Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚିକିଟି ଅବକାରୀ ଅଂଚଳରେ ଏକ ନକଲି ମଦ କାରଖାନା ଉପରେ ଚଢ଼ାଉ ହୋଇ ବିପୁଳ ନକଲି ମଦ ଜବତ ସହ ଅନ୍ୟାନ୍ୟ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି। ଆଜି ଚିକିଟି ଓଆଇସି, ଗୋଳନ୍ଥରା ଓଆଇସି ମିଳିତ ଭାବେ ବରଡ଼ା ଗ୍ରାମରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସେଠାରେ ଏକ ନକଲି ମଦ କାରଖାନା ଚାଲିଥିବା ଜଣାପଡ଼ିଥିଲା। ନକଲି ମଦ ପ୍ରସ୍ତୁତି ଅଭିଯୋଗରେ ଗ୍ରାମର ଏନ୍‌. ତୁଳସେୟା ରେଡ଼ିକୁ ଗିରଫ କରାଯାଇଥିଲା। ସେଠାରୁ ୭୧.୪୬୦ ଲିଟର ବିଦେଶୀ ମଦ ସହ ୭.୩୮୦ ବିଏର ନକଲି ମଦ, ୧୭.୨୮୦ ବିଦେଶୀ ମଦ ଏବଂ ୪୬.୮୦୦ ଲିଟର ବିଏର ଜବତ ହୋଇଛି। ଚିକିଟି ଅବକାରୀ ବିଭାଗ ପକ୍ଷରୁ ୮୦/୨୧ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟଚାଲଣ କରାଯାଇଛି। ସେହିପରି ଅବକାରୀ ବିଭାଗ ପକ୍ଷରୁ ପାକଲାପଲ୍ଲୀ, ଗଣ୍ଡାପଲ୍ଲୀ, ଜଗନ୍ନାଥପୁର ଏରୋଗଲା କେମ୍ପ ଉପରେ ଚଢ଼ାଉ ହୋଇ ୫୦୦୦ ଲିଟର ପୋଚ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ଦୁଃଖଦ ଘଟଣାକ୍ରମେ ଆମ୍ବୁଲାନସ ଧକ୍କାରେ ଜଣେ ନାବାଳିକା ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ରୁ ପାରଳାଖେମୁଣ୍ଡି ଆଡ଼କୁ ଯାଉଥିବା ଏକ ଆମ୍ବୁଲାନସ ଗୋଷାଣୀ ବ୍ଲକ୍ ଅନ୍ତର୍ଗତ କତଲକଇଠା ଗ୍ରାମ ନିକଟରେ ୧୦ ବର୍ଷର ନାବାଳିକା ଝିଅ ବି. ଲକ୍ଷ୍ମୀ ଉପରେ ଚଢ଼ି ଯାଇଥିଲା। ଆମ୍ବୁଲାନସ ଟି ଚଢ଼ିଯିବା ଫଳରେ ଘଟଣା ସ୍ଥଳରେ ହିଁ ଝିଅଟିର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ରାସ୍ତାରୋକ ଯୋଗୁଁ ପାରଳାଖେମୁଣ୍ଡି-ମୋହନା ରାସ୍ତାରେ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୀର୍ଘ ୧୮ ବର୍ଷ ପରେ ଜଣେ ହତ୍ୟା ଅଭିଯୁକ୍ତକୁ ପୁରୁଷୋତ୍ତମପୁର ପୋଲିସ୍ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶର୍ଗୁଣାପଲ୍ଲୀ ଗ୍ରାମର ଛଇଳ ନାହାକ। ଘଟଣାରୁ ପ୍ରକାଶ ଯେ ଗତ ୨୧.୪.୨୦୦୨ ମସିହାରେ ଜମିଜମାକୁ କେନ୍ଦ୍ର କରି ଛଇଳ ନାହାକ ଏବଂ ଅନ୍ୟ ତିନିଜଣ ଅଭିଯୁକ୍ତ ଗ୍ରାମର ଶଙ୍କର ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରିଥିଲେ। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଗିରଫ ହୋଇଯାଇଥିବାବେଳେ ଚଇଳ ସେହି ଦିନଠାରୁ ଫେରାର୍ ହୋଇଯାଇଥିଲା। ବହୁସ୍ଥଳରେ ଖୋଜାଖୋଜି କରିବା ପରେ ମଧ୍ୟ ତାହାର କୌଣସି ପତ୍ତା ମିଳିନଥିବାବେଳେ କୌଣସି ସୂତ୍ରରୁ ସେ ଗ୍ରାମରେ ଥିବା ପୋଲିସ୍ ଖବରପାଇ ଛଇଳକୁ ଗିରଫ କରିଛି। ଥାନା କେସ ନଂ ୫୧/୨୧.୨.୨୦୦୨, ୟୁ/ଏସ୍ ୧୧୪/୩୨୩/୩୦୨/୩୪ ଆଇପିସିରେ କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ଜଗନ୍ନାଥ ମଲିକ ସୂଚନା ଦେଇଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମର ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଯୁବକ ଜଣକ ବ୍ରହ୍ମପୁର ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ ବନ୍ଥପଲ୍ଲୀ ଗ୍ରାମର ଦୁଇଭାଇ କଂଗାରୁ ଭୂୟାଁ ଏବଂ କାଳିଆ ଭୂୟାଁ ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରିଥିଲେ। ହତ୍ୟା ଅଭିଯୋଗରେ ଉଭୟ ଭାଇ ବର୍ତ୍ତମାନ ଜେଲ୍‌ରେ ଥିବାବେଳେ ହତ୍ୟାର ଶିକାର ହୋଇଥିବା ଗୋଷ୍ଠୀର ଯୁବକମାନେ ଆଜି କଂଗୁରୁ ଏବଂ କାଳିଆର ସାନ ଭାଇ ପଞ୍ଚୁ ଭୂୟାଁଙ୍କୁ ଆକ୍ରମଣ କରିଥିଲେ। ପଞ୍ଚୁ ରବିବାର ସକାଳେ ଗ୍ରାମ ନିକଟ ସାପୁଆ ନାଳକୁ ଗାଧେଇବାକୁ ଯାଇଥିବାବେଳେ ୮ ଜଣ ଦୁବୃର୍ତ୍ତ ଧାରୁଆ ଅସ୍ତ୍ର ସାହାଯ୍ୟରେ ଚୋଟ ଉପରେ ଚୋଟ ପକାଇଥିଲେ। ଗୁରୁତର ଅବସ୍ଥାରେ ପଞ୍ଚୁକୁ ବ୍ରହ୍ମପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଦିଗପହଣ୍ଡି ଥାନାଧିକାରୀ ବସନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Read More

ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଜିନିଷରୁ ଲୋକଙ୍କୁ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ମିଳିଥାଏ। ଏହି ଶକ୍ତି ଲୋକଙ୍କ ସଫଳତା ଉପରେ ବହୁତ ପ୍ରଭାବ ପଡ଼ିପାରେ। ବହୁତ ସମୟରେ କଠିନ ପରିଶ୍ରମ କଲେ ମଧ୍ୟ ଅନେକ ଲୋକ ସଫଳ ହୋଇପାରନ୍ତି ନାହିଁ। ବାସ୍ତୁ ଦୋଷ କାରଣରୁ ଏଭଳି ହୋଇପାରେ। ଅଳ୍ପ କିଛି ପରିବର୍ତ୍ତନ କରି ଘରୁ ବାସ୍ତୁ ଦୋଷ ଦୂର କରାଯାଇପାରିବ। ୧- ଘରର ଏହି ଦିଗରେ ରଖନ୍ତୁ ମନ୍ଦିର: ବାସ୍ତୁ ଶାସ୍ତ୍ରରେ କୁହା ଯାଇଛି କି, ଘର ମନ୍ଦିର ପାଇଁ ସବୁଠାରୁ ଭଲ ଦିଗ ହେଉଛି ଈଶାଣ କୋଣ। ଘରର ମନ୍ଦିର ଉତ୍ତର ଦିଗରେ ରହିବା ଉଚିତ। ଏହା ସହିତ ମନ୍ଦିରକୁ ଅଳ୍ପ ଉଚ୍ଚତାରେ ରଖିବା ଆବଶ୍ୟକ। ୨- ଘଣ୍ଟାର ଦିଗ: ଘଣ୍ଟା ସବୁବେଳେ ଠିକ ସମୟ ଦେଖାଇଥାଏ । କିନ୍ତୁ ତାକୁ ଠିକ ଦିଗରେ ନରଖିଲେ ଘରର ଆର୍ଥିକ ସଙ୍କଟ ଦେଖାଯାଏ। ବାସ୍ତୁ ଅନୁସାରେ ଘଣ୍ଟାକୁ ଘରର ପଶ୍ଚିମ ଏବଂ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୪, ସୁନ୍ଦରଗଡରୁ ୧୩, ବାଲେଶ୍ବରରୁ ୧୨, ଖୋର୍ଦ୍ଧାରୁ ୧୧, ଭଦ୍ରକରୁ ୯, ଯାଜପୁରରୁ ୫, ଝାରସୁଗୁଡାରୁ ୪, ରାୟଗଡାରୁ ୪, କେନ୍ଦୁଝରରୁ ୩, ମୟୂରଭଞ୍ଜରୁ ୩, ପୁରୀରୁ ୩, ଦେବଗଡରୁ ୨, ଅନୁଗୁଳରୁ ୧, ବଲାଙ୍ଗୀରିରୁ ୧, ବୌଦ୍ଧରୁ ୧, କଟକରୁ ୧, କଳାହାଣ୍ଡିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୬୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୯୨ କୁ ବୃଦ୍ଧି ହୋଇଛି। ତେବେ ୫୬୧ ଆକ୍ରାନ୍ତ ବର୍ତ୍ତମାନ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଚିଲିକା ବ୍ଲକ୍ ଅନ୍ତର୍ଗତ ଇଞ୍ଜନପୁରସ୍ଥିତ ଚିଲିକା ମଧ୍ୟଇଂରାଜୀ ବିଦ୍ୟାଳୟରେ ୧୯୮୪ ମସିହା ବାଲୁଗାଁ ଉଚ୍ଚବିଦ୍ୟାଳୟର ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୭ ବର୍ଷ ବ୍ୟବଧାନ ପରେ ଭାରତୀୟ ନୌସେନା କମାଣ୍ଡର ତପନ କୁମାର ସାହୁଙ୍କ ପୌରହିତ୍ୟରେ ଅତୀତ ସାଥିସାଙ୍ଗମାନଙ୍କୁ ବିଭିନ୍ନ ପ୍ରାନ୍ତରରୁ ଯୋଗାଯୋଗ କରି ଅଭୁଲା ସ୍ମୃତିକୁ ଉଜ୍ଜୀବିତ କରିବା ତଥା କର୍ମମୟ ଜୀବନ ଭିତରେ ନିଜ ନିଜର ଭାବବିହୋଳତାକୁ ଉପସ୍ଥାପନା କରି ଆଜି ପୂର୍ବାହ୍ନରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ନାୟକ, ସମ୍ମାନିତ ଅତିଥି ଭାବେ ତତ୍‌କାଳୀନ ପ୍ରଧାନଶିକ୍ଷକ ସୁବାସ ପ୍ରଧାନ ଯୋଗ ଦେଇଥିଲେ। ଅତିଥିମାନଙ୍କୁ ଉପଢ଼ୌକନ ଦେଇ ସ୍ୱାଗତ କରିବା ସହ ବିଗତ ଛାତ୍ରଜୀବନ ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା କରାଯାଇଥିଲା। ଯାହାକି ନିଜର କର୍ତ୍ତବ୍ୟନିଷ୍ଠା ତଥା ସମାଜସେବୀର ପରିଚୟ ସୃଷ୍ଟି କରିପାରି ସମ୍ପୃକ୍ତି ଅଞ୍ଚଳରେ ବିକାଶଧାରା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।…

Read More

ଭୁବନେଶ୍ବର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି’ ଦ୍ଵାରା ଦେଶ ବ୍ୟାପୀ ଅର୍ଥ ସଂଗ୍ରହ କରାଯାଉଛି। ଓଡିଶାରେ ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରାଯାଇଥିଲା। ତେବେ ଓଡିଶାରୁ ରାମ ମନ୍ଦିର ନିର୍ମାଣ ପାଇଁ ୪୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ସଂଗ୍ରହ ହୋଇଛି। ମକର ସଙ୍କ୍ରାନ୍ତି ଠାରୁ ମାଘ ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋଇଥିବା ଅର୍ଥ ସଂଗ୍ରହରେ ମୋଟ ୪୨ କୋଟି ୩ ଲକ୍ଷ ୭ ହଜାର ୬୬ ଟଙ୍କା ସଂଗ୍ରହ ହୋଇଛି। ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଏନେଇ ଖୁସି ବ୍ୟକ୍ତ କରିବା ସହ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛି।

Read More

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟି-୨୦ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳରେ ଦୁଇଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି। ଶିଖର ଧବନ ଏବଂ ଅକ୍ଷର ପଟେଲକୁ ପ୍ଲେଇଙ୍ଗ ଏକାଦେଶରେ ସାମିଲ କରାଯାଇ ନାହିଁ। ଧବନଙ୍କ ସ୍ଥାନରେ ଇଶାନ କିଶନ ଏବଂ ଅକ୍ଷରଙ୍କ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବଙ୍କୁ ସୁଯୋଗ ଦିଆଯାଇଛି। ଏହି ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ ରେ ଆଗୁଆ ଅଛି। ପ୍ରଥମ ମ୍ୟାଚରେ ଭାରତକୁ ୮ ୱିକେଟରେ ଇଂଲଣ୍ଡ ପରାସ୍ତ କରିଥିଲା।

Read More

ନୂଆଦିଲ୍ଲୀ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,  ସକାଳୁ ଉଠିବା ପରେ କୌଣସି ଖରାପ ଜିନିଷ ଦେଖିବା ଉଚିତ୍ ନୁହେଁ। ଅନ୍ୟଥା, ଦିନସାରା ଆପଣଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ଜାରି ରହିବ। ଏହା ଆପଣଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଶୁଭ କାର୍ଯ୍ୟ କରିବା ଏବଂ ସକାଳେ ଭଲ ଜିନିଷ ଦେଖିବାର ପରମ୍ପରା ଆମର ରହିଛି। ଆପଣ ସକାଳୁ ଉଠିବା ପରେ ଅଶୁଭ ଜିନିଷ ଦେଖିବା ଠାରୁ ଦୂରେଇ ରହିବା ଉଚିତ୍। ବିଶ୍ୱାସ ଅନୁଯାୟୀ, ସକାଳୁ ଉଠିବା ପରେ ପ୍ରଥମେ ଦର୍ପଣ ଦେଖିବା ଅଶୁଭ ବୋଲି ବିବେଚନା କରାଯାଏ। ସେଥିପାଇଁ,ବାସ୍ତୁ ଅନୁଯାୟୀ, ଶୟନ କକ୍ଷରେ ଦର୍ପଣ ସ୍ଥାପନ କରିବା ନିଷେଧ ରହିଛି। ସକାଳେ ଦର୍ପଣକୁ ଦେଖିବା ଦ୍ୱାରା ଚିନ୍ତାଧାରାରେ ନକାରାତ୍ମକତା ବଢିପାରେ। ଯଦି ବିଛଣା ସାମ୍ନାରେ ଏକ ଦର୍ପଣ ରହିଛି, ତେବେ ଶୋଇବା ପୂର୍ବରୁ ଏହାକୁ ଘୋଡାଇବା ଉଚିତ। ସକାଳେ ଉଠିବା ପରେ କାହାର ଛାଇ ଦେଖିବା ଠାରୁ ମଧ୍ୟ ଦୂରେଇ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ୮ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୭୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ: ଏନଟିଏ ମାର୍ଚ୍ଚ ୨୦୨୧ରେ ହେବାକୁ ଥିବା ଜେଇଇ(ମେନ୍ସ) ପରୀକ୍ଷା ତାରିଖରେ ପରିବର୍ତ୍ତନ କରିଛି। ପୂର୍ବରୁ ଏହି ପରୀକ୍ଷା ୧୫ ମାର୍ଚ୍ଚରୁ ଆରମ୍ଭ ହେବାର ଥିଲା। ଏନଟିଏ ଅନୁଯାୟୀ, ଏବେ ଜେଇଇ ମେନ ପରୀକ୍ଷା ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଦେଶ ଏବଂ ବିଦେଶରେ ୩୩୧ ସହରର ବିଭିନ୍ନ କେନ୍ଦ୍ରରେ ଆୟୋଜନ କରାଯିବ। ଗତ ସପ୍ତାହରେ ଏହି ପରୀକ୍ଷା ପାଇଁ ଆଡ୍ମିଟ କାର୍ଡଏନଟିଏ ପୂର୍ବରୁ ଜାରି କରିସାରିଛି। ଆଡ୍ମିଟ କାର୍ଡକୁ ବ୍ୟବହାର କରିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଅଫିସିଆଲ ୱେବସାଇଟ jeemain.nta.nic.in କୁ ଯାଇ ଆବେଦନ ସଂଖ୍ୟା ଏବଂ ଜନ୍ମ ତାରିଖରେ ଲଗ ଇନ କରି ନିଜର ଆଡ୍ମିଟ କାର୍ଡ ଡ଼ାଉନଲୋଡ଼ କରିପାରିବେ। ଉଲ୍ଲେଖ ଯୋଗ୍ୟ ଯେ, ଜେଇଇ ମେନ ପରୀକ୍ଷା ପୂର୍ବରୁ ୪ ଦିନ ପାଇଁ ଆୟୋଜନ କରାଯାଇଥିଲା। କିନ୍ତୁ ଏବେ ଏହା ତିନି ଦିନ ପାଇଁ ଆୟୋଜନ କରାଯାଇଛି। ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ଟେଷ୍ଟ…

Read More

ପାଟଣା: ବିହାରରେ ଆରଏଲଏସପି ଅଧ୍ୟକ୍ଷ ଉପେନ୍ଦ୍ର କୁଶବାହ ଆଜି ନିଜ ଦଳର ସମସ୍ତ ନେତାଙ୍କ ସହ ଜେଡ଼ିୟୁରେ ବିଲୀନ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଉପସ୍ଥିତି ଥିଲେ। ତାଙ୍କ ଦଳ ଜେଡ଼ିୟୁରେ ବିଲୀନ ହେବା ପାଇଁ କୌଣସି ସର୍ତ୍ତ ରଖି ନାହାନ୍ତି ବୋଲି ଉପେନ୍ଦ୍ର କୁଶବାହ କହିଛନ୍ତି। ହେଲେ ନିତୀଶ ପୁରସ୍କାର ସ୍ୱରୂପ ତାଙ୍କୁ ରାଷ୍ଟ୍ରୀୟ ସଂସଦୀୟ ବୋର୍ଡର ଅଧ୍ୟକ୍ଷ ପଦବୀରେ ନିଯୁକ୍ତ କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିଛନ୍ତି ଯେ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ଅଧ୍ୟକ୍ଷ ଉପେନ୍ଦ୍ର କୁଶବାହଙ୍କ ସହ ଏନେଇ ବହୁ ସମୟ ଧରି ଆଲୋଚନା ଜାରି ରହିଥିଲା। ଯେତେବେଳେ ଏହି ଆଲୋଚନା ଉପରେ ଦଳର ନେତାମାନଙ୍କୁ ଅବଗତ କରାଗଲା, ସେତେବେଳେ ଦଳର ସମସ୍ତ ନେତା ସନ୍ତୋଷ ବ୍ୟକ୍ତ କଲେ। ଯାହା ଫଳରେ ଏହି ନିଷ୍ପତ୍ତି ନିଆଗଲା। ତେଣୁ ଆଜି ଦୁଇ ଦଳ ଏକ ହୋଇଛନ୍ତି ବୋଲି ନିତୀଶ କହିଛନ୍ତି।

Read More

ନୂଆଦିଲ୍ଲୀ: ସଡକ ଦୁର୍ଘଟଣାରେ ୬ ଜଣ କୃଷି ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ଅନ୍ତର୍ଗତ ନୁଜିବିଦୁ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଲିସର ସୂଚନା ମୁତାବକ, ନୁଜିବିଦୁ ନିକଟସ୍ଥ ଲିୟୋନ ଟାଣ୍ଡା ନାମକ ଏକ ଆଦିବାସୀ ବସ୍ତି ଅଞ୍ଚଳର ଶ୍ରମିକମାନେ ଚାଷ କମ କରିବା ଲାଗି ଅଟୋ ଯୋଗେ ନିକଟସ୍ଥ ଗାଁକୁ ଯାଉଥିଲେ। ହଠାତ ଏକ ଅଜଣା ଗାଡି ଆସି ସେମାନଙ୍କ ଅଟୋକୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତଙ୍କୁ ନୁଜିବିଦୁ ଏବଂ ବିଜୟୱାଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଗାଡିକୁ ଖୋଜିବାରେ ଲାଗିପଡ଼ିଛି। ଏନେଇ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ, ପ୍ପୁରବା ମୁଖ୍ୟମନ୍ତ୍ରୀ ତଥା…

Read More

ଶ୍ରୀନଗର: ଆଜି ଜମ୍ମୁ-କଶ୍ମୀରର ସୋପିୟା ଜିଲ୍ଲାରେ ଭାରତୀୟ ଯବାନ ଏବଂ ଆତଙ୍କବାଦୀ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କବଦୀର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ରାବଳପୁରା ଅଞ୍ଚଳରେ ଆତଙ୍କବାଦୀ ରହିଥିବା ଖବର ପାଇ ସୁରକ୍ଷା ବାହିନୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ଖୋଜିବା ଆରମ୍ଭ କରିଦେଇଥିଲେ। ପରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ ଉପରେ ଗୁଳି ପ୍ରୟୋଗ କରିଥିଲେ। ଜବାବରେ ସୁରକ୍ଷାବାହିନୀ ପାଲଟା ଆକ୍ରମଣ କରିଥିଲେ। ଯେଉଁଥିରେ ଜଣେ ଆତଙ୍କବାଦୀ ମୃତୁବରଣ କରିଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ଗୁଳି, ଅସ୍ତ୍ରଶସ୍ତ୍ର ଆଦି ଜବତ କରାଯାଇଛି।

Read More

ଭୁବନେଶ୍ବର: ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ ଲାଗିଥିବା ସୂଚନା ରହିଛି। ଏହି ପାହାଡ଼ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ପାହାଡ଼ର ଗଡଖୋର୍ଦ୍ଧା ପଟୁ ଏହି ନିଆଁ ଲାଗିଥିବା କୁହାଯାଉଛି। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି। ହେଲେ ନିଆଁ କେମିତି ଲାଗିଲା ଏଯାଏଁ କୌଣସି ସ୍ପଷ୍ଟ କାରଣ ମିଳିପାରି ନାହିଁ।

Read More

କଲିକତା: ନନ୍ଦୀଗ୍ରାମ ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ଆହତ ହେବା ପରେ ନିଜେ ମମତା ଏବଂ ତୃଣମୂଳ କଂଗ୍ରେସର ଦଳୀୟ ନେତା ବିରୋଧୀଙ୍କ ଉପରେ ଆରୋପ ଲଗାଇଥିଲେ। ସେମାନେ ଅଭିଯୋଗ କରି ବିଜେପି ଏହା କରିଛି ବୋଲି କହିଥିଲେ। ଏନେଇ ନିର୍ବାଚନ କମିଶନ ପକ୍ଷରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ବାଚନ ପର୍ଯ୍ୟବେକ୍ଷକ ତଦନ୍ତ କରି, ଏହା ଯୋଜନା ବଦ୍ଧ ଆକ୍ରମଣ ନଥିଲା ବରଂ ଏହା ଏକ ଦୁର୍ଘଟଣା ଥିଲା ବୋଲି କୁହାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ଯାଳୟ ଏକ ବିଶେଷ ସୂତ୍ରର ଜଣାପଡିଛି ଯେ, ମୁଖ୍ୟ ପର୍ଯ୍ୟବେକ୍ଷକ ଅଜୟ ନାୟକ ଏବଂ ନିର୍ବାଚନ ପାଇଁ ନିୟୋଜିତ ଥିବା ମୁଖ୍ୟ ପୋଲିସ ପର୍ଯ୍ୟବେକ୍ଷକ ବିବେକ ଦୁବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ, ୧୦ ମାର୍ଚ୍ଚକୁ ମମତାଙ୍କ ଦ୍ଵାରା ନାମାଙ୍କନ ପତ୍ର ଦାଖଲ ପରେ ପୂର୍ବ ମିଦନାପୁର ଜିଲ୍ଲାର ନନ୍ଦୀଗ୍ରାମ…

Read More

ଭୁବନେଶ୍ବର: ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି। ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପର ମୁହାଁ ହେଉଥିବାରୁ ଏନେଇ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କରୋନା ସଂପର୍କରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ‘ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ। ଆପଣମାନଙ୍କ ତ୍ୟାଗ ଓ ସହଯୋଗରେ କରୋନା ରାଜ୍ୟରେ ନିୟନ୍ତ୍ରଣରେ ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏନେଇ ଆମ ରାଜ୍ୟକୁ ପ୍ରଶଂସା କରିଛି। କିନ୍ତୁ ଏଥିପାଇଁ ଆମେ ବେଶୀ ଖୁସି ହେବା ଆବଶ୍ୟକ ନୁହେଁ। ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି, କିନ୍ତୁ ଆତ୍ମସନ୍ତୋଷ ଠିକ୍ ନୁହେଁ, ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ; ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶରେ ସ୍ଥିତି ବିଗିଡ଼ିଛି। ‘ ଏହା ସହିତ ମହାରାଷ୍ଟ୍ରରେ ସଂକ୍ରମଣ ପାଇଁ ପୁଣି ଥରେ ଲକଡାଉନ ଫେରିଛି। ଆମେ ସତର୍କ ରହିଲେ, ଓଡ଼ିଶାକୁ ଲକଡାଉନ୍ ଆଉ ଫେରିବନି। ବାହାରକୁ ଗଲେ ସଠିକ…

Read More

ରାୟପୁର: ଭାରତୀୟ ଦଳର ପୂର୍ବତନ ତାରକା ଅଲରାଉଣ୍ଡର ଯୁବରାଜ ସିଂହ ପୁଣି ଥରେ ପୁରୁଣା ଅନ୍ଦାଜରେ ବ୍ୟାଟିଂ କରିଛନ୍ତି। ଗତକାଲି ସେ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜରେ ଯେଉଁ ଭଳି ଆକ୍ରମଣାତ୍ମକ ବ୍ୟାଟିଂ କରିଛନ୍ତି, ତାହା ୨୦୦୭ ମସିହା ବିଶ୍ଵ କପର ଖେଳକୁ ମନେ ପକାଇ ଦେଇଛି। ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବିରୋଧରେ ଗତକାଲି ଯୁବରାଜ ଲଗାତର ୪ ଟି ବଲରେ ୪ ଟି ଛକା ମାରିଥିଲେ। ଯୁବରାଜଙ୍କ ଏହି ପାଳି, ବିଶ୍ଵକପରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ଼ଙ୍କୁ ୬ ଟି ବଲରେ ୬ ଟି ଛକାର ପାଳିଙ୍କୁ ମନେ ପକାଇଦେଇଛି। ଯୁବରାଜ ସିଂହ ଗତକାଲି ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ବୋଲର ଜାନ୍ଦେର ଦେ ବୃଏନଙ୍କୁ ୧୮ ତମ ଓଭରରେ କ୍ରମାଗତ ୪ ଟି ଛକା ମାରିଥିଲେ। ୧୮ ତମ ଓଭରର ପ୍ରଥମ ବଲରେ ଯୁବରାଜ କୌଣସି ରନ କରିପାରିନଥିଲେ। ଏହାପରେ ପରବର୍ତ୍ତୀ ଚାରୋଟି ବଲକୁ ଯୁବରାଜ ଚକା ମାରିଥିଲେ।…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୨୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୫୬୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୫୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୦ ଟି ଜିଲ୍ଲାରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଜିଲ୍ଲାରୁ ୨ ଜଣ, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୪ ଜଣ,…

Read More

ନୂଆଦିଲ୍ଲୀ: ଦାମ୍ ହ୍ରାସ ହେବାରୁ ସୁନା ଦୋକାନରେ ବହୁ ସଂଖ୍ୟାରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି। ଗୁଜୁରାଟ ସୂରଥର ଏକ ଦୁକାନରେ ସୁନା କିଣିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ଉଲ୍ଲେଖ ଯୋଗ୍ୟ ଯେ, ଯେତେବେଳେ ଦେଶରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା, ସେତେବେଳ ସୁନାର ମୂଲ୍ୟ ୩୭ ହଜାର ଟଙ୍କା ଥିଲା। ତାପରେ ସୁନା ମୂଲ୍ୟରେ ବୃଦ୍ଧି ହୋଇ ୫୦ ହଜାର ଅତିକ୍ରମ କରିଥିଲା। ଅଗଷ୍ଟ ୨୦୨୦ ସୁଦ୍ଧା ଦେଶରେ ସୁନାର ମୂଲ୍ୟ ୫୬ ହଜାର ୨୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। କିନ୍ତୁ ବିଗତ ୭ ମାସ ଧରି ସୁନାର ମୂଲ୍ୟରେ ହ୍ରାସ ପାଇ ବର୍ତ୍ତମାନ (ଦିଲ୍ଲୀ)୪୪ ହଜାର ୭୧୦ ଟଙ୍କାରେ ପହଞ୍ଚିଛି।

Read More