ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଯାଇ ବେଲପଡା ଓ ପାଟଣାଗଡ ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ୮୯୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ କରିଛନ୍ତି। ଜଳ ସେଚନ, ସ୍ବାସ୍ଥ୍ୟ ଭିତ୍ତିଭୂମି, ପାଇପ ଜଳ ଯୋଗାଣ ପ୍ରକଳ୍ପ, ସେତୁ ନିର୍ମାଣ ପ୍ରକଳ୍ପ, ସଡକ ନିର୍ମାଣ ପ୍ରକଳ୍ପ ଭଳି ସମୁଦାୟ ୮୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବେଲପଡା ଓ ପାଟଣାଗଡରେ ଏଥି ପାଇଁ ଆୟୋଜିତ ଦୁଇଟି ଜନସଭାରେ ଉଦ୍ବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ତୁଷୁରା ଏୟାରଷ୍ଟ୍ରିପ ଠାରେ ୬୫ କୋଟି ଟଙ୍କା ବ୍ୟୟରେ ୧୩୩୦ ମିଟର ଏୟାରଷ୍ଟ୍ରିପ ରନୱେର ଉନ୍ନତି କରଣ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉନ୍ନତି କରଣ ପରେ ଏହି ଏୟାରଷ୍ଟ୍ରିପ 2-B ବର୍ଗରେ ଅନ୍ତର୍ଭୁକ୍ତ ହେବ ଏବଂ ଏହା ଦ୍ବାରା ବଲାଙ୍ଗିର ଓ ଭୁବନେଶ୍ବର ମଧ୍ୟରେ…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟର ବାକି ଥିବା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ କେବେ ଟଙ୍କା ମିଳିବ ସେ ନେଇ ମହିଳାମାନେ ଦ୍ବନ୍ଦରେ ରହିଛନ୍ତି। ତେବେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ଟଙ୍କା ମିଳିବା ନେଇ ବଡ ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ଶ୍ରୀମତି ପରିଡା କହିଛନ୍ତି ଯେ, ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି। ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାର ହିତାଧିକାରୀଙ୍କୁ ଟଙ୍କା ଦେବା ପାଇଁ ଯୋଜନା ଚାଲିଛି। ଚଳିତ ନଭେମ୍ବର ମାସ ଶେଷ ସପ୍ତାହ ବେଳକୁ ଏହି ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ସେହିପରି ଶ୍ରୀମତୀ ପରିଡା କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ପରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଯେଉଁମାନଙ୍କର କୌଣସି ଅସୁବିଧା ରହିଛି ତାହା ସମାଧାନ କରାଯିବ। ସେଥିପାଇଁ ବିଡିଓଠାରୁ ଆରମ୍ଭ କରି ଅଙ୍ଗନବାଡି ଦିଦିଙ୍କ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଶେଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦେବା ପର୍ଯ୍ୟନ୍ତ ସରକାର କାର୍ଯ୍ୟ କରିବେ…
ଭୁବନେଶ୍ବର: ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଙ୍କ ଏକ ବୟାନକୁ ନେଇ ରାଜ୍ୟ ରାଜନୀତି ହଲଚଲ ହେବାରେ ଲାଗିଛି। ଆଜି ନବରଂଗପୁରରେ ଆୟୋଜିତ ଏକ ବିଜେଡି ପଦଯାତ୍ରାରେ ସେ ଯାହା କହିଲେ ତାହା ବର୍ତ୍ତମାନ ସବୁଠାରୁ ବଡ ଚର୍ଚ୍ଚାରେ ରହିଛି। କାରଣ ତାଙ୍କର ଏପରି ବୟାନ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି। ଏହି ପଦଯାତ୍ରାରେ ମୁନ୍ନା ଖାଁ କହିଛନ୍ତି ଯେ, ବିଜେପିର ୧୪ ବିଧାୟକ ବର୍ତ୍ତମାନ ବିଜେଡି ସଂପର୍କରେ ଅଛନ୍ତି। ସେମାନେ ଖୁବ ଶିଘ୍ର ବିଜେଡିରେ ଯୋଗଦେବେ। ଫଳରେ ବିଜେଡି ପୁଣି ଥରେ ଶାସନ କ୍ଷମତାକୁ ଫେରିବ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆଜି ଯଦି ରାଜ୍ୟରେ ନିର୍ବାଚନ ହେବ ତେବେ ବିଜେଡି ଶହେ ଆସନ ହାସଲ କରିବ। ସେହିପରି ସେ କହିଥିଲେ ଯେ, ବର୍ତ୍ତମାନ ପଞ୍ଚାୟତ ଏବଂ ପୌର ସଂସ୍ଥାରେ ବିଜେଡି ନବେ ପ୍ରତିଶତ ପ୍ରତିନିଧି ଅଛନ୍ତି। ତେଣୁ ବିଜେଡି ଏଥରି…
ଭୁବନେଶ୍ବର: ବେଦାନ୍ତ କଂପାନୀକୁ ଦିଆଯାଇଥିବା ସିଜିମାଳି ଖଣି ବିରୋଧରେ ତାତିଛନ୍ତି ସ୍ଥାନୀୟ ବାସିନ୍ଦା। ବେଦାନ୍ତ କଂପାନୀ ଏବଂ ତାଙ୍କ ଦ୍ବାରା ନିଯୁକ୍ତ ପରିବହନ କଂପାନୀ ମୈତ୍ରୀ ବିରୋଧରେ ବଡ ଧରଣର ଆନ୍ଦୋଳନର ଦାନା ବାନ୍ଧିବାରେ ଲାଗିଛି। ବେଦାନ୍ତ କଂପାନୀ ପାଇଁ ସିଜିମାଳି ଖଣି ଅଧିଗ୍ରହଣ କରିବାକୁ ମୈତ୍ରୀ କଂପାନୀ ଦାଦାଗିରି କରୁଛି ବୋଲି ଅଭିଯୋଗ କରାଯାଇଛି। ଯଦି ତାହା ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ହଜାର ହଜାର ଆଦିବାସୀ ରାୟଗଡାରୁ ଭୁବନେଶ୍ବରକୁ ପ୍ରାୟ 400 କିଲୋମିଟର ଧରି ଏକ ରାଲି କରିବେ ବୋଲି ଧମକ ଦିଆଯାଇଛି। କିଛିଦିନ ତଳେ ଭବାନୀପାଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଚେତାବନୀ ଦେଇଛି ମା, ମାଟି, ମାଳି ସୁରକ୍ଷା ମଞ୍ଚ। ଏହି ସଂଗଠନର ସଭାପତି ଶ୍ରୀ ସୁବାଷ ସିଂ ମାଝୀ କହିଛନ୍ତି ଯେ, ବେଦାନ୍ତ କଂପାନୀ ନୀରିହ ଆଦିବାସୀମାନଙ୍କୁ ଡରାଇ ଧମକାଇ ଖଣି ଅଧିଗ୍ରହଣ କରିବାକୁ ଚାହୁଁଛି। ବିଭିନ୍ନ ଆଦିବାସୀଙ୍କ ନାମରେ…
ଭୁବନେଶ୍ବର: ଗତ ୨୮ ତାରିଖରେ ବିହାରର ପାଟଣାଠାରେ ନିର୍ମାଣଧୀନ ମେଟ୍ରୋ ରେଳ ପ୍ରକଳ୍ପରେ ଦୁର୍ଘଟଣା ଘଟି ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସୂଚନା ଯୋଗ୍ୟ ଯେ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଗୋଛାବାଡି ଗାଁର ମନୋଜ ବେହେରା ଏବଂ କାଦୁଆ ଗାଁର ବିଜୟ ବେହେରାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଦୁଇ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୬ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।
ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ସେ ନିଜର ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି। ଏ ନେଇ ସେ କହିଛନ୍ତି ଯେ, ଆମେ ଦଳରେ ଅଲୋଡା ଥିଲୁ। ଆମକୁ କେହି ପଚାରୁ ନ ଥିଲେ। ଫଳରେ ସେହି ଦଳରେ ରହି କିଛି ଲାଭ ନାହିଁ ବୋଲି ସୁନନ୍ଦା କହିଛନ୍ତି। ସୁନନ୍ଦା ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳିରୁ ବିଜେଡି ଟିକେଟରେ 2019 ରୁ 2024 ପର୍ଯ୍ୟନ୍ତ ବିଧାୟିକା ଥିଲେ। ହେଲେ ଦଳ ତାଙ୍କୁ 2024ରେ ଟିକେଟ ଦେଲା ନାହିଁ। ତାଙ୍କ ବଦଳରେ ଦଳ ବିଶ୍ବରଂଜନ ମଲ୍ଲିକଙ୍କୁ ଟିକେଟ ଦେଲା ଏବଂ ସେ ଜିତିଲେ ମଧ୍ୟ। ଏହାକୁ ନେଇ ସୁନନ୍ଦା ସେତେବେଳଠାରୁ ଅସନ୍ତୁଷ୍ଠ ଥିଲେ। ହେଲେ ଦଳ ଗତ ନିର୍ବାଚନରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କୁ ଦଳର ସାଧାରଣ ସଂପାଦକ ପଦ ଦେଇ ନବୀନ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରୁଥିବା କଣ୍ଟାବାଞ୍ଜୀ ନିର୍ବାଚନ ମଣ୍ଡଳୀର…
ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି ପାଇଁ ଆମେ ସମସ୍ତେ ପ୍ରସ୍ତୁତ। ବାଣ ସହିତ ଦୀପାବଳି ଉତ୍ସବ କୁ ପାଳନ କରିବା ପାଇଁ ଆମ ମାନଙ୍କ ମଧ୍ୟରୁ ଅନେକ ଅତି ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। କିନ୍ତୁ ଦୀପାବଳି ଉତ୍ସବ ପାଳନ ବେଳେ ଆମକୁ ନିଜର ଓ ନିଜ ପରିବାରର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ରଖିବାକୁ ପଡ଼ିବ। ଆମକୁ ସତର୍କତାର ସହ ଏହି ବହୁ ପ୍ରତୀକ୍ଷିତ ଆଲୋକର ପର୍ବକୁ ପାଳନ କରିବାକୁ ହେବ। ମୁଖ୍ୟତଃ ବାଣ ଫୁଟାଇବା ବେଳେ ଯେମିତି ଆମର ଆଖି କିମ୍ବା ଶରୀର ର ଅନ୍ୟ ଅଂଶରେ କୌଣସି ପ୍ରକାରର ଆଘାତ ନ ଲାଗେ। ଉପଯୁକ୍ତ ସତର୍କତା ବିନା ଦୀପାବଳିର ଆନନ୍ଦ ହୁଏତ ଦୁର୍ଘଟଣା ରେ ବଦଳି ଯାଇପାରେ। ବାଣ ଫୁଟାଇବା ବେଳେ ଆମକୁ ଅନେକ ସାବଧାନତା ଅବଲମ୍ବନ କରିବାକୁ ହେବ। ଆଖି ଯେହେତୁ ଏକ ଅତି ସମ୍ବେଦଶୀଳ ଅଙ୍ଗ ବାଣ ଫୁଟାଇବା ବେଳେ ଆମକୁ ସତର୍କ ରହିବାକୁ…
ଢେଙ୍କାନାଳ: ଯାହା ଆଶା କରାଯାଉଥିଲା ତାହା ହେଲା। ଶେଷରେ ବିଜେପିରେ ସାମିଲ ହେଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ। ଆଜି ଢେଙ୍କାନାଳରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ଗଁଦିଆ ବ୍ଲକର ପ୍ରାୟ ୨୪ ଜଣ ସରପଞ୍ଚ ଓ ସମିତିସଭ୍ୟ ମଧ୍ୟ ସାମିଲି ହୋଇଛନ୍ତି। ଏମାନେ ସମସ୍ତେ ବିଜେଡି ସମର୍ଥିତ ନିର୍ବାଚିତ ପ୍ରତିନିଧି ଥିଲେ। ରୀନାରାଣୀଙ୍କ ସମର୍ଥକଙ୍କ କହିବା ଅନୁସାରେ ଢେଙ୍କାନାଳରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ସୁଧୀର ସାମଲ କୌଣସି ସହଯୋଗ କରୁ ନାହାଁନ୍ତି। ଫଳରେ ବହୁ ବିଜେଡି ନେତା ତଥା ନିର୍ବାଚିତ ପ୍ରତିନିଧି ତାଙ୍କ ଉପରେ ଖପ୍ପା ହୋଇପଡିଛନ୍ତି। ଯାହାର ଫଳ ସୂରୂପ ଆଜି ବିଜେଡିର ଏକ ବଡ ସଂଗଠନ ବିଜେପିରେ ସାମିଲ ହୋଇଛନ୍ତି। ପରବର୍ତ୍ତି ସମୟରେ ଢେଙ୍କାନାଳର ବହୁ ନେତା ତଥା ନିର୍ବାଚିତ ପ୍ରତିନିଧି ଦଳ ଛାଡିବେ ବୋଲି ଶୁଣାଯାଇଛି।
ଭୁବନେଶ୍ୱର: ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ନୂତନ ଜ୍ଞାନକୌଶଳର ଉପଯୋଗ କ୍ରମେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମତ ଦେଇଛନ୍ତି। କୌଶଲ୍ୟାଗଙ୍ଗଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୪ ଦିନିଆ ମତ୍ସ୍ୟଚାଷ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ମଲ୍ଲିକ ଉପରୋକ୍ତ ମର୍ମରେ ବିକଶିତ ଭାରତ ନିମନ୍ତେ ବିକଶିତ ଓଡ଼ିଶା ଲକ୍ଷ୍ୟରେ ପ୍ରାଣୀସଂପଦ ବିକାଶ, ମତ୍ସ୍ୟଚାଷ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟାଗ ଏବଂ ଉଦ୍ୟାନଚାଷ ଜରିଆରେ ମହିଳା ସଶକ୍ତିକରଣକୁ ବିସ୍ତୃତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ମହିଳା ପ୍ରଶିକ୍ଷାର୍ଥୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କ୍ରମେ ଗ୍ରାମପଞ୍ଚାୟତ ପୁଷ୍କରିଣୀଗୁଡ଼ିକରେ ବାୟୋଫ୍ଲକ୍ ତଥା ଅନ୍ୟାନ୍ୟ ମାଛଚାଷ ନେଇ ଏହି ତାଲିମ କାର୍ଯ୍ୟକ୍ରମ ଯଥେଷ୍ଟ ଲାଭବାନ୍ କରାଇବ ବୋଲି ମନ୍ତ୍ରୀ ଶ୍ରୀ…
ଭୁବନେଶ୍ବର: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ କଳିଙ୍ଗ ଷ୍ଟାଡିୟମ ଠାରେ ‘ଏକତା ଦୌଡ’ ବା Run For Unity କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କୁ ରାଷ୍ଟ୍ରୀୟ ଏକତା ପାଇଁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୦୦୦ ପିଲା, କ୍ରୀଡା ହଷ୍ଟଲର ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ରୀଡା ସଂଗଠନର ପିଲାମାନେ ଯୋଗଦେଇ ଦୌଡରେ ଭାଗ ନେଇଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ନେତୃତ୍ବ ନେଇ ଏହି ଦୌଡରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଦେଶର ଏକତା ଓ ଅଖଣ୍ଡତା ପାଇଁ ସର୍ଦ୍ଦାର ପଟେଲଙ୍କ ସଂକଳ୍ପ ଓ ଦୃଢ ପଦକ୍ଷେପର ତୁଳନା ନାହିଁ। ଦେଶର ଏକତା ପାଇଁ ସର୍ଦ୍ଦାର ପଟେଲ ସମର୍ପିତ ହୋଇ ଏକ ଅଖଣ୍ଡ ଭାରତର ମୂଳଦୁଆ ସ୍ଥାପନ କରି ଦେଶୀୟ ରାଜ୍ୟ ମାନଙ୍କର ସମ୍ମିଶ୍ରଣରେ…
ଭୁବନେଶ୍ବର: ଆଜି ବିଜେପିରେ ଯୋଗଦେବେ ବିଜେଡି ନେତ୍ରୀ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ। ଢେଙ୍କାନାଳ ଦିଲ୍ଲାର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହେବେ। ଏ ଖବର ଜଣାପଡିବା ପରେ ଆଜି ସକାଳେ ବିଜେଡି ତାଙ୍କୁ ଦଳରୁ ନିଲମ୍ବିତ କରିଛି। ତେବେ ରୀନାରାଣୀଙ୍କର ଗଁଦିଆ ବ୍ଲକରେ ବେଶ ସୁଦୃଢ ସଂଗଠନ ରହିଛି। ସେ ବିଜେଡି ପାଇଁ ବେଶ ସକ୍ରିୟ ଭାବେ କାମ କରିଆସୁଥିଲେ। ହେଲେ ହଠାତ ସେ ବିଜେପିରେ ମିଶିବେ ବୋଲି କାହିଁକି ନିଷ୍ପତି ନେଲେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ସୁତ୍ର ଅନୁସାରେ ଢେଙ୍କାନାଳର ବିଜେଡି ନେତା ସୁଧୀର ସାମଲଙ୍କ ସହିତ ରୀନାରାଣୀଙ୍କ ସହ ଭଲ ସଂପର୍କ ନ ଥିଲା। ସୁଧୀର ସାମଲ କୁଆଡେ ରୀନାରାଣୀଙ୍କୁ ସଂଗଠନୀୟ କାର୍ଯ୍ୟରୁ ଅଲଗା କରି ରଖିଥିଲେ ବୋଲି ଅଭିଯୋଗ ହୋଇଛି। ସେଥିପାଇଁ ରୀନା ବିଜେଡିର ପଦଯାତ୍ରା ସମୟରେ ନିଜକୁ ଦୂରେଇ ରଖିଥିଲେ ବୋଲି ରୀନାରାଣୀଙ୍କ ସମର୍ଥକ ଅଭିଯୋଗ କରିଛନ୍ତି।…
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ଆଜି ଜଣେ ବ୍ଲକ ଅଧ୍ୟକ୍ଷାଙ୍କୁ ଦଳ ନିଲମ୍ବନ କରିଛି। ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏ ନେଇ ବିଜେଡି ତରଫରୁ ଏକ ନିର୍ଦ୍ଦେଶାନାମା ପ୍ରକାଶ ପାଇଛି। ଯାହାକଙ୍କୁ ଦଳ ବହିସ୍କାର କଲା ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ତାଙ୍କ ଦସ୍ତଖତରେ ଏହି ନିର୍ଦ୍ଦେଶାନାମା ପ୍ରକାଶିତ ହୋଇଛି।
ଭୁବନେଶ୍ବର: ଆଜି ହେଉଛି ଧନତେରାସ। ଆଜିର ଦିନରେ ସୁନା କିଣିଲେ ସବୁବେଳ ଶୁଭ ହୋଇଥାଏ ବୋଲି ଏକ ବିଶ୍ବାସ ରହିଛି। ସେଥିପାଇଁ ଅନେକ ସୁନା କିଣିବା ପାଇଁ ଏହି ଦନକୁ ଅପେକ୍ଷା କରିଥାନ୍ତି। ତେବେ ଆଜିର ସୁନା ଦର ଯାହା ରହିଛି ତାହା ଲୋକଙ୍କୁ ହତାସ କରିଦେଇଛି। କାରଣ ଗତ ବର୍ଷ ତୁଳନାରେ ଏଥର ପ୍ରାୟ ୧୭ ହଜାର ଟଙ୍କା ଅଧିକ ରହିଛି। ବିଭିନ୍ନ ସୁନା ଗହଣା ନିର୍ମାତାଙ୍କ ତଥ୍ୟ ଅନୁସାରେ ଆଜି ଭୁବନେଶ୍ବରରେ ଯେଉଁ ଦର ରହିଛି ତାହା ହେଲା ୨୨ କ୍ୟାରେଟ୍ ସୁନା ଦାମ ଆଜି ୭୩ ହଜାର ୧୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ୨୪ କ୍ୟାରେଟ୍ ବା ଖାଣ୍ଟି ସୁନା ଦାମ ୮୦ ହଜାର ୪୫୦ ଟଙ୍କା ରହିଛି। ଫଳରେ ଅନେକ ଗ୍ରାହକ କେବଳ ବିଧି ଅନୁସାରେ ଅଳ୍ପ ସୁନା କିଣି ନିଜର ଇଚ୍ଛା ପୁରଣ କରୁଛନ୍ତି।
ଭୁବନେଶ୍ବର: ଆଜି ଦୁର୍ନିତି ନିବାରଣ ସପ୍ତାହ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଯେଉଁ ବିବୃତି ଦେଇଛନ୍ତି ତାହାକୁ ନେଇ ଓଡିଶା ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସଭାରେ କହିଲେ ଯେ, ମୋତେ କେହି ହେୟଜ୍ଞାନ କରନ୍ତୁ ନାହିଁ। ବର୍ତ୍ତମାନ ଟ୍ରେଲର ଚାଲିଛି, ପୁରା ଫିଲ୍ମ ପାଇଁ ଅପେକ୍ଷା କରନ୍ତୁ। ଏହାକୁ ନେଇ ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶ୍ରୀ ଲେନିନ ମହାନ୍ତି ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଶେଷରେ ମୁଖ୍ୟମନ୍ତ୍ରୀ ମାନିଲେ ଯେ, ସେ ଅସହାୟ। କାରଣ ଏପରି ନ ହୋଇଥିଲେ ସେ କେବେ ବି ନିଜକୁ କେହି ହେୟଜ୍ଞାନ କରନ୍ତୁ ନାହିଁ ବୋଲି କହି ନ ଥାଆନ୍ତେ। ଏହା ଦ୍ବାରା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପୁରା ଅସାହୟ ବୋଲି ଶ୍ରୀ ଲେନିନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଭଲ ହୋଇ ଥାଆନ୍ତା ଯଦି ମୁଖ୍ୟମନ୍ତ୍ରୀ ସେମାନଙ୍କ…
ଭୁବନେଶ୍ବର: ମୋତେ କେହି ହେୟ ଜ୍ଞାନ କରନ୍ତୁ ନାହିଁ, ଏବେ ଟ୍ରେଲର ଚାଲିଛି.. ଆଗକୁ ପୁରା ସିନେମା ବାକି ଅଛି ବୋଲି ଆଜି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଦୁର୍ନିତି ନିବାରଣ ସପ୍ତାହ ପାଳନ ଅବସରରେ ବରିଷ୍ଠ ଅଧିକାରୀଙ୍କୁ ଏହା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଥିଲା। ଯେଉଁମାନେ ଦୁର୍ନିତି କରୁଛନ୍ତି ସେମାନଙ୍କୁ ଖୁବ ଶିଘ୍ର ବନ୍ଧାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ତାଙ୍କୁ କେହି ହେୟ ଜ୍ଞାନ କରନ୍ତୁ ନାହିଁ ବୋଲି କହିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ତାହା ହେଲା ଯେ, ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କୁ କିଏ ହେୟଜ୍ଞାନ କରୁଛି କି ? ତେବେ ସେମାନେ ଅଧିକାରୀ ନା ମନ୍ତ୍ରୀ ନା ବିଜେପି ନେତା। କାରଣ ଓଡିଶା ପରି ରାଜ୍ୟର ଜଣେ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି କିଏ ହେୟଜ୍ଞାନ କରିବ ସେ ନେଇ ସନ୍ଦେହ ରହିଛି। ତେବେ କଣ ମୁଖ୍ୟମନ୍ତ୍ରୀଙ୍କ ଏହା ନିଜ ଅନୁଭବ କି ବୋଲି ସାଧାରଣ ଆଲୋଚନା…
ଭୁବନେଶ୍ବର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଟଣୀସ୍ଥିତ ବିଞ୍ଚିଗିରିଠାରେ ଜାତୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏହି ଜାତୀୟ ଅନୁଷ୍ଠାନ ମାଧ୍ୟମରେ ଯୋଗ ଏବଂ ଓଡିଶାର ହଜିଯାଉଥିବା ପ୍ରାକୃତିକ ଚିକିତ୍ସାର ପ୍ରସାର ହୋଇପାରିବ। ପୂର୍ବରୁ ଅପରାଜିତା ଆୟୁଷ ବିଭାଗ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏହାର ଅନୁମୋଦନ କରାଇଥିଲେ। ଫଳରେ ଅପରାଜିତାଙ୍କ କାର୍ଯ୍ୟକାଳରେ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଇପାରେ। ଏହି ଉତ୍ସବରେ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡଭିଆ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଆୟୁଷମନ୍ତ୍ରୀ ପ୍ରତାପରାଓ ଯାଦବ, କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସାଂସଦ ଅପରାଜିତା ଷଡଙ୍ଗୀ…
ଭୁବନେଶ୍ବର: ସୁଭଦ୍ରା ଟଙ୍କା ନେଇ ଆଜି ଆସିଲା ବଡ ଖବର। ତାହା ହେଲା ଯେ, ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ, ଖୁବ ଶିଘ୍ର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ପ୍ରଦାନ କରାଯିବ। ସେ ନେଇ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଚାଲିଛି। ଯେଉଁମାନେ ଡେରିରେ ଆବେଦନ କରିଛନ୍ତି କିମ୍ବା କଟିଯାଇଛନ୍ତି ସେମାନଙ୍କ କଥା ବିଚାର କରି ଏହି ଟଙ୍କା ପ୍ରଦାନ କରାଯିବ। ଗତ କ୍ୟାବିନେଟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ କେତେକ ପରିବର୍ତ୍ତନ କରିଛନ୍ତି। ସେଥିରେ ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନେ ଏହି ଯୋଜନାରୁ ବାଦ ପଡୁଥିଲେ।ହେଲେ କ୍ୟାବିନେଟ ଅନୁମୋଦନ ଅନୁସାରେ ଯେଉଁମାନଙ୍କ ରାସନ କାର୍ଡ ନାହିଁ ସେମାନେ ମଧ୍ୟ ସୁଭଦ୍ରା ଯୋଜନା ଟଙ୍କା ପାଇପାରିବେ। ସେସବୁକୁ ବିଚାର କରି ଏହି ତୃତୀୟ କିସ୍ତି ପ୍ରଦାନ କରାଯିବ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ହେଲିକପ୍ଟର ଯୋଗେ ବାତ୍ୟାଞ୍ଚଳ ପରିଦର୍ଶନ କରି ସନ୍ଧ୍ୟାରେ ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ସମିକ୍ଷାପରେ ଗଣ ମାଧ୍ୟମ ଆଗରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ସମୁଦାୟ 6210 ଟି ଆଶ୍ରୟସ୍ଥଳରେ 8 ଲକ୍ଷରୁ ଅଧିକ ଲୋକ ରହିଥିଲେ । କିନ୍ତୁ ବର୍ତ୍ତମାନ ପ୍ରାୟ ସମସ୍ତେ ନିଜନିଜ ଘରକୁ ଫେରିଗଲେଣି। ଯେଉଁ କେତୋଟି ଗ୍ରାମ ପଞ୍ଚାୟତରେ ପାଣି ଜମି ରହିଛି ସେଠିକାର ଲୋକମାନେ ଏବେବି ଆଶ୍ରୟସ୍ଥଳୀରେ ଅଛନ୍ତି । ମାତ୍ର 30 ହଜାର ଲୋକ 470 ଟି ଆଶ୍ରୟସ୍ଥଳୀରେ ଅଛନ୍ତି ।…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ, ମହାକାଳପଡା, ରାଜନଗର, ରାଜକନିକା ଓ ଚାନ୍ଦବାଲିର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଆକାଶ ମାର୍ଗରୁ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସମ୍ପୃକ୍ତ ବିଭାଗକୁ କ୍ଷୟକ୍ଷତିର ତୁରନ୍ତ ଆକଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ବାରା ବାତ୍ୟା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଖୁବଶୀଘ୍ର ସହାୟତା ପ୍ରଦାନ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ: ଡିଜିଟାଲ ଆରେଷ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବେଗ ପ୍ରକାଶ କରିଛନ୍ତି। ଆଜି ଅଲ୍ ଇଣ୍ଡିଆ ରେଡିଓର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଆଇନଗତ ଭାବେ କାହାକୁ ଡିଜିଟାଲ୍ ଆରେଷ୍ଟ କରାଯାଇପାରିବ ନାହିଁ। ଡିଜିଟାଲ ଆରେଷ୍ଟ ନାମରେ ଘଟୁଥିବା ଠକେଇକୁ ରୋକିବା ପାଇଁ ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଣେ ପୀଡିତା ଏବଂ ଜଣେ ଠକଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ମଧ୍ୟ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। କଥାବାର୍ତ୍ତା ସମୟରେ ଠକ ନିଜକୁ ପୋଲିସ, ସିବିଆଇ କିମ୍ବା ନାର୍କୋଟିକ୍ସ ବିଭାଗର ଅଧିକାରୀ ବୋଲି କହୁଥିଲେ। ଏହିପରି ଠକମାନେ ପୀଡିତାଙ୍କଠାରୁ ବ୍ୟକ୍ତିଗତ ସୂଚନା ନେଇ ଭୟର ବାତାବରଣ ସୃଷ୍ଟି କରନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଶ୍ରେଣୀର ଏବଂ ବୟସ ବର୍ଗର ଲୋକମାନେ ଡିଜିଟାଲ୍ ଗିରଫଦାରୀର ଶିକାର ହୋଇଛନ୍ତି ଏବଂ ଭୟ ଯୋଗୁଁ ଲକ୍ଷ ଲକ୍ଷ…
ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ଆରମ୍ଭ ହୋଇଛି। ଶନିବାର ସନ୍ଧ୍ୟା ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଅରବିନ୍ଦ ପାଢ଼ୀ ଏହି ପ୍ରଦର୍ଶନୀକୁ ସ୍ଥାନୀୟ ଇଡ଼୍କୋ ପ୍ରଦର୍ଶନୀ ପଡ଼ିଆରେ ଉଦ୍ଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନେ ନିଜ ନିଜ ର ନୃତ୍ୟ ପରିବେଷଣ କରିଥିଲେ। କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟ ରେ ଝୁମିଥିଲେ ଦର୍ଶକ। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମନେ ନିଜ ନିଜ ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ। ଏହି ପ୍ରଦର୍ଶନୀରେ ଅଂଶ ଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର,…

