଅନୁସନ୍ଧାନ କରିଛନ୍ତି। ଏନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଥିଲେ।
ବାରିପଦା: ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୮, ବଡ଼ବଜାର ଅଂଚଳର ଲିପନ ଓରଫ ଅନନ୍ତ କୁମାର ରଣା(୩୧) ବାରିପଦା ପୌରପରିଷଦର ଜନୈକ ଯୁବତୀକୁ ପ୍ରଥମେ ଭଲ ପାଇ ବସିଥିଲା। ଏହାପରେ ୨୦୨୦ ଡ଼ିସେମ୍ବରଠାରୁ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀ ଜଣକ ଉଠାଇଥିବା ୭୦ ହଜାର ଟଙ୍କା ଗ୍ରୁପ ଲୋନ ହାତେଇ ନେବା ସାଙ୍ଗକୁ ପିନ୍ଧିଥିବା ସୁନା କାନଫୁଲ ଆଦି ନେଇଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଅନନ୍ତ କୁମାର ରଣାଙ୍କ ସମ୍ମୁଖରେ ଯୁବତୀ ଜଣକ ବିବାହ ପ୍ରସଙ୍ଗ ଉପସ୍ଥାପନ କରିବା ପରେ ଅନନ୍ତ ପ୍ରଥମେ ପ୍ରଥମେ ବିବାହକୁ ଟାଳି ଆସୁଥିଲା। ମାତ୍ର ଯୁବତୀ ଜଣକ ବିବାହକୁ ନେଇ ଅଡ଼ିବସିବାରୁ ଅଭିଯୁକ୍ତ ଅନନ୍ତ ତାଙ୍କୁ କାହିଁକି ବିବାହ କରିବ ବୋଲି ପ୍ରଶ୍ନ କରିବା ସାଙ୍ଗକୁ ଅଶାଳୀନ ଓ କଟୁ ଶବ୍ଦରେ ଗାଳିଗୁଲଜ କରିଥିଲା। ଏଥି ସହିତ ଅନନ୍ତ ନିଜ ମୋବାଇଲରେ ରଖିଥିବା ଯୁବତୀର କେତେକ ଫଟୋକୁ ଭାଇରାଲ କରିଦେବାର ଧମକ ଦେଇଥିଲା। ଏଥି ସହିତ…

