Author: Samikhsya Bureau

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୫ ହଜାର ୩୨୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୬୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୩ ଲକ୍ଷ ୫୯ ହଜାର ୪୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୬୦୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୮୯ ହଜାର ୮୯୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୧୦ ହଜାର ୫୪୪ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଶକ୍ତିଶାଳୀ ଅସ୍ଥି ବା ହାଡ ଆମ ସୁସ୍ଥ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବୟସ ବଢିବା ସହିତ ହାଡ ଦୁର୍ବଳ ହୋଇଯାଏ। ଅସ୍ଥିଗୁଡୁକ ନମନୀୟତା ମଧ୍ୟ ହରାଇଥାନ୍ତି। ତେଣୁ ଏହା ଆମ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ଖାଇବା ପିଇବା ଉପରେ ଟିକିଏ ଧ୍ୟାନ ଦେଇ ଆମେ ଆମର ହାଡକୁ ଶକ୍ତିଶାଳୀ କରିପାରିବା। ଖାଇବା ପ୍ରତି ଅଳ୍ପ ଧ୍ୟାନ ଦେବା ଅର୍ଥ ଅତ୍ୟଧିକ ଜଙ୍କ୍ ଫୁଡ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ। କ୍ରମାଗତ ଭାବରେ ଧୂମପାନ କରନ୍ତୁ ନାହିଁ।  ଏଭଳି ପରିସ୍ଥିତିରେ,  ଆଜି ଆମେ ଆପଣଙ୍କୁ 5 ଟି ପ୍ରାକୃତିକ ଉପାୟ କହିବାକୁ ଯାଉଛୁ ଯାହା ଦ୍ବାରା ଆମେ ଆମର ହାଡକୁ ଶକ୍ତିଶାଳୀ କରିପାରିବା। 1-କ୍ୟାଲସିୟମ ଖାଦ୍ୟ ଖାଆନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ ଶକ୍ତିଶାଳୀ ହାଡ ପାଇଁ ଖାଦ୍ୟରେ ପ୍ରଚୁର ପରିମାଣରେ କ୍ୟାଲସିୟମ୍ ରହିବା ଅତ୍ୟନ୍ତ ଜରୁରୀ। ଯଦି ଆପଣ ନିଜ ଖାଦ୍ୟରେ…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଶ୍ରେଷ୍ଠତା କଣ ଏବଂ ଏହା କିପରି କରାଯାଏ ସେ ସଂପର୍କରେ ଅବଗତ କରାଇଛନ୍ତି। ସେଥିପାଇଁ ସେ ପାଞ୍ଚୋଟି ପ୍ରସଂଗକୁ ଉତଥାପନ କରିଛନ୍ତି। ସେଗୁଡିକ ହେଲା ଅଭ୍ୟାସରୁ ବିଦ୍ୟାର ଶ୍ରେଷ୍ଠତା- ସାଧାରଣତଃ ବିଦ୍ୟା ଅଧ୍ୟୟନ କରିଦେଲେ ଯେ ସବୁକିଛି ହୋଇଗଲା ତାହା ନୁହେଁ। ଯେ ପର୍ଯ୍ୟନ୍ତ ପଢିଥିବା ପାଠକୁ ଅଭ୍ୟାସ ନ କରିଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାର ଶ୍ରେଷ୍ଠତା ପ୍ରତିପାଦନ କରାଯାଇପାରିବ ନାହିଁ। ଆଉ ଶ୍ରେଷ୍ଠତା ଜାଣିବା ପରେ ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ। ଆଚରଣରୁ ବଂଶର ଶ୍ରେଷ୍ଠତା- ମଣିଷ ଆଚରଣରୁ ତାହାର ବଂଶର ଶ୍ରେଷ୍ଠତା ବିଷୟରେ ଜାଣିହେବ ବୋଲି ଚାଣକ୍ୟ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଆଚରଣରେ ଖରାପ ପରିଲକ୍ଷିତ ହୁଏ, ତେବେ ଭାବି ନେବ ଯେ ଏହାଙ୍କ ବଂଶ ପରଂପରା ଭଲ ନୁହେଁ। ଗୁଣାବଳୀରୁ ମାନବିକତା- ମଣିଷ ସହିତ ଚାଳିଚଳନ କରିବା ପରେ ତାହାର ଗୁଣ କଣ ଅନ୍ୟମାନେ ଜାଣିପାରିବେ।…

Read More

ମେଷ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ଛୋଟ ସମସ୍ୟା ଥାଇପାରେ, ଯାହା ମନକୁ ବିବ୍ରତ କରିପାରେ, କିନ୍ତୁ ଆପଣଙ୍କ ଉଦ୍ୟମ ଦ୍ୱାରା କାର୍ଯ୍ୟରେ ସଫଳତା ଆସିବ ଏବଂ ଲାଭ ହେବ । ଧାଁ ଦୌଡ଼ ଅତ୍ୟଧିକ ହେବ, ଯେଉଁ କାରଣରୁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଥକ୍କା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି । ଆର୍ଥିକ ଲାଭ ହେଉଛି, କିନ୍ତୁ ଟଙ୍କା ଅଧିକ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ବୃଷ: – ଆଜି ଏକ ଭଲ ଦିନ ହେବ। କର୍ମ କ୍ଷେତ୍ରରେ ବହୁତ କଠିନ ପରିଶ୍ରମ ହେବ, ଯାହାଫଳରେ ସମସ୍ତ କାର୍ଯ୍ୟ ସଫଳ ହେବ । ବ୍ୟବସାୟରେ ଏକ ଲାଭ ପରିସ୍ଥିତି ହେବ । ପରିବାରର ପରିବେଶ ଭଲ ରହିବ ଏବଂ ଦିନଟି ଶାନ୍ତିରେ ବିତାଇବେ ଆପଣ ପରିବାରର ନିକଟତର ଅନୁଭବ…

Read More

କୁମ୍ଭ: – ଆଜି ଶୁଭ ଦିନ ହେବ । ବ୍ୟବସାୟ ଭଲ କରିବ ଏବଂ ଆର୍ଥିକ ଲାଭର ସମ୍ଭାବନା ରହିବ । ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ ସମାପ୍ତ ହେବ । ପରିବାରର ପରିବେଶ ଭଲ ରହିବ ଏବଂ ଦିନଟି ଖୁସିରେ ବିତାଇବେ । ମାନସିକ ସ୍ତରରେ ସୁସ୍ଥ ରହିବେ । ସହକର୍ମୀଙ୍କ ସାହାଯ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ମୀନ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟିକ କାର୍ଯ୍ୟକଳାପରେ ଅସୁବିଧା ହୋଇପାରେ । ସେଠାରେ ଅନେକ କାର୍ଯ୍ୟଭାର ହେବ, କିନ୍ତୁ ଦ୍ରୁତ ଏବଂ ପରିଶ୍ରମ ସହିତ, କାର୍ଯ୍ୟରେ ସଫଳତା ମିଳିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ଏକ ବିବାଦରେ ପଡ଼ିପାରନ୍ତି ।

Read More

ଧନୁ: –  ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ହେବ। ପଡିରହିଥିବା ଟଙ୍କା ଫେରସ୍ତ କରାଯାଇ ପାରିବ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ପରିବାରର ପରିବେଶ ଭଲ ରହିବ, କିନ୍ତୁ ମନେରଖନ୍ତୁ ଯେ ଆପଣଙ୍କ ଶବ୍ଦ ଦ୍ୱାରା କୌଣସି ଆଘାତ ପହଞ୍ଚିଛି । କଣ୍ଟିଜେନ୍ସି ଟଙ୍କା ଉପକୃତ ହେବାର ସମ୍ଭାବନା ଅଛି। ମକର: – ସାମାଜିକ ଏବଂ ସାର୍ବଜନୀନ କ୍ଷେତ୍ରରେ ପ୍ରଶଂସାପତ୍ର ପ୍ରସ୍ତୁତ କରାଯିବ । ପାରିବାରିକ ଜୀବନରେ ସୁଖ ଏବଂ ସନ୍ତୁଷ୍ଟ ଅନୁଭବ କରିବେ । ଆପଣ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ବୌଦ୍ଧିକ ଆଲୋଚନାରେ ଭାଗ ନେବେ, କିନ୍ତୁ ଆପଣଙ୍କ ବକ୍ତବ୍ୟରେ ସଂଯମତା ବଜାୟ ରଖିବା ଆବଶ୍ୟକ । ଆଦର୍ଶଗତ ଭାବରେ, ଏହା ଚାର୍ଜ ହୋଇପାରେ ।  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ରବିବାର ସକାଳେ ପଢନ୍ତୁ ରାଶିଫଳର ବିସ୍ତୃତ ରିପୋର୍ଟ

Read More

ତୂଳା: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟିକ କାର୍ଯ୍ୟକଳାପ ସଫଳ ହେବ ଏବଂ ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ଅର୍ଥ ଲାଭ କରିବ । ତଥାପି ଦୌଡାଦୌଡି ଅଧିକ କରିବାକୁ ପଡ଼ିବ, କିନ୍ତୁ ପରିଶ୍ରମର ଫଳ ଭଲ ହେବ । ପୁରୁଣା ଅଟକି ଯାଇଥିବା ଟଙ୍କା ଫେରସ୍ତ କରିବାର ସମ୍ଭାବନା ରହିବ । ବିଛା : – କାର୍ଯ୍ୟ ଭାର ଅଧିକ ହେତୁ ମାନସିକ ଏବଂ ଶାରୀରିକ ଥକ୍କା ଅନୁଭବ କରିପାରନ୍ତି । ଶ୍ରମିକମାନେ ଏକ ସ୍ଥାନାନ୍ତରଣକୁ ଯାଇପାରନ୍ତି, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ଆବଶ୍ୟକ । ଉଚ୍ଚ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ରହିପାରନ୍ତି । ଆନନ୍ଦ-ପ୍ରମୋଦ ପଛରେ ଟଙ୍କା ଖର୍ଚ୍ଚ ହେବ । ପିଲାମାନଙ୍କ ବିଷୟରେ ଚିନ୍ତା ହେବ ।

Read More

ସିଂହ: –  କାର୍ଯ୍ୟଭାର ଅଧିକ ହେବ ଏବଂ ପୂରା ଦିନ ଦୌଡାଦୌଡିରେ ଅତିବାହିତ ହେବ । ଆପଣ ଶାରୀରିକ ଥକ୍କା ଅନୁଭବ କରିପାରିବେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଯେ କୌଣସି ବିତର୍କରେ ଜଡିତ ହୋଇପାରିବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡିବ। ଆଜି ନିରର୍ଥକ ବିତର୍କ ଏବଂ ଝଗଡାକୁ ଏଡ଼ାଇବାକୁ ପଡିବ । କନ୍ୟା: – ବ୍ୟବସାୟ ଭଲ କରିବ । କର୍ମକ୍ଷେତ୍ରରେ ସାଙ୍ଗ ଏବଂ ସହକର୍ମୀଙ୍କଠାରୁ ବହୁତ ସମର୍ଥନ ମିଳିବ । କାର୍ଯ୍ୟରେ ସଫଳତା ଆର୍ଥିକ ପରିସ୍ଥିତିକୁ ମଜବୁତ କରିବ । ପଦୋନ୍ନତି ମଧ୍ୟ ମିଳିପାରିବ । ପରିବାରର ପରିବେଶ ଭଲ ରହିବ ଏବଂ ଘର ମାଲିକ ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ । ରବିବାର ସକାଳେ ପଢନ୍ତୁ ବିସ୍ତୁତ ରାଶିଫଳ

Read More

ମିଥୁନ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ଏବଂ ଲାଭ ପରିସ୍ଥିତି ମଧ୍ୟ ଆସିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ମନ ଚିନ୍ତିତ ହୋଇପାରେ । ପାରିବାରିକ ପରିବେଶ ସୁଖମୟ ହେବ । ବକ୍ତବ୍ୟର ମଧୁରତା ସହିତ, କାମ କରିବାକୁ ସମର୍ଥ ହେବେ । ଗାଡି ଚଳାଇବା ସମୟରେ ଯତ୍ନ ନିଅନ୍ତୁ ଏବଂ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କର୍କଟ: – ଆଜି ବହୁତ ଭଲ ଦିନ ହେବ । ବ୍ୟବସାୟରେ ଏକ ଲାଭ ପରିସ୍ଥିତି ହେବ । ବ୍ୟବସାୟ ବିସ୍ତାର ପାଇଁ ବ୍ୟବସ୍ଥିତ ଭାବରେ ଅର୍ଥନୈତିକ ଯୋଜନା ପ୍ରସ୍ତୁତ କରିବାକୁ ସମର୍ଥ ହେବେ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ। କର୍ମ କ୍ଷେତ୍ରରେ ବହୁତ ପରିଶ୍ରମ ହେବ ଏବଂ କଠିନ ପରିଶ୍ରମ ସହିତ ଆପଣ ଏହି କାର୍ଯ୍ୟରେ ସଫଳତା ପାଇବେ ।

Read More

ମେଷ: – ଆଜି ଧାଁ ଦୌଡ଼ ଅତ୍ୟଧିକ ହେବ, ଯେଉଁ କାରଣରୁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଥକ୍କା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି । ଆର୍ଥିକ ଲାଭ ହେଉଛି, କିନ୍ତୁ ଟଙ୍କା ଅଧିକ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ବୃଷ: –  ବ୍ୟବସାୟରେ ଏକ ଲାଭ ପରିସ୍ଥିତି ହେବ । ପରିବାରର ପରିବେଶ ଭଲ ରହିବ ଏବଂ ଦିନଟି ଶାନ୍ତିରେ ବିତାଇବେ ଆପଣ ପରିବାରର ନିକଟତର ଅନୁଭବ କରିବେ । ସେମାନଙ୍କର ସହଯୋଗ ମଧ୍ୟ ଉପଲବ୍ଧ ହେବ । ପୁରୁଣା ବନ୍ଧୁମାନଙ୍କୁ ଭେଟି ପାରିବେ ଏବଂ ପରିବାର ସଦସ୍ୟମାନେ ଏକ ମନୋରମ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବାକୁ ଯୋଜନା କରିପାରନ୍ତି। ରବିବାର ସକାଳୁ ପଢନ୍ତୁ ବିସ୍ତୁତ ରାଶିଫଳ

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶେରଗଡ଼ ଥାନା ପିତଳ ଚେରମାରିଆ ରାସ୍ତାରେ ଗତ ୮ ତାରିଖ ଦିନ ମଦ ଦୋକାନ କର୍ମଚାରୀଙ୍କଠାରୁ ହୋଇଥିବା ଲୁଟ୍ ଘଟଣାରେ ପୋଲିସ୍ ଆଜି ୪ ଜଣ ଚୋରକୁ ଗିରଫ କରିଛି। ଗିରଫ ଚାରିଜଣ ହେଲେ ଶିବରାମ ସେଠୀ, ବିକାଶ ଜେନା, ଗିରିଧାରୀ ମଣ୍ଡଳ ଓ ସନ୍ତୋଷ କୁମାର ବେହେରା। ଘଟଣାରୁ ପ୍ରକାଶ ଯେ ଗତ ୮ ତାରିଖ ଦିନ କିଛି ଲୁଟେରା ଜନୈକ ମଦ ଦୋକାନ କର୍ମଚାରୀଙ୍କୁ ବାଟରେ ଭୟଭୀତ କରାଇ ଲୁଟ୍‌ପାଟ କରିଥିଲେ। ମଦ ଦୋକାନ କର୍ମଚାରୀ ଜଣକ ମଦ ଦୋକାନର ଟଙ୍କାକୁ ଆସିକା ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ସେ ଧରିଥିବା ଏକଲକ୍ଷ ଟଙ୍କା ଝାମ୍ପି ନେବା ସହ ଚମ୍ପଟ ମାରିଥିଲେ। ଏନେଇ କର୍ମଚାରୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଚାରି ଲୁଟେରାକୁ ଗିରଫ କରିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: “ମୋ ସ୍କୁଲ” ମୁଖ୍ୟ ପ୍ରକଳ୍ପ ଅଧିକାରୀ ଅମରଜିତ ଜେନାଙ୍କ ନେତୃତ୍ୱରେ ଆସଥିବା ଏକ ୩ ଜଣିଆ ଟିମ୍ ଆଜି ଗଂଜାମ ଜିଲ୍ଲାର ବିଭିନ୍ନ ସ୍କୁଲକୁ ଗସ୍ତ କରିଛନ୍ତି। ସ୍କୁଲଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପୁରାତନ ଛାତ୍ରମାନେ ମୋ ସ୍କୁଲ ନାମରେ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ ବୋଲି କହିବା ସହ ଏହା ଅଧିନରେ କାର୍ଯ୍ୟରତ ଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଥିଲେ। ପ୍ରଥମେ ହିଂଜିଳିକାଟୁ ଗସ୍ତ କରିବା ବ୍ରହ୍ମପୁର ସହରର ପ୍ରତିଷ୍ଠିତ ପୁରାତନ ହାଇସ୍କୁଲ ମେଡ଼ିକାଲ୍ କ୍ୟାମ୍ପସ୍ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟ ଭିତ୍ତିଭୂମି ବିକାଶ ଏବଂ ଛାତ୍ରଛାତ୍ରୀମାନେ କିଭଳି ଗୁଣାତ୍ମକ ଶିକ୍ଷା ପାଇପାରିବେ ସେ ନେଇ ଟିମ୍ ଗୁରୁତ୍ୱାରୋପ କରିଛନ୍ତି। ଯେଉଁ ପୁରତାନ ଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀମାନେ ମେଡ଼ିକାଲ୍ କ୍ୟାମ୍ପସ୍ ଉଚ୍ଚ ବିଦ୍ୟାଳୟକୁ ମୋ ସ୍କୁଲ ଅଭିଯାନରେ ସାମିଲ କରି ଭିତ୍ତିଭୂମିରେ ବିକାଶ କରିଛନ୍ତି ସେଥି ସକାଶେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ଅଂଚଳ ବର୍ତ୍ତମାନ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି। ପ୍ରତିଦିନ ଏଠାରେ କୌଣସି ନାଁ କୌଣସି ଅଘଟଣର ସୂଚନା ମିଳୁଥିବାବେଳେ ଗତ ସପ୍ତାହ ମଧ୍ୟରେ ଏହା ଚରମ ସୀମାରେ ପହଞ୍ଚିଛି। ସପ୍ତାହ ମଧ୍ୟରେ ଦୁଇଦୁଇଟି ହତ୍ୟା, ଡ଼ାକ୍ତରଙ୍କ ଆକ୍ରମଣ, ଆଇନଶୃଙ୍ଖଳା ଠିକ୍ ନଥିବାରୁ ରାସ୍ତାରୋକ ଆଦି ଘଟଣା ଘଟିବାରେ ଲାଗିଛି। ସଦ୍ୟ ଘଟଣାକ୍ରମେ ଏହି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମରୁ ଗତରାତିରେ କବାଟ ଭାଙ୍ଗି ଜନୈକ ବ୍ୟକ୍ତିଙ୍କ ଘରେ ଚୋରମାନେ କଳାକନା ବୁଲାଇ ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ମଧ୍ୟରାତ୍ର ସମୟରେ ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମର ରଘୁନାଥ ମଠସାହିରେ ରହୁଥିବା ସୀମାଞ୍ଚଳ ସାମଲଙ୍କ ଘରର ପଛପଟ କବାଟ ଭାଙ୍ଗି ପଶିଥିଲେ । ଘର ମଧ୍ୟରେ ଥିବା ତିନି ତିନିଟା ଆଲମିରା ଭାଙ୍ଗି ପ୍ରାୟ ଦୁଇଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫୦ହଜାର ନଗଦ ଟଙ୍କା ଏବଂ ରୂପା ସାମଗ୍ରୀ ଚୋରି କରି ନେଇଯାଇଥିଲେ।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଜେପି ନେତାଙ୍କ ପଦ ପଦବୀ ମୋହ କ୍ଷମତା ଲଢ଼େଇ ଆଗରେ ନିଜ ଦଳର ସମ୍ମାନ କେବଳ ଯାଇନି ବରଂ ମର୍ଯ୍ୟାଦାର ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠୁଛି। ଗଂଜାମ ବିଶେଷ କରି ବ୍ରହ୍ମପୁରରେ ତ୍ରିକୋଣୀୟ ନେତାଙ୍କ ନିଜ ସ୍ୱାର୍ଥକୁ ସୁରକ୍ଷା ଦେଇ ଆସୁଥିବା ଚରିତ୍ରମାନେ ଦଳୀୟ ବିଚାର ଏବଂ ଦଳୀୟ କର୍ମୀଙ୍କୁ ଅଣଦେଖା ମହଙ୍ଗା ପଡ଼ୁଛି ବୋଲି ଚର୍ଚ୍ଚା। ଆଗାମୀ ଦିନରେ ମେୟର ନିର୍ବାଚନ ମହାନଗର ପାଇଁ ଆଗକୁ ଆସୁଥିବାବେଳେ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ବିଜେପି ଜିଲ୍ଲା ସଭାପତି ବିଭୂତି ଜେନା ଏବଂ ପୂର୍ବତନ ବିଜେପି ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁଚରଣ ପତି ନିଜ ନିଜର ଗୋଟିଏ ଗୋଟିଏ ଆଖଡ଼ାରେ ସମରସଜ୍ଜା ପ୍ରସ୍ତୁତି ବିଜେପି ରଣକୌଶଳକୁ ଦୁର୍ବଳ କରିଚାଲିଛି। ଯାହାକି ଏମାନଙ୍କ ସ୍ୱାର୍ଥ ପାଇଁ ଦଳୀୟ ବିଧିବ୍ୟବସ୍ଥା ଦିଶାହୀନ ବୋଲି ଚର୍ଚ୍ଚା। ଏଠି ଭାଗଭାଗ ହୋଇ ବିଜେପି ସଂଗଠନ…

Read More

ଭୁବନେଶ୍ବର: ଫେସବୁକ ପେଜରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର କରିଥିବା ଅଭିଯୋଗ ହୋଇଛି। ଏନେଇ ଲେଖାଶ୍ରୀ ଆଜି ସମ୍ପୃକ୍ତ ଫେସବୁକ ପେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତାଙ୍କର ଅଭିଯୋଗ ଅନୁଯାୟୀ, ‘ପଲିଟିକାଲ ଡ୍ରାମା’ ନାମକ ଏକ ଫେସବୁକ୍ ପେଜରେ ତାଙ୍କ ବିରୋଧରେ ଏକ ମିଥ୍ୟା ପୋଷ୍ଟ କରି ଲୋକମାନଙ୍କୁ ଭ୍ରମିତ କରୁଛି। ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ହେଉଥିବାରୁ ମହିଳାମାନଙ୍କୁ କମ ଜିନିଷ ରାନ୍ଧିବା ଉଚିତ ଯାହାର ଅର୍ଥ ଭାତ ଓ ଡାଲି ବୋଲି ଲେଖାଶ୍ରୀ କହିଥିବାର ଏହି ପେଜରେ ପୋଷ୍ଟ କରାଯାଇଛି। ତେବେ ଲେଖାଶ୍ରୀ ଏଭଳି ମନ୍ତବ୍ୟ ଦେଇନଥିବା କହିଛନ୍ତି ଏବଂ ଏପରି ମିଥ୍ୟା ଖବର ଲୋକଙ୍କୁ ବ୍ଲାକମେଲ କରିବା ଏବଂ ସେମାନଙ୍କଠାରୁ ଟଙ୍କା ଲୁଟିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସେ କହିଛନ୍ତି ଯେ , ‘ ମୋ ବିରୁଦ୍ଧରେ ମିଥ୍ୟା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୫, ବରଗଡରୁ ୭, ବାଲେଶ୍ବରରୁ ୬, ଯାଜପୁରରୁ ୬, ମୟୂରଭଞ୍ଜରୁ ୬, ସୁନ୍ଦରଗଡରୁ ୬, ଭଦ୍ରକରୁ ୪, ଖୋର୍ଦ୍ଧାରୁ ୪, କଟକରୁ ୩, ଗଜପତିରୁ ୨, ଝାରସୁଗୁଡାରୁ ୨, ନବରଙ୍ଗପୁରରୁ ୨, ପୁରୀରୁ ୨, ଅନୁଗୁଳରୁ ୧, ଦେବଗଡରୁ ୧, କେନ୍ଦ୍ରାପଡାରୁ ୧, ମାଲକାନାଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୫୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୨୧ କୁ ବୃଦ୍ଧି ହୋଇଛି। ତେବେ ୫୮୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ…

Read More

ଭୁବନେଶ୍ବର, ମାର୍ଚ୍ଚ 14 ତାରିଖ ରବିବାରଠାରୁ ମଳମାସ ବା ଖରମାସ ଆରମ୍ଭ ହେଉଛି। ଏହା କାରଣ ହେଉଛି ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ। ଜ୍ୟୋତିଷଙ୍କ ଅନୁଯାୟୀ, ସୂର୍ଯ୍ୟଦେବ ମାର୍ଚ୍ଚ 14 ତାରିଖ ସଂଧ୍ୟା 6ଟା 4 ମିନିଟରେ ମୀନ ରାଶିରେ ପ୍ରବେଶ କରିବେ। ସେ ଏହି ରାଶିରେ ସୂର୍ଯ୍ୟ 14 ଏପ୍ରିଲ ରାତି 2ଟା 33 ମିନିଟ  ପର୍ଯ୍ୟନ୍ତ ରହିବେ। ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ସମସ୍ତ 12ଟି ରାଶିକୁ ପ୍ରଭାବିତ କରିବ। କାରଣ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ସମସ୍ତ ଗ୍ରହର ରାଜା ଭାବରେ ବିବେଚନା କରାଯାଇଥାଏ। ରାଶିଫଳରେ ସୂର୍ଯ୍ୟଙ୍କ ସ୍ଥିତି ଏହାକୁ ଏକ ଉଚ୍ଚ ପଦ, ଖ୍ୟାତି, ନେତୃତ୍ୱ, ଶକ୍ତି ଇତ୍ୟାଦି ସହିତ ଜଡିତ କରି ରଖିଥାଏ। ସୂର୍ଯ୍ୟଙ୍କ ଦ୍ବାରା ଜଣେ ବ୍ୟକ୍ତିର ଜୀବନ ଚକାଚକ୍ ମଧ୍ୟ ହୋଇଯାଏ। ମାର୍ଚ୍ଚ 14 ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ବିଷୟରେ ଜାଣନ୍ତୁ। ମେଷ: ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ମେଷ ଲୋକଙ୍କ…

Read More

ନୂଆଦିଲ୍ଲୀ: ୧୫ ବର୍ଷରୁ ଉର୍ଦ୍ଧ୍ଵ ପୁରୁଣା ସରକାରୀ ଗାଡିର ପଞ୍ଜୀକରଣରେ ନବୀକରଣ (ରିନୱାଲ)ନକରିବା ପାଇଁ କେନ୍ଦ୍ରୀୟ ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି। ଯଦି ଏହି ପ୍ରସ୍ତାବକୁ ସ୍ବୀକୃତ୍ତି ମିଳେ, ତେବେ ଏପ୍ରିଲ ୧ ତାରିଖ ଠାରୁ ଏହି ଗାଡ଼ିଗୁଡିକୁ ପଞ୍ଜିକରଣରେ ନବୀକରଣ କରାଯାଇପାରିବ ନାହିଁ। କେନ୍ଦ୍ରୀୟ ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ଏନେଇ ଏକ ଅଧିସୂଚନା ଜାରି କରି ସମସ୍ତଙ୍କର ପରାମର୍ଶ ମାଗିଛି। ଏଥିରେ କୁହାଯାଇଛି କି, ଏହି ପ୍ରସ୍ତାବକୁ ଅନୁମତି ମିଳିଲେ କେନ୍ଦ୍ର, ରାଜ୍ୟ, ମହାନଗର ଅଧୀନରେ ଆସୁଥିବା ସବୁ ସରକାରୀ ଗାଡି ଉପରେ କଟକଣା ଲାଗିବ। ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ଫେବୃୟାରୀ ୧ ତାରିଖ ସାଧାରଣ ବଜେଟରେ କେନ୍ଦ୍ର ସରକାର ଭେଇକଲ ସ୍କ୍ରାପ ନୀତି ଘୋଷଣା କରିଥିଲେ। ଯେଉଁଥିରେ ବ୍ୟକ୍ତିଗତ ଗାଡି ପାଇଁ ୨୦ ବର୍ଷ ଏବଂ ପରିବହନ ଗାଡି ପାଇଁ ୧୫ ବର୍ଷ ପରେ ଫିଟନେସ ପରୀକ୍ଷା…

Read More

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢାଇ ଜାରି ରହିଛି। ହେଲେ ସେହି ଦୁଇ ଦଳର ରାଜନୈତିକ ଲଢାଇ ମଧ୍ୟରେ କୃଷକ ନେତା ରାକେଶ ଟିକେତ ମଧ୍ୟ ନନ୍ଦୀଗ୍ରାମରେ ମହାପଞ୍ଚାୟତ କରିବାକୁ ଯାଉଛନ୍ତି। ବର୍ତ୍ତମାନ ସେ ନନ୍ଦୀଗ୍ରାମରେ ଭ୍ରମଣ କରୁଛନ୍ତି। ଏହି ନନ୍ଦୀଗ୍ରାମ ଆସନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେପଟେ ସେହି ବିଧାନସଭା ଆସନ ପାଇଁ ତୃଣମୂଳ କଂଗ୍ରେସର ବିଧାୟକ ରହିଥିବା ଶୁଭେନ୍ଦୁ ଅଧିକାରୀ ମମତାଙ୍କ ବିରୋଧରେ ନାମାଙ୍କାନ ପତ୍ର ଦାଖଲ କରିଛନ୍ତି। ତେବେ ରାକେଶ ଟିକେତ କଲିକତାରୁ ନନ୍ଦୀଗ୍ରାମ ଯିବା ପୂର୍ବରୁ ତୃଣମୂଳ କଂଗ୍ରେସର ନେତାମାନଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି। ତିନି କୃଷକ ଆଇନ ଯୋଗୁଁ ବିଜେପିକୁ ବିରୋଧ କରୁଥିବା ଏହି କୃଷକ ନେତାଙ୍କ ମହାପଞ୍ଚାୟତ ଦ୍ଵାରା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କି ପ୍ରଭାବ ପକାଉଛି, ଦେଖିବା ବାକି ରହିଲା।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୬୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟ ମିଶନଶକ୍ତି ବିଭାଗର କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଏକ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବହୁବର୍ଷ ହେଲା ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବହୁତ ଗୁରୁତ୍ୱ ଦେଉଛନ୍ତି ଓ ୨ରୁ ୩ବର୍ଷ ହେବ ଏଥିପାଇଁ ଅଧିକ ବ୍ୟୟ ବଜେଟ୍ କରିଛନ୍ତି ବୋଲି ନିର୍ଦ୍ଦେଶିକା ପ୍ରକାଶ କରିଥିଲେ। ୨୦୧୯ କ୍ୟାବିନେଟ ନିଷ୍ପତି ମାଧ୍ୟମରେ ରାଜ୍ୟ ସରକାର ୫୦୦୦ କୋଟି ଟଙ୍କାର କାମ କେବଳ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରିଛନ୍ତି। ମିଶନଶକ୍ତି ଋଣ ମାଧ୍ୟମରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ସୁଧ ଛାଡ କରାଯାଇଛି। ସେହିସୁଧ ମହିଳା ମାନଙ୍କ ଖାତାକୁ ଯାଇଛି। ଏବର୍ଷ ମହିଳା ମାନଙ୍କୁ ୪ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ମହିଳା ମାନଙ୍କ ସୁବିଧା ନିମନ୍ତେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

Read More