Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଡକୁ ନେଇ ବାଣପୁର ମେଡିକାଲରେ ଉତ୍ତେଜନା: ଆଜିଠୁ ଚାରି ଗୋଟି କେନ୍ଦ୍ରରେ ମିଳିବ କୋଭିଡ ଟୀକା
ଆଜିର ଖବର

ଭିଡକୁ ନେଇ ବାଣପୁର ମେଡିକାଲରେ ଉତ୍ତେଜନା: ଆଜିଠୁ ଚାରି ଗୋଟି କେନ୍ଦ୍ରରେ ମିଳିବ କୋଭିଡ ଟୀକା

March 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଗତ ୮ ତାରିଖରୁ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କୁ ଟୀକାକାରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କିନ୍ତୁ ବରିଷ୍ଠ ନାଗରିକମାନେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ନେବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆଜି ମେଡ଼ିକାଲ ପରିସରରେ ଟୀକା ନେବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଲୋକମାନେ ବହୁ ଦୂର ଦୁରାନ୍ତରରୁ ବଡ଼ି ଭୋରରୁ ଆସି ଅପେକ୍ଷା କରିଥିବାର ଦେଖିବାକୁ ମିଳିଥିଲା। ମେଡ଼ିକାଲ ପରିସରରେ ବସିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇନଥିବାରୁ ଖରାରେ ବରିଷ୍ଠ ନାଗରିକମାନଙ୍କୁ ଦୀର୍ଘ ସମୟ ଧରି ଟୀକା ନେବା ପାଇଁ ଠିଆ ହୋଇ ରହିବାକୁ ପଡୁଛି। ତେବେ ଏ ବିଷୟ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପଚାରିବାରୁ ସମଗ୍ର ବାଣପୁର ବ୍ଲକର ବରିଷ୍ଠ ନାଗରିକ ମାନଙ୍କ ଟୀକାକାରଣ କେବଳ ବାଣପୁର ମେଡିକାଲରେ ହେଉଥିବାରୁ ଏପରି ଭିଡ଼ ହେଉଛି ବୋଲି କହିଛନ୍ତି।

ଅନ୍ୟପକ୍ଷେ ଗୋଟେ ଦିନରେ ୧୦୦ ଜଣଙ୍କୁ ଟୀକା ଦିଆଯିବାର ବ୍ୟବସ୍ଥା ହୋଇଥିବାବେଳେ ସେହି ଅନୁପାତରେ ଜନସଂଖ୍ୟା ବହୁତ ଅଧିକ ରହୁଛି। ଟୀକାକାରଣ ପ୍ରକ୍ରିୟା ସକାଳ ୯ ଘଟିକାରୁ ଆରମ୍ଭ ହେଉଥିବାବେଳେ ଅକାରଣରେ ଲୋକାମାନେ ସକାଳ ୫ ଟା ରୁ ଆସି ଭିଡ଼ ଜମାଉଛନ୍ତି ଯାହାଦ୍ୱାରା ଭିଡ଼ ବଢୁଛି। ଯେଉଁମାନେ ଅନଲାଇନ ପଞ୍ଜିକରଣ କରୁଛନ୍ତି ସେମାନଙ୍କୁ ନିର୍ଦ୍ଧିଷ୍ଟ ସମୟର ସ୍ଲଟ ଅନୁଯାୟୀ ମେଡ଼ିକାଲକୁ ଆସିବା କଥା। କିନ୍ତୁ ଏଥିରେ ବ୍ୟତିକ୍ରମ ଘଟୁଛି।

ଆଜିର ଭିଡକୁ ଦୃଷ୍ଟିରେ ରଖି ବାଣପୁର ପୋଲିସ ଏବଂ ମେଡ଼ିକାଲ କର୍ତ୍ତୃପକ୍ଷ ବର୍ତ୍ତମାନ ଘଟଣାସ୍ଥଳରେ ଉପସ୍ଥିତ ରହି ଟୀକାକାରଣ ପ୍ରକ୍ରିୟା ଚାଲୁ ରଖିଛନ୍ତି। ତେବେ ଟୀକାକରଣ ପ୍ରକ୍ରିୟାକୁ ଶୀଘ୍ର କରିବା ଏବଂ ଭିଡ଼ କମାଇବା ନିମନ୍ତେ ଆଜିଠାରୁ ବାଣପୁରରେ ଚାରି ଗୋଟି ସ୍ଥାନରେ ଏକକାଳୀନ ଭାବେ ଟୀକାକାରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଆଜିଠାରୁ ସୁନାଖଳା, ଗମ୍ଭାରୀମୁଣ୍ଡା, ନୀଳାଦ୍ରିପ୍ରସାଦ ଏବଂ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଲୋକେ ଟୀକା ନେଇପାରିବେ। ବରିଷ୍ଠ ନାଗରିକମାନେ ନିଜର ନିକଟସ୍ଥ ଟୀକା କେନ୍ଦ୍ରକୁ ଯାଇ ଟୀକା ନେବାକୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ଅନୁରୋଧ କରିଛନ୍ତି।

ସେହିପରି ଭାବେ ସମସ୍ତ ଚାରି ଗୋଟି କେନ୍ଦ୍ରରେ ଯେପରି ବରିଷ୍ଠ ନାଗରିକମାନଙ୍କୁ ଟୀକାକାରଣ ସମୟରେ କୌଣସି ଅସୁବିଧା ନହୁଏ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।

କୋଭିଡ ଟୀକା ଟୀକାକେନ୍ଦ୍ର ବରିଷ୍ଠ ନାଗରିକ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026
Latest News

ସମ୍ଭାବ୍ୟ ଲଗାଣ ବର୍ଷା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା

September 21, 2026

PMLA ମାମଲାରେ ହେମନ୍ତ ସୋରେନଙ୍କ ଆବେଦନ ଖାରଜ

September 21, 2026

ଭୁବନେଶ୍ୱରରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମୃଦ୍ଧତାକୁ ପାଳନ କଲା ଦେବଧାରାର ‘ଭାରତ ଉତ୍ସବ’

September 21, 2026

DJ Guideline: ଡିଜେ କଟକଣା ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ୬ ସପ୍ତାହରେ ଆସିବ ଗାଇଡଲାଇନ

September 21, 2026

ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷା ଆଶଙ୍କା: ପ୍ରସ୍ତୁତି ଓ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.