ମିଥୁନ-ବ୍ୟବସାୟରେ ବ୍ୟସ୍ତ ରହିବେ । ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ । ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । କର୍କଟ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ । ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ । କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ । ସିଂହ- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ପରିବାର ସାହାଯ୍ୟ ମିଳିବ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ…
Author: Samikhsya Bureau
ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ ।
ପୁଲୱାମା: ବୁଧବାର ଦିନ ସୁରକ୍ଷାବାହିନୀ ପୁଲୱାମା ଜିଲ୍ଲାର ଅବନ୍ତିପୁର ଅନ୍ତର୍ଗତ ତ୍ରାଲ ଜଙ୍ଗଲ ଅଂଚଳରେ ଏକ ଆତଙ୍କବାଦୀ ଲୁଚି ରହିଥିଲେ। ସର୍ଚ୍ଚ ଅପରେସନ ସମୟରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସନ୍ଦେହଜନକ ସାମଗ୍ରୀ ଉଦ୍ଧାର କରାଯାଇଛି। ତ୍ରାଲର ସିର/ପାସ୍ତୁନା ଜଙ୍ଗଲ ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ଏହା ଉପରେ ୪୨ ଆରଆର, ପୋଲିସ ଏବଂ ୧୮୦ଟି ବାଟାଲିୟନ ସିଆରପିଏଫ ମିଳିତ ଭାବେ ଜଙ୍ଗଲ ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଏକ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ପାଇଥିଲେ। ଆତଙ୍କୀ ଠିକଣା ଖୋଜିବା ପରେ ମୁଜାହିଦ୍ଦିନର ସନ୍ଦେହଜନକ ସାମଗ୍ରୀ, ବାସନ ଏବଂ ଖାଦ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି। ଆତଙ୍କବାଦ ଲୁଚାଇ ରଖିଥିବା ସାମଗ୍ରୀକୁ ସୁରକ୍ଷାବଳ ତାଙ୍କ କବଜାକୁ ଆଣି ଆତଙ୍କୀ ଠିକଣା ଧ୍ୱଂସ କରିଦେଇଥିଲେ। ଏହି ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ଭାବନା ଥିବାରୁ ସୁରକ୍ଷାବାହିନୀ ସର୍ଚ୍ଚ…
ସମ୍ବଲପୁର: ପ୍ରଶାସନ ପକ୍ଷରୁ ବୁର୍ଲା ଭିସୁଟ୍ ପରିସରରୁ କଂଟେନମେଂଟ କଟକଣାକୁ ହଟାଇ ଦିଆଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟେଷ୍ଟିଂ ଓ ସର୍ଭେ କାର୍ଯ୍ୟ ଶେଷ ହେବା ପରେ କଟକଣା ପ୍ରତ୍ୟାହାର କରିଛି ପ୍ରଶାସନ। କଂଟେନମେଂଟ ହଟିବା ସତ୍ୱେ ୭ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ସର୍ଭେଲାନ୍ସ ଜାରୀ ରହିବ। ଏଠାରେ ଉଲ୍ଲେଖଯୋଗ୍ୟ, ଭିସୁଟର ୨୫ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭିସୁଟ୍ କୁ ଗତ ୨୮ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା।
ଗଞ୍ଜାମ: ବିଦ୍ୟାଳୟ ପରିସରରେ ଜଣେ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ର ଛୁରାମାଡ଼ କରିଛନ୍ତି। ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋରସିଂ ହାଇସ୍କୁଲରେ। ଦଶମ ଶ୍ରେଣୀର ଦୁଇ ଛାତ୍ର ଶୁଭମ୍ ଭୋଳ ଓ ଅମିତ ନାୟକଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ଶୁଭମ୍ ଛାତ୍ର ଅମିତଙ୍କୁ ଛୁରାମାଡ଼ କରିଛନ୍ତି। ଫଳରେ ତାଙ୍କ ପେଟରେ ଗଭୀର ଆଘାତ ଲାଗିବା ସହ ସେ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ଭଞ୍ଜନଗର ଡ଼ାକ୍ତରଖାନା ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଛୁରାମାଡ କରିଥିବା ଛାତ୍ର ଜଣଙ୍କୁ ସ୍କୁଲ କର୍ତୃପକ୍ଷ ଅଟକ ରଖିଛନ୍ତି।
ଗଞ୍ଜାମ: ଦୁଇ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୩ ହଜାର ୮୮୦ ଜଣ ବରିଷ୍ଠ ନାଗରିକ ଓ ରୁଗଣ ବ୍ୟକ୍ତିଙ୍କୁ କୋଭିଡ଼୍ ଟୀକାକରଣ କରାଯାଇଛି। ପ୍ରଥମ ଦିନରେ ୨୨୩୩ ଜଣ କୋଭିଡ଼୍ ଟୀକା ନେଇଥିଲେ। ପୁଣି ଦ୍ୱିତୀୟ ଦିନରେ ୩୮୮୦ ଜଣଙ୍କ ମଧ୍ୟରୁ ୩୮୭୦ ଜଣ ବରିଷ୍ଠ ନାଗରିକ ରହିଥିବା ବେଳେ ୬୩ ଜଣ ରୋଗାଗ୍ରସ୍ତ ରହିଥିବା ସୂଚନା ମିଳିଛି। ଜିଲ୍ଲାର ମୋଟ୍ ୩୨ ଟି ସ୍ଥାନରେ ଟୀକାକରଣ କରାଯାଉଥିବା ବେଳେ ବ୍ରହ୍ମପୁର ସହରରେ ୬ଟି ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ଦିଆଯାଉଛି। ସହରର ଆସିକା ରୋଡ଼, ବୈକୁଣ୍ଠ ନଗର, ରେଡ଼କ୍ରସ, ଗୁଡ଼ସେଡ୍ ରୋଡ଼, ଖୋଡ଼ାସିଙ୍ଗି ଏବଂ ଆମ୍ବପୁଆ ସ୍ଥିତ ସହରାଚଂଳ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ୍ ୯୮୬ ଜଣ ଟୀକା ନେଇଛନ୍ତି। ଜିଲ୍ଲାରେ ଦୁଇ ଦିନ ମଧ୍ୟରେ ମୋଟ୍ ଟୀକା ଗ୍ରହଣକାରୀଙ୍କ ସଂଖ୍ୟା ୬୦୫୩ ରେ ପହଂଚି ଥିବା ବେଳେ ଏଥିରେ ବ୍ରହ୍ମପୁର ସହରରେ ୧୨୨୬ ଜଣ ରହିଛନ୍ତି। ଦ୍ୱିତୀୟ ଦିନରେ ବାଲିସିରା…
ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲାର ବରେଇପାଲି ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହି ୩ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଦୁଇଟି ବାଇକ୍ ଯୋଗେ ୪ ଜଣ ଯାଉଥିବା ବେଳେ ସେମାନଙ୍କୁ ଏକ ଟ୍ରକ୍ ଚାପି ଦେଇଥିଲା। ଫଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତାହତ ମାନଙ୍କ ଘର ହୀରାକୁଦ ଅଂଚଳରେ ବୋଲି ଜଣାପଡିଛି।
ବାରିପଦା: ଦେଶରେ ସର୍ବବୃହତ ସଂରକ୍ଷିତ ବନକ୍ଷେତ୍ର ତଥା ଜୈବ ମଣ୍ଡଳ ଶିମିଳିପାଳ ଏବେ ଜଳୁଛି। ୫ ହଜାର ୫୬୯ ବର୍ଗକିମି ଶିମିଳିପାଳ ଜୈବ ମଣ୍ଡଳରୁ ୨ ହଜାର୨୭୨ ବର୍ଗ କିମି ଶିିମିଳିପାଳ ସଂରକ୍ଷିତ ଅଭୟାରଣ୍ୟର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚତୁର୍ଦିଗରେ ଲାଗିଛି ନିଆଁ। ଦିନ ବେଳା ଧୂଆଁ ଓ ରାତିରେ ନିଆଁ ଜଳୁଥିବା ଦୃଶ୍ୟ ୧୫/୨୦ କିମି ଦୂରରୁ ଦୃଶ୍ୟମାନ ହେଉଛି। ବନ ବିଭାଗ ଓ ଅଗ୍ନିଶମ ବିଭାଗର ନିୟନ୍ତ୍ରଣ ବାହାରେ ଏହି ନିଆଁ। ଚଳିତ ବର୍ଷ ପତ୍ରଝଡ଼ା ପରେ ଆଦୌ ବର୍ଷା ନ ହେବା ଓ ଏହି ସମୟରେ ତାପମାତ୍ରା ଅନ୍ୟ ବର୍ଷ ତୁଳନାରେ ୧୦/୧୨ ଡ଼ିଗ୍ରୀ ସେଲସିୟସ୍ ଅଧିକ ମୁଖ୍ୟ କାରଣ କୁହାଯାଉଛି। ତେବେ ମହୁଲ ଫୁଲ ସଂଗ୍ରହକାରୀ ଗଛ ମୂଳ ପରିଷ୍କାର ପାଇଁ ଲଗାଉଥିବା ନିଆଁ ବ୍ୟାପି ପାହାଡ଼ ପରେ ପାହାଡ଼ ଚରି ଚାଲିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନସ୍ଥ ୨୧ଟି ବନାଚଂଳ(ରେଞ୍ଜ)ରୁ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୨, ସୁନ୍ଦରଗଡରୁ ୧୧, ବରଗଡରୁ ୬, ବଲାଙ୍ଗୀରିରୁ ୬, ବୌଦ୍ଧରୁ ୩, ଦେବଗଡ଼ରୁ ୩, ଯାଜପୁରରୁ ୩, ସୋନପୁରରୁ ୩, ବାଲେଶ୍ବରରୁ ୨, କଟକରୁ ୨, ଖୋର୍ଦ୍ଧାରୁ ୨, ମୟୂରଭଞ୍ଜରୁ ୨, ନବରଙ୍ଗପୁରରୁ ୨, ପୁରୀରୁ ୨, ଅନୁଗୁଳରୁ ୧, ଗଜପତିରୁ ୧, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୧ ଏବଂ ରାୟଗଡାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୭୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୪୪୮ କୁ ବୃଦ୍ଧି ହୋଇଛି। ତେବେ ୭୧୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା…
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହିତ ବୈଜ୍ଞାନିକ ମନୋବୃତ୍ତି ନେଇ ଜୀବନରେ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ଦୁଇଟି ପ୍ଲାନେଟାରିଅମ ଅଛି। ଏହାସହିତ ଆଉ 6 ଟି ପ୍ଲାନେଟାରିଅମ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୩୦ ଟି ଜିଲ୍ଲା ରେ ମଧ୍ୟ ୩୦ ଟି ଜିଲ୍ଲା ବିଜ୍ଞାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ଏଥିପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ବରର ପଠାଣୀ ସାମନ୍ତ ପ୍ଲାନେଟାରିଅମ୍କୁ ଏକ ୩-ଡ଼ି ପ୍ଲାନେଟାରିଅମରେ ପରିଣତ କରାଯିବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମଣିଷ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୧୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
କୋଲକାତା, ବଙ୍ଗାଳୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସୟନ୍ତିକା ବାନାର୍ଜି ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳର ବରିଷ୍ଠ ନେତା ପାର୍ଥ ଚାଟାର୍ଜି ଏବଂ ସୁବ୍ରତ ମୂଖାର୍ଜିଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ମିଶ୍ରଣ ପର୍ବ ପରେ ସୟନ୍ତିକା କହିଛନ୍ତି ଯେ, ମୁଁ ଦିଦିଙ୍କ ସହିତ ଆଗରୁ ଥିଲି ଏବେବି ରହିବି। ଏହା କିଛି ନୂଆ କଥା ନୁହେଁ। ବର୍ତ୍ତମାନ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ କି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରେ ସେ କହିଲେ ଯେ, ସେ ନିଷ୍ପତି ଦଳ କରିବ, ମୁଁ କେବଳ ଦିଦିଙ୍କ ହାତମୁଠାକୁ ଟାଣ କରିବା ପାଇଁ ଯୋଗଦେଇଛି ବୋଲି ସୟନ୍ତିକା କହିଛନ୍ତି।
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛ ଏକ ଅଭାବନୀୟ ଘଟଣା। ଲୁହା ଶିକୁଳ ଓ ତାଲାରେ ବନ୍ଧା ପଡିଛି ଜଣେ ନିରୀହ ନାବାଳିକାର ଜୀବନ। ସଦର ଥାନା ଅନ୍ତର୍ଗତ ବରଦାପାଳ ଗ୍ରାମର ଜମାଦାର ମାଝୀଙ୍କ ସବା ସାନ ଝିଅ। ଝିଅ କୁସୁମିତା ସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲା। କରୋନା କାରଣରୁ ସ୍କୁଲ କଲେଜ ବନ୍ଦ ହୋଇଯିବା ପରେ ସେହି ଦିନଠାରୁ ଘରେ ଆସି ରହୁଥିଲା ରୀନା। କିନ୍ତୁ ଘରେ ରହୁଥିବା ସମୟରେ ଘରଛାଡି ଚାଲିଯିବାକୁ ଝିଅ ବାରମ୍ବାର ଉଦ୍ୟମ କରି ଆସୁଥଲା। ପୂର୍ବରୁ ଥରେ ପରିବାର ଲୋକଙ୍କ ଅଜ୍ଞାତରେ ଝିଅଟି ଘରଛାଡି ଚାଲି ଯାଇଥିବା ବେଳେ ସି.ଡବ୍ଲୁ.ସି. ଓ ପୋଲିସ ତୁରୁମୁଙ୍ଗା ଠାରୁ ତାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଗତକାଲି ମଧ୍ୟ ଝିଅ ଘରୁ ପଳାଇ ଯାଉଥିବା ସମୟରେ ଗାଁ ଲୋକମାନେ ତାକୁ ଉଦ୍ଧାର କରି ତାର ବାପାକୁ ହସ୍ତାନ୍ତର କରିଥିଲେ। ଏ ସମସ୍ତ ଘଟଣା ସି.ଡବ୍ଲୁ.ସି.…
କୋଲକାତା, ନିର୍ବାଚନ ଯେତିକି ପାଖଉଛି, ପଶ୍ଚିମ ବଂଗ ନିର୍ବାଚନ ସେତିକି ସରଗରମ ହେଉଛି। ଆଜି ନିର୍ବାଚନ କମିଶନରଙ୍କ ନିକଟରେ ମୋଦିଙ୍କ ଫଟୋକୁ ନେଇ ଅଭିଯୋଗ କରିଛି ତୃଣମୂଳ କଂଗ୍ରେସ। ଦଳ କହିଛି ଯେ, ବର୍ତ୍ତମାନ କୋଭିଡ ଟୀକା ଦେବା ପରେ ଏକ ଡିଜିଟାଲ ପ୍ରମାଣ ପତ୍ର ଦିଆଯାଉଛି। ଏହି ପ୍ରମାଣ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେଉଥିବାରୁ ଏହାକୁ ବନ୍ଦ କରାଯାଉ ବୋଲି ଦଳ ଅଭିଯୋଗ କରିଛି। ଟିଏମସର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପଶ୍ଚିମବଂଗରେ ଆଠଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ଭାରତ ନିର୍ବାଚନ କମିଶନର ତାରିଖ ଘୋଷଣା କରିସାରିଛନ୍ତି। ସେହିଦିନଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଏପରି କ୍ଷେତ୍ରରେ ମୋଦିଙ୍କ ଫଟୋ କିପରି ବ୍ୟବହାର କରାଯାଉଛି ବୋଲି ଟିଏମସି ଅଭିଯୋଗ କରିଛି।
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ବିବନ ବିଶ୍ୱାଳର ଟିଆଇ ପରେଡ୍ ଆରମ୍ଭ ହେବ। ଜେଏମଏଫସି ସୁଜାଲିନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ୍ ଝାରପଡ଼ା ଜେଲରେ କରାଯିବ। ଏଥିପାଇଁ ଅଞ୍ଜନା ମିଶ୍ର ଝାରପଡ଼ା ଜେଲ ପରିସରରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ବିବନକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲେ ମଧ୍ୟ କୋର୍ଟ ୨ ଦିନ ପାଇଁ ଅନୁମତି ଦେଇଛନ୍ତି। ଆସନ୍ତା ୪ ଓ ୫ ତାରିଖ ଦୁଇଦିନ ପାଇଁ ବିବନକୁ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି। ଏହି ଟିଆଇ ପରେଡ୍ ସମ୍ପର୍କରେ ପ୍ରତିକ୍ରିୟା ରଖି ଅଞ୍ଜନା କହିଛନ୍ତି ଯେ ଦୀର୍ଘ ୨୨ ବର୍ଷ ପରେ ସେ ଅଭିଯୁକ୍ତକୁ ଚିହ୍ନିବା କଷ୍ଟକର ବ୍ୟାପାର। ଅନ୍ୟପକ୍ଷରେ ବିବନକୁ କିଏ ଫେରାର କଲା ତାହା ସାମ୍ନାକୁ ଆସୁ ବୋଲି ସେ ଦାବି କରିଛନ୍ତି। ଉଲ୍ଲେଖ୍ୟଯୋଗ୍ୟ ଯେ ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ…
ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମରା ରେଳପଥ ବାଂଶଡା ରେଳବ୍ରିଜ୍ରେ କଟି ଜଣେ ଯୁବକର ମୃତ୍ୟୁ ହୋଇଛି। ତେବେ ମୃତ ଯୁବକ ହେଉଛନ୍ତି ଚାନ୍ଦବାଲି ବ୍ଲକ୍ ନୂଆଗାଁ ପଂଚାୟତ ଅଧୀନସ୍ଥ ଇଚ୍ଛାପୁର ଗ୍ରାମର କିଣୁ ବେହେରାଙ୍କ ପୁତ୍ର କାଳିଆ। ଯାହା ଜଣାଯାଏ ପାରିବାରିକ କଳହ ଯୋଗୁଁ ଗତକାଲି ରାତିରେ କାଳିଆ ଉକ୍ତ ଟ୍ରେନ୍ ଲାଇନ୍ରେ ଆତ୍ମହତ୍ୟା କରିଥିଲା। ପରିବାର ଲୋକେ ତାକୁ ରାତିରେ ବହୁ ଖୋଜାଖୋଜି କରି ପାଇନଥିବାବେଳେ ପରେ ତାଙ୍କର ମୃତଦେହକୁ ଧାମରା ରେଳପଥ ବାଂଶଡା ରେଳବ୍ରିଜ୍ ନିକଟରୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାଂଶଡା ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଶାଳିଆ ଡ୍ୟାମ ଏବଂ ପୋଡାସାହି ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଏବଂ ଦେଶୀ ମଦ ବିକ୍ରି ଆଡ୍ଡା ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଆଜି ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଉକ୍ତ ଚଢ଼ାଉ କାର୍ଯ୍ୟ ଜାରି ରହିଥିଲା। ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ଶାଳିଆ ଡ୍ୟାମ ଆଖପାଖ ସମସ୍ତ ଅଞ୍ଚଳରୁ ୩୦ ରୁ ଊର୍ଦ୍ଧ୍ଵ ଭାଟିରୁ ପାଖାପାଖି ୪ ହଜାର ଲିଟର ଦେଶୀ ମଦ ପୋଚ ଜବତ କରି ନଷ୍ଟ କରାଯାଇଛି। କିନ୍ତୁ ଘଟଣାସ୍ଥଳରୁ ମଦ ବେପାରୀ ଫେରାର ହେବାରେ ସଫଳ ହୋଇଛନ୍ତି। ଅନୁରୂପ ଭାବେ ପୋଡା ସାହିରୁ ୧୮୩ ଲିଟର ଦେଶୀ ମଦ…
ଜୟପୁର: ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୩ଟି ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ଜୟପୁର ର ସର୍ବ ପୁରାତନ ବିକ୍ରମ ଦେବ ସ୍ୱଂୟ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେବା, ଜୟପୁର ନର୍ସିଂ ମହାବିଦ୍ୟାଳୟ ଖୋଲିବା ଓ କୋରାପୁଟରେ କୃଷି ବିଶ୍ୱ ବିଦ୍ୟାଳୟ ଖୋଲିବାକୁ ଦାବୀ କରିଛନ୍ତି। ଜୟପୁର ବିକ୍ରମଦେବ କଲେଜ ରାଜ୍ୟର ବହୁ ପୁରାତନ ମହାବିଦ୍ୟାଳୟ ଅଟେ। ଏହି କଲେଜକୁ ବିଶ୍ୱ ବିଦ୍ୟାଳୟ ଦାବି କରାଯାଇଥିବା ବେଳେ ବିଧାନସଭାରେ ମଧ୍ୟ ମନ୍ତ୍ରୀ ପ୍ରତିଶ୍ରୃିତି ଦେଇଥିଲେ। ଦୁଃଖ ଓ ପରିତାପର ବିଷୟ ଯେ ବିକ୍ରମ ଦେବ କଲେଜ ଠାରୁ ପରେ ପ୍ରତିଷ୍ଠା ହୋଇଥିବା କଲେଜ ଗୁଡିକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇଥିଲେ ମଧ୍ୟ ଏହି କଲେଜକୁ ରାଜ୍ୟ ସରକାର ଜାଣି ଶୁଣି ଅଣଦେଖା କରିଥିବା ଅଭିଯୋଗ ହୋଇଛି। ତେଣୁ ରାଜ୍ୟ ସରକାର ତୁରନ୍ତ ବିକ୍ରମ ଦେବ କଲେଜକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଘୋଷଣା…
ଭୁବନେଶ୍ବର: ଆଜି ରାଜ୍ୟରେ ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ୩୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୪୪୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୭୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୭୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୮ ଟି ଜିଲ୍ଲାରୁ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪ ଜଣ, ସମ୍ବଲପୁର ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଜିଲ୍ଲାରୁ ୨ ଜଣ,…
ଜୟପୁର: ଜୟପୁର ସ୍ଥିତ ଅତିରିକ୍ତ ଜିଲା କୋର୍ଟ ରେ ହତ୍ୟା ମାମଲାର ଶୁଣାଣି ହୋଇଛି। ଅତିରିକ୍ତ ଜିଲ୍ଲା ବିଚାରପତି ରାଜେଶ କୁମାର ନାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୨ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲା ବିବରଣୀରୁ ପ୍ରକାଶ ଯେ, ବୋରିଗୁମ୍ମା ଥାନା ଅନ୍ତର୍ଗତ ବଡନାୟକ ଗୁଡା ଗ୍ରାମରେ ରହୁଥିବା ବାପା ମଦନ ସାନ୍ତାକୁ ଗତ ୨୦୧୪ ମେ ୨୪ ତାରିଖରେ ଅଭିଯୁକ୍ତ ପୁଅ ଅର୍ଜୁନ ସାନ୍ତା ଓ ସାଙ୍ଗ ଭୁବନ ସାନ୍ତା ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ବୋରିଗୁମ୍ମା ଥାନା ଅନ୍ତର୍ଗତ ବଡ ନାୟକ ଗୁଡା ବାପା ମଦନ ସାନ୍ତାକୁ ଟାଙ୍ଗିଆରେ ମୁଣ୍ଡ ଓ ବେକକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ରାସ୍ତା ମଝିରେ ହତ୍ୟା କରିଥିବା ବିଷୟ ମା ତାରା ସାନ୍ତା ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ୧୭ ଜଣ ସାକ୍ଷ୍ୟ…
ପୁରୀ: ଶ୍ରୀମନ୍ଦିର ଚୌହଦି ସୌନ୍ଦର୍ଯ୍ୟକରଣ ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ଉନ୍ନତିମୂଳକ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଭକ୍ତଙ୍କୁ ଉତ୍ତର, ଦକ୍ଷିଣ, ପଶ୍ଚିମ ଦ୍ୱାରରେ ପ୍ରବେଶ ଅନୁମତି ଦେବା ପାଇଁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଆଜି ସର୍କିଟ ହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମତ ଦେଇଛନ୍ତି। ଶ୍ରୀମନ୍ଦିର ଚାରିପଟେ ଦେଢଲକ୍ଷରୁ ଊର୍ଦ୍ଧ୍ୱ ବାସିନ୍ଦା ରହୁଛନ୍ତି। ଗ୍ରାମଦେବତାଙ୍କ ପରି ମନ୍ଦିରରେ ସ୍ଥାନୀୟ ଅଧିବାସୀଙ୍କ ଦିନକୁ ଦୁଇ ତିନିଥର ମନ୍ଦିର ଭିତରେ କାର୍ଯ୍ୟ ରହୁଛି। ଅନେକ ବରିଷ୍ଠ ଭକ୍ତ ସିଂହଦ୍ୱାର ବାଇଶି ପାହାଚରେ ଚଢିକରି ଯାଇପାରୁନଥିବା ବେଳେ ଅନ୍ୟ ଦ୍ୱାରରେ ୬, ୭ଟି ପାହାଚ ଉଠିବା ପରେ ସୁବିଧାରେ ମନ୍ଦିରରେ ପ୍ରବେଶ କରିପାରୁଛନ୍ତି। ସ୍ଥାନୀୟ ଅଧିବାସୀଙ୍କୁ ଆଧାର କାର୍ଡ ଯାଂଚ କରି ପ୍ରବେଶ ଅନୁମତି ଦେବା ପାଇଁ ବିଧାୟକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କ ଠାରେ ଦାବି କରିଛନ୍ତି। ଏହାସହ ପ୍ରତି ଶନିବାର ଓ ରବିବାର ୫୦ହଜାରରୁ ଉର୍ଦ୍ଧ ଭକ୍ତ ଶ୍ରୀମନ୍ଦିରକୁ…

